ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ପଞ୍ଚଦଶ ଅଧ୍ୟାୟ
ମହାରାଜ ପୃଥୁଙ୍କର ଆବିର୍ଭାବ ଓ ରାଜ୍ୟାଭିଷେକ
ମୈତ୍ରେୟ ଉବାଚ
ଅଥ ତସ୍ୟ ପୁନର୍ୱିପ୍ରୈରପୁତ୍ରସ୍ୟ ମହୀପତେଃ ।
ବାହୁଭ୍ୟାଂ ମଥ୍ୟମାନାଭ୍ୟାଂ ମିଥୁନଂ ସମପଦ୍ୟତ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ତାପରେ ବ୍ରାହ୍ମଣମାନେ ପୁତ୍ରହୀନ
ରାଜା ବେନର ଭୁଜ ମନ୍ଥନ କଲେ, ସେଥିରୁ
ସ୍ତ୍ରୀ-ପୁରୁଷର ଏକ ଯୋଡା ପ୍ରକଟ ହେଲା |
ତଦ୍ଦୃଷ୍ଟ୍ୱା ମିଥୁନଂ ଜାତଂ ଋଷୟୋ ବ୍ରହ୍ମବାଦିନଃ ।
ଊଚୁଃ ପରମସନ୍ତୁଷ୍ଟା ବିଦିତ୍ୱା ଭଗବତ୍କଲାମ୍ ॥ ୨॥
ବ୍ରହ୍ମବାଦୀ ଋଷି ସେହି ଯୋଡା ଉତ୍ପନ୍ନ ହୋଇଥିବା ଦେଖି ଏବଂ ତାହାକୁ
ଭଗବାନଙ୍କର ଅଂଶ ଜାଣି ବହୁତ ପ୍ରସନ୍ନ ହୋଇ କହିଲେ -
ଋଷୟ ଊଚୁଃ
ଏଷ ବିଷ୍ଣୋର୍ଭଗବତଃ କଲା ଭୁବନପାଲିନୀ ।
ଇୟଂ ଚ ଲକ୍ଷ୍ମ୍ୟାଃ ସମ୍ଭୂତିଃ ପୁରୁଷସ୍ୟାନପାୟିନୀ ॥ ୩॥
ଋଷିମାନେ କହିଲେ – ଏହି ପୁରୁଷ ଭଗବାନ ବିଷ୍ଣୁଙ୍କର ବିଶ୍ବପାଳିନୀ
କଳାରୁ ପ୍ରକଟ ହୋଇଛନ୍ତି ଏବଂ ଏହି ସ୍ତ୍ରୀ ସେହି ପରମ ପୁରୁଷଙ୍କର ଅନପାୟିନୀ (କେବେ ପୃଥକ୍ ନ ହେବା)
ଶକ୍ତି ଲକ୍ଷ୍ମୀଦେବୀଙ୍କର ଅବତାର ଅଟନ୍ତି |
ଅୟଂ ତୁ ପ୍ରଥମୋ ରାଜ୍ଞାଂ ପୁମାନ୍ ପ୍ରଥୟିତା ଯଶଃ ।
ପୃଥୁର୍ନାମ ମହାରାଜୋ ଭବିଷ୍ୟତି ପୃଥୁଶ୍ରବାଃ ॥ ୪॥
ଏମାନଙ୍କ ମଧ୍ୟରୁ ପୁରୁଷ ଜଣକ ନିଜ ସୁଯଶ ପ୍ରଥନ (ବିସ୍ତାର) କରିବା
କାରଣରୁ ପରମ ଯଶସ୍ବୀ ‘ପୃଥୁ’ ନାମକ ସମ୍ରାଟ ହେବେ
| ରାଜାମାନଙ୍କ ମଧ୍ୟରେ ସେ ହିଁ ସର୍ବପ୍ରଥମ ହେବେ |
ଇୟଂ ଚ ସୁଦତୀ ଦେବୀ ଗୁଣଭୂଷଣଭୂଷଣା ।
ଅର୍ଚିର୍ନାମ ବରାରୋହା ପୃଥୁମେବାବରୁନ୍ଧତୀ ॥ ୫॥
ସୁନ୍ଦର ଦନ୍ତପଂକ୍ତିଯୁକ୍ତ ଏବଂ ଗୁଣ ଓ ଆଭୂଷଣକୁ ମଧ୍ୟ ବିଭୂଷିତ କରୁଥିବା
ଏହି ସୁନ୍ଦରୀ ପୃଥୁଙ୍କୁ ହିଁ ନିଜର ପତି ରୂପେ ବରଣ କରିବେ | ତାଙ୍କର ନାମ ଅର୍ଚି ହେବ |
ଏଷ ସାକ୍ଷାଦ୍ଧରେରଂଶୋ ଜାତୋ ଲୋକରିରକ୍ଷୟା ।
ଇୟଂ ଚ ତତ୍ପରା ହି ଶ୍ରୀରନୁଜଜ୍ଞେଽନପାୟିନୀ ॥ ୬॥
ପୃଥୁ ରୂପରେ ସାକ୍ଷାତ୍ ଶ୍ରୀହରିଙ୍କର ଅଂଶ ହିଁ ସଂସାରର ରକ୍ଷା
ନିମନ୍ତେ ଅବତାର ଗ୍ରହଣ କରିଛନ୍ତି ଏବଂ ଅର୍ଚି ରୂପରେ ନିରନ୍ତର ଭଗବାନଙ୍କ ସେବାରେ ରତ ରହୁଥିବା
ତାଙ୍କର ନିତ୍ୟ ସହଚରୀ ଶ୍ରୀଲକ୍ଷ୍ମୀଦେବୀ ହିଁ ପ୍ରକଟ ହୋଇଛନ୍ତି |
ମୈତ୍ରେୟ ଉବାଚ
ପ୍ରଶଂସନ୍ତି ସ୍ମ ତଂ ବିପ୍ରା ଗନ୍ଧର୍ୱପ୍ରବରା ଜଗୁଃ ।
ମୁମୁଚୁଃ ସୁମନୋଧାରାଃ ସିଦ୍ଧା ନୃତ୍ୟନ୍ତି ସ୍ୱଃସ୍ତ୍ରିୟଃ ॥ ୭॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ସେହି ସମୟରେ ବ୍ରାହ୍ମଣମାନେ
ପୃଥୁଙ୍କର ସ୍ତୁତି କରିବାରେ ଲାଗିଲେ, ଶ୍ରେଷ୍ଠ
ଗନ୍ଧର୍ବମାନେ ତାଙ୍କର ଗୁଣଗାନ କଲେ, ସିଦ୍ଧମାନେ ପୁଷ୍ପ
ବର୍ଷା କଲେ ଏବଂ ଅପସରାମାନେ ନୃତ୍ୟ କରିବାରେ ଲାଗିଲେ |
ଶଙ୍ଖତୂର୍ୟମୃଦଙ୍ଗାଦ୍ୟା ନେଦୁର୍ଦୁନ୍ଦୁଭୟୋ ଦିବି ।
ତତ୍ର ସର୍ୱ ଉପାଜଗ୍ମୁର୍ଦେବର୍ଷିପିତୄଣାଂ ଗଣାଃ ॥ ୮॥
ଆକାଶରେ ଶଂଖ, ତୁରୀ, ମୃଦଙ୍ଗ ଏବଂ ଦୁନ୍ଦୁଭି ଆଦି ବାଦ୍ୟ ବାଜି ଉଠିଲା | ସମସ୍ତ ଦେବତା, ଋଷି ଏବଂ ପିତୃପୁରୁଷ ନିଜ-ନିଜ ଲୋକରୁ ସେଠାକୁ ଆସିଲେ |
ବ୍ରହ୍ମା ଜଗଦ୍ଗୁରୁର୍ଦେବୈଃ ସହାସୃତ୍ୟ ସୁରେଶ୍ୱରୈଃ ।
ବୈନ୍ୟସ୍ୟ ଦକ୍ଷିଣେ ହସ୍ତେ ଦୃଷ୍ଟ୍ୱା ଚିହ୍ନଂ ଗଦାଭୃତଃ ॥ ୯॥
ପାଦୟୋରରବିନ୍ଦଂ ଚ ତଂ ବୈ ମେନେ ହରେଃ କଲାମ୍ ।
ଯସ୍ୟାପ୍ରତିହତଂ ଚକ୍ରମଂଶଃ ସ ପରମେଷ୍ଠିନଃ ॥ ୧୦॥
ଜଗଦଗୁରୁ ବ୍ରହ୍ମାଜୀ ଦେବତା ଏବଂ ଦେବେଶ୍ବରମାନଙ୍କ ସହିତ ସେଠାରେ
ଉପସ୍ଥିତ ହେଲେ | ବେନକୁମାର ପୃଥୁଙ୍କ ଦକ୍ଷିଣ ହସ୍ତରେ ଭଗବାନ ବିଷ୍ଣୁଙ୍କର ହସ୍ତରେଖା ଏବଂ
ଚରଣକମଳର ଚିହ୍ନ ଦେଖି ସେ ଜାଣିପାରିଲେ ଯେ ଇଏ ଶ୍ରୀହରିଙ୍କର ହିଁ ଅଂଶ ଅଟନ୍ତି; କାରଣ ଯାହାର
ହସ୍ତରେ ଅନ୍ୟ ରେଖାମାନଙ୍କ ଦ୍ବାରା ଛେଦିତ ହୋଇ ନ ଥିବା ଚକ୍ର ଚିହ୍ନ ରହିଥାଏ, ସେ ଭଗବାନଙ୍କର ହିଁ ଅଂଶ ଅଟନ୍ତି |
ତସ୍ୟାଭିଷେକ ଆରବ୍ଧୋ ବ୍ରାହ୍ମଣୈର୍ବ୍ରହ୍ମବାଦିଭିଃ ।
ଆଭିଷେଚନିକାନ୍ୟସ୍ମୈ ଆଜହ୍ରୁଃ ସର୍ୱତୋ ଜନାଃ ॥ ୧୧॥
ବେଦବାଦୀ ବ୍ରାହ୍ମଣମାନେ ମହାରାଜ ପୃଥୁଙ୍କର ଅଭିଷେକ ଆୟୋଜନ କଲେ |
ଅନ୍ୟ ସମସ୍ତେ ତାହାର ସାମଗ୍ରୀ ସଂଗ୍ରହ କରିବାରେ ଲାଗିଗଲେ |
ସରିତ୍ସମୁଦ୍ରା ଗିରୟୋ ନାଗା ଗାବଃ ଖଗା ମୃଗାଃ ।
ଦ୍ୟୌଃ କ୍ଷିତିଃ ସର୍ୱଭୂତାନି ସମାଜହ୍ରୁରୁପାୟନମ୍ ॥ ୧୨॥
ସେହି ସମୟରେ ନଦୀ, ସମୁଦ୍ର, ପର୍ବତ, ସର୍ପ, ଗୌ, ପକ୍ଷୀ, ମୃଗ, ସ୍ବର୍ଗ, ପୃଥିବୀ ତଥା ଅନ୍ୟ ସବୁ ପ୍ରାଣୀମାନେ ମଧ୍ୟ ତାଙ୍କୁ ଭେଟି-ସ୍ବରୂପ
ଭିନ୍ନ ଭିନ୍ନ ଉପହାର ପ୍ରଦାନ କଲେ |
ସୋଽଭିଷିକ୍ତୋ ମହାରାଜଃ ସୁବାସାଃ ସାଧ୍ୱଲଙ୍କୃତଃ ।
ପତ୍ନ୍ୟାର୍ଚିଷାଲଙ୍କୃତୟା ବିରେଜେଽଗ୍ନିରିବାପରଃ ॥ ୧୩॥
ସୁନ୍ଦର ବସ୍ତ୍ର ଏବଂ ଆଭୂଷଣରେ ଅଳଂକୃତ ମହାରାଜ ପୃଥୁଙ୍କର ବିଧିବତ୍
ରାଜ୍ୟାଭିଷେକ ସମାପନ ହେଲା | ସେହି ସମୟରେ ସେ ଅନେକ ଅଳଙ୍କାରରେ ସଜ୍ଜିତ ମହାରାଣୀ ଅର୍ଚିଙ୍କ
ସହିତ ଦ୍ବିତୀୟ ଅଗ୍ନିଦେବଙ୍କ ସଦୃଶ ପ୍ରତୀତ ହେଉଥିଲେ |
ତସ୍ମୈ ଜହାର ଧନଦୋ ହୈମଂ ବୀରବରାସନମ୍ ।
ବରୁଣଃ ସଲିଲସ୍ରାବମାତପତ୍ରଂ ଶଶିପ୍ରଭମ୍ ॥ ୧୪॥
ବୀର ବିଦୁର ! କୁବେର ତାଙ୍କୁ ଅତ୍ୟନ୍ତ ସୁନ୍ଦର ସୁବର୍ଣ୍ଣ ସିଂହାସନ
ପ୍ରଦାନ କରିଥିଲେ ତଥା ବରୁଣ ତାଙ୍କୁ ଚନ୍ଦ୍ରମା ସଦୃଶ ଶ୍ବେତ ଏବଂ ପ୍ରକାଶମୟ ଛତ୍ର ପ୍ରଦାନ
କରିଥିଲେ, ଯେଉଁଥିରୁ ନିରନ୍ତର
ଜଳ-ବୁଦବୁଦ ଝରିବାରେ ଲାଗିଥିଲା |
ଅଗ୍ନି ବାୟୁଶ୍ଚ ବାଲବ୍ୟଜନେ ଧର୍ମଃ କୀର୍ତିମୟୀଂ ସ୍ରଜମ୍ ।
ଇନ୍ଦ୍ରଃ କିରୀଟମୁତ୍କୃଷ୍ଟଂ ଦଣ୍ଡଂ ସଂୟମନଂ ଯମଃ ॥ ୧୫॥
ବ୍ରହ୍ମା ବ୍ରହ୍ମମୟଂ ବର୍ମ ଭାରତୀ ହାରମୁତ୍ତମମ୍ ।
ହରିଃ ସୁଦର୍ଶନଂ ଚକ୍ରଂ ତତ୍ପତ୍ନ୍ୟବ୍ୟାହତାଂ ଶ୍ରିୟମ୍ ॥ ୧୬॥
ଦଶଚନ୍ଦ୍ରମସିଂ ରୁଦ୍ରଃ ଶତଚନ୍ଦ୍ରଂ ତଥାମ୍ବିକା ।
ସୋମୋଽମୃତମୟାନଶ୍ୱାଂସ୍ତ୍ୱଷ୍ଟା ରୂପାଶ୍ରୟଂ ରଥମ୍ ॥ ୧୭॥
ଅଗ୍ନିରାଜଗବଂ ଚାପଂ ସୂର୍ୟୋ ରଶ୍ମିମୟାନିଷୂନ୍ ।
ଭୂଃ ପାଦୁକେ ଯୋଗମୟ୍ୟୌ ଦ୍ୟୌଃ ପୁଷ୍ପାବଲିମନ୍ୱହମ୍ ॥ ୧୮॥
ନାଟ୍ୟଂ ସୁଗୀତଂ ବାଦିତ୍ରମନ୍ତର୍ଧାନଂ ଚ ଖେଚରାଃ ।
ଋଷୟଶ୍ଚାଶିଷଃ ସତ୍ୟାଃ ସମୁଦ୍ରଃ ଶଙ୍ଖମାତ୍ମଜମ୍ ॥ ୧୯॥
ସିନ୍ଧବଃ ପର୍ୱତା ନଦ୍ୟୋ ରଥବୀଥୀର୍ମହାତ୍ମନଃ ।
ସୂତୋଽଥ ମାଗଧୋ ବନ୍ଦୀ ତଂ ସ୍ତୋତୁମୁପତସ୍ଥିରେ ॥ ୨୦॥
ବାୟୁ ଦୁଇଟି ଚାମର,
ଧର୍ମ କୀର୍ତ୍ତିମୟୀ ମାଳା, ଇନ୍ଦ୍ର ମନୋହର
ମୁକୁଟ, ଯମ ଦମନକାରୀ ଦଣ୍ଡ, ବ୍ରହ୍ମା ବେଦମୟ କବଚ,
ସରସ୍ବତୀ ସୁନ୍ଦର ହାର, ବିଷ୍ଣୁଭଗବାନ
ସୁଦର୍ଶନ ଚକ୍ର, ବିଷ୍ଣୁପ୍ରିୟା
ଲକ୍ଷ୍ମୀ ଅବିଚଳ ସମ୍ପତ୍ତି, ରୁଦ୍ର ଦଶ
ଚନ୍ଦ୍ରାକାର ଚିହ୍ନରେ ଶୋଭିତ କୋଷଯୁକ୍ତ ତରବାରୀ,
ଅମ୍ବିକା ଶତ ଚନ୍ଦ୍ରାକାର ଚିହ୍ନଯୁକ୍ତ ଢାଲ, ଚନ୍ଦ୍ରମା ଅମୃତମୟ
ଅଶ୍ବ, ତ୍ବଷ୍ଟା
(ବିଶ୍ବକର୍ମା) ସୁନ୍ଦର ରଥ, ଅଗ୍ନି ଛେଳି ଏବଂ
ଗାଈର ଶିଂଘରେ ନିର୍ମିତ ସୁଦୃଢ଼ ଧନୁ, ସୂର୍ଯ୍ୟ ତେଜୋମୟ
ବାଣ, ପୃଥିବୀ ଚରଣ-ସ୍ପର୍ଶ
ମାତ୍ରେ ଅଭୀଷ୍ଟ ସ୍ଥାନରେ ପହଞ୍ଚାଉ ଥିବା ଯୋଗମୟୀ ପାଦୁକା,
ଆକାଶର ଅଭିମାନୀ ଦ୍ୟୌ ଦେବତା ନିତ୍ୟ-ନୂତନ ପୁଷ୍ପମାଲ୍ୟ,
ଆକାଶବିହାରୀ ସିଦ୍ଧ-ଗନ୍ଧର୍ବ ନୃତ୍ୟ, ଗାୟନ, ବାଦନ ଏବଂ ଅନ୍ତର୍ଧ୍ୟାନ ହୋଇଯିବା ଶକ୍ତି, ଋଷିମାନେ ଅମୋଘ
ଆଶୀର୍ବାଦ, ସମୁଦ୍ର ନିଜ ଗର୍ଭରୁ
ଉତ୍ପନ୍ନ ହେଉଥିବା ଶଂଖ ତଥା ସପ୍ତ ସମୁଦ୍ର, ପର୍ବତ ଏବଂ ନଦୀମାନେ
ତାଙ୍କ ରଥ ପାଇଁ ଅବାଧ ମାର୍ଗ ଉପହାର ସ୍ବରୂପ ପ୍ରଦାନ କଲେ | ତତ୍-ପଶ୍ଚାତ୍, ସୂତ, ମାଗଧ ଏବଂ ବନ୍ଦୀଜନ
ତାଙ୍କର ସ୍ତୁତି କରିବା ପାଇଁ ଉପସ୍ଥିତ ହେଲେ |
ସ୍ତାବକାଂସ୍ତାନଭିପ୍ରେତ୍ୟ ପୃଥୁର୍ୱୈନ୍ୟଃ ପ୍ରତାପବାନ୍ ।
ମେଘନିର୍ହ୍ରାଦୟା ବାଚା ପ୍ରହସନ୍ନିଦମବ୍ରବୀତ୍ ॥ ୨୧॥
ସେମାନଙ୍କ ସ୍ତୁତିର ଅଭିପ୍ରାୟ ବୁଝିପାରି ବେନପୁତ୍ର ପରମ ପ୍ରତାପୀ
ମହାରାଜ ପୃଥୁ ହସି ହସି ମେଘଗମ୍ଭୀର ବାଣୀରେ ସେମାନଙ୍କୁ କହିଲେ -
ପୃଥୁରୁବାଚ
ଭୋଃ ସୂତ ହେ ମାଗଧ ସୌମ୍ୟ ବନ୍ଦିନ୍
ଲୋକେଽଧୁନାସ୍ପଷ୍ଟଗୁଣସ୍ୟ ମେ ସ୍ୟାତ୍ ।
କିମାଶ୍ରୟୋ ମେ ସ୍ତବ ଏଷ ଯୋଜ୍ୟତାଂ
ମା ମୟ୍ୟଭୂବନ୍ ବିତଥା ଗିରୋ ବଃ ॥ ୨୨॥
ପୃଥୁ କହିଲେ – ସୌମ୍ୟ ସୂତ,
ମାଗଧ ଏବଂ ବନ୍ଦୀଜନ ! ଏବେ ତ ସଂସାରରେ ମୋର କୌଣସି ଗୁଣ ପ୍ରକଟ ହୋଇନାହିଁ; ତେଣୁ ଆପଣମାନେ ମୋର
କେଉଁ ଗୁଣର ସ୍ତୁତି କରୁଛନ୍ତି ? ମୋ ବିଷୟରେ ଆପଣମାନଙ୍କର ବାଣୀ ବ୍ୟର୍ଥ ହେବା ଉଚିତ୍ ନୁହେଁ |
ସେଥିପାଇଁ ମୋ ଛଡା ଅନ୍ୟ କାହାର ସ୍ତୁତି କରନ୍ତୁ |
ତସ୍ମାତ୍ପରୋକ୍ଷେଽସ୍ମଦୁପଶ୍ରୁତାନ୍ୟଲଂ
କରିଷ୍ୟଥ ସ୍ତୋତ୍ରମପୀଚ୍ୟବାଚଃ ।
ସତ୍ୟୁତ୍ତମଶ୍ଲୋକଗୁଣାନୁବାଦେ
ଜୁଗୁପ୍ସିତଂ ନ ସ୍ତବୟନ୍ତି ସଭ୍ୟାଃ ॥ ୨୩॥
ହେ ମୃଦୁଭାଷୀ ମହୋଦୟ ! କାଳାନ୍ତରରେ ଯେତେବେଳେ ମୋର ଅପ୍ରକଟିତ ଗୁଣ
ପ୍ରକଟ ହୋଇଯିବ, ସେତେବେଳେ ମନଭରି
ମଧୁର ବାଣୀରେ ମୋର ସ୍ତୁତି କରିବେ | ଦେଖନ୍ତୁ, ଶିଷ୍ଟ ପୁରୁଷ ପବିତ୍ରକୀର୍ତ୍ତି ଶ୍ରୀହରିଙ୍କର
ଗୁଣାନୁବାଦ ଛାଡି ତୁଚ୍ଛ ମନୁଷ୍ୟର ସ୍ତୁତି କରନ୍ତି ନାହିଁ |
ମହଦ୍ଗୁଣାନାତ୍ମନି କର୍ତୁମୀଶଃ
କଃ ସ୍ତାବକୈଃ ସ୍ତାବୟତେଽସତୋଽପି ।
ତେଽସ୍ୟାଭବିଷ୍ୟନ୍ନିତି ବିପ୍ରଲବ୍ଧୋ
ଜନାବହାସଂ କୁମତିର୍ନ ବେଦ ॥ ୨୪॥
ମହାନ୍ ଗୁଣ ଧାରଣ କରିବାକୁ ସମର୍ଥ ହୋଇଥିଲେ ବି କେଉଁ ବୁଦ୍ଧିମାନ
ପୁରୁଷ ଅବା ସେହିସବୁ ଗୁଣ ଉଦୟ ହେବା ପୂର୍ବରୁ କେବଳ ତା’ର
ସମ୍ଭାବନା ଦେଖି ସ୍ତୁତିକାରୀମାନଙ୍କ ଦ୍ବାରା ନିଜର ସ୍ତୁତି କରାଇବାକୁ ଇଚ୍ଛା କରିବ ? ଯଦି ସେ
ବିଦ୍ୟାଭ୍ୟାସ କରନ୍ତା ତ ତା’ଠାରେ ଅମୁକ-ଅମୁକ ଗୁଣ
ବିକଶିତ ହୋଇଯାଆନ୍ତା – ଏପରି ସ୍ତୁତି ଦ୍ବାରା ତ ମନୁଷ୍ୟର ବଞ୍ଚନା କରାଯାଇ ଥାଏ | ସେହି
ମନ୍ଦମତି ଏହା ବୁଝିପାରେ ନାହିଁ ଯେ ଏପରି ଭାବରେ ତ ଲୋକେ ତାହାର ଉପହାସ ହିଁ କରନ୍ତି |
ପ୍ରଭବୋ ହ୍ୟାତ୍ମନଃ ସ୍ତୋତ୍ରଂ ଜୁଗୁପ୍ସନ୍ତ୍ୟପି ବିଶ୍ରୁତାଃ ।
ହ୍ରୀମନ୍ତଃ ପରମୋଦାରାଃ ପୌରୁଷଂ ବା ବିଗର୍ହିତମ୍ ॥ ୨୫॥
ଲଜ୍ଜାଶୀଳ ଉଦାର ପୁରୁଷଙ୍କୁ ଯେପରି ନିଜର କୌଣସି ନିନ୍ଦିତ ପରାକ୍ରମର
ଚର୍ଚ୍ଚା ଶୁଣିବାକୁ ଖରାପ ଲାଗିଥାଏ, ସେହିପରି
ଲୋକବିଖ୍ୟାତ ସମର୍ଥ ପୁରୁଷମାନେ ନିଜର ସ୍ତୁତିକୁ ମଧ୍ୟ ନିନ୍ଦିତ ମନେକରନ୍ତି |
ବୟଂ ତ୍ୱବିଦିତା ଲୋକେ ସୂତାଦ୍ୟାପି ବରୀମଭିଃ ।
କର୍ମଭିଃ କଥମାତ୍ମାନଂ ଗାପୟିଷ୍ୟାମ ବାଲବତ୍ ॥ ୨୬॥
ହେ ସୂତଗଣ ! ଏବେ ମୁଁ ନିଜର ଶ୍ରେଷ୍ଠ କର୍ମକୁ ନେଇ ସଂସାରରେ
ପ୍ରସିଦ୍ଧ ନୁହେଁ; ଏପର୍ଯ୍ୟନ୍ତ ମୁଁ
ଏପରି କୌଣସି କର୍ମ କରିନାହିଁ, ଯାହାର ପ୍ରଶଂସା
କରାଯିବ | ତେଣୁ ଅବୋଧ ବାଳକ ପରି ମୁଁ ଆପଣମାନଙ୍କ ଦ୍ବାରା ନିଜ କୀର୍ତ୍ତିର ଗାନ କିପରି କରାଇବି
?
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୃଥୁଚରିତେ ପଞ୍ଚଦଶୋଽଧ୍ୟାୟଃ ॥ ୧୫॥

Comments
Post a Comment