ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ଦଶମ ଅଧ୍ୟାୟ
ଦେବତାମାନଙ୍କ ଦ୍ବାରା ଦଧୀଚି ଋଷିଙ୍କ ଅସ୍ଥିରେ ବଜ୍ର ନିର୍ମାଣ ଏବଂ ବୃତ୍ରାସୁର-ସେନା ଉପରେ ଆକ୍ରମଣ
ଶ୍ରୀଶୁକ ଉବାଚ
ଇନ୍ଦ୍ରମେବଂ ସମାଦିଶ୍ୟ ଭଗବାନ୍ ବିଶ୍ୱଭାବନଃ ।
ପଶ୍ୟତାମନିମେଷାଣାଂ ତତ୍ରୈବାନ୍ତର୍ଦଧେ ହରିଃ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ବିଶ୍ବର ଜୀବନଦାତା ଶ୍ରୀହରି ଇନ୍ଦ୍ରଙ୍କୁ
ଏହିପରି ଆଦେଶ ଦେଇ ଦେବତାମାନଙ୍କ ସମ୍ମୁଖରେ ସେହିଠାରେ ହିଁ ଚାହୁଁ ଚାହୁଁ ଅନ୍ତର୍ଧ୍ୟାନ
ହୋଇଗଲେ |
ତଥାଭିୟାଚିତୋ ଦେବୈରୃଷିରାଥର୍ୱଣୋ ମହାନ୍ ।
ମୋଦମାନ ଉବାଚେଦଂ ପ୍ରହସନ୍ନିବ ଭାରତ ॥ ୨॥
ଦେବତାମାନେ ଉଦାରଶିରୋମଣି ଅଥର୍ବବେଦୀ ଦଧୀଚି ଋଷିଙ୍କ ପାଖକୁ ଯାଇ
ଭଗବାନଙ୍କର ଆଜ୍ଞାନୁସାରେ ଯାଚନା କଲେ | ସେମାନଙ୍କର ଯାଚନା ଶୁଣି ଦଧୀଚି ଋଷି ଅତି ଆନନ୍ଦିତ
ହେଲେ | ସେ ହସି ହସି ଦେବତାମାନଙ୍କୁ କହିଲେ -
ଅପି ବୃନ୍ଦାରକା ଯୂୟଂ ନ ଜାନୀଥ ଶରୀରିଣାମ୍ ।
ସଂସ୍ଥାୟାଂ ଯସ୍ତ୍ୱଭିଦ୍ରୋହୋ ଦୁଃସହଶ୍ଚେତନାପହଃ ॥ ୩॥
ହେ ଦେବଗଣ ! ସମ୍ଭବତଃ ତୁମ୍ଭେମାନେ ଏହା ଜାଣନାହିଁ ଯେ ମରିବା
ପୂର୍ବରୁ ପ୍ରାଣୀକୁ ଅସହ୍ୟ ପୀଡା ସହନ କରିବାକୁ ପଡିଥାଏ | ଚେତନା ରହିଥିବା ଯାଏଁ ସେହି ପୀଡା
ସହ୍ୟ କରି ଶେଷରେ ସେ ମୂର୍ଚ୍ଛିତ ହୋଇଯାଏ |
ଜିଜୀବିଷୂଣାଂ ଜୀବାନାମାତ୍ମା ପ୍ରେଷ୍ଠ ଇହେପ୍ସିତଃ ।
କ ଉତ୍ସହେତ ତଂ ଦାତୁଂ ଭିକ୍ଷମାଣାୟ ବିଷ୍ଣବେ ॥ ୪॥
ସଂସାରରେ ଯେଉଁମାନେ ଜୀବିତ ରହିବାକୁ ଇଚ୍ଛା କରନ୍ତି, ସେମାନଙ୍କ ପାଇଁ ଶରୀର ଅତ୍ୟନ୍ତ ଅମୂଲ୍ୟ, ପ୍ରିୟତମ ଏବଂ ଅଭୀଷ୍ଟ ବସ୍ତୁ ଅଟେ | ଏପରି ସ୍ଥିତିରେ ସ୍ବୟଂ
ବିଷ୍ଣୁଭଗବାନ ଜୀବକୁ ତାହାର ଶରୀର ମାଗିଲେ ବି କିଏ ଦେବାକୁ ଇଚ୍ଛା କରିବ ?
ଦେବା ଊଚୁଃ
କିଂ ନୁ ତଦ୍ଦୁସ୍ତ୍ୟଜଂ ବ୍ରହ୍ମନ୍ ପୁଂସାଂ ଭୂତାନୁକମ୍ପିନାମ୍ ।
ଭବଦ୍ୱିଧାନାଂ ମହତାଂ ପୁଣ୍ୟଶ୍ଲୋକେଡ୍ୟକର୍ମଣାମ୍ ॥ ୫॥
ଦେବତାମାନେ କହିଲେ – ବ୍ରହ୍ମନ୍ ! ଆପଣଙ୍କ ପରି ଉଦାର ଏବଂ ପ୍ରାଣୀ
ପ୍ରତି ଦୟାଶୀଳ ମହାପୁରୁଷ, ଯାହାର କର୍ମର
ପ୍ରଶଂସା ବଡ-ବଡ ମହାନୁଭବମାନେ ମଧ୍ୟ କରିଥାଆନ୍ତି, ସେ ଭଲା
ପ୍ରାଣୀମାନଙ୍କର ହିତାର୍ଥେ କେଉଁ ବସ୍ତୁ ତ୍ୟାଗ କରି ନ ପାରିବେ ?
ନ ନୁ ସ୍ୱାର୍ଥପରୋ ଲୋକୋ ନ ବେଦ ପରସଙ୍କଟମ୍ ।
ଯଦି ବେଦ ନ ଯାଚେତ ନେତି ନାହ ଯଦୀଶ୍ୱରଃ ॥ ୬॥
ଭଗବନ୍ ! ଏଥିରେ ସନ୍ଦେହ ନାହିଁ ଯେ ମାଗିବା ଲୋକ ସର୍ବଦା ସ୍ବାର୍ଥୀ
ହୋଇଥାଆନ୍ତି | ସେମାନଙ୍କଠାରେ ଦେବା ଲୋକର ଅସୁବିଧା ବୁଝିବାର ବୁଦ୍ଧି ନ ଥାଏ | ସେତିକି
ବୁଦ୍ଧି ଯଦି ସେମାନଙ୍କର ଥାଆନ୍ତା, ତେବେ ସେମାନେ
ମାଗନ୍ତେ ନାହିଁ | ସେହିପରି ଦାତା ମଧ୍ୟ ଯାଚକର ବିପତ୍ତିକୁ ସବୁବେଳେ ଜାଣନ୍ତି ନାହିଁ |
ଅନ୍ୟଥା ତାଙ୍କ ମୁହଁରୁ କଦାପି ନାସ୍ତିବଚନ ବାହାରନ୍ତା ନାହିଁ |
ଋଷିରୁବାଚ
ଧର୍ମଂ ବଃ ଶ୍ରୋତୁକାମେନ ଯୂୟଂ ମେ ପ୍ରତ୍ୟୁଦାହୃତାଃ ।
ଏଷ ବଃ ପ୍ରିୟମାତ୍ମାନଂ ତ୍ୟଜନ୍ତଂ ସନ୍ତ୍ୟଜାମ୍ୟହମ୍ ॥ ୭॥
ଦଧୀଚି ଋଷି କହିଲେ – ହେ ଦେବଗଣ ! ଆପଣମାନଙ୍କ ମୁହଁରୁ ଧର୍ମ ବିଷୟ
ଶୁଣିବା ପାଇଁ ହିଁ ମୁଁ ଆପଣଙ୍କ ଯାଚନା ଉପେକ୍ଷା କରିବାର ଅଭିନୟ କଲି | ନିଅନ୍ତୁ, ମୁଁ ମୋର ପ୍ରିୟ ଶରୀରକୁ ଆପଣମାନଙ୍କ ନିମନ୍ତେ ତ୍ୟାଗ କରୁଛି, କାରଣ ଦିନେ ଏହା ସ୍ବୟଂ ମୋତେ ତ୍ୟାଗ କରି ଚାଲି ଯାଇଥାଆନ୍ତା |
ଯୋଽଧ୍ରୁବେଣାତ୍ମନା ନାଥା ନ ଧର୍ମଂ ନ ଯଶଃ ପୁମାନ୍ ।
ଈହେତ ଭୂତଦୟଯା ସ ଶୋଚ୍ୟଃ ସ୍ଥାବରୈରପି ॥ ୮॥
ହେ ଦେବଶିରୋମଣି ! ଯେଉଁ ମନୁଷ୍ୟ ଏହି ବିନାଶୀ ଶରୀରରେ ଦୁଃଖୀ
ପ୍ରାଣୀ ପ୍ରତି ଦୟା କରି ମୁଖ୍ୟ ରୂପରେ ଧର୍ମ ଏବଂ ଗୌଣତଃ ଯଶ ଅର୍ଜନ କରନ୍ତି ନାହିଁ, ସେ ଜଡ ବୃକ୍ଷ-ଲତାଙ୍କଠାରୁ ମଧ୍ୟ ହୀନ ଅଟନ୍ତି |
ଏତାବାନବ୍ୟଯୋ ଧର୍ମଃ ପୁଣ୍ୟଶ୍ଲୋକୈରୁପାସିତଃ ।
ଯୋ ଭୂତଶୋକହର୍ଷାଭ୍ୟାମାତ୍ମା ଶୋଚତି ହୃଷ୍ୟତି ॥ ୯॥
ବଡ-ବଡ ମହାତ୍ମାମାନେ ଏହି ଅବିନାଶୀ ଧର୍ମର ଉପାସନା କରିଛନ୍ତି |
ଏହାର ସ୍ବରୂପ କେବଳ ଏତିକି ଯେ ମନୁଷ୍ୟ ପ୍ରତ୍ୟେକ ପ୍ରାଣୀର ଦୁଃଖରେ ଦୁଃଖ ଏବଂ ସୁଖରେ ସୁଖ
ଅନୁଭବ କରିବ |
ଅହୋ ଦୈନ୍ୟମହୋ କଷ୍ଟଂ ପାରକ୍ୟୈଃ କ୍ଷଣଭଙ୍ଗୁରୈଃ ।
ଯନ୍ନୋପକୁର୍ୟାଦସ୍ୱାର୍ଥୈର୍ମର୍ତ୍ୟଃ ସ୍ୱଜ୍ଞାତିବିଗ୍ରହୈଃ ॥ ୧୦॥
ଜଗତର ଧନ, ଜନ ଏବଂ ଶରୀର ଆଦି
ପଦାର୍ଥ କ୍ଷଣଭଙ୍ଗୁର ଅଟେ | ଏମାନେ ନିଜର କୌଣସି କାମରେ ଆସନ୍ତି ନାହିଁ, ବରଂ ଶେଷରେ ଅନ୍ୟର ହିଁ କାମରେ ଲାଗନ୍ତି | ହାୟ ! ଏହା କିପରି
କୃପଣତା ଅଟେ, କେତେ ଦୁଃଖର ବିଷୟ ଅଟେ ଯେ ଏହି ମରଣଧର୍ମା ମନୁଷ୍ୟ
ଜୀବିତ ଥାଉ ଥାଉଏମାନଙ୍କ ଦ୍ବାରା ଅନ୍ୟର ଉପକାର କରି ନିଏ ନାହିଁ |
ଶ୍ରୀଶୁକ ଉବାଚ
ଏବଂ କୃତବ୍ୟବସିତୋ ଦଧ୍ୟଙ୍ଙାଥର୍ୱଣସ୍ତନୁମ୍ ।
ପରେ ଭଗବତି ବ୍ରହ୍ମଣ୍ୟାତ୍ମାନଂ ସନ୍ନୟନ୍ ଜହୌ ॥ ୧୧॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଅଥର୍ବବେଦୀ ମହର୍ଷି ଦଧୀଚି
ଏପରି ନିଶ୍ଚୟ କରି ନିଜକୁ ପରବ୍ରହ୍ମ ପରମାତ୍ମା ଶ୍ରୀଭଗବାନଙ୍କଠାରେ ଲୀନ କରିଦେଲେ ଏବଂ ନିଜର
ସ୍ଥୂଳ ଶରୀର ତ୍ୟାଗ କଲେ |
ଯତାକ୍ଷାସୁମନୋବୁଦ୍ଧିସ୍ତତ୍ତ୍ୱଦୃଗ୍ ଧ୍ୱସ୍ତବନ୍ଧନଃ ।
ଆସ୍ଥିତଃ ପରମଂ ଯୋଗଂ ନ ଦେହଂ ବୁବୁଧେ ଗତମ୍ ॥ ୧୨॥
ତାଙ୍କର ଇନ୍ଦ୍ରିୟ, ପ୍ରାଣ, ମନ ଏବଂ ବୁଦ୍ଧି ସଂଯତ ଥିଲା, ଦୃଷ୍ଟି
ତତ୍ତ୍ବମୟୀ ଥିଲା, ତାଙ୍କର ସମସ୍ତ ବନ୍ଧନ ଛିନ୍ନ ହୋଇ ଯାଇଥିଲା | ତେଣୁ ସେ ଯେତେବେଳେ
ଭଗବାନଙ୍କ ସହିତ ଯୁକ୍ତ ହୋଇ ସ୍ଥିତ ହୋଇଗଲେ, ସେ ନିଜେ ଜାଣି
ପାରିଲେ ନାହିଁ ଯେ ତାଙ୍କର ଶରୀର ଚାଲିଯାଇଛି |
ଅଥେନ୍ଦ୍ରୋ ବଜ୍ରମୁଦ୍ୟମ୍ୟ ନିର୍ମିତଂ ବିଶ୍ୱକର୍ମଣା ।
ମୁନେଃ ଶୁକ୍ତିଭିରୁତ୍ସିକ୍ତୋ ଭଗବତ୍ତେଜସାନ୍ୱିତଃ ॥ ୧୩॥
ବୃତୋ ଦେବଗଣୈଃ ସର୍ୱୈର୍ଗଜେନ୍ଦ୍ରୋପର୍ୟଶୋଭତ ।
ସ୍ତୂୟମାନୋ ମୁନିଗଣୈସ୍ତ୍ରୈଲୋକ୍ୟଂ ହର୍ଷୟନ୍ନିବ ॥ ୧୪॥
ବୃତ୍ରମଭ୍ୟଦ୍ରବଚ୍ଛତ୍ରୁମସୁରାନୀକୟୂଥପୈଃ ।
ପର୍ୟସ୍ତମୋଜସା ରାଜନ୍ କ୍ରୁଦ୍ଧୋ ରୁଦ୍ର ଇବାନ୍ତକମ୍ ॥ ୧୫॥
ଭଗବାନଙ୍କର ଶକ୍ତି ପ୍ରାପ୍ତ କରି ଇନ୍ଦ୍ରଙ୍କର ବଳ-ପୌରୁଷ ଉନ୍ନତିର
ଚରମ ସୀମାରେ ପହଞ୍ଚି ଗଲା | ଏବେ ଭଗବାନ ବିଶ୍ବକର୍ମା ଦଧୀଚି ଋଷିଙ୍କର ଅସ୍ଥିରେ ବଜ୍ର ନିର୍ମାଣ
କରି ତାଙ୍କୁ ଦେବା ପରେ ସେ ତାହାକୁ ହସ୍ତରେ ଧାରଣ କରି ଐରାବତ ହାତୀ ଉପରେ ସବାର ହେଲେ | ତାଙ୍କ
ସହିତ ସବୁ ଦେବତା ମଧ୍ୟ ପ୍ରସ୍ତୁତ ହୋଇଗଲେ | ବଡ-ବଡ ଋଷି-ମୁନି ଦେବରାଜ ଇନ୍ଦ୍ରଙ୍କର ସ୍ତୁତି
କରିବାରେ ଲାଗିଲେ | ଏହାପରେ ଇନ୍ଦ୍ର ତ୍ରିଲୋକୀକୁ ହର୍ଷିତ କରି ବୃତ୍ରାସୁରକୁ ବଧ କରିବା
ନିମନ୍ତେ ପୂର୍ଣ୍ଣ ଶକ୍ତି ବିନିଯୋଗ କରି ତା’ ଉପରେ ଆକ୍ରମଣ କଲେ
– ଠିକ୍ ସେହିପରି ଯେପରି ଭଗବାନ ରୁଦ୍ର କ୍ରୋଧିତ ହୋଇ ସ୍ବୟଂ କାଳ ଉପରେ ଆକ୍ରମଣ କରୁଛନ୍ତି |
ପରୀକ୍ଷିତ ! ସେପଟେ ବୃତ୍ରାସୁର ମଧ୍ୟ ଦୈତ୍ୟ-ସେନାପତିମାନଙ୍କର ବିଶାଳ ସେନାବାହିନୀ ସହିତ
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିଲା |
ତତଃ ସୁରାଣାମସୁରୈ ରଣଃ ପରମଦାରୁଣଃ ।
ତ୍ରେତାମୁଖେ ନର୍ମଦାୟାମଭବତ୍ପ୍ରଥମେ ଯୁଗେ ॥ ୧୬॥
ଏହା ବୈବସ୍ବତ ମନ୍ବନ୍ତରର ପ୍ରଥମ ଚତୁର୍ଯୁଗ ଅନ୍ତର୍ଗତ ତ୍ରେତାଯୁଗର
ଆରମ୍ଭ କାଳ ଥିଲା, ଯେତେବେଳେ ନର୍ମଦାତଟରେ ଦେବତା ଓ ଦୈତ୍ୟମାନଙ୍କ ମଧ୍ୟରେ ଏହି ଭୀଷଣ ସଂଗ୍ରାମ
ହୋଇଥିଲା |
ରୁଦ୍ରୈର୍ୱସୁଭିରାଦିତ୍ୟୈରଶ୍ୱିଭ୍ୟାଂ ପିତୃବହ୍ନିଭିଃ ।
ମରୁଦ୍ଭିରୃଭୁଭିଃ ସାଧ୍ୟୈର୍ୱିଶ୍ୱେଦେବୈର୍ମରୁତ୍ପତିମ୍ ॥ ୧୭॥
ଦୃଷ୍ଟ୍ୱା ବଜ୍ରଧରଂ ଶକ୍ରଂ ରୋଚମାନଂ ସ୍ୱୟା ଶ୍ରିୟା ।
ନାମୃଷ୍ୟନ୍ନସୁରା ରାଜନ୍ ମୃଧେ ବୃତ୍ରପୁରଃସରାଃ ॥ ୧୮॥
ସେହି ସମୟରେ ଦେବରାଜ ଇନ୍ଦ୍ର ହସ୍ତରେ ବଜ୍ର ଧାରଣ କରି ରୁଦ୍ର, ବସୁ, ଆଦିତ୍ୟ, ଅଶ୍ବିନୀକୁମାରଦ୍ବୟ, ପିତୃଗଣ, ଅଗ୍ନି, ମରୁତଗଣ, ଋଭୁଗଣ,
ସାଧ୍ୟଗଣ ଏବଂ ବିଶ୍ବେଦେବ ଆଦିଙ୍କ ସହିତ ନିଜ କାନ୍ତିରେ ଶୋଭାୟମାନ ହେଉଥିଲେ | ସେମାନଙ୍କୁ
ସମ୍ମୁଖରୁ ଆସୁଥିବା ଦେଖି ବୃତ୍ରାସୁର ଆଦି ଦୈତ୍ୟମାନେ ଅଧିକ ରୁଷ୍ଟ ହୋଇ ଉଠିଲେ |
ନମୁଚିଃ ଶମ୍ବରୋଽନର୍ୱା ଦ୍ୱିମୂର୍ଧା ଋଷଭୋଽସୁରଃ ।
ହୟଗ୍ରୀବଃ ଶଙ୍କୁଶିରା ବିପ୍ରଚିତ୍ତିରୟୋମୁଖଃ ॥ ୧୯॥
ପୁଲୋମା ବୃଷପର୍ୱା ଚ ପ୍ରହେତିର୍ହେତିରୁତ୍କଲଃ ।
ଦୈତେୟା ଦାନବା ଯକ୍ଷା ରକ୍ଷାଂସି ଚ ସହସ୍ରଶଃ ॥ ୨୦॥
ସୁମାଲିମାଲିପ୍ରମୁଖାଃ କାର୍ତସ୍ୱରପରିଚ୍ଛଦାଃ ।
ପ୍ରତିଷିଧ୍ୟେନ୍ଦ୍ରସେନାଗ୍ରଂ ମୃତ୍ୟୋରପି ଦୁରାସଦମ୍ ॥ ୨୧॥
ସେତେବେଳେ ନମୁଚି, ଶମ୍ବର, ଅନର୍ବା, ଦ୍ବିମୂର୍ଧା, ଋଷଭ, ଅମ୍ବର, ହୟଗ୍ରୀବ, ଶଙ୍କୁଶିରା,
ବିପ୍ରଚିତ୍ତି, ଅୟୋମୁଖା, ପୁଲୋମା, ବୃଷପର୍ବା, ପ୍ରହେତି, ହେତି, ଉତ୍କଳ, ସୁମାଳୀ, ମାଳୀ ଆଦି ହଜାର-ହଜାର ଦୈତ୍ୟ-ଦାନବ ଏବଂ ଯକ୍ଷ-ରାକ୍ଷସ
ସୁବର୍ଣ୍ଣ ସାଜ-ସଜ୍ଜାରେ ସୁସଜ୍ଜିତ ହୋଇ ଦେବରାଜ ଇନ୍ଦ୍ରଙ୍କ ସେନାର ପଥରୋଧ କଲେ | ପରୀକ୍ଷିତ !
ସେହି ସମୟରେ ଦେବତାମାନଙ୍କର ସେନା ସ୍ବୟଂ ମୃତ୍ୟୁ ପାଇଁ ମଧ୍ୟ ଅଜେୟ ଥିଲେ |
ଅଭ୍ୟର୍ଦୟନ୍ନସମ୍ଭ୍ରାନ୍ତାଃ ସିଂହନାଦେନ ଦୁର୍ମଦାଃ ।
ଗଦାଭିଃ ପରିଘୈର୍ବାଣୈଃ ପ୍ରାସମୁଦ୍ଗରତୋମରୈଃ ॥ ୨୨॥
ଶୂଲୈଃ ପରଶ୍ୱଧୈଃ ଖଡ୍ଗୈଃ ଶତଘ୍ନୀଭିର୍ଭୁଶୁଣ୍ଡିଭିଃ ।
ସର୍ୱତୋଽବାକିରନ୍ ଶସ୍ତ୍ରୈରସ୍ତ୍ରୈଶ୍ଚ ବିବୁଧର୍ଷଭାନ୍ ॥ ୨୩॥
ସେହି ଅହଂକାରୀ ଅସୁରମାନେ ସିଂହନାଦ କରି ଅତ୍ୟନ୍ତ ସାବଧାନ ସହକାରେ ଦେବସେନାଙ୍କ
ଉପରେ ପ୍ରହାର କରିବାରେ ଲାଗିଲେ | ସେମାନେ ଗଦା, ପରିଧ, ବାଣ, ପ୍ରାସ, ମୁଦଗର, ତୋମର, ଶୂଳ, ଫାର୍ସା, ତରବାରୀ, ତୋପ, ଭୁଶୁଣ୍ଡି ଆଦି ଅସ୍ତ୍ର-ଶସ୍ତ୍ର ବର୍ଷଣ କରି ଦେବତାମାନଙ୍କୁ ସବୁ
ଦିଗରୁ ଘେରି ଗଲେ |
ନ ତେଽଦୃଶ୍ୟନ୍ତ ସଞ୍ଛନ୍ନାଃ ଶରଜାଲୈଃ ସମନ୍ତତଃ ।
ପୁଙ୍ଖାନୁପୁଙ୍ଖପତିତୈର୍ଜ୍ୟୋତୀଂଷୀବ ନଭୋଘନୈଃ ॥ ୨୪॥
ଚତୁର୍ଦ୍ଦିଗରୁ ଗୋଟିଏ ପରେ ଗୋଟିଏ ଏତେ ବାଣ ବର୍ଷଣ ହେଉଥିଲା ଯେ
ସେଥିରେ ଆବୃତ ହୋଇ ଦେବତାମାନେ ଦୃଶ୍ୟ ମଧ୍ୟ ହେଉ ନ ଥିଲେ – ଯେପରି ମେଘରେ ଆବୃତ ହୋଇ ଆକାଶରେ
ତାରାଗଣ ଦେଖାଯାଆନ୍ତି ନାହିଁ |
ନ ତେ ଶସ୍ତ୍ରାସ୍ତ୍ରବର୍ଷୌଘା ହ୍ୟାସେଦୁଃ ସୁରସୈନିକାନ୍ ।
ଛିନ୍ନାଃ ସିଦ୍ଧପଥେ ଦେବୈର୍ଲଘୁହସ୍ତୈଃ ସହସ୍ରଧା ॥ ୨୫॥
ପରୀକ୍ଷିତ ! ସେହି ସବୁ ଅସ୍ତ୍ର-ଶସ୍ତ୍ରର ବର୍ଷା ଦେବତାମାନଙ୍କୁ
ସ୍ପର୍ଶ ସୁଦ୍ଧା କରିପାରିଲା ନାହିଁ | ସେମାନେ ନିଜର ହସ୍ତଲାଘବ ଦ୍ବାରା ଆକାଶରେ ହିଁ
ସେମାନଙ୍କର ହଜାର-ହଜାର ଖଣ୍ଡ କରିଦେଲେ |
ଅଥ କ୍ଷୀଣାସ୍ତ୍ରଶସ୍ତ୍ରୌଘା ଗିରିଶୃଙ୍ଗଦ୍ରୁମୋପଲୈଃ ।
ଅଭ୍ୟବର୍ଷନ୍ ସୁରବଲଂ ଚିଚ୍ଛିଦୁସ୍ତାଂଶ୍ଚ ପୂର୍ୱବତ୍ ॥ ୨୬॥
ଅସୁରମାନଙ୍କର ସବୁ ଅସ୍ତ୍ର-ଶସ୍ତ୍ର ଯେତେବେଳେ ସମାପ୍ତ ହୋଇଗଲା,
ସେମାନେ ଦେବତାମାନଙ୍କ ଉପରକୁ ପର୍ବତ ଶିଖର, ବୃକ୍ଷ ଏବଂ ପଥର
ଆଦି ବର୍ଷଣ କରିବାରେ ଲାଗିଲେ | କିନ୍ତୁ ଦେବତାମାନେ ତାହାକୁ ମଧ୍ୟ କାଟି ଫିଙ୍ଗିଦେଲେ |
ତାନକ୍ଷତାନ୍ ସ୍ୱସ୍ତିମତୋ ନିଶାମ୍ୟ
ଶସ୍ତ୍ରାସ୍ତ୍ରପୂଗୈରଥ ବୃତ୍ରନାଥାଃ ।
ଦ୍ରୁମୈର୍ଦୃଷଦ୍ଭିର୍ୱିବିଧାଦ୍ରିଶୃଙ୍ଗୈ-
ରବିକ୍ଷତାଂସ୍ତତ୍ରସୁରିନ୍ଦ୍ରସୈନିକାନ୍ ॥ ୨୭॥
ସର୍ୱେ ପ୍ରୟାସା ଅଭବନ୍ ବିମୋଘାଃ
କୃତାଃ କୃତା ଦେବଗଣେଷୁ ଦୈତ୍ୟୈଃ ।
କୃଷ୍ଣାନୁକୂଲେଷୁ ଯଥା ମହତ୍ସୁ
କ୍ଷୁଦ୍ରୈଃ ପ୍ରୟୁକ୍ତା ରୁଶତୀ ରୂକ୍ଷବାଚଃ ॥ ୨୮॥
ପରୀକ୍ଷିତ ! ବୃତ୍ରାସୁରର ଅନୁଯାୟୀ ଅସୁରମାନେ ଯେତେବେଳେ ଦେଖିଲେ ଯେ
ସେମାନଙ୍କର ଅସଂଖ୍ୟ ଅସ୍ତ୍ର-ଶସ୍ତ୍ର ଦେବ-ସେନାଙ୍କର କିଛି ବି ବିଗାଡି ପାରୁନାହିଁ – ଏପରିକି
ବୃକ୍ଷ, ପ୍ରସ୍ତର ଏବଂ ପାହାଡର ବଡ-ବଡ ଶିଖର ମଧ୍ୟ ସେମାନଙ୍କ
ଶରୀରରେ ସାମାନ୍ୟ କ୍ଷତ ସୁଦ୍ଧା ସୃଷ୍ଟି କରିପାରିଲା ନାହିଁ, ସେମାନେ ସମସ୍ତେ ସକୁଶଳ ରହିଛନ୍ତି
– ସେତେବେଳେ ସେମାନେ ବହୁତ ଡରି ଗଲେ | ଦେବତାମାନଙ୍କୁ ପରାଜିତ କରିବା ପାଇଁ ଦୈତ୍ୟମାନେ ଯେତେ
ପ୍ରକାରର ପ୍ରଯତ୍ନ କଲେ, ସବୁ ନିଷ୍ଫଳ
ହୋଇଗଲା – ଠିକ୍ ସେହିପରି, ଯେପରି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ସୁରକ୍ଷିତ ଭକ୍ତମାନଙ୍କ ଉପରେ
କ୍ଷୁଦ୍ର ମନୁଷ୍ୟର କଠୋର ଏବଂ ଅମଙ୍ଗଳମୟ ଦୁର୍ବଚନର କୌଣସି ପ୍ରଭାବ ପଡି ନ ଥାଏ |
ତେ ସ୍ୱପ୍ରୟାସଂ ବିତଥଂ ନିରୀକ୍ଷ୍ୟ
ହରାବଭକ୍ତା ହତୟୁଦ୍ଧଦର୍ପାଃ ।
ପଲାୟନାୟାଜିମୁଖେ ବିସୃଜ୍ୟ
ପତିଂ ମନସ୍ତେ ଦଧୁରାତ୍ତସାରାଃ ॥ ୨୯॥
ଭଗବଦ୍ବିମୁଖ ଅସୁରମାନେ ନିଜର ପ୍ରଯତ୍ନ ବ୍ୟର୍ଥ ହେଉଥିବା ଦେଖି
ଉତ୍ସାହରହିତ ହୋଇଗଲେ | ସେମାନଙ୍କର ବୀରତ୍ବର ଅହଂକାର ସମାପ୍ତ ହେବାରେ ଲାଗିଲା | ଏବେ ସେମାନେ
ନିଜ ମୁଖ୍ୟ ବୃତ୍ରାସୁରକୁ ଯୁଦ୍ଧଭୂମିରେ ହିଁ ଛାଡି ଧାଇଁ ପଳାଇଲେ, କାରଣ ଦେବତାମାନେ
ସେମାନଙ୍କର ସମସ୍ତ ବଳ-ପୌରୁଷ ହରଣ କରି ନେଇଥିଲେ |
ବୃତ୍ରୋଽସୁରାଂସ୍ତାନନୁଗାନ୍ ମନସ୍ୱୀ
ପ୍ରଧାବତଃ ପ୍ରେକ୍ଷ୍ୟ ବଭାଷ ଏତତ୍ ।
ପଲାୟିତଂ ପ୍ରେକ୍ଷ୍ୟ ବଲଂ ଚ ଭଗ୍ନଂ
ଭୟେନ ତୀବ୍ରେଣ ବିହସ୍ୟ ବୀରଃ ॥ ୩୦॥
ବୃତ୍ରାସୁର ଯେତେବେଳେ ଦେଖିଲା ଯେ ତା’ର ଅନୁଯାୟୀ ଅସୁରମାନେ ଧୀରେ ଧୀରେ ଧାଇଁ ପଳାଇବାରେ ଲାଗିଛନ୍ତି ଏବଂ
ଅତ୍ୟନ୍ତ ଭୟଭୀତ ହୋଇ ତା’ର ସେନା ଏଣେତେଣେ
ଛିନ-ଛତର ହୋଇ ଯାଇଛନ୍ତି, ସେତେବେଳେ ସେ ହସି
କରି କହିବାରେ ଲାଗିଲା -
କାଲୋପପନ୍ନାଂ ରୁଚିରାଂ ମନସ୍ୱିନାଂ
ଉବାଚ ବାଚଂ ପୁରୁଷପ୍ରବୀରଃ ।
ହେ ବିପ୍ରଚିତ୍ତେ ନମୁଚେ ପୁଲୋମନ୍
ମୟାନର୍ୱଞ୍ଛମ୍ବର ମେ ଶୃଣୁଧ୍ୱମ୍ ॥ ୩୧॥
ବୀରଶିରୋମଣି ବୃତ୍ରାସୁର ସମୟାନୁସାର ବୀରୋଚିତ ବାଣୀରେ ବିପ୍ରଚିତ୍ତି, ନମୁଚି, ପୁଲୋମା, ମୟ, ଅନର୍ବା, ଶମ୍ବର ଆଦି ଦୈତ୍ୟମାନଙ୍କୁ ସମ୍ବୋଧିତ କରି କହିଲା – ହେ ଅସୁରଗଣ !
ପଳାୟନ କର ନାହିଁ, ମୋର ଗୋଟିଏ କଥା ଶୁଣିନିଅ |
ଜାତସ୍ୟ ମୃତ୍ୟୁର୍ଧ୍ରୁବ ଏବ ସର୍ୱତଃ
ପ୍ରତିକ୍ରିୟା ଯସ୍ୟ ନ ଚେହ କୢପ୍ତା ।
ଲୋକୋ ଯଶଶ୍ଚାଥ ତତୋ ଯଦି ହ୍ୟମୁଂ
କୋ ନାମ ମୃତ୍ୟୁଂ ନ ବୃଣୀତ ଯୁକ୍ତମ୍ ॥ ୩୨॥
ଏଥିରେ ସନ୍ଦେହ ନାହିଁ ଯେ ଯିଏ ଜନ୍ମ ହୋଇଛି, ଦିନେ-ନା-ଦିନେ ତାକୁ
ମରିବାକୁ ପଡିବ | ଏହି ଜଗତରେ ବିଧାତା ମୃତ୍ୟୁ କବଳରୁ ରକ୍ଷା ପାଇବାର କୌଣସି ଉପାୟ ନିର୍ଦ୍ଦେଶ
କରିନାହାଁନ୍ତି | ଏପରି ସ୍ଥିତିରେ ଯଦି ମୃତ୍ୟୁ ଦ୍ବାରା ସ୍ବର୍ଗାଦି ଲୋକ ଏବଂ ସୁଯଶ ଆଦି
ମିଳୁଥାଏ, ତେବେ କେଉଁ ବୁଦ୍ଧିମାନ ପୁରୁଷ ଅବା ଏହି ଉତ୍ତମ ମୃତ୍ୟୁକୁ ସ୍ବୀକାର ନ କରିବ |
ଦ୍ୱୌ ସମ୍ମତାବିହ ମୃତ୍ୟୂ ଦୁରାପୌ
ଯଦ୍ବ୍ରହ୍ମସନ୍ଧାରଣୟା ଜିତାସୁଃ ।
କଲେବରଂ ଯୋଗରତୋ ବିଜହ୍ୟା-
ଦ୍ୟଦଗ୍ରଣୀର୍ୱୀରଶୟେଽନିବୃତ୍ତଃ ॥ ୩୩॥
ସଂସାରରେ ଦୁଇ ପ୍ରକାରର ମୃତ୍ୟୁକୁ ଦୁର୍ଲଭ ଏବଂ ଶ୍ରେଷ୍ଠ ମନେ
କରାଯାଏ – ଗୋଟିଏ ତ ଯୋଗୀ ପୁରୁଷମାନଙ୍କର ନିଜ ପ୍ରାଣକୁ ବଶୀଭୂତ କରି ବ୍ରହ୍ମଚିନ୍ତନ ଦ୍ବାରା
ଶରୀର ତ୍ୟାଗ କରିବା ଏବଂ ଅନ୍ୟଟି ଯୁଦ୍ଧଭୂମିରେ ସେନାର ସମ୍ମୁଖ ଭାଗରେ ରହି ବୀରତ୍ବର ସହିତ ଲଢି
ମରିବା | (ଏପରି ସୁଅବସରକୁ ତୁମ୍ଭେମାନେ ଭଲା ହାତଛଡା କାହିଁକି କରୁଛ ?)
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ଇନ୍ଦ୍ରବୃତ୍ରାସୁରୟୁଦ୍ଧବର୍ଣନଂ ନାମ ଦଶମୋଽଧ୍ୟାୟଃ ॥
୧୦॥

Comments
Post a Comment