ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ

ଦ୍ବିତୀୟ ସ୍କନ୍ଧ

ତୃତୀୟ ଅଧ୍ୟାୟ

କାମନା ଅନୁସାରେ ବିଭିନ୍ନ ଦେବତାଙ୍କର ଉପାସନା ଏବଂ ଭଗବତ୍-ଭକ୍ତିର ପ୍ରାଧାନ୍ୟ ନିରୂପଣ

 

ଶ୍ରୀଶୁକ ଉବାଚ

ଏବମେତନ୍ନିଗଦିତଂ ପୃଷ୍ଟବାନ୍ ଯଦ୍ଭବାନ୍ ମମ ।

ନୃଣାଂ ଯନ୍ମ୍ରିୟମାଣାନାଂ ମନୁଷ୍ୟେଷୁ ମନୀଷିଣାମ୍ ॥ ୧॥

ଶ୍ରୀ ଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ତୁମେ ମୋତେ ଯାହା ପଚାରି ଥିଲ, ମୃତ୍ୟୁକାଳରେ ବୁଦ୍ଧିମାନ ମନୁଷ୍ୟ କଣ କରିବା ଉଚିତ୍, ତାହାର ଉତ୍ତର ମୁଁ ଦେଲି |

ବ୍ରହ୍ମବର୍ଚସକାମସ୍ତୁ ଯଜେତ ବ୍ରହ୍ମଣଃ ପତିମ୍ ।

ଇନ୍ଦ୍ରମିନ୍ଦ୍ରିୟକାମସ୍ତୁ ପ୍ରଜାକାମଃ ପ୍ରଜାପତୀନ୍ ॥ ୨॥

ଯେଉଁମାନେ ବ୍ରହ୍ମତେଜ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ, ସେମାନେ ବୃହଷ୍ପତିଙ୍କର; ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଅଧିକ ଶକ୍ତିସମ୍ପନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ଇନ୍ଦ୍ରଙ୍କର; ଯେଉଁମାନେ ସନ୍ତାନ ପ୍ରାପ୍ତିର ଲାଳସା ରଖିଥାଆନ୍ତି, ସେମାନେ ପ୍ରଜାପତିଙ୍କର ଉପାସନା କରିବା ଆବଶ୍ୟକ |

ଦେବୀଂ ମାୟାଂ ତୁ ଶ୍ରୀକାମସ୍ତେଜସ୍କାମୋ ବିଭାବସୁମ୍ ।

ବସୁକାମୋ ବସୂନ୍ ରୁଦ୍ରାନ୍ ବୀର୍ୟକାମୋଽଥ ବୀର୍ୟବାନ୍ ॥ ୩॥

ଯାହାର ଲକ୍ଷ୍ମୀ ଲୋଡା, ସେ ମାୟାଦେବୀଙ୍କର; ଯାହାର ତେଜ ଆବଶ୍ୟକ, ସେ ଅଗ୍ନିଦେବଙ୍କର; ଯାହାର ଧନ ଲୋଡା, ସେ ବସୁମାନଙ୍କର ଏବଂ ଯେଉଁ ପ୍ରଭାବଶାଳୀ ପୁରୁଷଙ୍କର ବୀର୍ଯ୍ୟ ଆବଶ୍ୟକ, ସେ ରୁଦ୍ରଙ୍କର ଉପାସନା କରିବା ଉଚିତ୍ |

ଅନ୍ନାଦ୍ୟକାମସ୍ତ୍ୱଦିତିଂ ସ୍ୱର୍ଗକାମୋଽଦିତେଃ ସୁତାନ୍ ।

ବିଶ୍ୱାନ୍ ଦେବାନ୍ ରାଜ୍ୟକାମଃ ସାଧ୍ୟାନ୍ ସଂସାଧକୋ ବିଶାମ୍ ॥ ୪॥

ଯେଉଁମାନେ ବହୁତ ଅନ୍ନ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ସେମାନେ ଅଦିତିଙ୍କର; ଯାହାର ସ୍ବର୍ଗ-କାମନା ରହିଥାଏ ସେ ଅଦିତି-ପୁତ୍ର ଦେବତାମାନଙ୍କର; ଯାହାର ରାଜ୍ୟ ଅଭିଳାଷ ରହିଥାଏ, ସେ ବିଶ୍ବେଦେବାଙ୍କର; ଯିଏ ପ୍ରଜାମାନଙ୍କୁ ଅନୁକୂଳ ରଖିବାକୁ ଇଚ୍ଛା କରନ୍ତି, ସେ ସାଧ୍ୟ ଦେବତାଙ୍କର ଆରାଧନା କରିବା ଆବଶ୍ୟକ |

ଆୟୁଷ୍କାମୋଽଶ୍ୱିନୌ ଦେବୌ ପୁଷ୍ଟିକାମ ଇଲାଂ ଯଜେତ୍ ।

ପ୍ରତିଷ୍ଠାକାମଃ ପୁରୁଷୋ ରୋଦସୀ ଲୋକମାତରୌ ॥ ୫॥

ଆୟୁ ଇଚ୍ଛାରେ ଅଶ୍ବିନୀକୁମାରଙ୍କର, ପୁଷ୍ଟି ଇଚ୍ଛାରେ ପୃଥ୍ବୀଦେବୀଙ୍କର ଏବଂ ପ୍ରତିଷ୍ଠା ଇଚ୍ଛାରେ ଲୋକମାତା ପୃଥିବୀ ଏବଂ ଆକାଶର ଉପାସନା କରାଯିବା ଆବଶ୍ୟକ |

ରୂପାଭିକାମୋ ଗନ୍ଧର୍ୱାନ୍ ସ୍ତ୍ରୀକାମୋଽପ୍ସର ଉର୍ୱଶୀମ୍ ।

ଆଧିପତ୍ୟକାମଃ ସର୍ୱେଷାଂ ଯଜେତ ପରମେଷ୍ଠିନମ୍ ॥ ୬॥

ସୌନ୍ଦର୍ଯ୍ୟ ଇଚ୍ଛାରେ ଗନ୍ଧର୍ବଙ୍କର, ପତ୍ନୀ-ପ୍ରାପ୍ତି ଇଚ୍ଛାରେ ଉର୍ବଶୀ ଅପ୍ସରାଙ୍କର ଏବଂ ସମସ୍ତଙ୍କର ସ୍ବାମୀ ହେବା ଇଚ୍ଛାରେ ବ୍ରହ୍ମାଙ୍କର ଆରାଧନା କରାଯିବା ଉଚିତ୍ |

ଯଜ୍ଞଂ ଯଜେଦ୍ୟଶସ୍କାମଃ କୋଶକାମଃ ପ୍ରଚେତସମ୍ ।

ବିଦ୍ୟାକାମସ୍ତୁ ଗିରିଶଂ ଦାମ୍ପତ୍ୟାର୍ଥ ଉମାଂ ସତୀମ୍ ॥ ୭॥

ଯଶକାମୀ ଯଜ୍ଞପୁରୁଷଙ୍କର, ସମ୍ପତ୍ତି ଲାଳସାରେ ବରୁଣଙ୍କର, ବିଦ୍ୟାପ୍ରାପ୍ତିର ଆକାଂକ୍ଷାରେ ଭଗବାନ ଶଂକରଙ୍କର ଏବଂ ପତି-ପତ୍ନୀ ମଧ୍ୟରେ ପରସ୍ପର ପ୍ରେମ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦେବୀ ପାର୍ବତୀଙ୍କର ଉପାସନା କରିବା ଉଚିତ୍ |

ଧର୍ମାର୍ଥ ଉତ୍ତମଶ୍ଲୋକଂ ତନ୍ତୁଂ ତନ୍ୱନ୍ ପିତୄନ୍ ଯଜେତ୍ ।

ରକ୍ଷାକାମଃ ପୁଣ୍ୟଜନାନୋଜସ୍କାମୋ ମରୁଦ୍ଗଣାନ୍ ॥ ୮॥

ଧର୍ମ ଉପାର୍ଜନ କରିବା ପାଇଁ ବିଷ୍ଣୁ ଭଗବାନଙ୍କର, ବଂଶ ପରମ୍ପରା ରକ୍ଷା ନିମନ୍ତେ ପିତୃପୁରୁଷଙ୍କର, ବାଧା ଅତିକ୍ରମ କରିବା ପାଇଁ ଯକ୍ଷମାନଙ୍କର ଏବଂ ବଳବାନ୍ ହେବା ପାଇଁ ମରୁତଗଣଙ୍କର ଆରାଧନା କରିବା ଉଚିତ୍ |

ରାଜ୍ୟକାମୋ ମନୂନ୍ ଦେବାନ୍ ନିରୃତିଂ ତ୍ୱଭିଚରନ୍ ଯଜେତ୍ ।

କାମକାମୋ ଯଜେତ୍ସୋମମକାମଃ ପୁରୁଷଂ ପରମ୍ ॥ ୯॥

ରାଜ୍ୟପ୍ରାପ୍ତି ନିମନ୍ତେ ମନ୍ବନ୍ତର ଅଧିପତିଙ୍କର, ଅଭିଚାର ନିମନ୍ତେ ନିଋତିଙ୍କର, ଭୋଗ ପ୍ରାପ୍ତି ନିମନ୍ତେ ଚନ୍ଦ୍ରମାଙ୍କର ଏବଂ ନିଷ୍କାମତା ପ୍ରାପ୍ତ କରିବା ନିମନ୍ତେ ପରମ ପୁରୁଷ ନାରାୟଣଙ୍କର ଭଜନ କରିବା ଉଚିତ୍ |

ଅକାମଃ ସର୍ୱକାମୋ ବା ମୋକ୍ଷକାମ ଉଦାରଧୀଃ ।

ତୀବ୍ରେଣ ଭକ୍ତିୟୋଗେନ ଯଜେତ ପୁରୁଷଂ ପରମ୍ ॥ ୧୦॥

ଏତଦ୍ ବ୍ୟତିତ, ବୁଦ୍ଧିମାନ ପୁରୁଷ – ନିଷ୍କାମ ହୁଅନ୍ତୁ, ସମସ୍ତ କାମନାରେ ଯୁକ୍ତ ହୁଅନ୍ତୁ ଅଥବା ମୋକ୍ଷ ଅଭିଳାଷୀ ହୁଅନ୍ତୁ – ତୀବ୍ର ଭକ୍ତିଯୋଗରେ ସେ ଏକମାତ୍ର ପୁରୁଷୋତ୍ତମ ଭଗବାନଙ୍କର ହିଁ ଆରାଧନା କରିବା ଆବଶ୍ୟକ |

ଏତାବାନେବ ଯଜତାମିହ ନିଃଶ୍ରେୟସୋଦୟଃ ।

ଭଗବତ୍ୟଚଲୋ ଭାବୋ ଯଦ୍ଭାଗବତସଙ୍ଗତଃ ॥ ୧୧॥

ଯେତେ ଉପାସକ ଅଛନ୍ତି, ସମସ୍ତଙ୍କର ସର୍ବାଧିକ ହିତ ଏଥିରେ ନିହିତ ଯେ ସେମାନେ ଭଗବାନଙ୍କ ପ୍ରେମୀ ଭକ୍ତମାନଙ୍କର ସଙ୍ଗତି ଲାଭ କରି ଭଗବାନଙ୍କ ପ୍ରତି ଅବିଚଳ ପ୍ରେମ ପ୍ରାପ୍ତ କରିନେବେ |

ଜ୍ଞାନଂ ଯଦା ପ୍ରତିନିବୃତ୍ତଗୁଣୋର୍ମିଚକ୍ର-

ମାତ୍ମପ୍ରସାଦ ଉତ ଯତ୍ର ଗୁଣେଷ୍ୱସଙ୍ଗଃ ।

କୈବଲ୍ୟସମ୍ମତପଥସ୍ତ୍ୱଥ ଭକ୍ତିୟୋଗଃ

କୋ ନିର୍ୱୃତୋ ହରିକଥାସୁ ରତିଂ ନ କୁର୍ୟାତ୍ ॥ ୧୨॥

ଏପରି ମହାପୁରୁଷଙ୍କର ସତସଂଗରେ ଭଗବାନଙ୍କର ଲୀଳା-କଥାର ଯେଉଁ ଚର୍ଚ୍ଚା ହେଉଥାଏ, ତଦ୍ବାରା ସେହି ଦୁର୍ଲଭ ଜ୍ଞାନର ପ୍ରାପ୍ତି ହୋଇଥାଏ, ଯାହା ଦ୍ବାରା ସଂସାର-ସାଗରର ତ୍ରିଗୁଣମୟୀ ତରଙ୍ଗମାଳାର ଆଘାତ ଶାନ୍ତ ହୋଇଯାଏ, ହୃଦୟ ଶୁଦ୍ଧ ହୋଇ ଆନନ୍ଦର ଅନୁଭବ ହେବାରେ ଲାଗେ, ଇନ୍ଦ୍ରିୟମାନଙ୍କର ବିଷୟ-ଆସକ୍ତି ସମାପ୍ତ ହୋଇଯାଏ, ଏବଂ କୈବଲ୍ୟମୋକ୍ଷର ସର୍ବସମ୍ମତ ମାର୍ଗ ଭକ୍ତିଯୋଗ ପ୍ରାପ୍ତ ହୋଇଯାଏ |

ଶୌନକ ଉବାଚ

ଇତ୍ୟଭିବ୍ୟାହୃତଂ ରାଜା ନିଶମ୍ୟ ଭରତର୍ଷଭଃ ।

କିମନ୍ୟତ୍ପୃଷ୍ଟବାନ୍ ଭୂୟୋ ବୈୟାସକିମୃଷିଂ କବିମ୍ ॥ ୧୩॥

ଶୌନକ ପଚାରୁଛନ୍ତି – ହେ ସୂତ ମହାଶୟ ! ଶୁକଦେବଙ୍କର ଉପଦେଶ ଶୁଣିବା ପରେ ରାଜା ପରୀକ୍ଷିତ ତାଙ୍କୁ ଆଉ କଣ ପଚାରି ଥିଲେ ? ସେ ତ ସର୍ବଜ୍ଞ ହୋଇଥିବା ସହିତ ମଧୁର ବର୍ଣ୍ଣନ କରିବାରେ ଅତ୍ୟଧିକ ନିପୁଣ ଥିଲେ |

ଏତଚ୍ଛୁଶ୍ରୂଷତାଂ ବିଦ୍ୱନ୍ ସୂତ ନୋଽର୍ହସି ଭାଷିତୁମ୍ ।

କଥା ହରିକଥୋଦର୍କାଃ ସତାଂ ସ୍ୟୁଃ ସଦସି ଧ୍ରୁବମ୍ ॥ ୧୪॥

ହେ ସୂତଜୀ ! ଆପଣ ତ ସବୁକିଛି ଜାଣନ୍ତି, ସେମାନଙ୍କର ସେହି କଥୋପକଥନ ଆମ୍ଭେମାନେ ଅତ୍ୟନ୍ତ ପ୍ରେମର ସହିତ ଶୁଣିବାକୁ ଇଚ୍ଛା କରୁଛୁ | ଆପଣ କୃପା କରି ଆମକୁ ତାହା ଶୁଣାନ୍ତୁ; କାରଣ ସନ୍ଥମାନଙ୍କର ସଭାରେ ଏପରି ସବୁ ବିଷୟର ଆଲୋଚନା ହୁଏ, ଯାହାର ପର୍ଯ୍ୟବସାନ ଭଗବାନଙ୍କର ରସମୟୀ ଲୀଳା-କଥାରେ ହିଁ ହୋଇଥାଏ |

ସ ବୈ ଭାଗବତୋ ରାଜା ପାଣ୍ଡବେୟୋ ମହାରଥଃ ।

ବାଲକ୍ରୀଡନକୈଃ କ୍ରୀଡନ୍ କୃଷ୍ଣକ୍ରୀଡାଂ ଯ ଆଦଦେ ॥ ୧୫॥

ପାଣ୍ଡୁନନ୍ଦନ ମହାରଥୀ ରାଜା ପରୀକ୍ଷିତ ବହୁତ ବଡ ଭଗବତ୍-ଭକ୍ତ ଥିଲେ | ବାଲ୍ୟାବସ୍ଥାରେ ଖେଳଣା ଧରି ଖେଳୁଥିବା ସମୟରେ ମଧ୍ୟ ସେ ଶ୍ରୀକୃଷ୍ଣଲୀଳାର ରସ ଆସ୍ବାଦନ କରୁଥିଲେ |

ବୈୟାସକିଶ୍ଚ ଭଗବାନ୍ ବାସୁଦେବପରାୟଣଃ ।

ଉରୁଗାୟଗୁଣୋଦାରାଃ ସତାଂ ସ୍ୟୁର୍ହି ସମାଗମେ ॥ ୧୬॥

ଭଗବନ୍ମୟ ଶ୍ରୀ ଶୁକଦେବ ମୁନି ମଧ୍ୟ ଜନ୍ମରୁ ଭଗବତ୍ ପରାୟଣ ଥିଲେ | ଏପରି ସନ୍ଥଙ୍କର ସତସଂଗରେ ଭଗବାନଙ୍କର ମଙ୍ଗଳମୟ ଗୁଣମାନଙ୍କର ଦିବ୍ୟ ଚର୍ଚ୍ଚା ନିଶ୍ଚିତ ଭାବରେ ହୋଇଥିବ |

ଆୟୁର୍ହରତି ବୈ ପୁଂସାମୁଦ୍ୟନ୍ନସ୍ତଂ ଚ ଯନ୍ନସୌ ।

ତସ୍ୟର୍ତେ ଯତ୍କ୍ଷଣୋ ନୀତ ଉତ୍ତମଶ୍ଲୋକବାର୍ତୟା ॥ ୧୭॥

ଯେଉଁମାନଙ୍କର ସମୟ ଭଗବାନ ଶ୍ରୀକୃଷ୍ଣଙ୍କର ଗୁଣଗାନ ଅଥବା ଶ୍ରବଣରେ ବ୍ୟତୀତ ହୋଇଥାଏ, ସେମାନଙ୍କ ଅତିରିକ୍ତ ଅନ୍ୟ ସମସ୍ତଙ୍କର ଆୟୁ ବୃଥାରେ ଅତିବାହିତ ହେଉଥାଏ | ପ୍ରତିଦିନ ସୂର୍ଯ୍ୟଦେବଙ୍କର ଉଦୟ ଏବଂ ଅସ୍ତ କ୍ରମରେ ସେମାନଙ୍କର ଆୟୁ କ୍ଷୟ ହେବାରେ ଲାଗିଥାଏ |

ତରବଃ କିଂ ନ ଜୀବନ୍ତି ଭସ୍ତ୍ରାଃ କିଂ ନ ଶ୍ୱସନ୍ତ୍ୟୁତ ।

ନ ଖାଦନ୍ତି ନ ମେହନ୍ତି କିଂ ଗ୍ରାମପଶବୋଽପରେ ॥ ୧୮॥

ବୃକ୍ଷମାନେ କଣ ଜୀବନ ଧାରଣ କରନ୍ତି ନାହିଁ ? କମାରର ଫୁଙ୍କନଳା କଣ ଶ୍ବାସ ଗ୍ରହଣ କରେ ନାହିଁ ? ମନୁଷ୍ୟ-ପଶୁ ପରି ଗ୍ରାମର ଅନ୍ୟ ପାଳିତ ପଶୁମାନେ କଣ ଭୋଜନ-ପାନ ବା ମୈଥୁନ ଆଦି କରନ୍ତି ନାହିଁ ?

ଶ୍ୱବିଡ୍ୱରାହୋଷ୍ଟ୍ରଖରୈଃ ସଂସ୍ତୁତଃ ପୁରୁଷଃ ପଶୁଃ ।

ନ ଯତ୍କର୍ଣପଥୋପେତୋ ଜାତୁ ନାମ ଗଦାଗ୍ରଜଃ ॥ ୧୯॥

ଯାହା କାନରେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା-କଥା କେବେ ବି ପଡିନାହିଁ, ସେପରି ମନୁଷ୍ୟ କୁକୁର, ଘୁଷୁରି, ଓଟ ବା ଗଧଙ୍କଠାରୁ କିପରି ଭାବରେ ଉନ୍ନତ ଅଟନ୍ତି ?

ବିଲେ ବତୋରୁକ୍ରମବିକ୍ରମାନ୍ ଯେ

ନ ଶୃଣ୍ୱତଃ କର୍ଣପୁଟେ ନରସ୍ୟ ।

ଜିହ୍ୱାସତୀ ଦାର୍ଦୁରିକେବ ସୂତ

ନ ଚୋପଗାୟତ୍ୟୁରୁଗାୟଗାଥାଃ ॥ ୨୦॥

ହେ ସୂତଜୀ ! ଯେଉଁ ମନୁଷ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର କଥା ଶ୍ରବଣ କରନ୍ତି ନାହିଁ, ସେମାନଙ୍କର କାନ ଗର୍ତ୍ତ ସଦୃଶ ଅଟେ | ଯେଉଁ ଜିହ୍ବା ଭଗବାନଙ୍କ ଲୀଳା ଗାନ କରେନାହିଁ, ତାହା କେବଳ ବେଙ୍ଗ ପରି ରଡି କରୁଥାଏ; ତାହା ଥାଇ ନ ଥିବା ପରି ଅଟେ |

ଭାରଃ ପରଂ ପଟ୍ଟକିରୀଟଜୁଷ୍ଟ-

ମପ୍ୟୁତ୍ତମାଙ୍ଗଂ ନ ନମେନ୍ମୁକୁନ୍ଦମ୍ ।

ଶାବୌ କରୌ ନୋ କୁରୁତଃ ସପର୍ୟାଂ

ହରେର୍ଲସତ୍କାଞ୍ଚନକଙ୍କଣୌ ବା ॥ ୨୧॥

ଯେଉଁ ମସ୍ତକ କେବେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ଅବନତ ହୁଏନାହିଁ, ତାହା ରେଶମ ବସ୍ତ୍ରରେ ସୁସଜ୍ଜିତ ଏବଂ ମୁକୁଟରେ ସୁଶୋଭିତ ହୋଇ ମଧ୍ୟ ଭାର ସଦୃଶ ଅଟେ | ଯେଉଁ ହାତ ଭଗବାନଙ୍କର ସେବା-ପୂଜା କରେନାହିଁ, ତାହା ସୁବର୍ଣ୍ଣ କଙ୍କଣରେ ଭୂଷିତ ହୋଇ ମଧ୍ୟ ଶବର ହାତ ସଦୃଶ ଅଟେ |

ବର୍ହାୟିତେ ତେ ନୟନେ ନରାଣାଂ

ଲିଙ୍ଗାନି ବିଷ୍ଣୋର୍ନ ନିରୀକ୍ଷତୋ ଯେ ।

ପାଦୌ ନୃଣାଂ ତୌ ଦ୍ରୁମଜନ୍ମଭାଜୌ

କ୍ଷେତ୍ରାଣି ନାନୁବ୍ରଜତୋ ହରେର୍ୟୌ ॥ ୨୨॥

ଯେଉଁ ଆଖି ଭଗବାନଙ୍କର ସ୍ମୃତି ଉଦ୍ରେକକାରୀ ମୂର୍ତ୍ତି, ତୀର୍ଥ, ନଦୀ ଆଦିର ଦର୍ଶନ କରେନାହିଁ, ତାହା ମୟୂର ପୁଚ୍ଛରେ ଚିତ୍ରିତ ଆଖି ଚିହ୍ନ ପରି ନିରର୍ଥକ ଅଟେ | ମନୁଷ୍ୟର ସେହି ପାଦ ଚାଲିବାକୁ ସକ୍ଷମ ହୋଇଥିଲେ ବି ସ୍ଥାବର ବୃକ୍ଷ ପରି ଅଟେ, ଯଦି ତାହା ଭଗବାନଙ୍କର ଲୀଳାସ୍ଥଳୀକୁ ଯାତ୍ରା କରୁ ନ ଥାଏ |

ଜୀବଞ୍ଛବୋ ଭାଗବତାଙ୍ଘ୍ରିରେଣୁଂ

ନ ଜାତୁ ମର୍ତ୍ୟୋଽଭିଲଭେତ ଯସ୍ତୁ ।

ଶ୍ରୀବିଷ୍ଣୁପଦ୍ୟା ମନୁଜସ୍ତୁଲସ୍ୟାଃ

ଶ୍ୱସଞ୍ଛବୋ ଯସ୍ତୁ ନ ବେଦ ଗନ୍ଧମ୍ ॥ ୨୩॥

ଯେଉଁ ମନୁଷ୍ୟ ନିଜ ମସ୍ତକରେ ଭଗବତ୍-ପ୍ରେମୀ ସନ୍ଥମାନଙ୍କର ଚରଣଧୂଳି ଲଗାନ୍ତି ନାହିଁ, ସେ ଜୀବିତ ହୋଇ ମଧ୍ୟ ଶବ ତୁଲ୍ୟ ଅଟନ୍ତି | ଯେଉଁ ବ୍ୟକ୍ତି ଭଗବାନଙ୍କ ଚରଣରେ ଅର୍ପିତ ତୁଳସୀର ସୁଗନ୍ଧ ଗ୍ରହଣ କରି କୃତକୃତ୍ୟ ହୁଅନ୍ତି ନାହିଁ, ସେ ଶ୍ବାସ ଗ୍ରହଣ କରୁଥିଲେ ବି ଶ୍ବାସରହିତ ଶବ ଅଟନ୍ତି |

ତଦଶ୍ମସାରଂ ହୃଦୟଂ ବତେଦଂ

ଯଦ୍ଗୃହ୍ୟମାଣୈର୍ହରିନାମଧେୟୈଃ ।

ନ ବିକ୍ରିୟେତାଥ ଯଦା ବିକାରୋ

ନେତ୍ରେ ଜଲଂ ଗାତ୍ରରୁହେଷୁ ହର୍ଷଃ ॥ ୨୪॥

ହେ ସୂତ ମହାଶୟ ! ତାହା ହୃଦୟ ନୁହେଁ, ଲୌହ ଅଟେ, ଯାହା ଭଗବାନଙ୍କ ମଙ୍ଗଳମୟ ନାମର ଶ୍ରବଣ-କୀର୍ତ୍ତନରେ ଦ୍ରବୀଭୂତ ହୋଇ ତାଙ୍କ ଆଡକୁ ପ୍ରବାହିତ ହୋଇ ନ ଥାଏ | ହୃଦୟ ଦ୍ରବିତ ହେଲେ, ନେତ୍ରରେ  ଅଶ୍ରୁର ଉଦବେଳନ ହୁଏ ଏବଂ ଶରୀର ରୋମାଞ୍ଚିତ ହୋଇ ଉଠେ |

ଅଥାଭିଧେହ୍ୟଙ୍ଗ ମନୋଽନୁକୂଲଂ

ପ୍ରଭାଷସେ ଭାଗବତପ୍ରଧାନଃ ।

ଯଦାହ ବୈୟାସକିରାତ୍ମବିଦ୍ୟା-

ବିଶାରଦୋ ନୃପତିଂ ସାଧୁ ପୃଷ୍ଟଃ ॥ ୨୫॥

ପ୍ରିୟ ସୂତଜୀ ! ଆପଣଙ୍କର ବାଣୀ ଆମ ହୃଦୟକୁ ମଧୁରତାରେ ଭରି ଦେଉଛି | ସେଥିପାଇଁ ପରୀକ୍ଷିତଙ୍କର ସୁନ୍ଦର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନଙ୍କର ପରମ ଭକ୍ତ, ଆତ୍ମବିଦ୍ୟା-ବିଶାରଦ ଶ୍ରୀ ଶୁକଦେବ ତାଙ୍କୁ କଣ କହିଲେ, ସେହି ସମ୍ବାଦ କୃପା କରି ଆପଣ ଆମ୍ଭମାନଙ୍କୁ ଶୁଣାନ୍ତୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଦ୍ୱିତୀୟସ୍କନ୍ଧେ ତୃତୀୟୋଽଧ୍ୟାୟଃ ॥ ୩॥

Comments

Popular posts from this blog