ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ତ୍ରୟୋଦଶ ଅଧ୍ୟାୟ

ଭବାଟବୀର ବର୍ଣ୍ଣନ ଏବଂ ରହୂଗଣଙ୍କର ସଂଶୟନାଶ

 

ବ୍ରାହ୍ମଣ ଉବାଚ

ଦୁରତ୍ୟଯେଽଧ୍ୱନ୍ୟଜୟା ନିବେଶିତୋ

ରଜସ୍ତମଃସତ୍ତ୍ୱବିଭକ୍ତକର୍ମଦୃକ୍ ।

ସ ଏଷ ସାର୍ଥୋଽର୍ଥପରଃ ପରିଭ୍ରମନ୍

ଭବାଟବୀଂ ଯାତି ନ ଶର୍ମ ବିନ୍ଦତି ॥ ୧॥

ରାଜନ୍ ! ଏହି ଜୀବସମୂହ ସୁଖରୂପ ଧନରେ ଆସକ୍ତ ଦେଶ-ଦେଶାନ୍ତରରେ ଘୂରି-ବୁଲି ବ୍ୟାପାର କରୁଥିବା ବ୍ୟାପାରୀ ଦଳଙ୍କ ପରି ଅଟନ୍ତି | ମାୟା ଏମାନଙ୍କୁ ଦୁସ୍ତର ପ୍ରବୃତ୍ତିମାର୍ଗରେ ନିୟୋଜିତ କରି ରଖିଛି, ସେଥିପାଇଁ ଏମାନଙ୍କର ଦୃଷ୍ଟି ସାତ୍ତ୍ବିକ, ରାଜସିକ, ତାମସିକ ଭେଦରେ ନାନାଦି କର୍ମ ପ୍ରତି ହିଁ ଯାଇଥାଏ | ସେହିସବୁ କର୍ମରେ ଭ୍ରମିତ ହୋଇ ସେମାନେ ସଂସାରରୂପ ଜଙ୍ଗଲରେ ପ୍ରବେଶ କରିଯାଆନ୍ତି, ଯେଉଁଠାରେ ସେମାନଙ୍କୁ ତିଳେମାତ୍ର ଶାନ୍ତି ମିଳେନାହିଁ |

ଯସ୍ୟାମିମେ ଷଣ୍ନରଦେବ ଦସ୍ୟବଃ

ସାର୍ଥଂ ବିଲୁମ୍ପନ୍ତି କୁନାୟକଂ ବଲାତ୍ ।

ଗୋମାୟବୋ ଯତ୍ର ହରନ୍ତି ସାର୍ଥିକଂ

ପ୍ରମତ୍ତମାବିଶ୍ୟ ଯଥୋରଣଂ ବୃକାଃ ॥ ୨॥

ମହାରାଜ ! ସେହି ଜଙ୍ଗଲରେ ଛଅ ଜଣ ଡାକୁ ଅଛନ୍ତି | ବଣିକ ସମାଜର ନାୟକ ଅତ୍ୟନ୍ତ ଦୁଷ୍ଟ ସ୍ବଭାବର ଅଟେ | ତାର ନେତୃତ୍ବରେ ବ୍ୟାପାରୀ ଦଳ ଯେତେବେଳେ ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି, ଡକାୟତ ଦଳ ସେମାନଙ୍କର ଧନ-ସମ୍ପତ୍ତି ଲୁଟି ନିଅନ୍ତି | ତଥା ମେଣ୍ଢାଦଳରେ ଗଧିଆ ପଶି ସେମାନଙ୍କୁ ଟାଣିନେବା ପରି, ବ୍ୟାପାରୀମାନଙ୍କ ଦଳରେ ଥିବା ଚଲାକ ଜୀବ ଅନ୍ୟମାନଙ୍କୁ ଅସାବଧାନ ଦେଖି ସେମାନଙ୍କର ଧନକୁ ଟାଣିବାରେ ଲାଗନ୍ତି |

ପ୍ରଭୂତବୀରୁତ୍ତୃଣଗୁଲ୍ମଗହ୍ୱରେ

କଠୋରଦଂଶୈର୍ମଶକୈରୁପଦ୍ରୁତଃ ।

କ୍ୱଚିତ୍ତୁ ଗନ୍ଧର୍ୱପୁରଂ ପ୍ରପଶ୍ୟତି

କ୍ୱଚିତ୍କ୍ୱଚିଚ୍ଚାଶୁ ରୟୋଲ୍ମୁକଗ୍ରହମ୍ ॥ ୩॥

ସେହି ଜଙ୍ଗଲ ନାନା ପ୍ରକାରର ବୃକ୍ଷ-ଲତା, କଣ୍ଟାଝାଡ ଆଦି ଦ୍ବାରା ଦୁର୍ଗମ ବୋଧ ହୋଇଥାଏ | ସେଠାରେ ମଶା, ଡାଉଁସ ଆଦିଙ୍କର ତୀବ୍ର ଦଂଶନ ସେମାନଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତି ନାହିଁ | ସେଠାରେ କେବେ କେବେ ତ ଗନ୍ଧର୍ବନଗର ଦେଖିବାକୁ ମିଳିଥାଏ, ପୁଣି କେବେ କେବେ ଆଖି ଝଲସାଇ ଅତି ଚଞ୍ଚଳ ବେତାଳମାନେ ସମ୍ମୁଖକୁ ଆସିଯାଆନ୍ତି |

ନିବାସତୋୟଦ୍ରବିଣାତ୍ମବୁଦ୍ଧି-

ସ୍ତତସ୍ତତୋ ଧାବତି ଭୋ ଅଟବ୍ୟାମ୍ ।

କ୍ୱଚିଚ୍ଚ ବାତ୍ୟୋତ୍ଥିତପାଂସୁଧୂମ୍ରା

ଦିଶୋ ନ ଜାନାତି ରଜସ୍ୱଲାକ୍ଷଃ ॥ ୪॥

ଏହି ବଣିକ-ସମୁଦାୟ ସେହି ବଣରେ ନିବାସସ୍ଥାନ, ଜଳ ଏବଂ ଧନାଦିର ଅନ୍ବେଷଣ କରି ଏଣେତେଣେ ଭ୍ରମିତ ହେବାରେ ଲାଗନ୍ତି | କେବେ ଘୂର୍ଣ୍ଣିଝଡରେ ଧୂଳି ଉଠି ଦିଗ-ବିଦିଗ ଧୂମାଚ୍ଛାଦିତ ହୋଇଗଲେ ସେହି ଧୂଳି ସେମାନଙ୍କ ଆଖିରେ ମଧ୍ୟ ପ୍ରବେଶ କରିଥାଏ ଏବଂ ସେମାନେ ଦିଶାର ଜ୍ଞାନ ହରାଇ ବସନ୍ତି |

ଅଦୃଶ୍ୟଝିଲ୍ଲୀସ୍ୱନକର୍ଣଶୂଲ

ଉଲୂକବାଗ୍ଭିର୍ୱ୍ୟଥିତାନ୍ତରାତ୍ମା ।

ଅପୁଣ୍ୟବୃକ୍ଷାନ୍ ଶ୍ରୟତେ କ୍ଷୁଧାର୍ଦିତୋ

ମରୀଚିତୋୟାନ୍ୟଭିଧାବତି କ୍ୱଚିତ୍ ॥ ୫॥

କେବେ ସେମାନଙ୍କୁ ଅଦୃଶ୍ୟ ଝିଙ୍କାରିମାନଙ୍କର ଶ୍ରୁତିକଟୁ ଶବ୍ଦ ଶୁଣାଯାଇ ଥାଏ ତ କେବେ ପେଚାମାନଙ୍କର ରାବରେ ସେମାନଙ୍କର ଚିତ୍ତ ବ୍ୟଥିତ ହୋଇଥାଏ | ଭୋକ ଦାଉରେ ସେମାନେ କେତେବେଳେ ତୁଚ୍ଛ ବୃକ୍ଷମାନଙ୍କର ସହାରା ଖୋଜନ୍ତି ତ କେତେବେଳେ ତୃଷା ବିକଳ ହୋଇ ମୃଗତୃଷ୍ଣା ପଛରେ ଧାଇଁବାରେ ଲାଗନ୍ତି |

କ୍ୱଚିଦ୍ୱିତୋୟାଃ ସରିତୋଽଭିୟାତି

ପରସ୍ପରଂ ଚାଲଷତେ ନିରନ୍ଧଃ ।

ଆସାଦ୍ୟ ଦାବଂ କ୍ୱଚିଦଗ୍ନିତପ୍ତୋ

ନିର୍ୱିଦ୍ୟତେ କ୍ୱ ଚ ଯକ୍ଷୈର୍ହୃତାସୁଃ ॥ ୬॥

କେବେ ସେମାନେ ଜଳହୀନ ନଦୀ ଅଭିମୁଖରେ ଧାଇଁଯାଆନ୍ତି ତ କେବେ ଅନ୍ନ ନ ମିଳିଲେ ପରସ୍ପରଠାରୁ ଭୋଜନ-ପ୍ରାପ୍ତିର ଆଗ୍ରହ କରିଥାଆନ୍ତି | କେବେ ଦାବାନଳରେ ପ୍ରବେଶ କରି ଅଗ୍ନିରେ ଦଗ୍ଧ ହେବାରେ ଲାଗନ୍ତି ତ କେବେ ଯକ୍ଷମାନେ ତାଙ୍କର ପ୍ରାଣକୁ ଆକର୍ଷିତ କରିବାରୁ ସେମାନେ ଅବସାଦଗ୍ରସ୍ତ ରହନ୍ତି |

ଶୂରୈର୍ହୃତସ୍ୱଃ କ୍ୱ ଚ ନିର୍ୱିଣ୍ଣଚେତାଃ

ଶୋଚନ୍ୱିମୁହ୍ୟନ୍ନୁପୟାତି କଶ୍ମଲମ୍ ।

କ୍ୱଚିଚ୍ଚ ଗନ୍ଧର୍ୱପୁରଂ ପ୍ରବିଷ୍ଟଃ

ପ୍ରମୋଦତେ ନିର୍ୱୃତବନ୍ମୁହୂର୍ତମ୍ ॥ ୭॥

କେବେ ନିଜଠାରୁ ଅଧିକ ବଳବାନ ବ୍ୟକ୍ତି ତାଙ୍କଠାରୁ ଧନ ଛଡାଇ ନେଲେ ସେ ଦୁଃଖୀ ହୋଇ ଶୋକ ଏବଂ ମୋହରେ ଅଚେତ ହୋଇଯାଆନ୍ତି | ପୁଣି କେବେ ଗନ୍ଧର୍ବନଗରରେ ପହଞ୍ଚି କ୍ଷଣକାଳ ସବୁ ଦୁଃଖ ଭୂଲି ଖୁସୀ ହେବାରେ ଲାଗନ୍ତି |

ଚଲନ୍ କ୍ୱଚିତ୍କଣ୍ଟକଶର୍କରାଙ୍ଘ୍ରି-

ର୍ନଗାରୁରୁକ୍ଷୁର୍ୱିମନା ଇବାସ୍ତେ ।

ପଦେ ପଦେଽଭ୍ୟନ୍ତରବହ୍ନିନାର୍ଦିତଃ

କୌଟୁମ୍ବିକଃ କ୍ରୁଧ୍ୟତି ବୈ ଜନାୟ ॥ ୮॥

କେବେ କେବେ ପର୍ବତ ଉପରକୁ ଚଢିବାର ଚେଷ୍ଟାରେ କଣ୍ଟା ଏବଂ କଙ୍କର ଦ୍ବାରା ପାଦ ଛିଣ୍ଡିଗଲେ ସେ ଉଦାସ ହୋଇଯାଆନ୍ତି | କୁଟୁମ୍ବ ଯେତେବେଳେ ବହୁତ ବଢ଼ିଯାଏ ଏବଂ ଉଦରପୂର୍ତ୍ତିର ସାଧନ ତାଙ୍କ ପାଖରେ ନ ଥାଏ, ସେତେବେଳେ ଭୋକ ଜ୍ବାଳାରେ ସଂତପ୍ତ ହୋଇ ସେ ନିଜର ହିଁ ବନ୍ଧୁ-ବାନ୍ଧବଙ୍କ ଉପରେ ବିରକ୍ତ ହେବାରେ ଲାଗନ୍ତି |

କ୍ୱଚିନ୍ନିଗୀର୍ଣୋଽଜଗରାହିନା ଜନୋ

ନାବୈତି କିଞ୍ଚିଦ୍ୱିପିନେଽପବିଦ୍ଧଃ ।

ଦଷ୍ଟଃ ସ୍ମ ଶେତେ କ୍ୱ ଚ ଦନ୍ଦଶୂକୈ-

ରନ୍ଧୋଽନ୍ଧକୂପେ ପତିତସ୍ତମିସ୍ରେ ॥ ୯॥

କେବେ ଅଜଗରର ଗ୍ରାସ ହୋଇ, ସୁଧି-ବୁଧି ହରାଇ ଶବତୁଲ୍ୟ ବଣରେ ପଡି ରହନ୍ତି ତ କେବେ କୌଣସି ବିଷଧର ଜନ୍ତୁର ଦଂଶନ ପ୍ରଭାବରେ ଅନ୍ଧ ହୋଇ କେଉଁ ଅନ୍ଧକୂପରେ ଖସି ପଡନ୍ତି ଏବଂ ସେଠାରେ ଘୋର ଦୁଃଖମୟ ଅନ୍ଧକାରରେ ବେହୋଶ ହୋଇ ପଡି ରହନ୍ତି |

କର୍ହି ସ୍ମ ଚିତ୍କ୍ଷୁଦ୍ରରସାନ୍ ବିଚିନ୍ୱଂ-

ସ୍ତନ୍ମକ୍ଷିକାଭିର୍ୱ୍ୟଥିତୋ ବିମାନଃ ।

ତତ୍ରାତିକୃଚ୍ଛ୍ରାତ୍ପ୍ରତିଲବ୍ଧମାନୋ

ବଲାଦ୍ୱିଲୁମ୍ପନ୍ତ୍ୟଥ ତଂ ତତୋଽନ୍ୟେ ॥ ୧୦॥

କେବେ ମଧୁ ଅନ୍ବେଷଣରେ ଯାଇ ମଧୁମକ୍ଷୀମାନେ ତାଙ୍କୁ ନାକେଦମ୍ କରିଦିଅନ୍ତି, ଯାହା ଫଳରେ ତାଙ୍କର ସବୁ ଅଭିମାନ ନଷ୍ଟ ହୋଇଯାଏ | କୌଣସି ପ୍ରକାରେ ବହୁ କଷ୍ଟ ସହ୍ୟ କରି ଯଦି ତାହା ତାଙ୍କୁ ମିଳିଯାଏ, ତେବେ ଅନ୍ୟମାନେ ତାହାକୁ ଜବରଦସ୍ତୀ ତାଙ୍କଠାରୁ ଛଡାଇ ନିଅନ୍ତି |

କ୍ୱଚିଚ୍ଚ ଶୀତାତପବାତବର୍ଷ-

ପ୍ରତିକ୍ରିୟାଂ କର୍ତୁମନୀଶ ଆସ୍ତେ ।

କ୍ୱଚିନ୍ମିଥୋ ବିପଣନ୍ ଯଚ୍ଚ କିଞ୍ଚି-

ଦ୍ୱିଦ୍ୱେଷମୃଚ୍ଛତ୍ୟୁତ ବିତ୍ତଶାଠ୍ୟାତ୍ ॥ ୧୧॥

କେବେ କେବେ ଶୀତ, ଗ୍ରୀଷ୍ମ, ଝଡ ଏବଂ ବର୍ଷା ଆଦି କବଳରୁ ସେ ନିଜକୁ ରକ୍ଷା କରିବାକୁ ଅସମର୍ଥ ହୋଇଥାଆନ୍ତି | କେବେ ପରସ୍ପର ସହିତ ଛୋଟ-ବଡ ବ୍ୟାପାର କରି ଧନ ଲୋଭରେ ସେ ଅନ୍ୟକୁ ଧୋଖା ଦିଅନ୍ତି ଏବଂ ସେହି କାରଣରୁ ଅନ୍ୟମାନଙ୍କ ସହିତ ଶତ୍ରୁତା କରି ବସନ୍ତି |

କ୍ୱଚିତ୍କ୍ୱଚିତ୍କ୍ଷୀଣଧନସ୍ତୁ ତସ୍ମିନ୍

ଶୟ୍ୟାସନସ୍ଥାନବିହାରହୀନଃ ।

ଯାଚନ୍ ପରାଦପ୍ରତିଲବ୍ଧକାମଃ

ପାରକ୍ୟଦୃଷ୍ଟିର୍ଲଭତେଽବମାନମ୍ ॥ ୧୨॥

କେବେ କେବେ ସେହି ସଂସାରବନରେ ତାଙ୍କର ସବୁ ଧନ ନଷ୍ଟ ହୋଇ ତାଙ୍କ ପାଖରେ ଶଯ୍ୟା, ଆସନ, ରହିବା-ସ୍ଥାନ ଏବଂ ଯାତ୍ରା କରିବା ପାଇଁ ବାହନ ଆଦି ମଧ୍ୟ ରହେନାହିଁ | ସେତେବେଳେ ସେ ତାହା ଅନ୍ୟମାନଙ୍କଠାରୁ ଯାଚନା କରିଥାଆନ୍ତି ଏବଂ ମାଗିବା ପରେ ବି ଯେତେବେଳେ ତାଙ୍କୁ ନିଜର ଅଭିଳଷିତ ବସ୍ତୁ ମିଳି ନ ଥାଏ, ସେତେବେଳେ ପରଦ୍ରବ୍ୟରେ ଅନୁଚିତ ଦୃଷ୍ଟି ରଖିବା କାରଣରୁ ତାଙ୍କୁ ବହୁତ ବେଶୀ ତିରସ୍କାର ସହ୍ୟ କରିବାକୁ ପଡିଥାଏ |

ଅନ୍ୟୋନ୍ୟବିତ୍ତବ୍ୟତିଷଙ୍ଗବୃଦ୍ଧ-

ବୈରାନୁବନ୍ଧୋ ବିବହନ୍ ମିଥଶ୍ଚ ।

ଅଧ୍ୱନ୍ୟମୁଷ୍ମିନ୍ନୁରୁକୃଚ୍ଛ୍ରବିତ୍ତ-

ବାଧୋପସର୍ଗୈର୍ୱିହରନ୍ ବିପନ୍ନଃ ॥ ୧୩॥

ଏହିପରି ବ୍ୟବହାରିକ ଦୃଷ୍ଟିରୁ ପରସ୍ପର ପ୍ରତି ଦ୍ବେଷଭାବ ବୃଦ୍ଧି ଲାଭ କରିଥିଲେ ମଧ୍ୟ ସେହି ବଣିକସମୂହ ପରସ୍ପର ମଧ୍ୟରେ ବିବାହାଦି ସମ୍ବନ୍ଧ ସ୍ଥାପନ କରିଥାଆନ୍ତି ଏବଂ ସେହି ମାର୍ଗରେ ଅନେକ ପ୍ରକାରର କଷ୍ଟ ତଥା ଧନକ୍ଷୟ ଆଦି ସଂକଟ ଭୋଗ କରି ମୃତପ୍ରାୟ ହୋଇଯାଆନ୍ତି |

ତାଂସ୍ତାନ୍ ବିପନ୍ନାନ୍ ସ ହି ତତ୍ର ତତ୍ର

ବିହାୟ ଜାତଂ ପରିଗୃହ୍ୟ ସାର୍ଥଃ ।

ଆବର୍ତତେଽଦ୍ୟାପି ନ କଶ୍ଚିଦତ୍ର

ବୀରାଧ୍ୱନଃ ପାରମୁପୈତି ଯୋଗମ୍ ॥ ୧୪॥

ସାଥୀମାନଙ୍କ ମଧ୍ୟରୁ ଯିଏ ଯିଏ ମୃତ୍ୟୁବରଣ କରନ୍ତି, ସେମାନଙ୍କୁ ସେହିଠାରେ ଛାଡି ନବଜାତଙ୍କ ସହିତ ସେହି ଯାଯାବରସମୂହ ଆଗକୁ ବଢି ଚାଲନ୍ତି | ହେ ବୀରବର ! ସେମାନଙ୍କ ମଧ୍ୟରୁ ଆଜିଯାଏଁ କୌଣସି ପ୍ରାଣୀ ପଛକୁ ଫେରି ନାହାଁନ୍ତି କି କେହି ମଧ୍ୟ ଏହି ସଂକଟପୂର୍ଣ୍ଣ ମାର୍ଗକୁ ପାର କରି ପରମାନନ୍ଦମୟ ଯୋଗର ଶରଣ ଗ୍ରହଣ କରିନାହାଁନ୍ତି |

ମନସ୍ୱିନୋ ନିର୍ଜିତଦିଗ୍ଗଜେନ୍ଦ୍ରା

ମମେତି ସର୍ୱେ ଭୁବି ବଦ୍ଧବୈରାଃ ।

ମୃଧେ ଶୟୀରନ୍ ନ ତୁ ତଦ୍ୱ୍ରଜନ୍ତି

ଯନ୍ନ୍ୟସ୍ତଦଣ୍ଡୋ ଗତବୈରୋଽଭିୟାତି ॥ ୧୫॥

ଦିଗପାଳମାନଙ୍କୁ ଜିତି ନେଇଥିବା ଧୀର-ବୀର ପୁରୁଷମାନେ ମଧ୍ୟ ପୃଥିବୀରେ ‘ଏହା ମୋର ଅଟେ ଏହି ଅଭିମାନରେ ପରସ୍ପରକୁ ଶତ୍ରୁ କରି ସଂଗ୍ରାମଭୂମିରେ ଲଢେଇ କରୁଥାଆନ୍ତି | ତଥାପି ସେମାନଙ୍କୁ ଭଗବାନ ବିଷ୍ଣୁଙ୍କର ସେହି ଅବିନାଶୀ ପଦ ମିଳେନାହିଁ, ଯାହା ବୈରହୀନ ପରମହଂସମାନଙ୍କୁ ପ୍ରାପ୍ତ ଅଟେ |

ପ୍ରସଜ୍ଜତି କ୍ୱାପି ଲତା ଭୁଜାଶ୍ରୟ-

ସ୍ତଦାଶ୍ରୟାବ୍ୟକ୍ତପଦଦ୍ୱିଜସ୍ପୃହଃ ।

କ୍ୱଚିତ୍କଦାଚିଦ୍ଧରିଚକ୍ରତସ୍ତ୍ରସନ୍

ସଖ୍ୟଂ ବିଧତ୍ତେ ବକକଙ୍କଗୃଧ୍ରୈଃ ॥ ୧୬॥

ଏହି ଭବାଟବୀରେ ଭ୍ରମିତ ହେଉଥିବା ଯାଯାବର ଦଳ କେବେ କୌଣସି ଲତା-ଡାଳର ଆଶ୍ରୟ ଗ୍ରହଣ କରି ସେଥିରେ ବସା ବାନ୍ଧିଥିବା ମଧୁରଭାଷୀ ପକ୍ଷୀଙ୍କ ମୋହଜାଲରେ ବାନ୍ଧି ହୋଇଯାଆନ୍ତି | ପୁଣି କେବେ ସିଂହସମୂହକୁ ଭୟ କରି ବଗ, କୁକୁଡ଼ା ଏବଂ ଶାଗୁଣାଙ୍କ ସହ ପ୍ରୀତି କରି ବସନ୍ତି |

ତୈର୍ୱଞ୍ଚିତୋ ହଂସକୁଲଂ ସମାବିଶ-

ନ୍ନରୋଚୟନ୍ ଶୀଲମୁପୈତି ବାନରାନ୍ ।

ତଜ୍ଜାତିରାସେନ ସୁନିର୍ୱୃତେନ୍ଦ୍ରିୟଃ

ପରସ୍ପରୋଦ୍ୱୀକ୍ଷଣବିସ୍ମୃତାବଧିଃ ॥ ୧୭॥

ସେମାନଙ୍କଠାରୁ ଯେତେବେଳେ ଧୋଖା ମିଳିଥାଏ, ସେତେବେଳେ ସେ ହଂସଦଳରେ ଯୋଗ ଦେବାକୁ ଇଚ୍ଛା କରନ୍ତି, କିନ୍ତୁ ସେମାନଙ୍କର ତାହା ପସନ୍ଦ ଆସେନାହିଁ | ସେଥିପାଇଁ ସେ ବାନରଦଳରେ ସମ୍ମିଳିତ ହୋଇ ସେମାନଙ୍କ ଜାତିସ୍ବଭାବ ଅନୁସାରେ ଦାମ୍ପତ୍ୟ ସୁଖରେ ରତ ରହି ବିଷୟଭୋଗ ଦ୍ବାରା ଇନ୍ଦ୍ରିୟମାନଙ୍କୁ ତୃପ୍ତ କରିବାରେ ଲାଗନ୍ତି ଏବଂ ପରସ୍ପରର ମୁଖ ଦର୍ଶନ କରି କରି ନିଜ ଆୟୁର ଅବଧିକୁ ଭୂଲିଯାଆନ୍ତି |

ଦ୍ରୁମେଷୁ ରଂସ୍ୟନ୍ ସୁତଦାରବତ୍ସଲୋ

ବ୍ୟବାୟଦୀନୋ ବିବଶଃ ସ୍ୱବନ୍ଧନେ ।

କ୍ୱଚିତ୍ପ୍ରମାଦାଦ୍ଗିରିକନ୍ଦରେ ପତନ୍

ବଲ୍ଲୀଂ ଗୃହୀତ୍ୱା ଗଜଭୀତ ଆସ୍ଥିତଃ ॥ ୧୮॥

ସେଠାରେ ସେହି ବାନରବୁଦ୍ଧି ବଣିକ ବୃକ୍ଷମାନଙ୍କରେ କ୍ରୀଡାରତ ପୁତ୍ର ଏବଂ ସ୍ତ୍ରୀର ସ୍ନେହପାଶରେ ବାନ୍ଧି ହୋଇଯାଏ | ତାହାର ମୈଥୁନ ବାସନା ଏତେ ବଢି ଯାଇଥାଏ ଯେ ନାନାବିଧ ଦୁର୍ବ୍ୟବହାରରେ ଦୀନ ହୋଇ ମଧ୍ୟ ବିବଶତାବଶତଃ ସେ ସେହି ବନ୍ଧନକୁ ଛିନ୍ନ କରିବାର ସାହସ କରିପାରେ ନାହିଁ | ନିଜ ଅସାବଧାନତାରୁ କେବେ ଯଦି ସେ କୌଣସି ପର୍ବତ ଗୁମ୍ଫା ଭିତରକୁ ଖସିପଡେ, ତେବେ ସେଠାରେ ରହୁଥିବା ହାତୀକୁ ଭୟ କରି ସେ ଲତା ଆଶ୍ରୟରେ ଲଟକି ରହେ |

ଅତଃ କଥଞ୍ଚିତ୍ସ ବିମୁକ୍ତ ଆପଦଃ

ପୁନଶ୍ଚ ସାର୍ଥଂ ପ୍ରବିଶତ୍ୟରିନ୍ଦମ ।

ଅଧ୍ୱନ୍ୟମୁଷ୍ମିନ୍ନଜୟା ନିବେଶିତୋ

ଭ୍ରମଞ୍ଜନୋଽଦ୍ୟାପି ନ ବେଦ କଶ୍ଚନ ॥ ୧୯॥

ହେ ଶତ୍ରୁଦମନ ! କୌଣସି ପ୍ରକାରେ ଯଦି ସେହି ବିପତ୍ତିରୁ ସେ ମୁକୁଳି ଯାଏ, ତେବେ ସେ ପୁନର୍ବାର ନିଜ ପରିଧିକୁ ଫେରି ଆସେ | ମାୟାର ପ୍ରେରଣାରେ ଯେଉଁ ମନୁଷ୍ୟ ଥରେ ଏହି ମାର୍ଗରେ ଚାଲିଯାଏ, ବାଟବଣା ହୋଇ ତାକୁ ଜୀବନର ଅନ୍ତ ପର୍ଯ୍ୟନ୍ତ ନିଜ ପୁରୁଷାର୍ଥର ଜ୍ଞାନ ହୋଇ ନ ଥାଏ |

ରହୂଗଣ ତ୍ୱମପି ହ୍ୟଧ୍ୱନୋଽସ୍ୟ

ସନ୍ନ୍ୟସ୍ତଦଣ୍ଡଃ କୃତଭୂତମୈତ୍ରଃ ।

ଅସଜ୍ଜିତାତ୍ମା ହରିସେବୟା ଶିତଂ

ଜ୍ଞାନାସିମାଦାୟ ତରାତିପାରମ୍ ॥ ୨୦॥

ରହୂଗଣ ! ତୁମେ ମଧ୍ୟ ଏହି ମାର୍ଗରେ ଭ୍ରମିତ ହେଉଛ, ସେଥିପାଇଁ ଏବେ ପ୍ରଜାଙ୍କୁ ଦଣ୍ଡ ଦେବା କାର୍ଯ୍ୟରୁ ନିବୃତ୍ତ ହୋଇ ସମସ୍ତଙ୍କର ସୁହୃଦ୍ ହୋଇଯାଅ ଏବଂ ବିଷୟ ପ୍ରତି ଅନାସକ୍ତ ହୋଇ ଭଗବତ୍-ସେବା ଦ୍ବାରା ତୀକ୍ଷ୍ଣ ହୋଇଥିବା ଜ୍ଞାନରୂପୀ ତରବାରୀ ଧାରଣ କରି ଏହି ମାର୍ଗକୁ ଅତିକ୍ରମ କର |

ରାଜୋବାଚ

ଅହୋ ନୃଜନ୍ମାଖିଲଜନ୍ମଶୋଭନଂ

କିଂ ଜନ୍ମଭିସ୍ତ୍ୱପରୈରପ୍ୟମୁଷ୍ମିନ୍ ।

ନ ଯଦ୍ଧୃଷୀକେଶୟଶଃକୃତାତ୍ମନାଂ

ମହାତ୍ମନାଂ ବଃ ପ୍ରଚୁରଃ ସମାଗମଃ ॥ ୨୧॥

ରାଜା ରହୂଗଣ କହିଲେ – ହାୟ ! ସମସ୍ତ ଯୋନି ମଧ୍ୟରେ ଏହି ମନୁଷ୍ୟ-ଜନ୍ମ ହିଁ ଶ୍ରେଷ୍ଠ ଅଟେ | ଅନ୍ୟାନ୍ୟ ଲୋକମାନଙ୍କରେ ପ୍ରାପ୍ତ ହେଉଥିବା ଦେବାଦି ଉତ୍କୃଷ୍ଟ ଜନ୍ମରେ କି ଲାଭ, ଯେଉଁଠାରେ ଭଗବାନ ହୃଷିକେଶଙ୍କର ପବିତ୍ର ଯଶୋଗାନରେ ଶୁଦ୍ଧ ଅନ୍ତଃକରଣଯୁକ୍ତ ଆପଣଙ୍କ ପରି ମହାତ୍ମାମାନଙ୍କର ଅଧିକାଧିକ ସମାଗମ ଦେଖିବାକୁ ମିଳେନାହିଁ |

ନ ହ୍ୟଦ୍ଭୁତଂ ତ୍ୱଚ୍ଚରଣାବ୍ଜରେଣୁଭି-

ର୍ହତାଂହସୋ ଭକ୍ତିରଧୋକ୍ଷଜେଽମଲା ।

ମୌହୂର୍ତିକାଦ୍ୟସ୍ୟ ସମାଗମାଚ୍ଚ ମେ

ଦୁସ୍ତର୍କମୂଲୋଽପହତୋଽବିବେକଃ ॥ ୨୨॥

ଆପଣଙ୍କ ଚରଣକମଳରଜ ସେବନରେ ଯେଉଁମାନଙ୍କର ସମସ୍ତ ପାପ-ତାପ ନଷ୍ଟ ହୋଇଯାଇଛି, ସେହି ମହାନୁଭବମାନଙ୍କୁ ଭଗବାନଙ୍କର ବିଶୁଦ୍ଧ ଭକ୍ତି ପ୍ରାପ୍ତ ହେବା କିଛି ବିଚିତ୍ର କଥା ନୁହେଁ | ଆପଣଙ୍କର ମାତ୍ର ଦୁଇ କ୍ଷଣ ସତସଂଗ ଲାଭ କରି ମୋର ତ ସମସ୍ତ କୁତର୍କମୂଳକ ଅଜ୍ଞାନ ନଷ୍ଟ ହୋଇଗଲା |

ନମୋ ମହଦ୍ଭ୍ୟୋଽସ୍ତୁ ନମଃ ଶିଶୁଭ୍ୟୋ

ନମୋ ଯୁବଭ୍ୟୋ ନମ ଆବଟୁଭ୍ୟଃ ।

ଯେ ବ୍ରାହ୍ମଣା ଗାମବଧୂତଲିଙ୍ଗା-

ଶ୍ଚରନ୍ତି ତେଭ୍ୟଃ ଶିବମସ୍ତୁ ରାଜ୍ଞାମ୍ ॥ ୨୩॥

ବ୍ରହ୍ମଜ୍ଞାନୀମାନଙ୍କ ମଧ୍ୟରେ ଯେଉଁମାନେ ବୟୋବୃଦ୍ଧ, ସେମାନଙ୍କୁ ନମସ୍କାର; ଯେଉଁମାନେ ଶିଶୁ, ସେମାନଙ୍କୁ ନମସ୍କାର; ଯେଉଁମାନେ ଯୁବା, ସେମାନଙ୍କୁ ନମସ୍କାର ଏବଂ ଯେଉଁମାନେ କ୍ରୀଡାରତ ବାଳକ ଅଟନ୍ତି, ସେମାନଙ୍କୁ ମଧ୍ୟ ନମସ୍କାର | ଯେଉଁ ବ୍ରହ୍ମଜ୍ଞାନୀ ବ୍ରାହ୍ମଣ ଅବଧୂତବେଶରେ ପୃଥିବୀରେ ବିଚରଣ କରୁଛନ୍ତି, ତାଙ୍କ ଦ୍ବାରା ଆମ୍ଭମାନଙ୍କ ପରି ଐଶ୍ବର୍ଯ୍ୟୋନ୍ମତ୍ତ ରାଜାମାନଙ୍କର କଲ୍ୟାଣ ହେଉ |

ଶ୍ରୀଶୁକ ଉବାଚ

ଇତ୍ୟେବମୁତ୍ତରାମାତଃ ସ ବୈ ବ୍ରହ୍ମର୍ଷିସୁତଃ

ସିନ୍ଧୁପତୟ ଆତ୍ମସତତ୍ତ୍ୱଂ ବିଗଣୟତଃ

ପରାନୁଭାବଃ ପରମକାରୁଣିକତୟୋପଦିଶ୍ୟ

ରହୂଗଣେନ ସକରୁଣମଭିବନ୍ଦିତଚରଣ

ଆପୂର୍ଣାର୍ଣବ ଇବ ନିଭୃତକରଣୋର୍ମ୍ୟାଶୟୋ

ଧରଣିମିମାଂ ବିଚଚାର ॥ ୨୪॥

ଶ୍ରୀଶୁକଦେବ କହୁଛନ୍ତି – ହେ ଉତ୍ତରାନନ୍ଦନ ! ଏହିପରି ଭାବରେ ସେହି ପରମ ପ୍ରଭାବଶାଳୀ ବ୍ରହ୍ମର୍ଷିପୁତ୍ର ତାଙ୍କର ଅପମାନ କରିଥିବା ସିନ୍ଧୁନରେଶ ରହୂଗଣଙ୍କୁ ମଧ୍ୟ ଅତ୍ୟନ୍ତ କରୁଣାବଶ ଆତ୍ମତତ୍ତ୍ବର ଉପଦେଶ ପ୍ରଦାନ କରିଥିଲେ | ରାଜା ରହୂଗଣ ଅତ୍ୟନ୍ତ ଦୀନଭାବରେ ତାଙ୍କର ଚରଣ ବନ୍ଦନା କଲେ | ତାପରେ ସେ ପରିପୂର୍ଣ୍ଣ ସମୁଦ୍ର ସଦୃଶ ଶାନ୍ତଚିତ୍ତ ଏବଂ ଉପରତେନ୍ଦ୍ରିୟ ହୋଇ ପୃଥିବୀରେ ବିଚରଣ କରିବାରେ ଲାଗିଲେ |

ସୌବୀରପତିରପି ସୁଜନସମବଗତପରମାତ୍ମସତତ୍ତ୍ୱ

ଆତ୍ମନ୍ୟବିଦ୍ୟାଧ୍ୟାରୋପିତାଂ ଚ ଦେହାତ୍ମମତିଂ ବିସସର୍ଜ

ଏବଂ ହି ନୃପ ଭଗବଦାଶ୍ରିତାଶ୍ରିତାନୁଭାବଃ ॥ ୨୫॥

ତାଙ୍କର ସତସଂଗରୁ ପରମାତ୍ମତତ୍ତ୍ବର ଜ୍ଞାନ ପ୍ରାପ୍ତ କରି ସୌବୀରପତି ରହୂଗଣ ମଧ୍ୟ ନିଜ ଅନ୍ତଃକରଣରେ ଅବିଦ୍ୟାବଶ ଆରୋପିତ ଦେହାତ୍ମବୁଦ୍ଧିକୁ ତ୍ୟାଗ କରିଦେଲେ | ହେ ରାଜନ୍ ! ଯେଉଁମାନେ ଭଗବଦାଶ୍ରିତ ଅନନ୍ୟ ଭକ୍ତମାନଙ୍କର ଶରଣ ଗ୍ରହଣ କରିଥାଆନ୍ତି, ସେମାନଙ୍କର ଏପରି ହିଁ ପ୍ରଭାବ ହୋଇଥାଏ – ସେମାନଙ୍କ ପାଖରେ ଅବିଦ୍ୟା ରହିପାରେ ନାହିଁ |

ରାଜୋବାଚ

ଯୋ ହ ବା ଇହ ବହୁବିଦା ମହାଭାଗବତ ତ୍ୱୟାଭିହିତଃ

ପରୋକ୍ଷେଣ ବଚସା ଜୀବଲୋକଭବାଧ୍ୱା ସ ହ୍ୟାର୍ୟ

ମନୀଷୟା କଲ୍ପିତବିଷୟୋ ନାଞ୍ଜସାବ୍ୟୁତ୍ପନ୍ନଲୋକ-

ସମଧିଗମଃ ଅଥ ତଦେବୈତଦ୍ଦୁରବଗମଂ ସମବେତା-

ନୁକଲ୍ପେନ ନିର୍ଦିଶ୍ୟତାମିତି ॥ ୨୬॥

ରାଜା ପରୀକ୍ଷିତ କହୁଛନ୍ତି – ମହାଭାଗବତ ମୁନିଶ୍ରେଷ୍ଠ ! ଆପଣ ପରମ ବିଦ୍ବାନ୍ ଅଟନ୍ତି | ଆପଣ ରୂପକ ଆଦି ଦ୍ବାରା ଅପ୍ରତ୍ୟକ୍ଷ ରୂପରେ ଜୀବର ଯେଉଁ ସଂସାରରୂପ ମାର୍ଗର ବର୍ଣ୍ଣନା କଲେ, ସେହି ବିଷୟର କଳ୍ପନା ବିବେକୀ ପୁରୁଷର ବୁଦ୍ଧି ହିଁ କରିପାରିବ; ଅଳ୍ପବୁଦ୍ଧିଯୁକ୍ତ ପୁରୁଷ ଏହାକୁ ସହଜରେ ବୁଝିପାରିବେ ନାହିଁ | ତେଣୁ ମୁଁ ପ୍ରାର୍ଥନା କରୁଛି ଆପଣ ଏହି ଦୁର୍ବୋଧ ବିଷୟକୁ ରୂପକର ସ୍ପଷ୍ଟୀକରଣ କରୁଥିବା ଶବ୍ଦରେ ଖୋଲିକରି ବୁଝାଇ କହନ୍ତୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ତ୍ରୟୋଦଶୋଽଽଧ୍ୟାୟଃ ॥ ୧୩॥

Comments

Popular posts from this blog