Posts

Image
  ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ହିରଣ୍ୟକଶିପୁର ଅତ୍ୟାଚାର ଏବଂ ପ୍ରହ୍ଲାଦଙ୍କ ଗୁଣର ବର୍ଣ୍ଣନ   ନାରଦ ଉବାଚ ଏବଂ ବୃତଃ ଶତଧୃତିର୍ହିରଣ୍ୟକଶିପୋରଥ । ପ୍ରାଦାତ୍ତତ୍ତପସା ପ୍ରୀତୋ ବରାଂସ୍ତସ୍ୟ ସୁଦୁର୍ଲଭାନ୍ ॥ ୧॥ ଦେବର୍ଷି ନାରଦ କହୁଛନ୍ତି – ହେ ଯୁଧିଷ୍ଠିର ! ହିରଣ୍ୟକଶିପୁ ଯେତେବେଳେ ବ୍ରହ୍ମାଜୀଙ୍କଠାରୁ ଏପରି ଅତ୍ୟନ୍ତ ଦୁର୍ଲଭ ବରଯାଚନା କଲା , ସେତେବେଳେ ବ୍ରହ୍ମାଜୀ ତା ’ ର ତପସ୍ୟାରେ ପ୍ରସନ୍ନ ହୋଇଥିବା କାରଣରୁ ତାକୁ ସେହି ବର ପ୍ରଦାନ କଲେ | ବ୍ରହ୍ମୋବାଚ ତାତେମେ ଦୁର୍ଲଭାଃ ପୁଂସାଂ ଯାନ୍ ବୃଣୀଷେ ବରାନ୍ ମମ । ତଥାପି ବିତରାମ୍ୟଙ୍ଗ ବରାନ୍ ଯଦପି ଦୁର୍ଲଭାନ୍ ॥ ୨॥ ବ୍ରହ୍ମାଜୀ କହିଲେ – ପୁତ୍ର ! ତୁମେ ମୋଠାରୁ ଯେଉଁ ବରଯାଚନା କଲ, ତାହା ଜୀବ ପାଇଁ ଅତ୍ୟନ୍ତ ଦୁର୍ଲଭ ହୋଇଥିଲେ ବି ମୁଁ ତୁମକୁ ତାହା ପ୍ରଦାନ କରୁଛି | ତତୋ ଜଗାମ ଭଗବାନମୋଘାନୁଗ୍ରହୋ ବିଭୁଃ । ପୂଜିତୋଽସୁରବର୍ୟେଣ ସ୍ତୂୟମାନଃ ପ୍ରଜେଶ୍ୱରୈଃ ॥ ୩॥ (ଦେବର୍ଷି ନାରଦ କହୁଛନ୍ତି) ବ୍ରହ୍ମାଜୀଙ୍କର ବରଦାନ କେବେ ଅସତ୍ୟ ହୁଏ ନାହିଁ | ସେ ସମର୍ଥ ଏବଂ ଭଗବଦ୍ରୂପ ହିଁ ଅଟନ୍ତି | ବରଦାନ ମିଳିଯିବା ପରେ ହିରଣ୍ୟକଶିପୁ ତାଙ୍କର ପୂଜା କଲା ଏବଂ ବ୍ରହ୍ମାଜୀ ନିଜର ସ୍ତୁତି ଶୁଣି ଶୁଣି ପ୍ରଜାପତିମାନଙ୍କ ସହିତ ସେଠାରୁ ନିଜ ଲୋକକୁ ପ୍ରସ୍...
Image
॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ସପ୍ତମ ସ୍କନ୍ଧ ତୃତୀୟ ଅଧ୍ୟାୟ ହିରଣ୍ୟକଶିପୁର ତପସ୍ୟା ଓ ବରପ୍ରାପ୍ତି   ନାରଦ ଉବାଚ ହିରଣ୍ୟକଶିପୂ ରାଜନ୍ନଜେୟମଜରାମରମ୍ । ଆତ୍ମାନମପ୍ରତିଦ୍ୱନ୍ଦ୍ୱମେକରାଜଂ ବ୍ୟଧିତ୍ସତ ॥ ୧॥ ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଏହାପରେ ହିରଣ୍ୟକଶିପୁ ବିଚାର କଲା , ‘ମୁଁ ଅଜେୟ , ଅଜର , ଅମର ଏବଂ ସଂସାରର ଏକଛତ୍ର ସମ୍ରାଟ ହୋଇଯିବି , ଯାହା ଫଳରେ କି କେହି ମୋ ସମ୍ମୁଖରେ ଠିଆ ମଧ୍ୟ ହୋଇପାରିବେ ନାହିଁ |’ ସ ତେପେ ମନ୍ଦରଦ୍ରୋଣ୍ୟାଂ ତପଃ ପରମଦାରୁଣମ୍ । ଊର୍ଧ୍ୱବାହୁର୍ନଭୋଦୃଷ୍ଟିଃ ପାଦାଙ୍ଗୁଷ୍ଠାଶ୍ରିତାବନିଃ ॥ ୨॥ ସେହି ଉଦ୍ଦେଶ୍ୟରେ ସେ ମନ୍ଦରାଚଳର ଏକ ଘାଟିକୁ ଯାଇ ଅତ୍ୟନ୍ତ ଦାରୁଣ ତପସ୍ୟା କରିବାରେ ଲାଗିଲା | ସେଠାରେ ହାତ ଉପରକୁ ଉଠାଇ ଆକାଶକୁ ଚାହିଁ ପାଦ ଆଙ୍ଗୁଠି ବଳରେ ଭୂଇଁ ଉପରେ ଠିଆ ହୋଇ ରହିଲା | ଜଟାଦୀଧିତିଭୀ ରେଜେ ସମ୍ବର୍ତାର୍କ ଇବାଂଶୁଭିଃ । ତସ୍ମିଂସ୍ତପସ୍ତପ୍ୟମାନେ ଦେବାଃ ସ୍ଥାନାନି ଭେଜିରେ ॥ ୩॥ ପ୍ରଳୟକାଳୀନ ସୂର୍ଯ୍ୟକିରଣ ସଦୃଶ ତା ’ ର ଜଟା ଚମକିବାରେ ଲାଗିଥିଲା | ଏହିପରି ଭାବରେ ସେ ତପସ୍ୟାରେ ସଂଲଗ୍ନ ରହିଥିବା ଯାଏଁ ଦେବତାମାନେ ନିଜ-ନିଜ ସ୍ଥାନ ଏବଂ ପଦବୀରେ ପୁନଃ ପ୍ରତିଷ୍ଠିତ ହୋଇଗଲେ | ତସ୍ୟ ମୂର୍ଧ୍ନଃ ସମୁଦ୍ଭୂତଃ ସଧୂମୋଽଗ୍ନିସ୍ତପୋମୟଃ । ତୀର୍ୟଗୂର୍ଧ୍ୱମଧୋ ଲୋକାନତପଦ୍ୱିଷ୍ୱଗୀରିତଃ ॥ ୪॥ ବହୁତ ଦିନ ଧରି ତପସ୍ୟା କ...