ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ଉନବିଂଶ ଅଧ୍ୟାୟ ବାମନ ଭଗବାନଙ୍କର ତ୍ରିପାଦ ଭୂମି ଯାଚନା , ବଳିଙ୍କର ସତ୍ୟବଚନ ଏବଂ ଶୁକ୍ରାଚାର୍ଯ୍ୟଙ୍କର ବାରଣ ଶ୍ରୀଶୁକ ଉବାଚ ଇତି ବୈରୋଚନେର୍ୱାକ୍ୟଂ ଧର୍ମୟୁକ୍ତଂ ସ ସୂନୃତମ୍ । ନିଶମ୍ୟ ଭଗବାନ୍ ପ୍ରୀତଃ ପ୍ରତିନନ୍ଦ୍ୟେଦମବ୍ରବୀତ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ରାଜା ବଳିଙ୍କର ସେହି ବଚନ ଧର୍ମଭାବରେ ଭରା ଅତ୍ୟନ୍ତ ମଧୁର ଥିଲା | ତାହା ଶୁଣି ଅତିଶୟ ପ୍ରସନ୍ନତାର ସହିତ ଭଗବାନ ବାମନ ତାଙ୍କର ଅଭିନନ୍ଦନ କରି କହିଲେ - ଶ୍ରୀଭଗବାନୁବାଚ ବଚସ୍ତବୈତଜ୍ଜନଦେବ ସୂନୃତଂ କୁଲୋଚିତଂ ଧର୍ମୟୁତଂ ଯଶସ୍କରମ୍ । ଯସ୍ୟ ପ୍ରମାଣଂ ଭୃଗବଃ ସାମ୍ପରାୟେ ପିତାମହଃ କୁଲବୃଦ୍ଧଃ ପ୍ରଶାନ୍ତଃ ॥ ୨॥ ଶ୍ରୀଭଗବାନ କହିଲେ – ରାଜନ୍ ! ଆପଣ ଯାହା କିଛି କହିଲେ , ତାହା ଆପଣଙ୍କର କୁଳପରମ୍ପରା ଅନୁରୂପ , ଧର୍ମଭାବରେ ପରିପୂର୍ଣ୍ଣ, ଯଶ ବୃଦ୍ଧିକାରୀ ଏବଂ ଅତ୍ୟନ୍ତ ମଧୁର ଅଟେ | କାହିଁକି ଅବା ନ ହେବ , ପରଲୋକ ହିତକାରୀ ଧର୍ମ ସମ୍ବନ୍ଧରେ ଆପଣ ତ ପରମ ପ୍ରମାଣ ରୂପେ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟଙ୍କୁ ମାନନ୍ତି | ତା ସହିତ ଆପଣ ନିଜ କୁଳବୃଦ୍ଧ ପିତାମହ ପରମ ଶାନ୍ତ ପ୍ରହ୍ଲାଦ ମହାରାଜଙ୍କର ଆଜ୍ଞାକୁ ମଧ୍ୟ ମାନନ୍ତି | ନ ହ୍ୟେତସ୍ମିନ୍ କୁଲେ କଶ୍ଚିନ୍ନିଃସତ୍ତ୍ୱଃ କୃପଣଃ ପୁମାନ୍ । ପ୍ରତ୍ୟାଖ୍ୟାତା...