॥ ଓଁ ନମୋ ଭଗବତେ
ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ସପ୍ତଦଶ ଅଧ୍ୟାୟ
ମହାରାଜ ପରୀକ୍ଷିତଙ୍କ ଦ୍ବାରା କଳିଯୁଗର ଦମନ
ସୂତ ଉବାଚ
ତତ୍ର ଗୋମିଥୁନଂ ରାଜା ହନ୍ୟମାନମନାଥବତ୍
ଦଣ୍ଡହସ୍ତଂ ଚ ବୃଷଲଂ ଦଦୃଶେ ନୃପଲାଞ୍ଛନମ୍ ॥ ୧॥
ସୂତ ମୁନି କହୁଛନ୍ତି – ହେ ଶୌନକ ! ସେଠାରେ ପହଞ୍ଚି ରାଜା ପରୀକ୍ଷିତ
ଦେଖିବାକୁ ପାଇଲେ ଯେ ରାଜବେଶଧାରୀ ଜଣେ ଶୂଦ୍ର ହାତରେ ଠେଙ୍ଗା ଧରି ଗାଈ-ବଳଦଙ୍କର ଏକ ଯୋଡିକୁ
ଏପରି ପ୍ରହାର କରୁଛି, ଯେପରି କି ତାଙ୍କର କେହି ମାଲିକ ନାହାଁନ୍ତି |
ବୃଷଂ ମୃଣାଲଧବଲଂ ମେହନ୍ତମିବ ବିଭ୍ୟତମ୍ ।
ବେପମାନଂ ପଦୈକେନ ସୀଦନ୍ତଂ ଶୂଦ୍ରତାଡିତମ୍ ॥ ୨॥
କମଳ-ନାଡ ସଦୃଶ ଶ୍ବେତବର୍ଣ୍ଣର ବଳଦଟି ଗୋଟିଏ ପାଦରେ ଠିଆ ହୋଇ ଥରଥର
କମ୍ପିବାରେ ଲାଗିଥିଲା ଏବଂ ଶୂଦ୍ରର ତାଡନାରେ ପୀଡିତ ଓ ଭୟଭୀତ ହୋଇ ମୂତ୍ର-ତ୍ୟାଗ କରିବାରେ
ଲାଗିଥିଲା |
ଗାଂ ଚ ଧର୍ମଦୁଘାଂ ଦୀନାଂ ଭୃଶଂ ଶୂଦ୍ରପଦାହତାମ୍ ।
ବିବତ୍ସାଂ ସାଶ୍ରୁବଦନାଂ କ୍ଷାମାଂ ଯବସମିଚ୍ଛତୀମ୍ ॥ ୩॥
ଧର୍ମୋପଯୋଗୀ ଦୁଗ୍ଧ,
ଘୃତ ଆଦି ହବିଷ୍ୟ ପଦାର୍ଥ ପ୍ରଦାନ କରୁଥିବା ଗାଈଟି ମଧ୍ୟ ସେହି ଶୂଦ୍ରର ବାରମ୍ବାର ପଦାଘାତରେ
ଅତ୍ୟନ୍ତ ଦୀନ-ହୀନ ଦେଖାଯାଉ ଥିଲା | ସହଜରେ ତ ସେ ନିଜେ ଅତି ବେଶୀ ଦୁର୍ବଳ ଥିଲା, ତଦୁପରି ତାହାର ବାଛୁରୀ ମଧ୍ୟ ତା ପାଖରେ ନ ଥିଲା | ସେ ଭୋକିଲା
ଥିଲା ଏବଂ ତା ଆଖିରୁ ଅଶ୍ରୁ ଝାରିବାରେ ଲାଗିଥିଲା |
ପପ୍ରଚ୍ଛ ରଥମାରୂଢଃ କାର୍ତସ୍ୱରପରିଚ୍ଛଦମ୍ ।
ମେଘଗମ୍ଭୀରୟା ବାଚା ସମାରୋପିତକାର୍ମୁକଃ ॥ ୪॥
ସ୍ବର୍ଣ୍ଣଜଟିତ ରଥରେ ବସି ରାଜା ପରୀକ୍ଷିତ ନିଜ ଧନୁରେ ତୀର ସଂଯୋଗ
କରି ମେଘ ପରି ଗମ୍ଭୀର ବାଣୀରେ ସେହି ଶୂଦ୍ରକୁ ଆହ୍ବାନ କଲେ |
କସ୍ତ୍ୱଂ ମଚ୍ଛରଣେ ଲୋକେ ବଲାଦ୍ଧଂସ୍ୟବଲାନ୍ ବଲୀ ।
ନରଦେବୋଽସି ବେଷେଣ ନଟବତ୍କର୍ମଣାଦ୍ୱିଜଃ ॥ ୫॥
ତୁ କିଏ ରେ, ଯିଏ ବଳବାନ ହୋଇ ମଧ୍ୟ ମୋ ରାଜ୍ୟର ଦୁର୍ବଳ
ପ୍ରାଣୀମାନଙ୍କୁ ମାରୁଛି ? ନଟ ପରି ତୁ ରାଜା ବେଶ ତ ଧାରଣ କରିଛୁ, କିନ୍ତୁ କର୍ମରେ ତୁ ଶୂଦ୍ର ମନେ ହେଉଛୁ |
କସ୍ତ୍ୱଂ କୃଷ୍ଣେ ଗତେ ଦୂରଂ ସହଗାଣ୍ଡୀବଧନ୍ୱନା ।
ଶୋଚ୍ୟୋଽସ୍ୟଶୋଚ୍ୟାନ୍ ରହସି ପ୍ରହରନ୍ ବଧମର୍ହସି ॥ ୬॥
ମୋର ପିତାମହ ଅର୍ଜୁନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ପରମ ଧାମକୁ ଗମନ
କରିବା ପରେ ଏପରି ନିର୍ଜନ ସ୍ଥାନରେ ନିରପରାଧ ପ୍ରାଣୀଙ୍କୁ ପ୍ରହାର କରୁଥିବା କାରଣରୁ ତୁ
ଅପରାଧୀ ଅଟୁ; ଅତଏବ ବଧ-ଯୋଗ୍ୟ ଅଟୁ
|
ତ୍ୱଂ ବା ମୃଣାଲଧବଲଃ ପାଦୈର୍ନ୍ୟୂନଃ ପଦା ଚରନ୍ ।
ବୃଷରୂପେଣ କିଂ କଶ୍ଚିଦ୍ଦେବୋ ନଃ ପରିଖେଦୟନ୍ ॥ ୭॥
ପରୀକ୍ଷିତ ଧର୍ମଙ୍କୁ ପଚାରିଲେ – କମଳ-ନାଡ ପରି ଆପଣ ଶ୍ବେତବର୍ଣ୍ଣର
ଅଟନ୍ତି | ତିନୋଟି ପାଦ ହରାଇ ଆପଣ ଗୋଟିଏ ପାଦରେ ବିଚରଣ କରୁଛନ୍ତି | ଏହା ଦେଖି ମୁଁ ବହୁତ
କଷ୍ଟ ଅନୁଭବ କରୁଛି | ଆପଣ ବଳଦ ରୂପରେ କୌଣସି ଦେବତା ଅଟନ୍ତି କି ?
ନ ଜାତୁ କୌରବେନ୍ଦ୍ରାଣାଂ ଦୋର୍ଦଣ୍ଡପରିରମ୍ଭିତେ ।
ଭୂତଲେଽନୁପତନ୍ତ୍ୟସ୍ମିନ୍ ବିନା ତେ ପ୍ରାଣିନାଂ ଶୁଚଃ ॥ ୮॥
ବର୍ତ୍ତମାନ ଏହି ଭୂମଣ୍ଡଳ କୁରୁବଂଶୀ ନରପତିମାନଙ୍କର ବାହୁବଳରେ
ସୁରକ୍ଷିତ ଅଟେ | ଏଠାରେ ଆପଣଙ୍କ ଅତିରିକ୍ତ ଅନ୍ୟ କୌଣସି ପ୍ରାଣୀଙ୍କ ଆଖିରୁ ଶୋକରେ ଅଶ୍ରୁ
ନିର୍ଗତ ହେଉଥିବା ମୁଁ ଦେଖିପାରୁ ନାହିଁ |
ମା ସୌରଭେୟାନୁଶୁଚୋ ବ୍ୟେତୁ ତେ ବୃଷଲାଦ୍ଭୟମ୍ ।
ମା ରୋଦୀରମ୍ବ ଭଦ୍ରଂ ତେ ଖଲାନାଂ ମୟି ଶାସ୍ତରି ॥ ୯॥
ହେ ଧେନୁପୁତ୍ର ! ଏବେ ଆପଣ ଆଉ ଶୋକ କରନ୍ତୁ ନାହିଁ; ଏହି ଶୂଦ୍ର ପ୍ରତି ନିର୍ଭୟ ରହନ୍ତୁ | ହେ ଗୋମାତା ! ମୁଁ ଦୁଷ୍ଟକୁ
ଦଣ୍ଡିତ କରିଥାଏ, ତେଣୁ ଆପଣ କାନ୍ଦନ୍ତୁ ନାହିଁ;
ଆପଣଙ୍କର କଲ୍ୟାଣ ହେଉ |
ଯସ୍ୟ ରାଷ୍ଟ୍ରେ ପ୍ରଜାଃ ସର୍ୱାସ୍ତ୍ରସ୍ୟନ୍ତେ ସାଧ୍ୱ୍ୟସାଧୁଭିଃ ।
ତସ୍ୟ ମତ୍ତସ୍ୟ ନଶ୍ୟନ୍ତି କୀର୍ତିରାୟୁର୍ଭଗୋ ଗତିଃ ॥ ୧୦॥
ହେ ଦେବୀ ! ଯେଉଁ ରାଜାର ରାଜ୍ୟରେ ଦୁଷ୍ଟମାନଙ୍କର ଉପଦ୍ରବରେ ସମସ୍ତ
ପ୍ରଜା ତ୍ରସ୍ତ ରହନ୍ତି, ସେହି ଉନ୍ମତ୍ତ
ରାଜାର କୀର୍ତ୍ତି, ଆୟୁ, ଐଶ୍ବର୍ଯ୍ୟ ଏବଂ ପରଲୋକ ନଷ୍ଟ ହୋଇଯାଏ |
ଏଷ ରାଜ୍ଞାଂ ପରୋ ଧର୍ମୋ ହ୍ୟାର୍ତାନାମାର୍ତିନିଗ୍ରହଃ ।
ଅତ ଏନଂ ବଧିଷ୍ୟାମି ଭୂତଦ୍ରୁହମସତ୍ତମମ୍ ॥ ୧୧॥
ଦୁଃଖୀମାନଙ୍କର ଦୁଃଖ ଦୂର କରିବା ରାଜାର ପରମ ଧର୍ମ ଅଟେ | ଏହି
ମହାଦୁଷ୍ଟ ପ୍ରାଣୀମାନଙ୍କୁ ପୀଡା ଦେଉଛି; ତେଣୁ ଏହି
ମୁହୂର୍ତ୍ତରେ ମୁଁ ଏହାକୁ ହତ୍ୟା କରିବି |
କୋଽବୃଶ୍ଚତ୍ତବ ପାଦାଂସ୍ତ୍ରୀନ୍ ସୌରଭେୟ ଚତୁଷ୍ପଦ ।
ମା ଭୂବଂସ୍ତ୍ୱାଦୃଶା ରାଷ୍ଟ୍ରେ ରାଜ୍ଞାଂ କୃଷ୍ଣାନୁବର୍ତିନାମ୍ ॥
୧୨॥
ହେ ସୁରଭିନନ୍ଦନ ! ଆପଣ ତ ଚତୁଷ୍ପଦ ପ୍ରାଣୀ ଅଟନ୍ତି; ଆପଣଙ୍କର ତିନୋଟି ପାଦ କିଏ କାଟିଲା ? ଶ୍ରୀକୃଷ୍ଣ-ଭକ୍ତ
ରାଜାମାନଙ୍କର ରାଜ୍ୟରେ କୌଣସି ପ୍ରାଣୀ ଆପଣଙ୍କ ପରି ଦୁଃଖୀ ହେବା ଉଚିତ୍ ନୁହେଁ |
ଆଖ୍ୟାହି ବୃଷ ଭଦ୍ରଂ ବଃ ସାଧୂନାମକୃତାଗସାମ୍ ।
ଆତ୍ମବୈରୂପ୍ୟକର୍ତାରଂ ପାର୍ଥାନାଂ କୀର୍ତିଦୂଷଣମ୍ ॥ ୧୩॥
ହେ ବୃଷଭ ! ଆପଣଙ୍କର କଲ୍ୟାଣ ହେଉ | ମୋତେ କହନ୍ତୁ, ଆପଣଙ୍କ ପରି ନିରପରାଧ ସାଧୁଙ୍କର ଅଙ୍ଗ ଭଙ୍ଗ କରି କେଉଁ ଦୁଷ୍ଟ
ପାଣ୍ଡବମାନଙ୍କର କୀର୍ତ୍ତିକୁ କଳଙ୍କିତ କରିଛି ?
ଜନେନାଗସ୍ୟଘଂ ଯୁଞ୍ଜନ୍ ସର୍ୱତୋଽସ୍ୟ ଚ ମଦ୍ଭୟମ୍ ।
ସାଧୂନାଂ ଭଦ୍ରମେବ ସ୍ୟାଦସାଧୁଦମନେ କୃତେ ॥ ୧୪॥
ନିରପରାଧ ପ୍ରାଣୀକୁ ଯିଏ କଷଣ ଦେଇଥାଏ, ସେ କେଉଁଠାରେ ବି ରହୁ,
ମୋର ଭୟ ସର୍ବଦା ତାକୁ ଲାଗି ରହିବ | ଦୁଷ୍ଟଦମନ କରିବା ଦ୍ବାରା ସାଧୁମାନଙ୍କର କଲ୍ୟାଣ ସ୍ବତଃ
ହୋଇଥାଏ |
ଅନାଗଃସ୍ୱିହ ଭୂତେଷୁ ଯ ଆଗସ୍କୃନ୍ନିରଙ୍କୁଶଃ ।
ଆହର୍ତାସ୍ମି ଭୁଜଂ ସାକ୍ଷାଦମର୍ତ୍ୟସ୍ୟାପି ସାଙ୍ଗଦମ୍ ॥ ୧୫॥
ଯେଉଁ ଉଦଣ୍ଡ ବ୍ୟକ୍ତି ନିରପରାଧ ପ୍ରାଣୀଙ୍କୁ ଦୁଃଖ ଦେଇଥାଏ, ସେ ସାକ୍ଷାତ୍ ଦେବତା ହୋଇଥାଆନ୍ତୁ ନା କାହିଁକି, ମୁଁ ତାଙ୍କର ବାଜୁବନ୍ଧ ବିଭୂଷିତ ଭୁଜକୁ କାଟିଦେବି |
ରାଜ୍ଞୋ ହି ପରମୋ ଧର୍ମଃ ସ୍ୱଧର୍ମସ୍ଥାନୁପାଲନମ୍ ।
ଶାସତୋଽନ୍ୟାନ୍ ଯଥାଶାସ୍ତ୍ରମନାପଦ୍ୟୁତ୍ପଥାନିହ ॥ ୧୬॥
ଆପତ୍ତିକାଳ ବିନା ମର୍ଯ୍ୟାଦା ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି
ଶାସ୍ତ୍ରାନୁସାରେ ଦଣ୍ଡ ବିଧାନ କରି ଧର୍ମରେ ସ୍ଥିତ ବ୍ୟକ୍ତିମାନଙ୍କର ପାଳନ-ପୋଷଣ କରିବା
ରାଜାମାନଙ୍କର ପରମ ଧର୍ମ ଅଟେ |
ଧର୍ମ ଉବାଚ
ଏତଦ୍ୱଃ ପାଣ୍ଡବେୟାନାଂ ଯୁକ୍ତମାର୍ତାଭୟଂ ବଚଃ ।
ଯେଷାଂ ଗୁଣଗଣୈଃ କୃଷ୍ଣୋ ଦୌତ୍ୟାଦୌ ଭଗବାନ୍ କୃତଃ ॥ ୧୭॥
ଧର୍ମ କହିଲେ – ହେ ରାଜନ୍ ! ଆପଣ ମହାରାଜ ପାଣ୍ଡୁଙ୍କର ବଂଶଜ ଅଟନ୍ତି
| ଏପରି ଭାବରେ ଦୁଃଖୀମାନଙ୍କୁ ଆଶ୍ବାସନା ଦେବା ଆପଣଙ୍କର ସହଜାତ ଗୁଣ ଅଟେ; କାରଣ ଆପଣଙ୍କର
ପୂର୍ବଜମାନଙ୍କର ଶ୍ରେଷ୍ଠ ଗୁଣ ତ ଭଗବାନ ଶ୍ରୀକୃଷ୍ଣଙ୍କୁ ସେମାନଙ୍କର ସାରଥୀ ଏବଂ ଦୂତ କରିଦେଇ
ଥିଲା |
ନ ବୟଂ କ୍ଲେଶବୀଜାନି ଯତଃ ସ୍ୟୁଃ ପୁରୁଷର୍ଷଭ ।
ପୁରୁଷଂ ତଂ ବିଜାନୀମୋ ବାକ୍ୟଭେଦବିମୋହିତାଃ ॥ ୧୮॥
ହେ ନରେନ୍ଦ୍ର ! ଶାସ୍ତ୍ରର ବିଭିନ୍ନ ବଚନରେ ମୋହିତ ହୋଇ ଆମେ ସେହି
ପୁରୁଷଙ୍କୁ ଜାଣି ନ ଥାଏ, ଯେଉଁ କାରଣରୁ କ୍ଲେଶ
ଉତ୍ପନ୍ନ ହୋଇଥାଏ |
କେଚିଦ୍ୱିକଲ୍ପବସନା ଆହୁରାତ୍ମାନମାତ୍ମନଃ ।
ଦୈବମନ୍ୟେ ପରେ କର୍ମ ସ୍ୱଭାବମପରେ ପ୍ରଭୁମ୍ ॥ ୧୯॥
ଯେଉଁମାନେ କୌଣସି ପ୍ରକାରର ଦ୍ବୈତ ସ୍ବୀକାର କରନ୍ତି ନାହିଁ, ସେମାନେ ନିଜକୁ ହିଁ ନିଜ ଦୁଃଖର କାରଣ ମାନି ଥାଆନ୍ତି | କିଏ
ପ୍ରାରବ୍ଧକୁ କାରଣ କହେ ତ କିଏ କର୍ମକୁ | କେହି କେହି ସ୍ବଭାବକୁ ତ ଅନ୍ୟ କେହି କେହି
ଈଶ୍ବରଙ୍କୁ ଦୁଃଖର କାରଣ ମାନନ୍ତି |
ଅପ୍ରତର୍କ୍ୟାଦନିର୍ଦେଶ୍ୟାଦିତି କେଷ୍ୱପି ନିଶ୍ଚୟଃ ।
ଅତ୍ରାନୁରୂପଂ ରାଜର୍ଷେ ବିମୃଶ ସ୍ୱମନୀଷୟା ॥ ୨୦॥
କାହାର ଏପରି ଧାରଣା ଯେ ଦୁଃଖର କାରଣକୁ ତର୍କ ଦ୍ବାରା ସିଦ୍ଧ କରିହୁଏ
ନାହିଁ, କି ବାଣୀ ଦ୍ବାରା
ତାହାର ବ୍ୟାଖ୍ୟା କରିହୁଏ ନାହିଁ | ହେ ରାଜର୍ଷି ! ଏହି ସବୁ ମତ ମଧ୍ୟରୁ କେଉଁ ମତଟି ଯଥାର୍ଥ
ଅଟେ, ତାହା ଆପଣ ନିଜ
ବୁଦ୍ଧିରେ ବିଚାର କରନ୍ତୁ |
ସୂତ ଉବାଚ
ଏବଂ ଧର୍ମେ ପ୍ରବଦତି ସ ସମ୍ରାଡ୍-ଦ୍ୱିଜସତ୍ତମ ।
ସମାହିତେନ ମନସା ବିଖେଦଃ ପର୍ୟଚଷ୍ଟ ତମ୍ ॥ ୨୧॥
ସୂତ ମୁନି କହୁଛନ୍ତି – ହେ ଋଷିଶ୍ରେଷ୍ଠ ଶୌନକ ! ଧର୍ମଙ୍କର ଏହି
ପ୍ରବଚନ ଶୁଣି ସମ୍ରାଟ ପରୀକ୍ଷିତ ଅତ୍ୟନ୍ତ ପ୍ରସନ୍ନ ହେଲେ;
ତାଙ୍କର ସବୁ ଅଶାନ୍ତି ଦୂର ହୋଇଗଲା | ଶାନ୍ତଚିତ୍ତ ହୋଇ ସେ ଧର୍ମଙ୍କୁ କହିଲେ -
ରାଜୋବାଚ
ଧର୍ମଂ ବ୍ରବୀଷି ଧର୍ମଜ୍ଞ ଧର୍ମୋଽସି ବୃଷରୂପଧୃକ୍ ।
ଯଦଧର୍ମକୃତଃ ସ୍ଥାନଂ ସୂଚକସ୍ୟାପି ତଦ୍ଭବେତ୍ ॥ ୨୨॥
ରାଜା ପରୀକ୍ଷିତ କହିଲେ – ଧର୍ମତତ୍ତ୍ବର ଜ୍ଞାତା ହେ ବୃଷଭଦେବ ! ଆପଣ
ଯେପରି ଭାବରେ ଧର୍ମର ଉପଦେଶ ପ୍ରଦାନ କଲେ, ଆପଣ ନିଶ୍ଚିତଭାବରେ ବୃଷଭ
ରୂପରେ ସ୍ବୟଂ ଧର୍ମ ଅଟନ୍ତି | ଅଧର୍ମୀମାନଙ୍କୁ ଯେଉଁ ନର୍କ ଆଦି ଗତି ପ୍ରାପ୍ତ ହୋଇଥାଏ, ତାହା ପରନିନ୍ଦା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରାପ୍ତ ହୋଇଥାଏ |
ସେଥିପାଇଁ ବୋଧହୁଏ ଆପଣଙ୍କୁ କଷଣ ଦେଉଥିବା ବ୍ୟକ୍ତିର ନାମ ଆପଣ ପ୍ରକାଶ କଲେ ନାହିଁ |
ଅଥବା ଦେବମାୟାୟା ନୂନଂ ଗତିରଗୋଚରା ।
ଚେତସୋ ବଚସଶ୍ଚାପି ଭୂତାନାମିତି ନିଶ୍ଚୟଃ ॥ ୨୩॥
ଅଥବା ଏହି ସିଦ୍ଧାନ୍ତ ନିଶ୍ଚିତ ଯେ ପ୍ରାଣୀର ମନ ଏବଂ ବାଣୀ ଦ୍ବାରା
ପରମେଶ୍ବରଙ୍କ ମାୟାର ସ୍ବରୂପ ନିରୂପଣ କରାଯାଇ ପାରିବ ନାହିଁ |
ତପଃ ଶୌଚଂ ଦୟା ସତ୍ୟମିତି ପାଦାଃ କୃତେ କୃତାଃ ।
ଅଧର୍ମାଂଶୈସ୍ତ୍ରୟୋ ଭଗ୍ନାଃ ସ୍ମୟସଙ୍ଗମଦୈସ୍ତବ ॥ ୨୪॥
ହେ ଧର୍ମଦେବ ! ସତ୍ୟଯୁଗରେ ଆପଣଙ୍କର ଚାରୋଟି ଚରଣ ଥିଲା – ତପ, ପବିତ୍ରତା, ଦୟା ଏବଂ ସତ୍ୟ |
ଏହି ସମୟରେ ଅଧର୍ମର ଅଂଶ ଗର୍ବ, ଆସକ୍ତି ଏବଂ ମଦ
ଦ୍ବାରା ଆପଣଙ୍କର ତିନୋଟି ଚରଣ ନଷ୍ଟ ହୋଇଯାଇଛି |
ଇଦାନୀଂ ଧର୍ମ ପାଦସ୍ତେ ସତ୍ୟଂ ନିର୍ୱର୍ତୟେଦ୍ୟତଃ ।
ତଂ ଜିଘୃକ୍ଷତ୍ୟଧର୍ମୋଽୟମନୃତେନୈଧିତଃ କଲିଃ ॥ ୨୫॥
ଏବେ ଆପଣଙ୍କର ଚତୁର୍ଥ ଚରଣ ଭାବରେ କେବଳ ସତ୍ୟ ହିଁ ଅବଶିଷ୍ଟ ରହିଛି
| ତାହା ବଳରେ ଆପଣ ଜୀବିତ ରହିଛନ୍ତି | ଅସତ୍ୟରେ ପରିପୁଷ୍ଟ ଏହି ଅଧର୍ମ-ରୂପ କଳିଯୁଗ ତାହାକୁ
ମଧ୍ୟ ଗ୍ରାସ କରିବାକୁ ଇଚ୍ଛା କରୁଛି |
ଇୟଂ ଚ ଭୂମିର୍ଭଗବତା ନ୍ୟାସିତୋରୁଭରା ସତୀ ।
ଶ୍ରୀମଦ୍ଭିସ୍ତତ୍ପଦନ୍ୟାସୈଃ ସର୍ୱତଃ କୃତକୌତୁକା ॥ ୨୬॥
ଏହି ଗୋମାତା ସାକ୍ଷାତ ପୃଥିବୀ ଅଟନ୍ତି | ବହୁତ ଭାରି ବୋଝରୁ ଭଗବାନ ଏହାକୁ
ମୁକ୍ତ କରି ଦେଇଥିଲେ ଏବଂ ତାଙ୍କର ରାଶି-ରାଶି ସୌନ୍ଦର୍ଯ୍ୟ ବିକିରଣ କରୁଥିବା ଚରଣ-ଚିହ୍ନରେ
ସର୍ବତ୍ର ଏହା ଉତ୍ସବମୟୀ ହୋଇ ଉଠିଥିଲା |
ଶୋଚତ୍ୟଶ୍ରୁକଲା ସାଧ୍ୱୀ ଦୁର୍ଭଗେବୋଜ୍ଝିତାଧୁନା ।
ଅବ୍ରହ୍ମଣ୍ୟା ନୃପବ୍ୟାଜାଃ ଶୂଦ୍ରା ଭୋକ୍ଷ୍ୟନ୍ତି ମାମିତି ॥ ୨୭॥
ଏବେ ସେ ତାଙ୍କଠାରୁ ବିଚ୍ୟୁତ ହୋଇଯାଇଛନ୍ତି | ସାଧ୍ବୀ ଅଭାଗିନୀ
ସଦୃଶ ନେତ୍ରରେ ଅଶ୍ରୁ ଭରି ସେ ଏବେ ଆତଙ୍କିତ ରହିଛନ୍ତି ଯେ ରାଜା ବେଶରେ ବ୍ରାହ୍ମଣଦ୍ରୋହୀ
ଶୂଦ୍ରମାନେ ଏବେ ମୋତେ ଭୋଗ କରିବେ |
ଇତି ଧର୍ମଂ ମହୀଂ ଚୈବ ସାନ୍ତ୍ୱୟିତ୍ୱା ମହାରଥଃ ।
ନିଶାତମାଦଦେ ଖଡ୍ଗଂ କଲୟେଽଧର୍ମହେତବେ ॥ ୨୮॥
ଏହିପରି ଭାବରେ ମହାରଥୀ ପରୀକ୍ଷିତ ଉଭୟ ଧର୍ମ ଏବଂ ପୃଥିବୀମାତାଙ୍କୁ
ସାନ୍ତ୍ବନା ଦେଲେ | ତତ୍ପଶ୍ଚାତ୍ ସେ ଅଧର୍ମର କାରଣରୂପ କଳିଯୁଗକୁ ମାରିବା ପାଇଁ ନିଜର ତୀକ୍ଷ୍ଣ
ତରବାରୀ ଉତ୍ତୋଳନ କଲେ |
ତଂ ଜିଘାଂସୁମଭିପ୍ରେତ୍ୟ ବିହାୟ ନୃପଲାଞ୍ଛନମ୍ ।
ତତ୍ପାଦମୂଲଂ ଶିରସା ସମଗାଦ୍ଭୟବିହ୍ୱଲଃ ॥ ୨୯॥
କଳିଯୁଗ ଅନୁମାନ କରିନେଲା ଯେ ଇଏ ତ ଏବେ ମୋତେ ମାରିବାକୁ ଇଚ୍ଛା
କରୁଛନ୍ତି | ସେ ଅତି ଶୀଘ୍ର ନିଜର ରାଜଚିହ୍ନ ଉତାରି ଦେଇ ରାଜାଙ୍କ ଚରଣରେ ନିଜ ମସ୍ତକ ରଖିଦେଲା
|
ପତିତଂ ପାଦୟୋର୍ୱୀରଃ କୃପୟା ଦୀନବତ୍ସଲଃ ।
ଶରଣ୍ୟୋ ନାବଧୀଚ୍ଛ୍ଲୋକ୍ୟ ଆହ ଚେଦଂ ହସନ୍ନିବ ॥ ୩୦॥
ପରୀକ୍ଷିତ ଅତ୍ୟନ୍ତ ଯଶସ୍ବୀ,
ଦୀନବତ୍ସଳ ଏବଂ ଶରଣାଗତରକ୍ଷକ ଥିଲେ | କଳିଯୁଗକୁ ତାଙ୍କ ପାଦତଳେ ପଡିଥିବା ଦେଖି ସେ
କୃପାପୂର୍ବକ ତାକୁ ମାରିଲେ ନାହିଁ, ବରଂ ହସି କରି ତାକୁ
କହିଲେ -
ରାଜୋବାଚ
ନ ତେ ଗୁଡାକେଶୟଶୋଧରାଣାଂ
ବଦ୍ଧାଞ୍ଜଲେର୍ୱୈ ଭୟମସ୍ତି କିଞ୍ଚିତ୍ ।
ନ ବର୍ତିତବ୍ୟଂ ଭବତା କଥଞ୍ଚନ
କ୍ଷେତ୍ରେ ମଦୀୟେ ତ୍ୱମଧର୍ମବନ୍ଧୁଃ ॥ ୩୧॥
ପରୀକ୍ଷିତ କହିଲେ – ତୁ ଯେହେତୁ ହାତ ଯୋଡି ଶରଣ ଭିକ୍ଷା କରୁଛୁ, ଅର୍ଜୁନଙ୍କର ଯଶସ୍ବୀ ବଂଶରେ ଉତ୍ପନ୍ନ କୌଣସି ବୀରଙ୍କ ପ୍ରତି ତୋର
ଆଉ ଭୟ ନାହିଁ | କିନ୍ତୁ ତୁ ଅଧର୍ମର ସହାୟକ ଅଟୁ, ସେଥିପାଇଁ ମୋ ରାଜ୍ୟରେ ତୁ ଆଦୌ ରହିପାରିବୁ
ନାହିଁ |
ତ୍ୱାଂ ବର୍ତମାନଂ ନରଦେବଦେହେ-
ଷ୍ୱନୁପ୍ରବୃତ୍ତୋଽୟମଧର୍ମପୂଗଃ ।
ଲୋଭୋଽନୃତଂ ଚୌର୍ୟମନାର୍ୟମଂହୋ
ଜ୍ୟେଷ୍ଠା ଚ ମାୟା କଲହଶ୍ଚ ଦମ୍ଭଃ ॥ ୩୨॥
ରାଜାମାନଙ୍କର ଶରୀରରେ ତୁ ରହିବାରୁ ହିଁ ଲୋଭ, ମିଥ୍ୟାଚାର, ଚୋରୀ, ଦୁଷ୍ଟତା, ସ୍ବଧର୍ମତ୍ୟାଗ, ଦରିଦ୍ରତା, କପଟ, କଳହ, ଦମ୍ଭ ଏବଂ ଅନ୍ୟ
ଅନେକ ପ୍ରକାରର ପାପାଚାର ସେମାନଙ୍କ ଠାରେ ବୃଦ୍ଧି ଲାଭ କରିଛି |
ନ ବର୍ତିତବ୍ୟଂ ତଦଧର୍ମବନ୍ଧୋ
ଧର୍ମେଣ ସତ୍ୟେନ ଚ ବର୍ତିତବ୍ୟେ ।
ବ୍ରହ୍ମାବର୍ତେ ଯତ୍ର ଯଜନ୍ତି ଯଜ୍ଞୈ-
ର୍ୟଜ୍ଞେଶ୍ୱରଂ ଯଜ୍ଞବିତାନବିଜ୍ଞାଃ ॥ ୩୩॥
ତେଣୁ ହେ ଅଧର୍ମ-ସାଥୀ ! ତୁ କ୍ଷଣ କାଳ ମଧ୍ୟ ଏହି ବ୍ରହ୍ମାବର୍ତ୍ତରେ
ରହନାହିଁ; କାରଣ ଏହା ଧର୍ମ ଏବଂ ସତ୍ୟର ନିବାସସ୍ଥାନ ଅଟେ | ଏହି କ୍ଷେତ୍ରରେ ଯଜ୍ଞବିଧିର
ଜ୍ଞାତା ମହାତ୍ମାମାନେ ଯଜ୍ଞ ଦ୍ବାରା ଯଜ୍ଞପୁରୁଷ ଭଗବାନଙ୍କର ଆରାଧନା କରୁଥାଆନ୍ତି |
ଯସ୍ମିନ୍ ହରିର୍ଭଗବାନିଜ୍ୟମାନ
ଇଜ୍ୟାମୂର୍ତିର୍ୟଜତାଂ ଶଂ ତନୋତି ।
କାମାନମୋଘାନ୍ ସ୍ଥିରଜଙ୍ଗମାନା-
ମନ୍ତର୍ବହିର୍ୱାୟୁରିବୈଷ ଆତ୍ମା ॥ ୩୪॥
ଏହି ଦେଶରେ ଭଗବାନ ଶ୍ରୀହରି ଯଜ୍ଞ ରୂପରେ ନିବାସ କରନ୍ତି, ଯଜ୍ଞ ଦ୍ବାରା ତାଙ୍କର ପୂଜା କରାଯାଏ ଏବଂ ଯଜ୍ଞ କରୁଥିବା ବ୍ୟକ୍ତିର
ସେ କଲ୍ୟାଣ କରନ୍ତି | ସେହି ସର୍ବାତ୍ମା ଭଗବାନ ବାୟୁ ସଦୃଶ ସମସ୍ତ ଜୀବଙ୍କର ଭିତରେ ବାହାରେ
ଏକରସ ସ୍ଥିତ ରହି ସେମାନଙ୍କର କାମନା ପୂର୍ଣ୍ଣ କରିଥାଆନ୍ତି |
ସୂତ ଉବାଚ
ପରୀକ୍ଷିତୈବମାଦିଷ୍ଟଃ ସ କଲିର୍ଜାତବେପଥୁଃ ।
ତମୁଦ୍ୟତାସିମାହେଦଂ ଦଣ୍ଡପାଣିମିବୋଦ୍ୟତମ୍ ॥ ୩୫॥
ସୂତ ମୁନି କହୁଛନ୍ତି – ପରୀକ୍ଷିତଙ୍କର ଏପରି ଆଜ୍ଞା ଶୁଣି ଭୟରେ
କଳିଯୁଗ ଶିହରି ଉଠିଲା | ତରବାରୀ ହାତରେ ଧରି ଯମରାଜଙ୍କ ପରି ତାକୁ ମାରିବାକୁ ଉଦ୍ୟତ
ପରୀକ୍ଷିତଙ୍କୁ ସେ କହିଲା |
କଲିରୁବାଚ
ଯତ୍ର କ୍ୱଚନ ବତ୍ସ୍ୟାମି ସାର୍ୱଭୌମ ତବାଜ୍ଞୟା ।
ଲକ୍ଷୟେ ତତ୍ର ତତ୍ରାପି ତ୍ୱାମାତ୍ତେଷୁଶରାସନମ୍ ॥ ୩୬॥
କଳିଯୁଗ କହିଲା – ହେ ସାର୍ବଭୌମ ସମ୍ରାଟ ! ଆପଣଙ୍କର ଆଜ୍ଞା ଶୁଣି
ମୁଁ ଯେଉଁଠାରେ ରହିବା ପାଇଁ ବିଚାର କରୁଛି, ସେଠାରେ ମୁଁ ଦେଖୁଛି
ଆପଣ ଧନୁଶର ହାତରେ ଧରି ଠିଆ ହୋଇଛନ୍ତି |
ତନ୍ମେ ଧର୍ମଭୃତାଂ ଶ୍ରେଷ୍ଠ ସ୍ଥାନଂ ନିର୍ଦେଷ୍ଟୁମର୍ହସି ।
ଯତ୍ରୈବ ନିୟତୋ ବତ୍ସ୍ୟ ଆତିଷ୍ଠଂସ୍ତେଽନୁଶାସନମ୍ ॥ ୩୭॥
ହେ ଧାର୍ମିକ ଶିରୋମଣି ! ଆପଣ ମୋ ପାଇଁ ଏପରି ଏକ ସ୍ଥାନ ନିଶ୍ଚିତ
କରନ୍ତୁ, ଯେଉଁଠାରେ ମୁଁ
ସ୍ଥିର ହୋଇ ରହିପାରିବି |
ସୂତ ଉବାଚ
ଅଭ୍ୟର୍ଥିତସ୍ତଦା ତସ୍ମୈ ସ୍ଥାନାନି କଲୟେ ଦଦୌ ।
ଦ୍ୟୂତଂ ପାନଂ ସ୍ତ୍ରିୟଃ ସୂନା ଯତ୍ରାଧର୍ମଶ୍ଚତୁର୍ୱିଧଃ ॥ ୩୮॥
ସୂତ ମୁନି କହୁଛନ୍ତି – କଳିଯୁଗର ପ୍ରାର୍ଥନା ସ୍ବୀକାର କରି ରାଜା
ପରୀକ୍ଷିତ ତାହାକୁ ରହିବା ପାଇଁ ଚାରୋଟି ସ୍ଥାନ ଦେଲେ – ଜୁଆ, ମଦ୍ୟପାନ, ସ୍ତ୍ରୀ-ସଙ୍ଗ, ଏବଂ ହିଂସା | ଏହି ସ୍ଥାନମାନଙ୍କରେ ଯଥାକ୍ରମେ
ଅସତ୍ୟ, ମଦ, ଆସକ୍ତି ଏବଂ ନିର୍ଦୟତା – ଏହି ଚାରି ପ୍ରକାରର ଅଧର୍ମ ନିବାସ
କରିବାରେ ଲାଗିଲେ |
ପୁନଶ୍ଚ ଯାଚମାନାୟ ଜାତରୂପମଦାତ୍ପ୍ରଭୁଃ ।
ତତୋଽନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମମ୍ ॥ ୩୯॥
କଳିଯୁଗ ଅନ୍ୟ ଏକ ସ୍ଥାନ ମାଗିବାରୁ ସମର୍ଥ ରାଜା ପରୀକ୍ଷିତ
‘ସୁବର୍ଣ୍ଣ’କୁ ଅନ୍ୟ ଏକ ସ୍ଥାନ ଭାବରେ ତାହାକୁ ପ୍ରଦାନ କଲେ | ଏହିପରି ଭାବରେ କଳିଯୁଗକୁ
ରହିବା ପାଇଁ ପାଞ୍ଚଟି ସ୍ଥାନ ମିଳିଗଲା – ମିଥ୍ୟା,
ମଦ, କାମ, ବୈର ଏବଂ ରଜୋଗୁଣ |
ଅମୂନି ପଞ୍ଚ ସ୍ଥାନାନି ହ୍ୟଧର୍ମପ୍ରଭବଃ କଲିଃ ।
ଔତ୍ତରେୟେଣ ଦତ୍ତାନି ନ୍ୟବସତ୍ତନ୍ନିଦେଶକୃତ୍ ॥ ୪୦॥
ପରୀକ୍ଷିତଙ୍କ ଦ୍ବାରା ପ୍ରଦତ୍ତ ଏହି ପାଞ୍ଚଟି ସ୍ଥାନରେ ଅଧର୍ମର ମୂଳ
କାରଣ କଳି ତାଙ୍କର ଆଜ୍ଞା ପାଳନ କରି ନିବାସ କରିବାରେ ଲାଗିଲା |
ଅଥୈତାନି ନ ସେବେତ ବୁଭୂଷୁଃ ପୁରୁଷଃ କ୍ୱଚିତ୍ ।
ବିଶେଷତୋ ଧର୍ମଶୀଲୋ ରାଜା ଲୋକପତିର୍ଗୁରୁଃ ॥ ୪୧॥
ସେଥିପାଇଁ ଆତ୍ମକଲ୍ୟାଣକାମୀ ପୁରୁଷ ଏହି ସବୁ ସ୍ଥାନକୁ ଯିବା ଉଚିତ୍
ନୁହେଁ | ବିଶେଷତଃ ଧାର୍ମିକ ରାଜା, ପ୍ରଜାବର୍ଗଙ୍କର
ହିତକାରୀ ନେତା, ଏବଂ ଧର୍ମ ଉପଦେଷ୍ଟା
ଗୁରୁମାନେ ତ ଅତ୍ୟନ୍ତ ସାବଧାନ ପୂର୍ବକ ଏହି ସବୁ ସ୍ଥାନ ବର୍ଜନ କରିବା ଆବଶ୍ୟକ |
ବୃଷସ୍ୟ ନଷ୍ଟାଂସ୍ତ୍ରୀନ୍ ପାଦାନ୍ ତପଃ ଶୌଚଂ ଦୟାମିତି ।
ପ୍ରତିସନ୍ଦଧ ଆଶ୍ୱାସ୍ୟ ମହୀଂ ଚ ସମବର୍ଧୟତ୍ ॥ ୪୨॥
ଏହାପରେ ରାଜା ପରୀକ୍ଷିତ ବୃଷଭ-ରୂପୀ ଧର୍ମଙ୍କର ତପସ୍ୟା, ଶୌଚ, ଦୟା ଆଦି ତିନୋଟି
ଚରଣ ଯୋଡି ଦେଲେ ଏବଂ ପୃଥିବୀମାତାଙ୍କୁ ଆଶ୍ବାସନା ଦେଇ ତାଙ୍କର ସମ୍ବର୍ଦ୍ଧନା କଲେ |
ସ ଏଷ ଏତର୍ହ୍ୟଧ୍ୟାସ୍ତ ଆସନଂ ପାର୍ଥିବୋଚିତମ୍ ।
ପିତାମହେନୋପନ୍ୟସ୍ତଂ ରାଜ୍ଞାରଣ୍ୟଂ ବିବିକ୍ଷତା ॥ ୪୩॥
ସେହି ମହାରାଜା ପରୀକ୍ଷିତ ବର୍ତ୍ତମାନ ରାଜସିଂହାସନରେ ବିରାଜମାନ
କରିଛନ୍ତି, ଯେଉଁ ସିଂହାସନ
ତାଙ୍କର ପିତାମହ ମହାରାଜ ଯୁଧିଷ୍ଠିର ବନକୁ ଯିବା ପୂର୍ବରୁ ତାଙ୍କୁ ଅର୍ପଣ କରିଥିଲେ |
ଆସ୍ତେଽଧୁନା ସ ରାଜର୍ଷିଃ କୌରବେନ୍ଦ୍ରଶ୍ରିୟୋଲ୍ଲସନ୍ ।
ଗଜାହ୍ୱୟେ ମହାଭାଗଶ୍ଚକ୍ରବର୍ତୀ ବୃହଚ୍ଛ୍ରବାଃ ॥ ୪୪॥
ସେହି ପରମ ଯଶସ୍ବୀ ସୌଭାଗ୍ୟଭାଜନ ଚକ୍ରବର୍ତ୍ତୀ ସମ୍ରାଟ ରାଜର୍ଷି
ପରୀକ୍ଷିତ ବର୍ତ୍ତମାନ ହସ୍ତୀନାପୁରରେ କୌରବ-କୁଳର ରାଜ୍ୟଲକ୍ଷ୍ମୀରେ ଶୋଭାୟମାନ |
ଇତ୍ଥମ୍ଭୂତାନୁଭାବୋଽୟମଭିମନ୍ୟୁସୁତୋ ନୃପଃ ।
ଯସ୍ୟ ପାଲୟତଃ କ୍ଷୋଣୀଂ ଯୂୟଂ ସତ୍ରାୟ ଦୀକ୍ଷିତାଃ ॥ ୪୫॥
ଅଭିମନ୍ୟୁନନ୍ଦନ ରାଜା ପରୀକ୍ଷିତ ବାସ୍ତବରେ ଏପରି ପ୍ରଭାବଶାଳୀ
ଅଟନ୍ତି ଯେ ତାଙ୍କର ଶାସନକାଳରେ ଆପଣମାନେ ଏହି ଦୀର୍ଘକାଳୀନ ଯଜ୍ଞ ନିମନ୍ତେ ଦୀକ୍ଷିତ ହୋଇଛନ୍ତି
|
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ କଲିନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments
Post a Comment