Posts

Showing posts from October, 2025
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମସ୍କନ୍ଧ ॥ ପ୍ରଥମ ଅଧ୍ୟାୟ ବୈବସ୍ବତ ମନୁ-ପୁତ୍ର ରାଜା ସୁଦ୍ୟୁମ୍ଣଙ୍କର କଥା   ରାଜୋବାଚ ମନ୍ୱନ୍ତରାଣି ସର୍ୱାଣି ତ୍ୱୟୋକ୍ତାନି ଶ୍ରୁତାନି ମେ । ବୀର୍ୟାଣ୍ୟନନ୍ତବୀର୍ୟସ୍ୟ ହରେସ୍ତତ୍ର କୃତାନି ଚ ॥ ୧॥ ରାଜା ପରୀକ୍ଷିତ କହିଲେ – ଭଗବନ୍ ! ଆପଣ ସମସ୍ତ ମନ୍ବନ୍ତର ଏବଂ ସେଥିରେ ଅନନ୍ତ ଶକ୍ତିଶାଳୀ ଭଗବାନଙ୍କର ଐଶ୍ବର୍ଯ୍ୟପୂର୍ଣ୍ଣ ଚରିତ୍ର ବିଷୟରେ ବର୍ଣ୍ଣନା କଲେ ଏବଂ ମୁଁ ମଧ୍ୟ ତାହାର ଶ୍ରବଣ କରିବାର ସୌଭାଗ୍ୟ ପ୍ରାପ୍ତ କଲି | ଯୋଽସୌ ସତ୍ୟବ୍ରତୋ ନାମ ରାଜର୍ଷିର୍ଦ୍ରବିଡେଶ୍ୱରଃ । ଜ୍ଞାନଂ ଯୋଽତୀତକଲ୍ପାନ୍ତେ ଲେଭେ ପୁରୁଷସେବୟା ॥ ୨॥ ସ ବୈ ବିବସ୍ୱତଃ ପୁତ୍ରୋ ମନୁରାସୀଦିତି ଶ୍ରୁତମ୍ । ତ୍ୱତ୍ତସ୍ତସ୍ୟ ସୁତାଶ୍ଚୋକ୍ତା ଇକ୍ଷ୍ୱାକୁପ୍ରମୁଖା ନୃପାଃ ॥ ୩॥ ଆପଣ କହିଲେ ଯେ ପୂର୍ବ କଳ୍ପର ଅନ୍ତରେ ଦ୍ରବିଡ ଦେଶର ସ୍ବାମୀ ରାଜର୍ଷି ସତ୍ୟବ୍ରତ ଭଗବାନଙ୍କର ସେବା କରି ଜ୍ଞାନ ପ୍ରାପ୍ତ କରିଥିଲେ ଏବଂ ସେ ହିଁ ଏହି କଳ୍ପରେ ବୈବସ୍ବତ ମନୁ ହୋଇଛନ୍ତି | ତାଙ୍କର ଈକ୍ଷାକୁ ଆଦି ନରପତି ପୁତ୍ରମାନଙ୍କ ବିଷୟରେ ଆପଣ ପୂର୍ବରୁ ବର୍ଣ୍ଣନା କରିଛନ୍ତି | ତେଷାଂ ବଂଶଂ ପୃଥଗ୍ବ୍ରହ୍ମନ୍ ବଂଶ୍ୟାନୁଚରିତାନି ଚ । କୀର୍ତୟସ୍ୱ ମହାଭାଗ ନିତ୍ୟଂ ଶୁଶ୍ରୂଷତାଂ ହି ନଃ ॥ ୪॥ ବ୍ରହ୍ମନ୍ ! ଏବେ ଆପଣ କୃପା କରି ତାଙ୍କର ବଂଶ ...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ଚତୁର୍ବିଂଶ ଅଧ୍ୟାୟ ଭଗବାନଙ୍କର ମତ୍ସ୍ୟାବତାର କଥା   ରାଜୋବାଚ ଭଗବନ୍ ଶ୍ରୋତୁମିଚ୍ଛାମି ହରେରଦ୍ଭୁତକର୍ମଣଃ । ଅବତାରକଥାମାଦ୍ୟାଂ ମାୟାମତ୍ସ୍ୟବିଡମ୍ବନମ୍ ॥ ୧॥ ରାଜା ପରୀକ୍ଷିତ ପଚାରିଲେ – ଭଗବାନଙ୍କର କର୍ମ ଅତ୍ୟନ୍ତ ଅଦ୍ଭୁତ ଅଟେ | ଥରେ ସେ ନିଜ ଯୋଗମାୟା ବଳରେ ମତ୍ସ୍ୟାବତାର ଧାରଣ କରି ଅତି ସୁନ୍ଦର ଲୀଳା କରିଥିଲେ, ମୁଁ ତାଙ୍କର ସେହି ଆଦି-ଅବତାରର କଥା ଶୁଣିବାକୁ ଇଚ୍ଛା କରୁଛି | ଯଦର୍ଥମଦଧାଦ୍ରୂପଂ ମାତ୍ସ୍ୟଂ ଲୋକଜୁଗୁପ୍ସିତମ୍ । ତମଃପ୍ରକୃତିଦୁର୍ମର୍ଷଂ କର୍ମଗ୍ରସ୍ତ ଇବେଶ୍ୱରଃ ॥ ୨॥ ଭଗବନ୍ ! ଏକରେ ତ ମତ୍ସ୍ୟଯୋନି ଲୋକନିନ୍ଦିତ ଅଟେ , ଦୁଇରେ ତମୋଗୁଣ ଏବଂ ଅସହ୍ୟ ପରତନ୍ତ୍ରତାରେ ଯୁକ୍ତ ମଧ୍ୟ ଅଟେ | ସର୍ବଶକ୍ତିମାନ ହୋଇଥିଲେ ବି କର୍ମବନ୍ଧନରେ ବାନ୍ଧି ହୋଇଥିବା ଜୀବ ପରି ଭଗବାନ ଏହି ମତ୍ସ୍ୟରୂପ କାହିଁକି ଧାରଣ କଲେ ? ଏତନ୍ନୋ ଭଗବନ୍ ସର୍ୱଂ ଯଥାବଦ୍ୱକ୍ତୁମର୍ହସି । ଉତ୍ତମଶ୍ଲୋକଚରିତଂ ସର୍ୱଲୋକସୁଖାବହମ୍ ॥ ୩॥ ଭଗବନ୍ ! ମହାତ୍ମାମାନଙ୍କ ଦ୍ବାରା କୀର୍ତ୍ତନୀୟ ଭଗବାନଙ୍କର ଚରିତ ସମସ୍ତ ପ୍ରାଣୀଙ୍କୁ ସୁଖ ପ୍ରଦାନ କରିଥାଏ | ଆପଣ କୃପା କରି ସେହି ସବୁ ଲୀଳା-ଚରିତ ମୋ ସମ୍ମୁଖରେ ପୂର୍ଣ୍ଣରୂପରେ ବର୍ଣ୍ଣନା କରନ୍ତୁ | ସୂତ ଉବାଚ ଇତ୍ୟୁକ୍ତୋ ବିଷ୍ଣୁରାତେନ ଭଗବାନ୍ ବାଦରା...