Posts

Image
ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ସପ୍ତମ ସ୍କନ୍ଧ ॥ ଚତୁର୍ଦ୍ଦଶ ଅଧ୍ୟାୟ ଗୃହସ୍ଥସମ୍ବନ୍ଧୀ ସଦାଚାର   ଯୁଧିଷ୍ଠିର ଉବାଚ ଗୃହସ୍ଥ ଏତାଂ ପଦବୀଂ ବିଧିନା ଯେନ ଚାଞ୍ଜସା । ଯାତି ଦେବଋଷେ ବ୍ରୂହି ମାଦୃଶୋ ଗୃହମୂଢଧୀଃ ॥ ୧॥ ଯୁଧିଷ୍ଠିର ପଚାରିଲେ – ହେ ଦେବର୍ଷି ! ମୋ ପରି ଗୃହାସକ୍ତ ଗୃହସ୍ଥ ବିଶେଷ ପରିଶ୍ରମ ବିନା କେଉଁ ସାଧନ ଦ୍ବାରା ଏହି ପଦକୁ ପ୍ରାପ୍ତ କରିପାରିବେ , ଆପଣ କୃପା କରି ତାହାର ଉପଦେଶ ମୋତେ ପ୍ରଦାନ କରନ୍ତୁ | ନାରଦ ଉବାଚ ଗୃହେଷ୍ୱବସ୍ଥିତୋ ରାଜନ୍ କ୍ରିୟାଃ କୁର୍ୱନ୍ ଗୃହୋଚିତାଃ । ବାସୁଦେବାର୍ପଣଂ ସାକ୍ଷାଦୁପାସୀତ ମହାମୁନୀନ୍ ॥ ୨॥ ନାରଦ କହୁଛନ୍ତି – ଯୁଧିଷ୍ଠିର ! ମନୁଷ୍ୟ ଗୃହସ୍ଥାଶ୍ରମରେ ରହି ଗୃହସ୍ଥଧର୍ମ ଅନୁସାରେ ସମସ୍ତ କର୍ମ କରିବେ , କିନ୍ତୁ ତାହାକୁ ଭଗବାନଙ୍କ ପ୍ରତି ସମର୍ପିତ କରିବେ ଏବଂ ବଡ-ବଡ ସନ୍ଥ ମହାତ୍ମାଙ୍କର ସେବା ମଧ୍ୟ କରିବେ | ଶୃଣ୍ୱନ୍ ଭଗବତୋଽଭୀକ୍ଷ୍ଣମବତାରକଥାମୃତମ୍ । ଶ୍ରଦ୍ଦଧାନୋ ଯଥାକାଲମୁପଶାନ୍ତଜନାବୃତଃ ॥ ୩॥ ଅବକାଶ ଅନୁସାରେ ବିରକ୍ତ ପୁରୁଷମାନଙ୍କ ଗହଣରେ ନିବାସ କରିବେ ଏବଂ ବାରମ୍ବାର ଶ୍ରଦ୍ଧାପୂର୍ବକ ଭଗବାନଙ୍କ ଅବତାରମାନଙ୍କର ଲୀଳା-ସୁଧା ପାନ କରିବେ | ସତ୍ସଙ୍ଗାଚ୍ଛନକୈଃ ସଙ୍ଗମାତ୍ମଜାୟାତ୍ମଜାଦିଷୁ । ବିମୁଚ୍ୟେନ୍ମୁଚ୍ୟମାନେଷୁ ସ୍ୱୟଂ ସ୍ୱପ୍ନବଦୁତ୍ଥିତଃ ॥ ୪॥ ସ୍ବପ୍ନ ଭଙ୍ଗ ହେବା ପରେ ମନୁଷ୍ୟ ଯେପରି ସ୍ବପ୍ନରେ ଅନୁଭବ କରିଥି...
Image
  ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ସପ୍ତମ ସ୍କନ୍ଧ ॥ ତ୍ରୟୋଦଶ ଅଧ୍ୟାୟ ଯତିଧର୍ମର ନିରୂପଣ ଏବଂ ଅବଧୂତ - ପ୍ରହ୍ଲାଦ ସମ୍ବାଦ   ନାରଦ ଉବାଚ କଲ୍ପସ୍ତ୍ୱେବଂ ପରିବ୍ରଜ୍ୟ ଦେହମାତ୍ରାବଶେଷିତଃ । ଗ୍ରାମୈକରାତ୍ରବିଧିନା ନିରପେକ୍ଷଶ୍ଚରେନ୍ମହୀମ୍ ॥ ୧॥ ଦେବର୍ଷି ନାରଦ କହୁଛନ୍ତି – ହେ ଧର୍ମରାଜ ! ବାନପ୍ରସ୍ଥରେ ଯଦି ବ୍ରହ୍ମବିଚାରର ସାମର୍ଥ୍ୟ ସ୍ଥିର ରହିଥାଏ , ତେବେ ସେ ଶରୀର ବ୍ୟତିତ ଅନ୍ୟ ସବୁ କିଛି ତ୍ୟାଗ କରି ସନ୍ୟାସ ଗ୍ରହଣ କରିବେ ତଥା କୌଣସି ବ୍ୟକ୍ତି , ବସ୍ତୁ , ସ୍ଥାନ ଏବଂ ସମୟର ଅପେକ୍ଷା ନ କରି ଗୋଟିଏ ଗ୍ରାମରେ ଗୋଟିଏ ରାତି ଅତିବାହିତ କରିବାର ନିୟମ ରଖି ପୃଥିବୀ ପୃଷ୍ଠରେ ବିଚରଣ କରିବେ | ବିଭୃୟାଦ୍ୟଦ୍ୟସୌ ବାସଃ କୌପୀନାଚ୍ଛାଦନଂ ପରମ୍ । ତ୍ୟକ୍ତଂ ନ ଦଣ୍ଡଲିଙ୍ଗାଦେରନ୍ୟତ୍କିଞ୍ଚିଦନାପଦି ॥ ୨॥ ବସ୍ତ୍ର ରୂପେ ଶରୀରରେ ସେ କେବଳ ନିଜର ଗୁପ୍ତ ଅଙ୍ଗକୁ ଆବୃତ ରଖିବା ପାଇଁ କୌପିନ ଧାରଣ କରିବେ | କୌଣସି ଆପତ୍ତି ନ ଆସିବା ଯାଏଁ ସେ ନିଜର ଦଣ୍ଡ ତଥା ନିଜ ଆଶ୍ରମ ଅନୁରୂପ ଚିହ୍ନ ବ୍ୟତିତ ନିଜେ ତ୍ୟାଗ କରିଥିବା କୌଣସି ବସ୍ତୁକୁ ଗ୍ରହଣ କରିବେ ନାହିଁ | ଏକ ଏବ ଚରେଦ୍ଭିକ୍ଷୁରାତ୍ମାରାମୋଽନପାଶ୍ରୟଃ । ସର୍ୱଭୂତସୁହୃଚ୍ଛାନ୍ତୋ ନାରାୟଣପରାୟଣଃ ॥ ୩॥ ସନ୍ୟାସୀ ସମସ୍ତ ପ୍ରାଣୀଙ୍କର ହିତୈଷୀ , ଶାନ୍ତ , ଭଗବତ୍-ପରାୟଣ ହୋଇଥିବା ଉଚିତ୍ | ଅନ୍ୟ କାହାର ଆଶ୍ରୟ ଗ୍ର...