ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ନବମ ଅଧ୍ୟାୟ ମୋହିନୀରୂପଧାରୀ ଭଗବାନଙ୍କ ଦ୍ବାରା ଅମୃତ ବଣ୍ଟନ ଶ୍ରୀଶୁକ ଉବାଚ ତେଽନ୍ୟୋନ୍ୟତୋଽସୁରାଃ ପାତ୍ରଂ ହରନ୍ତସ୍ତ୍ୟକ୍ତସୌହୃଦାଃ । କ୍ଷିପନ୍ତୋ ଦସ୍ୟୁଧର୍ମାଣ ଆୟାନ୍ତୀଂ ଦଦୃଶୁଃ ସ୍ତ୍ରିୟମ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି - ପରୀକ୍ଷିତ ! ଅସୁରମାନେ ପରସ୍ପର ମଧ୍ୟରେ ସଦ୍ଭାବନା ଓ ପ୍ରେମଭାବକୁ ତ୍ୟାଗ କରି ପରସ୍ପରର ନିନ୍ଦା କରୁଥିଲେ ଏବଂ ଡାକୁମାନଙ୍କ ପରି ଜଣେ ଜଣଙ୍କ ହାତରୁ ଅମୃତ କଳସ ଛଡାଇବାକୁ ଚେଷ୍ଟା କରୁଥିଲେ | ଇତ୍ୟବସରରେ ସେମାନେ ଦେଖିବାକୁ ପାଇଲେ ଜଣେ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ ସେମାନଙ୍କ ଅଭିମୁଖରେ ଚାଲି ଆସୁଛନ୍ତି | ଅହୋ ରୂପମହୋ ଧାମ ଅହୋ ଅସ୍ୟା ନବଂ ବୟଃ । ଇତି ତେ ତାମଭିଦ୍ରୁତ୍ୟ ପପ୍ରଚ୍ଛୁର୍ଜାତହୃଚ୍ଛୟାଃ ॥ ୨॥ ସେମାନେ ଚିନ୍ତା କରିବାରେ ଲାଗିଲେ – ‘କିପରି ଅନୁପମ ସୌନ୍ଦର୍ଯ୍ୟ ! ଶରୀରରୁ କିପରି ଅଦ୍ଭୁତ ଆଭା ବିକିରଣ ହେଉଛି ! ଟିକିଏ ତାଙ୍କର ନବ ଯୌବନକୁ ତ ଦେଖ !’ – ବାସ୍ , ଏବେ ସେମାନେ ପରସ୍ପର ମଧ୍ୟରେ ଉପୁଜି ଥିବା କଳହ କଥା ଭୁଲି ତାଙ୍କ ପାଖକୁ ଧାଇଁ ଗଲେ ଏବଂ କାମବିମୋହିତ ହୋଇ ତାଙ୍କୁ ପ୍ରଶ୍ନ କରିବାରେ ଲାଗିଲେ | କା ତ୍ୱଂ କଞ୍ଜପଲାଶାକ୍ଷି କୁତୋ ବା କିଂ ଚିକୀର୍ଷସି । କସ୍ୟାସି ବଦ ବାମୋରୁ ମଥ୍ନନ୍ତୀବ ମନାଂସି ନଃ ॥ ୩॥ ‘କମଳନୟନୀ ! ତୁମେ କିଏ ? କେ...