ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ॥
ଚତୁର୍ବିଂଶ ଅଧ୍ୟାୟ
ଶ୍ରୀକପିଳଦେବଙ୍କ ଜନ୍ମ
ମୈତ୍ରେୟ ଉବାଚ
ନିର୍ୱେଦବାଦିନୀମେବଂ ମନୋର୍ଦୁହିତରଂ ମୁନିଃ ।
ଦୟାଲୁଃ ଶାଲିନୀମାହ ଶୁକ୍ଲାଭିବ୍ୟାହୃତଂ ସ୍ମରନ୍ ॥ ୧॥
ମୈତ୍ରେୟ କହୁଛନ୍ତି – ଉତ୍ତମ ଗୁଣରେ ସୁଶୋଭିତ ମନୁକୁମାରୀ ଦେବହୂତି
ଯେତେବେଳେ ଏହିପରି ବୈରାଗ୍ୟଯୁକ୍ତ ବଚନ କହିଲେ,
ସେତେବେଳେ କୃପାଳୁ କର୍ଦମ ମୁନି ଭଗବାନ ବିଷ୍ଣୁଙ୍କର କଥନ ସ୍ମରଣ କରି ତାଙ୍କୁ କହିଲେ -
ଋଷିରୁବାଚ
ମା ଖିଦୋ ରାଜପୁତ୍ରୀତ୍ଥମାତ୍ମାନଂ ପ୍ରତ୍ୟନିନ୍ଦିତେ ।
ଭଗବାଂସ୍ତେଽକ୍ଷରୋ ଗର୍ଭମଦୂରାତ୍ସମ୍ପ୍ରପତ୍ସ୍ୟତେ ॥ ୨॥
କର୍ଦମ ମୁନି କହିଲେ – ହେ ଦୋଷରହିତ ରାଜକୁମାରୀ ! ନିଜ ବିଷୟରେ ତୁମେ
ଏତେ ବେଶୀ ଚିନ୍ତିତ ହୁଅନାହିଁ; ଅତି ଶୀଘ୍ର ଅବିନାଶୀ ଭଗବାନ ବିଷ୍ଣୁ ତୁମ ଗର୍ଭକୁ ଆସୁଛନ୍ତି |
ଧୃତବ୍ରତାସି ଭଦ୍ରଂ ତେ ଦମେନ ନିୟମେନ ଚ ।
ତପୋଦ୍ରବିଣଦାନୈଶ୍ଚ ଶ୍ରଦ୍ଧୟା ଚେଶ୍ୱରଂ ଭଜ ॥ ୩॥
ପ୍ରିୟେ ! ତୁମେ ଅନେକ ପ୍ରକାରର ବ୍ରତ ପାଳନ କରିଛ, ତେଣୁ ତୁମର
କଲ୍ୟାଣ ହେବ | ଏବେ ତୁମେ ସଂଯମ, ନିୟମ, ତପ ଏବଂ ଦାନ ଆଦି କରି ଶ୍ରଦ୍ଧାପୂର୍ବକ ଭଗବାନଙ୍କର ଭଜନ କର |
ସ ତ୍ୱୟାଽଽରାଧିତଃ ଶୁକ୍ଲୋ ବିତନ୍ୱନ୍ ମାମକଂ ଯଶଃ ।
ଛେତ୍ତା ତେ ହୃଦୟଗ୍ରନ୍ଥିମୌଦର୍ୟୋ ବ୍ରହ୍ମଭାବନଃ ॥ ୪॥
ଏହିପରି ଆରାଧନା କଲେ ଶ୍ରୀହରି ତୁମ ଗର୍ଭରେ ଅବତୀର୍ଣ୍ଣ ହୋଇ ମୋର ଯଶ
ବୃଦ୍ଧି କରିବେ ଏବଂ ବ୍ରହ୍ମଜ୍ଞାନର ଉପଦେଶ ପ୍ରଦାନ କରି ତୁମ ହୃଦୟର ଅହଂକାରମୟୀ ଗ୍ରନ୍ଥି ଛେଦନ
କରିବେ |
ମୈତ୍ରେୟ ଉବାଚ
ଦେବହୂତ୍ୟପି ସନ୍ଦେଶଂ ଗୌରବେଣ ପ୍ରଜାପତେଃ ।
ସମ୍ୟକ୍ ଶ୍ରଦ୍ଧାୟ ପୁରୁଷଂ କୂଟସ୍ଥମଭଜଦ୍ଗୁରୁମ୍ ॥ ୫॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! କର୍ଦମ ପ୍ରଜାପତିଙ୍କ ଆଦେଶରେ
ଗୌରବ ବୃଦ୍ଧି ହେବା ଆଶାରେ ଦେବହୂତି ତାଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ କଲେ ଏବଂ ସେହି
ନିର୍ବିକାର ଜଗଦଗୁରୁ ଭଗବାନ ଶ୍ରୀପୁରୁଷୋତ୍ତମଙ୍କର ଆରାଧନା କରିବାରେ ଲାଗିଲେ |
ତସ୍ୟାଂ ବହୁତିଥେ କାଲେ ଭଗବାନ୍ ମଧୁସୂଦନଃ ।
କାର୍ଦମଂ ବୀର୍ୟମାପନ୍ନୋ ଜଜ୍ଞେଽଗ୍ନିରିବ ଦାରୁଣି ॥ ୬॥
ଏହିରୂପେ ବହୁତ ସମୟ ବିତି ଯିବା ପରେ ଭଗବାନ ମଧୁସୂଦନ କର୍ଦମ
ମୁନିଙ୍କ ବୀର୍ଯ୍ୟର ଆଶ୍ରୟ ଗ୍ରହଣ କରି କାଷ୍ଠରୁ ଅଗ୍ନି ପ୍ରକଟ ହେବା ପରି ତାଙ୍କ ଗର୍ଭରେ
ପ୍ରକଟ ହେଲେ |
ଅବାଦୟଂସ୍ତଦା ବ୍ୟୋମ୍ନି ବାଦିତ୍ରାଣି ଘନାଘନାଃ ।
ଗାୟନ୍ତି ତଂ ସ୍ମ ଗନ୍ଧର୍ୱା ନୃତ୍ୟନ୍ତ୍ୟପ୍ସରସୋ ମୁଦା ॥ ୭॥
ସେହି ସମୟରେ ଆକାଶରେ ମେଘ ଜଳ ବର୍ଷା କରିବା ସହିତ ଗର୍ଜନ କରି ବାଜା
ବଜାଇବାରେ ଲାଗିଲେ, ଗନ୍ଧର୍ବଗଣ ଗାନ
କରିବାରେ ଲାଗିଲେ ଏବଂ ଅପସରାମାନେ ଆନନ୍ଦିତ ହୋଇ ନୃତ୍ୟ କରିବାରେ ଲାଗିଲେ |
ପେତୁଃ ସୁମନସୋ ଦିବ୍ୟାଃ ଖେଚରୈରପବର୍ଜିତାଃ ।
ପ୍ରସେଦୁଶ୍ଚ ଦିଶଃ ସର୍ୱା ଅମ୍ଭାଂସି ଚ ମନାଂସି ଚ ॥ ୮॥
ଆକାଶରୁ ଦେବତାମାନଙ୍କ ଦ୍ବାରା ଦିବ୍ୟ ପୁଷ୍ପର ବର୍ଷା ହେବାରେ
ଲାଗିଲା, ଚତୁର୍ଦିଗରେ ଆନନ୍ଦ
ବ୍ୟାପିଗଲା, ଜଳାଶୟର ଜଳ ନିର୍ମଳ
ହୋଇଗଲା ଏବଂ ସବୁ ଜୀବଙ୍କର ମନ ପ୍ରସନ୍ନ ହୋଇଗଲା |
ତତ୍କର୍ଦମାଶ୍ରମପଦଂ ସରସ୍ୱତ୍ୟା ପରିଶ୍ରିତମ୍ ।
ସ୍ୱୟମ୍ଭୂଃ ସାକମୃଷିଭିର୍ମରୀଚ୍ୟାଦିଭିରଭ୍ୟଯାତ୍ ॥ ୯॥
ଠିକ୍ ସେହି ସମୟରେ ମରୀଚି ଆଦି ମୁନିମାନଙ୍କ ସହିତ ଶ୍ରୀବ୍ରହ୍ମାଜୀ
ଆସି ସରସ୍ବତୀ ନଦୀ ଦ୍ବାରା ପରିବେଷ୍ଟିତ କର୍ଦମ ମୁନିଙ୍କର ସେହି ଆଶ୍ରମରେ ପହଞ୍ଚିଲେ |
ଭଗବନ୍ତଂ ପରଂ ବ୍ରହ୍ମ ସତ୍ତ୍ୱେନାଂଶେନ ଶତ୍ରୁହନ୍ ।
ତତ୍ତ୍ୱସଙ୍ଖ୍ୟାନବିଜ୍ଞପ୍ତ୍ୟୈ ଜାତଂ ବିଦ୍ୱାନଜଃ ସ୍ୱରାଟ୍ ॥ ୧୦॥
ହେ ଶତ୍ରୁଦମନ ବିଦୁର ! ସ୍ବତଃସିଦ୍ଧ ଜ୍ଞାନରେ ସମ୍ପନ୍ନ ଅଜନ୍ମା
ବ୍ରହ୍ମାଜୀ ଏହା ଜାଣିପାରିଲେ ଯେ ସାକ୍ଷାତ୍ ପରବ୍ରହ୍ମ ଭଗବାନ ବିଷ୍ଣୁ ସାଂଖ୍ୟଶାସ୍ତ୍ରର ଉପଦେଶ
ପ୍ରଦାନ କରିବା ନିମନ୍ତେ ନିଜ ବିଶୁଦ୍ଧ ସତ୍ତ୍ବମୟ ଅଂଶରେ ଅବତୀର୍ଣ୍ଣ ହୋଇଛନ୍ତି |
ସଭାଜୟନ୍ ବିଶୁଦ୍ଧେନ ଚେତସା ତଚ୍ଚିକୀର୍ଷିତମ୍ ।
ପ୍ରହୃଷ୍ୟମାଣୈରସୁଭିଃ କର୍ଦମଂ ଚେଦମଭ୍ୟଧାତ୍ ॥ ୧୧॥
ତେଣୁ ଭଗବାନ ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରୁଥିଲେ, ବିଶୁଦ୍ଧ ଚିତ୍ତରେ ସେ ତାହାର ଅନୁମୋଦନ ଏବଂ ଆଦର କଲେ ଏବଂ ନିଜର
ସମ୍ପୂର୍ଣ୍ଣ ଇନ୍ଦ୍ରିୟରେ ପ୍ରସନ୍ନତାର ଭାବ ପ୍ରକଟ କରି କର୍ଦମଙ୍କୁ ଏହିପରି କହିଲେ -
ବ୍ରହ୍ମୋବାଚ
ତ୍ୱୟା ମେଽପଚିତିସ୍ତାତ କଲ୍ପିତା ନିର୍ୱ୍ୟଲୀକତଃ ।
ଯନ୍ମେ ସଞ୍ଜଗୃହେ ବାକ୍ୟଂ ଭବାନ୍ ମାନଦ ମାନୟନ୍ ॥ ୧୨॥
ବ୍ରହ୍ମା କହିଲେ – ପ୍ରିୟ କର୍ଦମ ! ତୁମେ ଅନ୍ୟମାନଙ୍କର ସମ୍ମାନ
କରିଥାଅ | ମୋର ସମ୍ମାନ କରିବାକୁ ଯାଇ ତୁମେ ଯେପରି ମୋର ଆଜ୍ଞା ପାଳନ କଲ, ତଦ୍ବାରା ନିଷ୍କପଟ ଭାବରେ ତୁମ ଦ୍ବାରା ମୋର ପୂଜା ସମ୍ପନ୍ନ ହୋଇଛି |
ଏତାବତ୍ୟେବ ଶୁଶ୍ରୂଷା କାର୍ୟା ପିତରି ପୁତ୍ରକୈଃ ।
ବାଢମିତ୍ୟନୁମନ୍ୟେତ ଗୌରବେଣ ଗୁରୋର୍ୱଚଃ ॥ ୧୩॥
ପିତାଙ୍କ ପ୍ରତି ପୁତ୍ରର ସର୍ବଶ୍ରେଷ୍ଠ ସେବା ହେଉଛି ‘ଯେପରି ଆଜ୍ଞା’ କହି ଆଦରପୂର୍ବକ ତାଙ୍କର ଆଦେଶ ସ୍ବୀକାର କରିବା |
ଇମା ଦୁହିତରଃ ସଭ୍ୟ ତବ ବତ୍ସ ସୁମଧ୍ୟମାଃ ।
ସର୍ଗମେତଂ ପ୍ରଭାବୈଃ ସ୍ୱୈର୍ବୃହୟିଷ୍ୟନ୍ତ୍ୟନେକଧା ॥ ୧୪॥
ପୁତ୍ର ! ତୁମେ ସଭ୍ୟ ଅଟ;
ତୁମର ଏହି ସୁନ୍ଦରୀ କନ୍ୟାମାନେ ନିଜ ବଂଶ ଦ୍ବାରା ଅନେକ ପ୍ରକାରରେ ସୃଷ୍ଟିର ବୃଦ୍ଧି କରିବେ |
ଅତସ୍ତ୍ୱମୃଷିମୁଖ୍ୟେଭ୍ୟୋ ଯଥାଶୀଲଂ ଯଥାରୁଚି ।
ଆତ୍ମଜାଃ ପରିଦେହ୍ୟଦ୍ୟ ବିସ୍ତୃଣୀହି ଯଶୋ ଭୁବି ॥ ୧୫॥
ଏବେ ତୁମେ ଏହି ମରୀଚି ଆଦି ମୁନିବରଙ୍କୁ ଏମାନଙ୍କର ସ୍ବଭାବ ଏବଂ
ରୁଚି ଅନୁସାରେ ନିଜ କନ୍ୟାମାନଙ୍କୁ ସମର୍ପିତ କର ଏବଂ ସଂସାରରେ ନିଜ ସୁଯଶ ପରିବ୍ୟାପ୍ତ କର |
ବେଦାହମାଦ୍ୟଂ ପୁରୁଷମବତୀର୍ଣଂ ସ୍ୱମାୟଯା ।
ଭୂତାନାଂ ଶେବଧିଂ ଦେହଂ ବିଭ୍ରାଣଂ କପିଲଂ ମୁନେ ॥ ୧୬॥
ହେ ମୁନି ! ମୁଁ ଜାଣିଛି ଯେ ଯିଏ ସମ୍ପୂର୍ଣ୍ଣ ପ୍ରାଣୀସମୁଦାୟର ନିଧି
ଅଟନ୍ତି, ସେମାନଙ୍କର ଅଭୀଷ୍ଟ
ମନୋରଥ ପୂର୍ଣ୍ଣ କରିଥାଆନ୍ତି, ସେହି ଆଦିପୁରୁଷ
ଶ୍ରୀନାରାୟଣ ହିଁ ନିଜ ଯୋଗମାୟା ବଳରେ କପିଳଙ୍କ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି |
ଜ୍ଞାନବିଜ୍ଞାନୟୋଗେନ କର୍ମଣାମୁଦ୍ଧରନ୍ ଜଟାଃ ।
ହିରଣ୍ୟକେଶଃ ପଦ୍ମାକ୍ଷଃ ପଦ୍ମମୁଦ୍ରାପଦାମ୍ବୁଜଃ ॥ ୧୭॥
ଏଷ ମାନବି ତେ ଗର୍ଭଂ ପ୍ରବିଷ୍ଟଃ କୈଟଭାର୍ଦନଃ ।
ଅବିଦ୍ୟାସଂଶୟଗ୍ରନ୍ଥିଂ ଛିତ୍ତ୍ୱା ଗାଂ ବିଚରିଷ୍ୟତି ॥ ୧୮॥
ତାପରେ ଦେବହୂତିଙ୍କ ଉଦ୍ଦେଶ୍ୟରେ ସେ କହିଲେ – ହେ ରାଜକୁମାରୀ ! ସୁନେଲି
କେଶ, କମଳ ପୁଷ୍ପ ପରି
ବିଶାଳ ନେତ୍ର, କମଳାଙ୍କିତ
ଚରଣକମଳଯୁକ୍ତ ଶିଶୁ ରୂପରେ କୈଟଭାସୁରର ହନ୍ତା ସାକ୍ଷାତ୍ ଶ୍ରୀହରି ହିଁ ଜ୍ଞାନ-ବିଜ୍ଞାନ
ଦ୍ବାରା କର୍ମବାସନାର ମୂଳଚ୍ଛେଦନ କରିବା ପାଇଁ ତୁମ ଗର୍ଭରେ ପ୍ରବେଶ କରିଛନ୍ତି | ସେ ଅବିଦ୍ୟାଜନିତ
ମୋହଗ୍ରନ୍ଥିକୁ ଛେଦନ କରି ପୃଥିବୀରେ ସ୍ବଚ୍ଛନ୍ଦ ବିଚରଣ କରିବେ |
ଅୟଂ ସିଦ୍ଧଗଣାଧୀଶଃ ସାଙ୍ଖ୍ୟାଚାର୍ୟୈଃ ସୁସମ୍ମତଃ ।
ଲୋକେ କପିଲ ଇତ୍ୟାଖ୍ୟାଂ ଗନ୍ତା ତେ କୀର୍ତିବର୍ଧନଃ ॥ ୧୯॥
ସେ ସିଦ୍ଧଗଣଙ୍କର ସ୍ବାମୀ ଏବଂ ସାଂଖ୍ୟାଚାର୍ଯ୍ୟମାନଙ୍କର ମଧ୍ୟ
ମାନନୀୟ ହେବେ | ସଂସାରରେ ତୁମ କୀର୍ତ୍ତିର ବିସ୍ତାର କରି ସେ ‘କପିଳ’ ନାମରେ ଖ୍ୟାତ ହେବେ |
ମୈତ୍ରେୟ ଉବାଚ
ତାବାଶ୍ୱାସ୍ୟ ଜଗତ୍ସ୍ରଷ୍ଟା କୁମାରୈଃ ସହ ନାରଦଃ ।
ହଂସୋ ହଂସେନ ଯାନେନ ତ୍ରିଧାମ ପରମଂ ଯୟୌ ॥ ୨୦॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଜଗତର ସୃଷ୍ଟିକର୍ତ୍ତା
ବ୍ରହ୍ମାଜୀ ସେ ଦୁହିଁଙ୍କୁ ଏହିପରି ଆଶ୍ବାସନା ଦେଇ ନାରଦ ଏବଂ ସନକାଦିଙ୍କୁ ସଙ୍ଗରେ ନେଇ ହଂସ
ପୃଷ୍ଠରେ ଚଢି ବ୍ରହ୍ମଲୋକକୁ ଚାଲିଗଲେ |
ଗତେ ଶତଧୃତୌ କ୍ଷତ୍ତଃ କର୍ଦମସ୍ତେନ ଚୋଦିତଃ ।
ଯଥୋଦିତଂ ସ୍ୱଦୁହିତୄଃ ପ୍ରାଦାଦ୍ୱିଶ୍ୱସୃଜାଂ ତତଃ ॥ ୨୧॥
ବ୍ରହ୍ମାଜୀ ପ୍ରସ୍ଥାନ କରିବା ପରେ କର୍ଦମ ମୁନି ତାଙ୍କର ଆଜ୍ଞା
ଅନୁସାରେ ମରୀଚି ଆଦି ପ୍ରଜାପତିଙ୍କ ସହିତ ବିଧିପୂର୍ବକ ନିଜ କନ୍ୟାମାନଙ୍କର ବିବାହ କରିଦେଲେ |
ମରୀଚୟେ କଲାଂ ପ୍ରାଦାଦନସୂୟାମଥାତ୍ରୟେ ।
ଶ୍ରଦ୍ଧାମଙ୍ଗିରସେଽୟଚ୍ଛତ୍ପୁଲସ୍ତ୍ୟାୟ ହବିର୍ଭୁବମ୍ ॥ ୨୨॥
ସେ ନିଜର କଳା ନାମ୍ନୀ କନ୍ୟା ମରୀଚିଙ୍କୁ, ଅନସୂୟା ଅତ୍ରିଙ୍କୁ,
ଶ୍ରଦ୍ଧା ଅଙ୍ଗିରାଙ୍କୁ ଏବଂ ହବିର୍ଭୂ ପୁଲସ୍ତ୍ୟଙ୍କୁ ସମର୍ପିତ କଲେ |
ପୁଲହାୟ ଗତିଂ ଯୁକ୍ତାଂ କ୍ରତବେ ଚ କ୍ରିୟାଂ ସତୀମ୍ ।
ଖ୍ୟାତିଂ ଚ ଭୃଗବେଽୟଚ୍ଛଦ୍ୱସିଷ୍ଠାୟାପ୍ୟରୁନ୍ଧତୀମ୍ ॥ ୨୩॥
ପୁଲହଙ୍କୁ ତାଙ୍କ ଅନୁରୂପ କନ୍ୟା ଗତିଙ୍କୁ ଦେଲେ, କ୍ରତୁଙ୍କ ସହିତ ପରମ ସାଧ୍ବୀ କ୍ରିୟାଙ୍କର ବିବାହ କରାଇଲେ, ଭୃଗୁଜୀଙ୍କୁ ଖ୍ୟାତି ଏବଂ ବସିଷ୍ଠଜୀଙ୍କୁ ଅରୁନ୍ଧତିଙ୍କୁ ସମର୍ପିତ
କଲେ |
ଅଥର୍ୱଣେଽଦଦାଚ୍ଛାନ୍ତିଂ ଯୟା ଯଜ୍ଞୋ ବିତନ୍ୟତେ ।
ବିପ୍ରର୍ଷଭାନ୍ କୃତୋଦ୍ୱାହାନ୍ ସଦାରାନ୍ ସମଲାଲୟତ୍ ॥ ୨୪॥
ଅଥର୍ବା ଋଷିଙ୍କୁ ଶାନ୍ତି ନାମକ କନ୍ୟା ପ୍ରଦାନ କଲେ, ଯାହା ଦ୍ବାରା ଯଜ୍ଞକର୍ମର ବିସ୍ତାର ହୋଇଥାଏ | କର୍ଦମ ମୁନି ସେହି
ବିବାହିତ ଋଷିମାନଙ୍କର, ସେମାନଙ୍କର ପତ୍ନୀଙ୍କ ସହିତ ବହୁତ ସତ୍କାର କଲେ |
ତତସ୍ତ ଋଷୟଃ କ୍ଷତ୍ତଃ କୃତଦାରା ନିମନ୍ତ୍ର୍ୟ ତମ୍ ।
ପ୍ରାତିଷ୍ଠନ୍ ନନ୍ଦିମାପନ୍ନାଃ ସ୍ୱଂ ସ୍ୱମାଶ୍ରମମଣ୍ଡଲମ୍ ॥ ୨୫॥
ହେ ବିଦୁର ! ଏହିପରି ଭାବରେ ବିବାହ ସମ୍ପନ୍ନ ହେବା ପରେ ସବୁ ଋଷି
କର୍ଦମଙ୍କର ଆଜ୍ଞା ନେଇ ଅତି ଆନନ୍ଦପୂର୍ବକ ନିଜ ନିଜ ଆଶ୍ରମକୁ ପ୍ରସ୍ଥାନ କଲେ |
ସ ଚାବତୀର୍ଣଂ ତ୍ରିୟୁଗମାଜ୍ଞାୟ ବିବୁଧର୍ଷଭମ୍ ।
ବିବିକ୍ତ ଉପସଙ୍ଗମ୍ୟ ପ୍ରଣମ୍ୟ ସମଭାଷତ ॥ ୨୬॥
କର୍ଦମ ମୁନି ଯେତେବେଳେ ଦେଖିଲେ ଯେ ତାଙ୍କ ଗୃହରେ ସାକ୍ଷାତ୍
ଦେବାଧିଦେବ ଶ୍ରୀହରି ଅବତାର ଗ୍ରହଣ କରିଛନ୍ତି,
ସେ ଏକାନ୍ତରେ ତାଙ୍କ ପାଖକୁ ଗଲେ ଏବଂ ତାଙ୍କୁ ପ୍ରଣାମ କରି ଏହିପରି କହିଲେ -
ଅହୋ ପାପଚ୍ୟମାନାନାଂ ନିରୟେ ସ୍ୱୈରମଙ୍ଗଲୈଃ ।
କାଲେନ ଭୂୟସା ନୂନଂ ପ୍ରସୀଦନ୍ତୀହ ଦେବତାଃ ॥ ୨୭॥
ଆହା ! ନିଜ ପାପକର୍ମ ଯୋଗୁଁ ଏହି ଦୁଃଖମୟ ସଂସାରରେ ନାନା ପ୍ରକାରରେ
ପୀଡିତ ହେଉଥିବା ପୁରୁଷ ପ୍ରତି ଦେବତାମାନେ ମଧ୍ୟ ବହୁ କାଳ ବିତିଯିବା ପରେ ପ୍ରସନ୍ନ ହୋଇଥାଆନ୍ତି
|
ବହୁଜନ୍ମବିପକ୍ୱେନ ସମ୍ୟଗ୍ୟୋଗସମାଧିନା ।
ଦ୍ରଷ୍ଟୁଂ ଯତନ୍ତେ ଯତୟଃ ଶୂନ୍ୟାଗାରେଷୁ ଯତ୍ପଦମ୍ ॥ ୨୮॥
ସ ଏବ ଭଗବାନଦ୍ୟ ହେଲନଂ ନଗଣୟ୍ୟ ନଃ ।
ଗୃହେଷୁ ଜାତୋ ଗ୍ରାମ୍ୟାଣାଂ ଯଃ ସ୍ୱାନାଂ ପକ୍ଷପୋଷଣଃ ॥ ୨୯॥
କିନ୍ତୁ ଯାହାର ସ୍ଵରୂପକୁ ଯୋଗୀଜନ ଅନେକ ଜନ୍ମର ସାଧନା ବଳରେ ସିଦ୍ଧ
ହୋଇଥିବା ସମାଧି ଦ୍ବାରା ଏକାନ୍ତରେ ଦର୍ଶନ କରିବାର ପ୍ରଯତ୍ନ କରିଥାଆନ୍ତି, ନିଜ ଭକ୍ତମାନଙ୍କୁ ରକ୍ଷା କରୁଥିବା ସେହି ଶ୍ରୀହରି, ଆମ୍ଭମାନଙ୍କ ପରି ବିଷୟଲୋଲୁପ ପ୍ରାଣୀମାନଙ୍କର ଅବଜ୍ଞାକୁ ବିଚାର ନ
କରି, ଆଜି ମୋ ଘରେ
ଅବତୀର୍ଣ୍ଣ ହୋଇଛନ୍ତି |
ସ୍ୱୀୟଂ ବାକ୍ୟଂ ଋତଂ କର୍ତୁମବତୀର୍ଣୋଽସି ମେ ଗୃହେ ।
ଚିକୀର୍ଷୁର୍ଭଗବାନ୍ ଜ୍ଞାନଂ ଭକ୍ତାନାଂ ମାନବର୍ଧନଃ ॥ ୩୦॥
ଆପଣ ବାସ୍ତବରେ ନିଜ ଭକ୍ତମାନଙ୍କର ମାନବୃଦ୍ଧିକାରୀ ଅଟନ୍ତି | ନିଜ
ବଚନକୁ ସତ୍ୟ ପ୍ରମାଣିତ କରିବା ପାଇଁ ଏବଂ ସାଂଖ୍ୟଯୋଗର ଉପଦେଶ ଦେବା ପାଇଁ ଆପଣ ମୋ ଗୃହରେ
ଅବତାର ନେଇଛନ୍ତି |
ତାନ୍ୟେବ ତେଽଭିରୂପାଣି ରୂପାଣି ଭଗବଂସ୍ତବ ।
ଯାନି ଯାନି ଚ ରୋଚନ୍ତେ ସ୍ୱଜନାନାମରୂପିଣଃ ॥ ୩୧॥
ଭଗବନ୍ ! ଆପଣ ପ୍ରାକୃତରୂପ ରହିତ ଅଟନ୍ତି; ଆପଣଙ୍କର ଯେଉଁ ଚତୁର୍ଭୁଜ ଆଦି ଅଲୌକିକ ରୂପ ରହିଛି, ତାହା ହିଁ ଆପଣଙ୍କର ଯୋଗ୍ୟ ଅଟେ ତଥା ଯେଉଁ ମନୁଷ୍ୟ-ସଦୃଶ ରୂପ
ଆପଣଙ୍କର ଭକ୍ତମାନଙ୍କୁ ପ୍ରିୟ ବୋଧ ହୋଇଥାଏ, ତାହା ମଧ୍ୟ ଆପଣଙ୍କୁ
ରୁଚିକର ପ୍ରତୀତ ହୋଇଥାଏ |
ତ୍ୱାଂ ସୂରିଭିସ୍ତତ୍ତ୍ୱବୁଭୁତ୍ସୟାଦ୍ଧା
ସଦାଭିବାଦାର୍ହଣପାଦପୀଠମ୍ ।
ଐଶ୍ୱର୍ୟବୈରାଗ୍ୟଯଶୋଽବବୋଧ-
ବୀର୍ୟଶ୍ରିୟା ପୂର୍ତମହଂ ପ୍ରପଦ୍ୟେ ॥ ୩୨॥
ଆପଣଙ୍କ ପାଦ-ପୀଠ ତତ୍ତ୍ବଜ୍ଞାନ ଇଚ୍ଛା କରୁଥିବା ବିଦ୍ବାନମାନଙ୍କ
ଦ୍ବାରା ସଦୈବ ବନ୍ଦନୀୟ ଅଟେ ତଥା ଆପଣ ଐଶ୍ବର୍ଯ୍ୟ, ବୈରାଗ୍ୟ, ଯଶ, ଜ୍ଞାନ, ବୀର୍ଯ୍ୟ ଏବଂ ଶ୍ରୀ –
ଏହି ଷଡ ଐଶ୍ବର୍ଯ୍ୟରେ ପୂର୍ଣ୍ଣ ଅଟନ୍ତି | ମୁଁ ଆପଣଙ୍କର ଶରଣାଗତ ଅଟେ |
ପରଂ ପ୍ରଧାନଂ ପୁରୁଷଂ ମହାନ୍ତଂ
କାଲଂ କବିଂ ତ୍ରିବୃତଂ ଲୋକପାଲମ୍ ।
ଆତ୍ମାନୁଭୂତ୍ୟାନୁଗତପ୍ରପଞ୍ଚଂ
ସ୍ୱଚ୍ଛନ୍ଦଶକ୍ତିଂ କପିଲଂ ପ୍ରପଦ୍ୟେ ॥ ୩୩॥
ଭଗବନ୍ ! ଆପଣ ପରବ୍ରହ୍ମ ଅଟନ୍ତି; ସମସ୍ତ
ଶକ୍ତି ଆପଣଙ୍କର ଅଧୀନସ୍ତ ଅଟନ୍ତି; ପ୍ରକୃତି, ପୁରୁଷ, ମହତ୍ତତ୍ତ୍ବ, କାଳ, ତ୍ରିବିଧ ଅହଂକାର, ସମସ୍ତ ଲୋକ ଏବଂ ଲୋକପାଳଙ୍କ ରୂପରେ ଆପଣ ହିଁ ପ୍ରକଟିତ; ତଥା ଆପଣ
ସର୍ବଜ୍ଞ ପରମାତ୍ମା ହିଁ ଏହି ସବୁ ପ୍ରପଞ୍ଚକୁ ଚୈତନ୍ୟଶକ୍ତି ଦ୍ବାରା ନିଜ ମଧ୍ୟରେ ଲୀନ
କରିନିଅନ୍ତି |
ଆ ସ୍ମାଭିପୃଚ୍ଛେଽଦ୍ୟ ପତିଂ ପ୍ରଜାନାଂ
ତ୍ୱୟାବତୀର୍ଣାର୍ଣ ଉତାପ୍ତକାମଃ ।
ପରିବ୍ରଜତ୍ପଦବୀମାସ୍ଥିତୋଽହଂ
ଚରିଷ୍ୟେ ତ୍ୱାଂ ହୃଦି ଯୁଞ୍ଜନ୍ ବିଶୋକଃ ॥ ୩୪॥
ହେ ପ୍ରଭୁ ! ଆପଣଙ୍କ କୃପାରୁ ମୁଁ ତିନି ଋଣରୁ ମୁକ୍ତ ହୋଇଯାଇଛି ଏବଂ
ମୋର ସବୁ ମନୋରଥ ପୂର୍ଣ୍ଣ ହୋଇଯାଇଛି | ଏବେ ମୁଁ ସନ୍ୟାସ-ମାର୍ଗ ଗ୍ରହଣ କରି ଆପଣଙ୍କ ଚିନ୍ତନ
ଦ୍ବାରା ଶୋକରହିତ ହୋଇ ବିଚରଣ କରିବି | ଆପଣ ସମସ୍ତ ପ୍ରଜାଙ୍କର ସ୍ବାମୀ ଅଟନ୍ତି; ଅତଏବ ଏଥିପାଇଁ ମୁଁ ଆପଣଙ୍କର ଆଜ୍ଞା ଭିକ୍ଷା କରୁଛି |
ଶ୍ରୀଭଗବାନୁବାଚ
ମୟା ପ୍ରୋକ୍ତଂ ହି ଲୋକସ୍ୟ ପ୍ରମାଣଂ ସତ୍ୟଲୌକିକେ ।
ଅଥାଜନି ମୟା ତୁଭ୍ୟଂ ଯଦବୋଚମୃତଂ ମୁନେ ॥ ୩୫॥
ଶ୍ରୀଭଗବାନ କହିଲେ – ହେ ମୁନୀଶ୍ବର ! ବୈଦିକ ଏବଂ ଲୌକିକ ଆଦି ସବୁ
କର୍ମରେ ସଂସାର ପାଇଁ ମୋର କଥନ ହିଁ ପ୍ରମାଣ ଅଟେ | ତେଣୁ ମୁଁ ତୁମକୁ ଯାହା କହିଥିଲି, ‘ମୁଁ ତୁମ ଘରେ ଜନ୍ମ ନେବି’,
ତାହାକୁ ସତ୍ୟ କରିବା ପାଇଁ ହିଁ ମୁଁ ଏହି ଅବତାର ଗ୍ରହଣ କରିଛି |
ଏତନ୍ମେ ଜନ୍ମ ଲୋକେଽସ୍ମିନ୍ ମୁମୁକ୍ଷୂଣାଂ ଦୁରାଶୟାତ୍ ।
ପ୍ରସଙ୍ଖ୍ୟାନାୟ ତତ୍ତ୍ୱାନାଂ ସମ୍ମତାୟାତ୍ମଦର୍ଶନେ ॥ ୩୬॥
ମୋର ଏହି ଜନ୍ମ ଲିଙ୍ଗଶରୀରରୁ ମୁକ୍ତ ହେବାକୁ ଇଚ୍ଛା କରୁଥିବା
ମୁନିମାନଙ୍କ ପାଇଁ ଆତ୍ମଦର୍ଶନ ଉପଯୋଗୀ ପ୍ରକୃତି ଆଦି ତତ୍ତ୍ବର ବିବେଚନ କରିବା ନିମନ୍ତେ ହୋଇଛି
|
ଏଷ ଆତ୍ମପଥୋଽବ୍ୟକ୍ତୋ ନଷ୍ଟଃ କାଲେନ ଭୂୟସା ।
ତଂ ପ୍ରବର୍ତୟିତୁଂ ଦେହମିମଂ ବିଦ୍ଧି ମୟା ଭୃତମ୍ ॥ ୩୭॥
ଆତ୍ମଜ୍ଞାନର ଏହି ସୂକ୍ଷ୍ମ ମାର୍ଗ ବହୁ ଦିନରୁ ଲୁପ୍ତ ହୋଇଯାଇଛି |
ଏହାକୁ ପୁନର୍ବାର ପ୍ରବର୍ତ୍ତିତ କରିବା ନିମନ୍ତେ ମୁଁ ଏହି ଶରୀର ଗ୍ରହଣ କରିଛି – ଏହିପରି ଜାଣ
|
ଗଚ୍ଛ କାମଂ ମୟା ପୃଷ୍ଟୋ ମୟି ସନ୍ନ୍ୟସ୍ତକର୍ମଣା ।
ଜିତ୍ୱା ସୁଦୁର୍ଜୟଂ ମୃତ୍ୟୁମମୃତତ୍ୱାୟ ମାଂ ଭଜ ॥ ୩୮॥
ହେ ମୁନିବର ! ମୁଁ ଆଜ୍ଞା ଦେଉଛି,
ତୁମେ ନିଜ ଇଚ୍ଛାନୁସାରେ ଯାଅ ଏବଂ ନିଜର ସମ୍ପୂର୍ଣ୍ଣ କର୍ମକୁ ମୋ ଠାରେ ଅର୍ପଣ କରି, ଦୁର୍ଜୟ
ମୃତ୍ୟୁକୁ ଜୟ କରି ମୋକ୍ଷପଦ ପ୍ରାପ୍ତି ନିମନ୍ତେ ମୋର ଭଜନ କର |
ମାମାତ୍ମାନଂ ସ୍ୱୟଞ୍ଜ୍ୟୋତିଃ ସର୍ୱଭୂତଗୁହାଶୟମ୍ ।
ଆତ୍ମନ୍ୟେବାତ୍ମନା ବୀକ୍ଷ୍ୟ ବିଶୋକୋଽଭୟମୃଚ୍ଛସି ॥ ୩୯॥
ମୁଁ ସ୍ବୟଂପ୍ରକାଶ ଏବଂ ଜୀବର ଅନ୍ତଃକରଣରେ ରହୁଥିବା ପରମାତ୍ମା ହିଁ
ଅଟେ | ତେଣୁ ତୁମେ ଯେତେବେଳେ ବିଶୁଦ୍ଧ ବୁଦ୍ଧି ଦ୍ବାରା ନିଜ ଅନ୍ତଃକରଣରେ ମୋର ସାକ୍ଷାତକାର
କରିନେବ, ସେତେବେଳେ ତୁମେ ସବୁ ପ୍ରକାରର ଶୋକରୁ ମୁକ୍ତ ହୋଇ ନିର୍ଭୟ ପଦ (ମୋକ୍ଷ) ପ୍ରାପ୍ତ
କରିନେବ |
ମାତ୍ର ଆଧ୍ୟାତ୍ମିକୀଂ ବିଦ୍ୟାଂ ଶମନୀଂ ସର୍ୱକର୍ମଣାମ୍ ।
ବିତରିଷ୍ୟେ ଯୟା ଚାସୌ ଭୟଂ ଚାତିତରିଷ୍ୟତି ॥ ୪୦॥
ମାତା ଦେବହୂତିଙ୍କୁ ମଧ୍ୟ ମୁଁ ସମ୍ପୂର୍ଣ୍ଣ କର୍ମରୁ ମୁକ୍ତ
କରାଉଥିବା ଆତ୍ମଜ୍ଞାନ ପ୍ରଦାନ କରିବି, ଯଦ୍ବାର ସେ ଏହି
ସଂସାରରୂପ ଭୟରୁ ମୁକ୍ତ ହୋଇଯିବେ |
ମୈତ୍ରେୟ ଉବାଚ
ଏବଂ ସମୁଦିତସ୍ତେନ କପିଲେନ ପ୍ରଜାପତିଃ ।
ଦକ୍ଷିଣୀକୃତ୍ୟ ତଂ ପ୍ରୀତୋ ବନମେବ ଜଗାମ ହ ॥ ୪୧॥
ମୈତ୍ରେୟ କହୁଛନ୍ତି – ଭଗବାନ କପିଳ ଏପରି କହିବା ପରେ କର୍ଦମ
ପ୍ରଜାପତି ତାଙ୍କର ପରିକ୍ରମା କରି ପ୍ରସନ୍ନତାପୂର୍ବକ ବଣକୁ ଚାଲିଗଲେ |
ବ୍ରତଂ ସ ଆସ୍ଥିତୋ ମୌନମାତ୍ମୈକଶରଣୋ ମୁନିଃ ।
ନିଃସଙ୍ଗୋ ବ୍ୟଚରତ୍କ୍ଷୋଣୀମନଗ୍ନିରନିକେତନଃ ॥ ୪୨॥
ସେଠାରେ ସେ ଅହିଂସାମୟ ସନ୍ୟାସ-ଧର୍ମ ପାଳନ କରି ଏକମାତ୍ର
ଶ୍ରୀଭଗବାନଙ୍କର ଶରଣାଗତ ହୋଇଗଲେ ତଥା ଅଗ୍ନି ଏବଂ ଆଶ୍ରମକୁ ତ୍ୟାଗ କରି ନିଃସଙ୍ଗ ଭାବରେ
ପୃଥିବୀ ପୃଷ୍ଠରେ ବିଚରଣ କରିବାରେ ଲାଗିଲେ |
ମନୋ ବ୍ରହ୍ମଣି ଯୁଞ୍ଜାନୋ ଯତ୍ତତ୍ସଦସତଃ ପରମ୍ ।
ଗୁଣାବଭାସେ ବିଗୁଣ ଏକଭକ୍ତ୍ୟାନୁଭାବିତେ ॥ ୪୩॥
ଯିଏ କାର୍ଯ୍ୟକାରଣର ଅତୀତ ଅଟନ୍ତି, ସତ୍ତ୍ଵାଦି ଗୁଣର ପ୍ରକାଶକ ନିର୍ଗୁଣ ଅଟନ୍ତି ଏବଂ ଯିଏ କେବଳ ଅନନ୍ୟ
ଭକ୍ତି ଦ୍ବାରା ହିଁ ପ୍ରତ୍ୟକ୍ଷ ହୋଇଥାଆନ୍ତି,
ନିଜ ମନକୁ ସେ ସେହି ପରବ୍ରହ୍ମଙ୍କଠାରେ ସଂଲଗ୍ନ କରିଦେଲେ |
ନିରହଙ୍କୃତିର୍ନିର୍ମମଶ୍ଚ ନିର୍ଦ୍ୱନ୍ଦ୍ୱଃ ସମଦୃକ୍ ସ୍ୱଦୃକ୍ ।
ପ୍ରତ୍ୟକ୍ପ୍ରଶାନ୍ତଧୀର୍ଧୀରଃ ପ୍ରଶାନ୍ତୋର୍ମିରିବୋଦଧିଃ ॥ ୪୪॥
ସେ ଅହଂକାର, ମମତା ଏବଂ
ସୁଖ-ଦୁଃଖାଦି ଦ୍ବନ୍ଦ୍ବରହିତ ସମଦର୍ଶୀ ହୋଇ ସମସ୍ତଙ୍କଠାରେ ନିଜ ଆତ୍ମାକୁ ଦେଖିବାରେ ଲାଗିଲେ |
ତାଙ୍କର ବୁଦ୍ଧି ଅନ୍ତର୍ମୁଖୀ ଏବଂ ଶାନ୍ତ ହୋଇଗଲା | ସେତେବେଳେ ଧୀର କର୍ଦମ ମୁନି ଶାନ୍ତ
ଲହରଯୁକ୍ତ ସମୁଦ୍ର ପରି ଦେଖା ଯାଉଥିଲେ |
ବାସୁଦେବେ ଭଗବତି ସର୍ୱଜ୍ଞେ ପ୍ରତ୍ୟଗାତ୍ମନି ।
ପରେଣ ଭକ୍ତିଭାବେନ ଲବ୍ଧାତ୍ମା ମୁକ୍ତବନ୍ଧନଃ ॥ ୪୫॥
ପରମ ଭକ୍ତିଭାବ ଦ୍ବାରା ସର୍ବାନ୍ତର୍ଯ୍ୟାମୀ ସର୍ବଜ୍ଞ
ଶ୍ରୀବାସୁଦେବଙ୍କଠାରେ ଚିତ୍ତ ସ୍ଥିର ହୋଇଯିବା କାରଣରୁ ସେ ସବୁ ବନ୍ଧନରୁ ମୁକ୍ତ ହୋଇଗଲେ |
ଆତ୍ମାନଂ ସର୍ୱଭୂତେଷୁ ଭଗବନ୍ତମବସ୍ଥିତମ୍ ।
ଅପଶ୍ୟତ୍ସର୍ୱଭୂତାନି ଭଗବତ୍ୟପି ଚାତ୍ମନି ॥ ୪୬॥
ସେ ସମ୍ପୂର୍ଣ୍ଣ ଭୂତରେ ନିଜ ଆତ୍ମା ଶ୍ରୀଭଗବାନଙ୍କୁ ଏବଂ
ସମ୍ପୂର୍ଣ୍ଣ ଭୂତଙ୍କୁ ଆତ୍ମସ୍ବରୂପ ଶ୍ରୀହରିଙ୍କଠାରେ ସ୍ଥିତ ଦେଖିବାରେ ଲାଗିଲେ |
ଇଚ୍ଛାଦ୍ୱେଷବିହୀନେନ ସର୍ୱତ୍ର ସମଚେତସା ।
ଭଗବଦ୍ଭକ୍ତିୟୁକ୍ତେନ ପ୍ରାପ୍ତା ଭାଗବତୀ ଗତିଃ ॥ ୪୭॥
ଏହିପରି ଇଚ୍ଛା ଏବଂ ଦ୍ବେଷ ରହିତ,
ସର୍ବତ୍ର ସମବୁଦ୍ଧି ଏବଂ ଭଗବଦ୍-ଭକ୍ତିରେ ସମ୍ପନ୍ନ ହୋଇ ଶ୍ରୀକର୍ଦମ ମୁନି ଭଗବାନଙ୍କର ପରମ
ପଦକୁ ପ୍ରାପ୍ତ କରି ନେଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଲେୟେ ଚତୁର୍ୱିଂଶୋଽଧ୍ୟାୟଃ ॥ ୨୪॥

Comments
Post a Comment