॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ସପ୍ତମ ସ୍କନ୍ଧ ॥ ତ୍ରୟୋଦଶ ଅଧ୍ୟାୟ ଯତିଧର୍ମର ନିରୂପଣ ଏବଂ ଅବଧୂତ - ପ୍ରହ୍ଲାଦ ସମ୍ବାଦ ନାରଦ ଉବାଚ କଲ୍ପସ୍ତ୍ୱେବଂ ପରିବ୍ରଜ୍ୟ ଦେହମାତ୍ରାବଶେଷିତଃ । ଗ୍ରାମୈକରାତ୍ରବିଧିନା ନିରପେକ୍ଷଶ୍ଚରେନ୍ମହୀମ୍ ॥ ୧॥ ଦେବର୍ଷି ନାରଦ କହୁଛନ୍ତି – ହେ ଧର୍ମରାଜ ! ବାନପ୍ରସ୍ଥରେ ଯଦି ବ୍ରହ୍ମବିଚାରର ସାମର୍ଥ୍ୟ ସ୍ଥିର ରହିଥାଏ , ତେବେ ସେ ଶରୀର ବ୍ୟତିତ ଅନ୍ୟ ସବୁ କିଛି ତ୍ୟାଗ କରି ସନ୍ୟାସ ଗ୍ରହଣ କରିବେ ତଥା କୌଣସି ବ୍ୟକ୍ତି , ବସ୍ତୁ , ସ୍ଥାନ ଏବଂ ସମୟର ଅପେକ୍ଷା ନ କରି ଗୋଟିଏ ଗ୍ରାମରେ ଗୋଟିଏ ରାତି ଅତିବାହିତ କରିବାର ନିୟମ ରଖି ପୃଥିବୀ ପୃଷ୍ଠରେ ବିଚରଣ କରିବେ | ବିଭୃୟାଦ୍ୟଦ୍ୟସୌ ବାସଃ କୌପୀନାଚ୍ଛାଦନଂ ପରମ୍ । ତ୍ୟକ୍ତଂ ନ ଦଣ୍ଡଲିଙ୍ଗାଦେରନ୍ୟତ୍କିଞ୍ଚିଦନାପଦି ॥ ୨॥ ବସ୍ତ୍ର ରୂପେ ଶରୀରରେ ସେ କେବଳ ନିଜର ଗୁପ୍ତ ଅଙ୍ଗକୁ ଆବୃତ ରଖିବା ପାଇଁ କୌପିନ ଧାରଣ କରିବେ | କୌଣସି ଆପତ୍ତି ନ ଆସିବା ଯାଏଁ ସେ ନିଜର ଦଣ୍ଡ ତଥା ନିଜ ଆଶ୍ରମ ଅନୁରୂପ ଚିହ୍ନ ବ୍ୟତିତ ନିଜେ ତ୍ୟାଗ କରିଥିବା କୌଣସି ବସ୍ତୁକୁ ଗ୍ରହଣ କରିବେ ନାହିଁ | ଏକ ଏବ ଚରେଦ୍ଭିକ୍ଷୁରାତ୍ମାରାମୋଽନପାଶ୍ରୟଃ । ସର୍ୱଭୂତସୁହୃଚ୍ଛାନ୍ତୋ ନାରାୟଣପରାୟଣଃ ॥ ୩॥ ସନ୍ୟାସୀ ସମସ୍ତ ପ୍ରାଣୀଙ୍କର ହିତୈଷୀ , ଶାନ୍ତ , ଭଗବତ୍-ପରାୟଣ ହୋଇଥିବା ଉଚିତ୍ | ଅନ୍ୟ କାହାର ଆଶ୍ରୟ ଗ୍ର...