ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ଉନବିଂଶ ଅଧ୍ୟାୟ
ବାମନ ଭଗବାନଙ୍କର ତ୍ରିପାଦ ଭୂମି ଯାଚନା, ବଳିଙ୍କର ସତ୍ୟବଚନ ଏବଂ ଶୁକ୍ରାଚାର୍ଯ୍ୟଙ୍କର ବାରଣ
ଶ୍ରୀଶୁକ ଉବାଚ
ଇତି
ବୈରୋଚନେର୍ୱାକ୍ୟଂ ଧର୍ମୟୁକ୍ତଂ ସ ସୂନୃତମ୍ ।
ନିଶମ୍ୟ ଭଗବାନ୍
ପ୍ରୀତଃ ପ୍ରତିନନ୍ଦ୍ୟେଦମବ୍ରବୀତ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ରାଜା ବଳିଙ୍କର ସେହି ବଚନ ଧର୍ମଭାବରେ ଭରା ଅତ୍ୟନ୍ତ ମଧୁର ଥିଲା | ତାହା ଶୁଣି
ଅତିଶୟ ପ୍ରସନ୍ନତାର ସହିତ ଭଗବାନ ବାମନ ତାଙ୍କର ଅଭିନନ୍ଦନ କରି କହିଲେ -
ଶ୍ରୀଭଗବାନୁବାଚ
ବଚସ୍ତବୈତଜ୍ଜନଦେବ
ସୂନୃତଂ
କୁଲୋଚିତଂ
ଧର୍ମୟୁତଂ ଯଶସ୍କରମ୍ ।
ଯସ୍ୟ ପ୍ରମାଣଂ
ଭୃଗବଃ ସାମ୍ପରାୟେ
ପିତାମହଃ
କୁଲବୃଦ୍ଧଃ ପ୍ରଶାନ୍ତଃ ॥ ୨॥
ଶ୍ରୀଭଗବାନ କହିଲେ –
ରାଜନ୍ ! ଆପଣ ଯାହା କିଛି କହିଲେ, ତାହା ଆପଣଙ୍କର
କୁଳପରମ୍ପରା ଅନୁରୂପ, ଧର୍ମଭାବରେ ପରିପୂର୍ଣ୍ଣ,
ଯଶ ବୃଦ୍ଧିକାରୀ ଏବଂ ଅତ୍ୟନ୍ତ ମଧୁର ଅଟେ | କାହିଁକି ଅବା ନ ହେବ, ପରଲୋକ ହିତକାରୀ ଧର୍ମ ସମ୍ବନ୍ଧରେ ଆପଣ ତ ପରମ
ପ୍ରମାଣ ରୂପେ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟଙ୍କୁ ମାନନ୍ତି | ତା ସହିତ ଆପଣ ନିଜ କୁଳବୃଦ୍ଧ
ପିତାମହ ପରମ ଶାନ୍ତ ପ୍ରହ୍ଲାଦ ମହାରାଜଙ୍କର ଆଜ୍ଞାକୁ ମଧ୍ୟ ମାନନ୍ତି |
ନ ହ୍ୟେତସ୍ମିନ୍
କୁଲେ କଶ୍ଚିନ୍ନିଃସତ୍ତ୍ୱଃ କୃପଣଃ ପୁମାନ୍ ।
ପ୍ରତ୍ୟାଖ୍ୟାତା
ପ୍ରତିଶ୍ରୁତ୍ୟ ଯୋ ବାଦାତା ଦ୍ୱିଜାତୟେ ॥ ୩॥
ଆପଣଙ୍କ
ବଂଶପରମ୍ପରାରେ କେହି ଧୈର୍ଯ୍ୟହୀନ ଅଥବା କୃପଣ ପୁରୁଷ କେବେ ବି ନ ଥିଲେ | ଏପରି ମଧ୍ୟ କେହି ନ
ଥିଲେ, ଯିଏ ବ୍ରାହ୍ମଣମାନଙ୍କୁ କେବେ ଦାନ ଦିଅନ୍ତି ନାହିଁ
ବା ଥରେ କାହାକୁ କିଛି ଦେବାକୁ ପ୍ରତିଜ୍ଞା କରି ତାହା ରକ୍ଷା କରନ୍ତି ନାହିଁ |
ନ ସନ୍ତି ତୀର୍ଥେ
ଯୁଧି ଚାର୍ଥିନାର୍ଥିତାଃ
ପରାଙ୍ମୁଖା ଯେ
ତ୍ୱମନସ୍ୱିନୋ ନୃପାଃ ।
ଯୁଷ୍ମତ୍କୁଲେ
ଯଦ୍ୟଶସାମଲେନ
ପ୍ରହ୍ଲାଦ ଉଦ୍ଭାତି
ଯଥୋଡୁପଃ ଖେ ॥ ୪॥
ଦାନ ଦେଉଥିବା
ସମୟରେ ଯାଚକର ଯାଚନା ଶୁଣି ଏବଂ ଯୁଦ୍ଧରେ ଶତ୍ରୁପକ୍ଷର ହୁଂକାର ଶୁଣି ପଛଘୁଞ୍ଚା ଦେଉଥିବା ଭୀରୁ
ଆପଣଙ୍କ ବଂଶରେ କେହି କେବେ ନ ଥିଲେ | ଆପଣଙ୍କ କୁଳପରମ୍ପରାରେ ତ ପ୍ରହ୍ଲାଦଙ୍କ ପରି ମହାତ୍ମା
ଥିଲେ, ଯିଏ ନିଜର ନିର୍ମଳ ଯଶରେ ଆକାଶରେ ଚନ୍ଦ୍ରମା ସଦୃଶ
ଶୋଭାୟମାନ ଥିଲେ |
ଯତୋ ଜାତୋ
ହିରଣ୍ୟାକ୍ଷଶ୍ଚରନ୍ନେକ ଇମାଂ ମହୀମ୍ ।
ପ୍ରତିବୀରଂ
ଦିଗ୍ୱିଜୟେ ନାବିନ୍ଦତ ଗଦାୟୁଧଃ ॥ ୫॥
ଆପଣଙ୍କ କୁଳରେ
ହିରଣ୍ୟାକ୍ଷ ପରି ବୀରର ଜନ୍ମ ହୋଇଥିଲା | ହାତରେ ଗଦା ଧରି ସେହି ବୀର ଯେତେବେଳେ ଏକାକୀ
ଦିଗବିଜୟ କରିବାକୁ ବାହାରିଲା, ସେତେବେଳେ ପୃଥିବୀ
ସାରା ଘୂରି ବୁଲିବା ପରେ ମଧ୍ୟ ତାହାକୁ ନିଜ ସମକକ୍ଷ କୌଣସି ବୀର ମିଳିଲେ ନାହିଁ |
ଯଂ ବିନିର୍ଜିତ୍ୟ
କୃଚ୍ଛ୍ରେଣ ବିଷ୍ଣୁଃ କ୍ଷ୍ମୋଦ୍ଧାର ଆଗତମ୍ ।
ନାତ୍ମାନଂ ଜୟିନଂ
ମେନେ ତଦ୍ୱୀର୍ୟଂ ଭୂର୍ୟନୁସ୍ମରନ୍ ॥ ୬॥
ବିଷ୍ଣୁଭଗବାନ
ପୃଥିବୀକୁ ଜଳଗର୍ଭରୁ ଉଦ୍ଧାର କରି ଆଣୁଥିବା ସମୟରେ, ସେ ତାଙ୍କର
ସମ୍ମୁଖୀନ ହେଲା | ଅତି କଷ୍ଟରେ ଭଗବାନ ତା’ ଉପରେ ବିଜୟ
ପ୍ରାପ୍ତ କରିଥିଲେ, କିନ୍ତୁ ସେହି ଘଟଣାର ବହୁ
କାଳ ପରେ ବି ସେ ବାରମ୍ବାର ହିରଣ୍ୟାକ୍ଷର ଶକ୍ତି ଏବଂ ବଳର ସ୍ମରଣ କରୁଥିଲେ ଏବଂ ତାହାକୁ ଜିତି
ମଧ୍ୟ ଭଗବାନ ନିଜକୁ ବିଜୟୀ ମନେ କରିପାରୁ ନ ଥିଲେ |
ନିଶମ୍ୟ ତଦ୍ୱଧଂ
ଭ୍ରାତା ହିରଣ୍ୟକଶିପୁଃ ପୁରା ।
ହନ୍ତୁଂ ଭ୍ରାତୃହଣଂ
କ୍ରୁଦ୍ଧୋ ଜଗାମ ନିଲୟଂ ହରେଃ ॥ ୭॥
ହିରଣ୍ୟାକ୍ଷର ଭାଈ
ହିରଣ୍ୟକଶିପୁକୁ ଯେତେବେଳେ ତା’ର ବଧର ବୃତ୍ତାନ୍ତ
ଗୋଚର ହେଲା, ସେତେବେଳେ ନିଜ ଭାଈର
ବଧକାରୀକୁ ମାରିବା ଉଦ୍ଦେଶ୍ୟରେ କ୍ରୋଧିତ ହୋଇ ସେ ଭଗବାନଙ୍କର ନିବାସ-ସ୍ଥାନ ବୈକୁଣ୍ଠଧାମରେ
ପହଞ୍ଚିଲା |
ତମାୟାନ୍ତଂ
ସମାଲୋକ୍ୟ ଶୂଲପାଣିଂ କୃତାନ୍ତବତ୍ ।
ଚିନ୍ତୟାମାସ
କାଲଜ୍ଞୋ ବିଷ୍ଣୁର୍ମାୟାବିନାଂ ବରଃ ॥ ୮॥
ମାୟା
ରଚୟିତାମାନଙ୍କ ମଧ୍ୟରେ ବିଷ୍ଣୁଭଗବାନ ସର୍ବଶ୍ରେଷ୍ଠ ଅଟନ୍ତି ଏବଂ କାଳର ଗତିକୁ ମଧ୍ୟ ସେ ଭଲ
ଭାବରେ ଜାଣନ୍ତି | ସେ ଯେତେବେଳେ ଦେଖିଲେ ହାତରେ ଶୂଳ ଧରି ହିରଣ୍ୟକଶିପୁ କାଳ ସଦୃଶ ତାଙ୍କ
ଅଭିମୁଖରେ ଧାଇଁ ଆସୁଛି, ସେତେବେଳେ ସେ ବିଚାର କଲେ -
ଯତୋ ଯତୋଽହଂ
ତତ୍ରାସୌ ମୃତ୍ୟୁଃ ପ୍ରାଣଭୃତାମିବ ।
ଅତୋଽହମସ୍ୟ ହୃଦୟଂ
ପ୍ରବେକ୍ଷ୍ୟାମି ପରାଗ୍ଦୃଶଃ ॥ ୯॥
‘ସଂସାରରେ
ପ୍ରାଣୀମାନଙ୍କ ପଛରେ ମୃତ୍ୟୁ ଲାଗି ରହିବା ପରି, ମୁଁ ଯେଉଁଠିକୁ
ଯିବି, ଇଏ ମୋ ପଛେ-ପଛେ ସେଠାକୁ ଯିବ | ତେଣୁ ମୁଁ ଏହାର ହୃଦୟରେ ପ୍ରବେଶ କରିଯିବି, ଯଦ୍ବାରା କି ସେ ମୋତେ ଦେଖି ପାରିବ ନାହିଁ; କାରଣ ବହିର୍ମୁଖୀ ହୋଇଥିବା ଯୋଗୁଁ ସେ ବାହାରର
ବସ୍ତୁକୁ ହିଁ ଦେଖିବ’ |
ଏବଂ ସ ନିଶ୍ଚିତ୍ୟ
ରିପୋଃ ଶରୀର-
ମାଧାବତୋ
ନିର୍ୱିବିଶେଽସୁରେନ୍ଦ୍ର ।
ଶ୍ୱାସାନିଲାନ୍ତର୍ହିତସୂକ୍ଷ୍ମଦେହ-
ସ୍ତତ୍ପ୍ରାଣରନ୍ଧ୍ରେଣ
ବିବିଗ୍ନଚେତାଃ ॥ ୧୦॥
ଅସୁରଶିରୋମଣି ! ଅତଏବ
ହିରଣ୍ୟକଶିପୁ ତାଙ୍କ ଉପରକୁ ଝପଟି ଆସୁଥିବା ସମୟରେ, ଏହିପରି ବିଚାର
କରି ଭଗବାନ ଭୟରେ ଥରି-ଥରି ନିଜ ଶରୀରକୁ ସୂକ୍ଷ୍ମ କରିନେଲେ ଏବଂ ତା’ର ନାସିକା ମଧ୍ୟ ଡେଇ ପ୍ରାଣ ଦ୍ବାରା ହୃଦୟ ମଧ୍ୟରେ
ପ୍ରବେଶ କରିଗଲେ |
ସ ତନ୍ନିକେତଂ
ପରିମୃଶ୍ୟ ଶୂନ୍ୟ-
ମପଶ୍ୟମାନଃ କୁପିତୋ
ନନାଦ ।
କ୍ଷ୍ମାଂ ଦ୍ୟାଂ
ଦିଶଃ ଖଂ ବିବରାନ୍ ସମୁଦ୍ରାନ୍
ବିଷ୍ଣୁଂ
ବିଚିନ୍ୱନ୍ ନ ଦଦର୍ଶ ବୀରଃ ॥ ୧୧॥
ହିରଣ୍ୟକଶିପୁ
ତାଙ୍କ ଲୋକରେ ତନ୍ନତନ୍ନ କରି ସର୍ବତ୍ର ତାଙ୍କୁ ଖୋଜିଲା, କିନ୍ତୁ କେଉଁଠାରେ
ବି ତାଙ୍କୁ ପାଇଲା ନାହିଁ | ସେଥିପାଇଁ କ୍ରୋଧିତ ହୋଇ ସେ ସିଂହନାଦ କରିବାରେ ଲାଗିଲା | ଏହାପରେ
ସେହି ବୀର ପୃଥିବୀ, ସ୍ବର୍ଗ, ଦିଗ-ବିଦିଗ, ଆକାଶ, ପାତାଳ ଏବଂ ସମୁଦ୍ର – ସର୍ବତ୍ର ବିଷ୍ଣୁଭଗବାନଙ୍କର
ଅନ୍ବେଷଣ କଲା, କିନ୍ତୁ କେଉଁଠାରେ ବି ସେ
ତାଙ୍କୁ ଦେଖିବାକୁ ପାଇଲା ନାହିଁ |
ଅପଶ୍ୟନ୍ନିତି
ହୋବାଚ ମୟାନ୍ୱିଷ୍ଟମିଦଂ ଜଗତ୍ ।
ଭ୍ରାତୃହା ମେ ଗତୋ
ନୂନଂ ଯତୋ ନାବର୍ତତେ ପୁମାନ୍ ॥ ୧୨॥
ତାଙ୍କୁ କେଉଁଠାରେ
ନ ଦେଖି ସେ ମନେମନେ କହିବାରେ ଲାଗିଲା- ମୁଁ ସାରା ଜଗତ ଖୋଜିଲି, ସେ କେଉଁଠାରେ ବି ମିଳିଲା ନାହିଁ | ନିଶ୍ଚିତ ଭାବରେ
ସେ ସେହି ଲୋକକୁ ଚାଲିଯାଇଛି, ଯେଉଁଠିକୁ ଯାଇ
କେହି କେବେ ଫେରନ୍ତି ନାହିଁ |
ବୈରାନୁବନ୍ଧ
ଏତାବାନାମୃତ୍ୟୋରିହ ଦେହିନାମ୍ ।
ଅଜ୍ଞାନପ୍ରଭବୋ
ମନ୍ୟୁରହମ୍ମାନୋପବୃଂହିତଃ ॥ ୧୩॥
ବାସ୍, ଏବେ ତା ସହିତ ବୈରଭାବ ରଖିବାର କୌଣସି ଆବଶ୍ୟକତା
ନାହିଁ, କାରଣ ଶତ୍ରୁତା ତ ଦେହ ସହିତ ସମାପ୍ତ ହୋଇଯାଏ |
କ୍ରୋଧର କାରଣ ଅଜ୍ଞାନ ଅଟେ ଏବଂ ତାହା ଅହଂକାର ଦ୍ବାରା ବୃଦ୍ଧି ଲାଭ କରିଥାଏ |
ପିତା
ପ୍ରହ୍ଲାଦପୁତ୍ରସ୍ତେ ତଦ୍ୱିଦ୍ୱାନ୍ ଦ୍ୱିଜବତ୍ସଲଃ ।
ସ୍ୱମାୟୁର୍ଦ୍ୱିଜଲିଙ୍ଗେଭ୍ୟୋ
ଦେବେଭ୍ୟୋଽଦାତ୍ସ ଯାଚିତଃ ॥ ୧୪॥
ରାଜନ୍ ! ଆପଣଙ୍କର
ପିତା ପ୍ରହ୍ଲାଦନନ୍ଦନ ବିରୋଚନ ଜଣେ ବହୁତ ବଡ ବ୍ରାହ୍ମଣ-ଭକ୍ତ ଥିଲେ | ଏପରିକି ତାଙ୍କର ଶତ୍ରୁ
ଦେବତାମାନେ ଯେତେବେଳେ ବ୍ରାହ୍ମଣ ବେଶ ଧାରଣ କରି ତାଙ୍କଠାରୁ ଦାନ ରୂପେ ତାଙ୍କର ଆୟୁ ମାଗିଥିଲେ, ସେତେବେଳେ ସେହି ବ୍ରାହ୍ମଣମାନଙ୍କର କପଟପୂର୍ଣ୍ଣ
ଉଦ୍ଦେଶ୍ୟକୁ ଜାଣି ମଧ୍ୟ ସେ ସେମାନଙ୍କୁ ନିଜର ଆୟୁ ଦାନ କରି ଦେଇଥିଲେ |
ଭବାନାଚରିତାନ୍
ଧର୍ମାନାସ୍ଥିତୋ ଗୃହମେଧିଭିଃ ।
ବ୍ରାହ୍ମଣୈଃ
ପୂର୍ୱଜୈଃ ଶୂରୈରନ୍ୟୈଶ୍ଚୋଦ୍ଦାମକୀର୍ତିଭିଃ ॥ ୧୫॥
ଆପଣ ମଧ୍ୟ ସେହି
ଧର୍ମର ଆଚରଣ କରୁଛନ୍ତି, ଯାହା ଶୁକ୍ରାଚାର୍ଯ୍ୟ ଆଦି ଗୃହସ୍ଥ ବ୍ରାହ୍ମଣ, ଆପଣଙ୍କର ପୂର୍ବଜ ପ୍ରହ୍ଲାଦ ମହାରାଜ ଏବଂ ଅନ୍ୟ
ଯଶସ୍ବୀ ବୀରମାନେ ପାଳନ କରନ୍ତି
ତସ୍ମାତ୍ତ୍ୱତ୍ତୋ
ମହୀମୀଷଦ୍ୱୃଣେଽହଂ ବରଦର୍ଷଭାତ୍ ।
ପଦାନି ତ୍ରୀଣି
ଦୈତ୍ୟେନ୍ଦ୍ର ସମ୍ମିତାନି ପଦା ମମ ॥ ୧୬॥
ଦୈତ୍ୟେନ୍ଦ୍ର !
ଇପ୍ସିତ ବସ୍ତୁ ପ୍ରଦାୟକମାନଙ୍କ ମଧ୍ୟରେ ଆପଣ ଶ୍ରେଷ୍ଠ ଅଟନ୍ତି | ସେଥିପାଇଁ ମୁଁ ଆପଣଙ୍କଠାରୁ
ମାତ୍ର ଅଳ୍ପ କିଛି ଆୟତନର ଭୂମି – ନିଜ ପାଦରେ କେବଳ ତିନି ପାଦ ଭୂମି ମାଗୁଛି |
ନାନ୍ୟତ୍ତେ କାମୟେ
ରାଜନ୍ ବଦାନ୍ୟାଜ୍ଜଗଦୀଶ୍ୱରାତ୍ ।
ନୈନଃ ପ୍ରାପ୍ନୋତି
ବୈ ବିଦ୍ୱାନ୍ ଯାବଦର୍ଥପ୍ରତିଗ୍ରହଃ ॥ ୧୭॥
ମୁଁ ଜାଣିଛି ଯେ
ଆପଣ ସାରା ଜଗତର ସ୍ବାମୀ ଏବଂ ଅତ୍ୟନ୍ତ ଉଦାର ଅଟନ୍ତି, ତଥାପି ମୁଁ ଆପଣଙ୍କଠାରୁ ଅଧିକ କିଛି
ଇଚ୍ଛା କରୁନାହିଁ | ବିଦ୍ବାନ ପୁରୁଷ କେବଳ ନିଜ ଆବଶ୍ୟକତା ଅନୁସାରେ ଦାନ ସ୍ବୀକାର କରିବା
ଉଚିତ୍ | ତଦ୍ବାରା ସେମାନେ ପ୍ରତିଗ୍ରହଜନ୍ୟ ପାରରୁ ରକ୍ଷା ପାଇଯାଆନ୍ତି |
ବଲିରୁବାଚ
ଅହୋ
ବ୍ରାହ୍ମଣଦାୟାଦ ବାଚସ୍ତେ ବୃଦ୍ଧସମ୍ମତାଃ ।
ତ୍ୱଂ ବାଲୋ
ବାଲିଶମତିଃ ସ୍ୱାର୍ଥଂ ପ୍ରତ୍ୟବୁଧୋ ଯଥା ॥ ୧୮॥
ରାଜା ବଳି କହିଲେ –
ବ୍ରାହ୍ମଣକୁମାର ! ତୁମର ବାଣୀ ତ ବୃଦ୍ଧମାନଙ୍କ ପରି ପରିପକ୍ବ ଅଟେ, କିନ୍ତୁ ତୁମର ବୁଦ୍ଧି ଏବେ ବାଳୁତ ଅଟେ | ଏବେ ତୁମେ
ବାଳକ ହିଁ ତ ଅଟ, ସେଥିପାଇଁ ତୁମେ ନିଜ
ହାନି-ଲାଭର ବିଚାର କରିପାରୁ ନାହଁ |
ମାଂ ବଚୋଭିଃ
ସମାରାଧ୍ୟ ଲୋକାନାମେକମୀଶ୍ୱରମ୍ ।
ପଦତ୍ରୟଂ ବୃଣୀତେ
ଯୋଽବୁଦ୍ଧିମାନ୍ ଦ୍ୱୀପଦାଶୁଷମ୍ ॥ ୧୯॥
ମୁଁ ତ୍ରିଲୋକର
ଏକମାତ୍ର ଅଧିପତି ଅଟେ ଏବଂ ମୁଁ ତୁମକୁ ଦ୍ବୀପ-ଦ୍ବୀପାନଟର ମଧ୍ୟ ଦେଇପାରିବି | ଯିଏ ମୋତେ ନିଜ
ବାଣୀରେ ପ୍ରସନ୍ନ କରି ମୋଠାରୁ କେବଳ ତିନି ପାଦ ଭୂମି ଯାଚନା କରିବେ – ତାଙ୍କୁ କ’ଣ ବୁଦ୍ଧିମାନ କୁହାଯିବ ?
ନ ପୁମାନ୍
ମାମୁପବ୍ରଜ୍ୟ ଭୂୟୋ ଯାଚିତୁମର୍ହତି ।
ତସ୍ମାଦ୍ୱୃତ୍ତିକରୀଂ
ଭୂମିଂ ବଟୋ କାମଂ ପ୍ରତୀଚ୍ଛ ମେ ॥ ୨୦॥
ବ୍ରହ୍ମଚାରୀ ମହାଶୟ
! ଯିଏ ଥରେ ବି ମୋଠାରୁ କିଛି ମାଗିବାକୁ ଆସନ୍ତି, ତାଙ୍କୁ ଅନ୍ୟ
କାହାଠାରୁ କେବେ ବି କିଛି ମାଗିବାର ଆବଶ୍ୟକତା ପଡି ନ ଥାଏ | ତେଣୁ ନିଜର ଜୀବିକା ନିର୍ବାହ
ପାଇଁ ତୁମର ଯେତେ ଭୂମି ଆବଶ୍ୟକ, ତୁମେ ତାହା
ମୋଠାରୁ ମାଗି ନିଅ |
ଶ୍ରୀଭଗବାନୁବାଚ
ଯାବନ୍ତୋ ବିଷୟାଃ
ପ୍ରେଷ୍ଠାସ୍ତ୍ରିଲୋକ୍ୟାମଜିତେନ୍ଦ୍ରିୟମ୍ ।
ନ ଶକ୍ନୁବନ୍ତି ତେ
ସର୍ୱେ ପ୍ରତିପୂରୟିତୁଂ ନୃପ ॥ ୨୧॥
ଶ୍ରୀଭଗବାନ କହିଲେ –
ରାଜନ୍ ! ସଂସାରରେ ଯେତେ ସବୁ ପ୍ରିୟ ବସ୍ତୁ ରହିଛି, ତାହା ଜଣେ
ମନୁଷ୍ୟର କାମନାକୁ ମଧ୍ୟ ପୂର୍ଣ୍ଣ କରିବାକୁ ସମର୍ଥ ନୁହଁନ୍ତି, ଯଦି ସେ ଜିତେନ୍ଦ୍ରିୟ ସନ୍ତୋଷୀ ପୁରୁଷ ହୋଇ ନ ଥିବେ
|
ତ୍ରିଭିଃ
କ୍ରମୈରସନ୍ତୁଷ୍ଟୋ ଦ୍ୱୀପେନାପି ନ ପୂର୍ୟତେ ।
ନବବର୍ଷସମେତେନ
ସପ୍ତଦ୍ୱୀପବରେଚ୍ଛୟା ॥ ୨୨॥
ଯିଏ ତିନି ପାଦ
ଭୂମିରେ ସନ୍ତୁଷ୍ଟ ହୋଇ ନ ଥାଆନ୍ତି, ତାଙ୍କୁ କିଏ
ନବ-ବର୍ଷଯୁକ୍ତ ଏକ ଦ୍ବୀପ ଦାନ କଲେ ମଧ୍ୟ ସେ ସନ୍ତୁଷ୍ଟ ହେବେ ନାହିଁ | କାରଣ ତାଙ୍କ ମନରେ
ସପ୍ତଦ୍ବୀପ ପ୍ରାପ୍ତ କରିବାର ଇଚ୍ଛା ବଳବତ୍ତର ରହିବ |
ସପ୍ତଦ୍ୱୀପାଧିପତୟୋ
ନୃପା ବୈନ୍ୟଗୟାଦୟଃ ।
ଅର୍ଥୈଃ କାମୈର୍ଗତା
ନାନ୍ତଂ ତୃଷ୍ଣାୟା ଇତି ନଃ ଶ୍ରୁତମ୍ ॥ ୨୩॥
ମୁଁ ଶୁଣିଛି ଯେ
ପୃଥୁ, ଗୟ ଆଦି ନରେଶ ସପ୍ତଦ୍ବୀପର ଅଧିପତି ଥିଲେ, କିନ୍ତୁ ସେତେ
ବେଶୀ ଧନ ଏବଂ ଭୋଗ-ସାମଗ୍ରୀ ପ୍ରାପ୍ତ କରି ମଧ୍ୟ ସେମାନଙ୍କର ତୃଷ୍ଣା ଶାନ୍ତ ହୋଇ ନ ଥିଲା |
ଯଦୃଚ୍ଛୟୋପପନ୍ନେନ
ସନ୍ତୁଷ୍ଟୋ ବର୍ତତେ ସୁଖମ୍ ।
ନାସନ୍ତୁଷ୍ଟସ୍ତ୍ରିଭିର୍ଲୋକୈରଜିତାତ୍ମୋପସାଦିତୈଃ
॥ ୨୪॥
ଅତଏବ ପ୍ରାରବ୍ଧବଶ
ଯାହା କିଛି ମିଳିଯାଏ, ସେଥିରେ ସନ୍ତୁଷ୍ଟ ରହୁଥିବା
ପୁରୁଷ ହିଁ ନିଜ ଜୀବନ ସୁଖରେ ଅତିବାହିତ କରିଥାଏ | ଅନ୍ୟ ପକ୍ଷରେ, ଇନ୍ଦ୍ରିୟମାନଙ୍କୁ ଜୟ କରି
ନ ଥିବା ପୁରୁଷ, ତ୍ରିଲୋକର ରାଜ୍ୟ ପ୍ରାପ୍ତ
କରି ମଧ୍ୟ ଦୁଃଖୀ ହିଁ ରହନ୍ତି; କାରଣ ଅସନ୍ତୋଷର ଜ୍ବାଳାରେ ତାଙ୍କର ହୃଦୟ ଦଗ୍ଧ ହେଉଥାଏ |
ପୁଂସୋଽୟଂ
ସଂସୃତେର୍ହେତୁରସନ୍ତୋଷୋଽର୍ଥକାମୟୋଃ ।
ଯଦୃଚ୍ଛୟୋପପନ୍ନେନ
ସନ୍ତୋଷୋ ମୁକ୍ତୟେ ସ୍ମୃତଃ ॥ ୨୫॥
ଧନ ଓ ଭୋଗରେ
ସନ୍ତୁଷ୍ଟ ନ ହେବା ହିଁ ଜୀବର ଜନ୍ମ-ମୃତ୍ୟୁର ଚକ୍ରରେ ଘୂରିଵାର କାରଣ ଅଟେ ତଥା ଯାହିକିଛି
ମିଳୁଛି, ସେଥିରେ ସନ୍ତୁଷ୍ଟ ରହିବା ମୁକ୍ତିର କାରଣ ଅଟେ |
ଯଦୃଚ୍ଛାଲାଭତୁଷ୍ଟସ୍ୟ
ତେଜୋ ବିପ୍ରସ୍ୟ ବର୍ଧତେ ।
ତତ୍ପ୍ରଶାମ୍ୟତ୍ୟସନ୍ତୋଷାଦମ୍ଭସେବାଶୁଶୁକ୍ଷଣିଃ
॥ ୨୬॥
ଯେଉଁ ବ୍ରାହ୍ମଣ
ସ୍ବତଃ ପ୍ରାପ୍ତ ବସ୍ତୁରେ ସନ୍ତୁଷ୍ଟ ରହନ୍ତି, ତାଙ୍କ ତେଜର
ବୃଦ୍ଧି ହୋଇଥାଏ | ଅସନ୍ତୁଷ୍ଟ ରହିବା ଦ୍ବାରା ତାଙ୍କର ତେଜ, ଜଳ ଦ୍ବାରା ଅଗ୍ନି
ଶାନ୍ତ ହୋଇଯିବା ପରି, ନିସ୍ତେଜ ହୋଇଯାଏ |
ତସ୍ମାତ୍ତ୍ରୀଣି
ପଦାନ୍ୟେବ ବୃଣେ ତ୍ୱଦ୍ୱରଦର୍ଷଭାତ୍ ।
ଏତାବତୈବ
ସିଦ୍ଧୋଽହଂ ବିତ୍ତଂ ଯାବତ୍ପ୍ରୟୋଜନମ୍ ॥ ୨୭॥
ଏଥିରେ ସନ୍ଦେହ
ନାହିଁ ଯେ ଆପଣ ଇପ୍ସିତ ବସ୍ତୁ ପ୍ରଦାୟକଙ୍କର ଶିରୋମଣି ଅଟନ୍ତି | କିନ୍ତୁ ମୁଁ ଆପଣଙ୍କଠାରୁ
ମାତ୍ର ତିନି ପାଦ ଭୂମି ଯାଚନା କରୁଛି; ସେତିକିରେ ମୋର
କାମ ହୋଇଯିବ | ଯେତିକି ଆବଶ୍ୟକତା, ସେତିକି ହିଁ ଧନ
ସଂଗ୍ରହ କରିବା ଉଚିତ୍ |
ଶ୍ରୀଶୁକ ଉବାଚ
ଇତ୍ୟୁକ୍ତଃ ସ
ହସନ୍ନାହ ବାଞ୍ଛାତଃ ପ୍ରତିଗୃହ୍ୟତାମ୍ ।
ବାମନାୟ ମହୀଂ
ଦାତୁଂ ଜଗ୍ରାହ ଜଲଭାଜନମ୍ ॥ ୨୮॥
ଶ୍ରୀଶୁକଦେବ
କହୁଛନ୍ତି – ଭଗବାନ ଏପରି କହିବାରୁ ରାଜା ବଳି ହସି ହସି ତାଙ୍କୁ କହିଲେ – ‘ଠିକ୍ ଅଛି, ତୁମର ଯେତିକି ଇଚ୍ଛା ସେତିକି ନେଇଯାଅ |’ ଏହା କହି ବାମନଭଗବାନଙ୍କୁ ତିନି ପାଦ ଭୂମି ଦାନ
କରିବାର ସଂକଳ୍ପ କରିବା ଉଦ୍ଦେଶ୍ୟରେ ସେ ଜଳପାତ୍ର ଉଠାଇଲେ |
ବିଷ୍ଣବେ କ୍ଷ୍ମାଂ
ପ୍ରଦାସ୍ୟନ୍ତମୁଶନା ଅସୁରେଶ୍ୱରମ୍ ।
ଜାନଂଶ୍ଚିକୀର୍ଷିତଂ
ବିଷ୍ଣୋଃ ଶିଷ୍ୟଂ ପ୍ରାହ ବିଦାଂ ବରଃ ॥ ୨୯॥
ଶୁକ୍ରାଚାର୍ଯ୍ୟ
ସବୁକିଛି ଜାଣୁଥିଲେ | ତାଙ୍କ ଦୃଷ୍ଟିରେ ଭଗବାନଙ୍କର ଏହି ଲୀଳା ଅଛପା ନ ଥିଲା | ଭୂମି ଦାନ
କରିବାକୁ ରାଜା ବଳି ଉଦ୍ୟତ ହେଉଥିବା ଦେଖି ସେ କହିଲେ -
ଶୁକ୍ର ଉବାଚ
ଏଷ ବୈରୋଚନେ
ସାକ୍ଷାଦ୍ଭଗବାନ୍ ବିଷ୍ଣୁରବ୍ୟଯଃ ।
କଶ୍ୟପାଦଦିତେର୍ଜାତୋ
ଦେବାନାଂ କାର୍ୟସାଧକଃ ॥ ୩୦॥
ଶୁକ୍ରାଚାର୍ଯ୍ୟ
କହିଲେ – ବିରୋଚନକୁମାର ! ଇଏ ସ୍ବୟଂ ଅବିନାଶୀ ଭଗବାନ ବିଷ୍ଣୁ ଅଟନ୍ତି | ଦେବତାମାନଙ୍କର
କାର୍ଯ୍ୟ ସାଧନ ନିମନ୍ତେ ସେ କଶ୍ୟପଙ୍କର ପତ୍ନୀ ଅଦିତିଙ୍କ ଗର୍ଭରୁ ଅବତୀର୍ଣ୍ଣ ହୋଇଛନ୍ତି |
ପ୍ରତିଶ୍ରୁତଂ
ତ୍ୱୟୈତସ୍ମୈ ଯଦନର୍ଥମଜାନତା ।
ନ ସାଧୁ ମନ୍ୟେ
ଦୈତ୍ୟାନାଂ ମହାନୁପଗତୋଽନୟଃ ॥ ୩୧॥
‘ଇଏ ମୋଠାରୁ
ସବୁକିଛି ଛଡାଇ ନେବେ’ - ଏହି ଅନର୍ଥ ବିଷୟରେ ନ ଜାଣି, ତୁମେ ତାଙ୍କୁ ଦାନ ଦେବାର ପ୍ରତିଜ୍ଞା
କରିନେଲ | ଏହା ଦ୍ବାରା ଦୈତ୍ୟମାନଙ୍କ ପ୍ରତି ବହୁତ ବଡ ଅନ୍ୟାୟ ହେବାକୁ ଯାଉଛି; ମୁଁ ଏହାକୁ ଉଚିତ୍ ମନେ କରୁନାହିଁ |
ଏଷ ତେ
ସ୍ଥାନମୈଶ୍ୱର୍ୟଂ ଶ୍ରିୟଂ ତେଜୋ ଯଶଃ ଶ୍ରୁତମ୍ ।
ଦାସ୍ୟତ୍ୟାଚ୍ଛିଦ୍ୟ
ଶକ୍ରାୟ ମାୟାମାଣବକୋ ହରିଃ ॥ ୩୨॥
ସ୍ବୟଂ ଭଗବାନ ହିଁ
ନିଜ ଯୋଗମାୟା ବଳରେ ବ୍ରହ୍ମଚାରୀ ବେଶ ଧାରଣ କରି ଏଠାରେ ବସିଛନ୍ତି | ସେ ତୁମଠାରୁ ରାଜ୍ୟ, ଐଶ୍ବର୍ଯ୍ୟ, ଲକ୍ଷ୍ମୀ, ତେଜ ଏବଂ ବିଶ୍ବବିଖ୍ୟାତ କୀର୍ତ୍ତି – ସବୁକିଛି ଛଡାଇ
ନେଇ ଇନ୍ଦ୍ରଙ୍କୁ ଦେଇଦେବେ |
ତ୍ରିଭିଃ
କ୍ରମୈରିମାଁଲ୍ଲୋକାନ୍ ବିଶ୍ୱକାୟଃ କ୍ରମିଷ୍ୟତି ।
ସର୍ୱସ୍ୱଂ ବିଷ୍ଣବେ
ଦତ୍ତ୍ୱା ମୂଢ ବର୍ତିଷ୍ୟସେ କଥମ୍ ॥ ୩୩॥
ସେ ବିଶ୍ବେଶ୍ବର
ଅଟନ୍ତି | ତିନି ପାଦରେ ତ ସେ ସମ୍ପୂର୍ଣ୍ଣ ଲୋକକୁ ମାପି ନେବେ | ମୂର୍ଖ ! ଚିନ୍ତା କର, ନିଜର ସର୍ବସ୍ବ ବିଷ୍ଣୁଙ୍କୁ ଦାନ କରିଦେବା ପରେ ତୁମର
ଜୀବନ-ନିର୍ବାହ କିପରି ହେବ |
କ୍ରମତୋ ଗାଂ
ପଦୈକେନ ଦ୍ୱିତୀୟେନ ଦିବଂ ବିଭୋଃ ।
ଖଂ ଚ କାୟେନ ମହତା
ତାର୍ତୀୟସ୍ୟ କୁତୋ ଗତିଃ ॥ ୩୪॥
ଏହି ବିଶ୍ବବ୍ୟାପକ
ଭଗବାନ ଏକ ପାଦରେ ପୃଥିବୀକୁ ଏବଂ ଦ୍ବିତୀୟ ପାଦରେ ସ୍ବର୍ଗକୁ ମାପି ନେବେ | ତାଙ୍କର ବିଶାଳ
ଶରୀରରେ ସମ୍ପୂର୍ଣ୍ଣ ଆକାଶ ଭରିଯିବ | ତାପରେ ତୃତୀୟ ପାଦକୁ ସେ କେଉଁଠାରେ ରଖିବେ ?
ନିଷ୍ଠାଂ ତେ ନରକେ
ମନ୍ୟେ ହ୍ୟପ୍ରଦାତୁଃ ପ୍ରତିଶ୍ରୁତମ୍ ।
ପ୍ରତିଶ୍ରୁତସ୍ୟ
ଯୋଽନୀଶଃ ପ୍ରତିପାଦୟିତୁଂ ଭବାନ୍ ॥ ୩୫॥
ତୁମେ ନିଜର
ପ୍ରତିଜ୍ଞା ପୂର୍ଣ୍ଣ କରିପାରିବ ନାହିଁ ଏବଂ ପ୍ରତିଜ୍ଞା କରି ତାହା ରକ୍ଷା କରି ନ ପାରିବା
କାରଣରୁ ତୁମକୁ ନର୍କଗାମୀ ହେବାକୁ ପଡିବ | ନିଜ ପ୍ରତିଜ୍ଞା ପୂର୍ଣ୍ଣ କରିବା ଦିଗରେ ତୁମେ
ସର୍ବତୋ ଭାବରେ ଅସମର୍ଥ ହେବ |
ନ ତଦ୍ଦାନଂ
ପ୍ରଶଂସନ୍ତି ଯେନ ବୃତ୍ତିର୍ୱିପଦ୍ୟତେ ।
ଦାନଂ ଯଜ୍ଞସ୍ତପଃ
କର୍ମ ଲୋକେ ବୃତ୍ତିମତୋ ଯତଃ ॥ ୩୬॥
ବିଦ୍ବାନ୍ ପୁରୁଷ
ସେପରି ଦାନର ପ୍ରଶଂସା କରନ୍ତି ନାହିଁ, ଯେଉଁ ଦାନ କରିବା
ପରେ ଜୀବନ-ନିର୍ବାହ ନିମନ୍ତେ ଅବଶିଷ୍ଟ କିଛି ରହେନାହିଁ | ଯାହାର ଜୀବନ-ନିର୍ବାହ ଠିକ୍-ଠିକ୍
ଚାଲିଥାଏ – ସେ ହିଁ ସଂସାରରେ ଦାନ, ଯଜ୍ଞ, ତପ, ପରୋପକାର ଆଦି
କର୍ମ କରିପାରେ |
ଧର୍ମାୟ
ଯଶସେଽର୍ଥାୟ କାମାୟ ସ୍ୱଜନାୟ ଚ ।
ପଞ୍ଚଧା ବିଭଜନ୍
ବିତ୍ତମିହାମୁତ୍ର ଚ ମୋଦତେ ॥ ୩୭॥
ଯେଉଁ ମନୁଷ୍ୟ ନିଜର
ଧନକୁ ପାଞ୍ଚ ଭାଗରେ ବିଭକ୍ତ କରିଥାଏ – କିଛି ଧନ ଧର୍ମ ଉଦ୍ଦେଶ୍ୟରେ, କିଛି ଯଶ ଉଦ୍ଦେଶ୍ୟରେ, କିଛି ଧନ ଧନର ଅଭିବୃଦ୍ଧି ନିମନ୍ତେ, କିଛି ଭୋଗ ନିମନ୍ତେ ଏବଂ କିଛି ନିଜର ସ୍ବଜନମାନଙ୍କ
ନିମନ୍ତେ – ସେ ହିଁ ଉଭୟ ଇହଲୋକ ଏବଂ ପରଲୋକରେ ସୁଖୀ ହୋଇଥାଏ |
ଅତ୍ରାପି
ବହ୍ୱୃଚୈର୍ଗୀତଂ ଶୃଣୁ ମେଽସୁରସତ୍ତମ ।
ସତ୍ୟମୋମିତି
ଯତ୍ପ୍ରୋକ୍ତଂ ଯନ୍ନେତ୍ୟାହାନୃତଂ ହି ତତ୍ ॥ ୩୮॥
ଅସୁରଶିରୋମଣି !
ଯଦି ତୁମେ ନିଜ ପ୍ରତିଜ୍ଞା ଭଙ୍ଗର ଆଶଙ୍କା କରୁଥାଅ, ତେବେ
ସେସମ୍ପର୍କରେ ମୁଁ ତୁମକୁ କିଛି ଋଗବେଦୀୟ ଶ୍ରୁତିର ଅଭିପ୍ରାୟ ବିଷୟରେ କହୁଛି, ତୁମେ ଶୁଣ | ଶ୍ରୁତି କହେ – କାହାକୁ କିଛି ଦେବା
ବିଷୟରେ ସ୍ବୀକାର କରିବା, ସତ୍ୟ ଅଟେ ଏବଂ
ଅସ୍ବୀକାର କରିବା ଅସତ୍ୟ ଅଟେ |
ସତ୍ୟଂ ପୁଷ୍ପଫଲଂ
ବିଦ୍ୟାଦାତ୍ମବୃକ୍ଷସ୍ୟ ଗୀୟତେ ।
ବୃକ୍ଷେଽଜୀବତି
ତନ୍ନ ସ୍ୟାଦନୃତଂ ମୂଲମାତ୍ମନଃ ॥ ୩୯॥
ଏହି ଶରୀର ଏକ
ବୃକ୍ଷ ଅଟେ ଏବଂ ସତ୍ୟ ଏହାର ଫଳ-ଫୁଲ ଅଟେ | କିନ୍ତୁ ଯଦି ବୃକ୍ଷ ହିଁ ନ ରହିବ, ଫଳ-ଫୁଲ କିପରି ରହିବେ ? କାରଣ ମନା କରିଦେବା, ନିଜର ବସ୍ତୁ ଅନ୍ୟ କାହାକୁ ନ ଦେବା ବା ଭିନ୍ନ
ଶବ୍ଦରେ ନିଜର ସଂଗ୍ରହ ସୁରକ୍ଷିତ ରଖିବା – ଏହା ଶରୀରରୂପ ବୃକ୍ଷର ମୂଳ ଅଟେ |
ତଦ୍ୟଥା ବୃକ୍ଷ
ଉନ୍ମୂଲଃ ଶୁଷ୍ୟତ୍ୟୁଦ୍ୱର୍ତତେଽଚିରାତ୍ ।
ଏବଂ ନଷ୍ଟାନୃତଃ
ସଦ୍ୟ ଆତ୍ମା ଶୁଷ୍ୟେନ୍ନ ସଂଶୟଃ ॥ ୪୦॥
ମୂଳ ନ ରହିଲେ
ବୃକ୍ଷ ଯେପରି ଶୁଖି ଅଳ୍ପ ଦିନରେ ଉପୁଡି ଜାଏ, ସେହିପରି ଧନ
ଦେବାକୁ ଅସ୍ବୀକାର ନ କଲେ ଏହି ଜୀବନ ଶୁଖିଯିବ – ଏଥିରେ ସନ୍ଦେହ ନାହିଁ |
ପରାଗ୍ରିକ୍ତମପୂର୍ଣଂ
ବା ଅକ୍ଷରଂ ଯତ୍ତଦୋମିତି ।
ଯତ୍କିଞ୍ଚିଦୋମିତି
ବ୍ରୂୟାତ୍ତେନ ରିଚ୍ୟେତ ବୈ ପୁମାନ୍ ।
ଭିକ୍ଷବେ ସର୍ୱମୋଂ
କୁର୍ୱନ୍ ନାଲଂ କାମେନ ଚାତ୍ମନେ ॥ ୪୧॥
‘ହଁ, ମୁଁ ଦେବି’ – ଏହି ବାକ୍ୟ ହିଁ ଧନକୁ ଦୂର କରିଦିଏ |
ତେଣୁ ଏହାର ଉଚ୍ଚାରଣ ହିଁ ଅପୂର୍ଣ୍ଣ ଅର୍ଥାତ୍
ନିର୍ଧନକାରୀ ଅଟେ | ଯେଉଁ ପୁରୁଷ ‘ହଁ ମୁଁ ଦେବି’ ଏପରି କହିଥାଆନ୍ତି, ସେ ଧନହୀନ ହୋଇଯାଆନ୍ତି | ଯିଏ ଯାଚକକୁ ସବୁକିଛି
ଦେବା ସ୍ବୀକାର କରିନିଅନ୍ତି, ନିଜର ଭୋଗ
ନିମନ୍ତେ ତାଙ୍କ ପାଖରେ କୌଣସି ସାମଗ୍ରୀ ରହେନାହିଁ |
ଅଥୈତତ୍ପୂର୍ଣମଭ୍ୟାତ୍ମଂ
ଯଚ୍ଚ ନେତ୍ୟନୃତଂ ବଚଃ ।
ସର୍ୱଂ ନେତ୍ୟନୃତଂ
ବ୍ରୂୟାତ୍ସ ଦୁଷ୍କୀର୍ତିଃ ଶ୍ୱସନ୍ ମୃତଃ ॥ ୪୨॥
ଅନ୍ୟ ପକ୍ଷରେ, ଯିଏ ‘ମୁଁ ଦେବିନାହିଁ’ – ଏହି ଯେଉଁ ଅସ୍ବୀକାରାତ୍ମକ ଅସତ୍ୟର ଆଶ୍ରୟ
ନିଅନ୍ତି, ସେ ନିଜ ଧନକୁ ପରିପୂର୍ଣ୍ଣ ଏବଂ ସୁରକ୍ଷିତ ରଖିପାରନ୍ତି
| ଅବଶ୍ୟ ସବୁ ସମୟରେ ଏପରି କରିବା ଉଚିତ୍ ନୁହେଁ | ଯିଏ ସମସ୍ତଙ୍କ ପାଇଁ, ସବୁ ବସ୍ତୁ ପାଇଁ ଏପରି ଅସତ୍ୟର ଆଶ୍ରୟ ନିଅନ୍ତି, ସଂସାରରେ ତାଙ୍କର ଅପକୀର୍ତ୍ତି ହୋଇଥାଏ | ସେପରି
ଜୀବନ ତ ମୃତ୍ୟୁ ସହିତ ସମାନ ଅଟେ |
ସ୍ତ୍ରୀଷୁ
ନର୍ମବିବାହେ ଚ ବୃତ୍ତ୍ୟର୍ଥେ ପ୍ରାଣସଙ୍କଟେ ।
ଗୋବ୍ରାହ୍ମଣାର୍ଥେ
ହିଂସାୟାଂ ନାନୃତଂ ସ୍ୟାଜ୍ଜୁଗୁପ୍ସିତମ୍ ॥ ୪୩॥
ସ୍ତ୍ରୀମାନଙ୍କୁ
ପ୍ରସନ୍ନ କରିବା ନିମନ୍ତେ, ହାସ-ପରିହାସରେ, ବିବାହରେ, କନ୍ୟା ଆଦିଙ୍କର
ପ୍ରଶଂସା କରିବାକୁ ଯାଇ, ନିଜର ଜୀବିକା ରକ୍ଷା କରିବା
ପାଇଁ, ପ୍ରାଣ-ସଙ୍କଟ ଉପସ୍ଥିତ କାଳରେ, ଗୋ-ବ୍ରାହ୍ମଣଙ୍କର ହିତ ଉଦ୍ଦେଶ୍ୟରେ ତଥା କାହାକୁ
ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଅସତ୍ୟ-ଭାଷଣ ଏତେ ନିନ୍ଦନୀୟ ନୁହେଁ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସମ୍ହିତାୟାଂ
ଅଷ୍ଟମସ୍କନ୍ଧେ
ବାମନପ୍ରାଦୁର୍ଭାବେ ଏକୋନବିଂଶୋଽଧ୍ୟାୟଃ ॥ ୧୯॥

Comments
Post a Comment