ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ତ୍ରୟୋଦଶ ଅଧ୍ୟାୟ
ଆଗାମୀ ସପ୍ତ ମନ୍ବନ୍ତରର ବର୍ଣ୍ଣନ
ଶ୍ରୀଶୁକ ଉବାଚ
ମନୁର୍ୱିବସ୍ୱତଃ
ପୁତ୍ରଃ ଶ୍ରାଦ୍ଧଦେବ ଇତି ଶ୍ରୁତଃ ।
ସପ୍ତମୋ ବର୍ତମାନୋ
ଯସ୍ତଦପତ୍ୟାନି ମେ ଶୃଣୁ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ବିବସ୍ବାନଙ୍କର ପୁତ୍ର ଯଶସ୍ବୀ ଶ୍ରାଦ୍ଧଦେବ ହିଁ ସପ୍ତମ (ବୈବସ୍ବତ)
ମନୁ ଅଟନ୍ତି | ଏହି ବର୍ତ୍ତମାନ ମନ୍ବନ୍ତର ହିଁ ତାଙ୍କର କାର୍ଯ୍ୟକାଳ ଅଟେ | ମୁଁ ତାଙ୍କ
ସନ୍ତାନମାନଙ୍କର ବର୍ଣ୍ଣନା କରୁଛି |
ଇକ୍ଷ୍ୱାକୁର୍ନଭଗଶ୍ଚୈବ
ଧୃଷ୍ଟଃ ଶର୍ୟାତିରେବ ଚ ।
ନରିଷ୍ୟନ୍ତୋଽଥ
ନାଭାଗଃ ସପ୍ତମୋ ଦିଷ୍ଟ ଉଚ୍ୟତେ ॥ ୨॥
କରୂଷଶ୍ଚ
ପୃଷଧ୍ରଶ୍ଚ ଦଶମୋ ବସୁମାନ୍ ସ୍ମୃତଃ ।
ମନୋର୍ୱୈବସ୍ୱତସ୍ୟୈତେ
ଦଶପୁତ୍ରାଃ ପରନ୍ତପ ॥ ୩॥
ବୈବସ୍ବତ ମନୁଙ୍କର
ଦଶ ପୁତ୍ର ହେଉଛନ୍ତି – ଇକ୍ଷ୍ବାକୁ, ନଭଗ, ଧୃଷ୍ଟ, ଶର୍ୟାତି, ନରିଷ୍ୟନ୍ତ, ନାଭାଗ, ଦିଷ୍ଟ, କରୂଷ, ପୃଷଘ୍ନ ଏବଂ ବସୁମାନ |
ଆଦିତ୍ୟା ବସବୋ
ରୁଦ୍ରା ବିଶ୍ୱେଦେବା ମରୁଦ୍ଗଣାଃ ।
ଅଶ୍ୱିନାବୃଭବୋ
ରାଜନ୍ନିନ୍ଦ୍ରସ୍ତେଷାଂ ପୁରନ୍ଦରଃ ॥ ୪॥
ପରୀକ୍ଷିତ ! ଏହି
ମନ୍ବନ୍ତରରେ ଆଦିତ୍ୟ, ବସୁ, ରୁଦ୍ର, ବିଶ୍ବେଦେବ,
ମରୁଦ୍ଗଣ, ଅଶ୍ବିନୀକୁମାର ଏବଂ ଋଭୁ – ଏମାନେ ଦେବତାମାନଙ୍କର ପ୍ରଧାନ ଗଣ ଅଟନ୍ତି ଏବଂ ପୁରନ୍ଦର
ସେମାନଙ୍କର ଇନ୍ଦ୍ର ଅଟନ୍ତି |
କଶ୍ୟପୋଽତ୍ରିର୍ୱସିଷ୍ଠଶ୍ଚ
ବିଶ୍ୱାମିତ୍ରୋଽଥ ଗୌତମଃ ।
ଜମଦଗ୍ନିର୍ଭରଦ୍ୱାଜ
ଇତି ସପ୍ତର୍ଷୟଃ ସ୍ମୃତାଃ ॥ ୫॥
କଶ୍ୟପ, ଅତ୍ରି,
ବସିଷ୍ଠ, ବିଶ୍ବାମିତ୍ର, ଗୌତମ, ଜମଦଗ୍ନି ଏବଂ ଭରଦ୍ବାଜ – ଏମାନେ ସପ୍ତର୍ଷି ଅଟନ୍ତି
|
ଅତ୍ରାପି
ଭଗବଜ୍ଜନ୍ମ କଶ୍ୟପାଦଦିତେରଭୂତ୍ ।
ଆଦିତ୍ୟାନାମବରଜୋ
ବିଷ୍ଣୁର୍ୱାମନରୂପଧୃକ୍ ॥ ୬॥
ଏହି ମନ୍ବନ୍ତରରେ କଶ୍ୟପଙ୍କର
ପତ୍ନୀ ଅଦିତିଙ୍କ ଗର୍ଭରୁ ଆଦିତ୍ୟଙ୍କର ସାନ ଭାଈ ବାମନ ରୂପରେ ଭଗବାନ ବିଷ୍ଣୁ ଅବତାର ଗ୍ରହଣ
କରିଥିଲେ |
ସଙ୍କ୍ଷେପତୋ
ମୟୋକ୍ତାନି ସପ୍ତମନ୍ୱନ୍ତରାଣି ତେ ।
ଭବିଷ୍ୟାଣ୍ୟଥ
ବକ୍ଷ୍ୟାମି ବିଷ୍ଣୋଃ ଶକ୍ତ୍ୟାନ୍ୱିତାନି ଚ ॥ ୭॥
ପରୀକ୍ଷିତ ! ଏହି
ପ୍ରକାରେ ମୁଁ ସଂକ୍ଷେପତଃ ସପ୍ତମ ମନ୍ବନ୍ତରର ବର୍ଣ୍ଣନା କଲି | ଏବେ ଭଗବାନଙ୍କ ଶକ୍ତିରେ ଯୁକ୍ତ
ଆଗାମୀ ସପ୍ତ ମନ୍ବନ୍ତରର ବର୍ଣ୍ଣନା କରୁଛି |
ବିବସ୍ୱତଶ୍ଚ ଦ୍ୱେ
ଜାୟେ ବିଶ୍ୱକର୍ମସୁତେ ଉଭେ ।
ସଞ୍ଜ୍ଞା ଛାୟା ଚ
ରାଜେନ୍ଦ୍ର ଯେ ପ୍ରାଗଭିହିତେ ତବ ॥ ୮॥
ପରୀକ୍ଷିତ !
ପୂର୍ବେ (ଷଷ୍ଠ ସ୍କନ୍ଧରେ) ମୁଁ ତୁମକୁ କହିଥିଲି ଯେ ବିବସ୍ବାନ (ଭଗବାନ ସୂର୍ଯ୍ୟ)ଙ୍କର ଦୁଇଟି
ପତ୍ନୀ ଥିଲେ – ସଂଜ୍ଞା ଏବଂ ଛାୟା | ସେ ଦୁହେଁ ବିଶ୍ବକର୍ମାଙ୍କର ପୁତ୍ରୀ ଥିଲେ |
ତୃତୀୟାଂ ବଡବାମେକେ
ତାସାଂ ସଞ୍ଜ୍ଞାସୁତାସ୍ତ୍ରୟଃ ।
ଯମୋ ଯମୀ
ଶ୍ରାଦ୍ଧଦେବଶ୍ଛାୟାୟାଶ୍ଚ ସୁତାଞ୍ଛୃଣୁ ॥ ୯॥
ସାବର୍ଣିସ୍ତପତୀ
କନ୍ୟା ଭାର୍ୟା ସମ୍ବରଣସ୍ୟ ଯା ।
ଶନୈଶ୍ଚରସ୍ତୃତୀୟୋଽଭୂଦଶ୍ୱିନୌ
ବଡବାତ୍ମଜୌ ॥ ୧୦॥
କେହି କେହି ଏପରି
କହନ୍ତି ଯେ ତାଙ୍କର ବଡଵା ନାମ୍ନୀ ଜଣେ ତୃତୀୟ ପତ୍ନୀ ମଧ୍ୟ ଥିଲେ | (ମୋ ବିଚାରରେ ସଂଜ୍ଞାଙ୍କର
ନାମ ହିଁ ପରେ ବଡଵା ହୋଇ ଯାଇଥିଲା |) ସେହି ସୂର୍ଯ୍ୟପତ୍ନୀମାନଙ୍କ ମଧ୍ୟରୁ ସଂଜ୍ଞାଙ୍କଠାରୁ
ତିନୋଟି ସନ୍ତାନ ଉତ୍ପନ୍ନ ହେଲେ – ଯମ, ଯମୀ ଏବଂ ଶ୍ରାଦ୍ଧଦେବ | ଛାୟାଙ୍କଠାରୁ ମଧ୍ୟ ତିନୋଟି
ସନ୍ତାନ ଉତ୍ପନ୍ନ ହେଲେ – ସାବର୍ଣି, ଶନୈଶ୍ଚର ଏବଂ ତପତୀ ନାମ୍ନୀ କନ୍ୟା ଯିଏ ସଂବରଣଙ୍କର
ପତ୍ନୀ ହେଲେ | ସଂଜ୍ଞା ଯେତେବେଳେ ବଡଵା ରୂପ ଧାରଣ କଲେ, ତାଙ୍କଠାରୁ ଦୁଇ
ଅଶ୍ବିନୀକୁମାର ଜାତ ହେଲେ |
ଅଷ୍ଟମେଽନ୍ତର
ଆୟାତେ ସାବର୍ଣିର୍ଭବିତା ମନୁଃ ।
ନିର୍ମୋକବିରଜସ୍କାଦ୍ୟାଃ
ସାବର୍ଣିତନୟା ନୃପ ॥ ୧୧॥
ଅଷ୍ଟମ ମନ୍ବନ୍ତରରେ
ସାବର୍ଣ୍ଣି ମନୁ ହେବେ | ତାଙ୍କର ପୁତ୍ରମାନେ ହେବେ ନିର୍ମୋକ, ବିରଜସ୍କ ଆଦି |
ତତ୍ର ଦେବାଃ
ସୁତପସୋ ବିରଜା ଅମୃତପ୍ରଭାଃ ।
ତେଷାଂ ବିରୋଚନସୁତୋ
ବଲିରିନ୍ଦ୍ରୋ ଭବିଷ୍ୟତି ॥ ୧୨॥
ପରୀକ୍ଷିତ ! ସେହି
ସମୟରେ ପ୍ରଧାନ ଦେବଗଣ ସୁତପା, ବିରଜା ଏବଂ
ଅମୃତପ୍ରଭ ହେବେ ଏବଂ ଦେବତାମାନଙ୍କର ଇନ୍ଦ୍ର ହେବେ ବିରୋଚନ-ପୁତ୍ର ବଳି |
ଦତ୍ତ୍ୱେମାଂ
ଯାଚମାନାୟ ବିଷ୍ଣବେ ଯଃ ପଦତ୍ରୟମ୍ ।
ରାଦ୍ଧମିନ୍ଦ୍ରପଦଂ
ହିତ୍ୱା ତତଃ ସିଦ୍ଧିମବାପ୍ସ୍ୟତି ॥ ୧୩॥
ଯୋଽସୌ ଭଗବତା
ବଦ୍ଧଃ ପ୍ରୀତେନ ସୁତଲେ ପୁନଃ ।
ନିବେଶିତୋଽଧିକେ
ସ୍ୱର୍ଗାଦଧୁନାଽଽସ୍ତେ ସ୍ୱରାଡିବ ॥ ୧୪॥
ବିଷ୍ଣୁଭଗବାନ ବାମନ
ଅବତାର ଗ୍ରହଣ କରି ତାଙ୍କଠାରୁ ତିନି ପାଦ ଭୂମି ମାଗିଥିଲେ; କିନ୍ତୁ ସେ ତାଙ୍କୁ ସମ୍ପୂର୍ଣ୍ଣ
ତ୍ରିଲୋକୀ ଦାନ କରିଦେଇ ଥିଲେ | ରାଜା ବଳିଙ୍କୁ ଥରେ ତ ଭଗବାନ ବାନ୍ଧି ଦେଇଥିଲେ, କିନ୍ତୁ ପରେ ପ୍ରସନ୍ନ ହୋଇ ତାଙ୍କୁ ସ୍ବର୍ଗଠାରୁ
ମଧ୍ୟ ଶ୍ରେଷ୍ଠ ସୁତଳ ଲୋକର ରାଜ୍ୟଶ୍ରୀ ପ୍ରଦାନ କରିଥିଲେ | ଏହି ସମୟରେ ସେ ସେଠାରେ ଇନ୍ଦ୍ରଙ୍କ
ପରି ବିରାଜମାନ କରିଛନ୍ତି | ଆଗକୁ ସେ ହିଁ ଇନ୍ଦ୍ର ହେବେ ଏବଂ ଶେଷରେ ସମସ୍ତ ଐଶ୍ବର୍ଯ୍ୟରେ
ପରିପୂର୍ଣ୍ଣ ଇନ୍ଦ୍ରପଦକୁ ମଧ୍ୟ ପରିତ୍ୟାଗ କରି ପରମ ସିଦ୍ଧି ପ୍ରାପ୍ତ କରିବେ |
ଗାଲବୋ ଦୀପ୍ତିମାନ୍
ରାମୋ ଦ୍ରୋଣପୁତ୍ରଃ କୃପସ୍ତଥା ।
ଋଷ୍ୟଶୃଙ୍ଗଃ
ପିତାସ୍ମାକଂ ଭଗବାନ୍ ବାଦରାୟଣଃ ॥ ୧୫॥
ଇମେ
ସପ୍ତର୍ଷୟସ୍ତତ୍ର ଭବିଷ୍ୟନ୍ତି ସ୍ୱୟୋଗତଃ ।
ଇଦାନୀମାସତେ ରାଜନ୍
ସ୍ୱେ ସ୍ୱ ଆଶ୍ରମମଣ୍ଡଲେ ॥ ୧୬॥
ଗାଲବ, ଦୀପ୍ତିମାନ, ପରଶୁରାମ, ଅଶ୍ବତ୍ଥାମା, କୃପାଚାର୍ଯ୍ୟ, ଋଷ୍ୟଶୃଙ୍ଗ ଏବଂ ମୋର ପିତା ଭଗବାନ ବ୍ୟାସ – ଏମାନେ
ଅଷ୍ଟମ ମନ୍ବନ୍ତରରେ ସପ୍ତର୍ଷି ହେବେ | ଏହି ସମୟରେ ସେମାନେ ଯୋଗବଳରେ ନିଜ-ନିଜ ଆଶ୍ରମ ମଣ୍ଡଳରେ
ସ୍ଥିତ ଅଟନ୍ତି |
ଦେବଗୁହ୍ୟାତ୍ସରସ୍ୱତ୍ୟାଂ
ସାର୍ୱଭୌମ ଇତି ପ୍ରଭୁଃ ।
ସ୍ଥାନଂ
ପୁରନ୍ଦରାଦ୍ଧୃତ୍ୱା ବଲୟେ ଦାସ୍ୟତୀଶ୍ୱରଃ ॥ ୧୭॥
ଦେବଗୁହ୍ୟଙ୍କ
ପତ୍ନୀ ସରସ୍ବତୀଙ୍କ ଗର୍ଭରୁ ସାର୍ବଭୌମ ନାମରେ ଭଗବାନଙ୍କର ଅବତାର ହେବ | ସେହି ପ୍ରଭୁ ପୁରନ୍ଦର
ଇନ୍ଦ୍ରଙ୍କଠାରୁ ସ୍ବର୍ଗଲୋକ ଛଡାଇ ରାଜା ବଳିଙ୍କୁ ଦେବେ |
ନବମୋ
ଦକ୍ଷସାବର୍ଣିର୍ମନୁର୍ୱରୁଣସମ୍ଭବଃ ।
ଭୂତକେତୁର୍ଦୀପ୍ତକେତୁରିତ୍ୟାଦ୍ୟାସ୍ତତ୍ସୁତା
ନୃପ ॥ ୧୮॥
ପରୀକ୍ଷିତ !
ବରୁଣଙ୍କ ପୁତ୍ର ଦକ୍ଷସାବର୍ଣ୍ଣି ନବମ ମନୁ ହେବେ | ଭୂତକେତୁ, ଦୀପ୍ତକେତୁ ଆଦି ତାଙ୍କର ପୁତ୍ର ହେବେ |
ପାରା
ମରୀଚିଗର୍ଭାଦ୍ୟା ଦେବା ଇନ୍ଦ୍ରୋଽଦ୍ଭୁତଃ ସ୍ମୃତଃ ।
ଦ୍ୟୁତିମତ୍ପ୍ରମୁଖାସ୍ତତ୍ର
ଭବିଷ୍ୟନ୍ତ୍ୟୃଷୟସ୍ତତଃ ॥ ୧୯॥
ପାର, ମରୀଚିଗର୍ଭ ଆଦି ଦେବତାମାନଙ୍କର ଗଣ ହେବେ ଏବଂ
ଅଦ୍ଭୁତ ଇନ୍ଦ୍ର ହେବେ | ସେହି ମନ୍ବନ୍ତରରେ ଦ୍ୟୁତିମାନ ଆଦି ସପ୍ତର୍ଷି ହେବେ |
ଆୟୁଷ୍ମତୋଽମ୍ବୁଧାରାୟାମୃଷଭୋ
ଭଗବତ୍କଲା ।
ଭବିତା ଯେନ
ସଂରାଦ୍ଧାଂ ତ୍ରିଲୋକୀଂ ଭୋକ୍ଷ୍ୟତେଽଦ୍ଭୁତଃ ॥ ୨୦॥
ଆୟୁଷ୍ମାନଙ୍କର
ପତ୍ନୀ ଅମ୍ବୁଧାରାଙ୍କ ଗର୍ଭରୁ ଋଷଭ ରୂପରେ ଭଗବାନଙ୍କର କଳାବତାର ହେବ | ଅଦ୍ଭୁତ ନାମକ ଇନ୍ଦ୍ର
ତାଙ୍କ ଦ୍ବାରା ପ୍ରଦତ୍ତ ତ୍ରିଲୋକୀର ଉପଭୋଗ କରିବେ |
ଦଶମୋ
ବ୍ରହ୍ମସାବର୍ଣିରୁପଶ୍ଲୋକସୁତୋ ମହାନ୍ ।
ତତ୍ସୁତା
ଭୂରିଷେଣାଦ୍ୟା ହବିଷ୍ମତ୍ପ୍ରମୁଖା ଦ୍ୱିଜାଃ ॥ ୨୧॥
ହବିଷ୍ମାନ୍
ସୁକୃତିଃ ସତ୍ୟୋ ଜୟୋ ମୂର୍ତିସ୍ତଦା ଦ୍ୱିଜାଃ ।
ସୁବାସନବିରୁଦ୍ଧାଦ୍ୟା
ଦେବାଃ ଶମ୍ଭୁଃ ସୁରେଶ୍ୱରଃ ॥ ୨୨॥
ଦଶମ ମନୁ ହେବେ
ଉପଷ୍ଲୋକଙ୍କର ପୁତ୍ର ବ୍ରହ୍ମସାବର୍ଣ୍ଣି | ତାଙ୍କଠାରେ ସମସ୍ତ ସଦଗୁଣ ନିବାସ କରିବ | ଭୂରିଷେଣ
ଆଦି ତାଙ୍କର ପୁତ୍ର ହେବେ ଏବଂ ହବିଷ୍ମାନ, ସୁକୃତି, ସତ୍ୟ, ଜୟ, ମୂର୍ତ୍ତି ଆଦି
ସପ୍ତର୍ଷି ହେବେ | ସୁବାସନ, ବିରୁଦ୍ଧ ଆଦି
ଦେବତାମାନଙ୍କର ଗଣ ହେବେ ଏବଂ ଇନ୍ଦ୍ର ହେବେ ଶମ୍ଭୁ |
ବିଷ୍ୱକ୍ସେନୋ
ବିଷୂଚ୍ୟାଂ ତୁ ଶମ୍ଭୋଃ ସଖ୍ୟଂ କରିଷ୍ୟତି ।
ଜାତଃ ସ୍ୱାଂଶେନ
ଭଗବାନ୍ ଗୃହେ ବିଶ୍ୱସୃଜୋ ବିଭୁଃ ॥ ୨୩॥
ବିଶ୍ବସୃଜ୍-ପତ୍ନୀ
ବିଷୂଚିଙ୍କ ଗର୍ଭରୁ ଭଗବାନ ବିଷ୍ବକ୍ସେନ ରୂପରେ ଅଂଶାବତାର ଗ୍ରହଣ କରି ଶମ୍ଭୁ ନାମକ ଇନ୍ଦ୍ରଙ୍କ
ସହିତ ମିତ୍ରତା କରିବେ |
ମନୁର୍ୱୈ
ଧର୍ମସାବର୍ଣିରେକାଦଶମ ଆତ୍ମବାନ୍ ।
ଅନାଗତାସ୍ତତ୍ସୁତାଶ୍ଚ
ସତ୍ୟଧର୍ମାଦୟୋ ଦଶ ॥ ୨୪॥
ଏକାଦଶ ମନୁ ହେବେ
ଅତ୍ୟନ୍ତ ସଂଯମୀ ଧର୍ମସାବର୍ଣ୍ଣି | ତାଙ୍କର ସତ୍ୟ, ଧର୍ମ ଆଦି ଦଶ
ପୁତ୍ର ହେବେ |
ବିହଙ୍ଗମାଃ କାମଗମା
ନିର୍ୱାଣରୁଚୟଃ ସୁରାଃ ।
ଇନ୍ଦ୍ରଶ୍ଚ
ବୈଧୃତସ୍ତେଷାମୃଷୟଶ୍ଚାରୁଣାଦୟଃ ॥ ୨୫॥
ବିହଙ୍ଗମ, କାମଗମ, ନିର୍ବାଣରୁଚି ଆଦି ଦେବତାମାନଙ୍କର ଗଣ ହେବେ |
ଅରୁଣାଦି ସପ୍ତର୍ଷି ହେବେ ଏବଂ ଇନ୍ଦ୍ରଙ୍କର ନାମ ହେବ ବୈଧୃତ |
ଆର୍ୟକସ୍ୟ
ସୁତସ୍ତତ୍ର ଧର୍ମସେତୁରିତି ସ୍ମୃତଃ ।
ବୈଧୃତାୟାଂ
ହରେରଂଶସ୍ତ୍ରିଲୋକୀଂ ଧାରୟିଷ୍ୟତି ॥ ୨୬॥
ଆର୍ଯ୍ୟକଙ୍କର
ପତ୍ନୀ ବୈଧୃତାଙ୍କ ଗର୍ଭରୁ ଧର୍ମସେତୁ ରୂପରେ ଭଗବାନଙ୍କର ଅଂଶାବତାର ହେବ ଏବଂ ସେହି ରୂପରେ ସେ
ତ୍ରିଲୋକୀର ରକ୍ଷା କରିବେ |
ଭବିତା
ରୁଦ୍ରସାବର୍ଣୀ ରାଜନ୍ ଦ୍ୱାଦଶମୋ ମନୁଃ ।
ଦେବବାନୁପଦେବଶ୍ଚ
ଦେବଶ୍ରେଷ୍ଠାଦୟଃ ସୁତାଃ ॥ ୨୭॥
ପରୀକ୍ଷିତ !
ଦ୍ବାଦଶ ମନୁ ହେବେ ରୁଦ୍ରସାବର୍ଣ୍ଣି | ତାଙ୍କର ଦେବବାନ୍, ଉପଦେବ ଏବଂ
ଦେବଶ୍ରେଷ୍ଠ ଆଦି ପୁତ୍ର ହେବେ |
ଋତଧାମା ଚ
ତତ୍ରେନ୍ଦ୍ରୋ ଦେବାଶ୍ଚ ହରିତାଦୟଃ ।
ଋଷୟଶ୍ଚ
ତପୋମୂର୍ତିସ୍ତପସ୍ୱ୍ୟାଗ୍ନୀଧ୍ରକାଦୟଃ ॥ ୨୮॥
ସେହି ମନ୍ବନ୍ତରରେ
ଋତଧାମା ନାମକ ଇନ୍ଦ୍ର ହେବେ ଏବଂ ହରିତ ଆଦି ଦେବଗଣ ହେବେ | ତପୋମୂର୍ତ୍ତି, ତପସ୍ବୀ ଆଗ୍ନୀଧକ ଆଦି ସପ୍ତର୍ଷି ହେବେ |
ସ୍ୱଧାମାଖ୍ୟୋ
ହରେରଂଶଃ ସାଧୟିଷ୍ୟତି ତନ୍ମନୋଃ ।
ଅନ୍ତରଂ ସତ୍ୟସହସଃ
ସୂନୃତାୟାଃ ସୁତୋ ବିଭୁଃ ॥ ୨୯॥
ସତ୍ୟସହାଙ୍କ ପତ୍ନୀ
ସୂନୃତାଙ୍କ ଗର୍ଭରୁ ସ୍ବଧାମ ରୂପରେ ଭଗବାନଙ୍କର ଅଂଶାବତାର ହେବ ଏବଂ ସେହି ରୂପରେ ଭଗବାନ ସେହି
ମନ୍ବନ୍ତରର ପାଳନ କରିବେ |
ମନୁସ୍ତ୍ରୟୋଦଶୋ
ଭାବ୍ୟୋ ଦେବସାବର୍ଣିରାତ୍ମବାନ୍ ।
ଚିତ୍ରସେନବିଚିତ୍ରାଦ୍ୟା
ଦେବସାବର୍ଣିଦେହଜାଃ ॥ ୩୦॥
ତ୍ରୟୋଦଶ ମନୁ ହେବେ
ପରମ ଜିତେନ୍ଦ୍ରିୟ ଦେବସାବର୍ଣ୍ଣି | ଚିତ୍ରସେନ, ବିଚିତ୍ର ଆଦି
ତାଙ୍କର ପୁତ୍ର ହେବେ |
ଦେବାଃ
ସୁକର୍ମସୁତ୍ରାମସଞ୍ଜ୍ଞା ଇନ୍ଦ୍ରୋ ଦିବସ୍ପତିଃ ।
ନିର୍ମୋକତତ୍ତ୍ୱଦର୍ଶାଦ୍ୟା
ଭବିଷ୍ୟନ୍ତ୍ୟୃଷୟସ୍ତଦା ॥ ୩୧॥
ସୁକର୍ମ ଓ ସୁତ୍ରାମ
ଆଦି ଦେବଗଣ ହେବେ ତଥା ଇନ୍ଦ୍ରଙ୍କର ନାମ ହେବ ଦିବସ୍ପତି | ସେହି ସମୟରେ ନିର୍ମୋକ ଏବଂ
ତତ୍ତ୍ବଦର୍ଶ ଆଦି ସପ୍ତର୍ଷି ହେବେ |
ଦେବହୋତ୍ରସ୍ୟ ତନୟ
ଉପହର୍ତା ଦିବସ୍ପତେଃ ।
ଯୋଗେଶ୍ୱରୋ
ହରେରଂଶୋ ବୃହତ୍ୟାଂ ସମ୍ଭବିଷ୍ୟତି ॥ ୩୨॥
ଦେବହୋତ୍ରଙ୍କର
ପତ୍ନୀ ବୃହତୀଙ୍କ ଗର୍ଭରୁ ଯୋଗେଶ୍ବର ରୂପରେ ଭଗବାନଙ୍କର ଅଂଶାବତାର ହେବ ଏବଂ ସେହି ରୂପରେ
ଭଗବାନ ଦେବସ୍ପତିଙ୍କୁ ଇନ୍ଦ୍ରପଦ ପ୍ରଦାନ କରିବେ |
ମନୁର୍ୱା
ଇନ୍ଦ୍ରସାବର୍ଣିଶ୍ଚତୁର୍ଦଶମ ଏଷ୍ୟତି ।
ଉରୁଗମ୍ଭୀରବୁଦ୍ଧ୍ୟାଦ୍ୟା
ଇନ୍ଦ୍ରସାବର୍ଣିବୀର୍ୟଜାଃ ॥ ୩୩॥
ମହାରାଜ !
ଚତୁର୍ଦ୍ଦଶ ମନୁ ହେବେ ଇନ୍ଦ୍ରସାବର୍ଣ୍ଣି | ଉରୁ, ଗମ୍ଭୀର ବୁଦ୍ଧି
ଆଦି ତାଙ୍କର ପୁତ୍ର ହେବେ |
ପବିତ୍ରାଶ୍ଚାକ୍ଷୁଷା
ଦେବାଃ ଶୁଚିରିନ୍ଦ୍ରୋ ଭବିଷ୍ୟତି ।
ଅଗ୍ନିର୍ବାହୁଃ
ଶୁଚିଃ ଶୁଦ୍ଧୋ ମାଗଧାଦ୍ୟାସ୍ତପସ୍ୱିନଃ ॥ ୩୪॥
ସେହି ସମୟରେ
ପବିତ୍ର, ଚାକ୍ଷୁଷ ଆଦି ଦେବଗଣ ହେବେ ଏବଂ ଇନ୍ଦ୍ରଙ୍କର ନାମ
ହେବ ଶୁଚି | ଅଗ୍ନି, ବାହୁ, ଶୁଚି, ଶୁଦ୍ଧ ଏବଂ ମାଗଧ
ଆଦି ସପ୍ତର୍ଷି ହେବେ |
ସତ୍ରାୟଣସ୍ୟ ତନୟୋ
ବୃହଦ୍ଭାନୁସ୍ତଦା ହରିଃ ।
ବିତାନାୟାଂ ମହାରାଜ
କ୍ରିୟାତନ୍ତୂନ୍ ବିତାୟିତା ॥ ୩୫॥
ସେହି ସମୟରେ
ସତ୍ରାୟଣଙ୍କ ପତ୍ନୀ ବିତାନାଙ୍କ ଗର୍ଭରୁ ବୃହଦ୍ଭାନୁ ରୂପରେ ଭଗବାନ ଅବତାର ଗ୍ରହଣ କରିବେ ତଥା
କର୍ମକାଣ୍ଡର ବିସ୍ତାର କରିବେ |
ରାଜଂଶ୍ଚତୁର୍ଦଶୈତାନି
ତ୍ରିକାଲାନୁଗତାନି ତେ ।
ପ୍ରୋକ୍ତାନ୍ୟେଭିର୍ମିତଃ
କଲ୍ପୋ ଯୁଗସାହସ୍ରପର୍ୟଯଃ ॥ ୩୬॥
ପରୀକ୍ଷିତ ! ଏହି
ଚତୁର୍ଦ୍ଦଶ ମନ୍ବନ୍ତର ଭୂତ, ବର୍ତ୍ତମାନ ଏବଂ
ଭବିଷ୍ୟ – ତ୍ରିକାଳରେ ଚାଲିବାରେ ଲାଗିଥାଏ | ଏମାନଙ୍କ ଦ୍ବାରା ଏକ ସହସ୍ର ଚତୁର୍ଯୁଗବିଶିଷ୍ଟ
କଳ୍ପର କାଳ ଗଣନା କରାଯାଇ ଥାଏ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ
ମନ୍ୱନ୍ତରାନୁବର୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥ ୧୩॥

Comments
Post a Comment