ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ପଞ୍ଚମ ସ୍କନ୍ଧ ॥ ପଞ୍ଚବିଂଶ ଅଧ୍ୟାୟ ଶ୍ରୀ ସଂକର୍ଷଣଦେବଙ୍କର ବିବରଣ ଏବଂ ସ୍ତୁତି ଶ୍ରୀଶୁକ ଉବାଚ ତସ୍ୟ ମୂଲଦେଶେ ତ୍ରିଂଶଦ୍ୟୋଜନସହସ୍ରାନ୍ତର ଆସ୍ତେ ଯା ବୈ କଲା ଭଗବତସ୍ତାମସୀ ସମାଖ୍ୟାତାନନ୍ତ ଇତି ସାତ୍ୱତୀୟା ଦ୍ରଷ୍ଟୃଦୃଶ୍ୟଯୋଃ ସଙ୍କର୍ଷଣମହମିତ୍ୟଭିମାନ-ଲକ୍ଷଣଂ ଯଂ ସଙ୍କର୍ଷଣମିତ୍ୟାଚକ୍ଷତେ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ପାତାଳଲୋକ ତଳକୁ ତିରିଶ ହଜାର ଯୋଜନ ଦୂରତାରେ ଅନନ୍ତ ନାମରେ ବିଖ୍ୟାତ ଭଗବାନଙ୍କର ତାମସୀ ନିତ୍ୟ କଳା ରହିଛି | ଏହା ଅହଂକାରରୂପା ହୋଇଥିବା କାରଣରୁ ଦ୍ରଷ୍ଟା ଏବଂ ଦୃଶ୍ୟକୁ ଟାଣି ଏକ କରିଦେଇ ଥାଏ; ସେଥିପାଇଁ ପାଞ୍ଚରାତ୍ର ଆଗମ ଅନୁଯାୟୀ ଭକ୍ତଜନ ଏହାକୁ ‘ସଂକର୍ଷଣ ’ କହନ୍ତି | ଯସ୍ୟେଦଂ କ୍ଷିତିମଣ୍ଡଲଂ ଭଗବତୋଽନନ୍ତମୂର୍ତେଃ ସହସ୍ରଶିରସ ଏକସ୍ମିନ୍ନେବ ଶୀର୍ଷଣି ଧ୍ରିୟମାଣଂ ସିଦ୍ଧାର୍ଥ ଇବ ଲକ୍ଷ୍ୟତେ ॥ ୨॥ ଭଗବାନ ଅନନ୍ତଙ୍କର ଏକ ହଜାର ମସ୍ତକ ରହିଛି | ତନ୍ମଧ୍ୟରୁ ଗୋଟିଏ ମସ୍ତକ ଉପରେ ସ୍ଥିତ ରହି ଏହି ସାରା ଭୂମଣ୍ଡଳ ଏକ ସୋରିଷ ଦାନା ପରି ଦେଖା ଯାଉଥାଏ | ଯସ୍ୟ ହ ବା ଇଦଂ କାଲେନୋପସଞ୍ଜିହୀର୍ଷତୋଽମର୍ଷବିରଚିତ- ରୁଚିରଭ୍ରମଦ୍ଭ୍ରୁବୋରନ୍ତରେଣ ସାଙ୍କର୍ଷଣୋ ନାମ ରୁଦ୍ର ଏକାଦଶ- ବ୍ୟୂହସ୍ତ୍ର୍ୟକ୍ଷସ୍ତ୍ରିଶିଖଂ ଶୂଲମୁତ୍ତମ୍ଭୟନ୍ନୁଦତିଷ୍ଠତ୍ ॥ ୩॥ ପ୍ରଳୟକାଳ ଉପସ୍ଥିତ ହୁଅନ୍ତେ ଯେତେବେଳେ ସେ ଏହି ବିଶ୍ବର ...