୩ . ଈଶ୍ବରଙ୍କର ସ୍ବରୂପ ବର୍ତ୍ତମାନ ଆସନ୍ତୁ ଆମେ ଆଲୋଚନାର କେନ୍ଦ୍ରକୁ ସାମାନ୍ୟ ପରିବର୍ତ୍ତିତ କରି ଈଶ୍ବରଙ୍କର ସ୍ବରୂପ ବିଷୟରେ ଜାଣିବାକୁ ଚେଷ୍ଟା କରିବା | ଯଜୁର୍ବେଦର ଏକ ବିଭାଗ କୃଷ୍ଣ ଯଜୁର୍ବେଦ ଅଟେ | ତୈତ୍ତିରୀୟ ଉପନିଷଦ ତାହାର ଅନ୍ତର୍ଗତ ଅଟେ , ଯାହାର ତିନୋଟି ଭାଗ ରହିଛି: ଭୃଗୁ ବଲ୍ଲୀ , ବ୍ରହ୍ମାଣ୍ଡ ବଲ୍ଲୀ ଏବଂ ଶିକ୍ଷା ବଲ୍ଲୀ | ଏହା ଭୃଗୁ ବଲ୍ଲିର ଏକ ଆଖ୍ୟାନ ଅଟେ | ଭାରତ ଇତିହାସରେ ଭୃଗୁ ମହର୍ଷିଙ୍କର ନାମ ବହୁ ପ୍ରସିଦ୍ଧ ଅଟେ | ବ୍ରହ୍ମଙ୍କ ବିଷୟରେ ଜାଣିବା ପାଇଁ ଭୃଗୁଙ୍କ ମନରେ ଯେତେବେଳେ ଉତ୍କଟ ଇଚ୍ଛା ଜାତ ହେଲା , ସେ ଭାବିଲେ କାହାଠାରୁ ପଚାରି ବୁଝିବି, କାହାକୁ ଗୁରୁ ଭାବରେ ଗ୍ରହଣ କରିବି | ବହୁ ଭାବି-ଚିନ୍ତି ସେ ସ୍ଥିର କଲେ , ମୋର ପିତା ବରୁଣଦେବ ସ୍ବୟଂ ବ୍ରହ୍ମଜ୍ଞାନୀ ଅଟନ୍ତି ; ମୁଁ ତାଙ୍କୁ ନିଜର ଗୁରୁ ରୂପେ ବରଣ କରିବି | ଏହିପରି ନିର୍ଣ୍ଣୟ କରି ଭୃଗୁ ବରୁଣଙ୍କ ସମୀପକୁ ଗଲେ | ଭୃଗୁର୍ ବୈ ବାରୁଣିଃ | ବରୁଣଂ ପିତରଂ ଉପସସାର | ଅଧୀହି ଭଗବୋ ବ୍ରହ୍ମେତି | ବରୁଣଙ୍କୁ ପ୍ରଣାମ କରି ଭୃଗୁ କହିଲେ , “ପିତାଜୀ ! ଆଜି ମୁଁ ଆପଣଙ୍କ ନିକଟକୁ ପୁତ୍ର ରୂପରେ ନୁହେଁ , ଶିଷ୍ୟ ରୂପରେ ଆସିଛି | ମୁଁ ଜାଣିବାକୁ ଇଚ୍ଛା କରୁଛି , ସେହି ଯେଉଁ ସର୍ବୋଚ୍ଚ ତତ୍ତ୍ବ ଯାହାକୁ କିଏ ବ୍ରହ୍ମ କହନ୍ତି , କିଏ ପରମାତ୍ମା ...