Posts

Showing posts from April, 2025
Image
ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମସ୍କନ୍ଧ ॥ ପ୍ରଥମ ଅଧ୍ୟାୟ ମନ୍ବନ୍ତରମାନ ଙ୍କର ବର୍ଣ୍ଣନା   ରାଜୋବାଚ ସ୍ୱାୟମ୍ଭୁବସ୍ୟେହ ଗୁରୋ ବଂଶୋଽୟଂ ବିସ୍ତରାଚ୍ଛ୍ରୁତଃ । ଯତ୍ର ବିଶ୍ୱସୃଜାଂ ସର୍ଗୋ ମନୂନନ୍ୟାନ୍ ବଦସ୍ୱ ନଃ ॥ ୧॥ ରାଜା ପରୀକ୍ଷିତ ପଚାରିଲେ – ଗୁରୁଦେବ ! ସ୍ବାୟମ୍ଭୂବ ମନୁଙ୍କର ବଂଶର ବିସ୍ତାର ବିଷୟରେ ତ ମୁଁ ଶୁଣିଲି | ଏହି ବଂଶରେ ତାଙ୍କ କନ୍ୟାମାନଙ୍କ ଦ୍ବାରା ମରୀଚି ଆଦି ପ୍ରଜାପତିମାନେ ନିଜର ବଂଶ-ପରମ୍ପରା ପ୍ରଚଳିତ ରଖିଥିଲେ | ଏବେ ଆପଣ ଅନ୍ୟ ମନୁମାନଙ୍କର ବର୍ଣ୍ଣନା କରନ୍ତୁ | ଯତ୍ର ଯତ୍ର ହରେର୍ଜନ୍ମ କର୍ମାଣି ଚ ମହୀୟସଃ । ଗୃଣନ୍ତି କବୟୋ ବ୍ରହ୍ମଂସ୍ତାନି ନୋ ବଦ ଶୃଣ୍ୱତାମ୍ ॥ ୨॥ ବ୍ରହ୍ମନ୍ ! ଜ୍ଞାନୀ ମହାତ୍ମାମାନେ ଯେଉଁ-ଯେଉଁ ମନ୍ବନ୍ତରରେ ମହାମହିମ ଭଗବାନଙ୍କର ଯେଉଁ-ଯେଉଁ ଅବତାର ଏବଂ ଲୀଳାମାନଙ୍କର ବର୍ଣ୍ଣନା କରିଥାଆନ୍ତି , ଆପଣ ତାହା ମୋତେ ଶୁଣାନ୍ତୁ | ମୁଁ ଶ୍ରଦ୍ଧାପୂର୍ବକ ତାହାର ଶ୍ରବଣ କରିବାକୁ ଇଚ୍ଛା କରୁଛି | ଯଦ୍ୟସ୍ମିନ୍ନନ୍ତରେ ବ୍ରହ୍ମନ୍ ଭଗବାନ୍ ବିଶ୍ୱଭାବନଃ । କୃତବାନ୍ କୁରୁତେ କର୍ତା ହ୍ୟତୀତେଽନାଗତେଽଦ୍ୟ ବା ॥ ୩॥ ଭଗବନ୍ ! ବିଶ୍ବଭାବନ ଭଗବାନ ପୂର୍ବ ମନ୍ବନ୍ତରମାନଙ୍କରେ ଯେଉଁ ସବୁ ଲୀଳା କରିଥିଲେ , ବର୍ତ୍ତମାନ ମନ୍ବନ୍ତରରେ ଯାହା ସବୁ କରୁଛନ୍ତି ଏବଂ ଆଗାମୀ ମନ୍ବନ୍ତରମାନଙ୍କରେ ଯାହା କିଛି କରିବେ , ତାହା ସବୁ ଆପଣ ମୋତେ ଶୁଣ...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ସପ୍ତମ ସ୍କନ୍ଧ ॥ ପଞ୍ଚଦଶ ଅଧ୍ୟାୟ ଗୃହସ୍ଥମାନଙ୍କ ନିମନ୍ତେ ମୋକ୍ଷଧର୍ମର ବର୍ଣ୍ଣନ   ନାରଦ ଉବାଚ କର୍ମନିଷ୍ଠା ଦ୍ୱିଜାଃ କେଚିତ୍ତପୋନିଷ୍ଠା ନୃପାପରେ । ସ୍ୱାଧ୍ୟାୟେଽନ୍ୟେ ପ୍ରବଚନେ ଯେ କେଚିଜ୍ଜ୍ଞାନୟୋଗୟୋଃ ॥ ୧॥ ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! କେହି କେହି ବ୍ରାହ୍ମଣଙ୍କର ନିଷ୍ଠା କର୍ମରେ , କାହାର ତପସ୍ୟାରେ , କାହାର ସ୍ବାଧ୍ୟାୟ ଏବଂ ପ୍ରବଚନରେ ତ କାହାର ଆତ୍ମଜ୍ଞାନ ଉପଲବଧି ତଥା ଯୋଗରେ ରହିଥାଏ | ଜ୍ଞାନନିଷ୍ଠାୟ ଦେୟାନି କବ୍ୟାନ୍ୟାନନ୍ତ୍ୟମିଚ୍ଛତା । ଦୈବେ ଚ ତଦଭାବେ ସ୍ୟାଦିତରେଭ୍ୟୋ ଯଥାର୍ହତଃ ॥ ୨॥ ଗୃହସ୍ଥ ପୁରୁଷ ନିଜ କର୍ମର ଅକ୍ଷୟ ଫଳ ପ୍ରାପ୍ତ କରିବା ନିମନ୍ତେ ଶ୍ରାଦ୍ଧ ଅଥବା ଦେବପୂଜା ଅବସରରେ ଜ୍ଞାନନିଷ୍ଠ ପୁରୁଷଙ୍କୁ ହିଁ ହବ୍ୟ-କବ୍ୟ ଦାନ କରିବା ଉଚିତ୍ | ଯଦି ସେପରି କୌଣସି ପୁରୁଷ ନ ମିଳନ୍ତି , ତେବେ କୌଣସି ଯୋଗୀ, ପ୍ରବଚକ ଆଦିଙ୍କୁ ଯଥାଯୋଗ୍ୟ ଦାନ କରିବେ | ଦ୍ୱୌ ଦୈବେ ପିତୃକାର୍ୟେ ତ୍ରୀନେକୈକମୁଭୟତ୍ର ବା । ଭୋଜୟେତ୍ସୁସମୃଦ୍ଧୋଽପି ଶ୍ରାଦ୍ଧେ କୁର୍ୟାନ୍ନ ବିସ୍ତରମ୍ ॥ ୩॥ ଦେବକାର୍ଯ୍ୟରେ ଦୁଇଜଣ ଏବଂ ପିତୃକାର୍ଯ୍ୟରେ ତିନିଜଣ ଅଥବା ଉଭୟ କାର୍ଯ୍ୟରେ ଜଣେ-ଜଣେ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଉଚିତ୍ | ଅତି ବେଶୀ ଧନୀ ହୋଇଥିଲେ ବି ଶ୍ରାଦ୍ଧକର୍ମରେ ଅଧିକ ବିସ୍ତାର...