ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମସ୍କନ୍ଧଃ ॥
ପ୍ରଥମ ଅଧ୍ୟାୟ
ପ୍ରିୟବ୍ରତ-ଚରିତ୍ର
ରାଜୋବାଚ
ପ୍ରିୟବ୍ରତୋ ଭାଗବତ ଆତ୍ମାରାମଃ କଥଂ ମୁନେ ।
ଗୃହେଽରମତ ଯନ୍ମୂଲଃ କର୍ମବନ୍ଧଃ ପରାଭବଃ ॥ ୧॥
ରାଜା ପରୀକ୍ଷିତ ପଚାରିଲେ – ହେ ମୁନିବର ! ମହାରାଜ ପ୍ରିୟବ୍ରତ ତ
ବହୁତ ବଡ ଭଗବତ୍-ଭକ୍ତ ଏବଂ ଆତ୍ମାରାମ ଥିଲେ | ତାଙ୍କର ଗୃହସ୍ଥାଶ୍ରମରେ କିପରି ରୁଚି ହେଲା,
ଯହିଁରେ ଜଡିତ ହୋଇ ମନୁଷ୍ୟର ସ୍ବରୂପ-ବିସ୍ମୃତି ହୋଇଯାଏ ଏବଂ ସେ କର୍ମବନ୍ଧନରେ ବାନ୍ଧି ହୋଇଯାଏ
?
ନ ନୂନଂ ମୁକ୍ତସଙ୍ଗାନାଂ ତାଦୃଶାନାଂ ଦ୍ୱିଜର୍ଷଭ ।
ଗୃହେଷ୍ୱଭିନିବେଶୋଽୟଂ ପୁଂସାଂ ଭବିତୁମର୍ହତି ॥ ୨॥
ହେ ବିପ୍ରବର ! ସେମାନଙ୍କ ପରି ନିଃସଙ୍ଗ ମହାପୁରୁଷମାନଙ୍କର
ଗୃହସ୍ଥାଶ୍ରମରେ ଏହିପରି ଅଭିନିବେଶ ନିଶ୍ଚିତ ଭାବରେ ଉଚିତ୍ ନୁହେଁ |
ମହତାଂ ଖଲୁ ବିପ୍ରର୍ଷେ ଉତ୍ତମଶ୍ଲୋକପାଦୟୋଃ ।
ଛାୟାନିର୍ୱୃତଚିତ୍ତାନାଂ ନ କୁଟୁମ୍ବେ ସ୍ପୃହା ମତିଃ ॥ ୩॥
ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଯେଉଁମାନଙ୍କର ଚିତ୍ତ
ପୁଣ୍ୟକୀର୍ତ୍ତି ଶ୍ରୀହରିଙ୍କ ଚରଣର ଶୀତଳ ଛାୟାର ଆଶ୍ରୟ ଗ୍ରହଣ କରି ଶାନ୍ତ ହୋଇଯାଇ ଥାଏ, ସେହି ମହାପୁରୁଷମାନଙ୍କର କୁଟୁମ୍ଵାଦିରେ କେବେ ଆସକ୍ତି ହୁଏନାହିଁ |
ସଂଶୟୋଽୟଂ ମହାନ୍ ବ୍ରହ୍ମନ୍ ଦାରାଗାରସୁତାଦିଷୁ ।
ସକ୍ତସ୍ୟ ଯତ୍ସିଦ୍ଧିରଭୂତ୍କୃଷ୍ଣେ ଚ ମତିରଚ୍ୟୁତା ॥ ୪॥
ବ୍ରହ୍ମନ୍ ! ଏହି ବିଷୟରେ ମୋ ମନରେ ଅତ୍ୟନ୍ତ କୌତୁହଳ ଜାତ ହୋଇଛି ଯେ
ମହାରାଜ ପ୍ରିୟବ୍ରତ ସ୍ତ୍ରୀ, ପୁତ୍ର, ଗୃହ ଆଦିରେ ଆସକ୍ତ ରହି ସିଦ୍ଧି ପ୍ରାପ୍ତ କଲେ କିପରି ଏବଂ ଭଗବାନ
ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତି ଅବିଚଳ ରହିଲା କିପରି ?
ଶ୍ରୀଶୁକ ଉବାଚ
ବାଢମୁକ୍ତଂ ଭଗବତ ଉତ୍ତମଶ୍ଲୋକସ୍ୟ ଶ୍ରୀମଚ୍ଚରଣାରବିନ୍ଦ-
ମକରନ୍ଦରସ ଆବେଶିତଚେତସୋ ଭାଗବତ ପରମହଂସ-
ଦୟିତକଥାଂ କିଞ୍ଚିଦନ୍ତରାୟବିହତାଂ ସ୍ୱାଂ ଶିବତମାଂ
ପଦବୀଂ ନ ପ୍ରାୟେଣ ହିନ୍ୱନ୍ତି ॥ ୫॥
ଶ୍ରୀଶୁକଦେବ କହୁଛନ୍ତି – ହେ ରାଜନ୍ ! ତୁମର ଜିଜ୍ଞାସା ଅତ୍ୟନ୍ତ
ସମୀଚିନ ଅଟେ | ଯାହାର ଚିତ୍ତ ପବିତ୍ରକୀର୍ତ୍ତି ଶ୍ରୀହରିଙ୍କର ପରମ ମଧୁର ଚରଣକମଳ-ମକରନ୍ଦ ରସରେ
ଉଦବୁଦ୍ଧ ହୋଇଯାଇ ଥାଏ, ସେ କୌଣସି
ପ୍ରକାରର ବାଧା-ବିଘ୍ନଜନିତ ପ୍ରତିବନ୍ଧକ ସତ୍ତ୍ବେ ପରମହଂସମାନଙ୍କର ପ୍ରିୟ ଶ୍ରୀବାସୁଦେବ
ଭଗବାନଙ୍କର କଥାଶ୍ରବଣରୂପୀ ପରମ କଲ୍ୟାଣମୟ ମାର୍ଗକୁ ପ୍ରାୟତଃ ତ୍ୟାଗ କରନ୍ତି ନାହିଁ |
ଯର୍ହି ବାବ ହ ରାଜନ୍ ସ ରାଜପୁତ୍ରଃ ପ୍ରିୟବ୍ରତଃ
ପରମଭାଗବତୋ ନାରଦସ୍ୟ ଚରଣୋପସେବୟାଞ୍ଜସାବଗତ-
ପରମାର୍ଥସତତ୍ତ୍ୱୋ ବ୍ରହ୍ମସତ୍ରେଣ ଦୀକ୍ଷିଷ୍ୟମାଣୋଽବନିତଲ-
ପରିପାଲନାୟାମ୍ନାତପ୍ରବରଗୁଣଗଣୈକାନ୍ତଭାଜନତୟା
ସ୍ୱପିତ୍ରୋପାମନ୍ତ୍ରିତୋ ଭଗବତି ବାସୁଦେବ ଏବାବ୍ୟବଧାନ-
ସମାଧିୟୋଗେନ ସମାବେଶିତସକଲକାରକକ୍ରିୟାକଲାପୋ
ନୈବାଭ୍ୟନନ୍ଦଦ୍ୟଦ୍ୟପି ତଦପ୍ରତ୍ୟାମ୍ନାତବ୍ୟଂ ତଦଧିକରଣ
ଆତ୍ମନୋଽନ୍ୟସ୍ମାଦସତୋଽପି ପରାଭବମନ୍ୱୀକ୍ଷମାଣଃ ॥ ୬॥
ରାଜନ୍ ! ରାଜକୁମାର ପ୍ରିୟବ୍ରତ ବହୁତ ବଡ ଭଗବତ୍-ଭକ୍ତ ଥିଲେ | ନାରଦ
ମୁନିଙ୍କର ଚରଣ ସେବା କରି ତାଙ୍କର ସହଜରେ ହିଁ ପରମାର୍ଥତତ୍ତ୍ବର ବୋଧ ହୋଇଯାଇ ଥିଲା | ସେ
ବ୍ରହ୍ମସତ୍ରର ଦୀକ୍ଷା, ଅର୍ଥାତ୍ ନିରନ୍ତର ବ୍ରହ୍ମାଭ୍ୟାସରେ ଜୀବନ ବିତାଇବାର ବ୍ରତ ନେବାକୁ
ଯାଉଥିବା ବେଳେ ତାଙ୍କର ପିତା ସ୍ବାୟମ୍ଭୂବ ମନୁ ତାଙ୍କୁ, ପୃଥିବୀ ପାଳନ ନିମନ୍ତେ ଶାସ୍ତ୍ର
ନିର୍ଦ୍ଦେଶିତ ସବୁ ଶ୍ରେଷ୍ଠ ଗୁଣରେ ପୂର୍ଣ୍ଣତୟା ସମ୍ପନ୍ନ ଦେଖି, ରାଜ୍ୟଶାସନ କରିବାର ଆଜ୍ଞା ପ୍ରଦାନ କରିଥିଲେ | କିନ୍ତୁ ପ୍ରିୟବ୍ରତ
ଅଖଣ୍ଡ ସମାଧିଯୋଗ ଦ୍ବାରା ନିଜର ସମସ୍ତ ଇନ୍ଦ୍ରିୟ ଏବଂ କ୍ରିୟାକୁ ଭଗବାନ ବାସୁଦେବଙ୍କ ଚରଣରେ
ସମର୍ପିତ କରି ସାରିଥିଲେ | ତେଣୁ ପିତାଙ୍କର ଆଜ୍ଞା କୌଣସି ଦୃଷ୍ଟିରୁ ଉଲ୍ଲଂଘନ-ଯୋଗ୍ୟ ହୋଇ ନ
ଥିଲେ ବି, ରାଜ୍ୟାଧିକାର ପ୍ରାପ୍ତ କରି ମୋର ଆତ୍ମସ୍ବରୂପ ସ୍ତ୍ରୀ-ପୁତ୍ରାଦି ପ୍ରପଞ୍ଚରେ
ଆଚ୍ଛାଦିତ ହୋଇଯିବ ଏବଂ ରାଜ୍ୟ ଓ କୁଟୁମ୍ବ ଚିନ୍ତାରେ ଜଡିତ ହୋଇ ମୁଁ ପରମାର୍ଥତତ୍ତ୍ବକୁ
ପ୍ରାୟତଃ ଭୁଲିଯିବି - ଏହି ବିଚାରରେ ସେ ପିତାଙ୍କର ଆଦେଶକୁ ସ୍ବୀକାର କରି ନ ଥିଲେ |
ଅଥ ହ ଭଗବାନାଦିଦେବ ଏତସ୍ୟ ଗୁଣବିସର୍ଗସ୍ୟ
ପରିବୃଂହଣାନୁଧ୍ୟାନବ୍ୟବସିତସକଲଜଗଦଭିପ୍ରାୟ
ଆତ୍ମୟୋନିରଖିଲନିଗମନିଜଗଣପରିବେଷ୍ଟିତଃ
ସ୍ୱଭବନାଦବତତାର ॥ ୭॥
ଆଦିଦେବ ସ୍ବୟମ୍ଭୂ ଭଗବାନ ବ୍ରହ୍ମାଙ୍କଠାରେ ନିରନ୍ତର ଏହି ଗୁଣମୟ
ପ୍ରପଞ୍ଚ ବୃଦ୍ଧିର ବିଚାର ଉଠୁଥାଏ | ସେ ସାରା ସଂସାରର ଜୀବମାନଙ୍କର ଅଭିପ୍ରାୟ ଜାଣୁଥାଆନ୍ତି |
ପ୍ରିୟବ୍ରତଙ୍କର ଏପରି ପ୍ରବୃତ୍ତି ଦେଖି ସେ ଚତୁର୍ବେଦ ତଥା ମରୀଚି ଆଦି ପାର୍ଷଦଙ୍କ ସହ ନିଜ
ଲୋକରୁ ଅବତରଣ କଲେ |
ସ ତତ୍ର ତତ୍ର ଗଗନତଲ ଉଡୁପତିରିବ ବିମାନାବଲିଭି-
ରନୁପଥମମରପରିବୃଢୈରଭିପୂଜ୍ୟମାନଃ ପଥି ପଥି ଚ
ବରୂଥଶଃ ସିଦ୍ଧଗନ୍ଧର୍ୱସାଧ୍ୟଚାରଣମୁନିଗଣୈରୁପଗୀୟମାନୋ
ଗନ୍ଧମାଦନଦ୍ରୋଣୀମବଭାସୟନ୍ନୁପସସର୍ପ ॥ ୮॥
ଆକାଶରେ ସ୍ଥାନେ-ସ୍ଥାନେ ବିମାନଚାରୀ ଇନ୍ଦ୍ରାଦି ପ୍ରଧାନ-ପ୍ରଧାନ
ଦେବତାମାନେ ତାଙ୍କର ପୂଜା-ଅର୍ଚ୍ଚନା କଲେ ଏବଂ ଦଳ ବାନ୍ଧି ସିଦ୍ଧ, ଗନ୍ଧର୍ବ, ସାଧ୍ୟ, ଚାରଣ ଏବଂ ମୁନିଜନ ତାଙ୍କର ସ୍ତବନ କଲେ | ଏହିପରି ଭାବରେ ସର୍ବତ୍ର
ଆଦର-ସମ୍ମାନ ପାଇ ସେ ସାକ୍ଷାତ୍ ନକ୍ଷତ୍ରନାଥ ଚନ୍ଦ୍ରମାଙ୍କ ସଦୃଶ ଗନ୍ଧମାର୍ଦନ ଘାଟିକୁ
ପ୍ରକାଶିତ କରି ପ୍ରିୟବ୍ରତଙ୍କ ପାଖରେ ପହଞ୍ଚିଲେ |
ତତ୍ର ହ ବା ଏନଂ ଦେବର୍ଷିର୍ହଂସୟାନେନ ପିତରଂ ଭଗବନ୍ତଂ
ହିରଣ୍ୟଗର୍ଭମୁପଲଭମାନଃ ସହସୈବୋତ୍ଥାୟାର୍ହଣେନ ସହ
ପିତାପୁତ୍ରାଭ୍ୟାମବହିତାଞ୍ଜଲିରୁପତସ୍ଥେ ॥ ୯॥
ପ୍ରିୟବ୍ରତଙ୍କୁ ଆତ୍ମବିଦ୍ୟା ସମ୍ବନ୍ଧୀ ଉପଦେଶ ଦେବାକୁ ସେଠାକୁ
ଦେବର୍ଷି ନାରଦ ମଧ୍ୟ ଆସିଥିଲେ | ବ୍ରହ୍ମାଜୀ ସେଠାରେ ପହଞ୍ଚିବା ପରେ ତାଙ୍କର ବାହନ ହଂସକୁ
ଦେଖି ନାରଦ ମୁନି ଜାଣିନେଲେ ଯେ ତାଙ୍କର ପିତା ବ୍ରହ୍ମାଜୀ ଆଗମନ କରିଛନ୍ତି | ତେଣୁ ସେ
ସ୍ବାୟମ୍ଭୂବ ମନୁ ଏବଂ ପ୍ରିୟବ୍ରତଙ୍କ ସହିତ ଉଠି ଠିଆ ହୋଇଗଲେ ଏବଂ ସମସ୍ତେ ଯୋଡହସ୍ତ ପୂର୍ବକ
ତାଙ୍କୁ ପ୍ରଣାମ କଲେ |
ଭଗବାନପି ଭାରତ ତଦୁପନୀତାର୍ହଣଃ ସୂକ୍ତବାକେନାତିତରା-
ମୁଦିତଗୁଣଗଣାବତାରସୁଜୟଃ ପ୍ରିୟବ୍ରତମାଦିପୁରୁଷସ୍ତଂ
ସଦୟହାସାବଲୋକ ଇତି ହୋବାଚ ॥ ୧୦॥
ହେ ପରୀକ୍ଷିତ ! ନାରଦ ମୁନି ବ୍ରହ୍ମାଜୀଙ୍କର ଅନେକ ପ୍ରକାରରେ ପୂଜା
କଲେ ଏବଂ ସୁମଧୁର ବଚନରେ ତାଙ୍କର ଗୁଣ ଏବଂ ଅବତାରର ଉତ୍କୃଷ୍ଟତା ବର୍ଣ୍ଣନ କଲେ | ତାପରେ
ଆଦିପୁରୁଷ ଭଗବାନ ବ୍ରହ୍ମା ପ୍ରିୟବ୍ରତଙ୍କ ପ୍ରତି ମନ୍ଦହାସ୍ୟଯୁକ୍ତ ଦୟାଦୃଷ୍ଟିରେ ଚାହିଁ
ଏହିପରି କହିଲେ |
ବ୍ରହ୍ମା ଉବାଚ
ନିବୋଧ ତାତେଦମୃତଂ ବ୍ରବୀମି
ମାସୂୟିତୁଂ ଦେବମର୍ହସ୍ୟପ୍ରମେୟମ୍ ।
ବୟଂ ଭବସ୍ତେ ତତ ଏଷ ମହର୍ଷି-
ର୍ୱହାମ ସର୍ୱେ ବିବଶା ଯସ୍ୟ ଦିଷ୍ଟମ୍ ॥ ୧୧॥
ବ୍ରହ୍ମା କହିଲେ – ପୁତ୍ର ! ମୁଁ ତୁମକୁ ସତ୍ୟ-ସିଦ୍ଧାନ୍ତ ବିଷୟରେ
କହୁଛି, ଧ୍ୟାନ ଦେଇ ଶୁଣ | ଅପ୍ରମେୟ ଶ୍ରୀହରିଙ୍କ ପ୍ରତି ତୁମେ କୌଣସି ପ୍ରକାରର ଦୋଷଦୃଷ୍ଟି
ରଖିବା ଉଚିତ୍ ନୁହେଁ | ତୁମେ କାହିଁକି – ମୁଁ, ମହାଦେବ, ତୁମ ପିତା ସ୍ବାୟମ୍ଭୂବ ମନୁ ଏବଂ ତୁମର ଗୁରୁ ଏହି ଦେବର୍ଷି ନାରଦ
ମଧ୍ୟ ବିବଶ ହୋଇ ତାଙ୍କର ଆଜ୍ଞା ପାଳନ କରିଥାଉ |
ନ ତସ୍ୟ କଶ୍ଚିତ୍ତପସା ବିଦ୍ୟଯା ବା
ନ ଯୋଗବୀର୍ୟେଣ ମନୀଷୟା ବା ।
ନୈବାର୍ଥଧର୍ମୈଃ ପରତଃ ସ୍ୱତୋ ବା
କୃତଂ ବିହନ୍ତୁଂ ତନୁଭୃଦ୍ୱିଭୂୟାତ୍ ॥ ୧୨॥
ତାଙ୍କର ବିଧାନକୁ କୌଣସି
ଦେହଧାରୀ ତପ, ବିଦ୍ୟା, ଯୋଗବଳ କିମ୍ବା ବୁଦ୍ଧିବଳ ଆଦି ଦ୍ବାରା ନୁହେଁ, ଅର୍ଥ ବା ଧର୍ମ ଶକ୍ତି ବଳରେ ନୁହେଁ କି ସ୍ବବଳ ଏବଂ ଅନ୍ୟ ଶକ୍ତି ବଳ ଦ୍ବାରା ମଧ୍ୟ ନୁହେଁ, ଅବଜ୍ଞା କରିପାରିବେ |
ଭବାୟ ନାଶାୟ ଚ କର୍ମ କର୍ତୁଂ
ଶୋକାୟ ମୋହାୟ ସଦା ଭୟାୟ ।
ସୁଖାୟ ଦୁଃଖାୟ ଚ ଦେହୟୋଗ-
ମବ୍ୟକ୍ତଦିଷ୍ଟଂ ଜନତାଙ୍ଗ ଧତ୍ତେ ॥ ୧୩॥
ପ୍ରିୟବର ! ସେହି ଅବ୍ୟକ୍ତ ଈଶ୍ବରଙ୍କ ଦ୍ବାରା ପ୍ରଦତ୍ତ ଶରୀରକୁ
ସମସ୍ତ ଜୀବ ଜନ୍ମ, ମରଣ, ଶୋକ, ମୋହ, ଭୟ ଏବଂ ସୁଖ-ଦୁଃଖ
ଭୋଗ କରିବା ତଥା କର୍ମ କରିବା ନିମନ୍ତେ ଧାରଣ କରିଥାଆନ୍ତି |
ଯଦ୍ୱାଚି ତନ୍ତ୍ୟାଂ ଗୁଣକର୍ମଦାମଭିଃ
ସୁଦୁସ୍ତରୈର୍ୱତ୍ସ ବୟଂ ସୁୟୋଜିତାଃ ।
ସର୍ୱେ ବହାମୋ ବଲିମୀଶ୍ୱରାୟ
ପ୍ରୋତା ନସୀବ ଦ୍ୱିପଦେ ଚତୁଷ୍ପଦଃ ॥ ୧୪॥
ବତ୍ସ ! ପଘାରେ ବନ୍ଧା ହୋଇ ପଶୁ ଯେପରି ମନୁଷ୍ୟର ବୋଝ ବୋହୁଥାଏ, ସେହିପରି ବେଦବାଣୀରୂପ ଦଉଡିର ସତ୍ତ୍ବାଦି ଗୁଣ, କର୍ମ ଏବଂ ତାହାର ବ୍ରାହ୍ମଣାଦି ବାକ୍ୟର ମଜବୁତ ଡୋରିରେ ବାନ୍ଧି
ହୋଇ ଆମେ ସବୁ ଜୀବ ତାଙ୍କ ଇଚ୍ଛାନୁସାରେ କର୍ମ କରୁଥାଏ ଏବଂ ତଦ୍ବାରା ତାଙ୍କର ପୂଜା କରିଥାଏ |
ଈଶାଭିସୃଷ୍ଟଂ ହ୍ୟବରୁନ୍ଧ୍ମହେଽଙ୍ଗ
ଦୁଃଖଂ ସୁଖଂ ବା ଗୁଣକର୍ମସଙ୍ଗାତ୍ ।
ଆସ୍ଥାୟ ତତ୍ତଦ୍ୟଦୟୁଙ୍କ୍ତ ନାଥ-
ଶ୍ଚକ୍ଷୁଷ୍ମତାନ୍ଧା ଇବ ନୀୟମାନାଃ ॥ ୧୫॥
ଆମ୍ଭମାନଙ୍କର ଗୁଣ ଏବଂ କର୍ମ ଅନୁଯାୟୀ ପ୍ରଭୁ ଆମକୁ ଯେଉଁ ଯୋନିରେ
ନିକ୍ଷେପ କରନ୍ତି, ତାହାକୁ ସ୍ବୀକାର କରି ସେ ଯେପରି ବ୍ୟବସ୍ଥା
କରିଥାଆନ୍ତି ତଦନୁସାରେ ଆମେ ସୁଖ-ଦୁଃଖ ଭୋଗ କରୁଥାଏ | ଆମକୁ ତାଙ୍କ ଇଚ୍ଛାର ଅନୁସରଣ ସେହିପରି
ଭାବରେ କରିବାକୁ ପଡିଥାଏ ଯେପରି ଜଣେ ଅନ୍ଧ ଚକ୍ଷୁଷ୍ମାନ୍ ପୁରୁଷର ଅନୁସରଣ କରିଥାଏ |
ମୁକ୍ତୋଽପି ତାବଦ୍ବିଭୃୟାତ୍ସ୍ୱଦେହ-
ମାରବ୍ଧମଶ୍ନନ୍ନଭିମାନଶୂନ୍ୟଃ ।
ଯଥାନୁଭୂତଂ ପ୍ରତିୟାତନିଦ୍ରଃ
କିଂ ତ୍ୱନ୍ୟଦେହାୟ ଗୁଣାନ୍ନ ବୃଙ୍କ୍ତେ ॥ ୧୬॥
ନିଦ୍ରାଭଙ୍ଗ ହେବା ପରେ ସ୍ବପ୍ନରେ ଦେଖିଥିବା ପଦାର୍ଥର ସ୍ମରଣ ହେବା
ପରି ମୁକ୍ତ ପୁରୁଷ ମଧ୍ୟ ପ୍ରାରବ୍ଧ ଭୋଗ କରି ଭଗବାନଙ୍କ ଇଚ୍ଛାନୁସାରେ ନିଜ ଶରୀର ଧାରଣ
କରିଥାଆନ୍ତି | ସେହି ଅବସ୍ଥାରେ ସେମାନଙ୍କର ଦେହାଭିମାନ ନ ଥାଏ ଏବଂ ବିଷୟ-ବାସନାର ଯେଉଁ
ସଂସ୍କାର ଯୋଗୁଁ ସେମାନଙ୍କୁ ପୁନର୍ବାର ଜନ୍ମ ଗ୍ରହଣ କରିବାକୁ ପଡିଥାଏ, ତାହାକୁ ସେମାନେ ସ୍ବୀକାର କରନ୍ତି ନାହିଁ |
ଭୟଂ ପ୍ରମତ୍ତସ୍ୟ ବନେଷ୍ୱପି ସ୍ୟା-
ଦ୍ୟତଃ ସ ଆସ୍ତେ ସହ ଷଟ୍ସପତ୍ନଃ ।
ଜିତେନ୍ଦ୍ରିୟସ୍ୟାତ୍ମରତେର୍ବୁଧସ୍ୟ
ଗୃହାଶ୍ରମଃ କିଂ ନୁ କରୋତ୍ୟବଦ୍ୟମ୍ ॥ ୧୭॥
ଯେଉଁ ପୁରୁଷ ଇନ୍ଦ୍ରିୟମାନଙ୍କର ବଶୀଭୂତ, ସେ ବଣରେ ବିଚରଣ କରୁଥିଲେ ବି ଜନ୍ମ-ମରଣର ଭୟରୁ ମୁକ୍ତ ନ ଥା’ନ୍ତି;
କାରଣ ଜୟ କରିପାରି ନ ଥିବା ମନ ଓ ଇନ୍ଦ୍ରିୟରୂପୀ ଛଅଟି ଶତ୍ରୁ ତା’ର ପିଛା କରୁଥାଆନ୍ତି | ତେଣୁ ଯେଉଁ ବୁଦ୍ଧିମାନ ପୁରୁଷ ଇନ୍ଦ୍ରିୟମାନଙ୍କୁ
ବଶୀଭୂତ କରି ନିଜ ଆତ୍ମାରେ ହିଁ ରମଣ କରୁଥାଆନ୍ତି, ଗୃହସ୍ଥାଶ୍ରମ
ସେମାନଙ୍କର ଭଲା କ’ଣ ବିଗାଡି ପାରିବ ?
ଯଃ ଷଟ୍ସପତ୍ନାନ୍ ବିଜିଗୀଷମାଣୋ
ଗୃହେଷୁ ନିର୍ୱିଶ୍ୟ ଯତେତ ପୂର୍ୱମ୍ ।
ଅତ୍ୟେତି ଦୁର୍ଗାଶ୍ରିତ ଊର୍ଜିତାରୀନ୍
କ୍ଷୀଣେଷୁ କାମଂ ବିଚରେଦ୍ୱିପଶ୍ଚିତ୍ ॥ ୧୮॥
ଯେଉଁମାନେ ଏହି ଛଅଟି ଶତ୍ରୁଙ୍କୁ ଜିତିବାକୁ ଇଚ୍ଛା କରନ୍ତି, ସେମାନେ ପ୍ରଥମେ ଘରେ ସେମାନଙ୍କର ନିରୋଧ କରି ସେମାନଙ୍କୁ ବଶୀଭୂତ
କରିବାକୁ ଚେଷ୍ଟା କରିବା ଉଚିତ୍ | କିଲା ଭିତରେ ସୁରକ୍ଷିତ ରହି ଯୁଦ୍ଧ କରୁଥିବା ରାଜା ନିଜର
ପ୍ରବଳ ପରାକ୍ରମୀ ଶତ୍ରୁକୁ ମଧ୍ୟ ଜିତି ନେଇପାରେ | ଶତ୍ରୁର ବଳ କ୍ଷୀଣ ହୋଇଯିବା ପରେ ବିଦ୍ବାନ୍
ପୁରୁଷ ନିଜ ଇଚ୍ଛାନୁସାରେ ବିଚରଣ କରିପାରିବେ |
ତ୍ୱଂ ତ୍ୱବ୍ଜନାଭାଙ୍ଘ୍ରିସରୋଜକୋଶ-
ଦୁର୍ଗାଶ୍ରିତୋ ନିର୍ଜିତଷଟ୍ସପତ୍ନଃ ।
ଭୁଙ୍କ୍ଷ୍ୱେହ ଭୋଗାନ୍ ପୁରୁଷାତିଦିଷ୍ଟାନ୍
ବିମୁକ୍ତସଙ୍ଗଃ ପ୍ରକୃତିଂ ଭଜସ୍ୱ ॥ ୧୯॥
ତୁମେ ଯଦିଓ ଶ୍ରୀକମଳନାଭ ଭଗବାନଙ୍କର ଚରଣକମଳ କଳିରୂପ କିଲାର ଆଶ୍ରିତ
ହୋଇ ଏହି ଛଅଟି ଶତ୍ରୁଙ୍କୁ ଜିତି ନେଇଛ, ତଥାପି ପ୍ରଥମେ ସେହି ପୁରାଣପୁରୁଷଙ୍କ ଦ୍ବାରା
ପ୍ରଦତ୍ତ ଭୋଗସାମଗ୍ରୀର ଭୋଗ କର; ତତ୍ପଶ୍ଚାତ୍ ନିଃସଙ୍ଗ ହୋଇ ନିଜ ଆତ୍ମସ୍ବରୂପରେ ସ୍ଥିତ
ହୋଇଯିବ |
ଶ୍ରୀଶୁକ ଉବାଚ
ଇତି ସମଭିହିତୋ ମହାଭାଗବତୋ ଭଗବତସ୍ତ୍ରିଭୁବନଗୁରୋ-
ରନୁଶାସନମାତ୍ମନୋ ଲଘୁତୟାବନତଶିରୋଧରୋ ବାଢମିତି
ସବହୁମାନମୁବାହ ॥ ୨୦॥
ଶ୍ରୀଶୁକଦେବ କହୁଛନ୍ତି – ତ୍ରିଲୋକୀର ଗୁରୁ ବ୍ରହ୍ମାଜୀ ଏପରି
କହିବାରୁ ପରମଭାଗବତ ପ୍ରିୟବ୍ରତ ନିଜକୁ ଛୋଟ ମନେକରି ନମ୍ରତାରେ ସିର ଅବନତ କରିନେଲେ ଏବଂ
‘ଯେପରି ଆଜ୍ଞା’ – ଏହା କହି ଅତ୍ୟନ୍ତ ଆଦରପୂର୍ବକ ତାଙ୍କର ଆଦେଶ
ଶିରୋଧାର୍ଯ୍ୟ କଲେ |
ଭଗବାନପି ମନୁନା ଯଥାବଦୁପକଲ୍ପିତାପଚିତିଃ
ପ୍ରିୟବ୍ରତନାରଦୟୋରବିଷମମଭିସମୀକ୍ଷମାଣୟୋରାତ୍ମ-
ସମବସ୍ଥାନମବାଙ୍ମନସଂ କ୍ଷୟମବ୍ୟବହୃତଂ ପ୍ରବର୍ତୟନ୍ନଗମତ୍ ॥ ୨୧॥
ଏଥିରେ ସ୍ବାୟମ୍ଭୂବ ମନୁ ଅତ୍ୟନ୍ତ ପ୍ରସନ୍ନ ହୋଇ ବ୍ରହ୍ମାଜୀଙ୍କର
ବିଧିବତ୍ ପୂଜା କଲେ | ତାପରେ ବ୍ରହ୍ମାଜୀ ମନ ଏବଂ ବାଣୀର ଅବିଷୟ, ନିଜର ଆଶ୍ରୟ ତଥା
ସର୍ବବ୍ୟବହାରାତୀତ ପରବ୍ରହ୍ମଙ୍କର ଚିନ୍ତନ କରି ନିଜ ଲୋକକୁ ଚାଲିଗଲେ | ପ୍ରିୟବ୍ରତ ଏବଂ ନାରଦ
ଅତି କୃତଜ୍ଞ ଭାବରେ ତାଙ୍କୁ ଚାହିଁ ରହିଥିଲେ |
ମନୁରପି ପରେଣୈବଂ ପ୍ରତିସନ୍ଧିତମନୋରଥଃ ସୁରର୍ଷିବରାନୁମତେନା-
ତ୍ମଜମଖିଲଧରାମଣ୍ଡଲସ୍ଥିତିଗୁପ୍ତୟ ଆସ୍ଥାପ୍ୟ ସ୍ୱୟମତି-
ବିଷମବିଷୟବିଷଜଲାଶୟାଶାୟା ଉପରରାମ ॥ ୨୨॥
ବ୍ରହ୍ମାଜୀଙ୍କ କୃପାରୁ ନିଜ ମନୋରଥ ପୂର୍ଣ୍ଣ ହୋଇଯିବାରୁ ମନୁ
ମହାରାଜ ଦେବର୍ଷି ନାରଦଙ୍କ ଆଜ୍ଞାରେ ସମ୍ପୂର୍ଣ୍ଣ ଭୂମଣ୍ଡଳର ରକ୍ଷାଭାର ପ୍ରିୟବ୍ରତଙ୍କ ହସ୍ତରେ
ଅର୍ପଣ କରିଦେଲେ ଏବଂ ସ୍ବୟଂ ବିଷୟରୂପୀ ବିଷାକ୍ତ ଜଳରେ ପରିପୂର୍ଣ୍ଣ ଗୃହସ୍ଥାଶ୍ରମରୂପୀ ଦୁସ୍ତର
ଜଳାଶୟର ଭୋଗେଚ୍ଛାରୁ ନିବୃତ୍ତ ହୋଇଗଲେ |
ଇତି ହ ବାବ ସ ଜଗତୀପତିରୀଶ୍ୱରେଚ୍ଛୟାଧିନିବେଶିତ-
କର୍ମାଧିକାରୋଽଖିଲଜଗଦ୍ବନ୍ଧଧ୍ୱଂସନପରାନୁଭାବସ୍ୟ
ଭଗବତ ଆଦିପୁରୁଷସ୍ୟାଙ୍ଘ୍ରିୟୁଗଲାନବରତଧ୍ୟାନାନୁଭାବେନ
ପରିରନ୍ଧିତକଷାୟାଶୟୋଽବଦାତୋଽପି ମାନବର୍ଧନୋ
ମହତାଂ ମହୀତଲମନୁଶଶାସ ॥ ୨୩॥
ଏବେ ପୃଥ୍ବୀପତି ମହାରାଜ ପ୍ରିୟବ୍ରତ ଭଗବାନଙ୍କ ଇଚ୍ଛାରେ ରାଜ୍ୟଶାସନ
କାର୍ଯ୍ୟରେ ନିଯୁକ୍ତ ହେଲେ | ସମ୍ପୂର୍ଣ୍ଣ ଜଗତକୁ ବନ୍ଧନମୁକ୍ତ କରିବାରେ ଅତ୍ୟନ୍ତ ସମର୍ଥ ସେହି
ଆଦିପୁରୁଷ ଭଗବାନଙ୍କ ଚରଣଯୁଗଳର ନିରନ୍ତର ଧ୍ୟାନ କରୁଥିବା ଯୋଗୁଁ ଯଦିଓ ତାଙ୍କର ରାଗାଦି ସମସ୍ତ
ମଳ ନଷ୍ଟ ହୋଇ ହୃଦୟ ଅତ୍ୟନ୍ତ ଶୁଦ୍ଧ ହୋଇ ଯାଇଥିଲା, ତଥାପି ବଡମାନଙ୍କର
ମାନ ରକ୍ଷା କରିବା ପାଇଁ ସେ ରାଜ୍ୟ ଶାସନ କଲେ |
ଅଥ ଚ ଦୁହିତରଂ ପ୍ରଜାପତେର୍ୱିଶ୍ୱକର୍ମଣ ଉପୟେମେ ବର୍ହିଷ୍ମତୀଂ
ନାମ ତସ୍ୟାମୁ ହ ବାବ ଆତ୍ମଜାନାତ୍ମସମାନଶୀଲଗୁଣକର୍ମ-
ରୂପବୀର୍ୟୋଦାରାନ୍ ଦଶ ଭାବୟାମ୍ବଭୂବ କନ୍ୟାଂ ଚ ଯବୀୟସୀ-
ମୂର୍ଜସ୍ୱତୀଂ ନାମ ॥ ୨୪॥
ତଦନନ୍ତର ସେ ପ୍ରଜାପତି ବିଶ୍ବକର୍ମାଙ୍କର ପୁତ୍ରୀ ବର୍ହିଷ୍ମତୀଙ୍କୁ
ବିବାହ କଲେ | ତାଙ୍କଠାରୁ ତାଙ୍କର ଦଶଟି ପୁତ୍ର ହେଲେ | ସେମାନେ ସମସ୍ତେ ତାଙ୍କ ପରି ଶୀଳବାନ୍,
ଗୁଣୀ, କର୍ମନିଷ୍ଠ, ରୂପବାନ୍ ଏବଂ
ପରାକ୍ରମୀ ଥିଲେ | ତାଛଡା ସେମାନଙ୍କଠାରୁ ଛୋଟ ତାଙ୍କର ଉର୍ଜସ୍ବତୀ ନାମ୍ନୀ ଏକ କନ୍ୟା ମଧ୍ୟ
ଥିଲା |
ଆଗ୍ନୀଧ୍ରେଧ୍ମଜିହ୍ୱୟଜ୍ଞବାହୁମହାବୀରହିରଣ୍ୟରେତୋଘୃତପୃଷ୍ଠ-
ସବନମେଧାତିଥିବୀତିହୋତ୍ରକବୟ ଇତି ସର୍ୱ ଏବାଗ୍ନିନାମାନଃ ॥ ୨୫॥
ପୁତ୍ରମାନଙ୍କର ନାମ ଆଗ୍ନୀଧ୍ନ, ଇଧ୍ମଜିହ୍ବ, ଯଜ୍ଞବାହୁ, ମହାବୀର, ହିରଣ୍ୟରେତା, ଘୃତପୃଷ୍ଠ, ସବନ, ମେଧାତିଥି, ବୀତିହୋତ୍ର ଏବଂ କବି ଥିଲା | ଏସବୁ ନାମ ଅଗ୍ନିଙ୍କର ମଧ୍ୟ ଅଟେ |
ଏତେଷାଂ କବିର୍ମହାବୀରଃ ସବନ ଇତି ତ୍ରୟ ଆସନ୍ନୂର୍ଧ୍ୱରେତସସ୍ତ
ଆତ୍ମବିଦ୍ୟାୟାମର୍ଭଭାବାଦାରଭ୍ୟ କୃତପରିଚୟାଃ ପାରମହଂସ୍ୟ-
ମେବାଶ୍ରମମଭଜନ୍ ॥ ୨୬॥
ଏମାନଙ୍କ ମଧ୍ୟରୁ କବି, ମହାବୀର ଏବଂ ସବନ –
ଏହି ତିନିଜଣ ନୈଷ୍ଠିକ ବ୍ରହ୍ମଚାରୀ ହେଲେ | ବାଲ୍ୟାବସ୍ଥାରୁ ଆତ୍ମବିଦ୍ୟାର ଅଭ୍ୟାସ କରି ଏମାନେ
ଶେଷରେ ସନ୍ୟାସଧର୍ମ ହିଁ ସ୍ବୀକାର କଲେ |
ତସ୍ମିନ୍ନୁ ହ ବା ଉପଶମଶୀଲାଃ ପରମର୍ଷୟଃ ସକଲଜୀବ-
ନିକାୟାବାସସ୍ୟ ଭଗବତୋ ବାସୁଦେବସ୍ୟ ଭୀତାନାଂ ଶରଣଭୂତସ୍ୟ
ଶ୍ରୀମଚ୍ଚରଣାରବିନ୍ଦାବିରତସ୍ମରଣାବିଗଲିତପରମଭକ୍ତିୟୋଗା-
ନୁଭାବେନ ପରିଭାବିତାନ୍ତର୍ହୃଦୟାଧିଗତେ ଭଗବତି ସର୍ୱେଷାଂ ଭୂତାନା-
ମାତ୍ମଭୂତେ ପ୍ରତ୍ୟଗାତ୍ମନ୍ୟେବାତ୍ମନସ୍ତାଦାତ୍ମ୍ୟମବିଶେଷେଣ ସମୀୟୁଃ
॥ ୨୭॥
ଏହି ନିବୃତ୍ତିପରାୟଣ ମହର୍ଷିମାନେ ସନ୍ୟାସାଶ୍ରମରେ ରହି ସମସ୍ତ
ଜୀବଙ୍କର ଅଧିଷ୍ଠାନ ଏବଂ ଭବବନ୍ଧନରେ ଭୀତତ୍ରସ୍ତ ଜୀବଙ୍କର ଆଶ୍ରୟ ଭଗବାନ ବାସୁଦେବଙ୍କର ପରମ
ସୁନ୍ଦର ଚରଣାରବିନ୍ଦର ନିରନ୍ତର ଚିନ୍ତନ କରୁଥିଲେ | ତଦ୍ବାରା ପ୍ରାପ୍ତ ଅଖଣ୍ଡ ଏବଂ ଶ୍ରେଷ୍ଠ
ଭକ୍ତିଯୋଗ ଦ୍ବାରା ସେମାନଙ୍କର ଅନ୍ତଃକରଣ ସର୍ବତୋ ଭାବରେ ଶୁଦ୍ଧ ହୋଇଗଲା ଏବଂ ତହିଁରେ
ଶ୍ରୀଭଗବାନଙ୍କର ଆବିର୍ଭାବ ହେଲା | ସେତେବେଳେ ଦେହାଦି ଉପାଧିର ନିବୃତ୍ତି ହୋଇ ସେମାନଙ୍କର
ଆତ୍ମା ସମ୍ପୂର୍ଣ୍ଣ ଜୀବସମୁଦାୟର ଆତ୍ମଭୂତ ପ୍ରତ୍ୟଗାତ୍ମାରେ ଏକୀଭାଵରେ ସ୍ଥିତ ହୋଇଗଲା |
ଅନ୍ୟସ୍ୟାମପି ଜାୟାୟାଂ ତ୍ରୟଃ ପୁତ୍ରା ଆସନ୍ନୁତ୍ତମସ୍ତାମସୋ
ରୈବତ ଇତି ମନ୍ୱନ୍ତରାଧିପତୟଃ ॥ ୨୮॥
ପ୍ରିୟବ୍ରତଙ୍କର ଦ୍ବିତୀୟ ପତ୍ନୀଙ୍କଠାରୁ ଉତ୍ତମ, ତାମସ ଏବଂ ରୈବତ ନାମରେ ତିନୋଟି ପୁତ୍ର ଉତ୍ପନ୍ନ ହେଲେ, ଯେଉଁମାନେ
ନିଜ ନାମଯୁକ୍ତ ମନ୍ବନ୍ତରର ଅଧିପତି ହେଲେ |
ଏବମୁପଶମାୟନେଷୁ ସ୍ୱତନୟେଷ୍ୱଥ ଜଗତୀପତିର୍ଜଗତୀ-
ମର୍ବୁଦାନ୍ୟେକାଦଶପରିବତ୍ସରାଣାମବ୍ୟାହତାଖିଲପୁରୁଷକାର-
ସାରସମ୍ଭୃତଦୋର୍ଦଣ୍ଡୟୁଗଲାପୀଡିତମୌର୍ୱୀଗୁଣସ୍ତନିତ-
ବିରମିତଧର୍ମପ୍ରତିପକ୍ଷୋ ବର୍ହିଷ୍ମତ୍ୟାଶ୍ଚାନୁଦିନମେଧମାନପ୍ରମୋଦ-
ପ୍ରସରଣୟୌଷିଣ୍ୟବ୍ରୀଡାପ୍ରମୁଷିତହାସାବଲୋକରୁଚିରକ୍ଷ୍ୱେଲ୍ୟାଦିଭିଃ
ପରାଭୂୟମାନବିବେକ ଇବାନବବୁଧ୍ୟମାନ ଇବ ମହାମନା ବୁଭୁଜେ ॥ ୨୯॥
କବି ଆଦି ତିନିପୁତ୍ର ନିବୃତ୍ତିପରାୟଣ ହୋଇଯିବା ପରେ ରାଜା
ପ୍ରିୟବ୍ରତ ଏଗାର ଅର୍ବୁଦ ବର୍ଷଯାଏଁ ପୃଥିବୀର ଶାସନ କଲେ | ସେ ଯେତେବେଳେ ନିଜର ଅଖଣ୍ଡ
ପୁରୁଷାର୍ଥମୟୀ ଏବଂ ବୀର୍ଯ୍ୟଶାଳିନୀ ଭୁଜରେ ଧନୁଷର ଡୋରିକୁ ଆକର୍ଷିତ କରି ଟଙ୍କାର ସୃଷ୍ଟି
କରୁଥିଲେ, ସେତେବେଳେ ସମସ୍ତ ଧର୍ମଦ୍ରୋହୀ ଭୟଭୀତ ହୋଇ ଏଣେତେଣେ
ଲୁଚି ଯାଉଥିଲେ | ପ୍ରାଣପ୍ରିୟା ବର୍ହିଷ୍ମତୀଙ୍କର ଦିନକୁ ଦିନ ବୃଦ୍ଧି ଲାଭ କରୁଥିବା ଆମୋଦ-ପ୍ରମୋଦ
ଏବଂ ଅଭ୍ୟୁତ୍ଥାନ ଆଦି କ୍ରୀଡା ତଥା ତାଙ୍କର ସ୍ତ୍ରୀଜନୋଚିତ ହାବ-ଭାବ, ଲଜ୍ୟାରେ ସଂକୁଚିତ ମନ୍ଦହାସ୍ୟଯୁକ୍ତ ଚାହାଣୀ ଏବଂ ମନମୋହକ ବିନୋଦ
ଆଦିରେ ମହାମନା ପ୍ରିୟବ୍ରତ ବିବେକହୀନ ବ୍ୟକ୍ତିଙ୍କ ପରି ଆତ୍ମବିସ୍ମୃତ ହୋଇ ସବୁ ପ୍ରକାରର
ଭୋଗ୍ୟବସ୍ତୁ ଭୋଗ କରିବାରେ ଲାଗିଲେ | କିନ୍ତୁ ବାସ୍ତବରେ ସେ ସେଥିରେ ଆସକ୍ତ ନ ଥିଲେ |
ଯାବଦବଭାସୟତି ସୁରଗିରିମନୁପରିକ୍ରାମନ୍ ଭଗବାନାଦିତ୍ୟୋ
ବସୁଧାତଲମର୍ଧେନୈବ ପ୍ରତପତ୍ୟର୍ଧେନାବଚ୍ଛାଦୟତି ତଦା ହି
ଭଗବଦୁପାସନୋପଚିତାତିପୁରୁଷପ୍ରଭାବସ୍ତଦନଭିନନ୍ଦନ୍
ସମଜବେନ ରଥେନ ଜ୍ୟୋତିର୍ମୟେନ ରଜନୀମପି ଦିନଂ କରିଷ୍ୟାମୀତି
ସପ୍ତକୃତ୍ୱସ୍ତରଣିମନୁପର୍ୟକ୍ରାମଦ୍ଦ୍ୱିତୀୟ ଇବ ପତଙ୍ଗଃ ॥ ୩୦॥
ଥରେ ସେ ଦେଖିଲେ ଭଗବାନ ସୂର୍ଯ୍ୟଦେବ ସୁମେରୁ ପରିକ୍ରମା କରି
ଲୋକାଲୋକପର୍ଯ୍ୟନ୍ତ ପୃଥିବୀର ଯେତିକି ଭାଗକୁ ଆଲୋକିତ କରୁଛନ୍ତି, ସେଥିରୁ ଅର୍ଦ୍ଧେକ ଭାଗ ପ୍ରକାଶିତ ହେଉଛି ଏବଂ ଅନ୍ୟ ଅର୍ଦ୍ଧେକରେ
ଅନ୍ଧକାର ବ୍ୟାପ୍ତ ରହୁଛି; ଏହା ତାଙ୍କୁ
ପସନ୍ଦ ହେଲା ନାହିଁ | ସେତେବେଳେ ସେ ‘ମୁଁ ରାତିକୁ ମଧ୍ୟ ଦିନ କରିଦେବି’ – ଏହା ସଂକଳ୍ପ କରି ସୂର୍ଯ୍ୟଙ୍କ ପରି ଏକ ବେଗବାନ୍ ଜ୍ୟୋତିର୍ମୟ
ରଥରେ ଚଢି ଦ୍ବିତୀୟ ସୂର୍ଯ୍ୟଙ୍କ ପରି ତାଙ୍କ ପଛେ ପଛେ ସାତଥର ପୃଥିବୀର ପରିକ୍ରମା କରିନେଲେ |
ଭଗବାନଙ୍କର ଉପାସନା କରି ତାଙ୍କର ଅଲୌକିକ ପ୍ରଭାବ ବହୁତ ବଢି ଯାଇଥିଲା |
ଯେ ବା ଉ ହ ତଦ୍ରଥଚରଣନେମିକୃତପରିଖାତାସ୍ତେ ସପ୍ତସିନ୍ଧବ
ଆସନ୍ ଯତ ଏବ କୃତାଃ ସପ୍ତ ଭୁବୋ ଦ୍ୱୀପାଃ ॥ ୩୧॥
ସେହି ସମୟରେ ତାଙ୍କ ରଥର ଚକ ଦ୍ବାରା ଯେଉଁ ଲୋକ ସୃଷ୍ଟି ହୋଇଥିଲା, ତାହା ହିଁ ସାତ ସମୁଦ୍ର ହେଲା ଏବଂ ତଦ୍ବାରା ପୃଥିବୀରେ ସାତଟି
ଦ୍ବୀପ ସୃଷ୍ଟି ହେଲା |
ଜମ୍ବୂପ୍ଲକ୍ଷଶାଲ୍ମଲିକୁଶକ୍ରୌଞ୍ଚଶାକପୁଷ୍କରସଞ୍ଜ୍ଞାସ୍ତେଷାଂ
ପରିମାଣଂ
ପୂର୍ୱସ୍ମାତ୍ପୂର୍ୱସ୍ମାଦୁତ୍ତର ଉତ୍ତରୋ ଯଥାସଙ୍ଖ୍ୟଂ ଦ୍ୱିଗୁଣମାନେନ
ବହିଃ
ସମନ୍ତତ ଉପକୢପ୍ତାଃ ॥ ୩୨॥
ସେମାନଙ୍କର ନାମ କ୍ରମଶଃ ଜମ୍ବୂ, ପ୍ଲକ୍ଷ, ଶାଲ୍ମଳି, କୁଶ, କ୍ରୌଞ୍ଚ, ଶାକ
ଏବଂ ପୁଷ୍କର ଦ୍ବୀପ ଅଟେ | ଏମାନଙ୍କ ମଧ୍ୟରୁ କ୍ରମଶଃ ପୂର୍ବଠାରୁ ପର ଦ୍ବୀପ ପରିମାଣରେ ଦୁଇ
ଗୁଣ ଅଟେ |
କ୍ଷାରୋଦେକ୍ଷୁରସୋଦସୁରୋଦଘୃତୋଦକ୍ଷୀରୋଦଦଧିମଣ୍ଡୋଦଶୁଦ୍ଧୋଦାଃ
ସପ୍ତଜଲଧୟଃ ସପ୍ତଦ୍ୱୀପପରିଖା ଇବାଭ୍ୟନ୍ତରଦ୍ୱୀପସମାନା
ଏକୈକଶ୍ୟେନ ଯଥାନୁପୂର୍ୱଂ ସପ୍ତସ୍ୱପି ବହିର୍ଦ୍ୱୀପେଷୁ ପୃଥକ୍ପରିତ
ଉପକଲ୍ପିତାସ୍ତେଷୁ ଜମ୍ବ୍ୱାଦିଷୁ ବର୍ହିଷ୍ମତୀପତିରନୁବ୍ରତା-
ନାତ୍ମଜାନାଗ୍ନୀଧ୍ରେଧ୍ମଜିହ୍ୱୟଜ୍ଞବାହୁହିରଣ୍ୟରେତୋଘୃତପୃଷ୍ଠ-
ମେଧାତିଥିବୀତିହୋତ୍ରସଞ୍ଜ୍ଞାନ୍ ଯଥାସଙ୍ଖ୍ୟେନୈକୈକସ୍ମି-
ନ୍ନେକମେବାଧିପତିଂ ବିଦଧେ ॥ ୩୩॥
ସାତ ସମୁଦ୍ର କ୍ରମଶଃ ଖାରିଜଳ, ଆଖୁରସ, ମଦିରା, ଘୃତ, ଦୁଗ୍ଧ, ଘୋଳଦହି ଏବଂ ମିଠାଜଳରେ ପରିପୂର୍ଣ୍ଣ | ଏମାନେ ସାତ ଦ୍ବୀପର ଖାଈ
ସଦୃଶ ଅଟନ୍ତି ଏବଂ ପରିମାଣରେ ନିଜ ଭିତରେ ରହିଥିବା ଦ୍ବୀପ ସହିତ ସମାନ ଅଟନ୍ତି | ଏମାନଙ୍କ
ମଧ୍ୟରୁ ପ୍ରତ୍ୟେକ କ୍ରମଶଃ ଜଣେ ଜଣକୁ ବାହାରୁ ଘେରି ରହିଥାଆନ୍ତି | (ପ୍ରଥମେ ଜମ୍ବୂ ଦ୍ବୀପ, ତାହାକୁ ଘେରି ରହିଛି ଖାରିଜଳର ସମୁଦ୍ର; ତା’ ବାହାରକୁ ଆଖୁରସର
ସମୁଦ୍ର ପରିବେଷ୍ଟିତ ପ୍ଲକ୍ଷ ଦ୍ବୀପ; ତା’ର ବାହାରେ ମଦିରା-ସମୁଦ୍ର ପରିବେଷ୍ଟିତ ଶାଲ୍ମଳି ଦ୍ବୀପ; ତା’ ବାହାରେ
ଘୃତ-ସମୁଦ୍ର ପରିବେଷ୍ଟିତ କୁଶ ଦ୍ବୀପ; ତା’ର ବାହାରକୁ କ୍ଷୀରସମୁଦ୍ର ପରିବେଷ୍ଟିତ କ୍ରୌଞ୍ଚ ଦ୍ବୀପ; ତା’ ବାହାରେ
ଦହିସମୁଦ୍ର ପରିବେଷ୍ଟିତ ଶାକ ଦ୍ବୀପ ଏବଂ ସମସ୍ତଙ୍କ ବହିର୍ଭାଗରେ ମଧୁର ଜଳର ସମୁଦ୍ର
ପରିବେଷ୍ଟିତ ପୁଷ୍କର ଦ୍ବୀପ |) ରାଜା ପ୍ରିୟବ୍ରତ ନିଜର ଅନୁଗତ ପୁତ୍ର ବର୍ହିଷ୍ମତୀନନ୍ଦନ
ଆଗ୍ନୀଧ୍ନ, ଇଧ୍ମଜିହ୍ବ, ଯଜ୍ଞବାହୁ, ହିରଣ୍ୟରେତା, ଘୃତପୃଷ୍ଠ, ମେଧାତିଥି ଏବଂ
ବୀତିହୋତ୍ରଙ୍କୁ ଯଥାକ୍ରମେ ଗୋଟିଏ ଗୋଟିଏ ଦ୍ବୀପର ରାଜା କଲେ |
ଦୁହିତରଂ ଚୋର୍ଜସ୍ୱତୀଂ ନାମୋଶନସେ ପ୍ରାୟଚ୍ଛଦ୍ୟସ୍ୟାମାସୀ-
ଦ୍ଦେବୟାନୀ ନାମ କାବ୍ୟସୁତା ॥ ୩୪॥
ନିଜ କନ୍ୟା ଉର୍ଜସ୍ବତୀଙ୍କର ବିବାହ ସେ ଶୁକ୍ରାଚାର୍ଯ୍ୟଙ୍କ ସହିତ
କରିଥିଲେ; ତାଙ୍କଠାରୁ ଶୁକ୍ରକନ୍ୟା ଦେବଯାନୀ ଜନ୍ମ ଗ୍ରହଣ କଲେ |
ନୈବମ୍ବିଧଃ ପୁରୁଷକାର ଉରୁକ୍ରମସ୍ୟ
ପୁଂସାଂ ତଦଙ୍ଘ୍ରିରଜସା ଜିତଷଡ୍ଗୁଣାନାମ୍ ।
ଚିତ୍ରଂ ବିଦୂରବିଗତଃ ସକୃଦାଦଦୀତ
ଯନ୍ନାମଧେୟମଧୁନା ସ ଜହାତି ବନ୍ଧମ୍ ॥ ୩୫॥
ହେ ରାଜନ୍ ! ଭଗବତ୍-ଚରଣାରବିନ୍ଦ-ରଜର ପ୍ରଭାବରେ ଯିଏ ଶରୀରର
ଭୋକ-ଶୋଷ, ଶୋକ-ମୋହ ଏବଂ ଜନ୍ମ-ମୃତ୍ୟୁ ଏହି ଛଅ ଗୁଣ ସହିତ ମନ
ଆଦି ଷଡଇନ୍ଦ୍ରିୟକୁ ଜିତି ନେଇଥିଲେ, ସେହି
ଭଗବଦ୍-ଭକ୍ତଙ୍କର ଏପରି ପୁରୁଷାର୍ଥ ହେବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ; କାରଣ
ବର୍ଣ୍ଣବହିଷ୍କୃତ ଚାଣ୍ଡାଳ ଆଦି ନୀଚ ଯୋନିର ପୁରୁଷ ମଧ୍ୟ ଥରେ ମାତ୍ର ଭଗବାନଙ୍କର ନାମ ଉଚ୍ଚାରଣ
କରି ତତ୍କାଳ ସଂସାରବନ୍ଧନରୁ ମୁକ୍ତ ହୋଇଯାଆନ୍ତି |
ସ ଏବମପରିମିତବଲପରାକ୍ରମ ଏକଦା ତୁ ଦେବର୍ଷିଚରଣା-
ନୁଶୟନାନୁପତିତଗୁଣବିସର୍ଗସଂସର୍ଗେଣାନିର୍ୱୃତମିବାତ୍ମାନଂ
ମନ୍ୟମାନ ଆତ୍ମନିର୍ୱେଦ ଇଦମାହ ॥ ୩୬॥
ଏହିପରି ଭାବରେ ଅତୁଳନୀୟ ବଳ-ପରାକ୍ରମରେ ଯୁକ୍ତ ମହାରାଜ ପ୍ରିୟବ୍ରତ, ଏକଦା ଦେବର୍ଷି ନାରଦଙ୍କ ଚରଣର ଶରଣରେ ଆସି ମଧ୍ୟ, ଦୈବବଶ ପ୍ରପଞ୍ଚର ଘେରରେ ଛନ୍ଦି ହୋଇ ଯାଇଥିବାରୁ ଅଶାନ୍ତ ହୋଇ
ମନେ-ମନେ ଏହିପରି କହିବାରେ ଲାଗିଲେ |
ଅହୋ ଅସାଧ୍ୱନୁଷ୍ଠିତଂ ଯଦଭିନିବେଶିତୋଽହମିନ୍ଦ୍ରିୟୈରବିଦ୍ୟା-
ରଚିତବିଷମବିଷୟାନ୍ଧକୂପେ ତଦଲମଲମମୁଷ୍ୟା ବନିତାୟା
ବିନୋଦମୃଗଂ ମାଂ ଧିଗ୍ଧିଗିତି ଗର୍ହୟାଞ୍ଚକାର ॥ ୩୭॥
‘ହାୟ ! ବହୁତ ଖରାପ ହେଲା | ମୋର ବିଷୟଲୋଲୁପ ଇନ୍ଦ୍ରିୟମାନେ ମୋତେ
ଏହି ବିଷମ ବିଷୟରୂପ ଅନ୍ଧକୂପରେ ପକାଇ ଦେଲେ | ବାସ୍, ଏବେ ବହୁତ ହୋଇଗଲା
| ମୁଁ ତ ସ୍ତ୍ରୀର କ୍ରୀଡାମୃଗ ହୋଇଗଲି; ସେ ମୋତେ ମାଙ୍କଡ ପରି ନଚାଇଲା | ମୋତେ ଧିକ୍କାର |
ଧିକ୍କାର ମୋତେ’ – ଏହିପରି ଭାବରେ ସେ ନିଜକୁ ବହୁତ ଭର୍ତ୍ସନା କଲେ |
ପରଦେବତାପ୍ରସାଦାଧିଗତାତ୍ମପ୍ରତ୍ୟବମର୍ଶେନାନୁପ୍ରବୃତ୍ତେଭ୍ୟଃ
ପୁତ୍ରେଭ୍ୟ
ଇମାଂ ଯଥାଦାୟଂ ବିଭଜ୍ୟ ଭୁକ୍ତଭୋଗାଂ ଚ ମହିଷୀଂ ମୃତକମିବ
ସହ ମହାବିଭୂତିମପହାୟ ସ୍ୱୟଂ ନିହିତନିର୍ୱେଦୋ ହୃଦି ଗୃହୀତ-
ହରିବିହାରାନୁଭାବୋ ଭଗବତୋ ନାରଦସ୍ୟ ପଦବୀଂ ପୁନରେବାନୁସସାର ॥ ୩୮॥
ପରମାରାଧ୍ୟ ଶ୍ରୀହରିଙ୍କ କୃପାରୁ ତାଙ୍କର ବିବେକବୃତ୍ତି ଜାଗ୍ରତ
ହୋଇଗଲା | ସେ ସମଗ୍ର ପୃଥିବୀକୁ ଯଥାଯୋଗ୍ୟ ନିଜ ଅନୁଗତ ପୁତ୍ରମାନଙ୍କ ମଧ୍ୟରେ ବଣ୍ଟନ କରିଦେଲେ
ଏବଂ ଯାହା ସହିତ ସେ ଅନେକ ପ୍ରକାରର ବିଷୟ ଭୋଗ କରୁଥିଲେ, ନିଜର ସେହି
ରାଜରାଣୀକୁ ସାମ୍ରାଜ୍ୟଲକ୍ଷ୍ମୀ ସହିତ ମୃତଦେହ ପ୍ରାୟ ତ୍ୟାଗ କରିଦେଲେ ତଥା ହୃଦୟରେ ବୈରାଗ୍ୟ
ଧାରଣ କରି, ଭଗବାନଙ୍କ ଲୀଳାର ଚିନ୍ତନ କରି, ତାହାର ପ୍ରଭାବରେ ନାରଦମୁନିଙ୍କ ଦ୍ବାରା
ନିର୍ଦ୍ଦେଶିତ ମାର୍ଗର ପୁନଃ ଅନୁସରଣ କଲେ |
ତସ୍ୟ ହ ବା ଏତେ ଶ୍ଲୋକାଃ
ପ୍ରିୟବ୍ରତକୃତଂ କର୍ମ କୋ ନୁ କୁର୍ୟାଦ୍ୱିନେଶ୍ୱରମ୍ ।
ଯୋ ନେମିନିମ୍ନୈରକରୋଚ୍ଛାୟାଂ ଘ୍ନନ୍ ସପ୍ତବାରିଧୀନ୍ ॥ ୩୯॥
ମହାରାଜ ପ୍ରିୟବ୍ରତଙ୍କ ବିଷୟରେ ନିମ୍ନଲିଖିତ ଲୋକୋକ୍ତି ପ୍ରସିଦ୍ଧ ଅଟେ –
ରାଜା ପ୍ରିୟବ୍ରତ ଯେଉଁ କର୍ମ କରିଛନ୍ତି, ତାହାକୁ ସର୍ବଶକ୍ତିମାନ ଈଶ୍ବରଙ୍କ ବ୍ୟତିତ ଆଉ କିଏ କରିପାରିବ ? ରାତ୍ରୀର ଅନ୍ଧକାରକୁ
ସମାପ୍ତ କରିବାର ପ୍ରଯତ୍ନରେ ସେ ନିଜ ରଥ ଚକ ଦ୍ବାରା ସୃଷ୍ଟ ଲୋକରେ ସାତ ସମୁଦ୍ର ସୃଷ୍ଟି
କରିଦେଲେ |
ଭୂସଂସ୍ଥାନଂ କୃତଂ ଯେନ ସରିଦ୍ଗିରିବନାଦିଭିଃ ।
ସୀମା ଚ ଭୂତନିର୍ୱୃତ୍ୟୈ ଦ୍ୱୀପେ ଦ୍ୱୀପେ ବିଭାଗଶଃ ॥ ୪୦॥
ପ୍ରାଣୀମାନଙ୍କୁ ଭୟମୁକ୍ତ କରିବା ନିମନ୍ତେ (ଯେପରି ସେମାନେ ପରସ୍ପର ସହିତ
କଳହ କରିବେ ନାହିଁ) ଦ୍ବୀପମାନଙ୍କ ଦ୍ବାରା ପୃଥିବୀର ବିଭାଜନ କଲେ ଏବଂ ପ୍ରତ୍ୟେକ ଦ୍ବୀପରେ
ଭିନ୍ନ ଭିନ୍ନ ନଦୀ, ପର୍ବତ ଏବଂ ବନ
ଦ୍ବାରା ତାହାର ସୀମା ନିର୍ଦ୍ଧାରଣ କରିଦେଲେ |
ଭୌମଂ ଦିବ୍ୟଂ ମାନୁଷଂ ଚ ମହିତ୍ୱଂ କର୍ମୟୋଗଜମ୍ ।
ଯଶ୍ଚକ୍ରେ ନିରୟୌପମ୍ୟଂ ପୁରୁଷାନୁଜନପ୍ରିୟଃ ॥ ୪୧॥
ସେ ଭଗବଦ୍-ଭକ୍ତ ନାରଦାଦିଙ୍କର ପ୍ରେମୀ ଭକ୍ତ ଥିଲେ | ସେ
ପାତାଳଲୋକରେ, ଦେବଲୋକରେ ଏବଂ ମର୍ତ୍ତ୍ୟଲୋକରେ ତଥା କର୍ମ ଏବଂ ଯୋଗ
ଶକ୍ତି ଦ୍ବାରା ପ୍ରାପ୍ତ ଐଶ୍ବର୍ଯ୍ୟକୁ ମଧ୍ୟ ନରକତୁଲ୍ୟ ମନେ କରୁଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ପ୍ରିୟବ୍ରତବିଜୟେ ପ୍ରଥମୋଽଧ୍ୟାୟଃ ॥ ୧॥

Comments
Post a Comment