Posts

Showing posts from November, 2025
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ତୃତୀୟ ଅଧ୍ୟାୟ ମହର୍ଷି ଚ୍ୟବନ ଏବଂ ସୁକନ୍ୟାଙ୍କ ଚରିତ , ରାଜା ଶର୍ୟାତିଙ୍କର ବଂଶ   ଶ୍ରୀଶୁକ ଉବାଚ ଶର୍ୟାତିର୍ମାନବୋ ରାଜା ବ୍ରହ୍ମିଷ୍ଠଃ ସ ବଭୂବ ହ । ଯୋ ବା ଅଙ୍ଗିରସାଂ ସତ୍ରେ ଦ୍ୱିତୀୟମହ ଊଚିବାନ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମନୁପୁତ୍ର ରାଜା ଶର୍ୟାତି ବେଦର ନିଷ୍ଠାବାନ୍ ବିଦ୍ବାନ ଥିଲେ | ଅଙ୍ଗିରା-ଗୋତ୍ରୀୟ ଋଷିମାନଙ୍କ ଯଜ୍ଞର ଦ୍ବିତୀୟ ଦିନର କର୍ମ ସେ ନିର୍ଦ୍ଦେଶ କରିଥିଲେ | ସୁକନ୍ୟା ନାମ ତସ୍ୟାସୀତ୍କନ୍ୟା କମଲଲୋଚନା । ତୟା ସାର୍ଧଂ ବନଗତୋ ହ୍ୟଗମଚ୍ଚ୍ୟବନାଶ୍ରମମ୍ ॥ ୨॥ ତାଙ୍କର କମଳଲୋଚନା ଏକ କନ୍ୟା ଥିଲା , ଯାହାର ନାମ ଥିଲା ସୁକନ୍ୟା | ଦିନେ ରାଜା ଶର୍ୟାତି ନିଜ କନ୍ୟା ସହିତ ବନକୁ ଭ୍ରମଣ କରିବାକୁ ଯାଇ ଚ୍ୟବନ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ | ସା ସଖୀଭିଃ ପରିବୃତା ବିଚିନ୍ୱନ୍ତ୍ୟଙ୍ଘ୍ରିପାନ୍ ବନେ । ବଲ୍ମୀକରନ୍ଧ୍ରେ ଦଦୃଶେ ଖଦ୍ୟୋତେ ଇବ ଜ୍ୟୋତିଷୀ ॥ ୩॥ ସୁକନ୍ୟା ନିଜ ସଖୀମାନଙ୍କ ସହିତ ବଣରେ ବୁଲି ବୁଲି ବୃକ୍ଷମାନଙ୍କର ଶୋଭା ଦର୍ଶନ କରୁଥିଲେ | ଗୋଟିଏ ସ୍ଥାନରେ ସେ ଦେଖିବାକୁ ପାଇଲେ ଯେ ଏକ ଊଈହୁଙ୍କାର ଛିଦ୍ର ମଧ୍ୟ ଡେଇ ଜୁଳୁଜୁଳିଆ ପୋକର ଆଲୋକ ପରି ଦୁଇଟି ଜ୍ୟୋତି ଦେଖା ଯାଉଛି | ତେ ଦୈବଚୋଦିତା ବାଲା ଜ୍ୟୋତିଷୀ କଣ୍ଟକେନ ବୈ । ଅବିଧ...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ଦ୍ବିତୀୟ ଅଧ୍ୟାୟ ପୃଷଘ୍ନ ଆଦି ମନୁଙ୍କ ପଞ୍ଚପୁତ୍ରଙ୍କର ବଂଶ   ଶ୍ରୀଶୁକ ଉବାଚ ଏବଂ ଗତେଽଥ ସୁଦ୍ୟୁମ୍ନେ ମନୁର୍ୱୈବସ୍ୱତଃ ସୁତେ । ପୁତ୍ରକାମସ୍ତପସ୍ତେପେ ଯମୁନାୟାଂ ଶତଂ ସମାଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ସୁଦ୍ୟୁମ୍ଣ ତପସ୍ୟା କରିବା ନିମନ୍ତେ ବନକୁ ଚାଲିଯିବା ପରେ ବୈବସ୍ବତ ମନୁ ସନ୍ତାନ ପ୍ରାପ୍ତି କାମନାରେ ଯମୁନାର ତଟଦେଶରେ ଶହେ ବର୍ଷ ତପସ୍ୟା କଲେ | ତତୋଽୟଜନ୍ମନୁର୍ଦେବମପତ୍ୟାର୍ଥଂ ହରିଂ ପ୍ରଭୁମ୍ । ଇକ୍ଷ୍ୱାକୁପୂର୍ୱଜାନ୍ ପୁତ୍ରାନ୍ ଲେଭେ ସ୍ୱସଦୃଶାନ୍ ଦଶ ॥ ୨॥ ତଦନନ୍ତର ସେ ସର୍ବଶକ୍ତିମାନ ଭଗବାନ ଶ୍ରୀହରିଙ୍କର ଆରାଧନା କଲେ ଏବଂ ତାଙ୍କଠାରୁ ତାଙ୍କ ସଦୃଶ ଦଶଟି ପୁତ୍ରସନ୍ତାନ ପ୍ରାପ୍ତ କଲେ | ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ଈକ୍ଷାକୁ | ପୃଷଧ୍ରସ୍ତୁ ମନୋଃ ପୁତ୍ରୋ ଗୋପାଲୋ ଗୁରୁଣା କୃତଃ । ପାଲୟାମାସ ଗା ଯତ୍ତୋ ରାତ୍ର୍ୟାଂ ବୀରାସନବ୍ରତଃ ॥ ୩॥ ସେହି ମନୁପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କର ନାମ ଥିଲା ପୃଷଘ୍ନ | ଗୁରୁ ବସିଷ୍ଠ ତାଙ୍କୁ ଗୋ-ରକ୍ଷା ଦାୟିତ୍ବରେ ନିଯୁକ୍ତ କରିଥିଲେ | ସେଥିପାଇଁ ରାତ୍ରୀକାଳରେ ସେ ଅତି ସାବଧାନ ସହକାରେ ବୀରାସନରେ ବସି ଗାଈମାନଙ୍କର ରକ୍ଷା କରୁଥିଲେ | ଏକଦା ପ୍ରାବିଶଦ୍ଗୋଷ୍ଠଂ ଶାର୍ଦୂଲୋ ନିଶି ବର୍ଷତି । ଶୟାନା ଗାବ ଉତ...