ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ସପ୍ତମ ସ୍କନ୍ଧ ॥
ପଞ୍ଚଦଶ ଅଧ୍ୟାୟ
ଗୃହସ୍ଥମାନଙ୍କ ନିମନ୍ତେ ମୋକ୍ଷଧର୍ମର ବର୍ଣ୍ଣନ
ନାରଦ ଉବାଚ
କର୍ମନିଷ୍ଠା
ଦ୍ୱିଜାଃ କେଚିତ୍ତପୋନିଷ୍ଠା ନୃପାପରେ ।
ସ୍ୱାଧ୍ୟାୟେଽନ୍ୟେ
ପ୍ରବଚନେ ଯେ କେଚିଜ୍ଜ୍ଞାନୟୋଗୟୋଃ ॥ ୧॥
ଦେବର୍ଷି ନାରଦ
କହୁଛନ୍ତି – ଯୁଧିଷ୍ଠିର ! କେହି କେହି ବ୍ରାହ୍ମଣଙ୍କର ନିଷ୍ଠା କର୍ମରେ, କାହାର ତପସ୍ୟାରେ, କାହାର ସ୍ବାଧ୍ୟାୟ
ଏବଂ ପ୍ରବଚନରେ ତ କାହାର ଆତ୍ମଜ୍ଞାନ ଉପଲବଧି ତଥା ଯୋଗରେ ରହିଥାଏ |
ଜ୍ଞାନନିଷ୍ଠାୟ
ଦେୟାନି କବ୍ୟାନ୍ୟାନନ୍ତ୍ୟମିଚ୍ଛତା ।
ଦୈବେ ଚ ତଦଭାବେ
ସ୍ୟାଦିତରେଭ୍ୟୋ ଯଥାର୍ହତଃ ॥ ୨॥
ଗୃହସ୍ଥ ପୁରୁଷ ନିଜ
କର୍ମର ଅକ୍ଷୟ ଫଳ ପ୍ରାପ୍ତ କରିବା ନିମନ୍ତେ ଶ୍ରାଦ୍ଧ ଅଥବା ଦେବପୂଜା ଅବସରରେ ଜ୍ଞାନନିଷ୍ଠ
ପୁରୁଷଙ୍କୁ ହିଁ ହବ୍ୟ-କବ୍ୟ ଦାନ କରିବା ଉଚିତ୍ | ଯଦି ସେପରି କୌଣସି ପୁରୁଷ ନ ମିଳନ୍ତି, ତେବେ କୌଣସି ଯୋଗୀ, ପ୍ରବଚକ ଆଦିଙ୍କୁ ଯଥାଯୋଗ୍ୟ ଦାନ
କରିବେ |
ଦ୍ୱୌ ଦୈବେ
ପିତୃକାର୍ୟେ ତ୍ରୀନେକୈକମୁଭୟତ୍ର ବା ।
ଭୋଜୟେତ୍ସୁସମୃଦ୍ଧୋଽପି
ଶ୍ରାଦ୍ଧେ କୁର୍ୟାନ୍ନ ବିସ୍ତରମ୍ ॥ ୩॥
ଦେବକାର୍ଯ୍ୟରେ
ଦୁଇଜଣ ଏବଂ ପିତୃକାର୍ଯ୍ୟରେ ତିନିଜଣ ଅଥବା ଉଭୟ କାର୍ଯ୍ୟରେ ଜଣେ-ଜଣେ ବ୍ରାହ୍ମଣଙ୍କୁ ଭୋଜନ
କରାଇବା ଉଚିତ୍ | ଅତି ବେଶୀ ଧନୀ ହୋଇଥିଲେ ବି ଶ୍ରାଦ୍ଧକର୍ମରେ ଅଧିକ ବିସ୍ତାର କରିବା ଉଚିତ୍
ନୁହେଁ |
ଦେଶକାଲୋଚିତଶ୍ରଦ୍ଧା
ଦ୍ରବ୍ୟପାତ୍ରାର୍ହଣାନି ଚ ।
ସମ୍ୟଗ୍ଭବନ୍ତି
ନୈତାନି ବିସ୍ତରାତ୍ସ୍ୱଜନାର୍ପଣାତ୍ ॥ ୪॥
କାରଣ
ସ୍ବଜନ-ସମ୍ବନ୍ଧୀ ଆଦିଙ୍କୁ ସମ୍ମିଳିତ କରିବା ଦ୍ବାରା ଦେଶ-କାଳୋଚିତ ଶ୍ରଦ୍ଧା, ପଦାର୍ଥ, ପାତ୍ର ଏବଂ ପୂଜନ
ଆଦିର ବିଧିବତ୍ ପାଳନ ହୋଇପାରେ ନାହିଁ |
ଦେଶେ କାଲେ ଚ
ସମ୍ପ୍ରାପ୍ତେ ମୁନ୍ୟନ୍ନଂ ହରିଦୈବତମ୍ ।
ଶ୍ରଦ୍ଧୟା
ବିଧିବତ୍ପାତ୍ରେ ନ୍ୟସ୍ତଂ କାମଧୁଗକ୍ଷୟମ୍ ॥ ୫॥
ଦେଶ ଏବଂ କାଳ
ଉପସ୍ଥିତ ହୁଅନ୍ତେ ଋଷି-ମୁନିମାନଙ୍କର ଭୋଜନଯୋଗ୍ୟ ହବିଷ୍ୟାନ୍ନ ଭଗବାନଙ୍କୁ ଭୋଗ ଲଗାଇ
ଶ୍ରଦ୍ଧାର ସହିତ ବିଧିପୂର୍ବକ ଯୋଗ୍ୟ ପାତ୍ରଙ୍କୁ ନିବେଦନ କରିବା ଉଚିତ୍ | ତାହାର ଫଳ ସମସ୍ତ
କାମନାର ପୂର୍ତ୍ତିକାରୀ ଏବଂ ଅକ୍ଷୟ ହୋଇଥାଏ |
ଦେବର୍ଷିପିତୃଭୂତେଭ୍ୟ
ଆତ୍ମନେ ସ୍ୱଜନାୟ ଚ ।
ଅନ୍ନଂ ସମ୍ବିଭଜନ୍
ପଶ୍ୟେତ୍ସର୍ୱଂ ତତ୍ପୁରୁଷାତ୍ମକମ୍ ॥ ୬॥
ଦେବତା, ଋଷି, ପିତୃଗଣ, ଅନ୍ୟ ପ୍ରାଣୀ, ସ୍ବଜନ ଏବଂ ନିଜ
ମଧ୍ୟରେ ବିଭାଜନ କରିବା ସମୟରେ ମଧ୍ୟ ସେହି ଅନ୍ନକୁ ପରମାତ୍ମ-ସ୍ବରୂପ ମନେ କରିବା ଉଚିତ୍ |
ନ ଦଦ୍ୟାଦାମିଷଂ
ଶ୍ରାଦ୍ଧେ ନ ଚାଦ୍ୟାଦ୍ଧର୍ମତତ୍ତ୍ୱବିତ୍ ।
ମୁନ୍ୟନ୍ନୈଃ
ସ୍ୟାତ୍ପରା ପ୍ରୀତିର୍ୟଥା ନ ପଶୁହିଂସୟା ॥ ୭॥
ଧର୍ମର ମର୍ମଜ୍ଞ
ପୁରୁଷ ଶ୍ରାଦ୍ଧରେ ମାଂସ ଅର୍ପଣ କରିବେ ନାହିଁ କିମ୍ବା ନିଜେ ମଧ୍ୟ ତାହା ଭକ୍ଷଣ କରିବେ ନାହିଁ;
କାରଣ ପିତୃପୁରୁଷ ଋଷି-ମୁନିମାନଙ୍କର ଯୋଗ୍ୟ ହବିଷ୍ୟାନ୍ନରେ ଯେତିକି ପ୍ରସନ୍ନ ହୋଇଥାଆନ୍ତି, ସେତିକି ପ୍ରସନ୍ନ ପଶୁ-ହିଂସାରେ ହୋଇ ନ ଥାଆନ୍ତି |
ନୈତାଦୃଶଃ ପରୋ
ଧର୍ମୋ ନୃଣାଂ ସଦ୍ଧର୍ମମିଚ୍ଛତାମ୍ ।
ନ୍ୟାସୋ ଦଣ୍ଡସ୍ୟ
ଭୂତେଷୁ ମନୋବାକ୍କାୟଜସ୍ୟ ଯଃ ॥ ୮॥
ଯେଉଁମାନେ
ସଦ୍-ଧର୍ମପାଳନର ଅଭିଳାଷ ରଖିଥାଆନ୍ତି, ସେମାନଙ୍କ ପାଇଁ
କୌଣସି ପ୍ରାଣୀକୁ ଶରୀର, ମନ ଏବଂ ବାଣୀରେ କୌଣସି
ପ୍ରକାରର କଷ୍ଟ ନ ଦେବାଠାରୁ ବଳି ବଡ ଧର୍ମ ଆଉ କିଛି ନାହିଁ |
ଏକେ କର୍ମମୟାନ୍
ଯଜ୍ଞାନ୍ ଜ୍ଞାନିନୋ ଯଜ୍ଞବିତ୍ତମାଃ ।
ଆତ୍ମସଂୟମନେଽନୀହା
ଜୁହ୍ୱତି ଜ୍ଞାନଦୀପିତେ ॥ ୯॥
ସେଥିପାଇଁ ଯଜ୍ଞର
ତତ୍ତ୍ବଜ୍ଞମାନଙ୍କ ମଧ୍ୟରୁ କେହି କେହି ଜ୍ଞାନ ଦ୍ବାରା ପ୍ରଜ୍ବଳିତ ଆତ୍ମସଂଯମରୂପ ଅଗ୍ନିରେ
କର୍ମମୟ ଯଜ୍ଞରେ ଆହୂତି ପ୍ରଦାନ କରିଥାଆନ୍ତି ଏବଂ ବାହ୍ୟ କର୍ମ-କଳାପରୁ ଉପରତ ହୋଇଯାଆନ୍ତି |
ଦ୍ରବ୍ୟଯଜ୍ଞୈର୍ୟକ୍ଷ୍ୟମାଣଂ
ଦୃଷ୍ଟ୍ୱା ଭୂତାନି ବିଭ୍ୟତି ।
ଏଷ ମାକରୁଣୋ
ହନ୍ୟାଦତଜ୍ଜ୍ଞୋ ହ୍ୟସୁତୃପ୍ ଧ୍ରୁବମ୍ ॥ ୧୦॥
ଯେତେବେଳେ କୌଣସି
ପୁରୁଷ ଦ୍ରବ୍ୟମୟ ଯଜ୍ଞର ଅନୁଷ୍ଠାନ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ଅନ୍ୟ ପ୍ରାଣୀ ଭୟରେ ପ୍ରମାଦ କରିବାରେ
ଲାଗନ୍ତି ଯେ ନିଜ ପ୍ରାଣର ପୋଷଣ କରିବାକୁ ଯାଇ ଏହି ନିର୍ଦୟୀ ମୂର୍ଖ ହୁଏତ ଆମର ପ୍ରାଣନାଶ
କରିଦେବ |
ତସ୍ମାଦ୍ଦୈବୋପପନ୍ନେନ
ମୁନ୍ୟନ୍ନେନାପି ଧର୍ମବିତ୍ ।
ସନ୍ତୁଷ୍ଟୋଽହରହଃ
କୁର୍ୟାନ୍ନିତ୍ୟନୈମିତ୍ତିକୀଃ କ୍ରିୟାଃ ॥ ୧୧॥
ଅତଏବ ଧର୍ମଜ୍ଞ
ମନୁଷ୍ୟ ପ୍ରତିଦିନ ପ୍ରାରବ୍ଧବଶତଃ ପ୍ରାପ୍ତ ମୁନିଜନୋଚିତ ହବିଷ୍ୟାନ୍ନ ଦ୍ବାରା ନିଜର ନିତ୍ୟ
ଏବଂ ନୈମିତ୍ତିକ କର୍ମ ସମ୍ପାଦନ କରି ତହିଁରେ ସର୍ବଦା ସନ୍ତୁଷ୍ଟ ରହିବା ଆବଶ୍ୟକ |
ବିଧର୍ମଃ
ପରଧର୍ମଶ୍ଚ ଆଭାସ ଉପମା ଛଲଃ ।
ଅଧର୍ମଶାଖାଃ
ପଞ୍ଚେମା ଧର୍ମଜ୍ଞୋଽଧର୍ମବତ୍ତ୍ୟଜେତ୍ ॥ ୧୨॥
ଅଧର୍ମର ପାଞ୍ଚଟି
ଶାଖା ରହିଛି – ବିଧର୍ମ, ପରଧର୍ମ, ଆଭାସ, ଉପମା ଏବଂ ଛଳ |
ଧର୍ମଜ୍ଞ ପୁରୁଷ ଅଧର୍ମ ସହିତ ଏହି ସବୁ ମଧ୍ୟ ତ୍ୟାଗ କରିବା ଉଚିତ୍ |
ଧର୍ମବାଧୋ ବିଧର୍ମଃ
ସ୍ୟାତ୍ପରଧର୍ମୋଽନ୍ୟଚୋଦିତଃ ।
ଉପଧର୍ମସ୍ତୁ
ପାଖଣ୍ଡୋ ଦମ୍ଭୋ ବା ଶବ୍ଦଭିଚ୍ଛଲଃ ॥ ୧୩॥
ଧର୍ମବୁଦ୍ଧିରେ
କରିବା ସତ୍ତ୍ବେ ବି ଯେଉଁ କାର୍ଯ୍ୟ ଦ୍ବାରା ନିଜ ଧର୍ମରେ ବାଧା ଉତ୍ପନ୍ନ ହୋଇଥାଏ, ତାହା ବିଧର୍ମ ଅଟେ | ଅନ୍ୟ କାହା ନିମନ୍ତେ ଉପଦିଷ୍ଟ
ଧର୍ମ ‘ପରଧର୍ମ’ ଅଟେ | ଧର୍ମର ବାହ୍ୟ
ଆଡମ୍ବର ବା ବଡିମା ପ୍ରଦର୍ଶନର ନାମ ଉପଧର୍ମ ବା ‘ଉପମା’ ଅଟେ |
ଶାସ୍ତ୍ରବଚନର ନିଜକୁ ସୁହାଇବା ପରି ଅର୍ଥ କରିବା ‘ଛଳ’ ଅଟେ |
ଯସ୍ତ୍ୱିଚ୍ଛୟା
କୃତଃ ପୁମ୍ଭିରାଭାସୋ ହ୍ୟାଶ୍ରମାତ୍ପୃଥକ୍ ।
ସ୍ୱଭାବବିହିତୋ
ଧର୍ମଃ କସ୍ୟ ନେଷ୍ଟଃ ପ୍ରଶାନ୍ତୟେ ॥ ୧୪॥
ମନୁଷ୍ୟ ଯଦି ନିଜ
ଆଶ୍ରମୋଚିତ ଧର୍ମ ବିପରୀତ ସ୍ବେଚ୍ଛାପୂର୍ବକ ଅନ୍ୟ ଧର୍ମକୁ ମାନିନିଏ, ତାହା ‘ଆଭାସ’ ଅଟେ | ନିଜ-ନିଜର
ସ୍ବଭାବ ଅନୁକୂଳ ମନୁଷ୍ୟର ଯେଉଁ ବର୍ଣ୍ଣାଶ୍ରମୋଚିତ ଧର୍ମ ରହିଛି, ତାହାର ଯଥୋଚିତ ପାଳନ ଦ୍ବାରା କାହାକୁ ଅବା ଶାନ୍ତି ନ
ମିଳିବ ?
ଧର୍ମାର୍ଥମପି
ନେହେତ ଯାତ୍ରାର୍ଥଂ ବାଧନୋ ଧନମ୍ ।
ଅନୀହାନୀହମାନସ୍ୟ
ମହାହେରିବ ବୃତ୍ତିଦା ॥ ୧୫॥
ଧର୍ମାତ୍ମା ପୁରୁଷ
ନିର୍ଧନ ହୋଇଥିଲେ ବି ଧର୍ମକାର୍ଯ୍ୟ ଅଥବା ଶରୀର-ନିର୍ବାହ ନିମନ୍ତେ ଧନ ପ୍ରାପ୍ତ କରିବାର
ଚେଷ୍ଟା କରିବା ଅନୁଚିତ୍ | କାରଣ କୌଣସି ପ୍ରକାରର ଚେଷ୍ଟା ନ କରି ଅଜଗରର ଜୀବିକା ନିର୍ବାହ
ହେବା ପରି ନିବୃତ୍ତିପରାୟଣ ପୁରୁଷର ନିବୃତ୍ତି ହିଁ ତା’ର ଜୀବିକା ନିର୍ବାହ
କରିଥାଏ |
ସନ୍ତୁଷ୍ଟସ୍ୟ
ନିରୀହସ୍ୟ ସ୍ୱାତ୍ମାରାମସ୍ୟ ଯତ୍ସୁଖମ୍ ।
କୁତସ୍ତତ୍କାମଲୋଭେନ
ଧାବତୋଽର୍ଥେହୟା ଦିଶଃ ॥ ୧୬॥
ଯେଉଁ ସୁଖ ନିଜ
ଆତ୍ମାରେ ରମଣ କରୁଥିବା ନିଷ୍କ୍ରିୟ ସନ୍ତୋଷୀ ପୁରୁଷଙ୍କୁ ମିଳିଥାଏ, ତାହା ଭଲା ସେପରି ମନୁଷ୍ୟକୁ କିପରି ମିଳିବ ଯିଏ
କାମନା ଏବଂ ଲୋଭବଶତଃ ଧନପ୍ରାପ୍ତି ନିମନ୍ତେ ହାୟ-ହାୟ କରି ଏଣେତେଣେ ଧାଇଁ ବୁଲୁଥାଏ ?
ସଦା ସନ୍ତୁଷ୍ଟମନସଃ
ସର୍ୱାଃ ସୁଖମୟା ଦିଶଃ ।
ଶର୍କରାକଣ୍ଟକାଦିଭ୍ୟୋ
ଯଥୋପାନତ୍ପଦଃ ଶିବମ୍ ॥ ୧୭॥
ପାଦରେ ଜୋତା
ପିନ୍ଧି ବାଟ ଚାଲୁଥିବା ଲୋକର ଯେପରି କଣ୍ଟକ-ପଥର ପ୍ରତି ଭୟ ନ ଥାଏ, ସେହିପରି ଯାହା ମନରେ ସନ୍ତୋଷ ଥାଏ, ତାକୁ ସର୍ବଦା ଏବଂ ସର୍ବତ୍ର କେବଳ ସୁଖ ହିଁ ସୁଖର
ଅନୁଭବ ହୋଇଥାଏ, ଦୁଃଖର ନୁହେଁ |
ସନ୍ତୁଷ୍ଟଃ କେନ ବା
ରାଜନ୍ନ ବର୍ତେତାପି ବାରିଣା ।
ଔପସ୍ଥ୍ୟଜୈହ୍ୱ୍ୟକାର୍ପଣ୍ୟାଦ୍ଗୃହପାଲାୟତେ
ଜନଃ ॥ ୧୮॥
ଯୁଧିଷ୍ଠିର !
ମନୁଷ୍ୟ କେଜାଣି କାହିଁକି କେବଳ ଜଳମାତ୍ରରେ ସନ୍ତୁଷ୍ଟ ରହି ନିଜର ଜୀବନ ନିର୍ବାହ କରିପାରେ
ନାହିଁ | ତା’ ପରିବର୍ତ୍ତେ ରସନେନ୍ଦ୍ରିୟ
ଏବଂ ଜନନେନ୍ଦ୍ରିୟର ଫାଶରେ ବାନ୍ଧି ହୋଇ ବିଚରା ଘର ଜଗୁଆଳି କୁକୁର ପରି ରହିଥାଏ |
ଅସନ୍ତୁଷ୍ଟସ୍ୟ
ବିପ୍ରସ୍ୟ ତେଜୋ ବିଦ୍ୟା ତପୋ ଯଶଃ ।
ସ୍ରବନ୍ତୀନ୍ଦ୍ରିୟଲୌଲ୍ୟେନ
ଜ୍ଞାନଂ ଚୈବାବକୀର୍ୟତେ ॥ ୧୯॥
ଯେଉଁ ବ୍ରାହ୍ମଣ
ସନ୍ତୋଷୀ ନୁହଁନ୍ତି, ଇନ୍ଦ୍ରିୟ ଲୋଲୁପତା କାରଣରୁ
ତାଙ୍କର ତେଜ, ବିଦ୍ୟା, ତପସ୍ୟା ଏବଂ ଯଶ କ୍ଷୀଣ ହୋଇଯାଏ ଏବଂ ସେ ନିଜର ବିବେକ
ମଧ୍ୟ ହରାଇ ବସନ୍ତି |
କାମସ୍ୟାନ୍ତଂ ଚ
କ୍ଷୁତ୍ତୃଡ୍ଭ୍ୟାଂ କ୍ରୋଧସ୍ୟୈତତ୍ଫଲୋଦୟାତ୍ ।
ଜନୋ ଯାତି ନ
ଲୋଭସ୍ୟ ଜିତ୍ୱା ଭୁକ୍ତ୍ୱା ଦିଶୋ ଭୁବଃ ॥ ୨୦॥
କ୍ଷୁଧା ଏବଂ
ତୃଷ୍ଣାର ନିବାରଣ ହୋଇଗଲେ ଭୋଜନ-ପାନର କାମନା ସମାପ୍ତ ହୋଇଯାଏ | କ୍ରୋଧ ମଧ୍ୟ ନିଜର ଉଦ୍ଦେଶ୍ୟ
ସାଧନ କରି ଶାନ୍ତ ହୋଇଯାଏ | କିନ୍ତୁ ପୃଥିବୀର ସମସ୍ତ ଦିଶାକୁ ଜୟ କରି ଭୋଗ କରିନେବା ପରେ ମଧ୍ୟ
ମନୁଷ୍ୟର ଲୋଭ ଶେଷ ହୋଇ ନ ଥାଏ |
ପଣ୍ଡିତା ବହବୋ
ରାଜନ୍ ବହୁଜ୍ଞାଃ ସଂଶୟଚ୍ଛିଦଃ ।
ସଦସସ୍ପତୟୋଽପ୍ୟେକେ
ଅସନ୍ତୋଷାତ୍ପତନ୍ତ୍ୟଧଃ ॥ ୨୧॥
ଏହି ଅସନ୍ତୋଷ
କାରଣରୁ ଅନେକ ବିଷୟର ଜ୍ଞା଼ତା, ଶାସ୍ତ୍ରୋକ୍ତ
ପ୍ରମାଣ ଦ୍ବାରା ଶଙ୍କାର ସମାଧାନ କରିବାକୁ ସମର୍ଥ ଏବଂ ବିଦ୍ବତ୍ ସଭାମାନଙ୍କରେ ସଭାପତି ପଦାସୀନ
ବଡ-ବଡ ବିଦ୍ବାନମାନଙ୍କର ମଧ୍ୟ ପତନ ହୋଇଯାଏ |
ଅସଙ୍କଲ୍ପାଜ୍ଜୟେତ୍କାମଂ
କ୍ରୋଧଂ କାମବିବର୍ଜନାତ୍ ।
ଅର୍ଥାନର୍ଥେକ୍ଷୟା
ଲୋଭଂ ଭୟଂ ତତ୍ତ୍ୱାବମର୍ଶନାତ୍ ॥ ୨୨॥
ହେ ଧର୍ମରାଜ !
ସଂକଳ୍ପ ପରିତ୍ୟାଗ ଦ୍ବାରା କାମନାକୁ, କାମନା ତ୍ୟାଗ
ଦ୍ବାରା କ୍ରୋଧକୁ, ସଂସାରୀ ମନୁଷ୍ୟ ଯାହାକୁ ‘ଅର୍ଥ’ କହନ୍ତି, ତାହାକୁ ଅନର୍ଥ ଜ୍ଞାନ କରି ଲୋଭକୁ ଏବଂ ତତ୍ତ୍ବ
ବିଚାର ଦ୍ବାରା ଭୟକୁ ଜୟ କରିବା ଆବଶ୍ୟକ |
ଆନ୍ୱୀକ୍ଷିକ୍ୟା
ଶୋକମୋହୌ ଦମ୍ଭଂ ମହଦୁପାସୟା ।
ଯୋଗାନ୍ତରାୟାନ୍
ମୌନେନ ହିଂସାଂ କାୟାଦ୍ୟନୀହୟା ॥ ୨୩॥
ଅଧ୍ୟାତ୍ମ-ବିଦ୍ୟା
ବଳରେ ଶୋକ ଓ ମୋହ ଉପରେ, ସନ୍ଥମାନଙ୍କର ଉପାସନା
ଦ୍ବାରା ଦମ୍ଭ ଉପରେ, ମୌନ ଦ୍ବାରା ଯୋଗର ବିଘ୍ନ
ଉପରେ ଏବଂ ଶରୀର-ପ୍ରାଣ ଆଦିକୁ ନିଶ୍ଚେଷ୍ଟ କରି ହିଂସା ଉପରେ ବିଜୟ ପ୍ରାପ୍ତ କରିବା ଆବଶ୍ୟକ |
କୃପୟା ଭୂତଜଂ
ଦୁଃଖଂ ଦୈବଂ ଜହ୍ୟାତ୍ସମାଧିନା ।
ଆତ୍ମଜଂ
ଯୋଗବୀର୍ୟେଣ ନିଦ୍ରାଂ ସତ୍ତ୍ୱନିଷେବୟା ॥ ୨୪॥
ଦୟା ଦ୍ବାରା
ଆଧିଭୌତିକ ଦୁଃଖକୁ, ସମାଧି ଦ୍ବାରା ଆଧିଦୈବିକ
ଦୁଃଖକୁ, ଯୋଗ ବଳରେ ଆଧ୍ୟାତ୍ମିକ ଦୁଃଖକୁ ଏବଂ ସାତ୍ତ୍ବିକ
ଭୋଜନ, ସ୍ଥାନ ଓ ସଙ୍ଗ ଆଦି ଦ୍ବାରା ନିଦ୍ରାକୁ ଜୟ କରିବା
ଆବଶ୍ୟକ |
ରଜସ୍ତମଶ୍ଚ
ସତ୍ତ୍ୱେନ ସତ୍ତ୍ୱଂ ଚୋପଶମେନ ଚ ।
ଏତତ୍ସର୍ୱଂ ଗୁରୌ
ଭକ୍ତ୍ୟା ପୁରୁଷୋ ହ୍ୟଞ୍ଜସା ଜୟେତ୍ ॥ ୨୫॥
ସତ୍ତ୍ବଗୁଣ ଦ୍ବାରା
ରଜୋଗୁଣ ଏବଂ ତମୋଗୁଣ ଉପରେ ଏବଂ ଉପରତି ଦ୍ବାରା ସତ୍ତ୍ବଗୁଣ ଉପରେ ବିଜୟ ପ୍ରାପ୍ତ କରିବା
ଆବଶ୍ୟକ | ଶ୍ରୀଗୁରୁଦେବଙ୍କର ଭକ୍ତି କରି ସାଧକ ଏହି ସବୁ ଦୋଷ ଉପରେ ଅକ୍ଲେଶରେ ବିଜୟ ପ୍ରାପ୍ତ
କରିପାରେ |
ଯସ୍ୟ
ସାକ୍ଷାଦ୍ଭଗବତି ଜ୍ଞାନଦୀପପ୍ରଦେ ଗୁରୌ ।
ମର୍ତ୍ୟାସଦ୍ଧୀଃ
ଶ୍ରୁତଂ ତସ୍ୟ ସର୍ୱଂ କୁଞ୍ଜରଶୌଚବତ୍ ॥ ୨୬॥
ହୃଦୟରେ ଜ୍ଞାନର
ପ୍ରଦୀପ ପ୍ରଜ୍ବଳିତ କରୁଥିବା ଶ୍ରୀଗୁରୁଦେବ ସାକ୍ଷାତ ଈଶ୍ବର ହିଁ ଅଟନ୍ତି | ଯେଉଁ ଦୁର୍ବୁଦ୍ଧି
ପୁରୁଷ ତାଙ୍କୁ ମନୁଷ୍ୟ ମନେକରନ୍ତି, ତାଙ୍କର ସମସ୍ତ
ଶାସ୍ତ୍ର-ଶ୍ରବଣ ହାତୀର ସ୍ନାନ ସଦୃଶ ବ୍ୟର୍ଥ ଅଟେ |
ଏଷ ବୈ ଭଗବାନ୍
ସାକ୍ଷାତ୍ପ୍ରଧାନପୁରୁଷେଶ୍ୱରଃ ।
ଯୋଗେଶ୍ୱରୈର୍ୱିମୃଗ୍ୟାଙ୍ଘ୍ରିର୍ଲୋକୋ
ଯଂ ମନ୍ୟତେ ନରମ୍ ॥ ୨୭॥
ବଡ-ବଡ ଯୋଗୀଶ୍ବର
ଯାହାର ଚରଣକମଳର ଅନୁସନ୍ଧାନ କରୁଥାଆନ୍ତି, ପ୍ରକୃତି ଏବଂ
ପୁରୁଷର ଅଧୀଶ୍ବର ସ୍ବୟଂ ସେହି ଭଗବାନ ହିଁ ଗୁରୁଦେବଙ୍କ ରୂପରେ ନିଜକୁ ପ୍ରକଟ କରିଥାଆନ୍ତି |
ଭ୍ରମବଶତଃ ଲୋକେ ତାଙ୍କୁ ମନୁଷ୍ୟ ମନେକରନ୍ତି |
ଷଡ୍ୱର୍ଗସଂୟମୈକାନ୍ତାଃ
ସର୍ୱା ନିୟମଚୋଦନାଃ ।
ତଦନ୍ତା ଯଦି ନୋ
ଯୋଗାନାବହେୟୁଃ ଶ୍ରମାବହାଃ ॥ ୨୮॥
ଶାସ୍ତ୍ରମାନଙ୍କରେ
ନିୟମସମ୍ବନ୍ଧୀ ଯେତେ ସବୁ ଆଦେଶ ରହିଛି ସେମାନଙ୍କର ତାତ୍ପର୍ଯ୍ୟ ହେଉଛି କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ – ଏହି ଷଡରିପୁଙ୍କ ଉପରେ ବିଜୟ ପ୍ରାପ୍ତ
କରିବା ଅଥବା ପଞ୍ଚେନ୍ଦ୍ରିୟ ଏବଂ ମନ – ଏହି ଛଅଟି ତତ୍ତ୍ବ ଉପରେ ନିୟନ୍ତ୍ରଣ ପ୍ରାପ୍ତ କରିବା |
କିନ୍ତୁ ତାପରେ ବି ଯଦି ସେହି ସବୁ ନିୟମ ଦ୍ବାରା ଭଗବାନଙ୍କର ଧ୍ୟାନ-ଚିନ୍ତନ ଆଦି ନ ହୁଏ, ତେବେ ଜାଣିବାକୁ ହେବ ଯେ ତାହା କେବଳ ଶ୍ରମ ହିଁ ଶ୍ରମ
ଅଟେ |
ଯଥା ବାର୍ତାଦୟୋ
ହ୍ୟର୍ଥା ଯୋଗସ୍ୟାର୍ଥଂ ନ ବିଭ୍ରତି ।
ଅନର୍ଥାୟ
ଭବେୟୁସ୍ତେ ପୂର୍ତମିଷ୍ଟଂ ତଥାସତଃ ॥ ୨୯॥
ଚାଷ, ବ୍ୟାପାର ଆଦିର ଫଳ ଯେପରି ଯୋଗସାଧନାର ଫଳସ୍ବରୂପ
ଭଗବତ୍-ପ୍ରାପ୍ତି ବା ମୁକ୍ତି ପ୍ରଦାନ କରିପାରନ୍ତି ନାହିଁ, ସେହିପରି ଦୁଷ୍ଟ ପୁରୁଷର
ଶ୍ରୌତ-ସ୍ମାର୍ତ୍ତ କର୍ମ ମଧ୍ୟ କଲ୍ୟାଣକାରୀ ହୋଇ ନ ଥାଏ, ବରଂ ଓଲଟା ଫଳ ଦେଇଥାଏ |
ଯଶ୍ଚିତ୍ତବିଜୟେ
ଯତ୍ତଃ ସ୍ୟାନ୍ନିଃସଙ୍ଗୋଽପରିଗ୍ରହଃ ।
ଏକୋ ବିବିକ୍ତଶରଣୋ
ଭିକ୍ଷୁର୍ଭିକ୍ଷାମିତାଶନଃ ॥ ୩୦॥
ଯେଉଁ ପୁରୁଷ ନିଜ
ମନ ଉପରେ ବିଜୟ ପ୍ରାପ୍ତ କରିବାକୁ ଉଦ୍ଦ୍ୟତ, ସେ ଆସକ୍ତି ଏବଂ ପରିଗ୍ରହ ତ୍ୟାଗ କରି ସନ୍ୟାସ
ଗ୍ରହଣ କରିବା ଉଚିତ୍ | ଏକାନ୍ତରେ ରହି ଭିକ୍ଷାବୃତ୍ତି ଦ୍ବାରା କେବଳ ଶରୀର-ନିର୍ବାହ ନିମନ୍ତେ
ସ୍ବଳ୍ପ ଏବଂ ପରିମିତ ଭୋଜନ କରିବା ଉଚିତ୍ |
ଦେଶେ ଶୁଚୌ ସମେ
ରାଜନ୍ ସଂସ୍ଥାପ୍ୟାସନମାତ୍ମନଃ ।
ସ୍ଥିରଂ ସମଂ ସୁଖଂ
ତସ୍ମିନ୍ନାସୀତର୍ଜ୍ୱଙ୍ଗ ଓମିତି ॥ ୩୧॥
ଯୁଧିଷ୍ଠିର !
ପବିତ୍ର ଏବଂ ସମତଳ ଭୂମିରେ ସେ ନିଜର ଆସନ ବିଛାଇବେ ଏବଂ ସ୍ଥିର-ଭାବରେ ସୁଖକର ଆସନରେ ତାହା
ଉପରେ ଉପବେଶନ କରି ଔଁକାର ଜପ କରିବେ |
ପ୍ରାଣାପାନୌ
ସନ୍ନିରୁଧ୍ୟାତ୍ପୂରକୁମ୍ଭକରେଚକୈଃ ।
ଯାବନ୍ମନସ୍ତ୍ୟଜେତ୍କାମାନ୍
ସ୍ୱନାସାଗ୍ରନିରୀକ୍ଷଣଃ ॥ ୩୨॥
ମନ ସଂକଳ୍ପ-ବିକଳ୍ପ
ତ୍ୟାଗ ନ କରିବା ଯାଏଁ ନାସିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରି ପୂରକ, କୁମ୍ଭକ ଏବଂ ରେଚକ ଦ୍ବାରା ପ୍ରାଣ ତଥା ଅପାନର ଗତି
ରୁଦ୍ଧ କରିବେ |
ଯତୋ ଯତୋ ନିଃସରତି
ମନଃ କାମହତଂ ଭ୍ରମତ୍ ।
ତତସ୍ତତ ଉପାହୃତ୍ୟ
ହୃଦି ରୁନ୍ଧ୍ୟାଚ୍ଛନୈର୍ବୁଧଃ ॥ ୩୩॥
କାମବିଦଗ୍ଧ ଚିତ୍ତ
ଇତସ୍ତତଃ ଭ୍ରମିତ ହୋଇ ଯେଉଁଠିକୁ ଯାଉଥିବ, ବିଦ୍ବାନ ପୁରୁଷ
ତାହାକୁ ସେଠାରୁ ଫେରାଇ ଆଣି ଧୀରେ ଧୀରେ ତାହାକୁ ହୃଦୟ ଭିତରେ ରୁଦ୍ଧ କରି ରଖିବେ |
ଏବମଭ୍ୟସ୍ୟତଶ୍ଚିତ୍ତଂ
କାଲେନାଲ୍ପୀୟସା ଯତେଃ ।
ଅନିଶଂ ତସ୍ୟ
ନିର୍ୱାଣଂ ଯାତ୍ୟନିନ୍ଧନବହ୍ନିବତ୍ ॥ ୩୪॥
ସାଧକ ଯେତେବେଳେ
ନିରନ୍ତର ଏହିପରି ଅଭ୍ୟାସ କରିବାରେ ଲାଗେ, ସେତେବେଳେ ଇନ୍ଧନ
ବିନା ଅଗ୍ନି ନିର୍ବାପିତ ହୋଇଯିବା ପରି ଖୁବ୍ କମ୍ ସମୟରେ ତାହାର ଚିତ୍ତ ଶାନ୍ତ ହୋଇଯାଏ |
କାମାଦିଭିରନାବିଦ୍ଧଂ
ପ୍ରଶାନ୍ତାଖିଲବୃତ୍ତି ଯତ୍ ।
ଚିତ୍ତଂ
ବ୍ରହ୍ମସୁଖସ୍ପୃଷ୍ଟଂ ନୈବୋତ୍ତିଷ୍ଠେତ କର୍ହିଚିତ୍ ॥ ୩୫॥
ଏହିପରି ଭାବରେ
ଯେତେବେଳେ କାମ-ବାସନାର ଆଘାତ କ୍ଷୀଣ ହେବାରେ ଲାଗେ ଏବଂ ସମସ୍ତ ବୃତ୍ତି ପୂରାପୁରି ଶାନ୍ତ
ହୋଇଯାଏ, ସେତେବେଳେ ଚିତ୍ତ ବ୍ରହ୍ମାନନ୍ଦରେ ମଗ୍ନ ହୋଇଯାଏ ଏବଂ
ତାପରେ ସେହି ସବୁ ବାସନା-ବୃତ୍ତିର ପୁନରାବର୍ତ୍ତ ହୁଏ ନାହିଁ |
ଯଃ ପ୍ରବ୍ରଜ୍ୟ
ଗୃହାତ୍ପୂର୍ୱଂ ତ୍ରିବର୍ଗାବପନାତ୍ପୁନଃ ।
ଯଦି ସେବେତ ତାନ୍
ଭିକ୍ଷୁଃ ସ ବୈ ବାନ୍ତାଶ୍ୟପତ୍ରପଃ ॥ ୩୬॥
ଯେଉଁ ସନ୍ୟାସୀ
ପୂର୍ବରୁ ତ୍ୟାଗ କରିଥିବା ଧର୍ମ, ଅର୍ଥ, କାମର ମୂଳ କାରଣ ଗୃହସ୍ଥାଶ୍ରମର ପୁନର୍ବାର ସେବନ
କରିବାରେ ଲାଗନ୍ତି, ସେହି ନିର୍ଲଜ୍ଜ ନିଜର ହିଁ
ଉଚ୍ଛିଷ୍ଟ ଭକ୍ଷଣକାରୀ ଶ୍ବାନ ସଦୃଶ ଅଟନ୍ତି |
ଯୈଃ ସ୍ୱଦେହଃ
ସ୍ମୃତୋ ନାତ୍ମା ମର୍ତ୍ୟୋ ବିଟ୍କୃମିଭସ୍ମସାତ୍ ।
ତ
ଏନମାତ୍ମସାତ୍କୃତ୍ୱା ଶ୍ଲାଘୟନ୍ତି ହ୍ୟସତ୍ତମାଃ ॥ ୩୭॥
ଯିଏ ନିଜ ଶରୀରକୁ
ଅନାତ୍ମା, ମୃତ୍ୟୁଗ୍ରସ୍ତ ଏବଂ ବିଷ୍ଠା, କୃମି ଓ ପାଉଁସ ମାନି ନେଇଥିଲେ, ସେହି ମୂଢ ପୁନର୍ବାର ତାହାକୁ ଆତ୍ମା ଜ୍ଞାନ କରି ତା’ର ପ୍ରଶଂସା କରିବାରେ ଲାଗନ୍ତି |
ଗୃହସ୍ଥସ୍ୟ
କ୍ରିୟାତ୍ୟାଗୋ ବ୍ରତତ୍ୟାଗୋ ବଟୋରପି ।
ତପସ୍ୱିନୋ
ଗ୍ରାମସେବା ଭିକ୍ଷୋରିନ୍ଦ୍ରିୟଲୋଲତା ॥ ୩୮॥
ଆଶ୍ରମାପସଦା
ହ୍ୟେତେ ଖଲ୍ୱାଶ୍ରମବିଡମ୍ବକାଃ ।
ଦେବମାୟାବିମୂଢାଂସ୍ତାନୁପେକ୍ଷେତାନୁକମ୍ପୟା
॥ ୩୯॥
କର୍ମତ୍ୟାଗୀ
ଗୃହସ୍ଥ, ବ୍ରତତ୍ୟାଗୀ ବ୍ରହ୍ମଚାରୀ, ଗ୍ରାମରେ ବାସ କରୁଥିବା ତପସ୍ବୀ (ବାନପ୍ରସ୍ଥୀ) ଏବଂ
ଇନ୍ଦ୍ରିୟଲୋଲୁପ ସନ୍ୟାସୀ – ଏହି ଚାରି ଗୋଷ୍ଠୀ ଆଶ୍ରମ ନାମରେ କଳଙ୍କ ଅଟନ୍ତି; ଏମାନେ କେବଳ
ବୃଥା ଅଭିନୟ କରୁଥାଆନ୍ତି | ଭଗବାନଙ୍କ ମାୟାରେ ବିମୋହିତ ଏହି ମୂଢମାନଙ୍କ ପ୍ରତି ଦୟାଭାବ
ଦେଖାଇ ଏମାନଙ୍କର ଉପେକ୍ଷା କରିଦେବା ଉଚିତ୍ |
ଆତ୍ମାନଂ
ଚେଦ୍ୱିଜାନୀୟାତ୍ପରଂ ଜ୍ଞାନଧୁତାଶୟଃ ।
କିମିଚ୍ଛନ୍ କସ୍ୟ
ବା ହେତୋର୍ଦେହଂ ପୁଷ୍ଣାତି ଲମ୍ପଟଃ ॥ ୪୦॥
ଆତ୍ମଜ୍ଞାନ ଲାଭ
କରି ଯାହାର ସବୁ ବାସନା ନିର୍ମୂଳ ହୋଇ ଯାଇଥାଏ ଏବଂ ଯିଏ ନିଜର ଆତ୍ମାକୁ ପରବ୍ରହ୍ମସ୍ବରୂପ ଜାଣି
ନେଇଥାଆନ୍ତି, ସେ ଭଲା କେଉଁ ବିଷୟ-ଭୋଗ
ଇଚ୍ଛାରେ, କେଉଁ ଭୋକ୍ତାର ତୃପ୍ତି ନିମନ୍ତେ ଇନ୍ଦ୍ରିୟଲୋଲୁପ
ହୋଇ ନିଜ ଶରୀରର ପୋଷଣ କରିବେ ?
ଆହୁଃ ଶରୀରଂ
ରଥମିନ୍ଦ୍ରିୟାଣି
ହୟାନଭୀଷୂନ୍ ମନ
ଇନ୍ଦ୍ରିୟେଶମ୍ ।
ବର୍ତ୍ମାନି ମାତ୍ରା
ଧିଷଣାଂ ଚ ସୂତଂ
ସତ୍ତ୍ୱଂ
ବୃହଦ୍ବନ୍ଧୁରମୀଶସୃଷ୍ଟମ୍ ॥ ୪୧॥
ଅକ୍ଷଂ
ଦଶପ୍ରାଣମଧର୍ମଧର୍ମୌ
ଚକ୍ରେଽଭିମାନଂ
ରଥିନଂ ଚ ଜୀବମ୍ ।
ଧନୁର୍ହି ତସ୍ୟ
ପ୍ରଣବଂ ପଠନ୍ତି
ଶରଂ ତୁ ଜୀବଂ
ପରମେବ ଲକ୍ଷ୍ୟମ୍ ॥ ୪୨॥
ଉପନିଷଦରେ
ବର୍ଣ୍ଣନା କରାଯାଇ ଥିବା ପ୍ରକାରେ ଶରୀର ରଥ ଅଟେ, ଇନ୍ଦ୍ରିୟମାନେ
ଘୋଡା, ଇନ୍ଦ୍ରିୟମାନଙ୍କର ସ୍ବାମୀ ମନ ଲଗାମ, ଶବ୍ଦାଦି ବିଷୟ ମାର୍ଗ, ବୁଦ୍ଧି ସାରଥି, ଚିତ୍ତ ଭଗବାନଙ୍କ
ଦ୍ବାରା ନିର୍ମିତ ବନ୍ଧନ ଉପଯୋଗୀ ବିଶାଳ ରସି, ଦଶ ପ୍ରାଣ ଧୂରୀ, ଧର୍ମ ଓ ଅଧର୍ମ ରଥଚକ ଏବଂ ଏହାର ଅଭିମାନୀ ଜୀବ ରଥୀ
ଅଟେ | ଔଁକାର ହିଁ ସେହି ରଥୀର ଧନୁ, ଶୁଦ୍ଧ ଜୀବାତ୍ମା
ବାଣ ଏବଂ ପରମାତ୍ମା ଲକ୍ଷ୍ୟ ଅଟନ୍ତି |
ରାଗୋ ଦ୍ୱେଷଶ୍ଚ
ଲୋଭଶ୍ଚ ଶୋକମୋହୌ ଭୟଂ ମଦଃ ।
ମାନୋଽବମାନୋଽସୂୟା
ଚ ମାୟା ହିଂସା ଚ ମତ୍ସରଃ ॥ ୪୩॥
ରଜଃ ପ୍ରମାଦଃ
କ୍ଷୁନ୍ନିଦ୍ରା ଶତ୍ରବସ୍ତ୍ୱେବମାଦୟଃ ।
ରଜସ୍ତମଃପ୍ରକୃତୟଃ
ସତ୍ତ୍ୱପ୍ରକୃତୟଃ କ୍ୱଚିତ୍ ॥ ୪୪॥
ରାଗ, ଦ୍ବେଷ, ଲୋଭ, ଶୋକ, ମୋହ, ଭୟ, ମଦ, ମାନ, ଅପମାନ, ଅନ୍ୟର ଗୁଣରେ ଦୋଷଦର୍ଶନ, ଛଳ, ହିଂସା, ଅନ୍ୟର ଉନ୍ନତି ଦେଖି ଈର୍ଷ୍ୟାରେ ଜଳିବା, ତୃଷ୍ଣା, ପ୍ରମାଦ, ଭୋକ ଏବଂ ନିଦ – ଏମାନେ ସମସ୍ତେ ଏବଂ ଏହିପରି ଆହୁରି
ଅନେକ ଶରୀରର ଶତ୍ରୁ ଅଟନ୍ତି | ଏମାନଙ୍କ ମଧ୍ୟରେ ରଜୋଗୁଣ ଏବଂ ତମୋଗୁଣପ୍ରଧାନ ବୃତ୍ତିମାନଙ୍କର
ସଂଖ୍ୟା ଅଧିକ; କେହି କେହି ସତ୍ତ୍ବଗୁଣପ୍ରଧାନ ମଧ୍ୟ ଅଟନ୍ତି |
ଯାବନ୍ନୃକାୟରଥମାତ୍ମବଶୋପକଲ୍ପଂ
ଧତ୍ତେ
ଗରିଷ୍ଠଚରଣାର୍ଚନୟା ନିଶାତମ୍,
ଜ୍ଞାନାସିମଚ୍ୟୁତବଲୋ
ଦଧଦସ୍ତଶତ୍ରୁଃ
ସ୍ୱାରାଜ୍ୟତୁଷ୍ଟ
ଉପଶାନ୍ତ ଇଦଂ ବିଜହ୍ୟାତ୍ । ୪୫॥
ଏହି
ମନୁଷ୍ୟ-ଶରୀରରୂପ ରଥ ନିଜ ନିୟନ୍ତ୍ରଣରେ ରହିଥିବା ଯାଏଁ ଏବଂ ଏହାର ଇନ୍ଦ୍ରିୟ, ମନ ଆଦି ସବୁ ସାଧନ ଉଚିତ୍ ଦିଶାରେ ବିଦ୍ୟମାନ
ରହିଥିବା ଯାଏଁ, ଶ୍ରୀଗୁରୁଦେବଙ୍କ ଚରଣକମଳର
ସେବା-ପୂଜା ଦ୍ବାରା ଶାଣିତ ଜ୍ଞାନର ତୀକ୍ଷ୍ଣ ତରବାରୀ ଧାରଣ କରି ଭଗବାନଙ୍କ ଆଶ୍ରୟରେ ଏହି
ଶତ୍ରୁମାନଙ୍କର ବିନାଶ କରି ନିଜ ସ୍ବରାଜ୍ୟ ସିଂହାସନରେ ବିରାଜମାନ କରିବେ ଏବଂ ତାପରେ ଅତ୍ୟନ୍ତ
ଶାନ୍ତଭାବରେ ଏହି ଶରୀରର ମଧ୍ୟ ପରିତ୍ୟାଗ କରିଦେବେ |
ନୋଚେତ୍ପ୍ରମତ୍ତମସଦିନ୍ଦ୍ରିୟବାଜିସୂତା
ନୀତ୍ୱୋତ୍ପଥଂ
ବିଷୟଦସ୍ୟୁଷୁ ନିକ୍ଷିପନ୍ତି,
ତେ ଦସ୍ୟବଃ
ସହୟସୂତମମୁଂ ତମୋଽନ୍ଧେ
ସଂସାରକୂପ
ଉରୁମୃତ୍ୟୁଭୟେ କ୍ଷିପନ୍ତି ॥ ୪୬॥
ନଚେତ୍, ସାମାନ୍ୟ ପ୍ରମାଦ ଦେଖା ଦେବାମାତ୍ରେ ଏହି
ଇନ୍ଦ୍ରିୟରୂପ ଦୁଷ୍ଟ ଘୋଡା ଏବଂ ଏମାନଙ୍କ ସହିତ ମିତ୍ରତା ସ୍ଥାପନ କରିଥିବା ବୁଦ୍ଧିରୂପ ସାରଥି
ରଥର ସ୍ବାମୀ ଜୀବକୁ ଓଲଟା ରାସ୍ତାରେ ନେଇ ବିଷୟରୂପୀ ଡକାୟତମାନଙ୍କ ହାତରେ ଦେଇଦେବେ | ସେହି
ଡାକୁ ସାରଥି ଏବଂ ଘୋଡାଙ୍କ ସହିତ ଜୀବକୁ ମୃତ୍ୟୁଠାରୁ ମଧ୍ୟ ଅଧିକ ଭୟାନକ ଘୋର ଅନ୍ଧକାରମୟ ସଂସାର-କୂପକୁ
ଠେଲି ଦେବେ |
ପ୍ରବୃତ୍ତଂ ଚ
ନିବୃତ୍ତଂ ଚ ଦ୍ୱିବିଧଂ କର୍ମ ବୈଦିକମ୍ ।
ଆବର୍ତତେ
ପ୍ରବୃତ୍ତେନ ନିବୃତ୍ତେନାଶ୍ନୁତେଽମୃତମ୍ ॥ ୪୭॥
ବୈଦିକ କର୍ମ ଦୁଇ
ପ୍ରକାରର ଅଟେ – ଗୋଟିଏ ତ ଯାହା ବୃତ୍ତିମାନଙ୍କୁ ବିଷୟ ଅଭିମୁଖରେ ନେଇଯାଏ – ପ୍ରବୃତ୍ତିପରକ, ଏବଂ ଅନ୍ୟଟି ନିବୃତ୍ତିପରକ, ଯିଏ ବୃତ୍ତିକୁ ବିଷୟରୁ ଫେରାଇ ଆଣି ଶାନ୍ତ ଏବଂ
ଆତ୍ମସାକ୍ଷାତକାର ଯୋଗ୍ୟ କରିଦିଏ | ପ୍ରବୃତ୍ତିପରକ କର୍ମମାର୍ଗରେ ବାରମ୍ବାର ଜନ୍ମ-ମୃତ୍ୟୁର
ପ୍ରାପ୍ତି ହୋଇଥାଏ, ଏବଂ ନିବୃତ୍ତିପରକ
ଭକ୍ତିମାର୍ଗ ବା ଜ୍ଞାନମାର୍ଗରେ ପରମାତ୍ମାଙ୍କର ପ୍ରାପ୍ତି ହୋଇଥାଏ |
ହିଂସ୍ରଂ
ଦ୍ରବ୍ୟମୟଂ କାମ୍ୟମଗ୍ନିହୋତ୍ରାଦ୍ୟଶାନ୍ତିଦମ୍ ।
ଦର୍ଶଶ୍ଚ
ପୂର୍ଣମାସଶ୍ଚ ଚାତୁର୍ମାସ୍ୟଂ ପଶୁଃ ସୁତଃ ॥ ୪୮॥
ଏତଦିଷ୍ଟଂ
ପ୍ରବୃତ୍ତାଖ୍ୟଂ ହୁତଂ ପ୍ରହୁତମେବ ଚ ।
ପୂର୍ତଂ
ସୁରାଲୟାରାମକୂପାଜୀବ୍ୟାଦିଲକ୍ଷଣମ୍ ॥ ୪୯॥
ଯାଗାଦି ହିଂସାମୟ
କର୍ମ, ଅଗ୍ନିହୋତ୍ର, ଦର୍ଶ, ପୂର୍ଣ୍ଣମାସ, ଚାତୁର୍ମାସ୍ୟ, ପଶୁଯାଗ, ସୋମଯାଗ, ବୈଶ୍ବଦେବ,
ବଳିହରଣ ଆଦି ଦ୍ରବ୍ୟମୟ କର୍ମକୁ ‘ଇଷ୍ଟ’ କୁହାଯାଏ |
ଦେବାଳୟ, ବଗିଚା, କୂପ ଆଦିର ନିର୍ମାଣ ତଥା ଭୋଜନଦାନ ଆଦି
କରିବା ‘ପୂର୍ତ୍ତ’ କର୍ମ ଅଟେ | ଏସବୁ
ପ୍ରବୃତ୍ତିପରକ କର୍ମ ଅଟେ ଏବଂ ସକାମଭାବଯୁକ୍ତ ହୋଇଥିଲେ ଅଶାନ୍ତିର କାରଣ ଅଟେ |
ଦ୍ରବ୍ୟସୂକ୍ଷ୍ମବିପାକଶ୍ଚ
ଧୂମୋ ରାତ୍ରିରପକ୍ଷୟଃ ।
ଅୟନଂ ଦକ୍ଷିଣଂ
ସୋମୋ ଦର୍ଶ ଓଷଧିବୀରୁଧଃ ॥ ୫୦॥
ଅନ୍ନଂ ରେତ ଇତି
କ୍ଷ୍ମେଶ ପିତୃୟାନଂ ପୁନର୍ଭବଃ ।
ଏକୈକଶ୍ୟେନାନୁପୂର୍ୱଂ
ଭୂତ୍ୱା ଭୂତ୍ୱେହ ଜାୟତେ । ୫୧॥
ପ୍ରବୃତ୍ତିପରାୟଣ
ପୁରୁଷ ମରଣ ଉପରାନ୍ତେ ଚରୁ-ପୁରୋଡାଶ ଆଦି ଯଜ୍ଞସମ୍ବନ୍ଧୀ ଦ୍ରବ୍ୟର ସୂକ୍ଷ୍ମଭାଗ ଦ୍ବାରା
ନିର୍ମିତ ଶରୀର ଧାରଣ କରି ଧୂମାଭିମାନୀ ଦେବତାଙ୍କ ପାଖକୁ ଯାଆନ୍ତି | ତାପରେ କ୍ରମଶଃ ରାତ୍ରୀ, କୃଷ୍ଣପକ୍ଷ ଏବଂ ଦକ୍ଷିଣାୟନ ଦେବତାଙ୍କ ପାଖକୁ ଯାଇ
ଚନ୍ଦ୍ରଲୋକରେ ପହଞ୍ଚନ୍ତି | ସେଠାରୁ ଭୋଗ ସମାପ୍ତ ହେବା ପରେ ଅମାବାସ୍ୟାର ଚନ୍ଦ୍ରମା ସଦୃଶ
କ୍ଷୀଣ ହୋଇ ବୃଷ୍ଟି ଦ୍ବାରା କ୍ରମଶଃ ଔଷଧି, ଲତା, ଅନ୍ନ ଏବଂ
ବୀର୍ଯ୍ୟ ରୂପରେ ପରିଣତ ହୋଇ ପିତୃଯାନ-ମାର୍ଗରେ ପୁନଃ ସଂସାରରେ ହିଁ ଜନ୍ମ ଗ୍ରହଣ କରନ୍ତି |
ନିଷେକାଦିଶ୍ମଶାନାନ୍ତୈଃ
ସଂସ୍କାରୈଃ ସଂସ୍କୃତୋ ଦ୍ୱିଜଃ ।
ଇନ୍ଦ୍ରିୟେଷୁ
କ୍ରିୟାୟଜ୍ଞାନ୍ ଜ୍ଞାନଦୀପେଷୁ ଜୁହ୍ୱତି ॥ ୫୨॥
ଯେଉଁମାନଙ୍କର
ଗର୍ଭାଧାନଠାରୁ ଆରମ୍ଭ କରି ଅନ୍ତ୍ୟେଷ୍ଟି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଂସ୍କାର ସମ୍ପନ୍ନ ହୋଇଥାଏ, ସେମାନଙ୍କୁ ଦ୍ବିଜ କୁହାଯାଏ | ସେମାନଙ୍କ ମଧ୍ୟରୁ
କେହି କେହି ପ୍ରବୃତ୍ତିମାର୍ଗର ଅନୁଷ୍ଠାନ କରନ୍ତି ତ କେହି କେହି ନିବୃତ୍ତିମାର୍ଗର |
ନିବୃତ୍ତିପରାୟଣ ପୁରୁଷ ଇଷ୍ଟ, ପୂର୍ତ୍ତ ଆଦି
କର୍ମ ଦ୍ବାରା ହେଉଥିବା ସମସ୍ତ ଯଜ୍ଞକୁ ବିଷୟର ଜ୍ଞାନ କରାଉଥିବା ଇନ୍ଦ୍ରିୟରେ ଆହୂତି
କରିଦିଅନ୍ତି |
ଇନ୍ଦ୍ରିୟାଣି
ମନସ୍ୟୂର୍ମୌ ବାଚି ବୈକାରିକଂ ମନଃ ।
ବାଚଂ
ବର୍ଣସମାମ୍ନାୟେ ତମୋଙ୍କାରେ ସ୍ୱରେ ନ୍ୟସେତ୍ ।
ଓଙ୍କାରଂ ବିନ୍ଦୌ
ନାଦେ ତଂ ତଂ ତୁ ପ୍ରାଣେ ମହତ୍ୟମୁମ୍ ॥ ୫୩॥
ଇନ୍ଦ୍ରିୟମାନଙ୍କୁ
ଦର୍ଶନାଦି ସଂକଳ୍ପରୂପ ମନରେ, ବୈକାରିକ ମନକୁ
ପରା ବାଣୀରେ ଏବଂ ପରା ବାଣୀକୁ ବର୍ଣ୍ଣସମୁଦୟରେ, ବର୍ଣ୍ଣସମୁଦାୟକୁ
ଅ ଉ ମ୍ ଏହି ତିନି ସ୍ବର ବିଶିଷ୍ଟ ଓଁକାରରେ, ଓଁକାରକୁ
ବିନ୍ଦୁରେ, ବିନ୍ଦୁକୁ ନାଦରେ, ନାଦକୁ ସୂତ୍ରାତ୍ମାରୂପ ପ୍ରାଣରେ ତଥା ପ୍ରାଣକୁ
ବ୍ରହ୍ମରେ ଲୀନ କରିଦିଅନ୍ତି |
ଅଗ୍ନିଃ ସୂର୍ୟୋ
ଦିବା ପ୍ରାହ୍ଣଃ ଶୁକ୍ଲୋ ରାକୋତ୍ତରଂ ସ୍ୱରାଟ୍ ।
ବିଶ୍ୱଶ୍ଚ ତୈଜସଃ
ପ୍ରାଜ୍ଞସ୍ତୁର୍ୟ ଆତ୍ମା ସମନ୍ୱୟାତ୍ ॥ ୫୪॥
ସେହି
ନିବୃତ୍ତିନିଷ୍ଠ ଜ୍ଞାନୀ କ୍ରମଶଃ ଅଗ୍ନି, ସୂର୍ଯ୍ୟ, ଦିନ, ସାୟଂକାଳ, ଶୁକ୍ଲପକ୍ଷ, ପୂର୍ଣ୍ଣମାସୀ ଏବଂ
ଉତ୍ତରାୟଣ ଅଭିମାନୀ ଦେବତାମାନଙ୍କ ପାଖକୁ ଯାଇ ବ୍ରହ୍ମଲୋକରେ ପହଞ୍ଚନ୍ତି ଏବଂ ସେଠାରେ ଭୋଗ
ସମାପ୍ତ ହୋଇଯିବା ପରେ ସେହି ସ୍ଥୂଳୋପାଧିକ ‘ବିଶ୍ବ’ ନିଜ ସ୍ଥୂଳ
ଉପାଧିକୁ ସୂକ୍ଷ୍ମରେ ଲୀନ କରି ସୂକ୍ଷ୍ମୋପାଧିକ ‘ତୈଜସ୍’ ହୋଇଯାଆନ୍ତି |
ତତ୍ପଶ୍ଚାତ୍ ସୂକ୍ଷ୍ମ ଉପାଧିକୁ କାରଣରେ ଲୟ କରି କାରଣୋପାଧିକ ‘ପ୍ରାଜ୍ଞ’ରେ ସ୍ଥିତ
ହୋଇଯାଆନ୍ତି; ତାପରେ ସମସ୍ତଙ୍କର ସାକ୍ଷୀରୂପରେ ସର୍ବତ୍ର ଅନୁଗତ ହୋଇଥିବା କାରଣରୁ ସାକ୍ଷୀ
ସ୍ବରୂପରେ କାରଣୋପାଧୀର ଲୟ କରି ‘ତୁରୀୟ’ ରୂପରେ ସ୍ଥିତ
ହୋଇଯାଆନ୍ତି | ଏହିପରି ଭାବରେ ଦୃଶ୍ୟର ଲୟ ହୋଇ ଶୁଦ୍ଧ ଆତ୍ମା ହିଁ ରହିଯାଏ | ଏହା ହିଁ
ମୋକ୍ଷପଦ ଅଟେ |
ଦେବୟାନମିଦଂ
ପ୍ରାହୁର୍ଭୂତ୍ୱା ଭୂତ୍ୱାନୁପୂର୍ୱଶଃ ।
ଆତ୍ମୟାଜ୍ୟୁପଶାନ୍ତାତ୍ମା
ହ୍ୟାତ୍ମସ୍ଥୋ ନ ନିବର୍ତତେ ॥ ୫୫॥
ଏହାକୁ ‘ଦେବଯାନ’ ମାର୍ଗ କହନ୍ତି | ଏହି ମାର୍ଗରେ ଯାଉଥିବା ଆତ୍ମୋପାସକ
ସଂସାରରୁ ନିବୃତ୍ତ ହୋଇ କ୍ରମଶଃ ଜଣେ ପରେ ଜଣେ ଦେବତାଙ୍କ ମଧ୍ୟ ଦେଇ ବ୍ରହ୍ମଲୋକରେ ନିଜ
ସ୍ବରୂପରେ ସ୍ଥିତ ହୋଇଯାଆନ୍ତି | ପ୍ରବୃତ୍ତିମାର୍ଗରେ ଯାଉଥିବା ବ୍ୟକ୍ତିଙ୍କ ପରି ସେ
ଜନ୍ମ-ମୃତ୍ୟୁର ଚକ୍ରରେ ପଡନ୍ତି ନାହିଁ |
ଯ ଏତେ
ପିତୃଦେବାନାମୟନେ ବେଦନିର୍ମିତେ ।
ଶାସ୍ତ୍ରେଣ
ଚକ୍ଷୁଷା ବେଦ ଜନସ୍ଥୋଽପି ନ ମୁହ୍ୟତି ॥ ୫୬॥
ଉଭୟ ପିତୃଯାନ ଏବଂ
ଦେବଯାନ ବେଦୋକ୍ତ ମାର୍ଗ ଅଟନ୍ତି | ଯିଏ ଶାସ୍ତ୍ରୀୟ ଦୃଷ୍ଟିରୁ ଏହାକୁ ତତ୍ତ୍ବତଃ ଜାଣି
ନିଅନ୍ତି, ସେ ଶରୀରରେ ସ୍ଥିତ ରହି ମଧ୍ୟ ମୋହିତ ହୁଅନ୍ତି ନାହିଁ
|
ଆଦାବନ୍ତେ ଜନାନାଂ
ସଦ୍ବହିରନ୍ତଃ ପରାବରମ୍ ।
ଜ୍ଞାନଂ ଜ୍ଞେୟଂ
ବଚୋ ବାଚ୍ୟଂ ତମୋ ଜ୍ୟୋତିସ୍ତ୍ୱୟଂ ସ୍ୱୟମ୍ ॥ ୫୭॥
ଶରୀର ଜାତ ହେବା
ପୂର୍ବରୁ କାରଣରୂପରେ ଏବଂ ଅନ୍ତ ହେବା ପରେ ଅବଧିରୂପରେ ଯିଏ ବିଦ୍ୟମାନ ରହେ, ଯିଏ ଭୋଗରୂପରେ ବାହାରେ ଏବଂ ଭୋକ୍ତାରୂପରେ ଭିତରେ
ରହିଥାଏ ତଥା ଉଚ୍ଚ-ନୀଚ, ଜ୍ଞାତବ୍ୟ ଏବଂ ଜ୍ଞେୟ ବିଷୟ, ବାଣୀ ଏବଂ ବାଣୀର ବିଷୟ, ଅନ୍ଧକାର ଏବଂ ପ୍ରକାଶ ଆଦି ବସ୍ତୁ ରୂପରେ ଯାହା କିଛି
ଉପଲବ୍ଧ ହୋଇଥାଏ, ତାହା ସବୁ ସ୍ବୟଂ ସେହି
ତତ୍ତ୍ବବେତ୍ତା ହିଁ ଅଟେ | ଅତଏବ ମୋହ ଏହାର ସ୍ପର୍ଶ କରିପାରେ ନାହିଁ |
ଆବାଧିତୋଽପି
ହ୍ୟାଭାସୋ ଯଥା ବସ୍ତୁତୟା ସ୍ମୃତଃ ।
ଦୁର୍ଘଟତ୍ୱାଦୈନ୍ଦ୍ରିୟକଂ
ତଦ୍ୱଦର୍ଥବିକଲ୍ପିତମ୍ ॥ ୫୮॥
ଦର୍ପଣ ଆଦିରେ
ପ୍ରତିଫଳିତ ପ୍ରତିବିମ୍ବ ବିଚାର ଏବଂ ଯୁକ୍ତି ଦ୍ବାରା ବାଧିତ ଅଟେ, ତାହାର ସେଥିରେ ଅସ୍ତିତ୍ବ ନ
ଥାଏ; ତଥାପି ତାହା ବସ୍ତୁ ରୂପରେ ଦୃଶ୍ୟ ହୋଇଥାଏ |
ସେହିପରି ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁର ଭେଦ-ଭାବ ମଧ୍ୟ ବିଚାର, ଯୁକ୍ତି ଏବଂ
ଆତ୍ମାନୁଭବ ଦ୍ବାରା ଅସମ୍ଭବ ହୋଇଥିବା କାରଣରୁ ବସ୍ତୁତଃ ଅସତ୍ୟ ହୋଇଥିଲେ ବି ସତ୍ୟବତ୍ ପ୍ରତୀତ
ହୁଅନ୍ତି |
କ୍ଷିତ୍ୟାଦୀନାମିହାର୍ଥାନାଂ
ଛାୟା ନ କତମାପି ହି ।
ନ ସଙ୍ଘାତୋ
ବିକାରୋଽପି ନ ପୃଥଙ୍ ନାନ୍ୱିତୋ ମୃଷା ॥ ୫୯॥
ପୃଥିବୀ ଆଦି
ପଞ୍ଚଭୂତ ଦ୍ବାରା ଏହି ଶରୀରର ନିର୍ମାଣ ହୋଇନାହିଁ | ବାସ୍ତବିକ ଦୃଷ୍ଟିରେ ଦେଖିଲେ ଏହା
ପଞ୍ଚଭୂତର ସଂଘାତ ନୁହେଁ କି ବିକାର ବା ପରିଣାମ ନୁହେଁ | କାରଣ ଏହା ନିଜ ଅବୟବମାନଙ୍କଠାରୁ
ପୃଥକ୍ ନୁହେଁ କି ସେମାନଙ୍କର ଅନୁଗତ ନୁହେଁ, ଅତଏବ ମିଥ୍ୟା ଅଟେ |
ଧାତବୋଽବୟବିତ୍ୱାଚ୍ଚ
ତନ୍ମାତ୍ରାବୟବୈର୍ୱିନା ।
ନ
ସ୍ୟୁର୍ହ୍ୟସତ୍ୟବୟବିନ୍ୟସନ୍ନବୟବୋଽନ୍ତତଃ ॥ ୬୦॥
ସେହିପରି ଶରୀରର
କାରଣରୂପ ପଞ୍ଚଭୂତ ମଧ୍ୟ ଅବୟବୀ ହୋଇଥିବା କାରଣରୁ ନିଜ ଅବୟବ ସୂକ୍ଷ୍ମଭୂତଠାରୁ ଭିନ୍ନ ନୁହେଁ, ଅବୟବରୂପ ହିଁ ଅଟେ | ବହୁତ ଅନୁସନ୍ଧାନ କରିବା ପରେ
ମଧ୍ୟ ଯେତେବେଳେ ଅବୟବ ଅତିରିକ୍ତ ଅବୟବୀର ଅସ୍ତିତ୍ବ ମିଳି ନ ଥାଏ – ତାହା ଅସତ୍ ହିଁ ସିଦ୍ଧ
ହୋଇଥାଏ, ସେତେବେଳେ ଆପେ ଆପେ ଏହା ସିଦ୍ଧ ହୋଇଯାଏ ଯେ ଅବୟବ
ମଧ୍ୟ ଅସତ୍ୟ ହିଁ ଅଟେ |
ସ୍ୟାତ୍ସାଦୃଶ୍ୟଭ୍ରମସ୍ତାବଦ୍ୱିକଲ୍ପେ
ସତି ବସ୍ତୁନଃ ।
ଜାଗ୍ରତ୍ସ୍ୱାପୌ
ଯଥା ସ୍ୱପ୍ନେ ତଥା ବିଧିନିଷେଧତା ॥ ୬୧॥
ଅଜ୍ଞାନବଶତଃ
ଯେତେବେଳଯାଏଁ ଏକ ହିଁ ପରମତତ୍ତ୍ବରେ ଅନେକ ବସ୍ତୁର ଭେଦ ଦେଖିବାକୁ ମିଳୁଥାଏ, ସେତେବେଳଯାଏଁ ଏହି ଭ୍ରମ ରହିଥାଏ ଯେ ଯେଉଁ ବସ୍ତୁ
ପୂର୍ବରୁ ଥିଲା ତାହା ଏବେ ବି ଅଛି | ସ୍ବପ୍ନରେ ମଧ୍ୟ ଯେପରି ଜାଗ୍ରତ, ସ୍ବପ୍ନ ଆଦି ଅବସ୍ଥାର ଭିନ୍ନ ଭିନ୍ନ ଅନୁଭବ ହୋଇଥାଏ
ତଥା ସେଥିରେ ମଧ୍ୟ ବିଧି-ନିଷେଧର ଶାସ୍ତ୍ର ରହିଥାଏ, ସେହିପରି ଭିନ୍ନ
ଅସ୍ତିତ୍ବର ଏହି ମୋହ ରହିଥିବା ଯାଏଁ ଏଠାରେ ମଧ୍ୟ ବିଧି-ନିଷେଧର ଶାସ୍ତ୍ର ରହିଛି |
ଭାବାଦ୍ୱୈତଂ
କ୍ରିୟାଦ୍ୱୈତଂ ଦ୍ରବ୍ୟାଦ୍ୱୈତଂ ତଥାଽଽତ୍ମନଃ ।
ବର୍ତୟନ୍
ସ୍ୱାନୁଭୂତ୍ୟେହ ତ୍ରୀନ୍ ସ୍ୱପ୍ନାନ୍ ଧୁନୁତେ ମୁନିଃ ॥ ୬୨॥
ଯେଉଁ ବିଚାରଶୀଳ
ପୁରୁଷ ସ୍ବାନୁଭୂତି ଦ୍ବାରା ଆତ୍ମାର ତ୍ରିବିଧ ଅଦ୍ବୈତର ସାକ୍ଷାତକାର କରିଥାଆନ୍ତି, ସେମାନେ ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି ଏବଂ ଦ୍ରଷ୍ଟା, ଦର୍ଶନ ତଥା
ଦୃଶ୍ୟ ଭେଦରୂପ ସ୍ବପ୍ନକୁ ସମାପ୍ତ କରିଦିଅନ୍ତି | ଏହି ଅଦ୍ବୈତ ତିନି ପ୍ରକାରର ଅଟେ –
ଭାବାଦ୍ବୈତ, କ୍ରିୟାଦ୍ବୈତ ଏବଂ
ଦ୍ରବ୍ୟାଦ୍ବୈତ |
କାର୍ୟକାରଣବସ୍ତ୍ୱୈକ୍ୟମର୍ଶନଂ
ପଟତନ୍ତୁବତ୍ ।
ଅବସ୍ତୁତ୍ୱାଦ୍ୱିକଲ୍ପସ୍ୟ
ଭାବାଦ୍ୱୈତଂ ତଦୁଚ୍ୟତେ ॥ ୬୩॥
ବସ୍ତ୍ର ଯେପରି
ସୂତ୍ରରୂପ ହିଁ ଅଟେ, ସେହିପରି କାର୍ଯ୍ୟ ମଧ୍ୟ
କାରଣମାତ୍ର ହିଁ ଅଟେ; ସେମାନଙ୍କ ମଧ୍ୟରେ ବାସ୍ତବରେ ଭେଦ ହିଁ ନାହିଁ – ଏହିପରି ଏକତାର ବିଚାର
ଭାବାଦ୍ବୈତ ଅଟେ |
ଯଦ୍ବ୍ରହ୍ମଣି ପରେ
ସାକ୍ଷାତ୍ସର୍ୱକର୍ମସମର୍ପଣମ୍ ।
ମନୋବାକ୍ତନୁଭିଃ
ପାର୍ଥ କ୍ରିୟାଦ୍ୱୈତଂ ତଦୁଚ୍ୟତେ ॥ ୬୪॥
ହେ ଯୁଧିଷ୍ଠିର !
ମନ, ବାଣୀ ଏବଂ ଶରୀର ଦ୍ବାରା ହେଉଥିବା ସମସ୍ତ କର୍ମ
ସ୍ବୟଂ ପରବ୍ରହ୍ମ ପରମାତ୍ମାଙ୍କଠାରେ ହିଁ ହେଉଥାଏ, ତାଙ୍କଠାରେ ଅଧ୍ୟସ୍ତ ଅଟେ – ଏହି ଭାବରେ
ସବୁ କର୍ମକୁ ସମର୍ପିତ କରିଦେବା ‘କ୍ରିୟାଦ୍ବୈତ’ ଅଟେ |
ଆତ୍ମଜାୟାସୁତାଦୀନାମନ୍ୟେଷାଂ
ସର୍ୱଦେହିନାମ୍ ।
ଯତ୍ସ୍ୱାର୍ଥକାମୟୋରୈକ୍ୟଂ
ଦ୍ରବ୍ୟାଦ୍ୱୈତଂ ତଦୁଚ୍ୟତେ ॥ ୬୫॥
ସ୍ତ୍ରୀ-ପୁତ୍ରାଦି
ରକ୍ତ-ସମ୍ବନ୍ଧୀ ଏବଂ ସଂସାରର ଅନ୍ୟ ସମସ୍ତ ପ୍ରାଣୀଙ୍କର ତଥା ନିଜର ସ୍ବାର୍ଥ ଏବଂ ଭୋଗ ଏକ ହିଁ
ଅଟେ, ସେମାନଙ୍କ ମଧ୍ୟରେ ଆପଣା-ପର ଭେଦ ନାହିଁ – ଏପରି
ବିଚାର ‘ଦ୍ରବ୍ୟାଦ୍ବୈତ’ ଅଟେ |
ଯଦ୍ୟସ୍ୟ
ବାନିଷିଦ୍ଧଂ ସ୍ୟାଦ୍ୟେନ ଯତ୍ର ଯତୋ ନୃପ ।
ସ ତେନେହେତ
କାର୍ୟାଣି ନରୋ ନାନ୍ୟୈରନାପଦି ॥ ୬୬॥
ଯୁଧିଷ୍ଠିର ! ଯେଉଁ
ପୁରୁଷ ନିମନ୍ତେ ଯେଉଁ ଦ୍ରବ୍ୟକୁ ଯେଉଁ ସମୟରେ ଯେଉଁ ଉପାୟରେ ଯାହାଠାରୁ ଗ୍ରହଣୀୟ, ଯଦି ତାହା
ଶାସ୍ତ୍ର-ଆଜ୍ଞା ବିରୁଦ୍ଧ ହୋଇ ନ ଥାଏ, ସେ ତାହା ଦ୍ବାରା
ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ଉଚିତ୍ | ଆପତ୍ତିକାଳ ଅତିରିକ୍ତ ଏଥିରେ ଅନ୍ୟଥା ହେବା ଉଚିତ୍
ନୁହେଁ |
ଏତୈରନ୍ୟୈଶ୍ଚ
ବେଦୋକ୍ତୈର୍ୱର୍ତମାନଃ ସ୍ୱକର୍ମଭିଃ ।
ଗୃହେଽପ୍ୟସ୍ୟ ଗତିଂ
ଯାୟାଦ୍ରାଜଂସ୍ତଦ୍ଭକ୍ତିଭାଙ୍ ନରଃ ॥ ୬୭॥
ମହାରାଜ !
ଭଗବତ୍-ଭକ୍ତ ମନୁଷ୍ୟ ବେଦୋକ୍ତ ଏହି ସବୁ କର୍ମ ତଥା ଅନ୍ୟ ସ୍ବକର୍ମର ଅନୁଷ୍ଠାନ ଦ୍ବାରା ଘରେ
ରହି ମଧ୍ୟ ଶ୍ରୀକୃଷ୍ଣଙ୍କର ଗତି ପ୍ରାପ୍ତ କରିପାରନ୍ତି |
ଯଥା ହି ଯୂୟଂ
ନୃପଦେବ ଦୁସ୍ତ୍ୟଜା-
ଦାପଦ୍ଗଣାଦୁତ୍ତରତାତ୍ମନଃ
ପ୍ରଭୋଃ ।
ଯତ୍ପାଦପଙ୍କେରୁହସେବୟା
ଭବା-
ନହାରଷୀନ୍ନିର୍ଜିତଦିଗ୍ଗଜଃ
କ୍ରତୂନ୍ ॥ ୬୮॥
ଯୁଧିଷ୍ଠିର ! ତୁମେ
ସେହିପରି ଭାବରେ ନିଜ ସ୍ବାମୀ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଏବଂ ସହାୟତାରେ ଅତିଶୟ କଠିନ
ବିପତ୍ତିକୁ ଅତିକ୍ରମ କରିପାରିଛ ଏବଂ ତାଙ୍କ ଚରଣକମଳର ସେବା ଦ୍ବାରା ସମ୍ପୂର୍ଣ୍ଣ ଭୂମଣ୍ଡଳକୁ
ଜିତି ବଡ-ବଡ ରାଜସୂୟ ଯଜ୍ଞର ଅନୁଷ୍ଠାନ କରିଛ |
ଅହଂ ପୁରାଭବଂ
କଶ୍ଚିଦ୍ଗନ୍ଧର୍ୱ ଉପବର୍ହଣଃ ।
ନାମ୍ନାତୀତେ
ମହାକଲ୍ପେ ଗନ୍ଧର୍ୱାଣାଂ ସୁସମ୍ମତଃ ॥ ୬୯॥
ଏହି ମହାକଳ୍ପ
ପୂର୍ବର ମୋର ପୂର୍ବଜନ୍ମରେ ମୁଁ ଜଣେ ଗନ୍ଧର୍ବ ଥିଲି | ମୋର ନାମ ଥିଲା ଉପବର୍ହଣ ଏବଂ ଗନ୍ଧର୍ବ
ସମାଜରେ ମୋର ବହୁତ ସମ୍ମାନ ଥିଲା |
ରୂପପେଶଲମାଧୁର୍ୟସୌଗନ୍ଧ୍ୟପ୍ରିୟଦର୍ଶନଃ
।
ସ୍ତ୍ରୀଣାଂ
ପ୍ରିୟତମୋ ନିତ୍ୟଂ ମତ୍ତଃ ସ୍ୱପୁରୁଲମ୍ପଟଃ । ୭୦॥
ମୋର ସୁନ୍ଦରତା, ସୁକୁମାରତା ଏବଂ ମଧୁରତା ଅପୂର୍ବ ଥିଲା | ମୋ ଶରୀରରୁ
ସୁଗନ୍ଧ ନିର୍ଗତ ହେଉଥିଲା ଏବଂ ଦେଖିବାକୁ ମୁଁ ବହୁତ ରମଣୀୟ ଥିଲି | ସ୍ତ୍ରୀମାନେ ମୋତେ ବହୁତ
ପ୍ରେମ କରୁଥିଲେ ଏବଂ ମୁଁ ଅତ୍ୟନ୍ତ ବିଳାସୀ ଥିଲି |
ଏକଦା ଦେବସତ୍ରେ ତୁ
ଗନ୍ଧର୍ୱାପ୍ସରସାଂ ଗଣାଃ ।
ଉପହୂତା
ବିଶ୍ୱସୃଗ୍ଭିର୍ହରିଗାଥୋପଗାୟନେ ॥ ୭୧॥
ଥରେ ଦେବତାମାନଙ୍କ
ସଭାରେ ଜ୍ଞାନସତ୍ରର ଆୟୋଜନ ହୋଇଥିଲା | ବଡ-ବଡ ପ୍ରଜାପତିମାନେ ସେଠାକୁ ଆସିଥିଲେ | ଭଗବାନଙ୍କର
ଲୀଳା ଗାନ କରିବା ପାଇଁ ସେମାନେ ଗନ୍ଧର୍ବ ଏବଂ ଅପ୍ସରାମାନଙ୍କୁ ଆମନ୍ତ୍ରିତ କରିଥିଲେ |
ଅହଂ ଚ
ଗାୟଂସ୍ତଦ୍ୱିଦ୍ୱାନ୍ ସ୍ତ୍ରୀଭିଃ ପରିବୃତୋ ଗତଃ ।
ଜ୍ଞାତ୍ୱା
ବିଶ୍ୱସୃଜସ୍ତନ୍ମେ ହେଲନଂ ଶେପୁରୋଜସା ।
ଯାହି ତ୍ୱଂ
ଶୂଦ୍ରତାମାଶୁ ନଷ୍ଟଶ୍ରୀଃ କୃତହେଲନଃ ॥ ୭୨॥
ମୁଁ ଜାଣିଥିଲି
ତାହା ସନ୍ଥମାନଙ୍କର ସମାଜ ଅଟେ ଏବଂ ସେଠାରେ ଭଗବାନଙ୍କ ଲୀଳାର ହିଁ ଗାନ କରାଯାଇ ଥାଏ | ତଥାପି
ମୁଁ ସ୍ତ୍ରୀମାନଙ୍କ ସହିତ ଲୌକିକ ଗୀତ ଗାନ କରି କରି ଉନ୍ମତ୍ତଙ୍କ ପରି ସେଠାରେ ପହଞ୍ଚି ଗଳି |
ଦେବତାମାନେ ଦେଖିଲେ ଏହା ତ ଆମ୍ଭମାନଙ୍କର ଅନାଦର ଅଟେ | ନିଜ ଶକ୍ତିରେ ସେମାନେ ମୋତେ ଅଭିଶାପ
ଦେଲେ – ତୁମେ ଆମ୍ଭମାନଙ୍କର ଅବହେଳନା କରିଛ, ସେଥିପାଇଁ ତୁମର ସବୁ ସୌନ୍ଦର୍ଯ୍ୟ-ସମ୍ପତ୍ତି
ନଷ୍ଟ ହୋଇଯାଉ ଏବଂ ଅତିଶୀଘ୍ର ତୁମେ ଶୂଦ୍ର ହୋଇଯାଅ |
ତାବଦ୍ଦାସ୍ୟାମହଂ
ଜଜ୍ଞେ ତତ୍ରାପି ବ୍ରହ୍ମବାଦିନାମ୍ ।
ଶୁଶ୍ରୂଷୟାନୁଷଙ୍ଗେଣ
ପ୍ରାପ୍ତୋଽହଂ ବ୍ରହ୍ମପୁତ୍ରତାମ୍ ॥ ୭୩॥
ସେମାନଙ୍କ ଶାପରୁ
ମୁଁ ଦାସୀ-ପୁତ୍ର ଭାବରେ ଜନ୍ମଗ୍ରହଣ କଲି | କିନ୍ତୁ ସେହି ଶୂଦ୍ର ଜୀବନରେ କରିଥିବା
ମହାତ୍ମାମାନଙ୍କର ସତସଂଗ ଓ ସେବା ପ୍ରଭାବରେ ପରବର୍ତ୍ତୀ ଜନ୍ମରେ ମୁଁ ବ୍ରହ୍ମାଙ୍କର ପୁତ୍ର
ହେଲି |
ଧର୍ମସ୍ତେ
ଗୃହମେଧୀୟୋ ବର୍ଣିତଃ ପାପନାଶନଃ ।
ଗୃହସ୍ଥୋ ଯେନ
ପଦବୀମଞ୍ଜସା ନ୍ୟାସିନାମିୟାତ୍ ॥ ୭୪॥
ସନ୍ଥମାନଙ୍କର
ଅବହେଳନା ଏବଂ ସେବା ସମ୍ପର୍କରେ ଏହା ମୋର ପ୍ରତ୍ୟକ୍ଷ ଅନୁଭବ ଅଟେ | ସନ୍ଥ-ସେବାରେ ଭଗବାନ
ପ୍ରସନ୍ନ ହୁଅନ୍ତି | ମୁଁ ତୁମକୁ ଗୃହସ୍ଥମାନଙ୍କର ପାପନାଶକ ଧର୍ମ ବିଷୟରେ କହିଲି | ଏହି ଧର୍ମର
ଆଚରଣ କରି ଜଣେ ଗୃହସ୍ଥ ମଧ୍ୟ ଅନାୟାସରେ ସନ୍ୟାସୀମାନଙ୍କୁ ପ୍ରାପ୍ତ ହେଉଥିବା ପରମପଦ ପ୍ରାପ୍ତ
କରିପାରିବେ |
ଯୂୟଂ ନୃଲୋକେ ବତ
ଭୂରିଭାଗା
ଲୋକଂ ପୁନାନା
ମୁନୟୋଽଭିୟନ୍ତି ।
ଯେଷାଂ
ଗୃହାନାବସତୀତି ସାକ୍ଷା-
ଦ୍ଗୂଢଂ ପରଂ
ବ୍ରହ୍ମ ମନୁଷ୍ୟଲିଙ୍ଗମ୍ ॥ ୭୫॥
ଯୁଧିଷ୍ଠିର ! ଏହି ମନୁଷ୍ୟଲୋକରେ
ତୁମ୍ଭମାନଙ୍କର ଭାଗ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଅଟେ; କାରଣ ସାକ୍ଷାତ୍
ପରବ୍ରହ୍ମ ପରମାତ୍ମା ମନୁଷ୍ୟ ରୂପ ଧାରଣ କରି ଗୁପ୍ତରୂପରେ ତୁମ ଗୃହରେ ନିବାସ କରୁଛନ୍ତି |
ସେଥିପାଇଁ ସାରା ସଂସାରକୁ ପବିତ୍ର କରୁଥିବା ଋଷି-ମୁନି ବାରମ୍ବାର ତାଙ୍କର ଦର୍ଶନ ଅଭିଳାଷରେ
ଚତୁର୍ଦ୍ଦିଗରୁ ତୁମ ପାଖକୁ ଆସିଥାଆନ୍ତି |
ସ ବା ଅୟଂ ବ୍ରହ୍ମ
ମହଦ୍ୱିମୃଗ୍ୟଂ
କୈବଲ୍ୟନିର୍ୱାଣସୁଖାନୁଭୂତିଃ
।
ପ୍ରିୟଃ ସୁହୃଦ୍ୱଃ
ଖଲୁ ମାତୁଲେୟ
ଆତ୍ମାର୍ହଣୀୟୋ
ବିଧିକୃଦ୍ଗୁରୁଶ୍ଚ ॥ ୭୬॥
ବଡ-ବଡ ମହାପୁରୁଷ
ନିରନ୍ତର ଯାହାର ଅନ୍ବେଷଣ କରିବାରେ ଲାଗିଥାଆନ୍ତି, ଯିଏ ମାୟାର
ସ୍ପର୍ଶରହିତ ପରମ ଶାନ୍ତ ପରମାନନ୍ଦାନୁଭବସ୍ବରୂପ ପରବ୍ରହ୍ମ ପରମାତ୍ମା ଅଟନ୍ତି – ସେ ହିଁ ତୁମର
ପ୍ରିୟ, ହିତୈଷୀ, ମାତୁଳପୁତ୍ର, ପୂଜ୍ୟ, ଆଜ୍ଞାକାରୀ, ଗୁରୁ ଏବଂ ନିଜର ଆତ୍ମା ଶ୍ରୀକୃଷ୍ଣ ଅଟନ୍ତି |
ନ ଯସ୍ୟ
ସାକ୍ଷାଦ୍ଭବପଦ୍ମଜାଦିଭୀ
ରୂପଂ ଧିୟା ବସ୍ତୁତୟୋପବର୍ଣିତମ୍
।
ମୌନେନ
ଭକ୍ତ୍ୟୋପଶମେନ ପୂଜିତଃ
ପ୍ରସୀଦତାମେଷ ସ
ସାତ୍ୱତାଂ ପତିଃ ॥ ୭୭॥
ଶଂକର, ବ୍ରହ୍ମା ଆଦି ବଡ-ବଡ ବିଭୂତିମାନେ ମଧ୍ୟ ନିଜର
ସମ୍ପୂର୍ଣ୍ଣ ବୁଦ୍ଧି ବିନିଯୋଗ କରି ‘ସେ ଏହା ଅଟନ୍ତି’ – ଏପରି ଭାବରେ
ତାଙ୍କର ବର୍ଣ୍ଣନା କରିପାରନ୍ତି ନାହିଁ | ତେଣୁ ଆମେ ଭଲା କିପରି କରିପାରିବୁ ? ଆମେ ତ ମୌନ, ଭକ୍ତି ଏବଂ ସଂଯମ ଦ୍ବାରା ହିଁ ତାଙ୍କର ପୂଜା କରିଥାଉ
| କୃପା କରି ଆମର ଏହି ପୂଜା ସ୍ବୀକାର କରି ଭକ୍ତବତ୍ସଳ ଭଗବାନ ଆମ ପ୍ରତି ପ୍ରସନ୍ନ ହୁଅନ୍ତୁ |
ଶ୍ରୀଶୁକ ଉବାଚ
ଇତି ଦେବର୍ଷିଣା
ପ୍ରୋକ୍ତଂ ନିଶମ୍ୟ ଭରତର୍ଷଭଃ ।
ପୂଜୟାମାସ
ସୁପ୍ରୀତଃ କୃଷ୍ଣଂ ଚ ପ୍ରେମବିହ୍ୱଲଃ ॥ ୭୮॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଦେବର୍ଷି ନାରଦଙ୍କର ଏହି ପ୍ରବଚନ ଶୁଣି ରାଜା ଯୁଧିଷ୍ଠିର ଅତ୍ୟନ୍ତ
ଆନନ୍ଦିତ ହେଲେ | ସେ ପ୍ରେମ-ବିହ୍ବଳ ହୋଇ ଦେବର୍ଷି ନାରଦ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା
କଲେ |
କୃଷ୍ଣପାର୍ଥାବୁପାମନ୍ତ୍ର୍ୟ
ପୂଜିତଃ ପ୍ରୟଯୌ ମୁନିଃ ।
ଶ୍ରୁତ୍ୱା କୃଷ୍ଣଂ
ପରଂ ବ୍ରହ୍ମ ପାର୍ଥଃ ପରମବିସ୍ମିତଃ ॥ ୭୯॥
ଭଗବାନ ଶ୍ରୀକୃଷ୍ଣ
ଏବଂ ରାଜା ଯୁଧିଷ୍ଠିରଙ୍କଠାରୁ ବିଦାୟ ନେଇ, ତାଙ୍କର ସତ୍କାର ସ୍ବୀକାର କରି, ଦେବର୍ଷି ନାରଦ ସେଠାରୁ ପ୍ରସ୍ଥାନ କଲେ | ଭଗବାନ
ଶ୍ରୀକୃଷ୍ଣ ହିଁ ପରବ୍ରହ୍ମ ଅଟନ୍ତି, ଏହା ଶୁଣି
ଯୁଧିଷ୍ଠିରଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ |
ଇତି
ଦାକ୍ଷାୟିଣୀନାଂ ତେ ପୃଥଗ୍ୱଂଶା ପ୍ରକୀର୍ତିତାଃ ।
ଦେବାସୁରମନୁଷ୍ୟାଦ୍ୟା
ଲୋକା ଯତ୍ର ଚରାଚରାଃ ॥ ୮୦॥
ପରୀକ୍ଷିତ !
ଏହିପରି ଭାବରେ ଦକ୍ଷ-ପୁତ୍ରୀମାନଙ୍କର ବଂଶର ପୃଥକ୍-ପୃଥକ୍ ବର୍ଣ୍ଣନ କରି ମୁଁ ତୁମକୁ ଶୁଣାଇଲି
| ସେମାନଙ୍କ ବଂଶରେ ଦେବତା, ଅସୁର, ମନୁଷ୍ୟ ଆଦି ସମ୍ପୂର୍ଣ୍ଣ ଚରାଚରର ସୃଷ୍ଟି ହୋଇଛି |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ
ପାରମହଂସ୍ୟାଂ
ସଂହିତାୟାଂ ସପ୍ତମସ୍କନ୍ଧେ ଯୁଧିଷ୍ଠିରନାରଦ-
ସମ୍ବାଦେ
ସଦାଚାରନିର୍ଣୟୋ ନାମ ପଞ୍ଚଦଶୋଽଧ୍ୟାୟଃ ॥ ୧୫॥
॥ ଇତି ସପ୍ତମସ୍କନ୍ଧଃ ସମାପ୍ତଃ ॥

Comments
Post a Comment