ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ପଞ୍ଚମ ସ୍କନ୍ଧ ॥ ତ୍ରୟୋଦଶ ଅଧ୍ୟାୟ ଭବାଟବୀର ବର୍ଣ୍ଣନ ଏବଂ ରହୂଗଣଙ୍କର ସଂଶୟନାଶ ବ୍ରାହ୍ମଣ ଉବାଚ ଦୁରତ୍ୟଯେଽଧ୍ୱନ୍ୟଜୟା ନିବେଶିତୋ ରଜସ୍ତମଃସତ୍ତ୍ୱବିଭକ୍ତକର୍ମଦୃକ୍ । ସ ଏଷ ସାର୍ଥୋଽର୍ଥପରଃ ପରିଭ୍ରମନ୍ ଭବାଟବୀଂ ଯାତି ନ ଶର୍ମ ବିନ୍ଦତି ॥ ୧॥ ରାଜନ୍ ! ଏହି ଜୀବସମୂହ ସୁଖରୂପ ଧନରେ ଆସକ୍ତ ଦେଶ-ଦେଶାନ୍ତରରେ ଘୂରି-ବୁଲି ବ୍ୟାପାର କରୁଥିବା ବ୍ୟାପାରୀ ଦଳଙ୍କ ପରି ଅଟନ୍ତି | ମାୟା ଏମାନଙ୍କୁ ଦୁସ୍ତର ପ୍ରବୃତ୍ତିମାର୍ଗରେ ନିୟୋଜିତ କରି ରଖିଛି , ସେଥିପାଇଁ ଏମାନଙ୍କର ଦୃଷ୍ଟି ସାତ୍ତ୍ବିକ, ରାଜସିକ , ତାମସିକ ଭେଦରେ ନାନାଦି କର୍ମ ପ୍ରତି ହିଁ ଯାଇଥାଏ | ସେହିସବୁ କର୍ମରେ ଭ୍ରମିତ ହୋଇ ସେମାନେ ସଂସାରରୂପ ଜଙ୍ଗଲରେ ପ୍ରବେଶ କରିଯାଆନ୍ତି, ଯେଉଁଠାରେ ସେମାନଙ୍କୁ ତିଳେମାତ୍ର ଶାନ୍ତି ମିଳେନାହିଁ | ଯସ୍ୟାମିମେ ଷଣ୍ନରଦେବ ଦସ୍ୟବଃ ସାର୍ଥଂ ବିଲୁମ୍ପନ୍ତି କୁନାୟକଂ ବଲାତ୍ । ଗୋମାୟବୋ ଯତ୍ର ହରନ୍ତି ସାର୍ଥିକଂ ପ୍ରମତ୍ତମାବିଶ୍ୟ ଯଥୋରଣଂ ବୃକାଃ ॥ ୨॥ ମହାରାଜ ! ସେହି ଜଙ୍ଗଲରେ ଛଅ ଜଣ ଡାକୁ ଅଛନ୍ତି | ବଣିକ ସମାଜର ନାୟକ ଅତ୍ୟନ୍ତ ଦୁଷ୍ଟ ସ୍ବଭାବର ଅଟେ | ତା ’ ର ନେତୃତ୍ବରେ ବ୍ୟାପାରୀ ଦଳ ଯେତେବେଳେ ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି , ଡକାୟତ ଦଳ ସେମାନଙ୍କର ଧନ-ସମ୍ପତ୍ତି ଲୁଟି ନିଅନ୍ତି | ...