ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ସପ୍ତମ ସ୍କନ୍ଧ ॥
ଦ୍ବାଦଶ ଅଧ୍ୟାୟ
ବ୍ରହ୍ମଚର୍ଯ୍ୟ ଏବଂ ବାନପ୍ରସ୍ଥ ଆଶ୍ରମର ନିୟମ
ନାରଦ ଉବାଚ
ବ୍ରହ୍ମଚାରୀ ଗୁରୁକୁଲେ
ବସନ୍ ଦାନ୍ତୋ ଗୁରୋର୍ହିତମ୍ ।
ଆଚରନ୍ ଦାସବନ୍ନୀଚୋ
ଗୁରୌ ସୁଦୃଢସୌହୃଦଃ ॥ ୧॥
ଦେବର୍ଷି ନାରଦ
କହୁଛନ୍ତି – ଧର୍ମରାଜ ! ଗୁରୁକୁଳରେ ନିବାସ କରୁଥିବା ବ୍ରହ୍ମଚାରୀ ନିଜ ଇନ୍ଦ୍ରିୟକୁ ବଶରେ ରଖି
ଦାସ ସଦୃଶ ନିଜକୁ ଛୋଟ ମନେ କରିବେ, ଗୁରୁଦେବଙ୍କ ଚରଣରେ ସୁଦୃଢ ଅନୁରାଗ ରଖିବେ ଏବଂ ତାଙ୍କର
ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବେ |
ସାୟଂ
ପ୍ରାତରୁପାସୀତ ଗୁର୍ୱଗ୍ନ୍ୟର୍କସୁରୋତ୍ତମାନ୍ ।
ଉଭେ ସନ୍ଧ୍ୟେ ଚ
ଯତବାଗ୍ଜପନ୍ ବ୍ରହ୍ମ ସମାହିତଃ ॥ ୨॥
ସାୟଂକାଳ ଏବଂ
ପ୍ରାତଃକାଳରେ ଗୁରୁ, ଅଗ୍ନି, ସୂର୍ଯ୍ୟ ଏବଂ ଶ୍ରେଷ୍ଠ ଦେବତାମାନଙ୍କର ଉପାସନା
କରିବେ ଏବଂ ମୌନ ଧାରଣ କରି ଏକାଗ୍ରତା ପୂର୍ବକ ଗାୟତ୍ରୀ ଜପ କରି ଉଭୟ କାଳରେ ସନ୍ଧ୍ୟା କରିବେ |
ଛନ୍ଦାଂସ୍ୟଧୀୟୀତ
ଗୁରୋରାହୂତଶ୍ଚେତ୍ସୁୟନ୍ତ୍ରିତଃ ।
ଉପକ୍ରମେଽବସାନେ ଚ
ଚରଣୌ ଶିରସା ନମେତ୍ ॥ ୩॥
ଗୁରୁଜୀ ଯେତେବେଳେ
ଡାକିବେ, ସେତେବେଳେ ପୂର୍ଣ୍ଣ ଅନୁଶାସନରେ ରହି ତାଙ୍କଠାରୁ
ବେଦର ସ୍ବାଧ୍ୟାୟ କରିବେ | ପାଠର ପ୍ରାରମ୍ଭ ଏବଂ ଅନ୍ତରେ ତାଙ୍କ ଚରଣରେ ସିର ଧାରଣ କରି ପ୍ରଣାମ
କରିବେ |
ମେଖଲାଜିନବାସାଂସି
ଜଟାଦଣ୍ଡକମଣ୍ଡଲୂନ୍ ।
ବିଭୃୟାଦୁପବୀତଂ ଚ
ଦର୍ଭପାଣିର୍ୟଥୋଦିତମ୍ ॥ ୪॥
ଶାସ୍ତ୍ର ଆଜ୍ଞା
ଅନୁସାରେ ମେଖଳା, ମୃଗଚର୍ମ, ବସ୍ତ୍ର, ଜଟା, ଦଣ୍ଡ, କମଣ୍ଡଳୁ, ଯଜ୍ଞୋପବୀତ ତଥା ହାତରେ କୁଶ ଧାରଣ କରିବେ
|
ସାୟଂ
ପ୍ରାତଶ୍ଚରେଦ୍ଭୈକ୍ଷଂ ଗୁରବେ ତନ୍ନିବେଦୟେତ୍ ।
ଭୁଞ୍ଜୀତ
ଯଦ୍ୟନୁଜ୍ଞାତୋ ନୋ ଚେଦୁପବସେତ୍କ୍ୱଚିତ୍ ॥ ୫॥
ସାୟଂକାଳ ଏବଂ
ପ୍ରାତଃକାଳରେ ଭିକ୍ଷା ମାଗି ଆଣି ଗୁରୁଜୀଙ୍କୁ ଅର୍ପଣ କରିବେ | ସେ ଆଜ୍ଞା ଦେଲେ, ଭୋଜନ କରିବେ ଏବଂ ଯଦି କେବେ ଆଜ୍ଞା ନ ଦିଅନ୍ତି ତେବେ
ଉପବାସ ରହିବେ |
ସୁଶୀଲୋ
ମିତଭୁଗ୍ଦକ୍ଷଃ ଶ୍ରଦ୍ଦଧାନୋ ଜିତେନ୍ଦ୍ରିୟଃ ।
ଯାବଦର୍ଥଂ
ବ୍ୟବହରେତ୍ସ୍ତ୍ରୀଷୁ ସ୍ତ୍ରୀନିର୍ଜିତେଷୁ ଚ ॥ ୬॥
ନିଜର ଶୀଳ ରକ୍ଷା
କରିବେ | ସ୍ବଳ୍ପ ଭୋଜନ କରିବେ | ନିପୁଣତାର ସହିତ ନିଜର କର୍ମ କରିବେ | ଶ୍ରଦ୍ଧାଯୁକ୍ତ ରହିବେ
ଏବଂ ଇନ୍ଦ୍ରିୟମାନଙ୍କୁ ନିଜ ବଶରେ ରଖିବେ | ସ୍ତ୍ରୀ ଏବଂ ସ୍ତ୍ରୀ-ଅନୁରକ୍ତ ବ୍ୟକ୍ତିଙ୍କ ସହିତ
ଯେତିକି ଆବଶ୍ୟକ, ସେତିକି ବ୍ୟବହାର କରିବେ |
ବର୍ଜୟେତ୍ପ୍ରମଦାଗାଥାମଗୃହସ୍ଥୋ
ବୃହଦ୍ୱ୍ରତଃ ।
ଇନ୍ଦ୍ରିୟାଣି
ପ୍ରମାଥୀନି ହରନ୍ତ୍ୟପି ଯତେର୍ମନଃ ॥ ୭॥
ଯେଉଁମାନେ ଗୃହସ୍ଥ
ନ ହୋଇ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିଥାଆନ୍ତି, ସେମାନେ
ସ୍ତ୍ରୀ-ସମ୍ବନ୍ଧୀ ଚର୍ଚ୍ଚାରୁ ଦୂରେଇ ରହିବା ଆବଶ୍ୟକ | ଇନ୍ଦ୍ରିୟମାନେ ଅତିଶୟ ବଳବାନ ଅଟନ୍ତି; ସେମାନେ ପ୍ରଯତ୍ନପୂର୍ବକ ସାଧନାରତ ବ୍ୟକ୍ତିର ମନକୁ
ମଧ୍ୟ କ୍ଷୁବ୍ଧ କରି ବିଷୟ-ଅଭିମୁଖୀ କରିନିଅନ୍ତି |
କେଶପ୍ରସାଧନୋନ୍ମର୍ଦସ୍ନପନାଭ୍ୟଞ୍ଜନାଦିକମ୍
।
ଗୁରୁସ୍ତ୍ରୀଭିର୍ୟୁବତିଭିଃ
କାରୟେନ୍ନାତ୍ମନୋ ଯୁବା ॥ ୮॥
ଯୁବକ ବ୍ରହ୍ମଚାରୀ
ଯୁବତୀ ଗୁରୁପତ୍ନୀଙ୍କର ବାଳ ଶୁଖାଇବା, ଶରୀର ମାର୍ଜନ କରିବା, ସ୍ନାନ କରାଇବା, ଉବଟନ ଲଗାଇବା ଆଦି
କାର୍ଯ୍ୟ କରିବା ଅନୁଚିତ୍ |
ନନ୍ୱଗ୍ନିଃ ପ୍ରମଦା
ନାମ ଘୃତକୁମ୍ଭସମଃ ପୁମାନ୍ ।
ସୁତାମପି ରହୋ
ଜହ୍ୟାଦନ୍ୟଦା ଯାବଦର୍ଥକୃତ୍ ॥ ୯॥
ସ୍ତ୍ରୀ ଅଗ୍ନି
ସଦୃଶ ହୋଇଥିବା ବେଳେ ପୁରୁଷ ଘୃତ ପାତ୍ର ସଦୃଶ ଅଟେ | ଏକାନ୍ତରେ ତ ନିଜ କନ୍ୟା ସହିତ ରହିବା
ମଧ୍ୟ ଉଚିତ୍ ନୁହେଁ | ଏକାନ୍ତରେ ନ ଥିଲେ ବି, ଆବଶ୍ୟକତା
ଅନୁସାରେ ଯେତେ କମ୍ ସମ୍ଭବ ସ୍ତ୍ରୀମାନଙ୍କ ସମୀପରେ ରହିବା ଆବଶ୍ୟକ |
କଲ୍ପୟିତ୍ୱାଽଽତ୍ମନା
ଯାବଦାଭାସମିଦମୀଶ୍ୱରଃ ।
ଦ୍ୱୈତଂ ତାବନ୍ନ
ବିରମେତ୍ତତୋ ହ୍ୟସ୍ୟ ବିପର୍ୟଯଃ ॥ ୧୦॥
ଯେତେବେଳେଯାଏଁ ଜୀବ
ଆତ୍ମସାକ୍ଷାତକାର ଦ୍ବାରା ଦେହ ଏବଂ ଇନ୍ଦ୍ରିୟମାନଙ୍କୁ ପ୍ରତୀତିମାତ୍ର ନିଶ୍ଚୟ କରି
ସେମାନଙ୍କଠାରୁ ନିଜକୁ ସ୍ବତନ୍ତ୍ର ଜ୍ଞାନ କରିନାହିଁ, ସେତେବେଳଯାଏଁ
‘ମୁଁ ପୁରୁଷ, ଇଏ ସ୍ତ୍ରୀ’ – ତାହାର ଏହି ଦ୍ବୈତ ସମାପ୍ତ ହେବ ନାହିଁ ଏବଂ ସେହି
ଅବସ୍ଥାରେ ପୁରୁଷ ଯଦି ସ୍ତ୍ରୀର ସଂସର୍ଗରେ ରହନ୍ତି, ତେବେ ତାଙ୍କଠାରେ ଭୋଗ୍ୟବୁଦ୍ଧି ଜାତ ହେବା
ସୁନିଶ୍ଚିତ |
ଏତତ୍ସର୍ୱଂ
ଗୃହସ୍ଥସ୍ୟ ସମାମ୍ନାତଂ ଯତେରପି ।
ଗୁରୁବୃତ୍ତିର୍ୱିକଲ୍ପେନ
ଗୃହସ୍ଥସ୍ୟର୍ତୁଗାମିନଃ ॥ ୧୧॥
ଏହିସବୁ
ଶୀଳ-ରକ୍ଷାଦି ଗୁଣ ଗୃହସ୍ଥ ନିମନ୍ତେ ଏବଂ ସନ୍ୟାସୀ ନିମନ୍ତେ ମଧ୍ୟ ବିହିତ ଅଟେ | ଗୃହସ୍ଥ
ନିମନ୍ତେ ଗୁରୁକୁଳରେ ରହି ଗୁରୁଙ୍କର ସେବା-ଶୁଶ୍ରୂଷା ବୈକଳ୍ପିକ ଅଟେ; କାରଣ ଋତୁଗମନ କାଳରେ ସେମାନଙ୍କୁ ଅଲଗା ରହିବାକୁ
ପଡିଥାଏ |
ଅଞ୍ଜନାଭ୍ୟଞ୍ଜନୋନ୍ମର୍ଦସ୍ତ୍ର୍ୟବଲେଖାମିଷଂ
ମଧୁ ।
ସ୍ରଗ୍ଗନ୍ଧଲେପାଲଙ୍କାରାଂସ୍ତ୍ୟଜେୟୁର୍ୟେ
ଧୃତବ୍ରତାଃ ॥ ୧୨॥
ବ୍ରହ୍ମଚର୍ଯ୍ୟ
ବ୍ରତ ଧାରଣ କରିଥିବା ବ୍ୟକ୍ତି ଅଞ୍ଜନ ଏବଂ ତେଲ ଲଗାଇବେ ନାହିଁ | ଉବଟନ ମର୍ଦନ କରିବେ ନାହିଁ |
ସ୍ତ୍ରୀମାନଙ୍କର ଚିତ୍ର ଅଙ୍କନ କରିବେ ନାହିଁ | ମଦ-ମାଂସ ସହିତ କୌଣସି ସମ୍ବନ୍ଧ ରଖିବେ ନାହିଁ
| ପୁଷ୍ପମାଲ୍ୟ, ଅତର, ଚନ୍ଦନ ଏବଂ ଆଭୂଷଣ ଆଦିକୁ ତ୍ୟାଗ କରିବେ |
ଉଷିତ୍ୱୈବଂ
ଗୁରୁକୁଲେ ଦ୍ୱିଜୋଽଧୀତ୍ୟାବବୁଧ୍ୟ ଚ ।
ତ୍ରୟୀଂ
ସାଙ୍ଗୋପନିଷଦଂ ଯାବଦର୍ଥଂ ଯଥାବଲମ୍ ॥ ୧୩॥
ଏହିପରି ଭାବରେ
ଦ୍ବିଜାତିମାନେ ଗୁରୁକୁଳରେ ନିବାସ କରି ନିଜ ଶକ୍ତି ଏବଂ ଆବଶ୍ୟକତା ଅନୁସାରେ ବେଦ ଏବଂ ତାହାର
ଅଙ୍ଗ ଶିକ୍ଷା, କଳ୍ପ ଆଦି ତଥା ଉପନିଷଦର
ଅଧ୍ୟୟନ କରି ଜ୍ଞାନ ପ୍ରାପ୍ତ କରିବା ଉଚିତ୍ |
ଦତ୍ତ୍ୱା
ବରମନୁଜ୍ଞାତୋ ଗୁରୋଃ କାମଂ ଯଦୀଶ୍ୱରଃ ।
ଗୃହଂ ବନଂ ବା
ପ୍ରବିଶେତ୍ପ୍ରବ୍ରଜେତ୍ତତ୍ର ବା ବସେତ୍ ॥ ୧୪॥
ସମର୍ଥ ହୋଇଥିଲେ
ଗୁରୁଙ୍କୁ ସମୁଚିତ ମାତ୍ରାରେ ଦକ୍ଷିଣା ପ୍ରଦାନ କରିବେ | ତତ୍ପଶ୍ଚାତ୍ ଗୁରୁ ଆଜ୍ଞାରେ ଗୃହସ୍ଥ, ବାନପ୍ରସ୍ଥ ଅଥବା ସନ୍ୟାସ-ଆଶ୍ରମରେ ପ୍ରବେଶ କରିବେ
ବା ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରି ସେହି ଆଶ୍ରମରେ ରହିବେ |
ଅଗ୍ନୌ
ଗୁରାବାତ୍ମନି ଚ ସର୍ୱଭୂତେଷ୍ୱଧୋକ୍ଷଜମ୍ ।
ଭୂତୈଃ ସ୍ୱଧାମଭିଃ
ପଶ୍ୟେଦପ୍ରବିଷ୍ଟଂ ପ୍ରବିଷ୍ଟବତ୍ ॥ ୧୫॥
ଯଦିଓ ସ୍ବରୂପତଃ
ଭଗବାନ ସର୍ବତ୍ର ଏକରସ ସ୍ଥିତ ଅଟନ୍ତି, ଅତଏବ ସେ
କେଉଁଠାରେ ପ୍ରବେଶ କରନ୍ତି ନାହିଁ ବା କେଉଁଠାରୁ ବାହାରି ଯାଆନ୍ତି ନାହିଁ, ତଥାପି ଅଗ୍ନି, ଗୁରୁ, ଆତ୍ମା ଏବଂ ନିଜ ଆଶ୍ରିତ ଜୀବଙ୍କ ସହିତ ସେ
ବିଶେଷରୂପରେ ବିରାଜମାନ କରିଥାଆନ୍ତି | ସେଥିପାଇଁ ଦୃଷ୍ଟି ସର୍ବଦା ତାଙ୍କ ଉପରେ ନିବଦ୍ଧ ରହିବା
ଆବଶ୍ୟକ |
ଏବଂ ବିଧୋ
ବ୍ରହ୍ମଚାରୀ ବାନପ୍ରସ୍ଥୋ ଯତିର୍ଗୃହୀ ।
ଚରନ୍
ବିଦିତବିଜ୍ଞାନଃ ପରଂ ବ୍ରହ୍ମାଧିଗଚ୍ଛତି ॥ ୧୬॥
ଏହିପରି ଆଚରଣ
କରୁଥିବା ବ୍ରହ୍ମଚାରୀ, ବାନପ୍ରସ୍ଥୀ, ସନ୍ୟାସୀ ଅଥବା ଗୃହସ୍ଥ ବିଜ୍ଞାନସମ୍ପନ୍ନ ହୋଇ
ପରବ୍ରହ୍ମତତ୍ତ୍ବର ଅନୁଭବ ପ୍ରାପ୍ତ କରିନିଅନ୍ତି |
ବାନପ୍ରସ୍ଥସ୍ୟ
ବକ୍ଷ୍ୟାମି ନିୟମାନ୍ ମୁନିସମ୍ମତାନ୍ ।
ଯାନାତିଷ୍ଠନ୍
ମୁନିର୍ଗଚ୍ଛେଦୃଷିଲୋକମିହାଞ୍ଜସା ॥ ୧୭॥
ଏବେ ମୁଁ
ଋଷିମାନଙ୍କର ମତାନୁସାରେ ବାନପ୍ରସ୍ଥ ଆଶ୍ରମର ନିୟମ ବର୍ଣ୍ଣନା କରୁଛି | ଏହି ସବୁ ନିୟମର ଆଚରଣ
କରିବା ଦ୍ବାରା ଜଣେ ବାନପ୍ରସ୍ଥୀଙ୍କୁ ଅନାୟାସରେ ଋଷିମାନଙ୍କର ଲୋକ ମହର୍ଲୋକ ପ୍ରାପ୍ତ ହୋଇଯାଏ
|
ନ
କୃଷ୍ଟପଚ୍ୟମଶ୍ନୀୟାଦକୃଷ୍ଟଂ ଚାପ୍ୟକାଲତଃ ।
ଅଗ୍ନିପକ୍ୱମଥାମଂ
ବା ଅର୍କପକ୍ୱମୁତାହରେତ୍ ॥ ୧୮॥
ବାନପ୍ରସ୍ଥ-ଆଶ୍ରମୀ
ଚାଷ ଦ୍ବାରା ଭୂମିରେ ଉତ୍ପନ୍ନ ଧାନ, ଗହମ ଆଦି ଅନ୍ନ
ଭକ୍ଷଣ କରିବେ ନାହିଁ | ଚାଷ ଦ୍ବାରା ଉତ୍ପନ୍ନ ହୋଇ ନ ଥିଲେ ମଧ୍ୟ ଅସମୟରେ ପକ୍ବ ହୋଇଥିବା ଅନ୍ନ
ଭକ୍ଷଣ କରିବେ ନାହିଁ | ଅଗ୍ନିରେ ସିଦ୍ଧ ହୋଇଥିବା ଅନ୍ନ ଅଥବା ଅସିଦ୍ଧ ଅନ୍ନ ଖାଇବେ ନାହିଁ |
କେବଳ ସୂର୍ଯ୍ୟ ତାପରେ ପକ୍ବ କନ୍ଦ, ମୂଳ, ଫଳ ଆଦିର ସେବନ କରିବେ |
ବନ୍ୟୈଶ୍ଚରୁପୁରୋଡାଶାନ୍
ନିର୍ୱପେତ୍କାଲଚୋଦିତାନ୍ ।
ଲବ୍ଧେ ନବେ
ନବେଽନ୍ନାଦ୍ୟେ ପୁରାଣଂ ତୁ ପରିତ୍ୟଜେତ୍ ॥ ୧୯॥
ଜଙ୍ଗଲରେ ଆପେ-ଆପେ
ଉତ୍ପନ୍ନ ହୋଇଥିବା ଶସ୍ୟ ଦ୍ବାରା ନିତ୍ୟ-ନୈମିତ୍ତିକ ଚରୁ ଏବଂ ପୁରୋଡାଶର ହୋମ କରିବେ |
ନୂଆ-ନୂଆ ଫଳ, ଫୁଲ ଏବଂ ଶସ୍ୟ ଆଦି
ମିଳିବାରେ ଲାଗିଲେ ପୂର୍ବ ଏକତ୍ରିତ ଅନ୍ନ ପରିତ୍ୟାଗ କରିବେ |
ଅଗ୍ନ୍ୟର୍ଥମେବ
ଶରଣମୁଟଜଂ ବାଦ୍ରିକନ୍ଦରାମ୍ ।
ଶ୍ରୟେତ
ହିମବାୟ୍ୱଗ୍ନିବର୍ଷାର୍କାତପଷାଟ୍ ସ୍ୱୟମ୍ ॥ ୨୦॥
ଅଗ୍ନିହୋତ୍ର
ଅଗ୍ନିର ରକ୍ଷା ନିମନ୍ତେ ହିଁ ଘର, ପର୍ଣକୁଟୀ ବା
ପାହାଡ ଗୁମ୍ଫାର ଆଶ୍ରୟ ଗ୍ରହଣ କରିବେ | ସ୍ବୟଂ ଶୀତ, ବାୟୁ, ଅଗ୍ନି, ବର୍ଷା ଏବଂ ଝଞ୍ଜା
ସହନ କରିବେ |
କେଶରୋମନଖଶ୍ମଶ୍ରୁମଲାନି
ଜଟିଲୋ ଦଧତ୍ ।
କମଣ୍ଡଲ୍ୱଜିନେ
ଦଣ୍ଡବଲ୍କଲାଗ୍ନିପରିଚ୍ଛଦାନ୍ ॥ ୨୧॥
ମସ୍ତକରେ ଜଟା ଧାରଣ
କରିବେ ଏବଂ କେଶ, ଲୋମ, ଦାଢ଼ି-ନିଶ ଆଦି କାଟିବେ ନାହିଁ ତଥା ଶରୀରକୁ ମଧ୍ୟ
ସଫା କରିବେ ନାହିଁ | କମଣ୍ଡଳୁ, ମୃଗଚର୍ମ, ଦଣ୍ଡ, ବଲ୍କଳ-ବସ୍ତ୍ର ଏବଂ ଅଗ୍ନିହୋତ୍ର ସାମଗ୍ରୀ
ଇତ୍ୟାଦିକୁ ନିଜ ପାଖରେ ରଖିବେ |
ଚରେଦ୍ୱନେ
ଦ୍ୱାଦଶାବ୍ଦାନଷ୍ଟୌ ବା ଚତୁରୋ ମୁନିଃ ।
ଦ୍ୱାବେକଂ ବା ଯଥା
ବୁଦ୍ଧିର୍ନ ବିପଦ୍ୟେତ କୃଚ୍ଛ୍ରତଃ ॥ ୨୨॥
ବିଚାରବାନ୍ ପୁରୁଷ
ବାର, ଆଠ, ଚାରି, ଦୁଇ ବା ଏକ ବର୍ଷ ଯାଏଁ ବାନପ୍ରସ୍ଥ-ଆଶ୍ରମର ଏହି ସବୁ
ନିୟମ ପାଳନ କରିବା ଉଚିତ୍ | କିନ୍ତୁ ନିୟମ ପାଳନରେ ଅତ୍ୟଧିକ କ୍ଲେଶ ସହନ କରିବା ଯୋଗୁଁ ବୁଦ୍ଧି ଯେପରି ବିକୃତ ନ ହେବ – ସେଥି ପ୍ରତି ଧ୍ୟାନ
ଦେବା ଆବଶ୍ୟକ |
ଯଦାକଲ୍ପଃ
ସ୍ୱକ୍ରିୟାୟାଂ ବ୍ୟାଧିଭିର୍ଜରୟାଥବା ।
ଆନ୍ୱୀକ୍ଷିକ୍ୟାଂ
ବା ବିଦ୍ୟାୟାଂ କୁର୍ୟାଦନଶନାଦିକମ୍ ॥ ୨୩॥
ରୋଗ ଅଥବା
ବାର୍ଦ୍ଧକ୍ୟ କାରଣରୁ ଜଣେ ବାନପ୍ରସ୍ଥୀ ଯେତେବେଳେ ନିଜର କର୍ମ କରିପାରନ୍ତି ନାହିଁ, ବେଦାନ୍ତ-ବିଚାର କରିବାକୁ ମଧ୍ୟ ଅସମର୍ଥ ହୋଇଯାଆନ୍ତି, ସେତେବେଳେ ସେ ଅନଶନ ଆଦି ବ୍ରତ କରିବା ଉଚିତ୍ |
ଆତ୍ମନ୍ୟଗ୍ନୀନ୍
ସମାରୋପ୍ୟ ସନ୍ନ୍ୟସ୍ୟାହମ୍ମମାତ୍ମତାମ୍ ।
କାରଣେଷୁ
ନ୍ୟସେତ୍ସମ୍ୟକ୍ ସଙ୍ଘାତଂ ତୁ ଯଥାର୍ହତଃ ॥ ୨୪॥
ଅନଶନ କରିବା
ପୂର୍ବରୁ ସେ ନିଜର ଆହବନୀୟ ଆଦି ଅଗ୍ନିକୁ ନିଜ ଆତ୍ମାରେ ଲୀନ କରିବେ | ‘ମୁଁ’ ଏବଂ ‘ମୋ’-ପଣକୁ ତ୍ୟାଗ କରି ଶରୀରକୁ
ତାହାର କାରଣଭୂତ ତତ୍ତ୍ବରେ ଯଥାଯୋଗ୍ୟ ପୂର୍ଣ୍ଣରୂପରେ ଲୀନ କରିଦେବେ |
ଖେ ଖାନି ବାୟୌ
ନିଶ୍ୱାସାଂସ୍ତେଜସ୍ୟୂଷ୍ମାଣମାତ୍ମବାନ୍ ।
ଅପ୍ସ୍ୱସୃକ୍ଶ୍ଲେଷ୍ମପୂୟାନି
କ୍ଷିତୌ ଶେଷଂ ଯଥୋଦ୍ଭବମ୍ ॥ ୨୫॥
ଜିତେନ୍ଦ୍ରିୟ
ପୁରୁଷ ନିଜ ଶରୀରର ଛିଦ୍ରାକାଶକୁ ଆକାଶରେ, ପ୍ରାଣକୁ ବାୟୁରେ, ତାପକୁ ଅଗ୍ନିରେ, ରକ୍ତ-କଫ ଆଦି ଜଳୀୟ ତତ୍ତ୍ବକୁ
ଜଳରେ ଏବଂ ହାଡ ଆଦି କଠିନ ପଦାର୍ଥକୁ ପୃଥିବୀରେ ଲୀନ କରିବେ
ବାଚମଗ୍ନୌ
ସବକ୍ତବ୍ୟାମିନ୍ଦ୍ରେ ଶିଲ୍ପଂ କରାବପି ।
ପଦାନି ଗତ୍ୟା ବୟସି
ରତ୍ୟୋପସ୍ଥଂ ପ୍ରଜାପତୌ ॥ ୨୬॥
ମୃତ୍ୟୌ ପାୟୁଂ
ବିସର୍ଗଂ ଚ ଯଥାସ୍ଥାନଂ ବିନିର୍ଦିଶେତ୍ ।
ଦିକ୍ଷୁ ଶ୍ରୋତ୍ରଂ
ସନାଦେନ ସ୍ପର୍ଶମଧ୍ୟାତ୍ମନି ତ୍ୱଚମ୍ ॥ ୨୭॥
ରୂପାଣି ଚକ୍ଷୁଷା
ରାଜନ୍ ଜ୍ୟୋତିଷ୍ୟଭିନିବେଶୟେତ୍ ।
ଅପ୍ସୁ ପ୍ରଚେତସା
ଜିହ୍ୱାଂ ଘ୍ରେୟୈର୍ଘ୍ରାଣଂ କ୍ଷିତୌ ନ୍ୟସେତ୍ ॥ ୨୮॥
ସେହିପରି ବାଣୀ ଏବଂ
ତାହାର କର୍ମ ଭାଷଣକୁ ସେମାନଙ୍କର ଅଧିଷ୍ଠାତୃ ଦେବତା ଅଗ୍ନିଙ୍କଠାରେ, ହାତ ଏବଂ ତା’ର କଳା-କୌଶଳକୁ
ଇନ୍ଦ୍ରଙ୍କଠାରେ, ଚରଣ ଏବଂ ତା’ର ଗତିକୁ କାଳସ୍ବରୂପ ବିଷ୍ଣୁଙ୍କଠାରେ, ରତି ଏବଂ ଉପସ୍ଥକୁ ପ୍ରଜାପତିଙ୍କଠାରେ ତଥା ପାୟୁ ଏବଂ
ମଳୋତ୍ସର୍ଗକୁ ତାହାର ଆଶ୍ରୟ ଭାବରେ ମୃତ୍ୟୁରେ ଲୀନ କରିଦେବେ | ଶ୍ରୋତ୍ର ଏବଂ ଶବ୍ଦକୁ
ଦିଶାମାନଙ୍କରେ, ସ୍ପର୍ଶ ଏବଂ ତ୍ବଚାକୁ
ବାୟୁରେ, ନେତ୍ର ସହିତ ରୂପକୁ ଜ୍ୟୋତିରେ, ମଧୁର ଆଦି ରସ ସହିତ ରସନେନ୍ଦ୍ରିୟକୁ ଜଳରେ ତଥା
ଘ୍ରାଣେନ୍ଦ୍ରିୟ ଏବଂ ତାହାର ବିଷୟ ଗନ୍ଧକୁ ପୃଥିବୀରେ ଲୀନ କରିଦେବେ |
ମନୋ
ମନୋରଥୈଶ୍ଚନ୍ଦ୍ରେ ବୁଦ୍ଧିଂ ବୋଧ୍ୟୈଃ କବୌ ପରେ ।
କର୍ମାଣ୍ୟଧ୍ୟାତ୍ମନା
ରୁଦ୍ରେ ଯଦହମ୍ମମତାକ୍ରିୟା ।
ସତ୍ତ୍ୱେନ ଚିତ୍ତଂ
କ୍ଷେତ୍ରଜ୍ଞେ ଗୁଣୈର୍ୱୈକାରିକଂ ପରେ ॥ ୨୯॥
ମନୋରଥ ସହିତ ମନକୁ
ଚନ୍ଦ୍ରମାରେ, ବୋଧଗମ୍ୟ ବିଷୟ ସହିତ
ବୁଦ୍ଧିକୁ ବ୍ରହ୍ମାଙ୍କଠାରେ ତଥା ଅହଂତା ଏବଂ ମମତା ସୃଷ୍ଟି କରୁଥିବା ଅହଂକାରକୁ ତାହାର କର୍ମ
ସହିତ ରୁଦ୍ରଙ୍କଠାରେ ଲୀନ କରିବେ | ସେହିପରି ଚେତନା ସହିତ ଚିତ୍ତକୁ କ୍ଷେତ୍ରଜ୍ଞ ଜୀବରେ ଏବଂ
ଗୁଣ ପ୍ରଭାବରେ ବିକାରୀ ପ୍ରତୀତ ହେଉଥିବା ଜୀବକୁ ପରବ୍ରହ୍ମଙ୍କଠାରେ ଲୀନ କରିବେ |
ଅପ୍ସୁ କ୍ଷିତିମପୋ
ଜ୍ୟୋତିଷ୍ୟଦୋ ବାୟୌ ନଭସ୍ୟମୁମ୍ ।
କୂଟସ୍ଥେ ତଚ୍ଚ
ମହତି ତଦବ୍ୟକ୍ତେଽକ୍ଷରେ ଚ ତତ୍ ॥ ୩୦॥
ତା’ ସହିତ ପୃଥିବୀକୁ ଜଳରେ, ଜଳକୁ ଅଗ୍ନିରେ, ଅଗ୍ନିକୁ ବାୟୁରେ, ବାୟୁକୁ ଆକାଶରେ, ଆକାଶକୁ ଅହଂକାରରେ, ଅହଂକାରକୁ ମହତ୍ତତ୍ତ୍ବରେ, ମହତ୍ତତ୍ତ୍ବକୁ ଅବ୍ୟକ୍ତରେ ଏବଂ ଅବ୍ୟକ୍ତକୁ ଅବିନାଶୀ
ପରମାତ୍ମାଙ୍କଠାରେ ଲୟ କରିଦେବେ |
ଇତ୍ୟକ୍ଷରତୟାଽଽତ୍ମାନଂ
ଚିନ୍ମାତ୍ରମବଶେଷିତମ୍ ।
ଜ୍ଞାତ୍ୱାଦ୍ୱୟୋଽଥ
ବିରମେଦ୍ଦଗ୍ଧୟୋନିରିବାନଲଃ ॥ ୩୧॥
ଏହିପରି ଭାବରେ
ଅବିନାଶୀ ପରମାତ୍ମା ରୂପରେ ଯେଉଁ ଚିଦ୍-ବସ୍ତୁ ଅବଶିଷ୍ଟ ରହେ, ତାହା ଆତ୍ମା ଅଟେ, ତାହା ମୁଁ ଅଟେ –
ଏହା ଅନୁଭବ କରି ଅଦ୍ବିତୀୟ ଭାବରେ ସ୍ଥିତ ରହିବେ | କାଷ୍ଠ ଆଦି ନିଜ ଆଶ୍ରୟ ଜଳି ଭସ୍ମ ହୋଇଯିବା
ପରେ ଅଗ୍ନି ସ୍ବତଃ ଶାନ୍ତ ହୋଇ ନିଜ ସ୍ଵରୂପରେ ସ୍ଥିତ ରହିବା ପରି, ଏପରି କରି ସେ ଉପରତ ହୋଇଯାଆନ୍ତି |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ
ଯୁଧିଷ୍ଠିରସମ୍ବାଦେ
ସଦାଚାରନିର୍ଣୟୋ ନାମ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

Comments
Post a Comment