ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଚତୁର୍ବିଂଶ ଅଧ୍ୟାୟ

ରାହୁ ଆଦିଙ୍କର ସ୍ଥିତି, ଅତଳାଦି ନିମ୍ନଲୋକର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଅଧସ୍ତାତ୍ସବିତୁର୍ୟୋଜନାୟୁତେ ସ୍ୱର୍ଭାନୁର୍ନକ୍ଷତ୍ରବ-

ଚ୍ଚରତୀତ୍ୟେକେ ଯୋଽସାବମରତ୍ୱଂ ଗ୍ରହତ୍ୱଂ ଚାଲଭତ ।

ଭଗବଦନୁକମ୍ପୟା ସ୍ୱୟମସୁରାପସଦଃ ସୈଂହିକେୟୋ

ହ୍ୟତଦର୍ହସ୍ତସ୍ୟ ତାତ ଜନ୍ମକର୍ମାଣି ଚୋପରିଷ୍ଟା-

ଦ୍ୱକ୍ଷ୍ୟାମଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! କିଛି ଲୋକଙ୍କର କହିବା ପ୍ରକାରେ, ସୂର୍ଯ୍ୟଙ୍କଠାରୁ ଦଶ ହଜାର ଯୋଜନ ତଳେ ରାହୁ ନକ୍ଷତ୍ରମାନଙ୍କ ପରି ଘୂରୁଥାଏ | ଭଗବାନଙ୍କ କୃପାରୁ ଇଏ ଦେବତ୍ବ ଏବଂ ଗ୍ରହତ୍ବ ଉଭୟ ପ୍ରାପ୍ତ ଅଟେ, ଯଦିଓ ସିଂହିକାପୁତ୍ର ଅସୁରାଧମ ହୋଇଥିବା କାରଣରୁ ଏହା ସ୍ବୟଂ ସେହି ପଦ ପ୍ରାପ୍ତ କରିବାର ଯୋଗ୍ୟ ନୁହେଁ | ଏହାର ଜନ୍ମ ଏବଂ କର୍ମ ବିଷୟରେ ଆମେ ଆଗକୁ ବର୍ଣ୍ଣନା କରିବା |

ଯଦଦସ୍ତରଣେର୍ମଣ୍ଡଲଂ ପ୍ରତପତସ୍ତଦ୍ୱିସ୍ତରତୋ ଯୋଜନା-

ଯୁତମାଚକ୍ଷତେ ଦ୍ୱାଦଶସହସ୍ରଂ ସୋମସ୍ୟ ତ୍ରୟୋଦଶସହସ୍ରଂ

ରାହୋର୍ୟଃ ପର୍ୱଣି ତଦ୍ୱ୍ୟବଧାନକୃଦ୍ୱୈରାନୁବନ୍ଧଃ

ସୂର୍ୟାଚନ୍ଦ୍ରମସାବଭିଧାବତି ॥ ୨॥

କୁହାଯାଏ, ସୂର୍ଯ୍ୟଙ୍କର ଅତ୍ୟନ୍ତ ତପ୍ତ ମଣ୍ଡଳର ବିସ୍ତାର ଦଶ ହଜାର ଯୋଜନ ଅଟେ | ସେହିପରି, ଚନ୍ଦ୍ରମଣ୍ଡଳର ବିସ୍ତାର ବାର ହଜାର ଯୋଜନ ଏବଂ ରାହୁର ତେର ହଜାର ଯୋଜନ ଅଟେ | ଅମୃତପାନ ସମୟରେ ରାହୁ ଦେବତା ବେଶରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ମଝିରେ ବସିଥିଲା | ସୂର୍ଯ୍ୟ ଏବଂ ଚନ୍ଦ୍ର ତାର ଭେଦ ଖୋଲି ଦେଇଥିଲେ; ସେହି ଶତ୍ରୁତାକୁ ସ୍ମରଣ କରି ସେ ଅମାବାସ୍ୟା ଏବଂ ପୂର୍ଣ୍ଣମୀ ଦିନ ସେମାନଙ୍କୁ ଆକ୍ରମଣ କରିଥାଏ |

ତନ୍ନିଶମ୍ୟୋଭୟତ୍ରାପି ଭଗବତା ରକ୍ଷଣାୟ ପ୍ରୟୁକ୍ତଂ

ସୁଦର୍ଶନଂ ନାମ ଭାଗବତଂ ଦୟିତମସ୍ତ୍ରଂ ତତ୍ତେଜସା

ଦୁର୍ୱିଷହଂ ମୁହୁଃ ପରିବର୍ତମାନମଭ୍ୟବସ୍ଥିତୋ ମୁହୂର୍ତ-

ମୁଦ୍ୱିଜମାନଶ୍ଚକିତହୃଦୟ ଆରାଦେବ ନିବର୍ତତେ

ତଦୁପରାଗମିତି ବଦନ୍ତି ଲୋକାଃ ॥ ୩॥

ଏହା ଦେଖି ଭଗବାନ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ନିଜ ଆୟୁଧ ସୁଦର୍ଶନ ଚକ୍ରକୁ ସେମାନଙ୍କ ସମୀପରେ ନିଯୁକ୍ତ କରିଥାଆନ୍ତି | ସେ ନିରନ୍ତର ଘୂରିବାରେ ଲାଗିଥାଏ; ତାହାର ଅସହ୍ୟ ତେଜରେ ଉଦବିଗ୍ନ ଏବଂ ଚକିତଚିତ୍ତ ହୋଇ ରାହୁ ମୁହୂର୍ତ୍ତମାତ୍ର ସେଠାରେ ରହି ଫେରି ଯାଇଥାଏ | ଯେତିକି ସମୟ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ସମ୍ମୁଖରେ ରାହୁ ରହିଥାଏ, ତାହାକୁ ଲୋକେ ‘ଗ୍ରହଣ କାଳ କହନ୍ତି |

ତତୋଽଧସ୍ତାତ୍ସିଦ୍ଧଚାରଣବିଦ୍ୟାଧରାଣାଂ ସଦନାନି

ତାବନ୍ମାତ୍ର ଏବ ॥ ୪॥

ରାହୁଠାରୁ ଦଶ ହଜାର ଯୋଜନ ତଳକୁ ସିଦ୍ଧ, ଚାରଣ ଏବଂ ବିଦ୍ୟାଧର ଆଦିଙ୍କର ସ୍ଥାନ ରହିଛି |

ତତୋଽଧସ୍ତାଦ୍ୟକ୍ଷରକ୍ଷଃପିଶାଚପ୍ରେତଭୂତଗଣାନାଂ

ବିହାରାଜିରମନ୍ତରିକ୍ଷଂ ଯାବଦ୍ୱାୟୁଃ ପ୍ରବାତି ଯାବନ୍ମେଘା

ଉପଲଭ୍ୟନ୍ତେ ॥ ୫॥

ତାହା ତଳକୁ ଯେତେ ବାଟ ବାୟୁର ଗତି ରହିଥାଏ ଏବଂ ବାଦଲମାନେ ଦୃଶ୍ୟ ହେଉଥାଆନ୍ତି, ତାହା ଅନ୍ତରିକ୍ଷ ଲୋକ ଅଟେ | ଏହି ଲୋକ ଯକ୍ଷ, ରାକ୍ଷସ, ପିଶାଚ, ପ୍ରେତ ଏବଂ ଭୂତମାନଙ୍କର ବିହାରସ୍ଥଳ ଅଟେ |

ତତୋଽଧସ୍ତାଚ୍ଛତୟୋଜନାନ୍ତର ଇୟଂ ପୃଥିବୀ ଯାବ-

ଦ୍ଧଂସଭାସଶ୍ୟେନସୁପର୍ଣାଦୟଃ ପତତ୍ତ୍ରିପ୍ରବରା ଉତ୍ପତନ୍ତୀତି ॥ ୬॥

ଏହା ତଳକୁ ଶହେ ଯୋଜନ ଦୂରତାରେ ପୃଥିବୀ ରହିଛି | ଆକାଶରେ ଯେତେ ଦୂର ହଂସ, ଚିଲ, ଶାଗୁଣା ଏବଂ ଗରୁଡ଼ ଆଦି ପ୍ରଧାନ ପ୍ରଧାନ ପକ୍ଷୀ ଉଡି ପାରନ୍ତି, ତାହାର ସୀମା ସେତିକି ଅଟେ |

ଉପବର୍ଣିତଂ ଭୂମେର୍ୟଥା ସନ୍ନିବେଶାବସ୍ଥାନମବନେର-

ପ୍ୟଧସ୍ତାତ୍ସପ୍ତଭୂବିବରା ଏକୈକଶୋ ଯୋଜନାୟୁତାନ୍ତରେଣା-

ଯାମବିସ୍ତାରେଣୋପକୢପ୍ତା ଅତଲଂ ବିତଲଂ ସୁତଲଂ

ତଲାତଲଂ ମହାତଲଂ ରସାତଲଂ ପାତାଲମିତି ॥ ୭॥

ପୃଥିବୀର ବିସ୍ତାର ଏବଂ ସ୍ଥିତି ଆଦିର ବର୍ଣ୍ଣନା ତ ଆଗରୁ କରାଯାଇଛି | ଏହା ତଳକୁ ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଏବଂ ପାତାଳ ନାମରେ ସାତଟି ଭୂ-ବିବର (ଭୂଗର୍ଭସ୍ଥିତ ଲୋକ) ରହିଛି | ଏମାନେ ପରସ୍ପର ତଳକୁ ଦଶ ହଜାର ଯୋଜନ ଦୂରତାରେ ସ୍ଥିତ ଅଟନ୍ତି | ଏମାନଙ୍କ ମଧ୍ୟରୁ ପ୍ରତ୍ୟେକର ଦୈର୍ଘ୍ୟ-ପ୍ରସ୍ଥ ମଧ୍ୟ ଦଶ-ଦଶ ହଜାର ଯୋଜନ ଅଟେ |

ଏତେଷୁ ହି ବିଲସ୍ୱର୍ଗେଷୁ ସ୍ୱର୍ଗାଦପ୍ୟଧିକକାମଭୋଗୈ-

ଶ୍ୱର୍ୟାନନ୍ଦଭୂତିବିଭୂତିଭିଃ ସୁସମୃଦ୍ଧଭବନୋଦ୍ୟାନା-

କ୍ରୀଡାବିହାରେଷୁ ଦୈତ୍ୟଦାନବକାଦ୍ରବେୟା ନିତ୍ୟପ୍ରମୁଦିତା-

ନୁରକ୍ତକଲତ୍ରାପତ୍ୟବନ୍ଧୁସୁହୃଦନୁଚରା ଗୃହପତୟ

ଈଶ୍ୱରାଦପ୍ୟପ୍ରତିହତକାମା ମାୟାବିନୋଦା ନିବସନ୍ତି ॥ ୮॥

ଏହି ଭୂତଳ ଲୋକ ମଧ୍ୟ ଏକ ପ୍ରକାରର ସ୍ବର୍ଗ ଅଟେ | ଏଠାରେ ସ୍ବର୍ଗଠାରୁ ମଧ୍ୟ ଅଧିକ ବିଷୟଭୋଗ, ଐଶ୍ବର୍ଯ୍ୟ, ଆନନ୍ଦ, ସନ୍ତାନ-ସୁଖ ଏବଂ ଧନ-ସମ୍ପତ୍ତି ପ୍ରାପ୍ତ | ଏଠାର ବୈଭବପୂର୍ଣ୍ଣ ଭବନ, ଉଦ୍ୟାନ ଏବଂ କ୍ରୀଡାସ୍ଥଳୀମାନଙ୍କରେ ଦୈତ୍ୟ, ଦାନବ ଏବଂ ନାଗମାନେ ନାନା ପ୍ରକାରର ମାୟାମୟୀ କ୍ରୀଡା କରି ନିବାସ କରନ୍ତି | ସେମାନେ ସମସ୍ତେ ଗୃହସ୍ଥଧର୍ମ ପାଳନ କରନ୍ତି | ସେମାନଙ୍କର ସ୍ତ୍ରୀ, ପୁତ୍ର, ବନ୍ଧୁ, ବାନ୍ଧବ ଏବଂ ସେବକମାନେ ସେମାନଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସଦା ପ୍ରସନ୍ନଚିତ୍ତ ରହିଥାଆନ୍ତି | ସେମାନଙ୍କର ଭୋଗରେ ବାଧା ଉତ୍ପନ୍ନ କରିବାକୁ ଇନ୍ଦ୍ରାଦି ମଧ୍ୟ ସମର୍ଥ ନୁହଁନ୍ତି |

ଯେଷୁ ମହାରାଜ ମୟେନ ମାୟାବିନା ବିନିର୍ମିତାଃ

ପୁରୋ ନାନାମଣିପ୍ରବରପ୍ରବେକବିରଚିତବିଚିତ୍ରଭବନ-

ପ୍ରାକାରଗୋପୁରସଭାଚୈତ୍ୟଚତ୍ୱରାୟତନାଦିଭି-

ର୍ନାଗାସୁରମିଥୁନପାରାବତଶୁକସାରିକାଽଽକୀର୍ଣକୃତ୍ରିମ-

ଭୂମିଭିର୍ୱିବରେଶ୍ୱରଗୃହୋତ୍ତମୈଃ ସମଲଙ୍କୃତାଶ୍ଚକାସତି ॥ ୯॥

ମହାରାଜ | ଏହି ଲୋକରେ ମାୟାବୀ ମୟଦାନବ ଦ୍ବାରା ନିର୍ମିତ ଅନେକ ପୁରୀ ଶୋଭାରେ ଝଲମଲ ହେଉଥାଏ, ଯାହା ଅନେକ ଜାତିର ସୁନ୍ଦର ସୁନ୍ଦର ଶ୍ରେଷ୍ଠ ମଣିଖଚିତ ଚିତ୍ର-ବିଚିତ୍ର ଭବନ, ଆଶ୍ରୟସ୍ଥଳ, ନଗରଦ୍ବାର, ସଭାଭବନ, ମନ୍ଦିର, ବଡ-ବଡ ପ୍ରାଙ୍ଗଣ ଏବଂ ଗୃହରେ ସୁଶୋଭିତ ଅଟେ; ତଥା ଯାହାର କୃତ୍ରିମ ଚଟାଣରେ ନାଗ ଏବଂ ଅସୁରମାନଙ୍କର ଯୋଡା ଏବଂ କପୋତ, ଶୁଆ ଏବଂ ସାରୀ ଆଦି ପକ୍ଷୀ ମଧୁର ଧ୍ବନି କରୁଥାଆନ୍ତି, ଏପରି ପାତାଳ-ଅଧିପତିମାନଙ୍କର ଭବ୍ୟ ଭବନ ସେହି ପୁରୀମାନଙ୍କର ଶୋଭା ବର୍ଦ୍ଧନ କରୁଥାଏ |

ଉଦ୍ୟାନାନି ଚାତିତରାଂ ମନ ଇନ୍ଦ୍ରିୟାନନ୍ଦିଭିଃ

କୁସୁମଫଲସ୍ତବକସୁଭଗକିସଲୟାବନତରୁଚିର-

ବିଟପବିଟପିନାଂ ଲତାଙ୍ଗାଲିଙ୍ଗିତାନାଂ ଶ୍ରୀଭିଃ

ସମିଥୁନବିବିଧବିହଙ୍ଗମଜଲାଶୟାନାମମଲ-

ଜଲପୂର୍ଣାନାଂ ଝଷକୁଲୋଲ୍ଲଙ୍ଘନକ୍ଷୁଭିତନୀରନୀରଜ-

କୁମୁଦକୁବଲୟକହ୍ଲାରନୀଲୋତ୍ପଲଲୋହିତଶତପତ୍ରାଦି

ବନେଷୁ କୃତନିକେତନାନାମେକବିହାରାକୁଲମଧୁର-

ବିବିଧସ୍ୱନାଦିଭିରିନ୍ଦ୍ରିୟୋତ୍ସବୈରମରଲୋକଶ୍ରିୟ-

ମତିଶୟିତାନି ॥ ୧୦॥

ସେଠାରେ ବଗିଚାମାନେ ନିଜ ଶୋଭାରେ ଦେବତାମାନଙ୍କ ଉଦ୍ୟାନର ଶୋଭାକୁ ମଧ୍ୟ ପରାସ୍ତ କରୁଥାଆନ୍ତି | ସେଠାରେ ଅନେକ ବୃକ୍ଷ, ଯେଉଁମାନଙ୍କର ସୁନ୍ଦର-ସୁନ୍ଦର ଡାଳ ଫଳ, ପୁଷ୍ପଗୁଚ୍ଛ ଏବଂ କୋମଳ ପଲ୍ଲବର ଭାରରେ ଅବନତ ରହିଥାଏ ତଥା ବିବିଧ ପ୍ରକାରର ଲତା ସେମାନଙ୍କୁ ନିଜ ଅଙ୍ଗପାଶରେ ବାନ୍ଧି ରଖିଥାଆନ୍ତି | ସେଠାରେ ନିର୍ମଳ ଜଳଭରା ଅନେକ ଜଳାଶୟ ରହିଛି, ଯହିଁରେ ବିବିଧ ବିହଙ୍ଗମାନଙ୍କର ଯୋଡା ବିହାର କରୁଥାଆନ୍ତି | ସେହି ବୃକ୍ଷ ଏବଂ ଜଳାଶୟମାନଙ୍କର ସୁଷମା ଉଦ୍ୟାନର ଶୋଭା ବୃଦ୍ଧି କରୁଥାଏ | ସେହି ଜଳାଶୟରେ ବାସ କରୁଥିବା ମାଛମାନେ ଯେତେବେଳେ ଡ଼ିଆଁ-ଡେଇଁ କରି ଜଳରେ ପ୍ଲାବନ ସୃଷ୍ଟି କରନ୍ତି, ସେତେବେଳେ ଜଳ ଉପରେ ପ୍ରସ୍ଫୁଟିତ କମଳ, କୁମୁଦ, କୁବଳୟ, କହ୍ଲାର, ନୀଳ କମଳ, ଲାଲ କମଳ ଏବଂ ଶତପତ୍ର କମଳ ଆଦି ଆନ୍ଦୋଳିତ ହେବାରେ ଲାଗନ୍ତି | ସେହି କମଳ ବନରେ ପକ୍ଷୀମାନେ ଅବିରାମ କ୍ରୀଡା-କୌତୁକ କରି ନାନାବିଧ ମଧୁର କଲରବ କରୁଥାଆନ୍ତି, ଯାହା ଶୁଣି ମନ ଏବଂ ଇନ୍ଦ୍ରିୟମାନଙ୍କରେ ଆହ୍ଲାଦ ସୃଷ୍ଟି ହୋଇଥାଏ; ମନେହୁଏ ସତେ ଯେପରି ଇନ୍ଦ୍ରିୟମାନେ ଉତ୍ସବ ମୁଖରିତ ହୋଇ ଉଠିଛନ୍ତି |

ଯତ୍ର ହ ବାବ ନ ଭୟମହୋରାତ୍ରାଦିଭିଃ

କାଲବିଭାଗୈରୁପଲକ୍ଷ୍ୟତେ ॥ ୧୧॥

ସୂର୍ଯ୍ୟଙ୍କର ପ୍ରକାଶ ସେଠାକୁ ଯାଇ ନ ଥାଏ, ସେଥିପାଇଁ ଦିନ-ରାତି କାଳବିଭାଗ ସେଠାରେ ଦେଖିବାକୁ ମିଳେନାହିଁ |

ଯତ୍ର ହି ମହାହିପ୍ରବରଶିରୋମଣୟଃ ସର୍ୱଂ ତମଃ ପ୍ରବାଧନ୍ତେ ॥ ୧୨॥

ସେଠିକାର ସମ୍ପୂର୍ଣ୍ଣ ଅନ୍ଧକାର ବଡ-ବଡ ନାଗମାନଙ୍କର ମସ୍ତକର ମଣି ଦୂର କରିଥାଏ |

ନ ବା ଏତେଷୁ ବସତାଂ ଦିବ୍ୟୌଷଧିରସରସାୟନାନ୍ନପାନ-

ସ୍ନାନାଦିଭିରାଧୟୋ ବ୍ୟାଧୟୋ ବଲୀପଲିତଜରାଦୟଶ୍ଚ

ଦେହବୈବର୍ଣ୍ୟଦୌର୍ଗନ୍ଧ୍ୟସ୍ୱେଦକ୍ଲମଗ୍ଲାନିରିତି ବୟୋଽବସ୍ଥାଶ୍ଚ

ଭବନ୍ତି ॥ ୧୩॥

ସେହି ଲୋକର ନିବାସୀମାନେ ଔଷଧି, ରସ, ରସାୟନ, ଅନ୍ନ ଏବଂ ପାନୀୟ ରୂପରେ ଯାହା ସେବନ କରନ୍ତି, ସେହି ସବୁ ବସ୍ତୁ ଦିବ୍ୟ ଅଟେ; ସେହି ଦିବ୍ୟ ବସ୍ତୁର ସେବନ କରି ସେମାନେ କୌଣସି ପ୍ରକାରର ଶାରୀରିକ ତଥା ମାନସିକ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି ନାହିଁ | ଚର୍ମ ବିଗଳିତ ହେବା, ବାଳ ପାଚିଵା, ଶରୀର କାନ୍ତିହୀନ ହୋଇଯିବା, ଶରୀରରୁ ଦୁର୍ଗନ୍ଧ ନିର୍ଗତ ହେବା, ସ୍ବେଦ ନିର୍ଗତ ହେବା, କ୍ଲାନ୍ତି ଏବଂ ଅବସନ୍ନତା ତଥା ଆୟୁ ବୃଦ୍ଧି ସହିତ ଶରୀରର ଅବସ୍ଥାରେ ଅନ୍ୟ ଅନେକ ପ୍ରକାରର ପରିବର୍ତ୍ତନ ଆସିବା – ଏହି ସବୁ ବିକାର ସେମାନଙ୍କଠାରେ ଆସି ନ ଥାଏ | ସେମାନେ ସଦା ସୁନ୍ଦର, ସ୍ବସ୍ଥ, ଯୁବ ଏବଂ ଶକ୍ତିସମ୍ପନ୍ନ ରହନ୍ତି |

ନ ହି ତେଷାଂ କଲ୍ୟାଣାନାଂ ପ୍ରଭବତି କୁତଶ୍ଚନ ମୃତ୍ୟୁର୍ୱିନା

ଭଗବତ୍ତେଜସଶ୍ଚକ୍ରାପଦେଶାତ୍ ॥ ୧୪॥

କେବଳ ଭଗବାନଙ୍କର ସୁଦର୍ଶନ ଚକ୍ର ବ୍ୟତିତ ଅନ୍ୟ କୌଣସି ସାଧନ ଦ୍ବାରା ସେହି ପୁଣ୍ୟପୁରୁଷମାନଙ୍କର ମୃତ୍ୟୁ ହୋଇ ନ ଥାଏ |

ଯସ୍ମିନ୍ ପ୍ରବିଷ୍ଟେଽସୁରବଧୂନାଂ ପ୍ରାୟଃ ପୁଂସବନାନି

ଭୟାଦେବ ସ୍ରବନ୍ତି ପତନ୍ତି ଚ ॥ ୧୫॥

ସୁଦର୍ଶନ ଚକ୍ରର ଆଗମନ ମାତ୍ରେ ଭୟରେ ଅସୁରରମଣୀମାନଙ୍କର ଗର୍ଭସ୍ରାବ ଏବଂ ଗର୍ଭପାତ ହୋଇଯାଏ |

ଅଥାତଲେ ମୟପୁତ୍ରୋଽସୁରୋ ବଲୋ ନିବସତି ଯେନ ହ ବା

ଇହ ସୃଷ୍ଟାଃ ଷଣ୍ଣବତିର୍ମାୟାଃ କାଶ୍ଚନାଦ୍ୟାପି ମାୟାବିନୋ

ଧାରୟନ୍ତି ଯସ୍ୟ ଚ ଜୃମ୍ଭମାଣସ୍ୟ ମୁଖତସ୍ତ୍ରୟଃ ସ୍ତ୍ରୀଗଣା

ଉଦପଦ୍ୟନ୍ତ ସ୍ୱୈରିଣ୍ୟଃ କାମିନ୍ୟଃ ପୁଂଶ୍ଚଲ୍ୟ ଇତି ଯା ବୈ

ବିଲାୟନଂ ପ୍ରବିଷ୍ଟଂ ପୁରୁଷଂ ରସେନ ହାଟକାଖ୍ୟେନ ସାଧୟିତ୍ୱା

ସ୍ୱବିଲାସାବଲୋକନାନୁରାଗସ୍ମିତସଂଲାପୋପଗୂହନାଦିଭିଃ

ସ୍ୱୈରଂ କିଲ ରମୟନ୍ତି ଯସ୍ମିନ୍ନୁପୟୁକ୍ତେ ପୁରୁଷ ଈଶ୍ୱରୋଽହଂ

ସିଦ୍ଧୋଽହମିତ୍ୟଯୁତମହାଗଜବଲମାତ୍ମାନମଭିମନ୍ୟମାନଃ

କତ୍ଥତେ ମଦାନ୍ଧ ଇବ ॥ ୧୬॥

ଅତଳ ଲୋକରେ ମୟଦାନବର ପୁତ୍ର ବଳ ଅସୁର ରହିଥାଏ | ସେ ଛୟାନବେ ପ୍ରକାରର ମାୟା ରଚନା କରିଥାଏ | ସେଥି ମଧ୍ୟରୁ ଆଜି ମଧ୍ୟ ମାୟାବୀ ପୁରୁଷମାନଙ୍କ ଠାରେ କୌଣସି କୌଣସି ମାୟା ପରିଦୃଶ୍ୟ ହୋଇଥାଏ | ଥରେ ହାଇ ମାରିବା ସମୟରେ ତା ମୁଖରୁ ସ୍ବୈରିଣୀ (କେବଳ ନିଜ ବର୍ଣ୍ଣର ପୁରୁଷଙ୍କ ସହ ରମଣ କରୁଥିବା), କାମିନୀ (ଅନ୍ୟ ବର୍ଣ୍ଣର ପୁରୁଷଙ୍କ ସହ ମଧ୍ୟ ସମାଗମ କରୁଥିବା) ଏବଂ ପୁଂଶ୍ଚଳୀ (ଅତ୍ୟନ୍ତ ଚଞ୍ଚଳ ସ୍ବଭାବଯୁକ୍ତା) – ଏହି ତିନି ପ୍ରକାରର ସ୍ତ୍ରୀ ଉତ୍ପନ୍ନ ହେଲେ | ଏମାନେ ସେହି ଲୋକରେ ରହୁଥିବା ପୁରୁଷଙ୍କୁ ହାଟକ ନାମକ ଏକ ରସ ପାନ କରାଇ ସମ୍ଭୋଗ ନିମନ୍ତେ ସମର୍ଥ କରାଇ ଥାଆନ୍ତି ଏବଂ ତାପରେ ନିଜର ହାବ-ଭାବମୟୀ ଚାହାଣୀ, ପ୍ରେମମୟୀ ସ୍ମିତହାସ୍ୟ, ପ୍ରେମାଳାପ ଏବଂ ଆଲିଙ୍ଗନ ଦ୍ବାରା ମୋହିତ କରି ସେମାନଙ୍କ ସହିତ ରମଣ କରନ୍ତି | ସେହି ହାଟକ-ରସ ପାନ କରି ମନୁଷ୍ୟ ମଦାନ୍ଧ ହୋଇଯାଏ ଏବଂ ନିଜକୁ ଦଶ ହଜାର ହାତୀ ସମାନ ବଳବାନ ମନେକରି ‘ମୁଁ ଈଶ୍ବର ଅଟେ, ମୁଁ ସିଦ୍ଧ ଅଟେ ଏହିପରି ଅତ୍ୟୁକ୍ତି କରିବାରେ ଲାଗେ |

ତତୋଽଧସ୍ତାଦ୍ୱିତଲେ ହରୋ ଭଗବାନ୍ ହାଟକେଶ୍ୱରଃ ସ୍ୱପାର୍ଷଦ-

ଭୂତଗଣାବୃତଃ ପ୍ରଜାପତିସର୍ଗୋପବୃଂହଣାୟ ଭବୋ ଭବାନ୍ୟା ସହ

ମିଥୁନୀଭୂତ ଆସ୍ତେ ଯତଃ ପ୍ରବୃତ୍ତା ସରିତ୍ପ୍ରବରା ହାଟକୀ ନାମ

ଭବୟୋର୍ୱୀର୍ୟେଣ ଯତ୍ର ଚିତ୍ରଭାନୁର୍ମାତରିଶ୍ୱନା ସମିଧ୍ୟମାନ

ଓଜସା ପିବତି ତନ୍ନିଷ୍ଠ୍ୟୂତଂ ହାଟକାଖ୍ୟଂ ସୁବର୍ଣଂ ଭୂଷଣେନା-

ସୁରେନ୍ଦ୍ରାବରୋଧେଷୁ ପୁରୁଷାଃ ସହ ପୁରୁଷୀଭିର୍ଧାରୟନ୍ତି ॥ ୧୭॥

ତାହାର ନିମ୍ନ ଦେଶରେ ଥିବା ବିତଳ ଲୋକରେ ଭଗବାନ ହାଟକେଶ୍ବର ନାମରେ ମହାଦେବଜୀ ନିଜ ପାର୍ଷଦ ଭୂତଗଣଙ୍କ ସହ ରହନ୍ତି | ସେ ପ୍ରଜାପତିଙ୍କର ସୃଷ୍ଟି ବୃଦ୍ଧି ନିମନ୍ତେ ଭବାନୀଙ୍କ ସହିତ ବିହାର କରୁଥାଆନ୍ତି | ସେ ଦୁହିଁଙ୍କ ତେଜରୁ ସେଠାରେ ହାଟକୀ ନାମକ ଶ୍ରେଷ୍ଠ ନଦୀ ନିର୍ଗତ ହୋଇଛି | ତାହାର ଜଳକୁ ବାୟୁ ଦ୍ବାରା ପ୍ରଜ୍ବଳିତ ଅଗ୍ନି ଅତ୍ୟନ୍ତ ଉତ୍ସାହର ସହ ପାନ କରେ | ତାହାକୁ ପାନ କରି ଅଗ୍ନି ମୁଖରୁ ହାଟକ ନାମକ ଯେଉଁ ସୁନା ବାହାରି ଥାଏ, ତଦ୍ବାରା ନିର୍ମିତ ଆଭୂଷଣକୁ ଦୈତ୍ୟରାଜଙ୍କର ଅନ୍ତଃପୁରର ସ୍ତ୍ରୀ-ପୁରୁଷ ଆଦି ସମସ୍ତେ ଧାରଣ କରିଥାଆନ୍ତି |

ତତୋଽଧସ୍ତାତ୍ସୁତଲେ ଉଦାରଶ୍ରବାଃ ପୁଣ୍ୟଶ୍ଲୋକୋ

ବିରୋଚନାତ୍ମଜୋ ବଲିର୍ଭଗବତା ମହେନ୍ଦ୍ରସ୍ୟ ପ୍ରିୟଂ

ଚିକୀର୍ଷମାଣେନାଦିତେର୍ଲବ୍ଧକାୟୋ ଭୂତ୍ୱା ବଟୁବାମନରୂପେଣ

ପରାକ୍ଷିପ୍ତଲୋକତ୍ରୟୋ ଭଗବଦନୁକମ୍ପୟୈବ ପୁନଃ ପ୍ରବେଶିତ

ଇନ୍ଦ୍ରାଦିଷ୍ୱବିଦ୍ୟମାନୟା ସୁସମୃଦ୍ଧୟା ଶ୍ରିୟାଭିଜୁଷ୍ଟଃ

ସ୍ୱଧର୍ମେଣାରାଧୟଂସ୍ତମେବ ଭଗବନ୍ତମାରାଧନୀୟମପଗତ-

ସାଧ୍ୱସ ଆସ୍ତେଽଧୁନାପି ॥ ୧୮॥

ବିତଳର ନିମ୍ନଦେଶରେ ସୁତଳ ଲୋକ ରହିଛି | ସେଠାରେ ମହାଯଶସ୍ବୀ ପବତ୍ରକୀର୍ତ୍ତି ବିରୋଚନପୁତ୍ର ବଳି ରହନ୍ତି | ଇନ୍ଦ୍ରଙ୍କୁ ଖୁସୀ କରିବା ପାଇଁ ଅଦିତିଙ୍କ ଗର୍ଭରୁ ବଟୁ-ବାମନ ରୂପରେ ଅବତୀର୍ଣ୍ଣ ହୋଇ ଭଗବାନ ତାଙ୍କଠାରୁ ତିନି ଲୋକ ଛଡାଇ ନେଇଥିଲେ | ତାପରେ ଭଗବାନଙ୍କ କୃପାରୁ ହିଁ ତାଙ୍କୁ ଏହି ଲୋକରେ ପ୍ରବେଶ ମିଳିଥିଲା | ଏଠାରେ ତାଙ୍କୁ ଯେଉଁ ଉତ୍କୃଷ୍ଟ ସମ୍ପତ୍ତି ମିଳିଥାଏ, ତାହା ଇନ୍ଦ୍ରାଦିଙ୍କ ପାଖରେ ମଧ୍ୟ ନାହିଁ | ସେ ନିଜ ଧର୍ମାଚରଣ ଦ୍ବାରା ସେହି ପୂଜ୍ୟତମ ପ୍ରଭୁଙ୍କର ଆରାଧନା କରି ଆଜି ମଧ୍ୟ ସେଠାରେ ନିର୍ଭୟତାପୂର୍ବକ ନିବାସ କରୁଛନ୍ତି |

ନୋ ଏବୈତତ୍ସାକ୍ଷାତ୍କାରୋ ଭୂମିଦାନସ୍ୟ ଯତ୍ତଦ୍ଭଗବତ୍ୟଶେଷ-

ଜୀବନିକାୟାନାଂ ଜୀବଭୂତାତ୍ମଭୂତେ ପରମାତ୍ମନି ବାସୁଦେବେ

ତୀର୍ଥତମେ ପାତ୍ର ଉପପନ୍ନେ ପରୟା ଶ୍ରଦ୍ଧୟା ପରମାଦରସମାହିତ-

ମନସା ସମ୍ପ୍ରତିପାଦିତସ୍ୟ ସାକ୍ଷାଦପବର୍ଗଦ୍ୱାରସ୍ୟ

ଯଦ୍ବିଲନିଲୟୈଶ୍ୱର୍ୟମ୍ ॥ ୧୯॥

ରାଜନ୍ ! ସମ୍ପୂର୍ଣ୍ଣ ଜୀବସମୁଦାୟର ନିୟନ୍ତା ଏବଂ ଆତ୍ମସ୍ବରୂପ ପରମାତ୍ମା ଭଗବାନ ବାସୁଦେବଙ୍କ ପରି ପୂଜ୍ୟତମ ପବିତ୍ରତମ ପାତ୍ରଙ୍କୁ ପରମ ଶ୍ରଦ୍ଧା ଏବଂ ଆଦରର ସହିତ ସ୍ଥିର ଚିତ୍ତରେ କରାଯାଇ ଥିବା ଭୂମିଦାନର ମୁଖ୍ୟ ଫଳ ଏହା ନୁହେଁ ଯେ ବଳିଙ୍କୁ ସୁତଳ ଲୋକର ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଗଲା | ଏହି ଐଶ୍ବର୍ଯ୍ୟ ତ ଅନିତ୍ୟ ଅଟେ; ସେହି ଭୂମିଦାନ ସାକ୍ଷାତ୍ ମୋକ୍ଷର ଦ୍ବାର ଅଟେ |

ଯସ୍ୟ ହ ବାବ କ୍ଷୁତପତନପ୍ରସ୍ଖଲନାଦିଷୁ ବିବଶଃ

ସକୃନ୍ନାମାଭିଗୃଣନ୍ ପୁରୁଷଃ କର୍ମବନ୍ଧନମଞ୍ଜସା

ବିଧୁନୋତି ଯସ୍ୟ ହୈବ ପ୍ରତିବାଧନଂ ମୁମୁକ୍ଷବୋ-

ଽନ୍ୟଥୈବୋପଲଭନ୍ତେ ॥ ୨୦॥

ଛିଙ୍କିବା-କାଶିବା, ଗଡିବା-ପଡିବା ସମୟରେ ବିବଶ ହୋଇ ଥରେ ମାତ୍ର ଭଗବାନଙ୍କର ନାମ ଗ୍ରହଣ କରିବା ଦ୍ବାରା ମନୁଷ୍ୟର କର୍ମ-ବନ୍ଧନ ସହସା ଛିନ୍ନ ହୋଇଯାଏ, ଯାହାକୁ ଯୋଗସାଧନ ଏବଂ ଅନ୍ୟ ଅନେକ ଉପାୟର ଆଶ୍ରୟ ଗ୍ରହଣ କରି ମୁମୁକ୍ଷୁପୁରୁଷ ମଧ୍ୟ ସହଜରେ କାଟିପାରନ୍ତି ନାହିଁ |

ତଦ୍ଭକ୍ତାନାମାତ୍ମବତାଂ ସର୍ୱେଷାମାତ୍ମନ୍ୟାତ୍ମଦ

ଆତ୍ମତୟୈବ ॥ ୨୧॥

ଅତଏବ ନିଜର ସଂଯମୀ ଭକ୍ତ ଏବଂ ଜ୍ଞାନୀଙ୍କୁ ସ୍ବସ୍ବରୂପ ପ୍ରଦାନକାରୀ ଏବଂ ସମସ୍ତ ପ୍ରାଣୀଙ୍କର ଆତ୍ମା ଶ୍ରୀଭଗବାନଙ୍କୁ ଆତ୍ମଭାବରେ କରାଯାଇ ଥିବା ଭୂମିଦାନର ଫଳ ଏହା ହୋଇ ନ ପାରେ |

ନ ବୈ ଭଗବାନ୍ ନୂନମମୁଷ୍ୟାନୁଜଗ୍ରାହ ଯଦୁତ ପୁନରାତ୍ମା-

ନୁସ୍ମୃତିମୋଷଣଂ ମାୟାମୟଭୋଗୈଶ୍ୱର୍ୟମେବାତନୁତେତି ॥ ୨୨॥

ଭଗବାନ ଯଦି ବଳିଙ୍କୁ ତାଙ୍କର ସର୍ବସ୍ବଦାନ ପ୍ରତିବଦଳରେ ନିଜର ବିସ୍ମୃତି କରାଉଥିବା ଏହି ମାୟାମୟ ଭୋଗ ଏବଂ ଐଶ୍ବର୍ଯ୍ୟ ହିଁ ଦେଇଥିବେ, ତେବେ ସେ ବଳିଙ୍କ ପ୍ରତି କିଛି ଅନୁଗ୍ରହ କରିନାହାଁନ୍ତି |

ଯତ୍ତଦ୍ଭଗବତାନଧିଗତାନ୍ୟୋପାୟେନ ଯାଚ୍ଞାଚ୍ଛଲେନାପହୃତ

ସ୍ୱଶରୀରାବଶେଷିତଲୋକତ୍ରୟୋ ବରୁଣପାଶୈଶ୍ଚ ସମ୍ପ୍ରତିମୁକ୍ତୋ

ଗିରିଦର୍ୟାଂ ଚାପବିଦ୍ଧ ଇତି ହୋବାଚ ॥ ୨୩॥

ଯେତେବେଳେ ଅନ୍ୟ କୌଣସି ଉପାୟ ନ ପାଇ ଭଗବାନ ଛଳରେ ଯାଚନା କରି ତାଙ୍କଠାରୁ ତ୍ରିଲୋକୀର ରାଜ୍ୟ ଛଡାଇ ନେଇଥିଲେ ଏବଂ ତାଙ୍କ ପାଖରେ କେବଳ ଶରୀରଟି ମାତ୍ର ରହିଥିଲା, ସେତେବେଳେ ବରୁଣ-ପାଶରେ ବନ୍ଧା ହୋଇ ପର୍ବତ ଗୁମ୍ଫାରେ ପଡି ରହିଥିବା ବଳି ଏହିପରି କହିଥିଲେ |

ନୂନଂ ବତାୟଂ ଭଗବାନର୍ଥେଷୁ ନ ନିଷ୍ଣାତୋ ଯୋଽସାବିନ୍ଦ୍ରୋ

ଯସ୍ୟ ସଚିବୋ ମନ୍ତ୍ରାୟ ବୃତ ଏକାନ୍ତତୋ ବୃହସ୍ପତିସ୍ତ-

ମତିହାୟ ଯମୁପେନ୍ଦ୍ରେଣାତ୍ମାନମୟାଚତାତ୍ମନଶ୍ଚାଶିଷୋ

ନୋ ଏବ ତଦ୍ଦାସ୍ୟମତିଗମ୍ଭୀରବୟସଃ କାଲସ୍ୟ

ମନ୍ୱନ୍ତରପରିବୃତ୍ତଂ କିୟଲ୍ଲୋକତ୍ରୟମିଦମ୍ ॥ ୨୪॥

ଦୁଃଖର କଥା, ଏହି ଐଶ୍ବର୍ଯ୍ୟଶାଳୀ ଇନ୍ଦ୍ର ବିଦ୍ବାନ ହୋଇ ମଧ୍ୟ ନିଜର ବାସ୍ତବ ସ୍ବାର୍ଥ ସିଦ୍ଧ କରିବାରେ କୁଶଳ ନୁହଁନ୍ତି | ସେ ପରାମର୍ଶ କରିବା ପାଇଁ ଅନନ୍ୟଭାବରେ ବୃହଷ୍ପତିଙ୍କୁ ନିଜର ମନ୍ତ୍ରୀ ନିଯୁକ୍ତ କରିଛନ୍ତି, କିନ୍ତୁ ସେ ତାଙ୍କର ଅବହେଳନା କରି ଶ୍ରୀବିଷ୍ଣୁଭଗବାନଙ୍କଠାରୁ ତାଙ୍କର ଦାସତ୍ବ ମାଗିବା ପରିବର୍ତ୍ତେ ତାଙ୍କ ମାଧ୍ୟମରେ ମୋଠାରୁ ଭୋଗ ହିଁ ମାଗିନେଲେ | ଏହି ତିନି ଲୋକ ତ କେବଳ ଏକ ମନ୍ବନ୍ତରଯାଏଁ ହିଁ ରହନ୍ତି, ଯାହା ଅନନ୍ତ କାଳର ଏକ ଅବୟବମାତ୍ର ଅଟେ | ଭଗବାନଙ୍କର କୈଙ୍କର୍ଯ୍ୟ ସମ୍ମୁଖରେ ଏହି ତୁଚ୍ଛ ଭୋଗର ଅବା ମୂଲ୍ୟ କଣ ?

ଯସ୍ୟାନୁଦାସ୍ୟମେବାସ୍ମତ୍ପିତାମହଃ କିଲ ବବ୍ରେ ନ ତୁ

ସ୍ୱପିତ୍ର୍ୟଂ ଯଦୁତାକୁତୋଭୟଂ ପଦଂ ଦୀୟମାନଂ ଭଗବତଃ ପରମିତି

ଭଗବତୋପରତେ ଖଲୁ ସ୍ୱପିତରି ॥ ୨୫॥

ମୋର ପିତାମହ ପ୍ରହ୍ଲାଦ – ଭଗବାନଙ୍କ ହସ୍ତରେ ନିଜ ପିତା ହିରଣ୍ୟକଶିପୁ ମୃତ୍ୟୁବରଣ କରିବା ପରେ – ପ୍ରଭୁଙ୍କ ସେବାର ହିଁ ବରଯାଚନା କରିଥିଲେ | ପିତାଙ୍କର ନିଷ୍କଣ୍ଟକ ରାଜ୍ୟ ତାଙ୍କୁ ଭଗବାନଙ୍କଠାରୁ ଦୂରେଇ ଦେବ ମନେକରି, ଭଗବାନ ତାହା ତାଙ୍କୁ ଦେବାକୁ ଇଚ୍ଛା କରୁଥିଲେ ବି, ସେ ସ୍ବୀକାର କରି ନ ଥିଲେ |

ତସ୍ୟ ମହାନୁଭାବସ୍ୟାନୁପଥମମୃଜିତକଷାୟଃ କୋ ବାସ୍ମଦ୍ୱିଧଃ

ପରିହୀଣଭଗବଦନୁଗ୍ରହ ଉପଜିଗମିଷତୀତି ॥ ୨୬॥

ସେ ବହୁତ ବଡ ମହାନୁଭବ ଥିଲେ | ମୋ ପ୍ରତି ତ ଭଗବାନଙ୍କର କୃପା ନାହିଁ କି ମୋର ବାସନା ମଧ୍ୟ ଶାନ୍ତ ହୋଇନାହିଁ; ତେଣୁ ମୋ ପରି କେଉଁ ପୁରୁଷ ଅବା ତାଙ୍କ ପାଖରେ ପହଞ୍ଚିବାର ସାହସ କରିପାରିବେ ?

ତସ୍ୟାନୁଚରିତମୁପରିଷ୍ଟାଦ୍ୱିସ୍ତରିଷ୍ୟତେ ଯସ୍ୟ ଭଗବାନ୍ ସ୍ୱୟ-

ମଖିଲଜଗଦ୍ଗୁରୁର୍ନାରାୟଣୋ ଦ୍ୱାରି ଗଦାପାଣିରବତିଷ୍ଠତେ ନିଜ-

ଜନାନୁକମ୍ପିତହୃଦୟୋ ଯେନାଙ୍ଗୁଷ୍ଠେନ ପଦା ଦଶକନ୍ଧରୋ ଯୋଜନା-

ଯୁତାୟୁତଂ ଦିଗ୍ୱିଜୟ ଉଚ୍ଚାଟିତଃ ॥ ୨୭॥

ରାଜନ୍ ! ଏହି ବଳି-ଚରିତ୍ରର ବିସ୍ତୃତ ବର୍ଣ୍ଣନ ମୁଁ ଆଗକୁ ଅଷ୍ଟମ ସ୍କନ୍ଧରେ କରିବି | ନିଜ ଭକ୍ତଙ୍କ ପ୍ରତି ଭଗବାନଙ୍କର ହୃଦୟ ସର୍ବଦା ଦୟାପୂର୍ଣ୍ଣ ରହିଥାଏ | ସେହି କାରଣରୁ ଅଖିଳ ଜଗତର ପରମ ପୂଜନୀୟ ଗୁରୁ ଭଗବାନ ନାରାୟଣ ହସ୍ତରେ ଗଦା ଧାରଣ କରି ସୁତଳ ଲୋକରେ ବଳିଙ୍କ ଦ୍ବାରଦେଶରେ ସଦା ଉପସ୍ଥିତ ରହିଥାଆନ୍ତି | ଏକଦା ଦିଗବିଜୟ କରିବାକୁ ଯାଇ ଘମଣ୍ଡୀ ରାବଣ ସୁତଳ ଲୋକରେ ପହଞ୍ଚିଲା, ସେତେବେଳେ ଭଗବାନ ତାକୁ ନିଜ ପାଦ ଅଙ୍ଗୁଳିରେ ଠୋକର ମାରି ଲକ୍ଷେ ଯୋଜନ ଦୂରକୁ ଫିଙ୍ଗି ଦେଇଥିଲେ |

ତତୋଽଧସ୍ତାତ୍ତଲାତଲେ ମୟୋ ନାମ ଦାନବେନ୍ଦ୍ରସ୍ତ୍ରିପୁରାଧିପତି-

ର୍ଭଗବତା ପୁରାରିଣା ତ୍ରିଲୋକୀଶଂ ଚିକୀର୍ଷୁଣା ନିର୍ଦଗ୍ଧସ୍ୱ-

ପୁରତ୍ରୟଃ ତତ୍ପ୍ରସାଦାଲ୍ଲବ୍ଧପଦୋ ମାୟାବିନାମାଚାର୍ୟୋ

ମହାଦେବେନ ପରିରକ୍ଷିତୋ ବିଗତସୁଦର୍ଶନଭୟୋ ମହୀୟତେ ॥ ୨୮॥

ସୁତଳ ଲୋକର ନିମ୍ନଦେଶରେ ତଳାତଳ ରହିଛି | ସେଠାରେ ତ୍ରିପୁରାଧିପତି ଦାନବରାଜ ମୟ ରହିଛି | ପ୍ରଥମ ତିନି ଲୋକରେ ଶାନ୍ତି ସ୍ଥାପନ କରିବା ହେତୁ ଭଗବାନ ଶଂକର ତାର ତିନି ପୁରୀକୁ ଭସ୍ମ କରିଦେଇ ଥିଲେ | ତାପରେ ତାଙ୍କ କୃପାରୁ ହିଁ ତାକୁ ଏହି ସ୍ଥାନ ମିଳିଲା | ସେ ମାୟାବୀମାନଙ୍କର ପରମ ଗୁରୁ ଅଟେ ଏବଂ ମହାଦେବଙ୍କ ଦ୍ବାରା ସୁରକ୍ଷିତ ଅଟେ; ସେଥିପାଇଁ ତା ପାଇଁ ସୁଦର୍ଶନ ଚକ୍ରର ଭୟ ନ ଥାଏ | ସେଠାର ନିବାସୀ ତାକୁ ବହୁତ ଆଦର କରନ୍ତି |

ତତୋଽଧସ୍ତାନ୍ମହାତଲେ କାଦ୍ରବେୟାଣାଂ ସର୍ପାଣାଂ

ନୈକଶିରସାଂ କ୍ରୋଧବଶୋ ନାମ ଗଣଃ କୁହକତକ୍ଷକକାଲିୟ-

ସୁଷେଣାଦିପ୍ରଧାନା ମହାଭୋଗବନ୍ତଃ ପତତ୍ତ୍ରିରାଜାଧିପତେଃ

ପୁରୁଷବାହାଦନବରତମୁଦ୍ୱିଜମାନାଃ ସ୍ୱକଲତ୍ରାପତ୍ୟସୁହୃ-

ତ୍କୁଟୁମ୍ବସଙ୍ଗେନ କ୍ୱଚିତ୍ପ୍ରମତ୍ତା ବିହରନ୍ତି ॥ ୨୯॥

ତାହାର ନିମ୍ନଦେଶ ମହାତଳରେ କଦ୍ରୂଠାରୁ ଉତ୍ପନ୍ନ ଅନେକ ସିରଧାରୀ ସର୍ପମାନଙ୍କର କ୍ରୋଧବଶ ନାମକ ଏକ ସମୁଦାୟ ରହନ୍ତି | ସେମାନଙ୍କ ମଧ୍ୟରେ କୁହକ, ତକ୍ଷକ, କାଳିୟ ଏବଂ ସୁଷେଣ ଆଦି ପ୍ରଧାନ ଅଟନ୍ତି | ସେମାନଙ୍କର ବଡ-ବଡ ଫଣ ରହିଥାଏ | ସେମାନେ ସଦା ଭଗବାନଙ୍କର ବାହନ ପକ୍ଷୀରାଜ ଗରୁଡ଼ଙ୍କୁ ଭୟ କରନ୍ତି; ତଥାପି ସେମାନେ ନିଜର ସ୍ତ୍ରୀ, ପୁତ୍ର, ମିତ୍ର ଏବଂ କୁଟୁମ୍ବ ସହିତ ପ୍ରମତ୍ତ ହୋଇ ବିହାର କରୁଥାଆନ୍ତି |

ତତୋଽଧସ୍ତାଦ୍ରସାତଲେ ଦୈତେୟା ଦାନବାଃ ପଣୟୋ ନାମ

ନିବାତକବଚାଃ କାଲେୟା ହିରଣ୍ୟପୁରବାସିନ ଇତି

ବିବୁଧପ୍ରତ୍ୟନୀକା ଉତ୍ପତ୍ତ୍ୟା ମହୌଜସୋ ମହାସାହସିନୋ

ଭଗବତଃ ସକଲଲୋକାନୁଭାବସ୍ୟ ହରେରେବ ତେଜସା

ପ୍ରତିହତବଲାବଲେପା ବିଲେଶୟା ଇବ ବସନ୍ତି ଯେ ବୈ

ସରମୟେନ୍ଦ୍ରଦୂତ୍ୟା ବାଗ୍ଭିର୍ମନ୍ତ୍ରବର୍ଣାଭିରିନ୍ଦ୍ରାଦ୍ବିଭ୍ୟତି ॥ ୩୦॥

ତା ତଳକୁ ରସାତଳରେ ପଣି ନାମରେ ଦୈତ୍ୟ ଏବଂ ଦାନବ ରହନ୍ତି | ଏମାନଙ୍କୁ ନିବାତକବଚ, କାଳେୟ ଏବଂ ହିରଣ୍ୟପୁରବାସୀ ମଧ୍ୟ କୁହାଯାଏ | ଏମାନେ ଦେବତାମାନଙ୍କର ବିରୋଧୀ ଅଟନ୍ତି | ଜନ୍ମରୁ ଏମାନେ ଅତ୍ୟନ୍ତ ବଳବାନ ଏବଂ ପ୍ରବଳ ସାହସୀ ଅଟନ୍ତି | କିନ୍ତୁ ଯାହାର ପ୍ରଭାବ ସମ୍ପୂର୍ଣ୍ଣ ଲୋକରେ ବ୍ୟାପ୍ତ, ସେହି ଶ୍ରୀହରିଙ୍କ ତେଜରେ ବଳ-ଅଭିମାନ ଚୂର୍ଣ୍ଣ ହୋଇଯିବା କାରଣରୁ ସେମାନେ ସର୍ପ ପରି ଲୁଚି-ଛପି ରହନ୍ତି ତଥା ଇନ୍ଦ୍ରଙ୍କର ଦୂତୀ ସରମାର ମନ୍ତ୍ରବର୍ଣ୍ଣରୂପ ବାକ୍ୟ ସ୍ମରଣ କରି ସର୍ବଦା ଇନ୍ଦ୍ରଙ୍କୁ ଭୟ କରନ୍ତି |

ତତୋଽଧସ୍ତାତ୍ପାତାଲେ ନାଗଲୋକପତୟୋ ବାସୁକିପ୍ରମୁଖାଃ

ଶଙ୍ଖକୁଲିକମହାଶଙ୍ଖଶ୍ୱେତଧନଞ୍ଜୟଧୃତରାଷ୍ଟ୍ରଶଙ୍ଖଚୂଡ-

କମ୍ବଲାଶ୍ୱତରଦେବଦତ୍ତାଦୟୋ ମହାଭୋଗିନୋ ମହାମର୍ଷା

ନିବସନ୍ତି ଯେଷାମୁ ହ ବୈ ପଞ୍ଚସପ୍ତଦଶଶତସହସ୍ରଶୀର୍ଷାଣାଂ

ଫଣାସୁ ବିରଚିତା ମହାମଣୟୋ ରୋଚିଷ୍ଣବଃ ପାତାଲବିବର-

ତିମିରନିକରଂ ସ୍ୱରୋଚିଷା ବିଧମନ୍ତି ॥ ୩୧॥

ରସାତଳର ନିମ୍ନଦେଶରେ ପାତାଳ ରହିଛି | ସେଠାରେ ଶଂଖ, କୁଳିକ, ମହାଶଂଖ, ଶ୍ବେତ, ଧନଞ୍ଜୟ, ଧୃତରାଷ୍ଟ୍ର, ଶଂଖଚୂଡ, କମ୍ବଳ, ଅଶ୍ବତର ଏବଂ ଦେବଦତ୍ତ ଆଦି ଅତ୍ୟନ୍ତ କ୍ରୋଧୀ ଏବଂ ବଡ-ବଡ ଫଣଯୁକ୍ତ ନାଗ ରହନ୍ତି | ଏମାନଙ୍କ ମଧ୍ୟରେ ବାସୁକି ପ୍ରଧାନ ଅଟନ୍ତି | ଏମାନଙ୍କ ମଧ୍ୟରୁ କାହାର ପାଞ୍ଚ, କାହାର ସାତ, କାହାର ଦଶ, କାହାର ଶହେ ତ ଆଉ କାହାର ହଜାର ସିର ରହିଛି | ଏମାନଙ୍କ ଫଣରେ ଥିବା ଦୀପ୍ତିମାନ ମଣିର ପ୍ରକାଶ ପାତାଳଲୋକର ସମ୍ପୂର୍ଣ୍ଣ ଅନ୍ଧକାର ନଷ୍ଟ କରି ଦେଇଥାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ରାହ୍ୱାଦିସ୍ଥିତିବିଲସ୍ୱର୍ଗମର୍ୟାଦାନିରୂପଣଂ

ନାମ ଚତୁର୍ୱିଂଶୋଽଧ୍ୟାୟଃ ॥ ୨୪॥

 

Comments

Popular posts from this blog