ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ ବାସୁଦେବାୟ
॥
॥ ପଞ୍ଚମ ସ୍କନ୍ଧ ॥
ଦ୍ବିତୀୟ ଅଧ୍ୟାୟ
ଆଗ୍ନୀଧ୍ନ-ଚରିତ୍ର
ଶ୍ରୀଶୁକ ଉବାଚ
ଏବଂ ପିତରି ସମ୍ପ୍ରବୃତ୍ତେ ତଦନୁଶାସନେ ବର୍ତମାନ ଆଗ୍ନୀଧ୍ରୋ
ଜମ୍ବୂଦ୍ୱୀପୌକସଃ ପ୍ରଜା ଔରସବଦ୍ଧର୍ମାବେକ୍ଷମାଣଃ
ପର୍ୟଗୋପାୟତ୍ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ପିତା ପ୍ରିୟବ୍ରତଙ୍କୁ ଏହିପରି ଭାବରେ
ତପସ୍ୟାରେ ସଂଲଗ୍ନ ରହିବା ଦେଖି ରାଜା ଆଗ୍ନୀଧ୍ନ ତାଙ୍କ ଆଜ୍ଞା ଅନୁସରଣ କରି ଜମ୍ବୂଦ୍ବୀପର
ପ୍ରଜାମାନଙ୍କୁ ଧର୍ମାନୁସାରେ ପୁତ୍ରବତ୍ ପାଳନ କରିବାରେ ଲାଗିଲେ |
ସ ଚ କଦାଚିତ୍ପିତୃଲୋକକାମଃ ସୁରବରବନିତାକ୍ରୀଡାଚଲଦ୍ରୋଣ୍ୟାଂ
ଭଗବନ୍ତଂ ବିଶ୍ୱସୃଜାଂ ପତିମାଭୃତପରିଚର୍ୟୋପକରଣ ଆତ୍ମୈକାଗ୍ର୍ୟେଣ
ତପସ୍ୱ୍ୟାରାଧୟାମ୍ବଭୂବ ॥ ୨॥
ଥରେ ସେ ପିତୃଲୋକର କାମନାରେ ସତ୍-ପୁତ୍ରପ୍ରାପ୍ତି ନିମନ୍ତେ ପୂଜାର
ଆୟୋଜନ କରି ସୁରସୁନ୍ଦରୀମାନଙ୍କର କ୍ରୀଡାସ୍ଥଳୀ ମନ୍ଦରାଚଳର ଏକ ଘାଟିକୁ ଗଲେ ଏବଂ ତପସ୍ୟାରେ
ତତ୍ପର ହୋଇ ଏକାଗ୍ର ଚିତ୍ତରେ ପ୍ରଜାପତିମାନଙ୍କର ପତି ବ୍ରହ୍ମାଜୀଙ୍କର ଆରାଧନା କରିବାରେ
ଲାଗିଲେ |
ତଦୁପଲଭ୍ୟ ଭଗବାନାଦିପୁରୁଷଃ ସଦସି ଗାୟନ୍ତୀଂ ପୂର୍ୱଚିତ୍ତିଂ
ନାମାପ୍ସରସମଭିୟାପୟାମାସ ॥ ୩॥
ଆଦିଦେବ ଭଗବାନ ବ୍ରହ୍ମାଜୀ ତାଙ୍କର ଅଭିଳାଷକୁ ଜାଣି ନିଜ ସଭାର
ଗାୟିକା ପୂର୍ବଚିତି ନାମ୍ନୀ ଅପସରାଙ୍କୁ ତାଙ୍କ ନିକଟକୁ ପ୍ରେରଣ କଲେ |
ସା ଚ ତଦାଶ୍ରମୋପବନମତିରମଣୀୟଂ ବିବିଧନିବିଡବିଟପି-
ବିଟପନିକରସଂଶ୍ଲିଷ୍ଟପୁରଟଲତାରୂଢସ୍ଥଲବିହଙ୍ଗମମିଥୁନୈଃ
ପ୍ରୋଚ୍ୟମାନଶ୍ରୁତିଭିଃ ପ୍ରତିବୋଧ୍ୟମାନସଲିଲକୁକ୍କୁଟକାରଣ୍ଡବ-
କଲହଂସାଦିଭିର୍ୱିଚିତ୍ରମୁପକୂଜିତାମଲଜଲାଶୟକମଲାକର-
ମୁପବଭ୍ରାମ ॥ ୪॥
ଆଗ୍ନୀଧ୍ନଙ୍କ ଆଶ୍ରମ ନିକଟରେ ଏକ ଅତ୍ୟନ୍ତ ରମଣୀୟ ଉପବନ ଥିଲା; ଅପସରା ଜଣକ ସେହି ଉପବନରେ ବିଚରଣ କରିବାରେ ଲାଗିଲା | ସେହି ଉପବନରେ
ଅନେକ ସଘନ ତରୁବରମାନଙ୍କର ଶାଖା ସ୍ବର୍ଣ୍ଣଲତାରେ ଆଚ୍ଛାଦିତ ହୋଇଥିଲା | ତା’ ଉପରେ ବସି ମୟୂରାଦି ଅନେକ ପ୍ରକାରର ସ୍ଥଳଚାରୀ ପକ୍ଷୀମାନଙ୍କର ଯୋଡା
ସୁମଧୁର କଳରବ କରୁଥିଲେ | ସେମାନଙ୍କର ଷଡ୍ଜାଦି ସ୍ବରଯୁକ୍ତ ଧ୍ବନି ଶୁଣି ଜଳକୁକ୍କୁଟ, କାରଣ୍ଡବ
ଏବଂ କଳହଂସ ଆଦି ଜଳପକ୍ଷୀମାନେ ସଚେତ ହୋଇ ଭିନ୍ନ ଭିନ୍ନ କୂଜନ କରିବାରେ ଲାଗିଥିଲେ | ତଦ୍ବାରା
ସେଠାରେ ଥିବା କମଳବନରେ ସୁଶୋଭିତ ନିର୍ମଳ ସରୋବର ଗୁଞ୍ଜରିତ ହେଉଥିଲା |
ତସ୍ୟାଃ ସୁଲଲିତଗମନପଦବିନ୍ୟାସଗତିବିଲାସାୟାଶ୍ଚାନୁପଦଂ
ଖଣଖଣାୟମାନରୁଚିରଚରଣାଭରଣସ୍ୱନମୁପାକର୍ଣ୍ୟ
ନରଦେବକୁମାରଃ ସମାଧିୟୋଗେନାମୀଲିତନୟନନଲିନମୁକୁଲ-
ଯୁଗଲମୀଷଦ୍ୱିକଚୟ୍ୟ ବ୍ୟଚଷ୍ଟ ॥ ୫॥
ତାମେବାବିଦୂରେ ମଧୁକରୀମିବ ସୁମନସ ଉପଜିଘ୍ରନ୍ତୀଂ
ଦିବିଜମନୁଜମନୋନୟନାହ୍ଲାଦଦୁଘୈର୍ଗତିବିହାରବ୍ରୀଡା-
ବିନୟାବଲୋକସୁସ୍ୱରାକ୍ଷରାବୟବୈର୍ମନସି ନୃଣାଂ କୁସୁମାୟୁଧସ୍ୟ
ବିଦଧତୀଂ ବିବରଂ ନିଜମୁଖବିଗଲିତାମୃତାସବସହାସ-
ଭାଷଣାମୋଦମଦାନ୍ଧମଧୁକରନିକରୋପରୋଧେନ ଦ୍ରୁତପଦବିନ୍ୟାସେନ
ବଲ୍ଗୁସ୍ପନ୍ଦନସ୍ତନକଲଶକବରଭାରରଶନାଂ ଦେବୀଂ ତଦବଲୋକନେନ
ବିବୃତାବସରସ୍ୟ ଭଗବତୋ ମକରଧ୍ୱଜସ୍ୟ ବଶମୁପନୀତୋ
ଜଡବଦିତି ହୋବାଚ ॥ ୬॥
ପୂର୍ବଚିତିର ବିଳାସପୂର୍ଣ୍ଣ ସୁଲଳିତ ଗତିବିଧି ଏବଂ ପଦବିନ୍ୟାସ ଶୈଳୀ
ସହିତ ତାଳ ଦେଇ ତା’ର ଚରଣନୂପୁର
ଝଙ୍କୃତ ହେବାରେ ଲାଗିଥିଲା | ସେହି ମନୋହର ଧ୍ବନି ଶୁଣି ରାଜକୁମାର ଆଗ୍ନୀଧ୍ନ ସମାଧିଯୋଗରେ
ମୁଦ୍ରିତ ନିଜର କମଳ-କଳୀ ସଦୃଶ ସୁନ୍ଦର ନେତ୍ରକୁ ଅର୍ଦ୍ଧନିମୀଳିତ କରନ୍ତେ ନିଜର ଅତି ନିକଟରେ
ସେହି ଅପସରାକୁ ଦେଖିବାକୁ ପାଇଲେ | ସେ ଭ୍ରମର ପରି ପ୍ରତ୍ୟେକ ପୁଷ୍ପ ନିକଟକୁ ଯାଇ ତାହାର
ସୁଗନ୍ଧ ଆଘ୍ରାଣ କରୁଥିଲା ତଥା ଦେବତା ଓ ମନୁଷ୍ୟଙ୍କ ମନ ଏବଂ ନେତ୍ରକୁ ଆହ୍ଲାଦିତ କରୁଥିବା
ନିଜର ବିଳାସପୂର୍ଣ୍ଣ ଗତି, କ୍ରୀଡା-ଚାପଲ୍ୟ, ଲଜ୍ଜା ଏବଂ ବିନୟଯୁକ୍ତ ଚାହାଣୀ, ସୁମଧୁର ବାଣୀ ତଥା
ମନୋହର ଅଙ୍ଗ-ଅବୟବ ଦ୍ବାରା ପୁରୁଷ ହୃଦୟରେ କାମଦେବଙ୍କର ପ୍ରବେଶ ନିମନ୍ତେ ଦ୍ବାରା ଉନ୍ମୁକ୍ତ
କରି ଦେଉଥିଲା | ସେ ଯେତେବେଳେ ହସି ହସି କଥା କହୁଥିଲା, ମନେ ହେଉଥିଲା ସତେ
ଯେପରି ତା’ ମୁଖରୁ ଅମୃତମୟ ମାଦକ ମଧୁ ଝରୁଛି | ତା’ର ନିଃଶ୍ବାସର ଗନ୍ଧରେ ମଦାନ୍ଧ ହୋଇ ଭ୍ରମରମାନେ ତା’ର ମୁଖକମଳକୁ ଘେରି ଯାଉଥିଲେ | ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ
ସେ ଯେତେବେଳେ ଦ୍ରୁତ ପଦଚାଳନ କରୁଥିଲା, ସେତେବେଳେ ତାହାର
କୁଚକଳସ, ବେଣୀ ଏବଂ କଟିର ଦୋଳନ ଅତ୍ୟନ୍ତ ରମଣିକ ମନେ ହେଉଥିଲା |
ଏସବୁ ଦେଖିବା ଦ୍ବାରା ଭଗବାନ କାମଦେବଙ୍କୁ ଆଗ୍ନୀଧ୍ନଙ୍କ ହୃଦୟରେ ପ୍ରବେଶ କରିବାର ଅବସର
ମିଳିଗଲା ଏବଂ ତାଙ୍କର ଅଧୀନସ୍ତ ହୋଇ ରାଜା ସେହି ଅପସରାକୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ
ପାଗଳ-ପ୍ରାୟ ଏପରି କହିବାରେ ଲାଗିଲେ |
କା ତ୍ୱଂ ଚିକୀର୍ଷସି ଚ କିଂ ମୁନିବର୍ୟ ଶୈଲେ
ମାୟାସି କାପି ଭଗବତ୍ପରଦେବତାୟାଃ ।
ବିଜ୍ୟେ ବିଭର୍ଷି ଧନୁଷୀ ସୁହୃଦାତ୍ମନୋଽର୍ଥେ
କିଂ ବା ମୃଗାନ୍ ମୃଗୟସେ ବିପିନେ ପ୍ରମତ୍ତାନ୍ ॥ ୭॥
ହେ ତପସ୍ବିନୀ ! ତୁମେ କିଏ, ଏହି ପର୍ବତ ଉପରେ ତୁମେ କ’ଣ କରିବାକୁ ଇଚ୍ଛା କରୁଛ ? ତୁମେ ପରମପୁରୁଷ ଶ୍ରୀନାରାୟଣଙ୍କର କୌଣସି
ମାୟା ନୁହେଁ ତ ? (ତାଙ୍କ ଭୃକୁଟିକୁ ଲକ୍ଷ କରି) ସଖି ! ତୁମେ ବିନା ଡୋରିରେ ଏହି ଦୁଇଟି ଧନୁଷ
କାହିଁକି ଧାରଣ କରିଛ ? ଏହାଦ୍ବାରା ତୁମ ନିଜସ୍ବ କୌଣସି ପ୍ରୟୋଜନ ସିଦ୍ଧ ହେଉଛି ଅଥବା ଏହି
ସଂସାର-ଅରଣ୍ୟରେ ତୁମେ ମୋ ପରି ମତୁଆଲା ମୃଗମାନଙ୍କୁ ଶିକାର କରିବାକୁ ଇଚ୍ଛା କରୁଛ ?
ବାଣାବିମୌ ଭଗବତଃ ଶତପତ୍ରପତ୍ରୌ
ଶାନ୍ତାବପୁଙ୍ଖରୁଚିରାବତିତିଗ୍ମଦନ୍ତୌ ।
କସ୍ମୈ ଯୁୟୁଙ୍କ୍ଷସି ବନେ ବିଚରନ୍ ନ ବିଦ୍ମଃ
କ୍ଷେମାୟ ନୋ ଜଡଧିୟାଂ ତବ ବିକ୍ରମୋଽସ୍ତୁ ॥ ୮॥
(କଟାକ୍ଷକୁ ଲକ୍ଷ୍ୟ କରି) ତୁମର ଏହି ଦୁଇଟି ବାଣ ତ ଅତି ସୁନ୍ଦର ଏବଂ
ତୀକ୍ଷ୍ଣ ଅଟେ | କମଳଦଳ ପରି ପକ୍ଷଯୁକ୍ତ ହୋଇ ଏହା ଶାନ୍ତ ମନେହେଉଛି; କିନ୍ତୁ ଏହା ପକ୍ଷ୍ମହୀନ ଅଟେ | ଏହି
ବନରେ ବିଚରଣ କରି ତୁମେ ଏହାକୁ କାହା ପ୍ରତି ନିକ୍ଷେପ କରିବାକୁ ଇଚ୍ଛା କରୁଛ ? ଏଠାରେ ତୁମର
କେହି ପ୍ରତିଦ୍ବନ୍ଦୀ ଥିବା ପରି ତ ଦେଖା ଯାଉ ନାହାଁନ୍ତି | ତୁମର ଏହି ପରାକ୍ରମ ଆମ୍ଭମାନଙ୍କ
ପରି ଜଡବୁଦ୍ଧିଙ୍କ ପାଇଁ କଲ୍ୟାଣକାରୀ ହେଉ |
ଶିଷ୍ୟା ଇମେ ଭଗବତଃ ପରିତଃ ପଠନ୍ତି
ଗାୟନ୍ତି ସାମ ସରହସ୍ୟମଜସ୍ରମୀଶମ୍ ।
ଯୁଷ୍ମଚ୍ଛିଖାବିଲୁଲିତାଃ ସୁମନୋଽଭିବୃଷ୍ଟୀଃ
ସର୍ୱେ ଭଜନ୍ତ୍ୟୃଷିଗଣା ଇବ ବେଦଶାଖାଃ ॥ ୯॥
(ଭ୍ରମରମାନଙ୍କ ପ୍ରତି ଲକ୍ଷ୍ୟ କରି) ଦେବୀ ! ତୁମ ଚତୁର୍ପାଶ୍ବରେ
ଏହି ଯେଉଁ ଶିଷ୍ୟଗଣ ଅଧ୍ୟୟନ ରତ ଅଛନ୍ତି, ସେମାନେ ତ
ନିରନ୍ତର ରହସ୍ୟଯୁକ୍ତ ସାମଗାନ କରି ସତେ ଯେପରି ଭଗବାନଙ୍କର ସ୍ତୁତି କରୁଛନ୍ତି ଏବଂ ଋଷିଗଣ
ବେଦଶାଖାର ଅନୁସରଣ କରିବା ପରି ଏମାନେ ତୁମ ବେଣୀରୁ ଝରି ପଡୁଥିବା ପୁଷ୍ପର ସେବନ କରୁଛନ୍ତି |
ବାଚଂ ପରଂ ଚରଣପଞ୍ଜରତିତ୍ତିରୀଣାଂ
ବ୍ରହ୍ମନ୍ନରୂପମୁଖରାଂ ଶୃଣବାମ ତୁଭ୍ୟମ୍ ।
ଲବ୍ଧା କଦମ୍ବରୁଚିରଙ୍କବିଟଙ୍କବିମ୍ବେ
ଯସ୍ୟାମଲାତପରିଧିଃ କ୍ୱ ଚ ବଲ୍କଲଂ ତେ ॥ ୧୦॥
(ନୂପୁର ଶବ୍ଦକୁ ସଙ୍କେତ କରି) ତୁମ ଚରଣରୂପ ପଞ୍ଜୁରୀ ଭିତରେ ଥିବା
ପକ୍ଷୀର ରାବ ତ ଶୁଣାଯାଉଛି, କିନ୍ତୁ ତା’ର ରୂପ ଦେଖିବାକୁ ମିଳୁନାହିଁ | (କଟିସହିତ ପୀତବର୍ଣ୍ଣର ଶାଢୀରେ
ଆବୃତ ଅଙ୍ଗକାନ୍ତିକୁ ଉଦ୍ଦେଶ୍ୟ କରି) ତୁମର ନିତମ୍ବ ଉପରେ ଏହି କଦମ୍ବ-କୁସୁମର ଆଭା କିପରି
ଆସିଲା, ଯାହା ଉପରେ ଅଗ୍ନିର ଏକ ମଣ୍ଡଳ ଦେଖା ଯାଉଛି | ତୁମର ବଲ୍କଳ-ବସ୍ତ୍ର କେଉଁଆଡେ ଗଲା ?
କିଂ ସମ୍ଭୃତଂ ରୁଚିରୟୋର୍ଦ୍ୱିଜ ଶୃଙ୍ଗୟୋସ୍ତେ
ମଧ୍ୟେ କୃଶୋ ବହସି ଯତ୍ର ଦୃଶିଃ ଶ୍ରିତା ମେ ।
ପଙ୍କୋଽରୁଣଃ ସୁରଭିରାତ୍ମବିଷାଣ ଈଦୃଗ୍
ଯେନାଶ୍ରମଂ ସୁଭଗ ମେ ସୁରଭୀକରୋଷି ॥ ୧୧॥
(କୁଙ୍କୁମମଣ୍ଡିତ କୁଚକୁ ଲକ୍ଷ୍ୟ କରି) ହେ ତପସ୍ବିନୀ ! ତୁମେ ନିଜର
ଏହି ସୁନ୍ଦର ଶିଂଘ ଦୁଇଟିରେ କ’ଣ ଭରିରଖିଛ ?
ନିଶ୍ଚିତ ଭାବରେ ଏଥିରେ ବହୁତ ଅମୂଲ୍ୟ ରତ୍ନ ଭରିରହିଛି, ଯାହା ସକାଶେ ତୁମର
ମଧ୍ୟଭାଗ ଏତେ କୃଶ ହୋଇଥିଲେ ମଧ୍ୟ ତୁମେ ଏମାନଙ୍କର ବୋଝ ବହନ କରୁଛ | ମୋର ଦୃଷ୍ଟି ତ ସେଠାରେ
ଅଟକି ରହିଛି | ହେ ସୁନ୍ଦରୀ ! ଏହା ଉପରେ ତୁମେ ଯେଉଁ ଲାଲ ରଙ୍ଗର ପ୍ରଲେପ ଲେପନ କରିଛ, ତା’ର ସୁଗନ୍ଧରେ ମୋର ସାରା ଆଶ୍ରମ ମହକି ଉଠୁଛି |
ଲୋକଂ ପ୍ରଦର୍ଶୟ ସୁହୃତ୍ତମ ତାବକଂ ମେ
ଯତ୍ରତ୍ୟ ଇତ୍ଥମୁରସାବୟବାବପୂର୍ୱୌ ।
ଅସ୍ମଦ୍ୱିଧସ୍ୟ ମନ ଉନ୍ନୟନୌ ବିଭର୍ତି
ବହ୍ୱଦ୍ଭୁତଂ ସରସରାସସୁଧାଦିବକ୍ତ୍ରେ ॥ ୧୨॥
ସଖି ! ମୋତେ ତୁମେ ନିଜର ଦେଶ ଦେଖାଇ ଦିଅ, ଯାହାର ନିବାସୀମାନେ ନିଜ ବକ୍ଷ-ସ୍ଥଳରେ ଏପରି ଅଦ୍ଭୁତ ଅବୟବ ଧାରଣ
କରିଥାଆନ୍ତି, ଯାହା ଆମ ପରି ପ୍ରାଣୀମାନଙ୍କର ଚିତ୍ତକୁ କ୍ଷୁବ୍ଧ କରିଦିଏ ତଥା ଯେଉଁମାନେ ନିଜ
ମୁଖରେ ବିଚିତ୍ର ହାବ-ଭାବ, ସରସଭାଷଣ ଏବଂ
ଅଧରାମୃତ ପରି ଅଦ୍ଭୁତ ବସ୍ତୁ ସବୁ ରଖିଥାଆନ୍ତି |
କା ବାଽଽତ୍ମବୃତ୍ତିରଦନାଦ୍ଧବିରଙ୍ଗ ବାତି
ବିଷ୍ଣୋଃ କଲାସ୍ୟନିମିଷୋନ୍ମକରୌ ଚ କର୍ଣୌ ।
ଉଦ୍ୱିଗ୍ନମୀନୟୁଗଲଂ ଦ୍ୱିଜପଙ୍କ୍ତିଶୋଚି-
ରାସନ୍ନଭୃଙ୍ଗନିକରଂ ସର ଉନ୍ମୁଖଂ ତେ ॥ ୧୩॥
ପ୍ରିୟବର ! ତୁମର ଭୋଜନ କ’ଣ, ଯାହାର ଭକ୍ଷଣ
କରି ତୁମ ମୁଖରୁ ହୋମ-ସାମଗ୍ରୀର ସୁଗନ୍ଧ ପରିବ୍ୟାପ୍ତ ହେଉଛି ? ମନେହେଉଛି, ତୁମେ ବିଷ୍ଣୁଭଗବାନଙ୍କର କୌଣସି କଳା ହିଁ ଅଟ, ସେଥିପାଇଁ ତୁମ କାନରେ ଅପଲକ ଅନାଇ ରହିଥିବା ମକର ଆକାରର ଦୁଇଟି
କୁଣ୍ଡଳ ରହିଛି | ତୁମର ମୁଖ ଏକ ସୁନ୍ଦର ସରୋବର ସଦୃଶ ଅଟେ, ଯାହା ଭୟରେ ଥରିବାରେ ଲାଗିଥିବା
ମତ୍ସ୍ୟ ସଦୃଶ ଦୁଇଟି ଚଞ୍ଚଳ ନେତ୍ର, ହଂସ ପରି
ଦନ୍ତପଂକ୍ତି ଏବଂ ଭ୍ରମର ସଦୃଶ କୁଞ୍ଚିତ ଅଳକାବଳୀରେ ଶୋଭାୟମାନ ଅଟେ |
ଯୋଽସୌ ତ୍ୱୟା କରସରୋଜହତଃ ପତଙ୍ଗୋ
ଦିକ୍ଷୁ ଭ୍ରମନ୍ ଭ୍ରମତ ଏଜୟତେଽକ୍ଷିଣୀ ମେ
ମୁକ୍ତଂ ନ ତେ ସ୍ମରସି ବକ୍ରଜଟାବରୂଥଂ
କଷ୍ଟୋଽନିଲୋ ହରତି ଲମ୍ପଟ ଏଷ ନୀବୀମ୍ ॥ ୧୪॥
ତୁମେ ଯେତେବେଳେ ନିଜ କରକମଳରେ ପେଣ୍ଡୁ ଉଛାଳିଵାରେ ଲାଗିଥାଅ, ସେତେବେଳେ ତାହା ବିଭିନ୍ନ ଦିଗକୁ ଯାଇ ମୋର ନେତ୍ରକୁ ଚଞ୍ଚଳ କରିବା
ସହିତ ମୋର ମନକୁ ମଧ୍ୟ ଅସ୍ଥିର କରିଦେଉଛି | ତୁମର ସୁନ୍ଦର କେଶରାଶି ବିକ୍ଷିପ୍ତ ହୋଇଯାଇଛି, ତାହାକୁ ତୁମେ ସମ୍ଭାଳି ପାରୁନାହଁ | ଏହି ଧୂର୍ତ୍ତ ବାୟୁ ତୁମର
କଟିବସ୍ତ୍ରକୁ ଉଡାଇବାରେ ଲାଗିଛି |
ରୂପଂ ତପୋଧନ ତପଶ୍ଚରତାଂ ତପୋଘ୍ନଂ
ହ୍ୟେତତ୍ତୁ କେନ ତପସା ଭବତୋପଲବ୍ଧମ୍ ।
ଚର୍ତୁଂ ତପୋଽର୍ହସି ମୟା ସହ ମିତ୍ର ମହ୍ୟଂ
କିଂ ବା ପ୍ରସୀଦତି ସ ବୈ ଭବଭାବନୋ ମେ ॥ ୧୫॥
କେଉଁ ତପ ପ୍ରଭାବରେ ତୁମେ ତପସ୍ବୀମାନଙ୍କୁ ତପୋଭ୍ରଷ୍ଟ କରି
ପାରୁଥିବା ଏହି ଅନୂପମ ରୂପ ପ୍ରାପ୍ତ କରିଛ ? ଆସ, କିଛିଦିନ ମୋ ସହିତ
ରହି ତପସ୍ୟା କର | ଏପରି ନୁହେଁ ତ, ବିଶ୍ବବିସ୍ତାର
ଇଚ୍ଛାରେ ସ୍ବୟଂ ବ୍ରହ୍ମାଜୀ କୃପା କରି ତୁମକୁ ମୋ ପାଖକୁ ପଠାଇଛନ୍ତି ?
ନ ତ୍ୱାଂ ତ୍ୟଜାମି ଦୟିତଂ ଦ୍ୱିଜଦେବଦତ୍ତଂ
ଯସ୍ମିନ୍ ମନୋ ଦୃଗପି ନୋ ନ ବିୟାତି ଲଗ୍ନମ୍ ।
ମାଂ ଚାରୁଶୃଙ୍ଗ୍ୟର୍ହସି ନେତୁମନୁବ୍ରତଂ ତେ
ଚିତ୍ତଂ ଯତଃ ପ୍ରତିସରନ୍ତୁ ଶିବାଃ ସଚିବ୍ୟଃ ॥ ୧୬॥
ସତରେ, ତୁମେ
ବ୍ରହ୍ମାଜୀଙ୍କର ହିଁ ଦାନ ଅଟ, ମୁଁ ତୁମକୁ ଛାଡି
ପାରିବି ନାହିଁ | ମୋର ମନ ଏବଂ ନେତ୍ର ତ ତୁମଠାରେ ଏପରି ଲାଖି ଯାଇଛନ୍ତି ଯେ ସେମାନେ ଅନ୍ୟତ୍ର
ଯିବାକୁ ଇଚ୍ଛା କରୁନାହାଁନ୍ତି | ହେ ସୁନ୍ଦରୀ ! ତୁମର ମନ ଯେଉଁଠି ରହିଛି, ମୋତେ ମଧ୍ୟ ସେଠାକୁ ନେଇ ଚାଲ; ମୁଁ ତ ତୁମର
ଅନୁଚର ଅଟେ, ତାଛଡା ତୁମର ଏହି ମଙ୍ଗଳମୟୀ ସଖୀମାନେ ମଧ୍ୟ ଆମ ସହିତ
ରହନ୍ତୁ |
ଶ୍ରୀଶୁକ ଉବାଚ
ଇତି ଲଲନାନୁନୟାତିବିଶାରଦୋ ଗ୍ରାମ୍ୟବୈଦଗ୍ଧ୍ୟଯା
ପରିଭାଷୟା ତାଂ ବିବୁଧବଧୂଂ ବିବୁଧମତିରଧିସଭା-
ଜୟାମାସ ॥ ୧୭॥
ଶ୍ରୀଶୁକଦେବ କହୁଛନ୍ତି – ହେ ରାଜନ୍ ! ଆଗ୍ନୀଧ୍ନ ଦେବତାମାନଙ୍କ ପରି
ବୁଦ୍ଧିମାନ ଏବଂ ସ୍ତ୍ରୀମାନଙ୍କୁ ପ୍ରସନ୍ନ କରିବାରେ ଅତ୍ୟନ୍ତ କୁଶଳ ଥିଲେ | ଏହି ପ୍ରକାରର
ରତିଚାତୁର୍ଯ୍ୟମୟୀ ସୁମିଷ୍ଠ ବଚନରେ ସେ ସେହି ଅପସରାକୁ ପ୍ରସନ୍ନ କରିନେଲେ |
ସା ଚ ତତସ୍ତସ୍ୟ ବୀରୟୂଥପତେର୍ବୁଦ୍ଧିଶୀଲରୂପବୟଃ-
ଶ୍ରିୟୌଦାର୍ୟେଣ ପରାକ୍ଷିପ୍ତମନାସ୍ତେନ ସହାୟୁତାୟୁତ-
ପରିବତ୍ସରୋପଲକ୍ଷଣଂ କାଲଂ ଜମ୍ବୂଦ୍ୱୀପପତିନା
ଭୌମସ୍ୱର୍ଗଭୋଗାନ୍ ବୁଭୁଜେ ॥ ୧୮॥
ବୀରସମାଜରେ ଅଗ୍ରଗଣ୍ୟ ଆଗ୍ନୀଧ୍ନଙ୍କର ବୁଦ୍ଧି, ଶୀଳ, ରୂପ, ଅବସ୍ଥା, ଲକ୍ଷ୍ମୀ ଏବଂ
ଉଦାରତାରେ ଆକର୍ଷିତ ହୋଇ ସେହି ଅପସରା ଜମ୍ବୂଦ୍ବୀପାଧିପତିଙ୍କ ସହିତ କେତେ ହଜାର ବର୍ଷଯାଏଁ
ପୃଥିବୀ ଏବଂ ସ୍ବର୍ଗ ସୁଖ ଭୋଗ କଲା |
ତସ୍ୟାମୁ ହ ବା ଆତ୍ମଜାନ୍ ସ ରାଜବର ଆଗ୍ନୀଧ୍ରୋ
ନାଭିକିମ୍ପୁରୁଷହରିବର୍ଷେଲାବୃତରମ୍ୟକହିରଣ୍ମୟକୁରୁଭଦ୍ରାଶ୍ୱ-
କେତୁମାଲସଞ୍ଜ୍ଞାନ୍ ନବ ପୁତ୍ରାନଜନୟତ୍ ॥ ୧୯॥
ତଦନନ୍ତର ନୃପବର ଆଗ୍ନୀଧ୍ନ ତା’ ଗର୍ଭରୁ ନାଭି, କିମ୍ପୁରୁଷ, ହରିବର୍ଷ, ଇଲାବୃତ, ରମ୍ୟକ, ହିରଣ୍ମୟ, କୁରୁ, ଭଦ୍ରାଶ୍ବ ଏବଂ କେତୁମାଳ ନାମରେ ନଅ ପୁତ୍ର ଉତ୍ପନ୍ନ କଲେ |
ସା ସୂତ୍ୱାଥ ସୁତାନ୍ ନବାନୁବତ୍ସରଂ ଗୃହ ଏବାପହାୟ
ପୂର୍ୱଚିତ୍ତିର୍ଭୂୟ ଏବାଜଂ ଦେବମୁପତସ୍ଥେ ॥ ୨୦॥
ଏହିପରି ଭାବରେ ପ୍ରତି ବର୍ଷ ଗୋଟିଏ ଗୋଟିଏ ନଅ ପୁତ୍ର ଉତ୍ପନ୍ନ କରି
ନଅ ବର୍ଷ ପରେ ପୂର୍ବଚିତି ସେମାନଙ୍କୁ ରାଜଭବନରେ ଛାଡି ପୁନର୍ବାର ବ୍ରହ୍ମାଜୀଙ୍କ ସେବାରେ
ଉପସ୍ଥିତ ହୋଇଗଲା |
ଆଗ୍ନୀଧ୍ରସୁତାସ୍ତେ ମାତୁରନୁଗ୍ରହାଦୌତ୍ପତ୍ତିକେନୈବ
ସଂହନନବଲୋପେତାଃ ପିତ୍ରା ବିଭକ୍ତା ଆତ୍ମତୁଲ୍ୟନାମାନି
ଯଥାଭାଗଂ ଜମ୍ବୂଦ୍ୱୀପବର୍ଷାଣି ବୁଭୁଜୁଃ ॥ ୨୧॥
ମାତାଙ୍କର ଅନୁଗ୍ରହରୁ ଆଗ୍ନୀଧ୍ନଙ୍କର ପୁତ୍ରମାନେ ସ୍ବଭାବତଃ ସୁଡୌଳ
ଏବଂ ସବଳ ଶରୀରଧାରୀ ଥିଲେ | ଆଗ୍ନୀଧ୍ନ ଜମ୍ବୂଦ୍ବୀପର ବିଭାଜନ କରି ତାଙ୍କ ପୁତ୍ରମାନଙ୍କ
ନାମବିଶିଷ୍ଟ ନଅଟି ଭୂଖଣ୍ଡରେ ପରିଣତ କଲେ ଏବଂ ତାହାକୁ ପ୍ରତ୍ୟେକ ପୁତ୍ରଙ୍କୁ ଅର୍ପଣ କଲେ |
ତାପରେ ସେମାନେ ସମସ୍ତେ ନିଜ-ନିଜ ଭୂଖଣ୍ଡର ରାଜ୍ୟ ଭୋଗ କରିବାରେ ଲାଗିଲେ |
ଆଗ୍ନୀଧ୍ରୋ ରାଜାତୃପ୍ତଃ କାମାନାମପ୍ସରସମେବାନୁଦିନ-
ମଧିମନ୍ୟମାନସ୍ତସ୍ୟାଃ ସଲୋକତାଂ ଶ୍ରୁତିଭିରବାରୁନ୍ଧ
ଯତ୍ର ପିତରୋ ମାଦୟନ୍ତେ ॥ ୨୨॥
ମହାରାଜ ଆଗ୍ନୀଧ୍ନ ଦିନ-ଦିନ ଧରି ଅନେକ ପ୍ରକାରର ଭୋଗ୍ୟବସ୍ତୁ ଭୋଗ
କରି ମଧ୍ୟ ଅତୃପ୍ତ ହିଁ ରହିଥିଲେ | ସେ ସେହି ଅପସରାକୁ ହିଁ ନିଜର ପରମ ପୁରୁଷାର୍ଥ ମନେ
କରୁଥିଲେ | ସେଥିପାଇଁ ସେ ବୈଦିକ କର୍ମ ଦ୍ବାରା ସେହି ଲୋକକୁ ପ୍ରାପ୍ତ କରିଥିଲେ, ଯେଉଁଠାରେ ପିତୃଗଣ ନିଜ ସୁକୃତ ଅନୁସାରେ ଅନେକ ପ୍ରକାରର ଭୋଗରେ
ମସ୍ତ ରହିଥାଆନ୍ତି |
ସମ୍ପରେତେ ପିତରି ନବ ଭ୍ରାତରୋ ମେରୁଦୁହିତୄର୍ମେରୁଦେବୀଂ
ପ୍ରତିରୂପା-
ମୁଗ୍ରଦଂଷ୍ଟ୍ରୀଂ ଲତାଂ ରମ୍ୟାଂ ଶ୍ୟାମାଂ ନାରୀଂ ଭଦ୍ରାଂ
ଦେବବୀତିମିତି ସଞ୍ଜ୍ଞା
ନବୋଦବହନ୍ ॥ ୨୩॥
ପିତାଙ୍କର ପରଲୋକ ଗମନ ପରେ
ନାଭି ଆଦି ନଅ ଭାଈ ମେରୁଙ୍କର ମେରୁଦେବୀ, ପ୍ରତିରୂପା, ଉଗ୍ରଦଂଷ୍ଟ୍ରୀ, ଲତା, ରମ୍ୟା, ଶ୍ୟାମା, ନାରୀ, ଭଦ୍ରା ଏବଂ ଦେବବୀତି ନାମଧାରୀ ନଅ କନ୍ୟାଙ୍କୁ ବିବାହ କଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଆଗ୍ନୀଧ୍ରବର୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ॥ ୨॥

Comments
Post a Comment