ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଷୋଡଶ ଅଧ୍ୟାୟ
ବନ୍ଦୀଜନଙ୍କ ଦ୍ବାରା ମହାରାଜ ପୃଥୁଙ୍କର ସ୍ତୁତି
ମୈତ୍ରେୟ ଉବାଚ
ଇତି ବ୍ରୁବାଣଂ ନୃପତିଂ ଗାୟକା ମୁନିଚୋଦିତାଃ ।
ତୁଷ୍ଟୁବୁସ୍ତୁଷ୍ଟମନସସ୍ତଦ୍ୱାଗମୃତସେବୟା ॥ ୧॥
ମୈତ୍ରେୟ କହୁଛନ୍ତି – ମହାରାଜ ପୃଥୁ ଯେତେବେଳେ ଏପରି କହିଲେ, ସେତବେଳେ ତାଙ୍କର ବଚନାମୃତ ଆସ୍ବାଦନ କରି ସୂତ ଆଦି ଗାୟକମାନେ
ଅତ୍ୟନ୍ତ ପ୍ରସନ୍ନ ହେଲେ | ତାପରେ ମୁନିମାନଙ୍କର ପ୍ରେରଣାରେ ସେମାନେ ଏହିପରି ସ୍ତୁତି କରିବାରେ
ଲାଗିଲେ |
ନାଲଂ ବୟଂ ତେ ମହିମାନୁବର୍ଣନେ
ଯୋ ଦେବବର୍ୟୋଽବତତାର ମାୟଯା ।
ବେନାଙ୍ଗଜାତସ୍ୟ ଚ ପୌରୁଷାଣି ତେ
ସୂରଜା ବାଚସ୍ପତୀନାମପି ବଭ୍ରମୁର୍ଧିୟଃ ॥ ୨॥
ଆପଣ ସାକ୍ଷାତ୍ ଦେବପ୍ରବର ଶ୍ରୀନାରାୟଣ ହିଁ ଅଟନ୍ତି, ଯିଏ ନିଜ ମାୟାରେ ଅବତୀର୍ଣ୍ଣ ହୋଇଛନ୍ତି; ଆପଣଙ୍କର ମହିମା ଗାନ
କରିବାକୁ ଆମ୍ଭେମାନେ ସମର୍ଥ ନୋହୁଁ | ରାଜା ବେନଙ୍କ ମୃତକ ଶରୀରରୁ ଆପଣ ଜନ୍ମ ହୋଇଛନ୍ତି, କିନ୍ତୁ ଆପଣଙ୍କ ପୌରୁଷର ବର୍ଣ୍ଣନା କରିବାକୁ ଯାଇ ସାକ୍ଷାତ୍
ବ୍ରହ୍ମାଙ୍କର ବୁଦ୍ଧି ମଧ୍ୟ ଭ୍ରମିତ ହୋଇଯାଏ |
ଅଥାପ୍ୟୁଦାରଶ୍ରବସଃ ପୃଥୋର୍ହରେଃ
କଲାବତାରସ୍ୟ କଥାମୃତାଦୃତାଃ ।
ଯଥୋପଦେଶଂ ମୁନିଭିଃ ପ୍ରଚୋଦିତାଃ
ଶ୍ଲାଘ୍ୟାନି କର୍ମାଣି ବୟଂ ବିତନ୍ମହି ॥ ୩॥
ତଥାପି ଆପଣଙ୍କ କଥାମୃତ ଆସ୍ବାଦନରେ ଆଦର-ବୁଦ୍ଧି ରଖି ମୁନିମାନଙ୍କର
ଉପଦେଶ ଅନୁସାରେ ତାଙ୍କର ହିଁ ପ୍ରେରଣାରେ ଆମେ ଆପଣଙ୍କ ପରମ ପ୍ରଶଂସନୀୟ କର୍ମର କିଂଚିତ
ବିସ୍ତାର କରିବାକୁ ଇଚ୍ଛା କରୁଛୁ; ଆପଣ ସାକ୍ଷାତ୍
ଶ୍ରୀହରିଙ୍କର କଳାବତାର ଅଟନ୍ତି ଏବଂ ଆପଣଙ୍କର କୀର୍ତ୍ତି ଅତ୍ୟନ୍ତ ଉଦାର ଅଟେ |
ଏଷ ଧର୍ମଭୃତାଂ ଶ୍ରେଷ୍ଠୋ ଲୋକଂ ଧର୍ମେଽନୁବର୍ତୟନ୍ ।
ଗୋପ୍ତା ଚ ଧର୍ମସେତୂନାଂ ଶାସ୍ତା ତତ୍ପରିପନ୍ଥିନାମ୍ ॥ ୪॥
ଧର୍ମଧାରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏହି ପୃଥୁ ମହାରାଜ ସଂସାରକୁ
ଧର୍ମରେ ପ୍ରବୃତ୍ତ କରାଇ ଧର୍ମମର୍ଯ୍ୟାଦା ରକ୍ଷା କରିବେ ତଥା ତାହାର ବିରୋଧିମାନଙ୍କୁ ଦଣ୍ଡ
ଦେବେ |
ଏଷ ବୈ ଲୋକପାଲାନାଂ ବିଭର୍ତ୍ୟେକସ୍ତନୌ ତନୂଃ ।
କାଲେ କାଲେ ଯଥା ଭାଗଂ ଲୋକୟୋରୁଭୟୋର୍ହିତମ୍ ॥ ୫॥
ସେ ଏକାକୀ ସମୟ-ସମୟରେ ପ୍ରଜାମାନଙ୍କର ପାଳନ, ପୋଷଣ ଏବଂ ଅନୁରଞ୍ଜନ ଆଦି କାର୍ଯ୍ୟ ଅନୁସାରେ ନିଜ ଶରୀରରେ ଭିନ୍ନ
ଭିନ୍ନ ଲୋକପାଳଙ୍କର ମୂର୍ତ୍ତି ଧାରଣ କରିବେ ତଥା ଯଜ୍ଞ ଆଦିର ପ୍ରଚାର ଦ୍ବାରା ସ୍ବର୍ଗଲୋକ ଏବଂ
ବ୍ୟଷ୍ଟି ବ୍ୟବସ୍ଥା ଦ୍ବାରା ଭୂଲୋକ – ଉଭୟର ହିତ ସାଧନ କରିବେ |
ବସୁ କାଲ ଉପାଦତ୍ତେ କାଲେ ଚାୟଂ ବିମୁଞ୍ଚତି ।
ସମଃ ସର୍ୱେଷୁ ଭୂତେଷୁ ପ୍ରତପନ୍ ସୂର୍ୟବଦ୍ୱିଭୁଃ ॥ ୬॥
ସୂର୍ଯ୍ୟଙ୍କ ପରି ସେ ଅଲୌକିକ ମହିମାନ୍ବିତ ପ୍ରତାପବାନ ଏବଂ ସମଦର୍ଶୀ
ହେବେ | ସୂର୍ଯ୍ୟଦେବ ଯେପରି ଆଠ ମାସ ଉତ୍ତପ୍ତ ରହି ପୃଥିବୀରୁ ଜଳକୁ ଟାଣିନିଅନ୍ତି ଏବଂ ବର୍ଷା
ଋତୁରେ ତାହାକୁ ପୃଥିବୀପୃଷ୍ଠରେ ଢାଳିଦିଅନ୍ତି,
ସେହିପରି ସେ ପ୍ରଜାଙ୍କଠାରୁ କର ଆଦି ରୂପରେ ଧନ ସଞ୍ଚୟ କରି ତାହାକୁ ପ୍ରଜାମାନଙ୍କର ହିତ
ଉଦ୍ଦେଶ୍ୟରେ ବ୍ୟୟ କରିବେ |
ତିତିକ୍ଷତ୍ୟକ୍ରମଂ ବୈନ୍ୟ ଉପର୍ୟାକ୍ରମତାମପି ।
ଭୂତାନାଂ କରୁଣଃ ଶଶ୍ୱଦାର୍ତାନାଂ କ୍ଷିତିବୃତ୍ତିମାନ୍ ॥ ୭॥
ସେ ଅତ୍ୟନ୍ତ ଦୟାଳୁ ହେବେ | କେବେ କେହି ଦୀନ ପୁରୁଷ ଯଦି ଭୁଲବଶତଃ
ତାଙ୍କ ମସ୍ତକରେ ପାଦ ରଖିଦିଅନ୍ତି, ତେବେ ସେ ପୃଥିବୀ
ସଦୃଶ ତାଙ୍କର ସେହି ଅନୁଚିତ ବ୍ୟବହାରକୁ ମଧ୍ୟ ସହ୍ୟ କରିନେବେ |
ଦେବେଽବର୍ଷତ୍ୟସୌ ଦେବୋ ନରଦେବବପୁର୍ହରିଃ ।
କୃଚ୍ଛ୍ରପ୍ରାଣାଃ ପ୍ରଜା ହ୍ୟେଷ ରକ୍ଷିଷ୍ୟତ୍ୟଞ୍ଜସେନ୍ଦ୍ରବତ୍ ॥ ୮॥
କେତେବେଳେ ଯଦି ବର୍ଷା ବିନା ପ୍ରଜାମାନଙ୍କର ପ୍ରାଣ ସଂକଟାପନ୍ନ
ହୋଇଯାଏ, ତେବେ ଏହି
ରାଜବେଷଧାରୀ ଶ୍ରୀହରି ଇନ୍ଦ୍ରଙ୍କ ପରି ଜଳ ବର୍ଷଣ କରି ସେମାନଙ୍କର ପ୍ରାଣରକ୍ଷା କରିବେ |
ଆପ୍ୟାୟଯତ୍ୟସୌ ଲୋକଂ ବଦନାମୃତମୂର୍ତିନା ।
ସାନୁରାଗାବଲୋକେନ ବିଶଦସ୍ମିତଚାରୁଣା ॥ ୯॥
ସେ ନିଜର ଅମୃତମୟ ମୁଖଚନ୍ଦ୍ରର ମନୋହର ସ୍ମିତହାସ୍ୟ ଏବଂ ପ୍ରେମଭରା
ଚାହାଣୀରେ ସମ୍ପୂର୍ଣ୍ଣ ଲୋକକୁ ଆନନ୍ଦମଗ୍ନ କରି ରଖିବେ |
ଅବ୍ୟକ୍ତବର୍ତ୍ମୈଷ ନିଗୂଢକାର୍ୟୋ
ଗମ୍ଭୀରବେଧା ଉପଗୁପ୍ତବିତ୍ତଃ ।
ଅନନ୍ତମାହାତ୍ମ୍ୟଗୁଣୈକଧାମା
ପୃଥୁଃ ପ୍ରଚେତା ଇବ ସମ୍ବୃତାତ୍ମା ॥ ୧୦॥
ତାଙ୍କର ଗତିକୁ କେହି ବୁଝିପାରିବେ ନାହିଁ, ତାଙ୍କର କାର୍ଯ୍ୟ ମଧ୍ୟ ଗୋପନୀୟ ହେବ ତଥା ତାହା ସମ୍ପନ୍ନ କରିବାର ପଦ୍ଧତି
ମଧ୍ୟ ବହୁତ ଗମ୍ଭୀର ହେବ | ତାଙ୍କର ଧନ ସର୍ବଦା ସୁରକ୍ଷିତ ରହିବ | ଅନନ୍ତ ମାହାତ୍ମ୍ୟ ଏବଂ
ଗୁଣର ସେ ଏକମାତ୍ର ଆଶ୍ରୟ ହେବେ | ଏହିପ୍ରକାରେ ସେହି ମନସ୍ବୀ ପୃଥୁ ସାକ୍ଷାତ୍ ବରୁଣଦେବଙ୍କ
ସଦୃଶ ହେବେ |
ଦୁରାସଦୋ ଦୁର୍ୱିଷହ ଆସନ୍ନୋଽପି ବିଦୂରବତ୍ ।
ନୈବାଭିଭବିତୁଂ ଶକ୍ୟୋ ବେନାରଣ୍ୟୁତ୍ଥିତୋଽନଲଃ ॥ ୧୧॥
ମହାରାଜ ପୃଥୁ ବେନରୂପ ଅରଣିର ମନ୍ଥନରୁ ପ୍ରକଟ ହୋଇଥିବା ଅଗ୍ନି ସଦୃଶ
ଅଟନ୍ତି | ଶତ୍ରୁମାନଙ୍କ ପାଇଁ ସେ ଅତ୍ୟନ୍ତ
ଦୁର୍ଧର୍ଷ ଏବଂ ଦୁଃସହ ହେବେ | ସେ ସେମାନଙ୍କ ସମୀପରେ ରହିଥିଲେ ବି ସେନାମାନଙ୍କ ଦ୍ବାରା
ସୁରକ୍ଷିତ ରହିଥିବା କାରଣରୁ, ସେମାନଙ୍କଠାରୁ ବହୁ ଦୂରରେ ଥିବା ପରି
ପ୍ରତୀତ ହେବେ | ଶତ୍ରୁମାନେ ତାଙ୍କୁ କେବେ ହରାଇ ପାରିବେ ନାହିଁ |
ଅନ୍ତର୍ବହିଶ୍ଚ ଭୂତାନାଂ ପଶ୍ୟନ୍ କର୍ମାଣି ଚାରଣୈଃ ।
ଉଦାସୀନ ଇବାଧ୍ୟକ୍ଷୋ ବାୟୁରାତ୍ମେବ ଦେହିନାମ୍ ॥ ୧୨॥
ପ୍ରାଣୀମାନଙ୍କ ଭିତରେ ରହିଥିବା ପ୍ରାଣରୂପ ସୂତ୍ରାତ୍ମା ଯେପରି ଶରୀର
ଭିତର-ବାହାର ସମସ୍ତ କାରବାରକୁ ଦେଖି ମଧ୍ୟ ଉଦାସୀନ ରହିଥାଏ,
ସେହିପରି ଗୁପ୍ତଚରମାନଙ୍କ ଦ୍ବାରା ପ୍ରଜାମାନଙ୍କର ଗୁପ୍ତ ଏବଂ ପ୍ରକଟ ସବୁ କାରବାର ଜାଣି ମଧ୍ୟ
ନିଜର ନିନ୍ଦା ଏବଂ ସ୍ତୁତି ଆଦି ପ୍ରତି ଉଦାସୀନବତ୍ ରହିବେ |
ନାଦଣ୍ଡ୍ୟଂ ଦଣ୍ଡୟତ୍ୟେଷ ସୁତମାତ୍ମଦ୍ୱିଷାମପି ।
ଦଣ୍ଡୟତ୍ୟାତ୍ମଜମପି ଦଣ୍ଡ୍ୟଂ ଧର୍ମପଥେ ସ୍ଥିତଃ ॥ ୧୩॥
ସେ ଧର୍ମମାର୍ଗରେ ସ୍ଥିତ ରହି ନିଜ ଶତ୍ରୁର ପୁତ୍ରକୁ ମଧ୍ୟ, ଯଦି ସେ ଦଣ୍ଡନୀୟ ହୋଇ ନ ଥିବ,
ଦଣ୍ଡ ଦେବେ ନାହିଁ ଏବଂ ନିଜ ପୁତ୍ର ହୋଇଥିଲେ ବି,
ଯଦି ସେ ଅପରାଧୀ ହୋଇଥିବ, ତାକୁ ଦଣ୍ଡ ଦେବେ |
ଅସ୍ୟାପ୍ରତିହତଂ ଚକ୍ରଂ ପୃଥୋରାମାନସାଚଲାତ୍ ।
ବର୍ତତେ ଭଗବାନର୍କୋ ଯାବତ୍ତପତି ଗୋଗଣୈଃ ॥ ୧୪॥
ଭଗବାନ ସୂର୍ଯ୍ୟ ମାନସୋତ୍ତର ପର୍ବତ
ଯାଏଁ ଯେତେ ସବୁ ପ୍ରଦେଶକୁ ନିଜ କିରଣରେ ପ୍ରକାଶିତ କରିଥାଆନ୍ତି, ସେହି ସମ୍ପୂର୍ଣ୍ଣ କ୍ଷେତ୍ର ତାଙ୍କର ନିଷ୍କଣ୍ଟକ ରାଜ୍ୟ ହେବ |
ରଞ୍ଜୟିଷ୍ୟତି ଯଲ୍ଲୋକମୟମାତ୍ମବିଚେଷ୍ଟିତୈଃ ।
ଅଥାମୁମାହୂ ରାଜାନଂ ମନୋରଞ୍ଜନକୈଃ ପ୍ରଜାଃ ॥ ୧୫॥
ସେ ନିଜ କାର୍ଯ୍ୟ ଦ୍ବାରା ସମସ୍ତଙ୍କୁ ସୁଖ ଦେବେ – ସେମାନଙ୍କୁ
ଆମୋଦିତ କରିବେ; ତାଙ୍କର ସେହି ମନୋରଞ୍ଜନାତ୍ମକ ବ୍ୟବହାର ଯୋଗୁଁ ପ୍ରଜାମାନେ ତାଙ୍କୁ ‘ରାଜା’ କହିବେ |
ଦୃଢବ୍ରତଃ ସତ୍ୟସନ୍ଧୋ ବ୍ରହ୍ମଣ୍ୟୋ ବୃଦ୍ଧସେବକଃ ।
ଶରଣ୍ୟଃ ସର୍ୱଭୂତାନାଂ ମାନଦୋ ଦୀନବତ୍ସଲଃ ॥ ୧୬॥
ସେ ବହୁତ ଅଧିକ ଦୃଢ଼ସଂକଳ୍ପ,
ସତ୍ୟପ୍ରତିଜ୍ଞ, ବ୍ରାହ୍ମଣଭକ୍ତ, ବୃଦ୍ଧମାନଙ୍କର ସେବାକାରୀ,
ଶରଣାଗତବତ୍ସଳ, ସମସ୍ତଙ୍କର ସମ୍ମାନକାରୀ ଏବଂ ଦୀନଜନଙ୍କ ପ୍ରତି ଦୟାଳୁ ହେବେ |
ମାତୃଭକ୍ତିଃ ପରସ୍ତ୍ରୀଷୁ ପତ୍ନ୍ୟାମର୍ଧ ଇବାତ୍ମନଃ ।
ପ୍ରଜାସୁ ପିତୃବତ୍ସ୍ନିଗ୍ଧଃ କିଙ୍କରୋ ବ୍ରହ୍ମବାଦିନାମ୍ ॥ ୧୭॥
ସେ ପରସ୍ତ୍ରୀଙ୍କୁ ମାତୃବତ୍ ଭକ୍ତି କରିବେ, ନିଜ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ ମନେ କରିବେ, ପ୍ରଜାମାନଙ୍କ ପ୍ରତି
ପିତାତୁଲ୍ୟ ସ୍ନେହ ରଖିବେ ଏବଂ ବ୍ରହ୍ମବାଦୀମାନଙ୍କର ସେବକ ହେବେ |
ଦେହିନାମାତ୍ମବତ୍ପ୍ରେଷ୍ଠଃ ସୁହୃଦାଂ ନନ୍ଦିବର୍ଧନଃ ।
ମୁକ୍ତସଙ୍ଗପ୍ରସଙ୍ଗୋଽୟଂ ଦଣ୍ଡପାଣିରସାଧୁଷୁ ॥ ୧୮॥
ଅନ୍ୟ ପ୍ରାଣୀ ତାଙ୍କୁ ନିଜ ଶରୀର ପରି ଭଲପାଇବେ | ସେ ସୁହୃଦମାନଙ୍କର
ଆନନ୍ଦ ବୃଦ୍ଧି କରିବେ | ବୈରାଗ୍ୟବାନ ପୁରୁଷଙ୍କୁ ସେ ସର୍ବଦା ବିଶେଷ ପ୍ରେମ କରିବେ ଏବଂ
ଦୁଷ୍ଟମାନଙ୍କୁ ଦଣ୍ଡପାଣି ଯମରାଜଙ୍କ ପରି ସର୍ବଦା ଦଣ୍ଡ ଦେବା ନିମନ୍ତେ ଉଦ୍ୟତ ରହିବେ |
ଅୟଂ ତୁ ସାକ୍ଷାଦ୍ଭଗବାଂସ୍ତ୍ର୍ୟଧୀଶଃ
କୂଟସ୍ଥ ଆତ୍ମା କଲୟାବତୀର୍ଣଃ ।
ଯସ୍ମିନ୍ନବିଦ୍ୟାରଚିତଂ ନିରର୍ଥକଂ
ପଶ୍ୟନ୍ତି ନାନାତ୍ୱମପି ପ୍ରତୀତମ୍ ॥ ୧୯॥
ତ୍ରିଗୁଣର ଅଧିଷ୍ଠାତା ଏବଂ ନିର୍ବିକାର ସାକ୍ଷାତ୍ ଶ୍ରୀନାରାୟଣ ହିଁ
ଏହାଙ୍କ ରୂପରେ ନିଜ ଅଂଶରେ ଅବତାର ଗ୍ରହଣ କରିଛନ୍ତି; ତେଣୁ ତାଙ୍କଠାରେ ଅବିଦ୍ୟାବଶ ପ୍ରତୀତ
ହେଉଥିବା ନାନାତ୍ବକୁ ପଣ୍ଡିତମାନେ ମିଥ୍ୟା ମନେକରନ୍ତି |
ଅୟଂ ଭୁବୋ ମଣ୍ଡଲମୋଦୟାଦ୍ରେ-
ର୍ଗୋପ୍ତୈକବୀରୋ ନରଦେବନାଥଃ ।
ଆସ୍ଥାୟ ଜୈତ୍ରଂ ରଥମାତ୍ତଚାପଃ
ପର୍ୟସ୍ୟତେ ଦକ୍ଷିଣତୋ ଯଥାର୍କଃ ॥ ୨୦॥
ଅଦ୍ବିତୀୟ ବୀର ଏବଂ ଏକଛତ୍ର ସମ୍ରାଟ ଭାବରେ ସେ ଏକାକୀ ହିଁ
ଉଦୟାଚଳପର୍ଯ୍ୟନ୍ତ ସମଗ୍ର ଭୂମଣ୍ଡଳର ରକ୍ଷା କରିବେ ତଥା ନିଜ ଜୟଶୀଳ ରଥ ଆରୋହଣ କରି ଧନୁର୍ବାଣ
ହାତରେ ଧରି ସୂର୍ଯ୍ୟଙ୍କ ସଦୃଶ ସର୍ବତ୍ର ପ୍ରଦକ୍ଷିଣା କରିବେ |
ଅସ୍ମୈ ନୃପାଲାଃ କିଲ ତତ୍ର ତତ୍ର
ବଲିଂ ହରିଷ୍ୟନ୍ତି ସଲୋକପାଲାଃ ।
ମଂସ୍ୟନ୍ତ ଏଷାଂ ସ୍ତ୍ରିୟ ଆଦିରାଜଂ
ଚକ୍ରାୟୁଧଂ ତଦ୍ୟଶ ଉଦ୍ଧରନ୍ତ୍ୟଃ ॥ ୨୧॥
ସେହି ସମୟରେ ସ୍ଥାନେ ସ୍ଥାନେ ସବୁ ଲୋକପାଳ ଏବଂ ପୃଥିବୀପାଳ ତାଙ୍କୁ
ଉପହାର ଅର୍ପଣ କରିବେ, ସେମାନଙ୍କର ସ୍ତ୍ରୀମାନେ ତାଙ୍କର ଗୁଣଗାନ କରିବେ ଏବଂ ଆଦିରାଜ ରୂପେ ତାଙ୍କୁ ସାକ୍ଷାତ୍ ଶ୍ରୀହରି ମନେକରିବେ
|
ଅୟଂ ମହୀଂ ଗାଂ ଦୁଦୁହେଽଧିରାଜଃ
ପ୍ରଜାପତିର୍ୱୃତ୍ତିକରଃ ପ୍ରଜାନାମ୍ ।
ଯୋ ଲୀଲୟାଦ୍ରୀନ୍ ସ୍ୱଶରାସକୋଟ୍ୟା
ଭିନ୍ଦନ୍ ସମାଂ ଗାମକରୋଦ୍ୟଥେନ୍ଦ୍ରଃ ॥ ୨୨॥
ପ୍ରଜାପାଳକ ରାଜାଧିରାଜ ଭାବରେ ସେ ପ୍ରଜାଙ୍କର ଜୀବନନିର୍ବାହ
ନିମନ୍ତେ ଗୋରୂପିଣୀ ପୃଥିବୀର ଦୋହନ କରିବେ ଏବଂ ଇନ୍ଦ୍ରଙ୍କ ପରି ଚାହୁଁ ଚାହୁଁ ନିଜ ଧନୁର
କୋଣରେ ପର୍ବତମାନଙ୍କୁ ଭାଙ୍ଗି ଚୂରମାର କରି ପୃଥିବୀକୁ ସମତଳ କରିଦେବେ |
ବିସ୍ଫୂର୍ଜୟନ୍ନାଜଗବଂ ଧନୁଃ ସ୍ୱୟଂ
ଯଦାଚରତ୍କ୍ଷ୍ମାମବିଷହ୍ୟମାଜୌ ।
ତଦା ନିଲିଲ୍ୟୁର୍ଦିଶି ଦିଶ୍ୟସନ୍ତୋ
ଲାଙ୍ଗୂଲମୁଦ୍ୟମ୍ୟ ଯଥା ମୃଗେନ୍ଦ୍ରଃ ॥ ୨୩॥
ରଣଭୂମିରେ କେହି ମଧ୍ୟ ତାଙ୍କର ବେଗକୁ ସହ୍ୟ କରିପାରିବେ ନାହିଁ | ସେ
ଯେତେବେଳେ ଲାଞ୍ଜ ଉଠାଇ ଜଙ୍ଗଲରେ ବିଚରଣ କରୁଥିବା ସିଂହ ପରି ନିଜ ‘ଆଜଗବ’ ଧନୁର ଟଙ୍କାର କରି
ଭୂମଣ୍ଡଳରେ ବିଚରଣ କରୁଥିବେ, ସେତେବେଳେ ସବୁ
ଦୁଷ୍ଟଜନ ତାଙ୍କ ଭୟରେ ଏଣେତେଣେ ଲୁଚିଯିବେ |
ଏଷୋଽଶ୍ୱମେଧାଞ୍ଶତମାଜହାର
ସରସ୍ୱତୀ ପ୍ରାଦୁରଭାବି ଯତ୍ର ।
ଅହାର୍ଷୀଦ୍ୟସ୍ୟ ହୟଂ ପୁରନ୍ଦରଃ
ଶତକ୍ରତୁଶ୍ଚରମେ ବର୍ତମାନେ ॥ ୨୪॥
ସରସ୍ବତୀ ନଦୀର ଉଦଗମସ୍ଥଳୀରେ ସେ ଏକଶତ ଅଶ୍ବମେଧ ଯଜ୍ଞ କରିବେ |
ଅନ୍ତିମ ଯଜ୍ଞାନୁଷ୍ଠାନ କାଳରେ ଇନ୍ଦ୍ର ତାଙ୍କର ଅଶ୍ବକୁ ଅପହରଣ କରିନେବେ |
ଏଷ ସ୍ୱସଦ୍ମୋପବନେ ସମେତ୍ୟ
ସନତ୍କୁମାରଂ ଭଗବନ୍ତମେକମ୍ ।
ଆରାଧ୍ୟ ଭକ୍ତ୍ୟାଲଭତାମଲଂ ତତ୍
ଜ୍ଞାନଂ ଯତୋ ବ୍ରହ୍ମ ପରଂ ବିଦନ୍ତି ॥ ୨୫॥
ନିଜ ମହଲର ବଗିଚାରେ ଏକଦା ତାଙ୍କର ଭଗବାନ ସନତ୍ କୁମାରଙ୍କ ସହିତ
ସାକ୍ଷାତକାର ହେବ | ଏକାନ୍ତରେ ଭକ୍ତିପୂର୍ବକ ତାଙ୍କର ସେବା କରି ପୃଥୁ ସେହି ନିର୍ମଳ ଜ୍ଞାନ
ପ୍ରାପ୍ତ କରିବେ, ଯଦ୍ବାରା
ପରବ୍ରହ୍ମଙ୍କର ପ୍ରାପ୍ତି ହୋଇଥାଏ |
ତତ୍ର ତତ୍ର ଗିରସ୍ତାସ୍ତା ଇତି ବିଶ୍ରୁତବିକ୍ରମଃ ।
ଶ୍ରୋଷ୍ୟତ୍ୟାତ୍ମାଶ୍ରିତା ଗାଥାଃ ପୃଥୁଃ ପୃଥୁପରାକ୍ରମଃ ॥ ୨୬॥
ଏହିପରି ଭାବରେ ଯେତେବେଳେ ଏହାଙ୍କର ପରାକ୍ରମ ଜନତାଙ୍କ ସମ୍ମୁଖରେ
ସ୍ପଷ୍ଟ ହୋଇଯିବ, ସେତେବେଳେ ଏହି
ପରମପରାକ୍ରମୀ ମହାରାଜ ସର୍ବତ୍ର ନିଜ ଚରିତ୍ରର ଚର୍ଚ୍ଚା ଶୁଣିବାକୁ ପାଇବେ |
ଦିଶୋ ବିଜିତ୍ୟାପ୍ରତିରୁଦ୍ଧଚକ୍ରଃ
ସ୍ୱତେଜସୋତ୍ପାଟିତଲୋକଶଲ୍ୟଃ ।
ସୁରାସୁରେନ୍ଦ୍ରୈରୁପଗୀୟମାନ-
ମହାନୁଭାବୋ ଭବିତା ପତିର୍ଭୁବଃ ॥ ୨୭॥
ତାଙ୍କ ଆଜ୍ଞାର ବିରୋଧ କେହି ମଧ୍ୟ କରିପାରିବେ ନାହିଁ | ଦଶ ଦିଶାକୁ
ଜିତି ଏବଂ ନିଜ ତେଜରେ ପ୍ରଜାଙ୍କର କ୍ଲେଶରୂପ କଣ୍ଟକ ଉତ୍ପାଟନ କରି, ସେ ସମ୍ପୂର୍ଣ୍ଣ ଭୂମଣ୍ଡଳର
ଶାସକ ହେବେ | ସେହି ସମୟରେ ଦେବତାଙ୍କ ସହିତ ଅସୁରମାନେ ମଧ୍ୟ ତାଙ୍କ ବିପୁଳ ପ୍ରଭାବର ବର୍ଣ୍ଣନ
କରିବେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଷୋଡଶୋଽଧ୍ୟାୟଃ ॥ ୧୬॥

Comments
Post a Comment