ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ଷଷ୍ଠ ଅଧ୍ୟାୟ ଦେବତା ଓ ଦୈତ୍ୟମାନଙ୍କର ସମୁଦ୍ର - ମନ୍ଥନ ନିମନ୍ତେ ମିଳିତ ଉଦ୍ୟୋଗ ଶ୍ରୀଶୁକ ଉବାଚ ଏବଂ ସ୍ତୁତଃ ସୁରଗଣୈର୍ଭଗବାନ୍ ହରିରୀଶ୍ୱରଃ । ତେଷାମାବିରଭୂଦ୍ରାଜନ୍ ସହସ୍ରାର୍କୋଦୟଦ୍ୟୁତିଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବତାମାନଙ୍କର ସ୍ତୁତି ଶୁଣି ସର୍ବଶକ୍ତିମାନ ଭଗବାନ ଶ୍ରୀହରି ସେମାନଙ୍କ ଗହଣରେ ତତ୍କାଳ ହିଁ ପ୍ରକଟ ହୋଇଗଲେ | ତାଙ୍କ ଶରୀରର ଆଭା ଏପରି ଥିଲା ସତେ ଯେପରି ସହସ୍ର-ସହସ୍ର ସୂର୍ଯ୍ୟ ଏକସଙ୍ଗେ ଉଦ୍ଭାସିତ ହୋଇଛନ୍ତି | ତେନୈବ ମହସା ସର୍ୱେ ଦେବାଃ ପ୍ରତିହତେକ୍ଷଣାଃ । ନାପଶ୍ୟନ୍ ଖଂ ଦିଶଃ କ୍ଷୋଣୀମାତ୍ମାନଂ ଚ କୁତୋ ବିଭୁମ୍ ॥ ୨॥ ଭଗବାନଙ୍କ ପ୍ରଭାରେ ଦେବତାମାନଙ୍କର ଆଖି ଝଲସି ଉଠିଲା | ସେମାନେ ଭଗବାନଙ୍କୁ ଦେଖିବେ କ ’ ଣ , ଆକାଶ , ଦିଶା , ପୃଥିବୀ , ଏପରି କି ନିଜ ଶରୀରକୁ ମଧ୍ୟ ଦେଖି ପାରିଲେ ନାହିଁ | ବିରିଞ୍ଚୋ ଭଗବାନ୍ ଦୃଷ୍ଟ୍ୱା ସହ ଶର୍ୱେଣ ତାଂ ତନୁମ୍ । ସ୍ୱଚ୍ଛାଂ ମରକତଶ୍ୟାମାଂ କଞ୍ଜଗର୍ଭାରୁଣେକ୍ଷଣାମ୍ ॥ ୩॥ ତପ୍ତହେମାବଦାତେନ ଲସତ୍କୌଶେୟବାସସା । ପ୍ରସନ୍ନଚାରୁସର୍ୱାଙ୍ଗୀଂ ସୁମୁଖୀଂ ସୁନ୍ଦରଭ୍ରୁବମ୍ ॥ ୪॥ ମହାମଣିକିରୀଟେନ କେୟୂରାଭ୍ୟାଂ ଚ ଭୂଷିତାମ୍ । କର୍ଣାଭରଣନିର୍ଭାତକପୋଲଶ୍ରୀମୁଖାମ୍ବୁଜାମ୍ ॥ ୫॥ କାଞ୍...