ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ଚତୁର୍ଦ୍ଦଶ ଅଧ୍ୟାୟ ମନୁ ଆଦିଙ୍କ ପୃଥକ୍ - ପୃଥକ୍ କର୍ମର ନିରୂପଣ ରାଜୋବାଚ ମନ୍ୱନ୍ତରେଷୁ ଭଗବନ୍ ଯଥା ମନ୍ୱାଦୟସ୍ତ୍ୱିମେ । ଯସ୍ମିନ୍ କର୍ମଣି ଯେ ଯେନ ନିୟୁକ୍ତାସ୍ତଦ୍ୱଦସ୍ୱ ମେ ॥ ୧॥ ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଆପଣଙ୍କ ଦ୍ବାରା ବର୍ଣ୍ଣିତ ଏହି ମନୁ , ମନୁପୁତ୍ର , ସପ୍ତର୍ଷି ଆଦି ନିଜ-ନିଜ ମନ୍ବନ୍ତରରେ କାହା ଦ୍ବାରା ନିଯୁକ୍ତ ହୋଇ କେଉଁ-କେଉଁ କର୍ମ କିପରି ଭାବରେ କରନ୍ତି – ଆପଣ କୃପା କରି ମୋ ଆଗରେ ଏହାର ବର୍ଣ୍ଣନା କରନ୍ତୁ | ଋଷିରୁବାଚ ମନବୋ ମନୁପୁତ୍ରାଶ୍ଚ ମୁନୟଶ୍ଚ ମହୀପତେ । ଇନ୍ଦ୍ରାଃ ସୁରଗଣାଶ୍ଚୈବ ସର୍ୱେ ପୁରୁଷଶାସନାଃ ॥ ୨॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମନୁ , ମନୁପୁତ୍ର , ସପ୍ତର୍ଷି ଏବଂ ଦେବତା – ସମସ୍ତଙ୍କର ନିଯୁକ୍ତି ଅଧିକାରୀ ସ୍ବୟଂ ଭଗବାନ ହିଁ ଅଟନ୍ତି | ଯଜ୍ଞାଦୟୋ ଯାଃ କଥିତାଃ ପୌରୁଷ୍ୟସ୍ତନବୋ ନୃପ । ମନ୍ୱାଦୟୋ ଜଗଦ୍ୟାତ୍ରାଂ ନୟନ୍ତ୍ୟାଭିଃ ପ୍ରଚୋଦିତାଃ ॥ ୩॥ ରାଜନ୍ ! ଭଗବାନଙ୍କର ଯେଉଁ ଯଜ୍ଞପୁରୁଷ ଆଦି ଅବତାର-ଶରୀରର ବର୍ଣ୍ଣନ ମୁଁ କଲି , ତାଙ୍କ ପ୍ରେରଣାରେ ହିଁ ମନୁ ଆଦି ବିଶ୍ବ-ବ୍ୟବସ୍ଥାର ସଂଚାଳନ କରନ୍ତି | ଚତୁର୍ୟୁଗାନ୍ତେ କାଲେନ ଗ୍ରସ୍ତାନ୍ ଶ୍ରୁତିଗଣାନ୍ ଯଥା । ତପସା ଋଷୟୋଽପଶ୍ୟନ୍ ଯତୋ ଧର୍ମଃ ସନାତନଃ ॥...