୧୧. ଜୀବନରେ ଉଚିତ୍ ନିର୍ଣ୍ଣୟ ଗ୍ରହଣ କରିବା କିପରି
ଉତ୍ତମ ଜ୍ଞାନ କେବଳ ଶ୍ରବଣ ବା ଅଧ୍ୟୟନ ଦ୍ବାରା ଆହରଣ କରିବା ଯଥେଷ୍ଟ
ନୁହେଁ , ସେହି ଜ୍ଞାନ ଆମର ମନ-ମସ୍ତିଷ୍କରେ ଉତ୍ତମ ରୂପେ ରୋପିତ ହୋଇଛି କି ନାହିଁ ସେହି
ବିଷୟରେ ଆମେ ନିଶ୍ଚିତ ହେବା ଆବଶ୍ୟକ, ଯଦ୍ବାରା ଆବଶ୍ୟକ ସ୍ଥଳେ ଆମେ ତାହାର ଉପଯୋଗ କରିପାରିବା
| ସେଥିପାଇଁ ଶାସ୍ତ୍ରମାନେ କହନ୍ତି, ଅଧ୍ୟୟନ ଅଥବା ଶ୍ରବଣ କରି ଯେଉଁ ଦିବ୍ୟ ଜ୍ଞାନ ତୁମେ
ପ୍ରାପ୍ତ କରୁଅଛ, ତାହାର ବାରମ୍ବାର ଚିନ୍ତନ ବା ମନନ କର |
ଗତକାଲି ଆମ୍ଭେମାନେ
ଆଲୋଚନା କରିଥିଲେ ଯେ ଅନ୍ତଃକରଣ ଅନ୍ତର୍ଭୁକ୍ତ ଉପକରଣମାନଙ୍କର ଯେଉଁ ଅନୁକ୍ରମ ରହିଛି, ସେଥିରେ
ବୁଦ୍ଧିର ମନର ଉର୍ଦ୍ଧ୍ବରେ ଥାଏ | ମନୁଷ୍ୟର ବୁଦ୍ଧିକୁ ଭଗବାନ ଏହି କ୍ଷମତା ପ୍ରଦାନ କରିଛନ୍ତି
ଯେ ସେ ଇଚ୍ଛା କଲେ ମନକୁ ନିୟନ୍ତ୍ରଣ କରିପାରିବ | ସେଥିପାଇଁ ଶାସ୍ତ୍ର ଏବଂ ମହାପୁରୁଷଙ୍କଠାରୁ
ପ୍ରାପ୍ତ ଦିବ୍ୟ ଜ୍ଞାନ ଦ୍ବାରା ଆମେ ନିଜର ବୁଦ୍ଧିକୁ ସଶକ୍ତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ | କେବଳ
ଅଧ୍ୟୟନ ଏବଂ ଶ୍ରବଣ କରି ଜ୍ଞାନ ଆହରଣ କରିଦେଲେ ଯଥେଷ୍ଟ ନୁହେଁ, ଆମ୍ଭମାନଙ୍କର ମନ-ମସ୍ତିଷ୍କରେ
ସେହି ଜ୍ଞାନ ଉତ୍ତମ ରୂପେ ରୋପିତ ହେବା ଆବଶ୍ୟକ ଯଦ୍ବାରା କି ଆବଶ୍ୟକ ସ୍ଥଳେ ଆମେ ତାହାର ଉପଯୋଗ
କରିପାରିବା |
ଜଣେ ମହିଳା ମୋ
ପାଖକୁ ଆସି କହିଲେ, “ସ୍ବାମିଜୀ ! ମୋର ଗୋଟିଏ ମାତ୍ର ଦୋଷ ରହିଛି ଏବଂ ତାହା ହେଉଛି କ୍ରୋଧ |
ଆପଣ ମୋତେ ଏପରି କିଛି ଉପଦେଶ ପ୍ରଦାନ କରନ୍ତୁ ଯଦ୍ବାରା ମୁଁ ସେହି ଦୋଷକୁ ଦୂର କରିପାରିବି |” ମୁଁ
କହିଲି, “ମନେକରନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଣ୍ଟା ଦେଇ କହିବି ଆପଣ ଏହା ଦ୍ବାରା ନିଜ ହାତକୁ
ଫୋଡନ୍ତୁ, ଆପଣ ଫୋଡ଼ିବେ କି ?” “ନା |” “କାହିଁକି ?” “କାରଣ ତଦ୍ବାରା ମୁଁ ଆହତ ହେବି |” “ହଁ,
କେହି ମଧ୍ୟ ନିଜକୁ ଆହତ କରିବାକୁ ଇଚ୍ଛା କରିବେ ନାହିଁ | ଆପଣ ଯେତେବେଳେ କାହା ଉପରେ କ୍ରୋଧିତ
ହୁଅନ୍ତି, ସେହି କ୍ରୋଧ ଆପଣଙ୍କ ଭିତରେ ରହି ଆପଣଙ୍କୁ ମଧ୍ୟ ଆହତ କରିଥାଏ | ତେଣୁ ନିଜର ହିତ
ପାଇଁ ଆପଣ କ୍ରୋଧ କରିବା ଉଚିତ୍ ନୁହେଁ |” ମହିଳା ଜଣକ କୃତକୃତ୍ୟ ହୋଇ କହିଲେ, “ସ୍ବାମିଜୀ,
ଆଜି ଆପଣ ଗୋଟିଏ ବହୁତ ସୁନ୍ଦର ଜ୍ଞାନ ମୋତେ ପ୍ରଦାନ କଲେ |” ମୁଁ କହିଲି, “କିନ୍ତୁ ଏହି ଜ୍ଞାନ
ଆପଣଙ୍କର କାମରେ ଆସିବ ନାହିଁ |” କାହିଁକି ? କାରଣ କ୍ରୋଧ ଆସିବା ମୁହୂର୍ତ୍ତରେ ଆପଣଙ୍କ
ବୁଦ୍ଧିରୁ ଏହି ଜ୍ଞାନ ହଜିଯିବ | ତାପରେ ଆପଣ ଅବଶ୍ୟ ଅନୁତାପ କରିବେ, “ମୋର ଏ କ’ଣ ହୋଇଗଲା ?
ମୁଁ ଜାଣିଛି କ୍ରୋଧ ମୋ ପାଇଁ ହାନିକାରକ ଅଟେ, ତଥାପି ଏ ଭୁଲ୍ ମୁଁ କାହିଁକି କଲି ?” କାରଣ
ଆପଣଙ୍କ ବୁଦ୍ଧିରୁ ସେହି ଜ୍ଞାନ ହଜିଗଲା | ଶାସ୍ତ୍ରମାନେ କହନ୍ତି, ଜ୍ଞାନର ବିସ୍ମରଣ ହୋଇଯିବା
ମାତ୍ରେ ମନୁଷ୍ୟ ପଶୁ ସ୍ତରକୁ ଖସିଯାଏ | ଅତଏବ, ବିବେକ ଅର୍ଥାତ୍ ଉଚିତ୍-ଅନୁଚିତ୍ ମଧ୍ୟରେ
ପାର୍ଥକ୍ୟ ବାରିବାର କ୍ଷମତା ଯୋଗୁଁ ହିଁ ଆମ ମନୁଷ୍ୟତ୍ବର ରକ୍ଷା ହୋଇଥାଏ | ଏହି ସିଦ୍ଧାନ୍ତର
ପୁଷ୍ଟି ମୁଁ ଅନ୍ୟ ଏକ ଦୃଷ୍ଟାନ୍ତ ମାଧ୍ୟମରେ କରିବାକୁ ଯାଉଛି |
ଚେତୋହରା ଯୁବତୟୋଃ
ସୁହୃଦାନୁକୁଲା
ସଦ୍
ବାନ୍ଧଵ ପ୍ରଣୟଗର୍ଭ ଗିରା ଶ୍ଚ ଭୃତ୍ୟା
ବଲ୍ଗନ୍ତି ଦନ୍ତୀନିବହାସ୍ତରଲାସ୍ତୁରଙ୍ଗା .....
ନିଜ ପ୍ରାଚୁର୍ଯ୍ୟ ଏବଂ ଯଶ ସମ୍ବନ୍ଧୀୟ ତିନୋଟି ପଂକ୍ତି ଆବୃତି କରି ରାଜା ନୀରବ ହୋଇଗଲେ | ଚତୁର୍ଥ ପଂକ୍ତିଟି କ’ଣ ହୋଇପାରେ ତାହା ସେ ଚିନ୍ତା କରିପାରିଲେ ନାହିଁ | ସେତେବେଳକୁ ପଲଙ୍କ ତଳେ ଲୁଚି ରହିଥିବା ପଣ୍ଡିତଙ୍କର ନିଦ ମଧ୍ୟ ଭାଙ୍ଗି ଯାଇଥିଲା | ରାଜା ସାହେବ ଏହି ସବୁ ନଶ୍ବର ପ୍ରାପ୍ତିରେ ବିଭୋର ହେଉଥିବା ଶୁଣି ଅଜାଣତରେ ତାଙ୍କ ମୁହଁରୁ ଗୋଟିଏ ପଂକ୍ତି ନିଃସୃତ ହୋଇଗଲା -
ସମ୍ମୀଲନେ ନୟନୟୋଃ ନହିଁ କିଂଚିଦସ୍ତି ||
ଅନ୍ତକାଳରେ ଆଖି ମୁଦିବା ମାତ୍ରେ ଏହାର ଅସ୍ତିତ୍ବ ସମାପ୍ତ ହୋଇଯିବ, ସାଙ୍ଗରେ କିଛି ଯିବ ନାହିଁ | ରାଜା ଚମକି ପଡିଲେ – “ଆରେ, ମୁଁ ତ ଭାବିଥିଲି ଏହି କକ୍ଷରେ ମୁଁ ଏକାକୀ ଅଛି | ଏହି ଶବ୍ଦ କେଉଁଠାରୁ ଆସିଲା ! ଏତେ ମାର୍ମିକ ବିଦ୍ବତାପୂର୍ଣ୍ଣ ଶବ୍ଦ !! ମୋ ସହିତ କିଛି ଯିବ ନାହିଁ ? ଏହା ଆକାଶବାଣୀ ନୁହେଁ ତ ? ସ୍ବୟଂ ଭଗବାନଙ୍କର ବାଣୀ ନୁହେଁ ତ ? କିନ୍ତୁ ଶବ୍ଦ ତ ତଳ ଆଡୁ ଆସିଲା, ତାହାହେଲେ ଏହା କ’ଣ ପାତାଳବାଣୀ ?” ରାଜା ତାଙ୍କର ପ୍ରହରୀମାନଙ୍କୁ ଡାକି କକ୍ଷ ଭିତରେ ଖୋଜି ଦେଖିବାକୁ ନିର୍ଦ୍ଦେଶ ଦେଲେ | ପଲଙ୍କ ତଳେ ଲୁଚି ରହିଥିବା ପଣ୍ଡିତ ଭାବିଲେ, “ଏବେ ତ ଧରା ପଡିଯିବା ସୁନିଶ୍ଚିତ | ତେଣୁ ପ୍ରହରୀମାନେ କାହିଁକି ମୋତେ ଘୋଷାରି କାଢ଼ିବେ, ମୁଁ ନିଜେ ନିଜେ ବାହାରକୁ ବାହାରି ଯିବା ଉଚିତ୍ |” ଏହିପରି ଭାବି ପଣ୍ଡିତେ ପଲଙ୍କ ତଳୁ ଉଙ୍କି ମାରିଲେ | ତାଙ୍କୁ ଦେଖି ରାଜା ସାହେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କିଏ ତୁମେ ?” ପଣ୍ଡିତେ ଉତ୍ତର ଦେଲେ, “ହେ ରାଜାଧିରାଜ, ଆପଣଙ୍କ ରାଜ୍ୟର ମୁଁ ଜଣେ ପ୍ରଖ୍ୟାତ ବିଦ୍ବାନ ଅଟେ | ଦାରିଦ୍ର୍ୟ ମୋତେ ଏତେ ନିମ୍ନଗାମୀ କରିଦେଲା ଯେ ଚୋରୀ କରିବା ଉଦ୍ଦେଶ୍ୟରେ ମୁଁ ଆପଣଙ୍କ ଉଆସରେ ପ୍ରବେଶ କଲି | କିନ୍ତୁ ଚୋରୀ କରିବାକୁ ଗଲାବେଳକୁ ମୋର ହଜି ଯାଇଥିବା ଜ୍ଞାନ ଫେରି ଆସି ମୋତେ ବାଧା ଦେଲା ଏବଂ ମୁଁ କୌଣସି ବସ୍ତୁ ଚୋରୀ କରି ପାରିଲି ନାହିଁ |” ସବୁ କଥା ଶୁଣି ରାଜା କହିଲେ, “ଯାହାହେଉ, ଆପଣଙ୍କ ଦ୍ବାରା ରଚିତ ପଂକ୍ତିଟି ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ୍ ଅଟେ | ବୈରାଗ୍ୟ ଧାରଣ କରିବା ପାଇଁ ତାହା ମୋତେ ବହୁତ ସାହାଯ୍ୟ କଲା | ସଂସାରର କୌଣସି ବିଭବ ଯଦି ଆମ ସହିତ ଯିବ ନାହିଁ, ତେବେ ତାହାକୁ ଏତେ ମହତ୍ବ ଦେବାର ଆବଶ୍ୟକତା କ’ଣ ? ଆପଣ ମୋର ଗୁରୁତୁଲ୍ୟ ଅଟନ୍ତି |” ପଣ୍ଡିତଙ୍କୁ ରାଜା ପ୍ରଚୁର ଧନ ଦ୍ବାରା ପୁରଷ୍କୃତ କଲେ |
ଦେଖନ୍ତୁ,
ଜ୍ଞାନ କିପରି ଆମର ମାନସିକତାକୁ ପ୍ରଭାବିତ କରିଥାଏ | ଜ୍ଞାନର ବିସ୍ମୃତି ପଣ୍ଡିତଙ୍କୁ ଜଣେ ଚୋର
ସ୍ତରକୁ ନେଇଗଲା | ଅଥଚ ସେହି ଜ୍ଞାନର ପ୍ରତ୍ୟାହାର ବା ପୁନଃ ସ୍ମରଣ ତାଙ୍କୁ ପାପମୁକ୍ତ
କରିଦେଲା | ସେଥିପାଇଁ ଶାସ୍ତ୍ରମାନେ କହନ୍ତି, ଅଧ୍ୟୟନ କରି ଅଥବା ଶ୍ରବଣ କରି ଯେଉଁ ଦିବ୍ୟ
ଜ୍ଞାନ ତୁମେ ପ୍ରାପ୍ତ କରୁଛ, ବାରମ୍ବାର ତାହାର ମନନ କର | ଗାଈମାନେ ଘାସ ଖାଇ ପରେ ତାହାକୁ
ଚର୍ବଣ କରିବା ପରି ମନରେ ତାହାର ପୁନରାବୃତ୍ତି କର | ମୁଁ ଆପଣମାନଙ୍କ ସମ୍ମୁଖରେ ବାରମ୍ବାର ଏହି
ତଥ୍ୟକୁ ଦୋହରାଇବାକୁ ଇଚ୍ଛା କରୁଛି ଯେ ଗୋଟିଏ
ମାତ୍ର ଜ୍ଞାନ ରତ୍ନ ଆପଣଙ୍କର ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରି ଦେଇପାରେ ଯଦି
ଆପଣ ତାହା ଉପରେ ଗଭୀର ଚିନ୍ତନ କରିବେ | ଆଜିର ଏହି ବାର୍ତ୍ତା ସହିତ ଆସନ୍ତାକାଲି ଆମେ ଜୀବନ
ରୂପାନ୍ତରଣ ଅଭିଯାନରେ ଆଗକୁ ଅଗ୍ରସର ହେବା |
**************

Comments
Post a Comment