Posts

Showing posts from December, 2025
Image
ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ପଞ୍ଚମ ଅଧ୍ୟାୟ ଦୁର୍ବାସାଙ୍କର ଦୁଃଖନିବୃତ୍ତି   ଶ୍ରୀଶୁକ ଉବାଚ ଏବଂ ଭଗବତାଽଽଦିଷ୍ଟୋ ଦୁର୍ୱାସାଶ୍ଚକ୍ରତାପିତଃ । ଅମ୍ବରୀଷମୁପାବୃତ୍ୟ ତତ୍ପାଦୌ ଦୁଃଖିତୋଽଗ୍ରହୀତ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନଙ୍କର ଏପରି ଆଜ୍ଞା ଶୁଣି, ସୁଦର୍ଶନ ଚକ୍ରର ଜ୍ବାଳାରେ ଦଗ୍ଧ ହେଉଥିବା ଦୁର୍ବାସା ମୁନି ରାଜା ଅମ୍ବରୀଷଙ୍କ ପାଖକୁ ଫେରି ଆସିଲେ ଏବଂ ଅତିଶୟ ଦୁଃଖରେ ରାଜାଙ୍କର ପାଦ ତଳେ ପଡିଗଲେ | ତସ୍ୟ ସୋଦ୍ୟମନଂ ବୀକ୍ଷ୍ୟ ପାଦସ୍ପର୍ଶବିଲଜ୍ଜିତଃ । ଅସ୍ତାବୀତ୍ତଦ୍ଧରେରସ୍ତ୍ରଂ କୃପୟା ପୀଡିତୋ ଭୃଶମ୍ ॥ ୨॥ ଦୁର୍ବାସାଙ୍କର ଏତାଦୃଶ ଅବସ୍ଥା ଦେଖି ଏବଂ ସେ ତାଙ୍କର ଚରଣ ଧରିବାକୁ ଚେଷ୍ଟା କରୁଥିବା ଦେଖି ରାଜା ଅମ୍ବରୀଷ ଲଜ୍ଜିତ ହୋଇ ଭଗବାନଙ୍କ ଚକ୍ରର ସ୍ତୁତି କରିବାରେ ଲାଗିଲେ | ସେହି ସମୟରେ ତାଙ୍କର ଚିତ୍ତ ଦୟାରେ ଦ୍ରବୀଭୂତ ହୋଇ ଅତ୍ୟନ୍ତ ପୀଡିତ ହେଉଥିଲା | ଅମ୍ବରୀଷ ଉବାଚ ତ୍ୱମଗ୍ନିର୍ଭଗବାନ୍ ସୂର୍ୟସ୍ତ୍ୱଂ ସୋମୋ ଜ୍ୟୋତିଷାଂ ପତିଃ । ତ୍ୱମାପସ୍ତ୍ୱଂ କ୍ଷିତିର୍ୱ୍ୟୋମ ବାୟୁର୍ମାତ୍ରେନ୍ଦ୍ରିୟାଣି ଚ ॥ ୩॥ ଅମ୍ବରୀଷ କହିଲେ – ପ୍ରଭୁ ସୁଦର୍ଶନ ! ଆପଣ ସାକ୍ଷାତ୍ ଅଗ୍ନିସ୍ବରୂପ ଅଟନ୍ତି | ଆପଣ ହିଁ ପରମ ସମର୍ଥ ସୂର୍ଯ୍ୟ ଅଟନ୍ତି | ସମଗ୍ର ନକ୍ଷତ୍ରମଣ୍ଡଳର ଅଧିପତି ଚନ୍ଦ୍ରମା ମଧ୍ୟ ଆପଣଙ୍କର ହିଁ ସ୍ବରୂପ ଅଟନ୍ତି | ଜଳ , ପୃଥିବୀ ...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ଚତୁର୍ଥ ଅଧ୍ୟାୟ ନାଭାଗ ଏବଂ ଅମ୍ବରୀଷଙ୍କ କଥା   ଶ୍ରୀଶୁକ ଉବାଚ ନାଭାଗୋ ନଭଗାପତ୍ୟଂ ଯଂ ତତଂ ଭ୍ରାତରଃ କବିମ୍ । ଯବିଷ୍ଠଂ ବ୍ୟଭଜନ୍ ଦାୟଂ ବ୍ରହ୍ମଚାରିଣମାଗତମ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମନୁପୁତ୍ର ନଭଗଙ୍କର ପୁତ୍ର ଥିଲେ ନାଭାଗ | ଦୀର୍ଘକାଳ ବ୍ରହ୍ମଚର୍ଯ୍ୟ ପାଳନ କରି ସେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ , ସେତେବେଳେ ତାଙ୍କର ବଡ ଭାଈମାନେ ସେମାନଙ୍କଠାରୁ ଛୋଟ ଅଥଚ ବିଦ୍ବାନ୍ ଭାଈଙ୍କୁ ସମ୍ପତ୍ତିର ଭାଗ ସ୍ବରୂପ କେବଳ ପିତାଙ୍କୁ ଦେଇଥିଲେ | ଭ୍ରାତରୋଽଭାଙ୍କ୍ତ କିଂ ମହ୍ୟଂ ଭଜାମ ପିତରଂ ତବ । ତ୍ୱାଂ ମମାର୍ୟାସ୍ତତାଭାଙ୍କ୍ଷୁର୍ମା ପୁତ୍ରକ ତଦାଦୃଥାଃ ॥ ୨॥ ସେ ନିଜ ଭାଈମାନଙ୍କୁ ପଚାରିଲେ – ଆପଣମାନେ ମୋର ଭାଗ-ସ୍ବରୂପ ମୋତେ କ ’ ଣ ଦେବେ ? ଭାଈମାନେ ଉତ୍ତର ଦେଲେ – ଆମେ ତୁମର ଭାଗ-ସ୍ବରୂପ ପିତାଜୀଙ୍କୁ ତୁମକୁ ଦେଉଛୁ | ତାପରେ ସେ ଯେତେବେଳେ ନିଜ ପିତାଙ୍କ ପାଖକୁ ଯାଇ କହିଲେ , ‘ପିତାଜୀ ! ମୋର ଭାଈମାନେ ଭାଗ-ସ୍ବରୂପ ଆପଣଙ୍କୁ ହିଁ ମୋତେ ଦେଇଛନ୍ତି ’ ସେତେବେଳେ ପିତା ତାଙ୍କୁ କହିଲେ – ପୁତ୍ର ! ତୁମେ ସେମାନଙ୍କ କଥା ସ୍ବୀକାର କରନାହିଁ | ଇମେ ଅଙ୍ଗିରସଃ ସତ୍ରମାସତେଽଦ୍ୟ ସୁମେଧସଃ । ଷଷ୍ଠଂ ଷଷ୍ଠମୁପେତ୍ୟାହଃ କବେ ମୁହ୍ୟନ୍ତି କର୍ମଣି ॥ ୩॥ ଦେଖ ,...