ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ଅଷ୍ଟାଦଶ ଅଧ୍ୟାୟ
ବାମନଭଗବାନଙ୍କର ପ୍ରାକଟ୍ୟ ଏବଂ ବଳିଙ୍କ ଯଜ୍ଞଶାଳାକୁ ଆଗମନ
ଶ୍ରୀଶୁକ ଉବାଚ
ଇତ୍ଥଂ
ବିରିଞ୍ଚସ୍ତୁତକର୍ମବୀର୍ୟଃ
ପ୍ରାଦୁର୍ବଭୂବାମୃତଭୂରଦିତ୍ୟାମ୍
।
ଚତୁର୍ଭୁଜଃ
ଶଙ୍ଖଗଦାବ୍ଜଚକ୍ରଃ
ପିଶଙ୍ଗବାସା
ନଲିନାୟତେକ୍ଷଣଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଏହିପରି ଭାବରେ ବ୍ରହ୍ମାଜୀ ଯେତେବେଳେ ଭଗବାନଙ୍କର ଶକ୍ତି ଏବଂ ଲୀଳାର
ସ୍ତୁତି କଲେ, ସେତେବେଳେ
ଜନ୍ମ-ମୃତ୍ୟୁରହିତ ଭଗବାନ ଅଦିତିଙ୍କ ସମ୍ମୁଖରେ ପ୍ରକଟ ହୋଇଗଲେ | ଚତୁର୍ଭୁଜରେ ସେ ଶଂଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିଲେ | କମଳ ପରି କୋମଳ ଅଥଚ ବିଶାଳ
ତାଙ୍କର ନେତ୍ର ଥିଲା | ସେ ପୀତାମ୍ବରରେ ଶୋଭାୟମାନ ଥିଲେ |
ଶ୍ୟାମାବଦାତୋ
ଝଷରାଜକୁଣ୍ଡଲ-
ତ୍ୱିଷୋଲ୍ଲସଚ୍ଛ୍ରୀବଦନାମ୍ବୁଜଃ
ପୁମାନ୍ ।
ଶ୍ରୀବତ୍ସବକ୍ଷା
ବଲୟାଙ୍ଗଦୋଲ୍ଲସ-
ତ୍କିରୀଟକାଞ୍ଚୀଗୁଣଚାରୁନୂପୁରଃ
॥ ୨॥
ବିଶୁଦ୍ଧ
ଶ୍ୟାମବର୍ଣ୍ଣର ଶରୀର ଥିଲା | ମକରାକୃତି କୁଣ୍ଡଳର କାନ୍ତିରେ ମୁଖକମଳର ଶୋଭା ଆହୁରି ବି
ଉଲ୍ଲସିତ ହୋଇ ଉଠୁଥିଲା | ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ, ହସ୍ତରେ କଂକଣ, ଭୁଜରେ ବାଜୂବନ୍ଦ, ମସ୍ତକରେ କିରୀଟି, କଟିଦେଶରେ କିଂକିଣିର ଝରା ଏବଂ
ଚରଣରେ ସୁନ୍ଦର ନୂପୁର ଜଗମଗ ହେଉଥିଲା |
ମଧୁବ୍ରତବ୍ରାତବିଘୁଷ୍ଟୟା
ସ୍ୱୟା
ବିରାଜିତଃ
ଶ୍ରୀବନମାଲୟା ହରିଃ ।
ପ୍ରଜାପତେର୍ୱେଶ୍ମତମଃ
ସ୍ୱରୋଚିଷା
ବିନାଶୟନ୍
କଣ୍ଠନିବିଷ୍ଟକୌସ୍ତୁଭଃ ॥ ୩॥
ଗଳାରେ ଭଗବାନ ନିଜ
ସ୍ବରୂପଭୂତ ବନମାଳା ଧାରଣ କରିଥିଲେ, ଯାହାର
ଚତୁର୍ପାର୍ଶ୍ବରେ ଦଳ-ଦଳ ହୋଇ ଭ୍ରମର ଗୁଂଜରଣ କରୁଥିଲେ | ତାଙ୍କ କଣ୍ଠରେ କୌସ୍ତୁଭମଣି ସୁଶୋଭିତ
ଥିଲା | ଭଗବାନଙ୍କର ଅଙ୍ଗକାନ୍ତିରେ କଶ୍ୟପ ମୁନିଙ୍କ ଘରର ଅନ୍ଧକାର ନାଶ ହୋଇଗଲା |
ଦିଶଃ ପ୍ରସେଦୁଃ
ସଲିଲାଶୟାସ୍ତଦା
ପ୍ରଜାଃ ପ୍ରହୃଷ୍ଟା
ଋତବୋ ଗୁଣାନ୍ୱିତାଃ ।
ଦ୍ୟୌରନ୍ତରିକ୍ଷଂ
କ୍ଷିତିରଗ୍ନିଜିହ୍ୱା
ଗାବୋ ଦ୍ୱିଜାଃ
ସଞ୍ଜହୃଷୁର୍ନଗାଶ୍ଚ ॥ ୪॥
ସମସ୍ତ ଦିଶା ସେହି
ସମୟରେ ନିର୍ମଳ ହୋଇଗଲେ | ନଦୀ ଓ ସରୋବରର ଜଳ ସ୍ବଚ୍ଛ ହୋଇଗଲା | ପ୍ରଜାଙ୍କ ହୃଦୟରେ ଆନନ୍ଦର
ପ୍ଲାବନ ସୃଷ୍ଟି ହେଲା | ସବୁ ଋତୁ ଏକସଙ୍ଗେ ନିଜ ନିଜର ଗୁଣ ପ୍ରକଟ କରିବାରେ ଲାଗିଲେ |
ସ୍ବର୍ଗଲୋକ, ଅନ୍ତରୀକ୍ଷ, ପୃଥିବୀ, ଦେବତା, ଗୌ, ଦ୍ବିଜ ଏବଂ ପର୍ବତ – ସମସ୍ତଙ୍କ ହୃଦୟରେ ହର୍ଷର
ସଞ୍ଚାର ହେଲା |
ଶ୍ରୋଣାୟାଂ
ଶ୍ରବଣଦ୍ୱାଦଶ୍ୟାଂ ମୁହୂର୍ତେଽଭିଜିତି ପ୍ରଭୁଃ ।
ସର୍ୱେ
ନକ୍ଷତ୍ରତାରାଦ୍ୟାଶ୍ଚକ୍ରୁସ୍ତଜ୍ଜନ୍ମ ଦକ୍ଷିଣମ୍ ॥ ୫॥
ପରୀକ୍ଷିତ ! ଯେଉଁ
ସମୟରେ ଭଗବାନ ଜନ୍ମ ଗ୍ରହଣ କଲେ, ସେହି ସମୟରେ
ଚନ୍ଦ୍ରମା ଶ୍ରବଣା ନକ୍ଷତ୍ରରେ ଥିଲେ | ଭାଦ୍ରମାସ ଶୁକ୍ଲପକ୍ଷ ଶ୍ରବଣାନକ୍ଷତ୍ରବିଶିଷ୍ଟ
ଦ୍ବାଦଶୀ ତିଥି ଥିଲା | ଅଭିଜିତ୍ ମୁହୂର୍ତ୍ତରେ ଭଗବାନଙ୍କର ଜନ୍ମ ହେଲା | ସବୁ ଗ୍ରହ-ନକ୍ଷତ୍ର
ଭଗବାନଙ୍କର ଜନ୍ମକୁ ମଙ୍ଗଳମୟ ସୂଚିତ କରୁଥିଲେ |
ଦ୍ୱାଦଶ୍ୟାଂ
ସବିତାତିଷ୍ଠନ୍ମଧ୍ୟନ୍ଦିନଗତୋ ନୃପ ।
ବିଜୟା ନାମ ସା
ପ୍ରୋକ୍ତା ଯସ୍ୟାଂ ଜନ୍ମ ବିଦୁର୍ହରେଃ ॥ ୬॥
ପରୀକ୍ଷିତ ! ଯେଉଁ
ତିଥିରେ ଭଗବାନଙ୍କର ଜନ୍ମ ହୋଇଥିଲା, ତାହାକୁ ‘ବିଜୟା
ଦ୍ବାଦଶୀ’ କହନ୍ତି | ଜନ୍ମ ସମୟରେ ସୂର୍ଯ୍ୟ ଆକାଶର ମଧ୍ୟଭାଗରେ
ସ୍ଥିତ ଥିଲେ |
ଶଙ୍ଖଦୁନ୍ଦୁଭୟୋ
ନେଦୁର୍ମୃଦଙ୍ଗପଣବାନକାଃ ।
ଚିତ୍ରବାଦିତ୍ରତୂର୍ୟାଣାଂ
ନିର୍ଘୋଷସ୍ତୁମୁଲୋଽଭବତ୍ ॥ ୭॥
ଭଗବାନ ଅବତାର
ଗ୍ରହଣ କରିବା ସମୟରେ ଶଂଖ, ଢୋଲ, ମୃଦଙ୍ଗ, ଢପ, ନାଗରା ଆଦି ବାଦ୍ୟ ବାଜି ଉଠିଲା |
ଅନେକ ପ୍ରକାର ବାଦ୍ୟ ଏବଂ ତୁରୀର ତୁମୁଳ ଧ୍ବନି ସୃଷ୍ଟି ହେଲା |
ପ୍ରୀତାଶ୍ଚାପ୍ସରସୋଽନୃତ୍ୟନ୍
ଗନ୍ଧର୍ୱପ୍ରବରା ଜଗୁଃ ।
ତୁଷ୍ଟୁବୁର୍ମୁନୟୋ
ଦେବା ମନବଃ ପିତରୋଽଗ୍ନୟଃ ॥ ୮॥
ଅପ୍ସରାମାନେ
ପ୍ରସନ୍ନ ହୋଇ ନୃତ୍ୟ କରିବାରେ ଲାଗିଲେ | ଶ୍ରେଷ୍ଠ ଗନ୍ଧର୍ବ ଗାୟନ କରିବାରେ ଲାଗିଲେ | ମୁନି, ଦେବତା, ମନୁ, ପିତୃଗଣ ଏବଂ ଅଗ୍ନି ସ୍ତୁତି କରିବାରେ ଲାଗିଲେ |
ସିଦ୍ଧବିଦ୍ୟାଧରଗଣାଃ
ସକିମ୍ପୁରୁଷକିନ୍ନରାଃ ।
ଚାରଣା
ଯକ୍ଷରକ୍ଷାଂସି ସୁପର୍ଣା ଭୁଜଗୋତ୍ତମାଃ ॥ ୯॥
ଗାୟନ୍ତୋଽତିପ୍ରଶଂସନ୍ତୋ
ନୃତ୍ୟନ୍ତୋ ବିବୁଧାନୁଗାଃ ।
ଅଦିତ୍ୟା ଆଶ୍ରମପଦଂ
କୁସୁମୈଃ ସମବାକିରନ୍ ॥ ୧୦॥
ସିଦ୍ଧ, ବିଦ୍ୟାଧର, କିମ୍ପୁରୁଷ,
କିନ୍ନର, ଚାରଣ, ଯକ୍ଷ, ରାକ୍ଷସ, ପକ୍ଷୀ, ମୁଖ୍ୟ-ମୁଖ୍ୟ ନାଗଗଣ ଏବଂ ଦେବତାମାନଙ୍କର ଅନୁଚରମାନେ
ନାଚି-ଗାଇ ଭଗବାନଙ୍କର ଭୂରି-ଭୂରି ପ୍ରଶଂସା କରିବାରେ ଲାଗିଲେ ତଥା ପୁଷ୍ପବୃଷ୍ଟି କରି ସେମାନେ
ଅଦିତିଙ୍କର ଆଶ୍ରମକୁ ପୁଷ୍ପ ମଣ୍ଡିତ କରିଦେଲେ |
ଦୃଷ୍ଟ୍ୱାଦିତିସ୍ତଂ
ନିଜଗର୍ଭସମ୍ଭବଂ
ପରଂ ପୁମାଂସଂ
ମୁଦମାପ ବିସ୍ମିତା ।
ଗୃହୀତଦେହଂ
ନିଜୟୋଗମାୟଯା
ପ୍ରଜାପତିଶ୍ଚାହ
ଜୟେତି ବିସ୍ମିତଃ ॥ ୧୧॥
ନିଜ ଗର୍ଭରୁ
ପ୍ରକଟିତ ପରମ ପୁରୁଷ ପରମାତ୍ମାଙ୍କୁ ଦେଖି ଅଦିତି ଆଶ୍ଚର୍ଯ୍ୟଚକିତ ହେବା ସହ ପରମ ଆନନ୍ଦିତ
ହେଲେ | ପ୍ରଜାପତି କଶ୍ୟପ ମଧ୍ୟ ଭଗବାନଙ୍କୁ ନିଜ ଯୋଗମାୟା ବଳରେ ଶରୀର ଧାରଣ କରିଥିବା ଦେଖି
ବିସ୍ମୟରେ ‘ଜୟ ହୋ, ଜୟ ହୋ’ କରିବାରେ ଲାଗିଲେ |
ଯତ୍ତଦ୍ୱପୁର୍ଭାତି
ବିଭୂଷଣାୟୁଧୈ-
ରବ୍ୟକ୍ତଚିଦ୍ୱ୍ୟକ୍ତମଧାରୟଦ୍ଧରିଃ
।
ବଭୂବ ତେନୈବ ସ
ବାମନୋ ବଟୁଃ
ସମ୍ପଶ୍ୟତୋର୍ଦିବ୍ୟଗତିର୍ୟଥା
ନଟଃ ॥ ୧୨॥
ପରୀକ୍ଷିତ ! ଭଗବାନ
ସ୍ବୟଂ ଅବ୍ୟକ୍ତ ଏବଂ ଚିତ୍-ସ୍ବରୂପ ଅଟନ୍ତି | ସେ ଯେଉଁ ପରମ କାନ୍ତିମୟ ଆଭୂଷଣ ଏବଂ ଆୟୁଧଯୁକ୍ତ
ଦିବ୍ୟ ଶରୀରରେ ପ୍ରକଟ ହୋଇଥିଲେ, ସେହି ଶରୀରରେ ହିଁ
ସେ କଶ୍ୟପ ଏବଂ ଅଦିତିଙ୍କ ଆଖି ଆଗରେ ଚାହୁଁ ଚାହୁଁ ବାମନ ବ୍ରହ୍ମଚାରୀ ରୂପ ଧାରଣ କରିନେଲେ |
ନଟ ଭେଷ ବଦଳାଇବା ପରି ଭଗବାନ ନିଜର ରୂପକୁ ପରିବର୍ତ୍ତିତ କରିଦେଲେ | ଭଗବାନ ତ
ଲୀଳାପୁରୁଷୋତ୍ତମ ଅଟନ୍ତି; ତାଙ୍କର ଲୀଳା
ଅଦ୍ଭୁତ ଅଟେ |
ତଂ ବଟୁଂ ବାମନଂ
ଦୃଷ୍ଟ୍ୱା ମୋଦମାନା ମହର୍ଷୟଃ ।
କର୍ମାଣି
କାରୟାମାସୁଃ ପୁରସ୍କୃତ୍ୟ ପ୍ରଜାପତିମ୍ ॥ ୧୩॥
ଭଗବାନଙ୍କୁ ବାମନ
ବ୍ରହ୍ମଚାରୀ ରୂପରେ ଦେଖି ମହର୍ଷିମାନେ ଅତ୍ୟନ୍ତ ଆନନ୍ଦିତ ହେଲେ | ସେମାନେ କଶ୍ୟପ
ପ୍ରଜାପତିଙ୍କୁ ଅଗ୍ରଭାଗରେ ରଖି ଜାତକର୍ମ ଆଦି ସଂସ୍କାର କରାଇଲେ |
ତସ୍ୟୋପନୀୟମାନସ୍ୟ
ସାବିତ୍ରୀଂ ସବିତାବ୍ରବୀତ୍ ।
ବୃହସ୍ପତିର୍ବ୍ରହ୍ମସୂତ୍ରଂ
ମେଖଲାଂ କଶ୍ୟପୋଽଦଦାତ୍ ॥ ୧୪॥
ଯେତେବେଳେ ତାଙ୍କର
ଉପନୟନ ସଂସ୍କାର ହେଲା, ଗାୟତ୍ରୀର
ଅଧିଷ୍ଠାତୃ-ଦେବତା ସ୍ବୟଂ ସବିତା ତାଙ୍କୁ ଗାୟତ୍ରୀର ଉପଦେଶ ଦେଲେ | ଦେବଗୁରୁ ବୃହଷ୍ପତି
ଯଜ୍ଞୋପବୀତ ଏବଂ କଶ୍ୟପ ମେଖଳା ଦେଲେ |
ଦଦୌ କୃଷ୍ଣାଜିନଂ
ଭୂମିର୍ଦଣ୍ଡଂ ସୋମୋ ବନସ୍ପତିଃ ।
କୌପୀନାଚ୍ଛାଦନଂ
ମାତା ଦ୍ୟୌଶ୍ଛତ୍ରଂ ଜଗତଃ ପତେଃ ॥ ୧୫॥
ପୃଥିବୀ କୃଷ୍ଣମୃଗ
ଚର୍ମ, ବନର ସ୍ବାମୀ ଚନ୍ଦ୍ରମା ଦଣ୍ଡ, ମାତା ଅଦିତି କୌପିନ ଓ କଟିବସ୍ତ୍ର ଏବଂ
ଆକାଶ-ଅଭିମାନୀ ଦେବତା ବାମନ ଭଗବାନଙ୍କୁ ଛତ୍ର ଦେଲେ |
କମଣ୍ଡଲୁଂ
ବେଦଗର୍ଭଃ କୁଶାନ୍ ସପ୍ତର୍ଷୟୋ ଦଦୁଃ ।
ଅକ୍ଷମାଲାଂ ମହାରାଜ
ସରସ୍ୱତ୍ୟବ୍ୟଯାତ୍ମନଃ ॥ ୧୬॥
ପରୀକ୍ଷିତ ! ଅବିନାଶୀ
ପ୍ରଭୁଙ୍କୁ ବ୍ରହ୍ମାଜୀ କମଣ୍ଡଳୁ, ସପ୍ତର୍ଷିମାନେ
କୁଶ ଏବଂ ସରସ୍ବତୀ ରୁଦ୍ରାକ୍ଷ ମାଳା ସମର୍ପିତ କଲେ |
ତସ୍ମା
ଇତ୍ୟୁପନୀତାୟ ଯକ୍ଷରାଟ୍ ପାତ୍ରିକାମଦାତ୍ ।
ଭିକ୍ଷାଂ ଭଗବତୀ
ସାକ୍ଷାଦୁମାଦାଦମ୍ବିକା ସତୀ ॥ ୧୭॥
ଏହିରୂପେ ଯେତେବେଳେ
ବାମନଭଗବାନଙ୍କର ଉପନୟନ ସଂସ୍କାର ସମାପନ ହେଲା, ସେତେବେଳେ
ଯକ୍ଷରାଜ କୁବେର ତାଙ୍କ ହାତରେ ଭିକ୍ଷାପାତ୍ର ଦେଲେ ଏବଂ ସତୀଶିରୋମଣି ଜଗଜ୍ଜନନୀ ସ୍ବୟଂ ଭଗବତୀ
ଉମା ତାଙ୍କୁ ଭିକ୍ଷା ଦାନ କଲେ |
ସ
ବ୍ରହ୍ମବର୍ଚସେନୈବଂ ସଭାଂ ସମ୍ଭାବିତୋ ବଟୁଃ ।
ବ୍ରହ୍ମର୍ଷିଗଣସଞ୍ଜୁଷ୍ଟାମତ୍ୟରୋଚତ
ମାରିଷଃ ॥ ୧୮॥
ଏହିପରି ଭାବରେ
ସମସ୍ତେ ବଟୁବେଶଧାରୀ ଭଗବାନଙ୍କର ବିବିଧ ପ୍ରକାରେ ସମ୍ମାନ କଲେ | ତାପରେ ବ୍ରହ୍ମର୍ଷିମାନଙ୍କର
ଭରାପୂରା ସଭାରେ ଭଗବାନ ନିଜ ବ୍ରହ୍ମତେଜରେ ଅତ୍ୟନ୍ତ ଶୋଭାୟମାନ ହେଲେ |
ସମିଦ୍ଧମାହିତଂ
ବହ୍ନିଂ କୃତ୍ୱା ପରିସମୂହନମ୍ ।
ପରିସ୍ତୀର୍ୟ
ସମଭ୍ୟର୍ଚ୍ୟ ସମିଦ୍ଭିରଜୁହୋଦ୍ଦ୍ୱିଜଃ ॥ ୧୯॥
ଏହାପରେ ଭଗବାନ
ସେଠାରେ ସ୍ଥାପିତ ପ୍ରଜ୍ବଳିତ ଅଗ୍ନିର କୁଶ ଦ୍ବାରା ପରିସମୂହନ ଏବଂ ପରିସ୍ତରଣ କରି ପୂଜା କଲେ
ଏବଂ ସମିଧା ଦ୍ବାରା ହୋମ କଲେ |
ଶ୍ରୁତ୍ୱାଶ୍ୱମେଧୈର୍ୟଜମାନମୂର୍ଜିତଂ
ବଲିଂ
ଭୃଗୂଣାମୁପକଲ୍ପିତୈସ୍ତତଃ ।
ଜଗାମ
ତତ୍ରାଖିଲସାରସମ୍ଭୃତୋ
ଭାରେଣ ଗାଂ
ସନ୍ନମୟନ୍ ପଦେ ପଦେ ॥ ୨୦॥
ପରୀକ୍ଷିତ ! ସେହି
ସମୟରେ ଭଗବାନ ଶୁଣିବାକୁ ପାଇଲେ ଯେ ସର୍ବ-ସାଧନସମ୍ପନ୍ନ ଯଶସ୍ବୀ ବଳି ଭୃଗୁବଂଶୀ
ବ୍ରାହ୍ମଣମାନଙ୍କର ଆଦେଶରେ ବହୁତ ବଡ ଅଶ୍ବମେଧ ଯଜ୍ଞର ଆୟୋଜନ କରୁଛନ୍ତି | ସେ ସେଠାକୁ ଯାତ୍ରା
କଲେ | ଭଗବାନ ସମସ୍ତ ଶକ୍ତିରେ ଯୁକ୍ତ ଅଟନ୍ତି; ସେଥିପାଇଁ ସେ
ଚାଲୁଥିବା ସମୟରେ ତାଙ୍କ ଭାରରେ ପୃଥିବୀ ତାଙ୍କର ପ୍ରତି ପଦପାତରେ ନଇଁ ଯାଉଥିଲା |
ତଂ ନର୍ମଦାୟାସ୍ତଟ
ଉତ୍ତରେ ବଲେଃ
ଯ ଋତ୍ୱିଜସ୍ତେ
ଭୃଗୁକଚ୍ଛସଞ୍ଜ୍ଞକେ ।
ପ୍ରବର୍ତୟନ୍ତୋ
ଭୃଗବଃ କ୍ରତୂତ୍ତମଂ
ବ୍ୟଚକ୍ଷତାରାଦୁଦିତଂ
ଯଥା ରବିମ୍ ॥ ୨୧॥
ନର୍ମଦା ନଦୀର
ଉତ୍ତର ତଟଦେଶରେ ‘ଭୃଗୁକଚ୍ଛ’ ନାମକ ଏକ ଅତି ସୁନ୍ଦର ସ୍ଥାନ ରହିଛି | ସେଠାରେ ଭୃଗୁବଂଶୀ
ଋତ୍ବିଜମାନେ ବଳିଙ୍କ ଦ୍ବାରା ଶ୍ରେଷ୍ଠ ଯଜ୍ଞର ଅନୁଷ୍ଠାନ କରାଉ ଥିଲେ | ଦୂରରୁ ବାମନଭଗବାନଙ୍କୁ
ଦେଖି ସେମାନଙ୍କୁ ପ୍ରତୀତ ହେଲା ସତେ ଯେପରି ସାକ୍ଷାତ ସୂର୍ଯ୍ୟଦେବଙ୍କର ଉଦୟ ହୋଇଛି |
ତ ଋତ୍ୱିଜୋ ଯଜମାନଃ
ସଦସ୍ୟା
ହତତ୍ୱିଷୋ
ବାମନତେଜସା ନୃପ ।
ସୂର୍ୟଃ
କିଲାୟାତ୍ୟୁତ ବା ବିଭାବସୁଃ
ସନତ୍କୁମାରୋଽଥ
ଦିଦୃକ୍ଷୟା କ୍ରତୋଃ ॥ ୨୨॥
ପରୀକ୍ଷିତ !
ବାମନଭଗବାନଙ୍କ ତେଜରେ ଋତ୍ବିଜ୍, ଯଜମାନ ଏବଂ ସଦସ୍ୟ – ସମସ୍ତେ ନିସ୍ତେଜ ହୋଇଗଲେ | ସେମାନେ
ଭାବିଲେ ଯଜ୍ଞ ଦେଖିବାକୁ ସ୍ବୟଂ ସୂର୍ଯ୍ୟ, ଅଗ୍ନି ଅଥବା
ସନତକୁମାର ଆଗମନ କରିନାହାଁନ୍ତି ତ |
ଇତ୍ଥଂ ସଶିଷ୍ୟେଷୁ
ଭୃଗୁଷ୍ୱନେକଧା
ବିତର୍କ୍ୟମାଣୋ
ଭଗବାନ୍ ସ ବାମନଃ ।
ଛତ୍ରଂ ସଦଣ୍ଡଂ
ସଜଲଂ କମଣ୍ଡଲୁଂ
ବିବେଶ
ବିଭ୍ରଦ୍ଧୟମେଧବାଟମ୍ ॥ ୨୩॥
ଭୃଗୁପୁତ୍ର
ଶୁକ୍ରାଚାର୍ଯ୍ୟ ଆଦି ସେମାନଙ୍କର ଶିଷ୍ୟମାନଙ୍କ ସହିତ ବସି ଏହିପରି ଅନେକ ପ୍ରକାରର
କଳ୍ପନା-ଜଲ୍ପନା କରିବାରେ ଲାଗିଥିଲେ | ସେହି ସମୟରେ ହାତରେ ଛତ୍ର, ଦଣ୍ଡ, ଏବଂ ଜଳଭରା
କମଣ୍ଡଳୁ ଧରି ବାମନଭଗବାନ ଅଶ୍ବମେଧ ଯଜ୍ଞ ମଣ୍ଡପରେ ପ୍ରବେଶ କଲେ |
ମୌଞ୍ଜ୍ୟା ମେଖଲୟା
ବୀତମୁପବୀତାଜିନୋତ୍ତରମ୍ ।
ଜଟିଲଂ ବାମନଂ
ବିପ୍ରଂ ମାୟାମାଣବକଂ ହରିମ୍ ॥ ୨୪॥
ପ୍ରବିଷ୍ଟଂ
ବୀକ୍ଷ୍ୟ ଭୃଗବଃ ସଶିଷ୍ୟାସ୍ତେ ସହାଗ୍ନିଭିଃ ।
ପ୍ରତ୍ୟଗୃହ୍ଣନ୍
ସମୁତ୍ଥାୟ ସଙ୍କ୍ଷିପ୍ତାସ୍ତସ୍ୟ ତେଜସା ॥ ୨୫॥
ସେ କଟିରେ ଛଣପଟର
ମେଖଳା ଏବଂ ଗଳାରେ ଯଜ୍ଞୋପବୀତ ଧାରଣ କରିଥିଲେ | ତାଙ୍କ କାଖତଳେ ମୃଗଚର୍ମ ଏବଂ ମସ୍ତକରେ ଜଟ
ଥିଲା | ଏହିପରି ବାମନ ବ୍ରାହ୍ମଣ ଭେଷରେ ନିଜ ମାୟାରେ ବ୍ରହ୍ମଚାରୀ ସାଜି ଥିବା ଭଗବାନ
ଯେତେବେଳେ ଯଜ୍ଞମଣ୍ଡପରେ ପ୍ରବେଶ କଲେ, ତାଙ୍କ ତେଜର
ପ୍ରଭାବରେ ଭୃଗୁବଂଶୀ ବ୍ରାହ୍ମଣ ଏବଂ ସେମାନଙ୍କର ଶିଷ୍ୟମାନେ ନିଷ୍ପ୍ରଭ ହୋଇଗଲେ | ସେମାନେ
ସମସ୍ତେ ଅଗ୍ନିମାନଙ୍କ ସହିତ ଉଠି ଠିଆ ହୋଇଗଲେ ଏବଂ ବାମନଭଗବାନଙ୍କର ସ୍ବାଗତ-ସତ୍କାର କଲେ |
ଯଜମାନଃ ପ୍ରମୁଦିତୋ
ଦର୍ଶନୀୟଂ ମନୋରମମ୍ ।
ରୂପାନୁରୂପାବୟବଂ
ତସ୍ମା ଆସନମାହରତ୍ ॥ ୨୬॥
ଭଗବାନଙ୍କର ଲଘୁରୂପ
ଅନୁରୂପ ତାଙ୍କର ସମସ୍ତ ଅଙ୍ଗ ଛୋଟ-ଛୋଟ ଅଥଚ ଅତ୍ୟନ୍ତ ମନୋରମ ଏବଂ ଦର୍ଶନୀୟ ଥିଲା | ତାଙ୍କୁ
ଦେଖି ବଳିଙ୍କର ମନ ଆନନ୍ଦରେ ଭରିଗଲା ଏବଂ ସେ ବାମନଭଗବାନଙ୍କୁ ଏକ ଉତ୍ତମ ଆସନ ଦେଲେ |
ସ୍ୱାଗତେନାଭିନନ୍ଦ୍ୟାଥ
ପାଦୌ ଭଗବତୋ ବଲିଃ ।
ଅବନିଜ୍ୟାର୍ଚୟାମାସ
ମୁକ୍ତସଙ୍ଗମନୋରମମ୍ ॥ ୨୭॥
ତାପରେ
ସ୍ବାଗତ-ବାଣୀରେ ଅଭିନନ୍ଦନ କରି ତାଙ୍କର ପଦ-ପ୍ରକ୍ଷାଳନ କଲେ ଏବଂ ସଙ୍ଗରହିତ ମହାପୁରୁଷମାନଙ୍କୁ
ମଧ୍ୟ ଅତ୍ୟନ୍ତ ପ୍ରିୟ ମନେ ହେଉଥିବା ବାମନଭଗବାନଙ୍କର ପୂଜା କଲେ |
ତତ୍ପାଦଶୌଚଂ
ଜନକଲ୍ମଷାପହଂ
ସ
ଧର୍ମବିନ୍ମୂର୍ଧ୍ନ୍ୟଦଧାତ୍ସୁମଙ୍ଗଲମ୍ ।
ଯଦ୍ଦେବଦେବୋ
ଗିରିଶଶ୍ଚନ୍ଦ୍ରମୌଲିଃ
ଦଧାର ମୂର୍ଧ୍ନା
ପରୟା ଚ ଭକ୍ତ୍ୟା ॥ ୨୮॥
ଭଗବାନଙ୍କର ଚରଣୋଦକ
ପରମ ମଙ୍ଗଳମୟ ଅଟେ | ତଦ୍ବାରା ଜୀବର ସମସ୍ତ ପାପ-ତାପ ଧୌତ ହୋଇଯାଏ | ସ୍ବୟଂ ଦେବାଧିଦେବ
ଚନ୍ଦ୍ରମୌଳି ଭଗବାନ ଶଂକର ଅତ୍ୟନ୍ତ ଭକ୍ତିଭାବରେ ତାହାକୁ ନିଜ ମସ୍ତକରେ ଧାରଣ କରିଥାଆନ୍ତି |
ଆଜି ସେହି ଚରଣାମୃତ ଧର୍ମର ମର୍ମଜ୍ଞ ରାଜା ବଳିଙ୍କୁ ପ୍ରାପ୍ତ ହେଲା | ସେ ତାହାକୁ ଅତି
ପ୍ରେମରେ ନିଜ ମସ୍ତକରେ ସ୍ଥାପନ କଲେ |
ବଲିରୁବାଚ
ସ୍ୱାଗତଂ ତେ
ନମସ୍ତୁଭ୍ୟଂ ବ୍ରହ୍ମନ୍ କିଂ କରବାମ ତେ ।
ବ୍ରହ୍ମର୍ଷୀଣାଂ
ତପଃ ସାକ୍ଷାନ୍ମନ୍ୟେ ତ୍ୱାଽଽର୍ୟ ବପୁର୍ଧରମ୍ ॥ ୨୯॥
ବଳି କହିଲେ –
ବ୍ରାହ୍ମଣକୁମାର ! ଆପଣଙ୍କର ଆଗମନ ଅତ୍ୟନ୍ତ ମଙ୍ଗଳକାରୀ ଅଟେ | ମୁଁ ଆପଣଙ୍କୁ ନମସ୍କାର କରୁଛି
| ଆଜ୍ଞା ଦିଅନ୍ତୁ, ମୁଁ ଆପଣଙ୍କର କେଉଁ ସେବା
କରିପାରିବି | ଆର୍ଯ୍ୟ ! ଆପଣଙ୍କୁ ଦେଖି ମୋର ମନେହେଉଛି ବଡ-ବଡ ବ୍ରହ୍ମର୍ଷିମାନଙ୍କର ତପସ୍ୟା
ମୂର୍ତ୍ତିମାନ ହୋଇ ମୋ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି |
ଅଦ୍ୟ ନଃ
ପିତରସ୍ତୃପ୍ତା ଅଦ୍ୟ ନଃ ପାବିତଂ କୁଲମ୍ ।
ଅଦ୍ୟ ସ୍ୱିଷ୍ଟଃ
କ୍ରତୁରୟଂ ଯଦ୍ଭବାନାଗତୋ ଗୃହାନ୍ ॥ ୩୦॥
ଆଜି ଆପଣ ମୋ ଘରକୁ
ଆଗମନ କରିଛନ୍ତି, ଏଥିରେ ମୋର ପିତୃପୁରୁଷ
ତୃପ୍ତ ହୋଇଗଲେ | ମୋର ବଂଶ ପବିତ୍ର ହୋଇଗଲା ଏବଂ ମୋର ଏହି ଯଜ୍ଞ ସଫଳ ହୋଇଗଲା |
ଅଦ୍ୟାଗ୍ନୟୋ ମେ
ସୁହୁତା ଯଥାବିଧି
ଦ୍ୱିଜାତ୍ମଜ
ତ୍ୱଚ୍ଚରଣାବନେଜନୈଃ ।
ହତାଂହସୋ
ବାର୍ଭିରିୟଂ ଚ ଭୂରହୋ
ତଥା ପୁନୀତା
ତନୁଭିଃ ପଦୈସ୍ତବ ॥ ୩୧॥
ବ୍ରାହ୍ମଣକୁମାର !
ଆପଣଙ୍କର ପଦ-ପ୍ରକ୍ଷାଳନ କରି ମୋର ସବୁ ପାପ ଧୌତ ହୋଇଗଲା | ବିଧିପୂର୍ବକ ଯଜ୍ଞ କରିବା ଏବଂ
ଅଗ୍ନିରେ ଆହୁତି ଦେବାର ଫଳ ମୋତେ ଅନାୟାସରେ ମିଳିଗଲା | ଆପଣଙ୍କର ଏହି ଛୋଟ-ଛୋଟ ଚରଣ ଏବଂ ତାହାର
ଚରଣୋଦକରେ ପୃଥିବୀ ପବିତ୍ର ହୋଇଗଲା |
ଯଦ୍ୟଦ୍ୱଟୋ
ବାଞ୍ଛସି ତତ୍ପ୍ରତୀଚ୍ଛ ମେ
ତ୍ୱାମର୍ଥିନଂ
ବିପ୍ରସୁତାନୁତର୍କୟେ ।
ଗାଂ କାଞ୍ଚନଂ
ଗୁଣବଦ୍ଧାମ ମୃଷ୍ଟଂ
ତଥାନ୍ନପେୟମୁତ ବା
ବିପ୍ରକନ୍ୟାମ୍ ।
ଗ୍ରାମାନ୍
ସମୃଦ୍ଧାଂସ୍ତୁରଗାନ୍ ଗଜାନ୍ ବା
ରଥାଂସ୍ତଥାର୍ହତ୍ତମ
ସମ୍ପ୍ରତୀଚ୍ଛ ॥ ୩୨॥
ବ୍ରାହ୍ମଣକୁମାର !
ମୋର ମନେହେଉଛି ଆପଣ ମୋଠାରୁ କିଛି ଇଚ୍ଛା କରୁଛନ୍ତି | ପରମ ପୂଜ୍ୟ ବ୍ରହ୍ମଚାରୀ ! ଆପଣଙ୍କର
ଯାହା ଇଚ୍ଛା – ଗାଈ, ସୁନା, ସମସ୍ତ ସାମଗ୍ରୀରେ
ସୁସଜ୍ଜିତ ଘର, ପବିତ୍ର ଅନ୍ନ, ପାନୀୟ ବସ୍ତୁ, ବିବାହ କରିବା
ପାଇଁ ବ୍ରାହ୍ମଣ କନ୍ୟା, ସମ୍ପତ୍ତିରେ ଭରା ଗ୍ରାମ,
ଘୋଡା, ହାତୀ, ରଥ – ଏସବୁ ଆପଣ
ମୋଠାରୁ ମାଗି ନିଅନ୍ତୁ | ବିନା ଦ୍ବିଧାରେ ମୋଠାରୁ ମାଗି ନିଅନ୍ତୁ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସମ୍ହିତାୟାମଷ୍ଟମସ୍କନ୍ଧେ
ବାମନପ୍ରାଦୁର୍ଭାବେ
ବଲିବାମନସମ୍ବାଦେ ଅଷ୍ଟାଦଶୋଽଧ୍ୟାୟଃ ॥ ୧୮॥

Comments
Post a Comment