ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଚତୁର୍ଦ୍ଦଶ ଅଧ୍ୟାୟ

ମନୁ ଆଦିଙ୍କ ପୃଥକ୍-ପୃଥକ୍ କର୍ମର ନିରୂପଣ

 

ରାଜୋବାଚ

ମନ୍ୱନ୍ତରେଷୁ ଭଗବନ୍ ଯଥା ମନ୍ୱାଦୟସ୍ତ୍ୱିମେ ।

ଯସ୍ମିନ୍ କର୍ମଣି ଯେ ଯେନ ନିୟୁକ୍ତାସ୍ତଦ୍ୱଦସ୍ୱ ମେ ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଆପଣଙ୍କ ଦ୍ବାରା ବର୍ଣ୍ଣିତ ଏହି ମନୁ, ମନୁପୁତ୍ର, ସପ୍ତର୍ଷି ଆଦି ନିଜ-ନିଜ ମନ୍ବନ୍ତରରେ କାହା ଦ୍ବାରା ନିଯୁକ୍ତ ହୋଇ କେଉଁ-କେଉଁ କର୍ମ କିପରି ଭାବରେ କରନ୍ତି – ଆପଣ କୃପା କରି ମୋ ଆଗରେ ଏହାର ବର୍ଣ୍ଣନା କରନ୍ତୁ |

ଋଷିରୁବାଚ

ମନବୋ ମନୁପୁତ୍ରାଶ୍ଚ ମୁନୟଶ୍ଚ ମହୀପତେ ।

ଇନ୍ଦ୍ରାଃ ସୁରଗଣାଶ୍ଚୈବ ସର୍ୱେ ପୁରୁଷଶାସନାଃ ॥ ୨॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ମନୁ, ମନୁପୁତ୍ର, ସପ୍ତର୍ଷି ଏବଂ ଦେବତା – ସମସ୍ତଙ୍କର ନିଯୁକ୍ତି ଅଧିକାରୀ ସ୍ବୟଂ ଭଗବାନ ହିଁ ଅଟନ୍ତି |

ଯଜ୍ଞାଦୟୋ ଯାଃ କଥିତାଃ ପୌରୁଷ୍ୟସ୍ତନବୋ ନୃପ ।

ମନ୍ୱାଦୟୋ ଜଗଦ୍ୟାତ୍ରାଂ ନୟନ୍ତ୍ୟାଭିଃ ପ୍ରଚୋଦିତାଃ ॥ ୩॥

ରାଜନ୍ ! ଭଗବାନଙ୍କର ଯେଉଁ ଯଜ୍ଞପୁରୁଷ ଆଦି ଅବତାର-ଶରୀରର ବର୍ଣ୍ଣନ ମୁଁ କଲି, ତାଙ୍କ ପ୍ରେରଣାରେ ହିଁ ମନୁ ଆଦି ବିଶ୍ବ-ବ୍ୟବସ୍ଥାର ସଂଚାଳନ କରନ୍ତି |

ଚତୁର୍ୟୁଗାନ୍ତେ କାଲେନ ଗ୍ରସ୍ତାନ୍ ଶ୍ରୁତିଗଣାନ୍ ଯଥା ।

ତପସା ଋଷୟୋଽପଶ୍ୟନ୍ ଯତୋ ଧର୍ମଃ ସନାତନଃ ॥ ୪॥

ଚତୁର୍ଯୁଗୀର ଅନ୍ତରେ ସମୟର ପ୍ରତିକୂଳ ପ୍ରବାହରେ ଯେତେବେଳେ ଶ୍ରୁତିମାନେ ନଷ୍ଟପ୍ରାୟ ହୋଇଯାଆନ୍ତି, ସେତେବେଳେ ସପ୍ତର୍ଷିଗଣ ନିଜ ତପସ୍ୟାରେ ସେମାନଙ୍କର ପୁନଃ ସାକ୍ଷାତକାର କରନ୍ତି | ସେହି ଶ୍ରୁତିମାନଙ୍କ ଦ୍ବାରା ହିଁ ସନାତନଧର୍ମର ରକ୍ଷା ହୋଇଥାଏ |

ତତୋ ଧର୍ମଂ ଚତୁଷ୍ପାଦଂ ମନବୋ ହରିଣୋଦିତାଃ ।

ଯୁକ୍ତାଃ ସଞ୍ଚାରୟନ୍ତ୍ୟଦ୍ଧା ସ୍ୱେ ସ୍ୱେ କାଲେ ମହୀଂ ନୃପ ॥ ୫॥

ରାଜନ୍ ! ଭଗବାନଙ୍କ ପ୍ରେରଣାରେ ପ୍ରତ୍ୟେକ ମନୁ ନିଜ-ନିଜ ମନ୍ବନ୍ତରରେ ଅତ୍ୟନ୍ତ ସାବଧାନ ସହକାରେ ପୃଥିବୀରେ ଚାରି-ଚରଣ ଯୁକ୍ତ ଧର୍ମର ଅନୁଷ୍ଠାନ କରାଇ ଥାଆନ୍ତି |

ପାଲୟନ୍ତି ପ୍ରଜାପାଲା ଯାବଦନ୍ତଂ ବିଭାଗଶଃ ।

ଯଜ୍ଞଭାଗଭୁଜୋ ଦେବା ଯେ ଚ ତତ୍ରାନ୍ୱିତାଶ୍ଚ ତୈଃ ॥ ୬॥

ପୂରା ମନ୍ବନ୍ତର ମନୁପୁତ୍ରମାନେ କାଳ ଓ ଦେଶ ବିଭାଗ ଅନୁସାରେ ପ୍ରଜାପାଳନ ଏବଂ ଧର୍ମପାଳନର କାର୍ଯ୍ୟ କରନ୍ତି | ପଞ୍ଚ-ମହାଯଜ୍ଞ ଆଦି କର୍ମରେ ଯେଉଁ ଋଷି, ପିତୃପୁରୁଷ, ଭୂତ ଏବଂ ମନୁଷ୍ୟ ଆଦି ସମ୍ବନ୍ଧିତ – ସେମାନଙ୍କଠାରୁ ଦେବତାମାନେ ସେହି ମନ୍ବନ୍ତରରେ ଯଜ୍ଞ-ଭାଗ ସ୍ବୀକାର କରନ୍ତି |

ଇନ୍ଦ୍ରୋ ଭଗବତା ଦତ୍ତାଂ ତ୍ରୈଲୋକ୍ୟଶ୍ରିୟମୂର୍ଜିତାମ୍ ।

ଭୁଞ୍ଜାନଃ ପାତି ଲୋକାଂସ୍ତ୍ରୀନ୍ କାମଂ ଲୋକେ ପ୍ରବର୍ଷତି ॥ ୭॥

ଇନ୍ଦ୍ର, ଭଗବାନଙ୍କ ଦ୍ବାରା ପ୍ରଦତ୍ତ ତ୍ରିଲୋକୀର ଅତୁଳ ସମ୍ପତ୍ତିର ଉପଭୋଗ କରିବା ସହିତ ପ୍ରଜାପାଳନ କରନ୍ତି | ସଂସାରରେ ଯଥେଷ୍ଟ ବର୍ଷା କରାଇବାର ଅଧିକାର ମଧ୍ୟ ତାଙ୍କର ରହିଥାଏ |

ଜ୍ଞାନଂ ଚାନୁୟୁଗଂ ବ୍ରୂତେ ହରିଃ ସିଦ୍ଧସ୍ୱରୂପଧୃକ୍ ।

ଋଷିରୂପଧରଃ କର୍ମ ଯୋଗଂ ଯୋଗେଶରୂପଧୃକ୍ ॥ ୮॥

ଭଗବାନ ଯୁଗ-ଯୁଗରେ ସନକ ଆଦି ସିଦ୍ଧମାନଙ୍କ ରୂପରେ ଜ୍ଞାନର, ଯାଜ୍ଞବଳ୍କ୍ୟ ଆଦି ଋଷିମାନଙ୍କ ରୂପରେ କର୍ମର ଏବଂ ଦତ୍ତାତ୍ରେୟ ଆଦି ଯୋଗେଶ୍ବରମାନଙ୍କ ରୂପରେ ଯୋଗର ଉପଦେଶ ପ୍ରଦାନ କରନ୍ତି |

ସର୍ଗଂ ପ୍ରଜେଶରୂପେଣ ଦସ୍ୟୂନ୍ ହନ୍ୟାତ୍ସ୍ୱରାଡ୍ୱପୁଃ ।

କାଲରୂପେଣ ସର୍ୱେଷାମଭାବାୟ ପୃଥଗ୍ଗୁଣଃ ॥ ୯॥

ସେ ମରୀଚି ଆଦି ପ୍ରଜାପତିଙ୍କ ରୂପରେ ସୃଷ୍ଟିର ବିସ୍ତାର କରନ୍ତି, ସମ୍ରାଟମାନଙ୍କ ରୂପରେ ଲୁଣ୍ଠନକାରୀଙ୍କର ବଧ କରନ୍ତି ଏବଂ ଶୀତ, ଉଷ୍ମ ଆଦି ବିଭିନ୍ନ ଗୁଣ ଧାରଣ କରି କାଳରୂପରେ ସମସ୍ତଙ୍କୁ ସଂହାର ଅଭିମୁଖରେ ନେଇ ଯାଆନ୍ତି |

ସ୍ତୂୟମାନୋ ଜନୈରେଭିର୍ମାୟଯା ନାମରୂପୟା ।

ବିମୋହିତାତ୍ମଭିର୍ନାନାଦର୍ଶନୈର୍ନ ଚ ଦୃଶ୍ୟତେ ॥ ୧୦॥

ନାମ ଏବଂ ରୂପର ମାୟାରେ ପ୍ରାଣୀମାନଙ୍କର ବୁଦ୍ଧି ବିମୂଢ଼ ହୋଇ ଯାଇଛି | ସେଥିପାଇଁ ସେମାନେ ଅନେକ ପ୍ରକାରର ଦର୍ଶନଶାସ୍ତ୍ର ଦ୍ବାରା ଭଗବାନଙ୍କର ମହିମା-ଗାନ ତ କରନ୍ତି, କିନ୍ତୁ ତାଙ୍କର ବାସ୍ତବିକ ସ୍ଵରୂପକୁ ଜାଣି ପାରନ୍ତି ନାହିଁ |

ଏତତ୍କଲ୍ପବିକଲ୍ପସ୍ୟ ପ୍ରମାଣଂ ପରିକୀର୍ତିତମ୍ ।

ଯତ୍ର ମନ୍ୱନ୍ତରାଣ୍ୟାହୁଶ୍ଚତୁର୍ଦଶ ପୁରାବିଦଃ ॥ ୧୧॥

ପରୀକ୍ଷିତ ! ଏହିରୂପେ ମୁଁ ତୁମକୁ ମହାକଳ୍ପ ଏବଂ ଅବାନ୍ତର କଳ୍ପମାନଙ୍କର ପରିମାଣ ବିଷୟରେ ଶୁଣାଇଲି | ପୁରାଣତତ୍ତ୍ବର ବିଦ୍ବାନମାନଙ୍କ ମତରେ ପ୍ରତ୍ୟେକ ଅବାନ୍ତର କଳ୍ପ ଚଉଦ ମନ୍ବନ୍ତର ବିଶିଷ୍ଟ ଅଟେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାମଷ୍ଟମସ୍କନ୍ଧେ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments

Popular posts from this blog