ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ଏକବିଂଶ ଅଧ୍ୟାୟ ବଳି ବନ୍ଧା ହେଲେ ଶ୍ରୀଶୁକ ଉବାଚ ସତ୍ୟଂ ସମୀକ୍ଷ୍ୟାବ୍ଜଭବୋ ନଖେନ୍ଦୁଭି- ର୍ହତସ୍ୱଧାମଦ୍ୟୁତିରାବୃତୋଽଭ୍ୟଗାତ୍ । ମରୀଚିମିଶ୍ରା ଋଷୟୋ ବୃହଦ୍ୱ୍ରତାଃ ସନନ୍ଦନାଦ୍ୟା ନରଦେବ ଯୋଗିନଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ଚରଣକମଳ ସତ୍ୟଲୋକରେ ପହଞ୍ଚି ଗଲା | ତାହାର ନଖଚନ୍ଦ୍ର ଛଟାରେ ସତ୍ୟଲୋକର ଆଭା ଫିକା ପଡିଗଲା | ସ୍ବୟଂ ବ୍ରହ୍ମା ତାହାର ପ୍ରକାଶରେ ସତେ ଯେପରି ବୁଡି ଗଲେ | ସେ ମରୀଚି ଆଦି ଋଷି , ସନନ୍ଦନ ଆଦି ନୈଷ୍ଠିକ ବ୍ରହ୍ମଚାରୀ ଏବଂ ବଡ-ବଡ ଯୋଗୀମାନଙ୍କ ସହିତ ଭଗବାନଙ୍କ ଚରଣକମଳର ସ୍ବାଗତ ବନ୍ଦନା କଲେ | ବେଦୋପବେଦା ନିୟମାନ୍ୱିତା ଯମା- ସ୍ତର୍କେତିହାସାଙ୍ଗପୁରାଣସଂହିତାଃ । ଯେ ଚାପରେ ଯୋଗସମୀରଦୀପିତ- ଜ୍ଞାନାଗ୍ନିନା ରନ୍ଧିତକର୍ମକଲ୍ମଷାଃ । ବବନ୍ଦିରେ ଯତ୍ସ୍ମରଣାନୁଭାବତଃ ସ୍ୱାୟମ୍ଭୁବଂ ଧାମ ଗତା ଅକର୍ମକମ୍ ॥ ୨॥ ବେଦ , ଉପବେଦ , ନିୟମ , ଯମ , ତର୍କ , ଇତିହାସ , ବେଦାଙ୍ଗ ଏବଂ ପୁରାଣ-ସଂହିତା – ଯେଉଁମାନେ ମୂର୍ତ୍ତିମାନ ହୋଇ ବ୍ରହ୍ମଲୋକରେ ନିବାସ କରନ୍ତି – ତଥା ଯେଉଁ ମହାତ୍ମାମାନେ ଯୋଗରୂପ ବାୟୁରେ ଜ୍ଞାନାଗ୍ନିକୁ ପ୍ରଜ୍ବଳିତ କରି କର୍ମମଳକୁ ଭସ୍ମ କରିଦେଇଛନ୍ତି , ସେମାନେ ସମସ୍ତେ ଭଗବାନଙ୍କ ଚରଣର ବନ୍ଦନା କଲେ...