ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ ବାସୁଦେବାୟ
॥
॥ ପଞ୍ଚମ ସ୍କନ୍ଧ ॥
ପଞ୍ଚବିଂଶ ଅଧ୍ୟାୟ
ଶ୍ରୀ ସଂକର୍ଷଣଦେବଙ୍କର ବିବରଣ ଏବଂ ସ୍ତୁତି
ଶ୍ରୀଶୁକ ଉବାଚ
ତସ୍ୟ ମୂଲଦେଶେ ତ୍ରିଂଶଦ୍ୟୋଜନସହସ୍ରାନ୍ତର ଆସ୍ତେ ଯା ବୈ
କଲା ଭଗବତସ୍ତାମସୀ ସମାଖ୍ୟାତାନନ୍ତ ଇତି ସାତ୍ୱତୀୟା
ଦ୍ରଷ୍ଟୃଦୃଶ୍ୟଯୋଃ ସଙ୍କର୍ଷଣମହମିତ୍ୟଭିମାନ-ଲକ୍ଷଣଂ ଯଂ
ସଙ୍କର୍ଷଣମିତ୍ୟାଚକ୍ଷତେ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ପାତାଳଲୋକ ତଳକୁ ତିରିଶ ହଜାର
ଯୋଜନ ଦୂରତାରେ ଅନନ୍ତ ନାମରେ ବିଖ୍ୟାତ ଭଗବାନଙ୍କର ତାମସୀ ନିତ୍ୟ କଳା ରହିଛି | ଏହା
ଅହଂକାରରୂପା ହୋଇଥିବା କାରଣରୁ ଦ୍ରଷ୍ଟା ଏବଂ ଦୃଶ୍ୟକୁ ଟାଣି ଏକ କରିଦେଇ ଥାଏ; ସେଥିପାଇଁ
ପାଞ୍ଚରାତ୍ର ଆଗମ ଅନୁଯାୟୀ ଭକ୍ତଜନ ଏହାକୁ ‘ସଂକର୍ଷଣ’ କହନ୍ତି |
ଯସ୍ୟେଦଂ କ୍ଷିତିମଣ୍ଡଲଂ ଭଗବତୋଽନନ୍ତମୂର୍ତେଃ ସହସ୍ରଶିରସ
ଏକସ୍ମିନ୍ନେବ ଶୀର୍ଷଣି ଧ୍ରିୟମାଣଂ ସିଦ୍ଧାର୍ଥ ଇବ ଲକ୍ଷ୍ୟତେ ॥ ୨॥
ଭଗବାନ ଅନନ୍ତଙ୍କର ଏକ ହଜାର ମସ୍ତକ ରହିଛି | ତନ୍ମଧ୍ୟରୁ ଗୋଟିଏ
ମସ୍ତକ ଉପରେ ସ୍ଥିତ ରହି ଏହି ସାରା ଭୂମଣ୍ଡଳ ଏକ ସୋରିଷ ଦାନା ପରି ଦେଖା ଯାଉଥାଏ |
ଯସ୍ୟ ହ ବା ଇଦଂ କାଲେନୋପସଞ୍ଜିହୀର୍ଷତୋଽମର୍ଷବିରଚିତ-
ରୁଚିରଭ୍ରମଦ୍ଭ୍ରୁବୋରନ୍ତରେଣ ସାଙ୍କର୍ଷଣୋ ନାମ ରୁଦ୍ର ଏକାଦଶ-
ବ୍ୟୂହସ୍ତ୍ର୍ୟକ୍ଷସ୍ତ୍ରିଶିଖଂ ଶୂଲମୁତ୍ତମ୍ଭୟନ୍ନୁଦତିଷ୍ଠତ୍ ॥ ୩॥
ପ୍ରଳୟକାଳ ଉପସ୍ଥିତ ହୁଅନ୍ତେ ଯେତେବେଳେ ସେ ଏହି ବିଶ୍ବର ଉପସଂହାର
କରିବାକୁ ଇଚ୍ଛା କରନ୍ତି, ସେତେବେଳେ
କ୍ରୋଧବଶ ତାଙ୍କ ଘୂର୍ଣ୍ଣାୟିତ ମନୋହର ଭୃକୁଟିର ମଧ୍ୟଭାଗରୁ ସଂକର୍ଷଣ ନାମକ ରୁଦ୍ର ପ୍ରକଟ
ହୁଅନ୍ତି | ତାଙ୍କର ବ୍ୟୁହସଂଖ୍ୟା ଏଗାର ଅଟେ | ସେମାନେ ସମସ୍ତେ ତ୍ରିନେତ୍ରଧାରୀ ଅଟନ୍ତି ଏବଂ
ସମସ୍ତେ ହାତରେ ତ୍ରିଶୂଳ ଧାରଣ କରିଥାଆନ୍ତି |
ଯସ୍ୟାଙ୍ଘ୍ରିକମଲୟୁଗଲାରୁଣବିଶଦନଖମଣିଷଣ୍ଡ-
ମଣ୍ଡଲେଷୁ ଅହିପତୟଃ ସହ ସାତ୍ୱତର୍ଷଭୈରେକାନ୍ତଭକ୍ତି-
ଯୋଗେନାବନମନ୍ତଃ ସ୍ୱବଦନାନି ପରିସ୍ଫୁରତ୍କୁଣ୍ଡଲପ୍ରଭା-
ମଣ୍ଡିତଗଣ୍ଡସ୍ଥଲାନ୍ୟତିମନୋହରାଣି ପ୍ରମୁଦିତମନସଃ
ଖଲୁ ବିଲୋକୟନ୍ତି ॥ ୪॥
ଭଗବାନ ସଂକର୍ଷଣଙ୍କ ଚରଣକମଳର ଗୋଲ-ଗୋଲ ସ୍ବଚ୍ଛ ଏବଂ ଅରୁଣବର୍ଣ୍ଣର
ନଖ ମଣିମାନଙ୍କର ପଂକ୍ତି ପରି ଦେଦୀପ୍ୟମାନ ଅଟେ | ଯେତେବେଳେ ଅନ୍ୟ ପ୍ରଧାନ-ପ୍ରଧାନ ଭକ୍ତଙ୍କ
ସହିତ ଅନେକ ନାଗରାଜ ଅନନ୍ୟ ଭକ୍ତିଭାବରେ ତାଙ୍କୁ ପ୍ରଣାମ କରନ୍ତି, ସେତେବେଳେ ସେହି ନଖମଣିରେ ସେମାନେ ନିଜର କୁଣ୍ଡଳ-କାନ୍ତିମଣ୍ଡିତ
କମନୀୟ କପୋଳଯୁକ୍ତ ମନୋହର ମୁଖାରବିନ୍ଦର ମନମୋହିନୀ ଦୃଶ୍ୟ ଦେଖିଥାଆନ୍ତି ଏବଂ ସେମାନଙ୍କର ମନ
ଆନନ୍ଦରେ ଭରିଯାଏ |
ଯସ୍ୟୈବ ହି ନାଗରାଜକୁମାର୍ୟ ଆଶିଷ ଆଶାସାନା-
ଶ୍ଚାର୍ୱଙ୍ଗବଲୟବିଲସିତବିଶଦବିପୁଲଧବଲସୁଭଗ-
ରୁଚିରଭୁଜରଜତସ୍ତମ୍ଭେଷ୍ୱଗୁରୁଚନ୍ଦନକୁଙ୍କୁମପଙ୍କାନୁ-
ଲେପେନାବଲିମ୍ପମାନାସ୍ତଦଭିମର୍ଶନୋନ୍ମଥିତହୃଦୟ-
ମକରଧ୍ୱଜାବେଶରୁଚିରଲଲିତସ୍ମିତାସ୍ତଦନୁରାଗ-
ମଦମୁଦିତମଦବିଘୂର୍ଣିତାରୁଣକରୁଣାବଲୋକନୟନ-
ବଦନାରବିନ୍ଦଂ ସବ୍ରୀଡଂ କିଲ ବିଲୋକୟନ୍ତି ॥ ୫॥
ଅନେକ ନାଗରାଜଙ୍କର କନ୍ୟାମାନେ ବିବିଧ ପ୍ରକାରର କାମନା ସହିତ ତାଙ୍କ
ଅଙ୍ଗମଣ୍ଡଳରେ ରୂପାର ଖମ୍ଭ ସଦୃଶ ସୁଶୋଭିତ ତାଙ୍କର ବଳୟବିଳସିତ ସୁଦୀର୍ଘ ଶ୍ବେତବର୍ଣ୍ଣର
ସୁନ୍ଦର ଭୁଜରେ ଅରଗଜା, ଚନ୍ଦନ ଏବଂ
କୁଙ୍କୁମ ଆଦି ଲେପ କରିଥାଆନ୍ତି | ସେହି ସମୟରେ ତାଙ୍କ ଅଙ୍ଗସ୍ପର୍ଶରେ ମଥିତ ହୋଇ ସେମାନଙ୍କ
ହୃଦୟରେ କାମର ସଞ୍ଚାର ହୋଇଥାଏ ଏବଂ ସେମାନେ ତାଙ୍କର ମଦବିହ୍ବଳ ସକରୁଣ ଅରୁଣ ନୟନକମଳରେ
ସୁଶୋଭିତ ତଥା ପ୍ରେମମଦରେ ମୁଦିତ ମୁଖାରବିନ୍ଦକୁ ମଧୁର ସ୍ମିତହାସ୍ୟଯୁକ୍ତ ହୋଇ ସଲ୍ଲଜ ଭାବରେ
ଚାହିଁ ରହିଥାଆନ୍ତି |
ସ ଏବ ଭଗବାନନନ୍ତୋଽନନ୍ତଗୁଣାର୍ଣବ ଆଦିଦେବ
ଉପସଂହୃତାମର୍ଷରୋଷବେଗୋ ଲୋକାନାଂ ସ୍ୱସ୍ତୟ ଆସ୍ତେ ॥ ୬॥
ଅନନ୍ତ ଗୁଣର ସାଗର ସେହି ଆଦିଦେବ ଭଗବାନ ଅନନ୍ତ ନିଜର ଅମର୍ଷ (ଅସହନଶୀଳ)
ଏବଂ ରୋଷର ବେଗକୁ ରୁଦ୍ଧ କରି ସମସ୍ତ ଲୋକର କଲ୍ୟାଣ ନିମନ୍ତେ ସେଠାରେ ବିରାଜମାନ ଅଟନ୍ତି |
ଧ୍ୟାୟମାନଃ ସୁରାସୁରୋରଗସିଦ୍ଧଗନ୍ଧର୍ୱବିଦ୍ୟାଧର-
ମୁନିଗଣୈରନବରତମଦମୁଦିତବିକୃତବିହ୍ୱଲଲୋଚନଃ
ସୁଲଲିତମୁଖରିକାମୃତେନାପ୍ୟାୟମାନଃ ସ୍ୱପାର୍ଷଦ-
ବିବୁଧୟୂଥପତୀନପରିମ୍ଲାନରାଗନବତୁଲସିକାମୋଦ-
ମଧ୍ୱାସବେନ ମାଦ୍ୟନ୍ ମଧୁକରବ୍ରାତମଧୁରଗୀତଶ୍ରିୟଂ
ବୈଜୟନ୍ତୀଂ ସ୍ୱାଂ ବନମାଲାଂ ନୀଲବାସା ଏକକୁଣ୍ଡଲୋ
ହଲକକୁଦି କୃତସୁଭଗସୁନ୍ଦରଭୁଜୋ ଭଗବାନ୍ ମାହେନ୍ଦ୍ରୋ
ବାରଣେନ୍ଦ୍ର ଇବ କାଞ୍ଚନୀଂ କକ୍ଷାମୁଦାରଲୀଲୋ ବିଭର୍ତି ॥ ୭॥
ଦେବତା, ଅସୁର, ନାଗ, ସିଦ୍ଧ, ଗନ୍ଧର୍ବ, ବିଦ୍ୟାଧର ଏବଂ
ମୁନିଗଣ ଭଗବାନ ଅନନ୍ତଙ୍କର ଧ୍ୟାନ କରନ୍ତି | ତାଙ୍କର ନେତ୍ର ନିରନ୍ତର ପ୍ରେମମଦରେ ମୁଦିତ, ଚଞ୍ଚଳ ଏବଂ ବିହ୍ବଳ ରହିଥାଏ | ସୁଲଳିତ ବଚନାମୃତରେ ସେ ନିଜ ପାର୍ଷଦ
ଏବଂ ଦେବଯୂଥପଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି | ତାଙ୍କର ଅଙ୍ଗରେ ନୀଳାମ୍ବର ଏବଂ ଗୋଟିଏ କାନରେ
କୁଣ୍ଡଳ ଝଲମଲ କରୁଥାଏ ତଥା ତାଙ୍କର ସୁଭଗ ଏବଂ ସୁନ୍ଦର ହସ୍ତ ହଳର ମୁଷ୍ଟି ଉପରେ ରହିଥାଏ |
ସେହି ଉଦାରଲୀଳାମୟ ଭଗବାନ ସଂକର୍ଷଣ ଗଳାରେ ବୈଜୟନ୍ତୀ ମାଳା ଧାରଣ କରିଥାଆନ୍ତି, ଯାହା
ଇନ୍ଦ୍ରଙ୍କର ଐରାବତ ହସ୍ତୀ ଗଳାରେ ପଡିଥିବା ସୁବର୍ଣ୍ଣ ଶୃଂଖଳ ପରି ଦେଖା ଯାଉଥାଏ | ଅମଳୀନ
କାନ୍ତିଯୁକ୍ତ ନବୀନ ତୁଳସୀର ଗନ୍ଧ ଏବଂ ମଧୁର ମକରନ୍ଦରେ ଉନ୍ମତ୍ତ ଭ୍ରମରମାନେ ନିରନ୍ତର ମଧୁର
ଗୁଞ୍ଜାର କରି ତାହାର ଶୋଭା ବୃଦ୍ଧି କରୁଥାଆନ୍ତି |
ଯ ଏଷ ଏବମନୁଶ୍ରୁତୋ ଧ୍ୟାୟମାନୋ ମୁମୁକ୍ଷୂଣାମନାଦି-
କାଲକର୍ମବାସନାଗ୍ରଥିତମବିଦ୍ୟାମୟଂ ହୃଦୟଗ୍ରନ୍ଥିଂ
ସତ୍ତ୍ୱରଜସ୍ତମୋମୟମନ୍ତର୍ହୃଦୟଂ ଗତ ଆଶୁ ନିର୍ଭିନତ୍ତି
ତସ୍ୟାନୁଭାବାନ୍ ଭଗବାନ୍ ସ୍ୱାୟମ୍ଭୁବୋ ନାରଦଃ ସହ
ତୁମ୍ବୁରୁଣା ସଭାୟାଂ ବ୍ରହ୍ମଣଃ ସଂଶ୍ଲୋକୟାମାସ ॥ ୮॥
ଏହିପରି ଭାବରେ, ତାଙ୍କର
ମାହାତ୍ମ୍ୟ-ଶ୍ରବଣ ଏବଂ ଧ୍ୟାନ କରିବା ଦ୍ବାରା ଭଗବାନ ଅନନ୍ତ ମୁମୁକ୍ଷୁମାନଙ୍କର ହୃଦୟରେ
ଆବିର୍ଭୂତ ହୋଇ ସେମାନଙ୍କର ଅନାଦିକାଳୀନ କର୍ମବାସନାରେ ଗ୍ରଥିତ ସତ୍ତ୍ବ, ରଜ ଓ ତମଗୁଣାତ୍ମକ ଅବିଦ୍ୟାମୟୀ ହୃଦୟ ଗ୍ରନ୍ଥିକୁ ତତ୍କାଳ ଛେଦନ
କରିଦିଅନ୍ତି | ଥରେ ବ୍ରହ୍ମାଙ୍କର ପୁତ୍ର ଭଗବାନ ନାରଦ ତମ୍ବୁରୁ ଗନ୍ଧର୍ବଙ୍କ ସହିତ
ବ୍ରହ୍ମାଜୀଙ୍କର ସଭାରେ ଏହିପରି ଭାବରେ ତାଙ୍କର ଗୁଣଗାନ କରିଥିଲେ |
ଉତ୍ପତ୍ତିସ୍ଥିତିଲୟହେତବୋଽସ୍ୟ କଲ୍ପାଃ
ସତ୍ତ୍ୱାଦ୍ୟାଃ ପ୍ରକୃତିଗୁଣା ଯଦୀକ୍ଷୟାଽଽସନ୍ ।
ଯଦ୍ରୂପଂ ଧ୍ରୁବମକୃତଂ ଯଦେକମାତ୍ମନ୍
ନାନାଧାତ୍କଥମୁ ହ ବେଦ ତସ୍ୟ ବର୍ତ୍ମ ॥ ୯॥
ଯାହାର ଦୃଷ୍ଟିପାତ ମାତ୍ରେ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ପ୍ରଳୟର ହେତୁଭୂତ ସତ୍ତ୍ଵାଦି ପ୍ରାକୁତ ଗୁଣ ନିଜ-ନିଜ
କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଆନ୍ତି, ଯାହାର ସ୍ବରୂପ
ଧ୍ରୁବ (ଅନନ୍ତ) ଏବଂ ଅକୃତ (ଅନାଦି) ଅଟେ ତଥା ଯିଏ ଏକ ହୋଇ ମଧ୍ୟ ଏହି ନାନାତ୍ମକ ପ୍ରପଞ୍ଚକୁ
ନିଜଠାରେ ଧାରଣ କରିଛନ୍ତି – ସେହି ଭଗବାନ ସଂକର୍ଷଣଙ୍କର ତତ୍ତ୍ବକୁ କିଏ କିପରି ଜାଣିପାରିବ |
ମୂର୍ତିଂ ନଃ ପୁରୁକୃପୟା ବଭାର ସତ୍ତ୍ୱଂ
ସଂଶୁଦ୍ଧଂ ସଦସଦିଦଂ ବିଭାତି ତତ୍ର ।
ଯଲ୍ଲୀଲାଂ ମୃଗପତିରାଦଦେଽନବଦ୍ୟା-
ମାଦାତୁଂ ସ୍ୱଜନମନାଂସ୍ୟୁଦାରବୀର୍ୟଃ ॥ ୧୦॥
ଯାହାଙ୍କଠାରେ ଏହି କାର୍ଯ୍ୟ-କାରଣରୂପ ସମସ୍ତ ପ୍ରପଞ୍ଚ ପ୍ରତିଭାସିତ
ତଥା ନିଜଜନଙ୍କର ଚିତ୍ତକୁ ଆକର୍ଷିତ କରିବା ନିମନ୍ତେ ଯାହାର ବୀରତାପୂର୍ଣ୍ଣ ଲୀଳାକୁ ପରମ
ପରାକ୍ରମୀ ସିଂହ ଆଦର୍ଶ ଭାବରେ ଗ୍ରହଣ କରିଥାଏ, ସେହି
ଉଦାରବୀର୍ଯ୍ୟ ସଂକର୍ଷଣ ଭଗବାନ ଆମ୍ଭମାନଙ୍କ ପ୍ରତି କୃପା କରି ଏହି ବିଶୁଦ୍ଧ ସତ୍ତ୍ବମୟ ସ୍ବରୂପ
ଧାରଣ କରିଛନ୍ତି |
ଯନ୍ନାମଶ୍ରୁତମନୁକୀର୍ତୟେଦକସ୍ମା-
ଦାର୍ତୋ ବା ଯଦି ପତିତଃ ପ୍ରଲମ୍ଭନାଦ୍ୱା ।
ହନ୍ତ୍ୟଂହଃ ସପଦି ନୃଣାମଶେଷମନ୍ୟଂ
କଂ ଶେଷାଦ୍ଭଗବତ ଆଶ୍ରୟେନ୍ମୁମୁକ୍ଷୁଃ ॥ ୧୧॥
କୌଣସି ପୀଡିତ ଅଥବା ପତିତ ପୁରୁଷ ଯଦି ଅବହେଳାରେ ହେଉ ବା ପରିହାସରେ
ହେଉ ଅକସ୍ମାତ୍ ତାଙ୍କର ନାମ ଉଚ୍ଚାରଣ କରନ୍ତି, ତେବେ ସେହି ପୁରୁଷ
ଅନ୍ୟର ପାପକୁ ମଧ୍ୟ ତତ୍କାଳ ନଷ୍ଟ କରିଦିଅନ୍ତି – ଏପରି ଶେଷଭଗବାନଙ୍କୁ ଛାଡି ମୁମୁକ୍ଷୁଜନ
ଅନ୍ୟ କାହାର ଆଶ୍ରୟ ଗ୍ରହଣ କରିବାକୁ କିପରି ଇଚ୍ଛା କରିବେ ?
ମୂର୍ଧନ୍ୟର୍ପିତମଣୁବତ୍ସହସ୍ରମୂର୍ଧ୍ନୋ
ଭୂଗୋଲଂ ସଗିରିସରିତ୍ସମୁଦ୍ରସତ୍ତ୍ୱମ୍ ।
ଆନନ୍ତ୍ୟାଦନିମିତବିକ୍ରମସ୍ୟ ଭୂମ୍ନଃ
କୋ ବୀର୍ୟାଣ୍ୟଧିଗଣୟେତ୍ସହସ୍ରଜିହ୍ୱଃ ॥ ୧୨॥
ପର୍ବତ, ନଦୀ ଓ
ସମୁଦ୍ରାଦିରେ ପୂର୍ଣ୍ଣ ଏହି ସମ୍ପୂର୍ଣ୍ଣ ଭୂମଣ୍ଡଳ ସେହି ସହସ୍ରଶୀର୍ଷା ଭଗବାନଙ୍କର ଗୋଟିଏ
ମସ୍ତକ ଉପରେ ଏକ ରଜକଣ ପରି ରହିଛି | ସେ ଅନନ୍ତ ଅଟନ୍ତି, ସେଥିପାଇଁ ତାଙ୍କ
ପରାକ୍ରମର କୌଣସି ପରିମାଣ ନାହିଁ | କାହାର ଏକ ହଜାର ଜିହ୍ବା ଥିଲେ ବି ସେହି ସର୍ବବ୍ୟାପକ
ଭଗବାନଙ୍କ ପରାକ୍ରମର ଗଣନା କରିବାକୁ କିଏ କିପରି ସାହସ କରିବ ?
ଏବମ୍ପ୍ରଭାବୋ ଭଗବାନନନ୍ତୋ
ଦୁରନ୍ତବୀର୍ୟୋରୁଗୁଣାନୁଭାବଃ ।
ମୂଲେ ରସାୟାଃ ସ୍ଥିତ ଆତ୍ମତନ୍ତ୍ରୋ
ଯୋ ଲୀଲୟା କ୍ଷ୍ମାଂ ସ୍ଥିତୟେ ବିଭର୍ତି ॥ ୧୩॥
ବାସ୍ତବରେ ତାଙ୍କର ବୀର୍ଯ୍ୟ, ଗୁଣ ଏବଂ ପ୍ରଭାବ
ଅସୀମ ଅଟେ | ଏପରି ପ୍ରଭାବଶାଳୀ ଭଗବାନ ଅନନ୍ତ ରସାତଳର ମୂଳରେ ନିଜର ହିଁ ମହିମାରେ ସ୍ଥିତ
ସ୍ବତନ୍ତ୍ର ଅଟନ୍ତି ଏବଂ ସମ୍ପୂର୍ଣ୍ଣ ଲୋକର ସ୍ଥିତି ନିମନ୍ତେ ଲୀଳାରେ ହିଁ ପୃଥିବୀକୁ ଧାରଣ
କରିଛନ୍ତି |
ଏତା ହ୍ୟେବେହ ନୃଭିରୁପଗନ୍ତବ୍ୟା ଗତୟୋ ଯଥା
କର୍ମବିନିର୍ମିତା ଯଥୋପଦେଶମନୁବର୍ଣିତାଃ କାମାନ୍
କାମୟମାନୈଃ ॥ ୧୪॥
ରାଜନ୍ ! ଭୋଗକାମନା କରୁଥିବା ପୁରୁଷକୁ ନିଜ କର୍ମ ଅନୁସାରେ
ଭଗବାନଙ୍କ ଦ୍ବାରା ରଚିତ ଏହି ସବୁ ଗତି ପ୍ରାପ୍ତ ହୋଇଥାଏ | ଏହାକୁ ମୁଁ ଗୁରୁମୁଖରୁ ଯେପରି
ଭାବରେ ଶୁଣିଥିଲି, ତୁମକୁ ସେହିପରି ଶୁଣାଇଲି |
ଏତାବତୀର୍ହି ରାଜନ୍ ପୁଂସଃ ପ୍ରବୃତ୍ତିଲକ୍ଷଣସ୍ୟ ଧର୍ମସ୍ୟ
ବିପାକଗତୟ ଉଚ୍ଚାବଚା ବିସଦୃଶା ଯଥାପ୍ରଶ୍ନଂ
ବ୍ୟାଚଖ୍ୟେ କିମନ୍ୟତ୍କଥୟାମ ଇତି ॥ ୧୫॥
ମନୁଷ୍ୟକୁ ପ୍ରବୃତ୍ତିରୂପ ଧର୍ମର ପରିଣାମରେ ଯେଉଁ ପରସ୍ପର ବିଲକ୍ଷଣ
ଉଚ୍ଚ-ନୀଚ ଗତି ପ୍ରାପ୍ତ ହୋଇଥାଏ, ତାହା ଏହିପରି ଅଟେ
| ତୁମ ପ୍ରଶ୍ନ ଅନୁସାରେ ମୁଁ ଏହା ଶୁଣାଇଲି | ଏବେ, ଆଉ କ’ଣ ଶୁଣାଇବି କୁହ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଭୂବିବରବିଧ୍ୟୁପବର୍ଣନଂ ନାମ ପଞ୍ଚବିଂଶୋଽଧ୍ୟାୟଃ ॥
୨୫॥

Comments
Post a Comment