Posts

Showing posts from October, 2024
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଷଷ୍ଠ ସ୍କନ୍ଧ ॥ ଦଶମ ଅଧ୍ୟାୟ ଦେବତାମାନଙ୍କ ଦ୍ବାରା ଦଧୀଚି ଋଷିଙ୍କ ଅସ୍ଥିରେ ବଜ୍ର ନିର୍ମାଣ ଏବଂ ବୃତ୍ରାସୁର - ସେନା ଉପରେ ଆକ୍ରମଣ   ଶ୍ରୀଶୁକ ଉବାଚ ଇନ୍ଦ୍ରମେବଂ ସମାଦିଶ୍ୟ ଭଗବାନ୍ ବିଶ୍ୱଭାବନଃ । ପଶ୍ୟତାମନିମେଷାଣାଂ ତତ୍ରୈବାନ୍ତର୍ଦଧେ ହରିଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ବିଶ୍ବର ଜୀବନଦାତା ଶ୍ରୀହରି ଇନ୍ଦ୍ରଙ୍କୁ ଏହିପରି ଆଦେଶ ଦେଇ ଦେବତାମାନଙ୍କ ସମ୍ମୁଖରେ ସେହିଠାରେ ହିଁ ଚାହୁଁ ଚାହୁଁ ଅନ୍ତର୍ଧ୍ୟାନ ହୋଇଗଲେ | ତଥାଭିୟାଚିତୋ ଦେବୈରୃଷିରାଥର୍ୱଣୋ ମହାନ୍ । ମୋଦମାନ ଉବାଚେଦଂ ପ୍ରହସନ୍ନିବ ଭାରତ ॥ ୨॥ ଦେବତାମାନେ ଉଦାରଶିରୋମଣି ଅଥର୍ବବେଦୀ ଦଧୀଚି ଋଷିଙ୍କ ପାଖକୁ ଯାଇ ଭଗବାନଙ୍କର ଆଜ୍ଞାନୁସାରେ ଯାଚନା କଲେ | ସେମାନଙ୍କର ଯାଚନା ଶୁଣି ଦଧୀଚି ଋଷି ଅତି ଆନନ୍ଦିତ ହେଲେ | ସେ ହସି ହସି ଦେବତାମାନଙ୍କୁ କହିଲେ - ଅପି ବୃନ୍ଦାରକା ଯୂୟଂ ନ ଜାନୀଥ ଶରୀରିଣାମ୍ । ସଂସ୍ଥାୟାଂ ଯସ୍ତ୍ୱଭିଦ୍ରୋହୋ ଦୁଃସହଶ୍ଚେତନାପହଃ ॥ ୩॥ ହେ ଦେବଗଣ ! ସମ୍ଭବତଃ ତୁମ୍ଭେମାନେ ଏହା ଜାଣନାହିଁ ଯେ ମରିବା ପୂର୍ବରୁ ପ୍ରାଣୀକୁ ଅସହ୍ୟ ପୀଡା ସହନ କରିବାକୁ ପଡିଥାଏ | ଚେତନା ରହିଥିବା ଯାଏଁ ସେହି ପୀଡା ସହ୍ୟ କରି ଶେଷରେ ସେ ମୂର୍ଚ୍ଛିତ ହୋଇଯାଏ | ଜିଜୀବିଷୂଣାଂ ଜୀବାନାମାତ୍ମା ପ୍ରେଷ୍ଠ ଇହେପ୍ସିତଃ । କ ...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଷଷ୍ଠ ସ୍କନ୍ଧ ॥ ନବମ ଅଧ୍ୟାୟ ବିଶ୍ବରୂପ ବଧ , ବୃତ୍ରାସୁର ଦ୍ବାରା ଦେବତାମାନଙ୍କର ପରାଜୟ ଏବଂ ଦେବତାମାନଙ୍କର ଦଧୀଚି ଋଷିଙ୍କ ପାଖକୁ ଯିବା   ଶ୍ରୀଶୁକ ଉବାଚ ତସ୍ୟାସନ୍ ବିଶ୍ୱରୂପସ୍ୟ ଶିରାଂସି ତ୍ରୀଣି ଭାରତ । ସୋମପୀଥଂ ସୁରାପୀଥମନ୍ନାଦମିତି ଶୁଶ୍ରୁମ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମୁଁ ଶୁଣିଛି ଯେ ବିଶ୍ବରୂପଙ୍କର ତିନୋଟି ମସ୍ତକ ଥିଲା | ତନ୍ମଧ୍ୟରୁ ସେ ଗୋଟିଏ ମୁହଁରେ ସୋମରସ ଏବଂ ଦ୍ବିତୀୟ ମୁହଁରେ ସୁରା ପାନ କରୁଥିଲେ ଏବଂ ତୃତୀୟ ମୁଖରେ ଅନ୍ନ ଗ୍ରହଣ କରୁଥିଲେ | ସ ବୈ ବର୍ହିଷି ଦେବେଭ୍ୟୋ ଭାଗଂ ପ୍ରତ୍ୟକ୍ଷମୁଚ୍ଚକୈଃ । ଅଦଦଦ୍ୟସ୍ୟ ପିତରୋ ଦେବାଃ ସପ୍ରଶ୍ରୟଂ ନୃପ ॥ ୨॥ ତାଙ୍କର ପିତା ତ୍ବଷ୍ଟା ଆଦି ଦ୍ବାଦଶ ଆଦିତ୍ୟ ଦେବତା ଥିଲେ, ସେଥିପାଇଁ ଯଜ୍ଞ କରିଥିବା ବେଳେ ସେ ପ୍ରତ୍ୟକ୍ଷରୂପରେ ଉଚ୍ଚ ସ୍ବରରେ ମନ୍ତ୍ର ଉଚ୍ଚାରଣ କରି ଅତ୍ୟନ୍ତ ବିନୟ ଭାବରେ ଦେବତାମାନଙ୍କୁ ଆହୁତି ପ୍ରଦାନ କରୁଥିଲେ | ସ ଏବ ହି ଦଦୌ ଭାଗଂ ପରୋକ୍ଷମସୁରାନ୍ ପ୍ରତି । ଯଜମାନୋଽବହଦ୍ଭାଗଂ ମାତୃସ୍ନେହବଶାନୁଗଃ ॥ ୩॥ ତା ସହିତ ଗୋପନରେ ଅସୁରମାନଙ୍କୁ ମଧ୍ୟ ଆହୁତି ପ୍ରଦାନ କରୁଥିଲେ | ତାଙ୍କର ମାତା ଅସୁର-କୁଳର ଥିଲେ , ସେଥିପାଇଁ ସେ ମାତୃସ୍ନେହରେ ବଶୀଭୂତ ହୋଇ ଯଜ୍ଞରେ ଅସୁରମାନଙ୍କୁ ମଧ୍ୟ ଯଜ୍ଞ-ଭ...