ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ବିଂଶ ଅଧ୍ୟାୟ

ଭଗବାନ ବାମନ ବିରାଟରୂପ ହୋଇ ଦୁଇ ପାଦରେ ପୃଥିବୀ ଏବଂ ସ୍ବର୍ଗକୁ ମାପି ନେଲେ

 

ଶ୍ରୀଶୁକ ଉବାଚ

ବଲିରେବଂ ଗୃହପତିଃ କୁଲାଚାର୍ୟେଣ ଭାଷିତଃ ।

ତୂଷ୍ଣୀଂ ଭୂତ୍ୱା କ୍ଷଣଂ ରାଜନ୍ନୁବାଚାବହିତୋ ଗୁରୁମ୍ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! କୁଳଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଏପରି କଥନ ଶୁଣି ଆଦର୍ଶ ଗୃହସ୍ଥ ରାଜା ବଳି କ୍ଷଣ କାଳ ଚୁପ୍ ରହିଲେ ଏବଂ ତାପରେ ଅତ୍ୟନ୍ତ ବିନୟୀ ଭାବରେ ସାବଧାନପୂର୍ବକ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏହା କହିଲେ -

ବଲିରୁବାଚ

ସତ୍ୟଂ ଭଗବତା ପ୍ରୋକ୍ତଂ ଧର୍ମୋଽୟଂ ଗୃହମେଧିନାମ୍ ।

ଅର୍ଥଂ କାମଂ ଯଶୋ ବୃତ୍ତିଂ ଯୋ ନ ବାଧେତ କର୍ହିଚିତ୍ ॥ ୨॥

ରାଜା ବଳି କହିଲେ – ଭଗବନ୍ ! ଆପଣଙ୍କର କଥନ ସତ୍ୟ ଅଟେ | ଗୃହସ୍ଥାଶ୍ରମରେ ରହୁଥିବା ବ୍ୟକ୍ତିଙ୍କ ଧର୍ମ ଏହା ଅଟେ ଯଦ୍ବାରା ଅର୍ଥ, କାମ, ଯଶ ଏବଂ ଆଜୀବିକା ପ୍ରତି କେବେ କୌଣସି ବାଧା ଉତ୍ପନ୍ନ ନ ହୁଏ |

ସ ଚାହଂ ବିତ୍ତଲୋଭେନ ପ୍ରତ୍ୟାଚକ୍ଷେ କଥଂ ଦ୍ୱିଜମ୍ ।

ପ୍ରତିଶ୍ରୁତ୍ୟ ଦଦାମୀତି ପ୍ରାହ୍ଲାଦିଃ କିତବୋ ଯଥା ॥ ୩॥

କିନ୍ତୁ ଗୁରୁଦେବ ! ମୁଁ ପ୍ରହ୍ଲାଦ ମହାରାଜଙ୍କର ପୌତ୍ର ଅଟେ ଏବଂ ଦେବା ପାଇଁ ମୁଁ ଥରେ ପ୍ରତିଜ୍ଞା କରିସାରିଛି | ଏବେ ପ୍ରତାରକମାନଙ୍କ ପରି ଧନ ଲୋଭରେ ଏହି ବ୍ରାହ୍ମଣଙ୍କୁ ମୁଁ କିପରି କହିବି ଯେ ‘ମୁଁ ତୁମକୁ ଦେବି ନାହିଁ’ ?

ନ ହ୍ୟସତ୍ୟାତ୍ପରୋଽଧର୍ମ ଇତି ହୋବାଚ ଭୂରିୟମ୍ ।

ସର୍ୱଂ ସୋଢୁମଲଂ ମନ୍ୟେ ଋତେଽଲୀକପରଂ ନରମ୍ ॥ ୪॥

ପୃଥିବୀ କହେ, ‘ଅସତ୍ୟରୁ ବଳି କୌଣସି ଅଧର୍ମ ନାହିଁ | ମୁଁ ସବୁକିଛି ସହ୍ୟ କରିବାକୁ ସମର୍ଥ; କିନ୍ତୁ ମିଥ୍ୟାଚାରୀ ମନୁଷ୍ୟର ଭାର ମୁଁ ସହି ପାରେ ନାହିଁ’ |

ନାହଂ ବିଭେମି ନିରୟାନ୍ନାଧନ୍ୟାଦସୁଖାର୍ଣବାତ୍ ।

ନ ସ୍ଥାନଚ୍ୟବନାନ୍ମୃତ୍ୟୋର୍ୟଥା ବିପ୍ରପ୍ରଲମ୍ଭନାତ୍ ॥ ୫॥

ମୁଁ ନର୍କ, ଦରିଦ୍ରତା, ଦୁଃଖର ସମୁଦ୍ର, ନିଜ ରାଜ୍ୟନାଶ, ଏବଂ ମୃତ୍ୟୁକୁ ମଧ୍ୟ ସେତେ ଭୟ କରେନାହିଁ, ଯେତିକି ଭୟ ମୋର ବ୍ରାହ୍ମଣଙ୍କ ଆଗରେ ପ୍ରତିଜ୍ଞା କରି ତାଙ୍କୁ ପ୍ରତାରିତ କରିବା ପ୍ରତି ରହିଥାଏ |

ଯଦ୍ୟଦ୍ଧାସ୍ୟତି ଲୋକେଽସ୍ମିନ୍ ସମ୍ପରେତଂ ଧନାଦିକମ୍ ।

ତସ୍ୟ ତ୍ୟାଗେ ନିମିତ୍ତଂ କିଂ ବିପ୍ରସ୍ତୁଷ୍ୟେନ୍ନ ତେନ ଚେତ୍ ॥ ୬॥

ମୃତ୍ୟୁରେ ସଂସାରର ଧନ ଆଦି ଯେଉଁ-ଯେଉଁ ବସ୍ତୁର ତ୍ୟାଗ ସ୍ବତଃ ହୋଇଯାଏ, ଦାନ ଦ୍ବାରା ସେହିସବୁ ବସ୍ତୁରେ ଯଦି ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରା ନ ଯାଏ, ତେବେ ତାହାର ମୂଲ୍ୟ କଣ ?

ଶ୍ରେୟଃ କୁର୍ୱନ୍ତି ଭୂତାନାଂ ସାଧବୋ ଦୁସ୍ତ୍ୟଜାସୁଭିଃ ।

ଦଧ୍ୟଙ୍ ଶିବିପ୍ରଭୃତୟଃ କୋ ବିକଲ୍ପୋ ଧରାଦିଷୁ ॥ ୭॥

ଦଧିଚି, ଶିବି ଆଦି ମହାପୁରୁଷ ନିଜର ପରମ ପ୍ରିୟ ଦୁସ୍ତ୍ୟଜ ପ୍ରାଣପର୍ଯ୍ୟନ୍ତ ଦାନ କରି ପ୍ରାଣୀମାନଙ୍କର ଉପକାର କରିଥିଲେ | ସେପରି କ୍ଷେତ୍ରରେ ଭୂମି ଆଦି ବସ୍ତୁ ଦାନ କରିବାକୁ ଯାଇ ଏତେ ବିଚାର-ବିମର୍ଷ କରିବାର ଆବଶ୍ୟକତା କଣ ?

ଯୈରିୟଂ ବୁଭୁଜେ ବ୍ରହ୍ମନ୍ ଦୈତ୍ୟେନ୍ଦ୍ରୈରନିବର୍ତିଭିଃ ।

ତେଷାଂ କାଲୋଽଗ୍ରସୀଲ୍ଲୋକାନ୍ ନ ଯଶୋଽଧିଗତଂ ଭୁବି ॥ ୮॥

ବ୍ରହ୍ମନ୍ ! ପୂର୍ବ ଯୁଗରେ ବଡ-ବଡ ଦୈତ୍ୟରାଜମାନେ ଏହି ପୃଥିବୀର ଉପଭୋଗ କରିଥିଲେ | ପୃଥିବୀରେ ସେମାନଙ୍କର ମୁକାବିଲା କରିବାକୁ କେହି ନ ଥିଲେ | ସେମାନଙ୍କର ଲୋକ-ପରଲୋକକୁ ମଧ୍ୟ କାଳ ଭକ୍ଷଣ କରିନେଲା |

ସୁଲଭା ଯୁଧି ବିପ୍ରର୍ଷେ ହ୍ୟନିବୃତ୍ତାସ୍ତନୁତ୍ୟଜଃ ।

ନ ତଥା ତୀର୍ଥ ଆୟାତେ ଶ୍ରଦ୍ଧୟା ଯେ ଧନତ୍ୟଜଃ ॥ ୯॥

ଗୁରୁଦେବ ! ଏପରି ଲୋକ ସଂସାରରେ ବହୁତ ଅଛନ୍ତି, ଯେଉଁମାନେ ଯୁଦ୍ଧରେ ପଛଘୁଞ୍ଚା ନ ଡେଇ ନିଜ ପ୍ରାଣର ବଳି ଚଢାଇ ଦିଅନ୍ତି; କିନ୍ତୁ ସତ୍-ପାତ୍ରଙ୍କୁ ଶ୍ରଦ୍ଧାପୂର୍ବକ ଦାନ ଦେଉଥିବା ବ୍ୟକ୍ତି ସଂସାରରେ ଅତ୍ୟନ୍ତ ଦୁର୍ଲଭ ଅଟନ୍ତି |

ମନସ୍ୱିନଃ କାରୁଣିକସ୍ୟ ଶୋଭନଂ

ଯଦର୍ଥିକାମୋପନୟେନ ଦୁର୍ଗତିଃ ।

କୁତଃ ପୁନର୍ବ୍ରହ୍ମବିଦାଂ ଭବାଦୃଶାଂ

ତତୋ ବଟୋରସ୍ୟ ଦଦାମି ବାଞ୍ଛିତମ୍ ॥ ୧୦॥

ଗୁରୁଦେବ ! ଉଦାର ଏବଂ କରୁଣାଶୀଳ ପୁରୁଷ ଯଦି ଦାନ ଦ୍ବାରା କୌଣସି ଅପାତ୍ର ଯାଚକର କାମନା ପୂର୍ତ୍ତି କରି ଦୁର୍ଗତି ଭୋଗ କରନ୍ତି, ତେବେ ସେହି ଦୁର୍ଗତି ମଧ୍ୟ ତାଙ୍କ ପାଇଁ ଶୋଭନୀୟ ଅଟେ | ତେଣୁ ଆପଣମାନଙ୍କ ପରି ବ୍ରହ୍ମବେତ୍ତା ପୁରୁଷଙ୍କୁ ଦାନ ଡେଇ ଯଦି ଦୁଃଖ ମିଳିବ, ତେବେ ତାହାର ଲାଭ ବିଷୟରେ ଅଧିକ ଆଉ କଣ କୁହାଯିବ | ସୁତରାଂ ଏହି ବ୍ରହ୍ମଚାରୀଙ୍କର ଅଭିଳାଷ ମୁଁ ନିଶ୍ଚିତଭାବରେ ପୂର୍ଣ୍ଣ କରିବି |

ଯଜନ୍ତି ଯଜ୍ଞକ୍ରତୁଭିର୍ୟମାଦୃତା

ଭବନ୍ତ ଆମ୍ନାୟବିଧାନକୋବିଦାଃ ।

ସ ଏବ ବିଷ୍ଣୁର୍ୱରଦୋଽସ୍ତୁ ବା ପରୋ

ଦାସ୍ୟାମ୍ୟମୁଷ୍ମୈ କ୍ଷିତିମୀପ୍ସିତାଂ ମୁନେ ॥ ୧୧॥

ହେ ମହର୍ଷି ! ବେଦବିଧିର ଜ୍ଞାତା ଆପଣମାନେ ଅତି ଆଦରରେ ଯଜ୍ଞ-ଯାଗାଦି ଦ୍ବାରା ଯାହାର ଆରାଧନା କରନ୍ତି – ଏହି ରୂପରେ ସେହି ବରଦାନୀ ବିଷ୍ଣୁ ଆସିଥାଆନ୍ତୁ ବା ଅନ୍ୟ କେହି ଆସିଥାଆନ୍ତୁ, ମୁଁ ତାଙ୍କର ଇଚ୍ଛା ଅନୁସାରେ ଭୂମି ଦାନ ନିଶ୍ଚୟ କରିବି |

ଯଦ୍ୟପ୍ୟସାବଧର୍ମେଣ ମାଂ ବଧ୍ନୀୟାଦନାଗସମ୍ ।

ତଥାପ୍ୟେନଂ ନ ହିଂସିଷ୍ୟେ ଭୀତଂ ବ୍ରହ୍ମତନୁଂ ରିପୁମ୍ ॥ ୧୨॥

ମୁଁ ଅପରାଧ କରି ନ ଥିଲେ ବି ଅଧର୍ମରେ ଇଏ ଯଦି ମୋତେ ବାନ୍ଧି ଦେବେ, ତେବେ ମଧ୍ୟ ମୁଁ ତାଙ୍କର ଅନିଷ୍ଟ ଇଚ୍ଛା କରିବି ନାହିଁ; କାରଣ ମୋର ଶତ୍ରୁ ହୋଇଥିଲେ ବି ଭୟଭୀତ ହୋଇ ଇଏ ବ୍ରାହ୍ମଣ ଶରୀର ଧାରଣ କରିଛନ୍ତି |

ଏଷ ବା ଉତ୍ତମଶ୍ଲୋକୋ ନ ଜିହାସତି ଯଦ୍ୟଶଃ ।

ହତ୍ୱା ମୈନାଂ ହରେଦ୍ୟୁଦ୍ଧେ ଶୟୀତ ନିହତୋ ମୟା ॥ ୧୩॥

ଯଦି ଇଏ ପବିତ୍ରକୀର୍ତ୍ତି ଭଗବାନ ବିଷ୍ଣୁ ହିଁ ଅଟନ୍ତି, ତେବେ ଇଏ ନିଜର ଯଶହାନି କେବେ ବି ଇଚ୍ଛା କରିବେ ନାହିଁ ( କିପରି ହେଉ ନିଜେ ମାଗିଥିବା ବସ୍ତୁ ନିଶ୍ଚୟ ନେବେ |) ଯୁଦ୍ଧରେ ମୋତେ ମାରି ସେ ମୋଠାରୁ ପୃଥିବୀକୁ ଛଡାଇ ନେଇପାରନ୍ତି | ନାହିଁ ଯଦି ଇଏ ଅନ୍ୟ କେହି ହୋଇଥିବେ, ତେବେ ମୋର ବାଣର ଆଘାତରେ ଇଏ ସବୁଦିନ ପାଇଁ ରଣଭୂମିରେ ଶୋଇଯିବେ |

ଶ୍ରୀଶୁକ ଉବାଚ

ଏବମଶ୍ରଦ୍ଧିତଂ ଶିଷ୍ୟମନାଦେଶକରଂ ଗୁରୁଃ ।

ଶଶାପ ଦୈବପ୍ରହିତଃ ସତ୍ୟସନ୍ଧଂ ମନସ୍ୱିନମ୍ ॥ ୧୪॥

ଶ୍ରୀଶୁକଦେବ କହୁଛନ୍ତି – ଶୁକ୍ରାଚାର୍ଯ୍ୟ ଯେତେବେଳେ ଦେଖିଲେ ମୋର ଏହି ଶିଷ୍ୟ ଗୁରୁଙ୍କ ପ୍ରତି ଅଶ୍ରଦ୍ଧାଳୁ ଅଟେ ଏବଂ ମୋ ଆଜ୍ଞାର ଉଲ୍ଲଂଘନ କରୁଛି, ସେତେବେଳେ ଦୈବ ପ୍ରେରଣାରେ ସେ ରାଜା ବଳିଙ୍କୁ ଅଭିଶାପ ଡେଇ ଦେଲେ – ଯଦିଓ ସତ୍ୟପ୍ରତିଜ୍ଞ ଏବଂ ଉଦାର ହୋଇଥିବା କାରଣରୁ ବଳି ଶାପର ଯୋଗ୍ୟ ନ ଥିଲେ |

ଦୃଢଂ ପଣ୍ଡିତମାନ୍ୟଜ୍ଞଃ ସ୍ତବ୍ଧୋଽସ୍ୟସ୍ମଦୁପେକ୍ଷୟା ।

ମଚ୍ଛାସନାତିଗୋ ଯସ୍ତ୍ୱମଚିରାଦ୍ଭ୍ରଶ୍ୟସେ ଶ୍ରିୟଃ ॥ ୧୫॥

ଶୁକ୍ରାଚାର୍ଯ୍ୟ କହିଲେ – ମୂର୍ଖ ! ତୁ ଅଜ୍ଞାନୀ ହୋଇ ମଧ୍ୟ ନିଜକୁ ବହୁତ ବଡ ପଣ୍ଡିତ ମନେକରୁଛୁ | ମୋର ଉପେକ୍ଷା କରି ଗର୍ବରେ ତୁ ମୋ ଆଜ୍ଞାର ଉଲ୍ଲଂଘନ କରିଛୁ | ସେଥିପାଇଁ ତୁ ଅତି ଶୀଘ୍ର ନିଜର ଲକ୍ଷ୍ମୀ ହରାଇବୁ |

ଏବଂ ଶପ୍ତଃ ସ୍ୱଗୁରୁଣା ସତ୍ୟାନ୍ନ ଚଲିତୋ ମହାନ୍ ।

ବାମନାୟ ଦଦାବେନାମର୍ଚିତ୍ୱୋଦକପୂର୍ୱକମ୍ ॥ ୧୬॥

ରାଜା ବଳି ମହାତ୍ମା ଥିଲେ; ସେଥିପାଇଁ ଗୁରୁଦେବ ତାଙ୍କୁ ଅଭିଶାପ ଦେବା ପରେ ମଧ୍ୟ ସେ ସତ୍ୟରୁ ଚ୍ୟୁତ ହେଲେନାହିଁ | ସେ ବାମନଭଗବାନଙ୍କର ପୂଜା କଲେ ଏବଂ ହାତରେ ଜଳ ନେଇ ତିନି ପାଦ ଭୂମି ଦାନ କରିବାର ସଂକଳ୍ପ କରିଦେଲେ |

ବିନ୍ଧ୍ୟାବଲିସ୍ତଦାଽଽଗତ୍ୟ ପତ୍ନୀ ଜାଲକମାଲିନୀ ।

ଆନିନ୍ୟେ କଲଶଂ ହୈମମବନେଜନ୍ୟପାଂ ଭୃତମ୍ ॥ ୧୭॥

ସେହି ସମୟରେ ରାଜା ବଳିଙ୍କର ପତ୍ନୀ ବିନ୍ଧ୍ୟାବଳୀ ମୋତିମାନଙ୍କର ଆଭୂଷଣରେ ସୁସଜ୍ଜିତ ହୋଇ ସେଠାକୁ ଆସିଲେ | ସେ ନିଜ ହାତରେ ବାମନଭଗବାନଙ୍କର ଚରଣ ପ୍ରକ୍ଷାଳନ କରିବା ପାଇଁ ବଳିଙ୍କୁ ଜଳଭରା ଏକ ସୁବର୍ଣ୍ଣ କଳସ ଦେଲେ |

ଯଜମାନଃ ସ୍ୱୟଂ ତସ୍ୟ ଶ୍ରୀମତ୍ପାଦୟୁଗଂ ମୁଦା ।

ଅବନିଜ୍ୟାବହନ୍ମୂର୍ଧ୍ନି ତଦପୋ ବିଶ୍ୱପାବନୀଃ ॥ ୧୮॥

ବଳି ଅତି ଆନନ୍ଦରେ ସେହି ଜଳରେ ଭଗବାନଙ୍କର ସୁନ୍ଦର-ସୁନ୍ଦର ଯୁଗଳ ଚରଣକୁ ଧୋଇଲେ ଏବଂ ତାଙ୍କ ଚରଣର ସେହି ବିଶ୍ବପାବନ ଜଳକୁ ନିଜ ମସ୍ତକରେ ଲଗାଇଲେ |

ତଦାସୁରେନ୍ଦ୍ରଂ ଦିବି ଦେବତାଗଣାଃ

ଗନ୍ଧର୍ୱବିଦ୍ୟାଧରସିଦ୍ଧଚାରଣାଃ ।

ତତ୍କର୍ମ ସର୍ୱେଽପି ଗୃଣନ୍ତ ଆର୍ଜବଂ

ପ୍ରସୂନବର୍ଷୈର୍ୱବୃଷୁର୍ମୁଦାନ୍ୱିତାଃ ॥ ୧୯॥

ସେହି ସମୟରେ ଆକାଶରେ ସ୍ଥିତ ଦେବତା, ଗନ୍ଧର୍ବ, ବିଦ୍ୟାଧର, ସିଦ୍ଧ, ଚାରଣ ଆଦି ସମସ୍ତେ ରାଜା ବଳିଙ୍କର ସେହି ଅଲୌକିକ କାର୍ଯ୍ୟ ତଥା ସରଳତାର ପ୍ରଶଂସା କରି ଅତି ଆନନ୍ଦରେ ତାଙ୍କ ଉପରେ ଦିବ୍ୟ ପୁଷ୍ପର ବର୍ଷା କଲେ |

ନେଦୁର୍ମୁହୁର୍ଦୁନ୍ଦୁଭୟଃ ସହସ୍ରଶୋ

ଗନ୍ଧର୍ୱକିମ୍ପୂରୁଷକିନ୍ନରା ଜଗୁଃ ।

ମନସ୍ୱିନାନେନ କୃତଂ ସୁଦୁଷ୍କରଂ

ବିଦ୍ୱାନଦାଦ୍ୟଦ୍ରିପବେ ଜଗତ୍ତ୍ରୟମ୍ ॥ ୨୦॥

ଏକସଙ୍ଗେ ହଜାର ହଜାର ଦୁନ୍ଦୁଭି ବାରମ୍ବାର ବାଜିବାରେ ଲାଗିଲା | ଗନ୍ଧର୍ବ, କିମ୍ପୁରୁଷ ଏବଂ କିନ୍ନରମାନେ ଗାନ କରିବାରେ ଲାଗିଲେ – ‘ଧନ୍ୟ, ଧନ୍ୟ! ଉଦାରଶିରୋମଣି ବଳି ଏପରି କାମ କରି ଦେଖାଇଛନ୍ତି, ଯାହା ଅନ୍ୟ କାହା ପକ୍ଷରେ କରିବା ଅତ୍ୟନ୍ତ କଠିନ ଅଟେ | ଦେଖ ତ, ଜାଣିଶୁଣି ସେ ନିଜର ଶତ୍ରୁଙ୍କୁ ତ୍ରିଲୋକ ଦାନ କରିଦେଲେ |

ତଦ୍ୱାମନଂ ରୂପମବର୍ଧତାଦ୍ଭୁତଂ

ହରେରନନ୍ତସ୍ୟ ଗୁଣତ୍ରୟାତ୍ମକମ୍ ।

ଭୂଃ ଖଂ ଦିଶୋ ଦ୍ୟୌର୍ୱିବରାଃ ପୟୋଧୟ-

ସ୍ତିର୍ୟଙ୍ ନୃଦେବା ଋଷୟୋ ଯଦାସତ ॥ ୨୧॥

ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା | ଅନନ୍ତ ଭଗବାନଙ୍କର ସେହି ତ୍ରିଗୁଣାତ୍ମକ ବାମନରୂପ ବୃଦ୍ଧି ଲାଭ କରିବାରେ ଲାଗିଲା | ତାହା ଏତେବେଶୀ ବୃଦ୍ଧି ପାଇଲା ଯେ ପୃଥିବୀ, ଆକାଶ, ଦିଶା, ସ୍ବର୍ଗ, ପାତାଳ, ସମୁଦ୍ର, ପଶୁ-ପକ୍ଷୀ, ମନୁଷ୍ୟ, ଦେବତା ଏବଂ ଋଷି – ସମସ୍ତେ ସେଥିରେ ସମାହିତ ହୋଇଗଲେ |

କାୟେ ବଲିସ୍ତସ୍ୟ ମହାବିଭୂତେଃ

ସହର୍ତ୍ୱିଗାଚାର୍ୟସଦସ୍ୟ ଏତତ୍ ।

ଦଦର୍ଶ ବିଶ୍ୱଂ ତ୍ରିଗୁଣଂ ଗୁଣାତ୍ମକେ

ଭୂତେନ୍ଦ୍ରିୟାର୍ଥାଶୟଜୀବୟୁକ୍ତମ୍ ॥ ୨୨॥

ଋତ୍ବିଜ୍, ଆଚାର୍ଯ୍ୟ ଏବଂ ସଦସ୍ୟଙ୍କ ସହିତ ସ୍ବୟଂ ବଳି ମଧ୍ୟ ସମସ୍ତ ଐଶ୍ବର୍ଯ୍ୟର ଏକମାତ୍ର ସ୍ବାମୀ ଭଗବାନଙ୍କର ସେହି ତ୍ରିଗୁଣାତ୍ମକ ଶରୀରରେ ପଞ୍ଚଭୂତ, ଇନ୍ଦ୍ରିୟ, ଇନ୍ଦ୍ରିୟ-ବିଷୟ, ଅନ୍ତଃକରଣ ଏବଂ ଜୀବ ସହିତ ସମ୍ପୂର୍ଣ୍ଣ ତ୍ରିଗୁଣମୟ ଜଗତକୁ ଦେଖିଲେ |

ରସାମଚଷ୍ଟାଙ୍ଘ୍ରିତଲେଽଥ ପାଦୟୋଃ

ମହୀଂ ମହୀଧ୍ରାନ୍ ପୁରୁଷସ୍ୟ ଜଙ୍ଘୟୋଃ ।

ପତତ୍ତ୍ରିଣୋ ଜାନୁନି ବିଶ୍ୱମୂର୍ତେ-

ରୂର୍ୱୋର୍ଗଣଂ ମାରୁତମିନ୍ଦ୍ରସେନଃ ॥ ୨୩॥

ରାଜା ବଳି ବିଶ୍ବରୂପ ଭଗବାନଙ୍କର ଚରଣତଳିପାରେ ରସାତଳ, ଚରଣରେ ପୃଥିବୀ, ପେଣ୍ଡିରେ ପର୍ବତ, ଆଣ୍ଠୁରେ ପକ୍ଷୀ ଏବଂ ଜଂଘରେ ମରୁଦ୍-ଗଣଙ୍କୁ ଦେଖିଲେ |

ସନ୍ଧ୍ୟାଂ ବିଭୋର୍ୱାସସି ଗୁହ୍ୟ ଐକ୍ଷ-

ତ୍ପ୍ରଜାପତୀନ୍ ଜଘନେ ଆତ୍ମମୁଖ୍ୟାନ୍ ।

ନାଭ୍ୟାଂ ନଭଃ କୁକ୍ଷିଷୁ ସପ୍ତସିନ୍ଧୂ-

ନୁରୁକ୍ରମସ୍ୟୋରସି ଚର୍କ୍ଷମାଲାମ୍ ॥ ୨୪॥

ସେହିପରି ସେ ଭଗବାନଙ୍କ ବସ୍ତ୍ରରେ ସନ୍ଧ୍ୟା, ଗୁହ୍ୟସ୍ଥାନରେ ପ୍ରଜାପତିଗଣ, ଜଘନସ୍ଥଳରେ ନିଜ ସମେତ ସମସ୍ତ ଅସୁରଙ୍କୁ, ନାଭିରେ ଆକାଶ, କୋଳରେ ସପ୍ତ ସମୁଦ୍ର ଏବଂ ବକ୍ଷସ୍ଥଳରେ ନକ୍ଷତ୍ରସମୁହଙ୍କୁ ଦେଖିଲେ |

ହୃଦ୍ୟଙ୍ଗ ଧର୍ମଂ ସ୍ତନୟୋର୍ମୁରାରେଃ

ଋତଂ ଚ ସତ୍ୟଂ ଚ ମନସ୍ୟଥେନ୍ଦୁମ୍ ।

ଶ୍ରିୟଂ ଚ ବକ୍ଷସ୍ୟରବିନ୍ଦହସ୍ତାଂ

କଣ୍ଠେ ଚ ସାମାନି ସମସ୍ତରେଫାନ୍ ॥ ୨୫॥

ସେମାନେ ଭଗବାନଙ୍କ ହୃଦୟରେ ଧର୍ମ, ସ୍ତନରେ ଋତ (ମଧୁର) ଏବଂ ସତ୍ୟ ବଚନ, ମନରେ ଚନ୍ଦ୍ରମା, ବକ୍ଷସ୍ଥଳରେ ହସ୍ତରେ କମଳ ଧାରଣ କରି ଲକ୍ଷ୍ମୀଦେବୀ, କଣ୍ଠରେ ସାମବେଦ ଏବଂ ସମ୍ପୂର୍ଣ୍ଣ ଶବ୍ଦସମୁହଙ୍କୁ ଦେଖିଲେ |

ଇନ୍ଦ୍ରପ୍ରଧାନାନମରାନ୍ ଭୁଜେଷୁ

ତତ୍କର୍ଣୟୋଃ କକୁଭୋ ଦ୍ୟୌଶ୍ଚ ମୂର୍ଧ୍ନି ।

କେଶେଷୁ ମେଘାନ୍ ଶ୍ୱସନଂ ନାସିକାୟା-

ମକ୍ଷ୍ଣୋଶ୍ଚ ସୂର୍ୟଂ ବଦନେ ଚ ବହ୍ନିମ୍ ॥ ୨୬॥

ବାହୁରେ ଇନ୍ଦ୍ରାଦି ସମସ୍ତ ଦେବଗଣ, କାନରେ ଦିଶା, ମସ୍ତକରେ ସ୍ବର୍ଗ, କେଶରେ ମେଘମାଳା, ନାସିକାରେ ବାୟୁ, ନେତ୍ରରେ ସୂର୍ଯ୍ୟ ଏବଂ ମୁଖରେ ଅଗ୍ନି ଦେଖାଗଲେ |

ବାଣ୍ୟାଂ ଚ ଛନ୍ଦାଂସି ରସେ ଜଲେଶଂ

ଭ୍ରୁବୋର୍ନିଷେଧଂ ଚ ବିଧିଂ ଚ ପକ୍ଷ୍ମସୁ ।

ଅହଶ୍ଚ ରାତ୍ରିଂ ଚ ପରସ୍ୟ ପୁଂସୋ

ମନ୍ୟୁଂ ଲଲାଟେଽଧର ଏବ ଲୋଭମ୍ ॥ ୨୭॥

ବାଣୀରେ ବେଦ, ରସନାରେ ବରୁଣ, ଭ୍ରୁକୁଟିରେ ବିଧି-ନିଷେଧ, ପଲକରେ ଦିନ-ରାତି | ସେହି ବିଶ୍ବରୂପର ଲଲାଟରେ କ୍ରୋଧ ଏବଂ ତଳ ଓଠରେ ଲୋଭର ଦର୍ଶନ ହେଲା |

ସ୍ପର୍ଶେ ଚ କାମଂ ନୃପ ରେତସୋଽମ୍ଭଃ

ପୃଷ୍ଠେ ତ୍ୱଧର୍ମଂ କ୍ରମଣେଷୁ ଯଜ୍ଞମ୍ ।

ଛାୟାସୁ ମୃତ୍ୟୁଂ ହସିତେ ଚ ମାୟାଂ

ତନୂରୁହେଷ୍ୱୋଷଧିଜାତୟଶ୍ଚ ॥ ୨୮॥

ପରୀକ୍ଷିତ ! ତାଙ୍କର ସ୍ପର୍ଶରେ କାମ, ବୀର୍ଯ୍ୟରେ ଜଳ, ପିଠିରେ ଅଧର୍ମ, ପଦବିନ୍ୟାସରେ ଯଜ୍ଞ, ଛାୟାରେ ମୃତ୍ୟୁ, ହସରେ ମାୟା ଏବଂ ଶରୀରର ରୋମମୂଳରେ ସମସ୍ତ ପ୍ରକାରର ଔଷଧି ଥିଲା |

ନଦୀଶ୍ଚ ନାଡୀଷୁ ଶିଲା ନଖେଷୁ

ବୁଦ୍ଧାବଜଂ ଦେବଗଣାନ୍ ଋଷୀଂଶ୍ଚ ।

ପ୍ରାଣେଷୁ ଗାତ୍ରେ ସ୍ଥିରଜଙ୍ଗମାନି

ସର୍ୱାଣି ଭୂତାନି ଦଦର୍ଶ ବୀରଃ ॥ ୨୯॥

ତାଙ୍କ ନାଡିରେ ନଦୀ, ନଖରେ ଶିଳା ଏବଂ ବୁଦ୍ଧିରେ ବ୍ରହ୍ମା, ଦେବତା ଓ ଋଷିଗଣ ଦେଖାଗଲେ | ଏହିପରି ଭାବରେ ଭଗବାନଙ୍କର ଶରୀର-ଇନ୍ଦ୍ରିୟରେ ବୀରବର ବଳି ସମ୍ପୂର୍ଣ୍ଣ ଚରାଚର ଜଗତର ଦର୍ଶନ କଲେ |

ସର୍ୱାତ୍ମନୀଦଂ ଭୁବନଂ ନିରୀକ୍ଷ୍ୟ

ସର୍ୱେଽସୁରାଃ କଶ୍ମଲମାପୁରଙ୍ଗ ।

ସୁଦର୍ଶନଂ ଚକ୍ରମସହ୍ୟତେଜୋ

ଧନୁଶ୍ଚ ଶାର୍ଙ୍ଗଂ ସ୍ତନୟିତ୍ନୁଘୋଷମ୍ ॥ ୩୦॥

ପର୍ଜନ୍ୟଘୋଷୋ ଜଲଜଃ ପାଞ୍ଚଜନ୍ୟଃ

କୌମୋଦକୀ ବିଷ୍ଣୁଗଦା ତରସ୍ୱିନୀ ।

ବିଦ୍ୟାଧରୋଽସିଃ ଶତଚନ୍ଦ୍ରୟୁକ୍ତ-

ସ୍ତୂଣୋତ୍ତମାବକ୍ଷୟସାୟକୌ ଚ ॥ ୩୧॥

ସୁନନ୍ଦମୁଖ୍ୟା ଉପତସ୍ଥୁରୀଶଂ

ପାର୍ଷଦମୁଖ୍ୟାଃ ସହଲୋକପାଲାଃ ।

ସ୍ଫୁରତ୍କିରୀଟାଙ୍ଗଦମୀନକୁଣ୍ଡଲ-

ଶ୍ରୀବତ୍ସରତ୍ନୋତ୍ତମମେଖଲାମ୍ବରୈଃ ॥ ୩୨॥

ପରୀକ୍ଷିତ ! ସର୍ବାତ୍ମା ଭଗବାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଜଗତକୁ ଦେଖି ସବୁ ଦୈତ୍ୟ ଅତ୍ୟନ୍ତ ଭୟଭୀତ ହୋଇଗଲେ | ଏହି ସମୟରେ ଭଗବାନଙ୍କ ପାଖରେ ତାଙ୍କର ଅସହ୍ୟ ତେଜଯୁକ୍ତ ସୁଦର୍ଶନ ଚକ୍ର, ମେଘଗର୍ଜନ ତୁଲ୍ୟ ଭୟଙ୍କର ଟଙ୍କାର କରୁଥିବା ଶାର୍ଙ୍ଗଧନୁଷ, ବାଦଲ ପରି ଗମ୍ଭୀର ଶବ୍ଦ କରୁଥିବା ପାଞ୍ଚଜନ୍ୟ ଶଂଖ, ବିଷ୍ଣୁଭଗବାନଙ୍କର ଅତ୍ୟନ୍ତ ବେଗବତୀ କୌମୋଦକୀ ଗଦା, ଶତ ଚନ୍ଦ୍ରାକାର ଚିହ୍ନଯୁକ୍ତ ଢାଲ ଏବଂ ବିଦ୍ୟାଧର ନାମକ ତରବାରୀ, ଅକ୍ଷୟ ବାଣରେ ଭରା ଦୁଇଟି ତୁଣୀର ତଥା ଲୋକପାଳଙ୍କ ସହିତ ଭଗବାନଙ୍କର ସୁନନ୍ଦ ଆଦି ପାର୍ଷଦଗଣ ସେବା କରିବା ପାଇଁ ଉପସ୍ଥିତ ହୋଇଗଲେ | ସେହି ସମୟରେ ଭଗବାନଙ୍କର ଶୋଭା ଅଲୌକିକ ଥିଲା | ତାଙ୍କ ମସ୍ତକରେ ମୁକୁଟ, ବାହୁରେ ବାଜୁବନ୍ଧ, କାନରେ ମକରାକୃତି କୁଣ୍ଡଳ, ବକ୍ଷସ୍ଥଳରେ ଶ୍ରୀବତ୍ସ-ଚିହ୍ନ, ଗଳାରେ କୌସ୍ତୁଭମଣି, କଟିରେ ମେଖଳା ଏବଂ କାନ୍ଧରେ ପୀତାମ୍ବର ଶୋଭାୟମାନ ଥିଲା |

ମଧୁବ୍ରତସ୍ରଗ୍ୱନମାଲୟା ବୃତୋ

ରରାଜ ରାଜନ୍ ଭଗବାନୁରୁକ୍ରମଃ ।

କ୍ଷିତିଂ ପଦୈକେନ ବଲେର୍ୱିଚକ୍ରମେ

ନଭଃ ଶରୀରେଣ ଦିଶଶ୍ଚ ବାହୁଭିଃ ॥ ୩୩॥

ପଦଂ ଦ୍ୱିତୀୟଂ କ୍ରମତସ୍ତ୍ରିବିଷ୍ଟପଂ

ନ ବୈ ତୃତୀୟାୟ ତଦୀୟମଣ୍ୱପି ।

ଉରୁକ୍ରମସ୍ୟାଙ୍ଘ୍ରିରୁପର୍ୟୁପର୍ୟଥୋ

ମହର୍ଜନାଭ୍ୟାଂ ତପସଃ ପରଂ ଗତଃ ॥ ୩୪॥

ସେ ପାଞ୍ଚ ପ୍ରକାରର ପୁଷ୍ପରେ ଗୁଥିତ ବନମାଳା ଧାରଣ କରିଥିଲେ, ଯାହା ଚାରିପାଖରେ ମଧୁଲୋଭୀ ଭ୍ରମରମାନେ ଗୁଞ୍ଜାର କରୁଥିଲେ | ନିଜର ଏକ ପାଦରେ ସେ ବଳିଙ୍କ ଦ୍ବାରା ଅଧିକୃତ ସମ୍ପୂର୍ଣ୍ଣ ପୃଥିବୀକୁ ମାପି ନେଲେ; ଶରୀରରେ ଆକାଶ ଏବଂ ଭୁଜପାଶରେ ଦିଶାମାନଙ୍କୁ ଭରିନେଲେ | ଦ୍ବିତୀୟ ପାଦରେ ସେ ସ୍ବର୍ଗକୁ ମଧ୍ୟ ମାପି ନେଲେ | ଏବେ ତୃତୀୟ ପାଦ ରଖିବାକୁ ବଳିଙ୍କ ପାଖରେ ଅବଶେଷ କୌଣସି ବସ୍ତୁ ନ ଥିଲା | ଭଗବାନଙ୍କର ଦ୍ବିତୀୟ ପାଦ ହିଁ ଉପରକୁ ଉଠି ମହଲୋକ, ଜନଲୋକ ଏବଂ ତପଲୋକକୁ ଅତିକ୍ରମ କରି ସତ୍ୟଲୋକରେ ପହଞ୍ଚି ଯାଇଥିଲା |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସମ୍ହିତାୟା-

ମଷ୍ଟମସ୍କନ୍ଧେ ବିଶ୍ୱରୂପଦର୍ଶନଂ ନାମ ବିଂଶୋଽଧ୍ୟାୟଃ ॥ ୨୦॥

Comments

Popular posts from this blog