ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଦ୍ବିତୀୟ ଅଧ୍ୟାୟ
ପୃଷଘ୍ନ ଆଦି ମନୁଙ୍କ ପଞ୍ଚପୁତ୍ରଙ୍କର ବଂଶ
ଶ୍ରୀଶୁକ ଉବାଚ
ଏବଂ ଗତେଽଥ
ସୁଦ୍ୟୁମ୍ନେ ମନୁର୍ୱୈବସ୍ୱତଃ ସୁତେ ।
ପୁତ୍ରକାମସ୍ତପସ୍ତେପେ
ଯମୁନାୟାଂ ଶତଂ ସମାଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ସୁଦ୍ୟୁମ୍ଣ ତପସ୍ୟା କରିବା ନିମନ୍ତେ ବନକୁ ଚାଲିଯିବା ପରେ ବୈବସ୍ବତ
ମନୁ ସନ୍ତାନ ପ୍ରାପ୍ତି କାମନାରେ ଯମୁନାର ତଟଦେଶରେ ଶହେ ବର୍ଷ ତପସ୍ୟା କଲେ |
ତତୋଽୟଜନ୍ମନୁର୍ଦେବମପତ୍ୟାର୍ଥଂ
ହରିଂ ପ୍ରଭୁମ୍ ।
ଇକ୍ଷ୍ୱାକୁପୂର୍ୱଜାନ୍
ପୁତ୍ରାନ୍ ଲେଭେ ସ୍ୱସଦୃଶାନ୍ ଦଶ ॥ ୨॥
ତଦନନ୍ତର ସେ
ସର୍ବଶକ୍ତିମାନ ଭଗବାନ ଶ୍ରୀହରିଙ୍କର ଆରାଧନା କଲେ ଏବଂ ତାଙ୍କଠାରୁ ତାଙ୍କ ସଦୃଶ ଦଶଟି
ପୁତ୍ରସନ୍ତାନ ପ୍ରାପ୍ତ କଲେ | ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ଈକ୍ଷାକୁ |
ପୃଷଧ୍ରସ୍ତୁ ମନୋଃ
ପୁତ୍ରୋ ଗୋପାଲୋ ଗୁରୁଣା କୃତଃ ।
ପାଲୟାମାସ ଗା
ଯତ୍ତୋ ରାତ୍ର୍ୟାଂ ବୀରାସନବ୍ରତଃ ॥ ୩॥
ସେହି
ମନୁପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କର ନାମ ଥିଲା ପୃଷଘ୍ନ | ଗୁରୁ ବସିଷ୍ଠ ତାଙ୍କୁ ଗୋ-ରକ୍ଷା
ଦାୟିତ୍ବରେ ନିଯୁକ୍ତ କରିଥିଲେ | ସେଥିପାଇଁ ରାତ୍ରୀକାଳରେ ସେ ଅତି ସାବଧାନ ସହକାରେ ବୀରାସନରେ
ବସି ଗାଈମାନଙ୍କର ରକ୍ଷା କରୁଥିଲେ |
ଏକଦା
ପ୍ରାବିଶଦ୍ଗୋଷ୍ଠଂ ଶାର୍ଦୂଲୋ ନିଶି ବର୍ଷତି ।
ଶୟାନା ଗାବ ଉତ୍ଥାୟ
ଭୀତାସ୍ତା ବଭ୍ରମୁର୍ୱ୍ରଜେ ॥ ୪॥
ଦିନେ ରାତିରେ
ବର୍ଷା ହେଉଥିଲା | ସେହି ସମୟରେ ଗାଈ ଗୋଠ ଭିତରକୁ ଗୋଟିଏ ବାଘ ପଶି ଆସିଲା | ତା’ର ଭୟରେ ଶୋଇଥିବା ଗାଈମାନେ ଉଠି ଠିଆ ହୋଇଗଲେ ଏବଂ
ଗୋଶାଳା ଭିତରେ ଇତସ୍ତତଃ ଧାଇଁବାରେ ଲାଗିଲେ |
ଏକାଂ ଜଗ୍ରାହ
ବଲବାନ୍ ସା ଚୁକ୍ରୋଶ ଭୟାତୁରା ।
ତସ୍ୟାସ୍ତତ୍କ୍ରନ୍ଦିତଂ
ଶ୍ରୁତ୍ୱା ପୃଷଧ୍ରୋଽଭିସସାର ହ ॥ ୫॥
ବଳବାନ ବାଘଟି
ଗୋଟିଏ ଗାଈକୁ ଧରିନେଲା | ସେ ଅତ୍ୟନ୍ତ ଭୟଭୀତ ହୋଇ ରଡିବାରେ ଲାଗିଲା | ଗାଈର କରୁଣ ଚିତ୍କାର
ଶୁଣି ପୃଷଘ୍ନ ଗୋଶାଳା ଭିତରକୁ ଧାଇଁ ଆସିଲେ |
ଖଡ୍ଗମାଦାୟ ତରସା
ପ୍ରଲୀନୋଡୁଗଣେ ନିଶି ।
ଅଜାନନ୍ନହନଦ୍ବଭ୍ରୋଃ
ଶିରଃ ଶାର୍ଦୂଲଶଙ୍କୟା ॥ ୬॥
ଏକରେ ତ ରାତ୍ରୀକାଳ
ଥିଲା ଏବଂ ଦୁଇରେ ଘନଘୋର ଅନ୍ଧକାର ଥିଲା; ବାଦଲ ଆଚ୍ଛାଦିତ
ଆକାଶରେ ତାରାଗଣ ମଧ୍ୟ ଦୃଶ୍ୟ ହେଉ ନ ଥିଲେ | ଅତଏବ ଭ୍ରମବଶ ଗାଈକୁ ବାଘ ମନେକରି ପୃଷଘ୍ନ ନିଜ
ତରବାରୀ ଉଠାଇ ଗାଈର ସିରଛେଦନ କରିଦେଲେ |
ବ୍ୟାଘ୍ରୋଽପି
ବୃକ୍ଣଶ୍ରବଣୋ ନିସ୍ତ୍ରିଂଶାଗ୍ରାହତସ୍ତତଃ ।
ନିଶ୍ଚକ୍ରାମ ଭୃଶଂ
ଭୀତୋ ରକ୍ତଂ ପଥି ସମୁତ୍ସୃଜନ୍ ॥ ୭॥
ତରବାରୀର ଅଗ୍ରଭାଗ
ଦ୍ବାରା ବାଘର କାନ ମଧ୍ୟ କଟିଗଲା, ତେଣୁ ସେ ଅତ୍ୟନ୍ତ ଭୟଭୀତ ହୋଇ ରାସ୍ତା ସାରା ରକ୍ତର ଛାପ
ଛାଡି ସେଠାରୁ ଧାଇଁ ପଳାଇଲା |
ମନ୍ୟମାନୋ ହତଂ
ବ୍ୟାଘ୍ରଂ ପୃଷଧ୍ରଃ ପରବୀରହା ।
ଅଦ୍ରାକ୍ଷୀତ୍ସ୍ୱହତାଂ
ବଭ୍ରୁଂ ବ୍ୟୁଷ୍ଟାୟାଂ ନିଶି ଦୁଃଖିତଃ ॥ ୮॥
ଶତ୍ରୁଦମନ ପୃଷଘ୍ନ
ଭାବିଥିଲେ ଯେ ବାଘ ମରିଗଲା | କିନ୍ତୁ ରାତି ପାହିବାରୁ ସେ ଯେତେବେଳେ ଦେଖିଲେ ଯେ ବାଘ ମନେକରି
ସେ ଯାହାକୁ ମାରିଛନ୍ତି, ସେ ଗୋଟିଏ ଗାଈ ଅଟେ, ସେତେବେଳେ ତାଙ୍କ ମନରେ ଅତିଶୟ ଦୁଃଖ ଜାତ ହେଲା |
ତଂ ଶଶାପ
କୁଲାଚାର୍ୟଃ କୃତାଗସମକାମତଃ ।
ନ କ୍ଷତ୍ରବନ୍ଧୁଃ
ଶୂଦ୍ରସ୍ତ୍ୱଂ କର୍ମଣା ଭବିତାମୁନା ॥ ୯॥
ପୃଷଘ୍ନ ଯଦିଓ
ଜାଣିଶୁଣି ସେହି ଅପରାଧ କରି ନ ଥିଲେ, ତଥାପି
କୁଳପୁରୋହିତ ବସିଷ୍ଠ ତାଙ୍କୁ ଅଭିଶାପ ଦେଲେ, ‘ତୁମର ଏହି କର୍ମ
ଯୋଗୁଁ ତୁମେ କ୍ଷତ୍ରିୟ ହୋଇ ରହିବ ନାହିଁ; ଯାଅ, ଶୂଦ୍ର ହୋଇଯାଅ |’
ଏବଂ ଶପ୍ତସ୍ତୁ
ଗୁରୁଣା ପ୍ରତ୍ୟଗୃହ୍ଣାତ୍କୃତାଞ୍ଜଲିଃ ।
ଅଧାରୟଦ୍ୱ୍ରତଂ ବୀର
ଊର୍ଧ୍ୱରେତା ମୁନିପ୍ରିୟମ୍ ॥ ୧୦॥
ନିଜ ଗୁରୁଦେବଙ୍କର
ସେହି ଶାପକୁ ପୃଷଘ୍ନ ଅଞ୍ଜଳି ବାନ୍ଧି ସ୍ବୀକାର କରିନେଲେ ଏବଂ ତାପରେ ସବୁଦିନ ପାଇଁ
ମୁନିମାନଙ୍କର ପ୍ରିୟ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ-ବ୍ରତ ଧାରଣ କରିନେଲେ |
ବାସୁଦେବେ ଭଗବତି
ସର୍ୱାତ୍ମନି ପରେଽମଲେ ।
ଏକାନ୍ତିତ୍ୱଂ ଗତୋ
ଭକ୍ତ୍ୟା ସର୍ୱଭୂତସୁହୃତ୍ସମଃ ॥ ୧୧॥
ସେ ସମସ୍ତ
ପ୍ରାଣୀଙ୍କର ଅହୈତୁକ ହିତୈଷୀ ଏବଂ ସମସ୍ତଙ୍କ ପ୍ରତି ସମଭାବଯୁକ୍ତ ହୋଇ ଭକ୍ତି ଦ୍ବାରା ପରମ
ବିଶୁଦ୍ଧ ସର୍ବାତ୍ମା ଭଗବାନ ବାସୁଦେବଙ୍କର ଅନନ୍ୟ ପ୍ରେମୀ ହୋଇଗଲେ |
ବିମୁକ୍ତସଙ୍ଗଃ
ଶାନ୍ତାତ୍ମା ସଂୟତାକ୍ଷୋଽପରିଗ୍ରହଃ ।
ଯଦୃଚ୍ଛୟୋପପନ୍ନେନ
କଲ୍ପୟନ୍ ବୃତ୍ତିମାତ୍ମନଃ ॥ ୧୨॥
ତାଙ୍କର ସମସ୍ତ
ଆସକ୍ତି ସମାପ୍ତ ହୋଇଗଲା, ବୃତ୍ତିମାନେ
ଶାନ୍ତ ହୋଇଗଲେ ଏବଂ ଇନ୍ଦ୍ରିୟମାନେ ବଶୀଭୂତ ରହିଲେ | କୌଣସି ପ୍ରକାରର ସଂଗ୍ରହ-ପରିଗ୍ରହରେ ସେ
ନିୟତ ହେଲେ ନାହିଁ; ଦୈବବଶ ଯାହା କିଛି ପ୍ରାପ୍ତ
ହେଉଥିଲା, ସେଥିରେ ସେ ନିଜର ଜୀବନ-ନିର୍ବାହ କରି ନେଉଥିଲେ |
ଆତ୍ମନ୍ୟାତ୍ମାନମାଧାୟ
ଜ୍ଞାନତୃପ୍ତଃ ସମାହିତଃ ।
ବିଚଚାର ମହୀମେତାଂ
ଜଡାନ୍ଧବଧିରାକୃତିଃ ॥ ୧୩॥
ଆତ୍ମଜ୍ଞାନରେ
ସନ୍ତୁଷ୍ଟ ରହି ଏବଂ ଚିତ୍ତକୁ ପରମାତ୍ମାଙ୍କଠାରେ ସ୍ଥିତ କରି ସେ ପ୍ରାୟତଃ ସମାଧିସ୍ଥ ରହୁଥିଲେ
| କେବେ କେବେ ସେ ଜଡ, ଅନ୍ଧ ଏବଂ ବଧିରଙ୍କ ପରି
ପୃଥିବୀରେ ବିଚରଣ କରୁଥିଲେ |
ଏବଂବୃତ୍ତୋ ବନଂ
ଗତ୍ୱା ଦୃଷ୍ଟ୍ୱା ଦାବାଗ୍ନିମୁତ୍ଥିତମ୍ ।
ତେନୋପୟୁକ୍ତକରଣୋ
ବ୍ରହ୍ମ ପ୍ରାପ ପରଂ ମୁନିଃ ॥ ୧୪॥
ଏହିପରି ଭାବରେ
ଜୀବନ ବ୍ୟତୀତ କରି ଦିନେ ସେ ବନକୁ ଯାଇ ସେଠାରେ ପ୍ରଜ୍ବଳିତ ଦାବାନଳ ଦେଖିବାକୁ ପାଇଲେ |
ମନନଶୀଳ ପୃଷଘ୍ନ ସେହି ଅଗ୍ନିରେ ନିଜର ଶରୀରେନ୍ଦ୍ରିୟକୁ ଭସ୍ମୀଭୂତ କରି ପରବ୍ରହ୍ମ
ପରମାତ୍ମାଙ୍କୁ ପ୍ରାପ୍ତ ହୋଇଗଲେ |
କବିଃ କନୀୟାନ୍
ବିଷୟେଷୁ ନିଃସ୍ପୃହୋ
ବିସୃଜ୍ୟ ରାଜ୍ୟଂ
ସହ ବନ୍ଧୁଭିର୍ୱନମ୍ ।
ନିବେଶ୍ୟ ଚିତ୍ତେ
ପୁରୁଷଂ ସ୍ୱରୋଚିଷଂ
ବିବେଶ କୈଶୋରବୟାଃ
ପରଂ ଗତଃ ॥ ୧୫॥
ମନୁଙ୍କର
ପୁତ୍ରମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଥିଲେ କବି | ବିଷୟ ପ୍ରତି ସେ ଅତ୍ୟନ୍ତ ନିଃସ୍ପୃହ ଥିଲେ |
ସେ ରାଜ୍ୟ ଛାଡି ନିଜ ବନ୍ଧୁମାନଙ୍କ ସହିତ ବଣକୁ ଚାଲିଗଲେ ଏବଂ ନିଜ ହୃଦୟରେ ସ୍ବୟଂପ୍ରକାଶ
ପରମାତ୍ମାଙ୍କୁ ଉପଲବଧି କରି କିଶୋର ଅବସ୍ଥାରେ ହିଁ ପରମ ପଦକୁ ପ୍ରାପ୍ତ ହୋଇଗଲେ |
କରୂଷାନ୍ମାନବାଦାସନ୍
କାରୂଷାଃ କ୍ଷତ୍ରଜାତୟଃ ।
ଉତ୍ତରାପଥଗୋପ୍ତାରୋ
ବ୍ରହ୍ମଣ୍ୟା ଧର୍ମବତ୍ସଲାଃ ॥ ୧୬॥
ମନୁପୁତ୍ର
କରୂଷଙ୍କଠାରୁ କାରୂଷ ନାମକ କ୍ଷତ୍ରିୟ ଉତ୍ପନ୍ନ ହେଲେ | ସେ ବହୁତ ବଡ ବ୍ରାହ୍ମଣଭକ୍ତ, ଧର୍ମପ୍ରେମୀ ଏବଂ ଉତ୍ତରାପଥର ରକ୍ଷକ ଥିଲେ |
ଧୃଷ୍ଟାଦ୍ଧାର୍ଷ୍ଟମଭୂତ୍କ୍ଷତ୍ରଂ
ବ୍ରହ୍ମଭୂୟଂ ଗତଂ କ୍ଷିତୌ ।
ନୃଗସ୍ୟ ବଂଶଃ
ସୁମତିର୍ଭୂତଜ୍ୟୋତିସ୍ତତୋ ବସୁଃ ॥ ୧୭॥
ଧୃଷ୍ଟଙ୍କଠାରୁ
ଧାର୍ଷ୍ଟ ନାମକ କ୍ଷତ୍ରିୟ ଉତ୍ପନ୍ନ ହେଲେ | ଶେଷଜୀବନକାଳରେ ସେ ସେହି ଶରୀରରେ ହିଁ ବ୍ରାହ୍ମଣ
ହୋଇଗଲେ | ନୃଗଙ୍କର ପୁତ୍ର ଥିଲେ ସୁମତି, ତାଙ୍କର ପୁତ୍ର
ଭୂତଜ୍ୟୋତି ଏବଂ ଭୂତଜ୍ୟୋତିଙ୍କର ପୁତ୍ର ଥିଲେ ବସୁ |
ବସୋଃ
ପ୍ରତୀକସ୍ତତ୍ପୁତ୍ର ଓଘବାନୋଘବତ୍ପିତା ।
କନ୍ୟା ଚୌଘବତୀ ନାମ
ସୁଦର୍ଶନ ଉବାହ ତାମ୍ ॥ ୧୮॥
ବସୁଙ୍କର ପୁତ୍ର
ପ୍ରତୀକ ଏବଂ ପ୍ରତୀକଙ୍କର ପୁତ୍ର ଓଘବାନ୍ | ଓଘବାନଙ୍କର ପୁତ୍ରର ନାମ ମଧ୍ୟ ଓଘବାନ ହିଁ ଥିଲା |
ତାଙ୍କର ଓଘବତୀ ନାମରେ ଗୋଟିଏ କନ୍ୟା ମଧ୍ୟ ଥିଲା, ଯାହାର ବିବାହ
ସୁଦର୍ଶନଙ୍କ ସହିତ ହୋଇଥିଲା |
ଚିତ୍ରସେନୋ
ନରିଷ୍ୟନ୍ତାଦ୍ଦକ୍ଷସ୍ତସ୍ୟ ସୁତୋଽଭବତ୍ ।
ତସ୍ୟ
ମୀଢ୍ୱାଂସ୍ତତଃ କୂର୍ଚ ଇନ୍ଦ୍ରସେନସ୍ତୁ ତତ୍ସୁତଃ ॥ ୧୯॥
ମନୁପୁତ୍ର
ନରିଷ୍ୟନ୍ତଙ୍କଠାରୁ ଚିତ୍ରସେନ, ତାଙ୍କଠାରୁ ଋକ୍ଷ, ଋକ୍ଷଙ୍କଠାରୁ ମୀଢ଼ବାନ୍, ମୀଢ଼ବାନଙ୍କଠାରୁ କୂର୍ଚ
ଏବଂ ତାଙ୍କଠାରୁ ଇନ୍ଦ୍ରସେନଙ୍କର ଉତ୍ପତ୍ତି ହେଲା |
ବୀତିହୋତ୍ରସ୍ତ୍ୱିନ୍ଦ୍ରସେନାତ୍ତସ୍ୟ
ସତ୍ୟଶ୍ରବା ଅଭୂତ୍ ।
ଉରୁଶ୍ରବାଃ
ସୁତସ୍ତସ୍ୟ ଦେବଦତ୍ତସ୍ତତୋଽଭବତ୍ ॥ ୨୦॥
ଇନ୍ଦ୍ରସେନଙ୍କଠାରୁ
ବୀତିହୋତ୍ର, ତାଙ୍କଠାରୁ ସତ୍ୟଶ୍ରବା,
ସତ୍ୟଶ୍ରବାଙ୍କଠାରୁ ଉରୁଶ୍ରବା ଏବଂ ତାଙ୍କଠାରୁ ଦେବଦତ୍ତଙ୍କର ଉତ୍ପତ୍ତି ହେଲା |
ତତୋଽଗ୍ନିବେଶ୍ୟୋ
ଭଗବାନଗ୍ନିଃ ସ୍ୱୟମଭୂତ୍ସୁତଃ ।
କାନୀନ ଇତି
ବିଖ୍ୟାତୋ ଜାତୂକର୍ଣ୍ୟୋ ମହାନ୍ ଋଷିଃ ॥ ୨୧॥
ଦେବଦତ୍ତଙ୍କର
ପୁତ୍ର ଥିଲେ ଅଗ୍ନିବେଶ୍ୟ, ଯିଏ ସ୍ବୟଂ ଅଗ୍ନିଦେବ ହିଁ ଥିଲେ | ଆଗକୁ ଯାଇ ସେ ହିଁ କାନୀନ ଏବଂ
ମହର୍ଷି ଜାତୂକର୍ଣ୍ୟ ନାମରେ ବିଖ୍ୟାତ ହେଲେ |
ତତୋ ବ୍ରହ୍ମକୁଲଂ
ଜାତମାଗ୍ନିବେଶ୍ୟାୟନଂ ନୃପ ।
ନରିଷ୍ୟନ୍ତାନ୍ୱୟଃ
ପ୍ରୋକ୍ତୋ ଦିଷ୍ଟବଂଶମତଃ ଶୃଣୁ ॥ ୨୨॥
ପରୀକ୍ଷିତ !
ବ୍ରାହ୍ମଣମାନଙ୍କର ‘ଅଗ୍ନିବେଶ୍ୟାୟନ’ ଗୋତ୍ର ତାଙ୍କଠାରୁ
ପ୍ରଚଳିତ | ଏହିପରି ଭାବରେ ମୁଁ ନରିଷ୍ୟନ୍ତଙ୍କ ବଂଶର ବର୍ଣ୍ଣନା କରି ଶୁଣାଇଲି | ଏବେ
ଦିଷ୍ଟଙ୍କ ବଂଶ ବିଷୟରେ ଶୁଣ |
ନାଭାଗୋ
ଦିଷ୍ଟପୁତ୍ରୋଽନ୍ୟଃ କର୍ମଣା ବୈଶ୍ୟତାଂ ଗତଃ ।
ଭଲନ୍ଦନଃ
ସୁତସ୍ତସ୍ୟ ବତ୍ସପ୍ରୀତିର୍ଭଲନ୍ଦନାତ୍ ॥ ୨୩॥
ଦିଷ୍ଟଙ୍କର ପୁତ୍ର
ଥିଲେ ନାଭାଗ| ଇଏ ସେହି ନାଭାଗ ନୁହଁନ୍ତି, ଯାହାଙ୍କ ବିଷୟରେ ମୁଁ ଆଗକୁ ବର୍ଣ୍ଣନା କରିବି | ନିଜ
କର୍ମରୁ ହିଁ ସେ କ୍ଷତ୍ରିୟ ନ ରହି ବୈଶ୍ୟ ହୋଇଗଲେ | ତାଙ୍କର ପୁତ୍ର ହେଲେ ଭଲନ୍ଦନ ଏବଂ ତାଙ୍କର
ବତ୍ସପ୍ରୀତି |
ବତ୍ସପ୍ରୀତେଃ ସୁତଃ
ପ୍ରାଂଶୁସ୍ତତ୍ସୁତଂ ପ୍ରମତିଂ ବିଦୁଃ ।
ଖନିତ୍ରଃ
ପ୍ରମତେସ୍ତସ୍ମାଚ୍ଚାକ୍ଷୁଷୋଽଥ ବିବିଂଶତିଃ ॥ ୨୪॥
ବତ୍ସପ୍ରୀତିଙ୍କର
ପ୍ରାଂଶୁ ଏବଂ ପ୍ରାଂଶୁଙ୍କର ପୁତ୍ର ଥିଲେ ପ୍ରମତି | ପ୍ରମତିଙ୍କର ଖନିତ୍ର, ଖନିତ୍ରଙ୍କର
ଚାକ୍ଷୁଷ ଏବଂ ତାଙ୍କର ପୁତ୍ର ହେଲେ ବିମ୍ବିଶତି |
ବିବିଂଶତିସୁତୋ
ରମ୍ଭଃ ଖନିନେତ୍ରୋଽସ୍ୟ ଧାର୍ମିକଃ ।
କରନ୍ଧମୋ ମହାରାଜ
ତସ୍ୟାସୀଦାତ୍ମଜୋ ନୃପ ॥ ୨୫॥
ତସ୍ୟାବୀକ୍ଷିତ୍ସୁତୋ
ଯସ୍ୟ ମରୁତ୍ତଶ୍ଚକ୍ରବର୍ତ୍ୟଭୂତ୍ ।
ସଂବର୍ତୋଽୟାଜୟଦ୍ୟଂ
ବୈ ମହାୟୋଗ୍ୟଙ୍ଗିରଃସୁତଃ ॥ ୨୬॥
ବିମ୍ବିଶତିଙ୍କର
ପୁତ୍ର ରମ୍ଭ ଏବଂ ରମ୍ଭଙ୍କର ପୁତ୍ର ଖନିନେତ୍ର – ସେ ଦୁହେଁ ପରମ ଧାର୍ମିକ ଥିଲେ | ତାଙ୍କର
ପୁତ୍ର କରନ୍ଧମ ଏବଂ କରନ୍ଧମଙ୍କର ପୁତ୍ର ଥିଲେ ଅବିକ୍ଷିତ | ମହାରାଜ ପରୀକ୍ଷିତ !
ଅବିକ୍ଷିତଙ୍କର ପୁତ୍ର ମରୁତ୍ତ ଚକ୍ରବର୍ତ୍ତୀ ସମ୍ରାଟ ଥିଲେ | ଅଙ୍ଗିରା-ପୁତ୍ର ମହାଯୋଗୀ
ସଂବର୍ତ୍ତ ଋଷି ତାଙ୍କ ଦ୍ବାରା ଯଜ୍ଞ କରାଇ ଥିଲେ |
ମରୁତ୍ତସ୍ୟ ଯଥା
ଯଜ୍ଞୋ ନ ତଥାନ୍ନ୍ୟସ୍ୟ କଶ୍ଚନ ।
ସର୍ୱଂ ହିରଣ୍ମୟଂ
ତ୍ୱାସୀଦ୍ୟତ୍କିଞ୍ଚିଚ୍ଚାସ୍ୟ ଶୋଭନମ୍ ॥ ୨୭॥
ମରୁତ୍ତଙ୍କର ଯଜ୍ଞ
ପରି କେହି କେବେ ଯଜ୍ଞ କରି ନ ଥିଲେ | ସେହି ଯଜ୍ଞରେ ବ୍ୟବହୃତ ସମସ୍ତ ଛୋଟ-ବଡ ପାତ୍ର ଅତି
ସୁନ୍ଦର ଏବଂ ସୁବର୍ଣ୍ଣ-ନିର୍ମିତ ଥିଲା |
ଅମାଦ୍ୟଦିନ୍ଦ୍ରଃ
ସୋମେନ ଦକ୍ଷିଣାଭିର୍ଦ୍ୱିଜାତୟଃ ।
ମରୁତଃ
ପରିବେଷ୍ଟାରୋ ବିଶ୍ୱେଦେବାଃ ସଭାସଦଃ ॥ ୨୮॥
ସେହି ଯଜ୍ଞରେ
ଇନ୍ଦ୍ର ସୋମପାନ କରି ମତୁଆଲା ହୋଇ ଯାଇଥିଲେ | ଦକ୍ଷିଣା ପାଇ ବ୍ରାହ୍ମଣମାନେ ତୃପ୍ତ ହୋଇଥିଲେ |
ସେଥିରେ ପରସିବା କାମ ମରୁଦଗଣ କରୁଥିଲେ ଏବଂ ବିଶ୍ବେଦେବ ସେଥିରେ ସଭାସଦ୍ ଥିଲେ |
ମରୁତ୍ତସ୍ୟ ଦମଃ
ପୁତ୍ରସ୍ତସ୍ୟାସୀଦ୍ରାଜ୍ୟବର୍ଧନଃ ।
ସୁଧୃତିସ୍ତତ୍ସୁତୋ
ଜଜ୍ଞେ ସୌଧୃତେୟୋ ନରଃ ସୁତଃ ॥ ୨୯॥
ତତ୍ସୁତଃ
କେବଲସ୍ତସ୍ମାଦ୍ବନ୍ଧୁମାନ୍ ବେଗବାଂସ୍ତତଃ ।
ବନ୍ଧୁସ୍ତସ୍ୟାଭବଦ୍ୟସ୍ୟ
ତୃଣବିନ୍ଦୁର୍ମହୀପତିଃ ॥ ୩୦॥
ନରଙ୍କଠାରୁ କେବଳ, କେବଳଙ୍କଠାରୁ ବନ୍ଧୁମାନ, ବନ୍ଧୁମାନଙ୍କଠାରୁ ବେଗବାନ, ବେଗବାନଙ୍କଠାରୁ ବନ୍ଧୁ ଏବଂ ବନ୍ଧୁଙ୍କଠାରୁ ରାଜା
ତୃଣବିନ୍ଦୁଙ୍କର ଜନ୍ମ ହେଲା |
ତଂ ଭେଜେଽଲମ୍ବୁଷା
ଦେବୀ ଭଜନୀୟଗୁଣାଲୟମ୍ ।
ବରାପ୍ସରା ଯତଃ
ପୁତ୍ରାଃ କନ୍ୟା ଚେଡବିଡାଭବତ୍ ॥ ୩୧॥
ତୃଣବିନ୍ଦୁ ଆଦର୍ଶ
ଗୁଣମାନଙ୍କର ଭଣ୍ଡାର ଥିଲେ | ଅପସରାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଳମ୍ବୁଷା ଦେବୀ ତାଙ୍କୁ ବରଣ
କରିଥିଲେ, ଯାହାଠାରୁ ତାଙ୍କର ଅନେକ ପୁତ୍ର ଏବଂ ଇଡବିଡା ନାମ୍ନୀ କନ୍ୟା ଉତ୍ପନ୍ନ ହୋଇଥିଲା |
ତସ୍ୟାମୁତ୍ପାଦୟାମାସ
ବିଶ୍ରବା ଧନଦଂ ସୁତମ୍ ।
ପ୍ରାଦାୟ ବିଦ୍ୟାଂ
ପରମାମୃଷିର୍ୟୋଗେଶ୍ୱରାତ୍ପିତୁଃ ॥ ୩୨॥
ମୁନିବର ବିଶ୍ରବା
ନିଜ ଯୋଗେଶ୍ବର ପିତା ପୁଲସ୍ତ୍ୟଙ୍କଠାରୁ ଉତ୍ତମ ବିଦ୍ୟା ପ୍ରାପ୍ତ କରି ଇଡବିଡାଙ୍କ ଗର୍ଭରୁ
ଲୋକପାଳ କୁବେରଙ୍କୁ ପୁତ୍ରରୂପରେ ଉତ୍ପନ୍ନ କଲେ |
ବିଶାଲଃ
ଶୂନ୍ୟବନ୍ଧୁଶ୍ଚ ଧୂମ୍ରକେତୁଶ୍ଚ ତତ୍ସୁତାଃ ।
ବିଶାଲୋ
ବଂଶକୃଦ୍ରାଜା ବୈଶାଲୀଂ ନିର୍ମମେ ପୁରୀମ୍ ॥ ୩୩॥
ମହାରାଜ
ତୃଣବିନ୍ଦୁଙ୍କର ନିଜ ଧର୍ମପତ୍ନୀଙ୍କଠାରୁ ତିନୋଟି ପୁତ୍ର ହେଲେ – ବିଶାଳ, ଶୂନ୍ୟବନ୍ଧୁ ଏବଂ ଧୂମ୍ରକେତୁ | ସେମାନଙ୍କ ମଧ୍ୟରୁ
ବଂଶଧର ଭାବରେ ବିଶାଳ ବୈଶାଳୀ ନାମକ ନଗରୀ ସ୍ଥାପନ କରିଥିଲେ |
ହେମଚନ୍ଦ୍ରଃ
ସୁତସ୍ତସ୍ୟ ଧୂମ୍ରାକ୍ଷସ୍ତସ୍ୟ ଚାତ୍ମଜଃ ।
ତତ୍ପୁତ୍ରାତ୍ସଂୟମାଦାସୀତ୍କୃଶାଶ୍ୱଃ
ସହଦେବଜଃ ॥ ୩୪॥
ବିଶାଳଙ୍କଠାରୁ
ହେମଚନ୍ଦ୍ର, ହେମଚନ୍ଦ୍ରଙ୍କଠାରୁ
ଧୂମ୍ରାକ୍ଷ, ଧୂମ୍ରାକ୍ଷଙ୍କଠାରୁ ସଂଯମ
ଏବଂ ସଂଯମଙ୍କଠାରୁ ଦୁଇଟି ପୁତ୍ର ଉତ୍ପନ୍ନ ହେଲେ – କୃଶାଶ୍ବ ଏବଂ ଦେବଜ |
କୃଶାଶ୍ୱାତ୍ସୋମଦତ୍ତୋଽଭୂଦ୍ୟୋଽଶ୍ୱମେଧୈରିଡସ୍ପତିମ୍
।
ଇଷ୍ଟ୍ୱା
ପୁରୁଷମାପାଗ୍ର୍ୟାଂ ଗତିଂ ଯୋଗେଶ୍ୱରାଶ୍ରିତଃ ॥ ୩୫॥
କୃଶାଶ୍ବଙ୍କ
ପୁତ୍ରର ନାମ ଥିଲା ସୋମଦତ୍ତ | ସେ ଅଶ୍ବମେଧ ଯଜ୍ଞ ଦ୍ବାରା ଯଜ୍ଞପତି ଭଗବାନଙ୍କର ଆରାଧନା କଲେ
ଏବଂ ଯୋଗେଶ୍ବର ସନ୍ଥମାନଙ୍କର ଆଶ୍ରୟ ଗ୍ରହଣ କରି ଉତ୍ତମ ଗତି ପ୍ରାପ୍ତ କରିନେଲେ |
ସୌମଦତ୍ତିସ୍ତୁ
ସୁମତିସ୍ତତ୍ସୁତୋ ଜନମେଜୟଃ ।
ଏତେ
ବୈଶାଲଭୂପାଲାସ୍ତୃଣବିନ୍ଦୋର୍ୟଶୋଧରାଃ ॥ ୩୬॥
ସୋମଦତ୍ତଙ୍କର
ପୁତ୍ର ଥିଲେ ସୁମତି ଏବଂ ସୁମତିଙ୍କର ଜନମେଜୟ | ଏମାନେ ସମସ୍ତେ ତୃଣବିନ୍ଦୁଙ୍କର
କୀର୍ତ୍ତିବୃଦ୍ଧିକାରୀ ବିଶାଳବଂଶୀ ରାଜା ଥିଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

Comments
Post a Comment