ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଏକବିଂଶ ଅଧ୍ୟାୟ

ବଳି ବନ୍ଧା ହେଲେ

 

ଶ୍ରୀଶୁକ ଉବାଚ

ସତ୍ୟଂ ସମୀକ୍ଷ୍ୟାବ୍ଜଭବୋ ନଖେନ୍ଦୁଭି-

ର୍ହତସ୍ୱଧାମଦ୍ୟୁତିରାବୃତୋଽଭ୍ୟଗାତ୍ ।

ମରୀଚିମିଶ୍ରା ଋଷୟୋ ବୃହଦ୍ୱ୍ରତାଃ

ସନନ୍ଦନାଦ୍ୟା ନରଦେବ ଯୋଗିନଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ଚରଣକମଳ ସତ୍ୟଲୋକରେ ପହଞ୍ଚି ଗଲା | ତାହାର ନଖଚନ୍ଦ୍ର ଛଟାରେ ସତ୍ୟଲୋକର ଆଭା ଫିକା ପଡିଗଲା | ସ୍ବୟଂ ବ୍ରହ୍ମା ତାହାର ପ୍ରକାଶରେ ସତେ ଯେପରି ବୁଡି ଗଲେ | ସେ ମରୀଚି ଆଦି ଋଷି, ସନନ୍ଦନ ଆଦି ନୈଷ୍ଠିକ ବ୍ରହ୍ମଚାରୀ ଏବଂ ବଡ-ବଡ ଯୋଗୀମାନଙ୍କ ସହିତ ଭଗବାନଙ୍କ ଚରଣକମଳର ସ୍ବାଗତ ବନ୍ଦନା କଲେ |

ବେଦୋପବେଦା ନିୟମାନ୍ୱିତା ଯମା-

ସ୍ତର୍କେତିହାସାଙ୍ଗପୁରାଣସଂହିତାଃ ।

ଯେ ଚାପରେ ଯୋଗସମୀରଦୀପିତ-

ଜ୍ଞାନାଗ୍ନିନା ରନ୍ଧିତକର୍ମକଲ୍ମଷାଃ ।

ବବନ୍ଦିରେ ଯତ୍ସ୍ମରଣାନୁଭାବତଃ

ସ୍ୱାୟମ୍ଭୁବଂ ଧାମ ଗତା ଅକର୍ମକମ୍ ॥ ୨॥

ବେଦ, ଉପବେଦ, ନିୟମ, ଯମ, ତର୍କ, ଇତିହାସ, ବେଦାଙ୍ଗ ଏବଂ ପୁରାଣ-ସଂହିତା – ଯେଉଁମାନେ ମୂର୍ତ୍ତିମାନ ହୋଇ ବ୍ରହ୍ମଲୋକରେ ନିବାସ କରନ୍ତି – ତଥା ଯେଉଁ ମହାତ୍ମାମାନେ ଯୋଗରୂପ ବାୟୁରେ ଜ୍ଞାନାଗ୍ନିକୁ ପ୍ରଜ୍ବଳିତ କରି କର୍ମମଳକୁ ଭସ୍ମ କରିଦେଇଛନ୍ତି, ସେମାନେ ସମସ୍ତେ ଭଗବାନଙ୍କ ଚରଣର ବନ୍ଦନା କଲେ | ସେହି ଚରଣକମଳ ସ୍ମରଣର ମହିମାରୁ ତ ସେମାନେ କର୍ମ ଦ୍ବାରା ଅପ୍ରାପ୍ୟ ବ୍ରହ୍ମାଙ୍କର ଏହି ଧାମରେ ପହଞ୍ଚି ପାରିଛନ୍ତି |

ଅଥାଙ୍ଘ୍ରୟେ ପ୍ରୋନ୍ନମିତାୟ ବିଷ୍ଣୋ-

ରୁପାହରତ୍ପଦ୍ମଭବୋଽର୍ହଣୋଦକମ୍ ।

ସମର୍ଚ୍ୟ ଭକ୍ତ୍ୟାଭ୍ୟଗୃଣାଚ୍ଛୁଚିଶ୍ରବା

ଯନ୍ନାଭିପଙ୍କେରୁହସମ୍ଭବଃ ସ୍ୱୟମ୍ ॥ ୩॥

ଭଗବାନ ବ୍ରହ୍ମାଙ୍କର କୀର୍ତ୍ତି ଅତି ପବିତ୍ର ଅଟେ | ସେ ବିଷ୍ଣୁଭଗବାନଙ୍କର ନାଭିକମଳରୁ ଉତ୍ପନ୍ନ ହୋଇଛନ୍ତି | ସ୍ବାଗତ ଅଭ୍ୟର୍ଥନା କରିବା ପରେ ସେ ସ୍ବୟଂ ବିଷ୍ଣୁଭଗବାନଙ୍କର ଉର୍ଦ୍ଧ୍ବକୁ ଉତ୍ତୋଳିତ ଚରଣର ଅର୍ଘ୍ୟ-ପାଦ୍ୟରେ ପୂଜନ କଲେ, ଚରଣ ପ୍ରକ୍ଷାଳନ କଲେ | ପୂଜା କରିବା ପରେ ଅତିଶୟ ପ୍ରେମ ଓ ଭକ୍ତିରେ ସେ ଭଗବାନଙ୍କର ସ୍ତୁତି କଲେ |

ଧାତୁଃ କମଣ୍ଡଲୁଜଲଂ ତଦୁରୁକ୍ରମସ୍ୟ

ପାଦାବନେଜନପବିତ୍ରତୟା ନରେନ୍ଦ୍ର ।

ସ୍ୱର୍ଧୁନ୍ୟଭୂନ୍ନଭସି ସା ପତତୀ ନିମାର୍ଷ୍ଟି

ଲୋକତ୍ରୟଂ ଭଗବତୋ ବିଶଦେବ କୀର୍ତିଃ ॥ ୪॥

ପରୀକ୍ଷିତ ! ବ୍ରହ୍ମାଙ୍କ କମଣ୍ଡଳୁର ସେହି ଜଳ ବିଶ୍ବରୂପ ଭଗବାନଙ୍କର ପଦ-ପ୍ରକ୍ଷାଳନରେ ପବିତ୍ର ହୋଇ ଗଙ୍ଗାରୂପରେ ପରିଣତ ହେଲା, ଯାହା ଆକାଶମାର୍ଗରେ ପୃଥିବୀକୁ ଆସି ତିନି ଲୋକକୁ ପବିତ୍ର କରୁଛି | ଏହି ଗଙ୍ଗା ଆଉ କେହି ନୁହଁନ୍ତି, ସେ ଭଗବାନଙ୍କର ମୂର୍ତ୍ତିମାନ ଉଜ୍ଜ୍ବଳ କୀର୍ତ୍ତି ଅଟନ୍ତି |

ବ୍ରହ୍ମାଦୟୋ ଲୋକନାଥାଃ ସ୍ୱନାଥାୟ ସମାଦୃତାଃ ।

ସାନୁଗା ବଲିମାଜହ୍ରୁଃ ସଙ୍କ୍ଷିପ୍ତାତ୍ମବିଭୂତୟେ ॥ ୫॥

ତାପରେ ଭଗବାନ ଯେତେବେଳେ ନିଜ ସ୍ବରୂପକୁ ସାମାନ୍ୟ ଛୋଟ କରିଦେଲେ, ନିଜ ବିଭୂତିମାନଙ୍କୁ ନିଜ ଭିତରେ ସମାହିତ କରିଦେଲେ, ସେତେବେଳେ ବ୍ରହ୍ମା ଆଦି ସମସ୍ତ ଲୋକପାଳ ନିଜ ନିଜ ଅନୁଚରମାନଙ୍କ ସହିତ ଅତି ଆଦରରେ ନିଜ ସ୍ବାମୀ ଭଗବାନଙ୍କୁ ଅନେକ ପ୍ରକାରର ଉପହାର ସମର୍ପିତ କଲେ |

ତୋୟୈଃ ସମର୍ହଣୈଃ ସ୍ରଗ୍ଭିର୍ଦିବ୍ୟଗନ୍ଧାନୁଲେପନୈଃ ।

ଧୂପୈର୍ଦୀପୈଃ ସୁରଭିଭିର୍ଲାଜାକ୍ଷତଫଲାଙ୍କୁରୈଃ ॥ ୬॥

ସ୍ତବନୈର୍ଜୟଶବ୍ଦୈଶ୍ଚ ତଦ୍ୱୀର୍ୟମହିମାଙ୍କିତୈଃ ।

ନୃତ୍ୟବାଦିତ୍ରଗୀତୈଶ୍ଚ ଶଙ୍ଖଦୁନ୍ଦୁଭିନିଃସ୍ୱନୈଃ ॥ ୭॥

ସେମାନେ ଜଳ-ଉପହାର, ମାଳା, ଦିବ୍ୟ ଗନ୍ଧଯୁକ୍ତ ଅଙ୍ଗରାଗ, ସୁଗନ୍ଧିତ ଧୂପ, ଦୀପ, ଖୀଳ, ଅକ୍ଷତ, ଫଳ, ଅଙ୍କୁର, ଭଗବାନଙ୍କର ମହିମା ଓ ପ୍ରଭାବରେ ଯୁକ୍ତ ସ୍ତୋତ୍ର, ଜୟଘୋଷ, ନୃତ୍ୟ, ବାଜା-ବାଜଣା, ଗାନ ଏବଂ ଶଂଖ ଓ ଦୁନ୍ଦୁଭି ଶବ୍ଦରେ ଭଗବାନଙ୍କର ଆରାଧନା କଲେ |

ଜାମ୍ବବାନ୍ ଋକ୍ଷରାଜସ୍ତୁ ଭେରୀଶବ୍ଦୈର୍ମନୋଜବଃ ।

ବିଜୟଂ ଦିକ୍ଷୁ ସର୍ୱାସୁ ମହୋତ୍ସବମଘୋଷୟତ୍ ॥ ୮॥

ସେହି ସମୟରେ ଋକ୍ଷରାଜ ଜାମ୍ବବାନ୍ ମନର ବେଗରେ ଧାଇଁ ଧାଇଁ ସବୁ ଦିଶାରେ ଭେରୀ ବଜାଇ ଭଗବାନଙ୍କର ମଙ୍ଗଳମୟ ବିଜୟର ଘୋଷଣା କରି ଆସିଲେ |

ମହୀଂ ସର୍ୱାଂ ହୃତାଂ ଦୃଷ୍ଟ୍ୱା ତ୍ରିପଦବ୍ୟାଜୟାଚ୍ଞୟା ।

ଊଚୁଃ ସ୍ୱଭର୍ତୁରସୁରା ଦୀକ୍ଷିତସ୍ୟାତ୍ୟମର୍ଷିତାଃ ॥ ୯॥

ଦୈତ୍ୟମାନେ ଦେଖିଲେ ଯେ ଏହି ବାମନ ତ ତିନି ପାଦ ଭୂମି ମାଗିବା ଆଳରେ ସମ୍ପୂର୍ଣ୍ଣ ପୃଥିବୀକୁ ଛଡାଇ ନେଲେ | ତାପରେ ସେମାନେ ଭାବିଲେ, ଆମ୍ଭମାନଙ୍କର ସ୍ବାମୀ ବଳି ଏହି ସମୟରେ ଯଜ୍ଞରେ ଦୀକ୍ଷିତ ଅଟନ୍ତି, ତେଣୁ ସେ କିଛି କହିବେ ନାହିଁ | ତେଣୁ ସେମାନେ ବହୁତ ବେଶୀ ଅସହିଷ୍ଣୁ ହୋଇ ପରସ୍ପର କହିବାରେ ଲାଗିଲେ |

ନ ବା ଅୟଂ ବ୍ରହ୍ମବନ୍ଧୁର୍ୱିଷ୍ଣୁର୍ମାୟାବିନାଂ ବରଃ ।

ଦ୍ୱିଜରୂପପ୍ରତିଚ୍ଛନ୍ନୋ ଦେବକାର୍ୟଂ ଚିକୀର୍ଷତି ॥ ୧୦॥

ଆରେ, ଇଏ ବ୍ରାହ୍ମଣ ନୁହଁନ୍ତି | ଇଏ ସବୁଠାରୁ ବଡ ମାୟାବୀ ବିଷ୍ଣୁ ଅଟେ | ବ୍ରାହ୍ମଣ ରୂପରେ ଇଏ ଗୋପନରେ ଦେବତାମାନଙ୍କର କାର୍ଯ୍ୟ ସିଦ୍ଧ କରିବାକୁ ଆସିଛି |

ଅନେନ ଯାଚମାନେନ ଶତ୍ରୁଣା ବଟୁରୂପିଣା ।

ସର୍ୱସ୍ୱଂ ନୋ ହୃତଂ ଭର୍ତୁର୍ନ୍ୟସ୍ତଦଣ୍ଡସ୍ୟ ବର୍ହିଷି ॥ ୧୧॥

ଆମ ସ୍ବାମୀ ଯେତେବେଳେ ଯଜ୍ଞରେ ଦୀକ୍ଷିତ ହୋଇ ଦଣ୍ଡ ଦେବାରୁ ପୂର୍ଣ୍ଣ ଉପରତ ହୋଇଗଲେ, ସେତେବେଳେ ଏହି ଶତ୍ରୁ ବ୍ରହ୍ମଚାରୀ ବେଶ ଧାରଣ କରି ପ୍ରଥମେ ତ ଦାନ ମାଗିଲା, ପରେ ଆମର ସର୍ବସ୍ବ ହରଣ କରିନେଲା |

ସତ୍ୟବ୍ରତସ୍ୟ ସତତଂ ଦୀକ୍ଷିତସ୍ୟ ବିଶେଷତଃ ।

ନାନୃତଂ ଭାଷିତୁଂ ଶକ୍ୟଂ ବ୍ରହ୍ମଣ୍ୟସ୍ୟ ଦୟାବତଃ ॥ ୧୨॥

ଏମିତି ତ ଆମର ସ୍ବାମୀ ସଦା ସତ୍ୟନିଷ୍ଠ ଅଟନ୍ତି; ଏବେ ଯଜ୍ଞରେ ଦୀକ୍ଷିତ ହୋଇଥିବା କାରଣରୁ ସେ ତାହା ପ୍ରତି ବିଶେଷ ସଚେତନ ଅଟନ୍ତି | ସେ ବ୍ରାହ୍ମଣମାନଙ୍କର ବହୁତ ବଡ ଭକ୍ତ ଅଟନ୍ତି ଏବଂ ତାଙ୍କ ହୃଦୟରେ ଅଗାଧ ଦୟା ରହିଛି | ସେ କେବେ ଅସତ୍ୟ କହିପାରିବେ ନାହିଁ |

ତସ୍ମାଦସ୍ୟ ବଧୋ ଧର୍ମୋ ଭର୍ତୁଃ ଶୁଶ୍ରୂଷଣଂ ଚ ନଃ ।

ଇତ୍ୟାୟୁଧାନି ଜଗୃହୁର୍ବଲେରନୁଚରାସୁରାଃ ॥ ୧୩॥

ଏପରି ସ୍ଥିତିରେ ଆମ୍ଭମାନଙ୍କର ଧର୍ମ ହେଉଛି ଶତ୍ରୁକୁ ମାରିବା | ଏହା ଦ୍ବାରା ଆମେ ନିଜ ସ୍ବାମୀ ବଳିଙ୍କର ସେବା କରିପାରିବା – ଏପରି ବିଚାର କରି ରାଜା ବଳିଙ୍କର ଅନୁଚର ଅସୁରମାନେ ନିଜ-ନିଜର ଶସ୍ତ୍ର ଉଠାଇ ଧରିଲେ |

ତେ ସର୍ୱେ ବାମନଂ ହନ୍ତୁଂ ଶୂଲପଟ୍ଟିଶପାଣୟଃ ।

ଅନିଚ୍ଛତୋ ବଲେ ରାଜନ୍ ପ୍ରାଦ୍ରବନ୍ ଜାତମନ୍ୟବଃ ॥ ୧୪॥

ପରୀକ୍ଷିତ ! ରାଜା ବଳିଙ୍କର ଅନୁମତି ନ ଥିଲେ ବି ସେମାନେ ସମସ୍ତେ ଅତି କ୍ରୋଧରେ ଶୂଳ, ପଟ୍ଟିଶ ଆଦି ଉଠାଇ ବାମନଭଗବାନଙ୍କୁ ମାରିବା ଉଦ୍ଦେଶ୍ୟରେ ଧାଇଁ ଆସିଲେ |

ତାନଭିଦ୍ରବତୋ ଦୃଷ୍ଟ୍ୱା ଦିତିଜାନୀକପାନ୍ ନୃପ ।

ପ୍ରହସ୍ୟାନୁଚରା ବିଷ୍ଣୋଃ ପ୍ରତ୍ୟଷେଧନ୍ନୁଦାୟୁଧାଃ ॥ ୧୫॥

ପରୀକ୍ଷିତ ! ବିଷ୍ଣୁଭଗବାନଙ୍କର ପାର୍ଷଦମାନେ ଯେତେବେଳେ ଦେଖିଲେ ଦୈତ୍ୟ ସେନାପତିମାନେ ଆକ୍ରମଣ କରିବାକୁ ଧାଇଁ ଆସୁଛନ୍ତି, ସେତେବେଳେ ସେମାନେ ହସି ହସି ନିଜ-ନିଜର ଶସ୍ତ୍ର ଉଠାଇ ସେମାନଙ୍କର ପଥରୋଧ କଲେ |

ନନ୍ଦଃ ସୁନନ୍ଦୋଽଥ ଜୟୋ ବିଜୟଃ ପ୍ରବଲୋ ବଲଃ ।

କୁମୁଦଃ କୁମୁଦାକ୍ଷଶ୍ଚ ବିଷ୍ୱକ୍ସେନଃ ପତତ୍ତ୍ରିରାଟ୍ ॥ ୧୬॥

ଜୟନ୍ତଃ ଶ୍ରୁତଦେବଶ୍ଚ ପୁଷ୍ପଦନ୍ତୋଽଥ ସାତ୍ୱତଃ ।

ସର୍ୱେ ନାଗାୟୁତପ୍ରାଣାଶ୍ଚମୂଂ ତେ ଜଘ୍ନୁରାସୁରୀମ୍ ॥ ୧୭॥

ନନ୍ଦ,ସୁନନ୍ଦ, ଜୟ, ବିଜୟ, ପ୍ରବଳ, ବଳ, କୁମୁଦ, କୁମୁଦାକ୍ଷ, ବିଷ୍ବକ୍ସେନ, ଗରୁଡ଼, ଜୟନ୍ତ, ଶ୍ରୁତଦେବ, ପୁଷ୍ପଦନ୍ତ ଏବଂ ସାତ୍ବତ – ଏହି ସବୁ ଭଗବାନଙ୍କର ପାର୍ଷଦମାନେ ଦଶ-ଦଶ ହଜାର ହାତୀର ବଳବିଶିଷ୍ଟ ଅଟନ୍ତି | ଏମାନେ ଅସୁରସେନାଙ୍କର ସଂହାର କରିବାରେ ଲାଗିଲେ |

ହନ୍ୟମାନାନ୍ ସ୍ୱକାନ୍ ଦୃଷ୍ଟ୍ୱା ପୁରୁଷାନୁଚରୈର୍ବଲିଃ ।

ବାରୟାମାସ ସଂରବ୍ଧାନ୍ କାବ୍ୟଶାପମନୁସ୍ମରନ୍ ॥ ୧୮॥

ରାଜା ବଳି ଯେତେବେଳେ ଦେଖିଲେ ଭଗବାନଙ୍କର ପାର୍ଷଦମାନେ ତାଙ୍କର ସୈନିକମାନଙ୍କୁ ମାରୁଛନ୍ତି ଏବଂ କ୍ରୋଧଯୁକ୍ତ ହୋଇ ସେମାନେ ମଧ୍ୟ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ଶୁକ୍ରାଚାର୍ଯ୍ୟଙ୍କର ଅଭିଶାପ ସ୍ମରଣ କରି ସେ ସେମାନଙ୍କୁ ରୋକି ଦେଲେ |

ହେ ବିପ୍ରଚିତ୍ତେ ହେ ରାହୋ ହେ ନେମେ ଶ୍ରୂୟତାଂ ବଚଃ ।

ମା ଯୁଧ୍ୟତ ନିବର୍ତଧ୍ୱଂ ନ ନଃ କାଲୋଽୟମର୍ଥକୃତ୍ ॥ ୧୯॥

ବିପ୍ରଚିତି, ରାହୁ, ନେମି ଆଦି ଦୈତ୍ୟମାନଙ୍କୁ ସମ୍ବୋଧିତ କରି ସେ କହିଲେ – ଭାଈମାନେ ! ମୋ କଥା ଶୁଣ | ଲଢାଇ କର ନାହିଁ, ଫେରି ଯାଅ | ଏହି ସମୟ ଆମ ପାଇଁ ଅନୁକୂଳ ନୁହେଁ |

ଯଃ ପ୍ରଭୁଃ ସର୍ୱଭୂତାନାଂ ସୁଖଦୁଃଖୋପପତ୍ତୟେ ।

ତଂ ନାତିବର୍ତିତୁଂ ଦୈତ୍ୟାଃ ପୌରୁଷୈରୀଶ୍ୱରଃ ପୁମାନ୍ ॥ ୨୦॥

ଦୈତ୍ୟଗଣ ! ଯେଉଁ କାଳ ପ୍ରାଣୀସମୁଦାୟକୁ ସୁଖ-ଦୁଃଖ ଦେବାର ସାମର୍ଥ୍ୟ ରଖିଥାଏ, କୌଣସି ପୁରୁଷ ଯଦି ନିଜ ଚେଷ୍ଟାରେ ତାହାର ପ୍ରତିରୋଧ କରିବାକୁ ଇଚ୍ଛା କରନ୍ତି, ତେବେ ତାହା ତାଙ୍କ ଶକ୍ତିର ବହିର୍ଭୁତ ଅଟେ |

ଯୋ ନୋ ଭବାୟ ପ୍ରାଗାସୀଦଭବାୟ ଦିବୌକସାମ୍ ।

ସ ଏବ ଭଗବାନଦ୍ୟ ବର୍ତତେ ତଦ୍ୱିପର୍ୟଯମ୍ ॥ ୨୧॥

ଯେଉଁ କାଳଭଗବାନ ପୂର୍ବରୁ ଆମର ଉନ୍ନତି ଏବଂ ଦେବତାମାନଙ୍କର ଅବନତିର କାରଣ ଥିଲେ, ସେ ଏବେ ସେମାନଙ୍କର ଉନ୍ନତି ଏବଂ ଆମ୍ଭମାନଙ୍କର ଅବନତିର କାରଣ ହୋଇ ଯାଇଛନ୍ତି |

ବଲେନ ସଚିବୈର୍ବୁଦ୍ଧ୍ୟା ଦୁର୍ଗୈର୍ମନ୍ତ୍ରୌଷଧାଦିଭିଃ ।

ସାମାଦିଭିରୁପାୟୈଶ୍ଚ କାଲଂ ନାତ୍ୟେତି ବୈ ଜନଃ ॥ ୨୨॥

ବଳ, ମନ୍ତ୍ରୀ, ବୁଦ୍ଧି, ଦୁର୍ଗ, ମନ୍ତ୍ର, ଔଷଧି ଏବଂ ସାମାଦି ଉପାୟ ମଧ୍ୟରୁ କୌଣସି ଗୋଟିଏ ସାଧନ ଦ୍ବାରା ବା ସେହି ସବୁ ସାଧନ ଦ୍ବାରା ମନୁଷ୍ୟ କାଳ ଉପରେ ବିଜୟ ପ୍ରାପ୍ତ କରିପାରେ ନାହିଁ |

ଭବଦ୍ଭିର୍ନିର୍ଜିତା ହ୍ୟେତେ ବହୁଶୋଽନୁଚରା ହରେଃ ।

ଦୈବେନର୍ଦ୍ଧୈସ୍ତ ଏବାଦ୍ୟ ଯୁଧି ଜିତ୍ୱା ନଦନ୍ତି ନଃ ॥ ୨୩॥

ଦୈବ ଯେତେବେଳେ ତୁମ୍ଭମାନଙ୍କର ଅନୁକୂଳ ଥିଲା, ସେତେବେଳେ ତୁମେ କେତେଥର ଭଗବାନଙ୍କର ଏହି ପାର୍ଷଦମାନଙ୍କୁ ପରାଜିତ କରିଛ | କିନ୍ତୁ ଦେଖ, ଆଜି ସେମାନେ ଆମ ଉପରେ ବିଜୟ ପ୍ରାପ୍ତ କରି ସିଂହନାଦ କରୁଛନ୍ତି |

ଏତାନ୍ ବୟଂ ବିଜେଷ୍ୟାମୋ ଯଦି ଦୈବଂ ପ୍ରସୀଦତି ।

ତସ୍ମାତ୍କାଲଂ ପ୍ରତୀକ୍ଷଧ୍ୱଂ ଯୋ ନୋଽର୍ଥତ୍ୱାୟ କଲ୍ପତେ ॥ ୨୪॥

ଦୈବ ଆମର ଅନୁକୂଳ ହୋଇଗଲେ, ଆମ୍ଭେମାନେ ମଧ୍ୟ ଏମାନଙ୍କୁ ଜୟ କରିପାରିବା | ଅତଏବ ସେହି ସମୟର ପ୍ରତୀକ୍ଷା କର, ଯାହା ଆମ କାର୍ଯ୍ୟ ସିଦ୍ଧିର ଅନୁକୂଳ ହେବ |

ଶ୍ରୀଶୁକ ଉବାଚ

ପତ୍ୟୁର୍ନିଗଦିତଂ ଶ୍ରୁତ୍ୱା ଦୈତ୍ୟଦାନବୟୂଥପାଃ ।

ରସାଂ ନିର୍ୱିବିଶୂ ରାଜନ୍ ବିଷ୍ଣୁପାର୍ଷଦତାଡିତାଃ ॥ ୨୫॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ନିଜ ସ୍ବାମୀ ବଳିଙ୍କର କଥା ଶୁଣି ଭଗବାନଙ୍କର ପାର୍ଷଦମାନଙ୍କଠାରୁ ହାରି ଯାଇଥିବା ସେହି ଦାନବ ଏବଂ ଦୈତ୍ୟ ସେନାପତିମାନେ ରସାତଳକୁ ଚାଲିଗଲେ |

ଅଥ ତାର୍କ୍ଷ୍ୟସୁତୋ ଜ୍ଞାତ୍ୱା ବିରାଟ୍ ପ୍ରଭୁଚିକୀର୍ଷିତମ୍ ।

ବବନ୍ଧ ବାରୁଣୈଃ ପାଶୈର୍ବଲିଂ ସୌତ୍ୟେଽହନି କ୍ରତୌ ॥ ୨୬॥

ସେମାନେ ସେଠାରୁ ଚାଲିଯିବା ପରେ ଭଗବାନଙ୍କର ହୃଦୟର କଥାକୁ ଜାଣି ପକ୍ଷୀରାଜ ଗରୁଡ଼ ବଳିଙ୍କୁ ବରୁଣ-ପାଶରେ ବାନ୍ଧି ଦେଲେ | ସେଦିନ ତାଙ୍କ ଅଶ୍ବମେଧ ଯଜ୍ଞରେ ସୋମପାନ ହେବାକୁ ଥିଲା |

ହାହାକାରୋ ମହାନାସୀଦ୍ରୋଦସ୍ୟୋଃ ସର୍ୱତୋଦିଶମ୍ ।

ନିଗୃହ୍ୟମାଣେଽସୁରପତୌ ବିଷ୍ଣୁନା ପ୍ରଭବିଷ୍ଣୁନା ॥ ୨୭॥

ସର୍ବଶକ୍ତିମାନ ଭଗବାନ ବିଷ୍ଣୁ ଯେତେବେଳେ ଏହିପରି ଭାବରେ ବଳିଙ୍କୁ ବାନ୍ଧି ଦେଲେ, ସେତେବେଳେ ପୃଥିବୀ, ଆକାଶ ଏବଂ ସମସ୍ତ ଦିଶାର ନିବାସୀ ‘ହାୟ-ହାୟ କରିବାରେ ଲାଗିଲେ |

ତଂ ବଦ୍ଧଂ ବାରୁଣୈଃ ପାଶୈର୍ଭଗବାନାହ ବାମନଃ ।

ନଷ୍ଟଶ୍ରିୟଂ ସ୍ଥିରପ୍ରଜ୍ଞମୁଦାରୟଶସଂ ନୃପ ॥ ୨୮॥

ବରୁଣ-ପାଶରେ ବଳି ବନ୍ଧା ହୋଇଥିଲେ, ତାଙ୍କ ହାତରୁ ତାଙ୍କର ସମସ୍ତ ସମ୍ପତ୍ତି ଚାଲି ଯାଇଥିଲା, ତଥାପି ତାଙ୍କର ବୁଦ୍ଧି ନିଶ୍ଚୟାତ୍ମକ ଥିଲା ଏବଂ ସମସ୍ତେ ତାଙ୍କ ଉଦାର ଯଶର ଗାନ କରୁଥିଲେ | ପରୀକ୍ଷିତ ! ସେହି ସମୟରେ ଭଗବାନ ବଳିଙ୍କ ଉଦ୍ଦେଶ୍ୟରେ କହିଲେ -

ପଦାନି ତ୍ରୀଣି ଦତ୍ତାନି ଭୂମେର୍ମହ୍ୟଂ ତ୍ୱୟାସୁର ।

ଦ୍ୱାଭ୍ୟାଂ କ୍ରାନ୍ତା ମହୀ ସର୍ୱା ତୃତୀୟମୁପକଲ୍ପୟ ॥ ୨୯॥

‘ହେ ଅସୁର ! ତୁମେ ମୋତେ ତିନି ପାଦ ଭୂମି ଦେବା ପାଇଁ ସଂକଳ୍ପ କରିଥିଲ | ଦୁଇ ପାଦରେ ତ ମୁଁ ସମ୍ପୂର୍ଣ୍ଣ ତ୍ରିଲୋକୀ ମାପି ନେଲି; ଏବେ ତୃତୀୟ ପାଦ ପାଇଁ ଭୂମି ଦିଅ |

ଯାବତ୍ତପତ୍ୟସୌ ଗୋଭିର୍ୟାବଦିନ୍ଦୁଃ ସହୋଡୁଭିଃ ।

ଯାବଦ୍ୱର୍ଷତି ପର୍ଜନ୍ୟସ୍ତାବତୀ ଭୂରିୟଂ ତବ ॥ ୩୦॥

ଯେତେ ଦୂର ସୂର୍ଯ୍ୟଙ୍କର ଉତ୍ତାପ, ନକ୍ଷତ୍ର ଏବଂ ଚନ୍ଦ୍ରମାର କିରଣ ସଞ୍ଚରିତ, ବାଦଲ ଯେତେ ଦୂର ଯାଏଁ ବର୍ଷା କରୁଥାଆନ୍ତି, ସେତେ ଦୂର ପରିବ୍ୟାପ୍ତ ସମଗ୍ର ପୃଥିବୀ ତୁମ ଅଧିକାରରେ ଥିଲା |

ପଦୈକେନ ମୟାକ୍ରାନ୍ତୋ ଭୂର୍ଲୋକଃ ଖଂ ଦିଶସ୍ତନୋଃ ।

ସ୍ୱର୍ଲୋକସ୍ତୁ ଦ୍ୱିତୀୟେନ ପଶ୍ୟତସ୍ତେ ସ୍ୱମାତ୍ମନା ॥ ୩୧॥

ତୁମ ଆଖି ଆଗରେ ହିଁ ଚାହୁଁ ଚାହୁଁ ମୁଁ ଗୋଟିଏ ପାଦରେ ଭୂଲୋକ, ଶରୀରରେ ଆକାଶ ଓ ଦିଶା ଏବଂ ଦ୍ବିତୀୟ ପାଦରେ ସ୍ବର୍ଗଲୋକକୁ ମାପି ନେଲି | ଏହିପରି ଭାବରେ ତୁମର ସବୁକିଛି ମୋର ହୋଇଗଲା |

ପ୍ରତିଶ୍ରୁତମଦାତୁସ୍ତେ ନିରୟେ ବାସ ଇଷ୍ୟତେ ।

ବିଶ ତ୍ୱଂ ନିରୟଂ ତସ୍ମାଦ୍ଗୁରୁଣା ଚାନୁମୋଦିତଃ ॥ ୩୨॥

ତଥାପି ତୁମେ ନିଜର ପ୍ରତିଜ୍ଞା ପୂରା କରିପାରିଲ ନାହିଁ; ସେଥିପାଇଁ ତୁମକୁ ନର୍କଗାମୀ ହେବାକୁ ପଡିବ | ତୁମ ଗୁରୁଜୀଙ୍କର ତ ଏଥିପାଇଁ ଆଗରୁ ସମ୍ମତି ରହିଛି, ତେଣୁ ତୁମେ ଏବେ ନର୍କରେ ପ୍ରବେଶ କର |

ବୃଥା ମନୋରଥସ୍ତସ୍ୟ ଦୂରେ ସ୍ୱର୍ଗଃ ପତତ୍ୟଧଃ ।

ପ୍ରତିଶ୍ରୁତସ୍ୟାଦାନେନ ଯୋଽର୍ଥିନଂ ବିପ୍ରଲମ୍ଭତେ ॥ ୩୩॥

ଯିଏ ଯାଚକକୁ ଦେବା ପାଇଁ ପ୍ରତିଜ୍ଞା କରି ସେଥିରୁ ଓହରି ଯାଏ ଏବଂ ଏହିପରି ଭାବରେ ଏକପ୍ରକାରେ ତାକୁ ଧୋଖା ଦେଇଥାଏ, ତାର ସବୁ ମନୋରଥ ବ୍ୟର୍ଥ ହୋଇଯାଏ | ସ୍ବର୍ଗ କଥା ଦୂରରେ ଥାଉ, ତାକୁ ନର୍କଗାମୀ ହେବାକୁ ପଡିଥାଏ |

ବିପ୍ରଲବ୍ଧୋ ଦଦାମୀତି ତ୍ୱୟାହଂ ଚାଢ୍ୟମାନିନା ।

ତଦ୍ୱ୍ୟଲୀକଫଲଂ ଭୁଙ୍କ୍ଷ୍ୱ ନିରୟଂ କତିଚିତ୍ସମାଃ ॥ ୩୪॥

‘ମୁଁ ବହୁତ ବଡ ଧନୀ ଅଟେ – ଏହାକୁ ନେଇ ତୁମର ପ୍ରବଳ ଅହଂକାର ଥିଲା | ଅଥଚ ‘ଦେବି ବୋଲି ପ୍ରତିଜ୍ଞା କରି ତୁମେ ମୋତେ ଧୋଖା ଦେଲ | ଏବେ ତୁମେ ସେହି ଅସତ୍ୟର ଫଳ ରୂପେ କିଛି ବର୍ଷ ନର୍କ ଭୋଗ କର |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାମଷ୍ଟମସ୍କନ୍ଧେ ବାମନପ୍ରାଦୁର୍ଭାବେ ବଲିନିଗ୍ରହୋ ନାମୈକବିଂଶୋଽଧ୍ୟାୟଃ ॥ ୨୧॥

Comments

Popular posts from this blog