ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

 ଚତୁର୍ଥ ସ୍କନ୍ଧ ॥

ସପ୍ତଦଶ ଅଧ୍ୟାୟ

ମହାରାଜ ପୃଥୁଙ୍କର ପୃଥିବୀ ଉପରେ କୋପ ଏବଂ ପୃଥିବୀ ଦ୍ବାରା ତାଙ୍କର ସ୍ତୁତି

 

ମୈତ୍ରେୟ ଉବାଚ

ଏବଂ ସ ଭଗବାନ୍ ବୈନ୍ୟଃ ଖ୍ୟାପିତୋ ଗୁଣକର୍ମଭିଃ ।

ଛନ୍ଦୟାମାସ ତାନ୍ କାମୈଃ ପ୍ରତିପୂଜ୍ୟାଭିନନ୍ଦ୍ୟ ଚ ॥ ୧॥

ମୈତ୍ରେୟ କହୁଛନ୍ତି – ଏହିପରି ଭାବରେ ବନ୍ଦୀଜନମାନେ ଯେତେବେଳେ ମହାରାଜ ପୃଥୁଙ୍କର ଗୁଣ ଓ କର୍ମର ବର୍ଣ୍ଣନ କରି ତାଙ୍କର ପ୍ରଶଂସା କଲେ, ସେତେବେଳେ ସେ ମଧ୍ୟ ସେମାନଙ୍କର ପ୍ରଶଂସା କରିବା ସହିତ ସେମାନଙ୍କୁ ମନପସନ୍ଦ ବସ୍ତୁ ପ୍ରଦାନ କରି ସନ୍ତୁଷ୍ଟ କଲେ |

ବ୍ରାହ୍ମଣପ୍ରମୁଖାନ୍ ବର୍ଣାନ୍ ଭୃତ୍ୟାମାତ୍ୟପୁରୋଧସଃ ।

ପୌରାନ୍ ଜାନପଦାନ୍ ଶ୍ରେଣୀଃ ପ୍ରକୃତୀଃ ସମପୂଜୟତ୍ ॥ ୨॥

ଏତଦ୍ ବ୍ୟତିତ, ସେ ବ୍ରାହ୍ମଣାଦି ଚତୁର୍ବର୍ଣ୍ଣ, ସେବକ, ମନ୍ତ୍ରୀ, ପୁରୋହିତ, ପୁରବାସୀ, ଦେଶବାସୀ, ଭିନ୍ନ ଭିନ୍ନ ବ୍ୟବସାୟୀ ତଥା ଅନ୍ୟାନ୍ୟ ଆଜ୍ଞାନୁବର୍ତ୍ତୀମାନଙ୍କର ମଧ୍ୟ ସତ୍କାର କଲେ |

ବିଦୁର ଉବାଚ

କସ୍ମାଦ୍ଦଧାର ଗୋରୂପଂ ଧରିତ୍ରୀ ବହୁରୂପିଣୀ ।

ଯାଂ ଦୁଦୋହ ପୃଥୁସ୍ତତ୍ର କୋ ବତ୍ସୋ ଦୋହନଂ ଚ କିମ୍ ॥ ୩॥

ବିଦୁର ପଚାରିଲେ – ବ୍ରହ୍ମନ୍ ! ପୃଥିବୀ ତ ଆହୁରି ଅନେକ ରୂପ ଧାରଣ କରିପାରନ୍ତା, ସେ ଗୌରୂପ ହିଁ କାହିଁକି ଧାରଣ କଲା ? ତାଛଡା ମହାରାଜ ପୃଥୁ ଯେତେବେଳେ ତାହାର ଦୋହନ କଲେ, ସେତେବେଳେ ବାଛୁରୀ କିଏ ଥିଲା ଏବଂ ଦୋହନ-ପାତ୍ର କିଏ ହୋଇଥିଲା ?

ପ୍ରକୃତ୍ୟା ବିଷମା ଦେବୀ କୃତା ତେନ ସମା କଥମ୍ ।

ତସ୍ୟ ମେଧ୍ୟଂ ହୟଂ ଦେବଃ କସ୍ୟ ହେତୋରପାହରତ୍ ॥ ୪॥

ପୃଥିବୀ ଦେବୀ ତ ସ୍ବଭାବତଃ ଉଚ୍ଚ-ନୀଚ ଥିଲା | ତାହାକୁ ସେ ସମତଳ କିପରି କଲେ ଏବଂ ଇନ୍ଦ୍ର ତାଙ୍କର ଯଜ୍ଞ-ଅଶ୍ବକୁ କାହିଁକି ହରଣ କରିନେଲେ ?

ସନତ୍କୁମାରାଦ୍ଭଗବତୋ ବ୍ରହ୍ମନ୍ ବ୍ରହ୍ମବିଦୁତ୍ତମାତ୍ ।

ଲବ୍ଧ୍ୱା ଜ୍ଞାନଂ ସବିଜ୍ଞାନଂ ରାଜର୍ଷିଃ କାଂ ଗତିଂ ଗତଃ ॥ ୫॥

ବ୍ରହ୍ମଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭଗବାନ ସନତ୍ କୁମାରଙ୍କଠାରୁ ଜ୍ଞାନ-ବିଜ୍ଞାନ ପ୍ରାପ୍ତ କରି ସେହି ରାଜର୍ଷି କେଉଁ ଗତିକୁ ପ୍ରାପ୍ତ ହେଲେ ?

ଯଚ୍ଚାନ୍ୟଦପି କୃଷ୍ଣସ୍ୟ ଭବାନ୍ ଭଗବତଃ ପ୍ରଭୋଃ ।

ଶ୍ରବଃ ସୁଶ୍ରବସଃ ପୁଣ୍ୟଂ ପୂର୍ୱଦେହକଥାଶ୍ରୟମ୍ ॥ ୬॥

ଭକ୍ତାୟ ମେଽନୁରକ୍ତାୟ ତବ ଚାଧୋକ୍ଷଜସ୍ୟ ଚ ।

ବକ୍ତୁମର୍ହସି ଯୋଽଦୁହ୍ୟଦ୍ୱୈନ୍ୟରୂପେଣ ଗାମିମାମ୍ ॥ ୭॥

ପୃଥୁ ରୂପରେ ସର୍ବେଶ୍ବର ଭଗବାନ ଶ୍ରୀକୃଷ୍ଣ ହିଁ ଅବତାର ଗ୍ରହଣ କରିଥିଲେ; ତେଣୁ ପୁଣ୍ୟକୀର୍ତ୍ତି ଶ୍ରୀହରିଙ୍କର ସେହି ପୃଥୁ-ଅବତାର ସମ୍ବନ୍ଧୀ ଅନ୍ୟ ଯେତେସବୁ ପବିତ୍ର ଚରିତ ରହିଛି, ତାହା ଆପଣ ମୋତେ କହନ୍ତୁ | ମୁଁ ଆପଣଙ୍କର ଏବଂ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଅତ୍ୟନ୍ତ ଅନୁରକ୍ତ ଭକ୍ତ ଅଟେ |

ସୂତ ଉବାଚ

ଚୋଦିତୋ ବିଦୁରେଣୈବଂ ବାସୁଦେବକଥାଂ ପ୍ରତି ।

ପ୍ରଶସ୍ୟ ତଂ ପ୍ରୀତମନା ମୈତ୍ରେୟଃ ପ୍ରତ୍ୟଭାଷତ ॥ ୮॥

ସୂତ କହୁଛନ୍ତି – ବିଦୁରଙ୍କ ଦ୍ବାରା ଭଗବାନ ବାସୁଦେବଙ୍କର କଥା ବର୍ଣ୍ଣନ କରିବାକୁ ପ୍ରେରିତ ହୋଇ ମୈତ୍ରେୟ ମୁନି ପ୍ରସନ୍ନଚିତ୍ତରେ ତାଙ୍କର ପ୍ରଶଂସା କରି କହିବାକୁ ଆରମ୍ଭ କଲେ |

ମୈତ୍ରେୟ ଉବାଚ

ଯଦାଭିଷିକ୍ତଃ ପୃଥୁରଙ୍ଗ ବିପ୍ରୈ-

ରାମନ୍ତ୍ରିତୋ ଜନତାୟାଶ୍ଚ ପାଲଃ ।

ପ୍ରଜା ନିରନ୍ନେ କ୍ଷିତିପୃଷ୍ଠ ଏତ୍ୟ

କ୍ଷୁତ୍କ୍ଷାମଦେହାଃ ପତିମଭ୍ୟବୋଚନ୍ ॥ ୯॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ବ୍ରାହ୍ମଣମାନେ ମହାରାଜ ପୃଥୁଙ୍କର ରାଜ୍ୟାଭିଷେକ କରାଇ ତାଙ୍କୁ ପ୍ରଜାଙ୍କର ରକ୍ଷକ ଉଦଘୋଷିତ କଲେ | ସେହି ଦିନମାନଙ୍କରେ ପୃଥିବୀ ଅନ୍ନହୀନ ଥିଲା, ସେଥିପାଇଁ ଭୋକରେ ଆତୁର ହୋଇ ପ୍ରଜାଜନଙ୍କର ଶରୀର ସୁଖି କଣ୍ଟା ହୋଇ ଯାଇଥିଲା | ସେମାନେ ନିଜ ସ୍ବାମୀ ପୃଥୁଙ୍କ ପାଖକୁ ଆସି କହିଲେ -

ବୟଂ ରାଜଞ୍ଜାଠରେଣାଭିତପ୍ତା

ଯଥାଗ୍ନିନା କୋଟରସ୍ଥେନ ବୃକ୍ଷାଃ ।

ତ୍ୱାମଦ୍ୟ ଯାତାଃ ଶରଣଂ ଶରଣ୍ୟଂ

ଯଃ ସାଧିତୋ ବୃତ୍ତିକରଃ ପତିର୍ନଃ ॥ ୧୦॥

ହେ ରାଜନ୍ ! ବୃକ୍ଷ କୋରଡରେ ଜଳୁଥିବା ଅଗ୍ନି ଦ୍ବାରା ଯେପରି ସମ୍ପୂର୍ଣ୍ଣ ବୃକ୍ଷ ଜଳି ପାଉଁଶ ହୋଇଯାଏ, ସେହିପରି ଆମ୍ଭମାନଙ୍କର ଉଦରର ଜ୍ବାଳାରେ ଆମ୍ଭେମାନେ ଦଗ୍ଧ ହେଉଛୁ | ଆପଣ ଶରଣାଗତ-ରକ୍ଷକ ଏବଂ ଆମର ଅନ୍ନଦାତା ପ୍ରଭୁ ଅଟନ୍ତି, ସେଥିପାଇଁ ଆମେ ଆପଣଙ୍କ ଶରଣରେ ଆସିଛୁ |

ତନ୍ନୋ ଭବାନୀହତୁ ରାତବେଽନ୍ନଂ

କ୍ଷୁଧାର୍ଦିତାନାଂ ନରଦେବଦେବ ।

ଯାବନ୍ନ ନଙ୍କ୍ଷ୍ୟାମହ ଉଜ୍ଝିତୋର୍ଜା

ବାର୍ତାପତିସ୍ତ୍ୱଂ କିଲ ଲୋକପାଲଃ ॥ ୧୧॥

ଆପଣ ସମସ୍ତ ଲୋକର ରକ୍ଷକ ଅଟନ୍ତି, ଆପଣ ଆମ ଜୀବିକାର ମଧ୍ୟ ସ୍ବାମୀ ଅଟନ୍ତି | ତେଣୁ ହେ ରାଜରାଜେଶ୍ବର ! ଆମ୍ଭମାନଙ୍କ ପରି କ୍ଷୁଧାପୀଡିତଙ୍କ ପାଇଁ ଆପଣ ଅତିଶୀଘ୍ର ଅନ୍ନର ବ୍ୟବସ୍ଥା କରନ୍ତୁ; ଏପରି ନ ହେଉ ଯେ ଅନ୍ନ ଅଭାବରେ ଆମର ଅନ୍ତ ହୋଇଯିବ |

ମୈତ୍ରେୟ ଉବାଚ

ପୃଥୁଃ ପ୍ରଜାନାଂ କରୁଣଂ ନିଶମ୍ୟ ପରିଦେବିତମ୍ ।

ଦୀର୍ଘଂ ଦଧ୍ୟୌ କୁରୁଶ୍ରେଷ୍ଠ ନିମିତ୍ତଂ ସୋଽନ୍ୱପଦ୍ୟତ ॥ ୧୨॥

ମୈତ୍ରେୟ କହୁଛନ୍ତି – ହେ କୁରୁଶ୍ରେଷ୍ଠ ! ପ୍ରଜାମାନଙ୍କର କରୁଣ କ୍ରନ୍ଦନ ଶୁଣି ମହାରାଜ ପୃଥୁ ବହୁତ ସମୟ ଯାଏଁ ବିଚାର କଲେ | ଶେଷରେ, ଅନ୍ନାଭାବର ବାସ୍ତବ କାରଣକୁ ସେ ଠାବ କରିନେଲେ |

ଇତି ବ୍ୟବସିତୋ ବୁଦ୍ଧ୍ୟା ପ୍ରଗୃହୀତଶରାସନଃ ।

ସନ୍ଦଧେ ବିଶିଖଂ ଭୂମେଃ କ୍ରୁଦ୍ଧସ୍ତ୍ରିପୁରହା ଯଥା ॥ ୧୩॥

‘ସ୍ବୟଂ ପୃଥିବୀ ଅନ୍ନ ଏବଂ ଶସ୍ୟ ଜାତୀୟ ବୃକ୍ଷକୁ ନିଜ ଭିତରେ ଲୁଚାଇ ରଖିଛି – ନିଜ ବୁଦ୍ଧିରେ ଏହା ନିଶ୍ଚୟ କରି ସେ ଧନୁ ଉତ୍ତୋଳନ କଲେ ଏବଂ ତ୍ରିପୁରବିନାଶକ ଭଗବାନ ଶଂକରଙ୍କ ପରି ଅତ୍ୟନ୍ତ କ୍ରୋଧିତ ହୋଇ ପୃଥିବୀକୁ ଲକ୍ଷ୍ୟ କରି ଧନୁରେ ବାଣ ଚଢାଇଲେ |

ପ୍ରବେପମାନା ଧରଣୀ ନିଶାମ୍ୟୋଦାୟୁଧଂ ଚ ତମ୍ ।

ଗୌଃ ସତ୍ୟପାଦ୍ରବଦ୍ଭୀତା ମୃଗୀବ ମୃଗୟୁଦ୍ରୁତା ॥ ୧୪॥

ସେ ଶସ୍ତ୍ର ଉତ୍ତୋଳନ କରିବା ଦେଖି ଭୟରେ ପୃଥିବୀ ଥରି ଉଠିଲା ଏବଂ ବ୍ୟାଧ ପଶ୍ଚାତଧାବନ କରୁଥିବା ଦେଖି ହରିଣୀ ଧାଇଁ ପଳାଇବା ପରି, ସେ ଗୋ-ରୂପ ଧାରଣ କରି ଧାଇଁବାରେ ଲାଗିଲା |

ତାମନ୍ୱଧାବତ୍ତଦ୍ୱୈନ୍ୟଃ କୁପିତୋଽତ୍ୟରୁଣେକ୍ଷଣଃ ।

ଶରଂ ଧନୁଷି ସନ୍ଧାୟ ଯତ୍ର ଯତ୍ର ପଲାୟତେ ॥ ୧୫॥

ଏହା ଦେଖି କ୍ରୋଧରେ ପୃଥୁଙ୍କର ଆଖି ଲାଲ ହୋଇଗଲା ଏବଂ ସେ ସେହିପରି ଧନୁରେ ବାଣ ଚଢ଼ାଇ ଯେଉଁଠିକୁ ପୃଥିବୀ ଗଲା, ତାହାର ପଶ୍ଚାତଧାବନ କରିବାରେ ଲାଗିଲେ |

ସା ଦିଶୋ ବିଦିଶୋ ଦେବୀ ରୋଦସୀ ଚାନ୍ତରଂ ତୟୋଃ ।

ଧାବନ୍ତୀ ତତ୍ର ତତ୍ରୈନଂ ଦଦର୍ଶାନୂଦ୍ୟତାୟୁଧମ୍ ॥ ୧୬॥

ଦିଶା, ବିଦିଶା, ସ୍ବର୍ଗ, ପୃଥିବୀ ଏବଂ ଅନ୍ତରୀକ୍ଷ ଯେଉଁଠି-ଯେଉଁଠିକୁ ସେ ଧାଇଁ ପଳାଇଲା, ସେଠାରେ ସେ ମହାରାଜ ପୃଥୁଙ୍କୁ ଧନୁର୍ବାଣ ଉଠାଇ ନିଜ ପଛରେ ଦେଖିବାକୁ ପାଇଲା |

ଲୋକେ ନାବିନ୍ଦତ ତ୍ରାଣଂ ବୈନ୍ୟାନ୍ମୃତ୍ୟୋରିବ ପ୍ରଜାଃ ।

ତ୍ରସ୍ତା ତଦା ନିବବୃତେ ହୃଦୟେନ ବିଦୂୟତା ॥ ୧୭॥

ମୃତ୍ୟୁ କବଳରୁ ମନୁଷ୍ୟକୁ ଯେପରି କେହି ରକ୍ଷା କରିପାରନ୍ତି ନାହିଁ, ସେହିପରି ବେନପୁତ୍ର ପୃଥୁଙ୍କ କବଳରୁ ରକ୍ଷା କରିବାକୁ ତ୍ରିଲୋକୀରେ ତାକୁ କେହି ଜଣେ ମଧ୍ୟ ମିଳିଲେ ନାହିଁ | ସେଥିପାଇଁ ସେ ଅତ୍ୟନ୍ତ ଭୟଭୀତ ହୋଇ ଦୁଃଖିତ ଚିତ୍ତରେ ପଛକୁ ଫେରିଲା |

ଉବାଚ ଚ ମହାଭାଗଂ ଧର୍ମଜ୍ଞାଽଽପନ୍ନବତ୍ସଲ ।

ତ୍ରାହି ମାମପି ଭୂତାନାଂ ପାଲନେଽବସ୍ଥିତୋ ଭବାନ୍ ॥ ୧୮॥

ସେ ମହାରାଜ ପୃଥୁଙ୍କ ଉଦ୍ଦେଶ୍ୟରେ କହିଲା – ହେ ଧର୍ମର ତତ୍ତ୍ବଜ୍ଞ ଶରଣାଗତବତ୍ସଳ ରାଜନ୍ ! ଆପଣ ତ ସବୁ ପ୍ରାଣୀଙ୍କୁ ରକ୍ଷା କରିବାକୁ ତତ୍ପର ରହିଥାଆନ୍ତି, ଆପଣ ମୋତେ ମଧ୍ୟ ରକ୍ଷା କରନ୍ତୁ |

ସ ତ୍ୱଂ ଜିଘାଂସସେ କସ୍ମାଦ୍ଦୀନାମକୃତକିଲ୍ବିଷାମ୍ ।

ଅହନିଷ୍ୟତ୍କଥଂ ଯୋଷାଂ ଧର୍ମଜ୍ଞ ଇତି ଯୋ ମତଃ ॥ ୧୯॥

ମୁଁ ଅତ୍ୟନ୍ତ ଦୀନ ଏବଂ ନିରପରାଧ ଅଟେ, ଆପଣ ମୋତେ କାହିଁକି ମାରିବାକୁ ଇଚ୍ଛା କରୁଛନ୍ତି ? ତାଛଡା ଆପଣ ତ ଧର୍ମଜ୍ଞ ଅଟନ୍ତି, ମୋ ପରି ଏକ ସ୍ତ୍ରୀକୁ ଆପଣ ବଧ କରିବେ କିପରି ?

ପ୍ରହରନ୍ତି ନ ବୈ ସ୍ତ୍ରୀଷୁ କୃତାଗଃସ୍ୱପି ଜନ୍ତବଃ ।

କିମୁତ ତ୍ୱଦ୍ୱିଧା ରାଜନ୍ କରୁଣା ଦୀନବତ୍ସଲାଃ ॥ ୨୦॥

ସ୍ତ୍ରୀ କୌଣସି ଅପରାଧ କଲେ ବି ସାଧାରଣ ଜୀବ ତା ଉପରକୁ ହାତ ଉଠାନ୍ତି ନାହିଁ; ତେଣୁ ଆପଣଙ୍କ ପରି କରୁଣାମୟ ଏବଂ ଦୀନବତ୍ସଳ ସ୍ବାମୀ ତାହା କିପରି କରିବେ ?

ମାଂ ବିପାଟ୍ୟାଜରାଂ ନାବଂ ଯତ୍ର ବିଶ୍ୱଂ ପ୍ରତିଷ୍ଠିତମ୍ ।

ଆତ୍ମାନଂ ଚ ପ୍ରଜାଶ୍ଚେମାଃ କଥମମ୍ଭସି ଧାସ୍ୟସି ॥ ୨୧॥

ମୁଁ ତ ଏକ ସୁଦୃଢ ନୌକା ସଦୃଶ ଅଟେ, ସାରା ଜଗତ ମୋତେ ଆଧାର କରି ସ୍ଥିତ ଅଟେ | ମୋତେ ନଷ୍ଟ କରି ଆପଣ ନିଜକୁ ତଥା ନିଜର ପ୍ରଜାମାନଙ୍କୁ ଜଳ ଉପରେ କିପରି ରଖିବେ ?

ପୃଥୁରୁବାଚ

ବସୁଧେ ତ୍ୱାଂ ବଧିଷ୍ୟାମି ମଚ୍ଛାସନପରାଙ୍ମୁଖୀମ୍ ।

ଭାଗଂ ବର୍ହିଷି ଯା ବୃଙ୍କ୍ତେ ନ ତନୋତି ଚ ନୋ ବସୁ ॥ ୨୨॥

ମହାରାଜ ପୃଥୁ କହିଲେ – ହେ ପୃଥିବୀ ! ତୁ ମୋ ଆଜ୍ଞା ଉଲ୍ଲଂଘନ କରିବାକୁ ଯାଉଛୁ | ଯଜ୍ଞରେ ତୁ ଦେବତାରୂପରେ ନିଜର ଭାଗ ତ ଗ୍ରହଣ କରିନେଉଛୁ, କିନ୍ତୁ ପ୍ରତିଦାନରେ ତୁ ଆମକୁ ଅନ୍ନ ଦେଉନାହୁଁ; ସେଥିପାଇଁ ଆଜି ମୁଁ ତୋତେ ବଧ କରିବି |

ଯବସଂ ଜଗ୍ଧ୍ୟନୁଦିନଂ ନୈବ ଦୋଗ୍ଧ୍ୟୌଧସଂ ପୟଃ ।

ତସ୍ୟାମେବଂ ହି ଦୁଷ୍ଟାୟାଂ ଦଣ୍ଡୋ ନାତ୍ର ନ ଶସ୍ୟତେ ॥ ୨୩॥

ତୁ ପ୍ରତିଦିନ ସବୁଜ ଘାସ ଚରିଯାଉଛୁ, ଅଥଚ ନିଜ ସ୍ତନର କ୍ଷୀର ଦେଉନାହୁଁ – ଏପରି ଦୁଷ୍ଟତା ପାଇଁ ତୋ ପ୍ରତି ଦଣ୍ଡବିଧାନ କରିବାକୁ ଅନୁଚିତ୍ କୁହାଯିବ ନାହିଁ |

ତ୍ୱଂ ଖଲ୍ୱୋଷଧିବୀଜାନି ପ୍ରାକ୍ସୃଷ୍ଟାନି ସ୍ୱୟମ୍ଭୁବା ।

ନ ମୁଞ୍ଚସ୍ୟାତ୍ମରୁଦ୍ଧାନି ମାମବଜ୍ଞାୟ ମନ୍ଦଧୀଃ ॥ ୨୪॥

ତୁ ଅଜ୍ଞାନୀ ଅଟୁ, ପୂର୍ବକାଳରେ ବ୍ରହ୍ମାଜୀଙ୍କ ଦ୍ବାରା ଉତ୍ପନ୍ନ କରାଯାଇଥିବା ଅନ୍ନାଦି ବୀଜକୁ ତୁ ନିଜ ମଧ୍ୟରେ ଲୀନ କରିଦେଇଥିଲୁ ଏବଂ ଏବେ ମଧ୍ୟ ମୋର ଖାତିର କରି ତୁ ସେହି ଅନ୍ନକୁ ନିଜ ଗର୍ଭରୁ ବାହାରକୁ କାଢୁନାହୁଁ |

ଅମୂଷାଂ କ୍ଷୁତ୍ପରୀତାନାମାର୍ତାନାଂ ପରିଦେବିତମ୍ ।

ଶମୟିଷ୍ୟାମି ମଦ୍ବାଣୈର୍ଭିନ୍ନାୟାସ୍ତବ ମେଦସା ॥ ୨୫॥

ଏବେ ମୁଁ ନିଜ ବାଣରେ ତୋତେ ଛିନ୍ନ-ଭିନ୍ନ କରି ତୋର ମେଦ ଦ୍ବାରା ଏହି କ୍ଷୁଧାତୁର ଏବଂ ଦୀନ ପ୍ରଜାଜନଙ୍କର କରୁଣ କ୍ରନ୍ଦନକୁ ଶାନ୍ତ କରିବି |

ପୁମାନ୍ ଯୋଷିଦୁତ କ୍ଲୀବ ଆତ୍ମସମ୍ଭାବନୋଽଧମଃ ।

ଭୂତେଷୁ ନିରନୁକ୍ରୋଶୋ ନୃପାଣାଂ ତଦ୍ୱଧୋଽବଧଃ ॥ ୨୬॥

ଯେଉଁ ଦୁଷ୍ଟ ନିଜର ପୋଷଣକାରୀ ତଥା ଅନ୍ୟ ପ୍ରାଣୀଙ୍କ ପ୍ରତି ନିର୍ଦୟୀ ଅଟେ, ସେ ପୁରୁଷ, ସ୍ତ୍ରୀ ଅଥବା ନପୁଂଶକ ହୋଇଥାଆନ୍ତୁ, ତାକୁ ମାରିବା ରାଜାମାନଙ୍କ ପାଇଁ ନ ମାରିବା ପରି ଅଟେ |

ତ୍ୱାଂ ସ୍ତବ୍ଧାଂ ଦୁର୍ମଦାଂ ନୀତ୍ୱା ମାୟାଗାଂ ତିଲଶଃ ଶରୈଃ ।

ଆତ୍ମୟୋଗବଲେନେମା ଧାରୟିଷ୍ୟାମ୍ୟହଂ ପ୍ରଜାଃ ॥ ୨୭॥

ତୁ ଅତ୍ୟନ୍ତ ଅହଂକାରୀ ଏବଂ ମଦୋନ୍ମତ୍ତା ଅଟେ; ଏହି ସମୟରେ ମାୟାରେ ତୁ ଗୋ-ରୂପ ଧାରଣ କରିଛୁ | ମୁଁ ତୋତେ ବାଣରେ ଖଣ୍ଡ-ଖଣ୍ଡ କରି ନିଜ ଯୋଗ ବଳରେ ପ୍ରଜାମାନଙ୍କୁ ଧାରଣ କରିବି |

ଏବଂ ମନ୍ୟୁମୟୀଂ ମୂର୍ତିଂ କୃତାନ୍ତମିବ ବିଭ୍ରତମ୍ ।

ପ୍ରଣତା ପ୍ରାଞ୍ଜଲିଃ ପ୍ରାହ ମହୀ ସଞ୍ଜାତବେପଥୁଃ ॥ ୨୮॥

ସେହି ସମୟରେ ମହାରାଜ ପୃଥୁ କାଳ ସଦୃଶ କ୍ରୋଧମୟୀ ମୂର୍ତ୍ତି ଧାରଣ କରିଥିଲେ | ତାଙ୍କର ଗମ୍ଭୀର ବାଣୀ ଶୁଣି ଧରଣୀ କମ୍ପି ଉଠିଲା ଏବଂ ସେ ଅତ୍ୟନ୍ତ ବିନୀତ ଭାବରେ ହାତ ଯୋଡି କହିଲା -

ଧରୋବାଚ

ନମଃ ପରସ୍ମୈ ପୁରୁଷାୟ ମାୟଯା

ବିନ୍ୟସ୍ତନାନାତନବେ ଗୁଣାତ୍ମନେ ।

ନମଃ ସ୍ୱରୂପାନୁଭବେନ ନିର୍ଧୁତ-

ଦ୍ରବ୍ୟକ୍ରିୟାକାରକବିଭ୍ରମୋର୍ମୟେ ॥ ୨୯॥

ପୃଥିବୀ କହିଲା – ଆପଣ ସାକ୍ଷାତ୍ ପରମପୁରୁଷ ଅଟନ୍ତି ତଥା ନିଜ ମାୟାରେ ଅନେକ ପ୍ରକାରର ଶରୀର ଧାରଣ କରି ଗୁଣମୟ ପ୍ରତୀତ ହୁଅନ୍ତି; ବାସ୍ତବରେ ଆତ୍ମାନୁଭବ ଦ୍ବାରା ଆପଣ ଅଧିଭୂତ, ଅଧ୍ୟାତ୍ମ ଏବଂ ଅଧିଦୈବସମ୍ବନ୍ଧୀ ଅଭିମାନ ଏବଂ ସେଥିରୁ ଉତ୍ପନ୍ନ ହେଉଥିବା ରାଗ-ଦ୍ବେଷାଦିରୁ ସମ୍ପୂର୍ଣ୍ଣ ରହିତ ଅଟନ୍ତି | ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |

ଯେନାହମାତ୍ମାଽଽୟତନଂ ବିନିର୍ମିତା

ଧାତ୍ରା ଯତୋଽୟଂ ଗୁଣସର୍ଗସଙ୍ଗ୍ରହଃ ।

ସ ଏବ ମାଂ ହନ୍ତୁମୁଦାୟୁଧଃ ସ୍ୱରା-

ଡୁପସ୍ଥିତୋଽନ୍ୟଂ ଶରଣଂ କମାଶ୍ରୟେ ॥ ୩୦॥

ଆପଣ ସମ୍ପୂର୍ଣ୍ଣ ଜଗତର ବିଧାତା ଅଟନ୍ତି; ଆପଣ ହିଁ ଏହି ତ୍ରିଗୁଣାତ୍ମକ ସୃଷ୍ଟି ରଚନା କରିଛନ୍ତି ଏବଂ ମୋତେ ସମସ୍ତ ଜୀବଙ୍କର ଆଶ୍ରୟ-ରୂପ କରିଛନ୍ତି | ଆପଣ ପୂର୍ଣ୍ଣ ସ୍ବତନ୍ତ୍ର ଅଟନ୍ତି | ପ୍ରଭୁ ! ଆପଣ ହିଁ ଯେତେବେଳେ ଅସ୍ତ୍ର-ଶସ୍ତ୍ର ଧାରଣ କରି ମୋତେ ମାରିବାକୁ ଉଦ୍ୟତ, ମୁଁ ଆଉ କାହାର ଶରଣରେ ଯିବି ?

ଯ ଏତଦାଦାବସୃଜଚ୍ଚରାଚରଂ

ସ୍ୱମାୟଯାଽଽତ୍ମାଶ୍ରୟଯାବିତର୍କ୍ୟଯା ।

ତୟୈବ ସୋଽୟଂ କିଲ ଗୋପ୍ତୁମୁଦ୍ୟତଃ

କଥଂ ନୁ ମାଂ ଧର୍ମପରୋ ଜିଘାଂସତି ॥ ୩୧॥

କଳ୍ପର ପ୍ରାରମ୍ଭରେ ଆପଣ ନିଜ ଆଶ୍ରୟରେ ରହିଥିବା ଅନିର୍ବଚନୀୟ ମାୟା ଦ୍ବାରା ହିଁ ଏହି ଚରାଚର ଜଗତର ରଚନା କରିଥିଲେ ଏବଂ ସେହି ମାୟା ଦ୍ବାରା ହିଁ ଏହାର ପାଳନ କରିବାର ଦାୟିତ୍ବ ବହନ କରିଥିଲେ | ଆପଣ ଧର୍ମପରାୟଣ ଅଟନ୍ତି; ତଥାପି ଆପଣ ମୋ ପରି ଗୋରୂପିଣୀକୁ ମାରିବାକୁ କିପରି ଇଚ୍ଛା କରୁଛନ୍ତି ?

ନୂନଂ ବତେଶସ୍ୟ ସମୀହିତଂ ଜନୈ-

ସ୍ତନ୍ମାୟଯା ଦୁର୍ଜୟଯାକୃତାତ୍ମଭିଃ ।

ନ ଲକ୍ଷ୍ୟତେ ଯସ୍ତ୍ୱକରୋଦକାରୟ-

ଦ୍ୟୋଽନେକ ଏକଃ ପରତଶ୍ଚ ଈଶ୍ୱରଃ ॥ ୩୨॥

ଆପଣ ଏକ ହୋଇ ମଧ୍ୟ ମାୟାବଶ ଅନେକ ରୂପରେ ପ୍ରତିଭାତ ହୋଇଥାଆନ୍ତି ତଥା ଆପଣ ସ୍ବୟଂ ହିଁ ବ୍ରହ୍ମାଙ୍କୁ ସୃଷ୍ଟି କରି ତାଙ୍କଦ୍ବାରା ବିଶ୍ବର ରଚନା କରିଛନ୍ତି | ଆପଣ ସାକ୍ଷାତ୍ ସର୍ବେଶ୍ବର ଅଟନ୍ତି, ଅଜିତେନ୍ଦ୍ରିୟ ଲୋକେ ଭଲା ଆପଣଙ୍କର ଲୀଳାକୁ କିପରି ବୁଝିବେ ? ସେମାନଙ୍କର ବୁଦ୍ଧି ତ ଆପଣଙ୍କ ଦୁର୍ଜୟ ମାୟାରେ ବିକ୍ଷିପ୍ତ ହୋଇଯାଇ ଥାଏ |

ସର୍ଗାଦି ଯୋଽସ୍ୟାନୁରୁଣଦ୍ଧି ଶକ୍ତିଭି-

ର୍ଦ୍ରବ୍ୟକ୍ରିୟାକାରକଚେତନାତ୍ମଭିଃ ।

ତସ୍ମୈ ସମୁନ୍ନଦ୍ଧନିରୁଦ୍ଧଶକ୍ତୟେ

ନମଃ ପରସ୍ମୈ ପୁରୁଷାୟ ବେଧସେ ॥ ୩୩॥

ଆପଣ ହିଁ ପଞ୍ଚଭୂତ, ଇନ୍ଦ୍ରିୟ, ସେମାନଙ୍କର ଅଧିଷ୍ଠାତୃ ଦେବତା, ବୁଦ୍ଧି ଏବଂ ଅହଂକାରରୂପ ନିଜ ଶକ୍ତିମାନଙ୍କ ଦ୍ବାରା କ୍ରମଶଃ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ସଂହାର କରନ୍ତି | ଭିନ୍ନ-ଭିନ୍ନ କାର୍ଯ୍ୟ ନିମନ୍ତେ ସମୟ-ସମୟରେ ଆପଣଙ୍କ ଶକ୍ତିମାନଙ୍କର ଆବିର୍ଭାବ-ତିରୋଭାବ ହୋଇଥାଏ | ଆପଣ ସାକ୍ଷାତ୍ ପରମପୁରୁଷ ଏବଂ ଜଗତବିଧାତା ଅଟନ୍ତି; ମୋର ଆପଣଙ୍କୁ ନମସ୍କାର |

ସ ବୈ ଭବାନାତ୍ମବିନିର୍ମିତଂ ଜଗ-

ଦ୍ଭୂତେନ୍ଦ୍ରିୟାନ୍ତଃକରଣାତ୍ମକଂ ବିଭୋ ।

ସଂସ୍ଥାପୟିଷ୍ୟନ୍ନଜ ମାଂ ରସାତଲା-

ଦଭ୍ୟୁଜ୍ଜହାରାମ୍ଭସ ଆଦିସୂକରଃ ॥ ୩୪॥

ଅଜନ୍ମା ପ୍ରଭୁ ! ଆପଣ ହିଁ ନିଜ ଦ୍ବାରା ରଚିତ ଭୂତ, ଇନ୍ଦ୍ରିୟ ଏବଂ ଅନ୍ତଃକରଣରୂପ ଏହି ଜଗତର ସ୍ଥିତି ନିମନ୍ତେ ଆଦିବରାହରୂପ ଧାରଣ କରି ମୋତେ ରସାତଳରୁ ଜଳ ବାହାରକୁ ଆଣିଥିଲେ |

ଅପାମୁପସ୍ଥେ ମୟି ନାବ୍ୟବସ୍ଥିତାଃ

ପ୍ରଜା ଭବାନଦ୍ୟ ରିରକ୍ଷିଷୁଃ କିଲ ।

ସ ବୀରମୂର୍ତିଃ ସମଭୂଦ୍ଧରାଧରୋ

ଯୋ ମାଂ ପୟସ୍ୟୁଗ୍ରଶରୋ ଜିଘାଂସସି ॥ ୩୫॥

ଏହିପରି ଭାବରେ ମୋତେ ଉଦ୍ଧାର କରି ଆପଣ ଧରଣୀଧର ନାମ ପାଇଥିଲେ; ଆଜି ସେହି ଆପଣ ଏପରି ବୀରମୂର୍ତ୍ତି ଧାରଣ କରି ଜଳ ଉପରେ ନୌକା ପରି ସ୍ଥିତ ମୋର ହିଁ ଆଶ୍ରୟରେ ରହିଥିବା ପ୍ରଜାବର୍ଗଙ୍କୁ ରକ୍ଷା କରିବା ଅଭିପ୍ରାୟରେ ତୀକ୍ଷ୍ଣ ବାଣ ପ୍ରୟୋଗ କରି କେବଳ କ୍ଷୀର ନ ଦେବା ଅପରାଧରେ ମୋତେ ମାରିବାକୁ ଇଚ୍ଛା କରୁଛନ୍ତି |

ନୂନଂ ଜନୈରୀହିତମୀଶ୍ୱରାଣା-

ମସ୍ମଦ୍ୱିଧୈସ୍ତଦ୍ଗୁଣସର୍ଗମାୟଯା ।

ନ ଜ୍ଞାୟତେ ମୋହିତଚିତ୍ତବର୍ତ୍ମଭି-

ସ୍ତେଭ୍ୟୋ ନମୋ ବୀରୟଶସ୍କରେଭ୍ୟଃ ॥ ୩୬॥

ଏହି ତ୍ରିଗୁଣାତ୍ମକ ସୃଷ୍ଟିର ରଚୟିତା ଆପଣଙ୍କ ମାୟାରେ ମୋ ପରି ସାଧାରଣ ଜୀବର ଚିତ୍ତ ମୋହଗ୍ରସ୍ତ ହୋଇଯାଇଛି | ମୋ ପରି ସାଧାରଣ ଲୋକ ତ ଆପଣଙ୍କ ଭକ୍ତମାନଙ୍କର ଲୀଳାକୁ ମଧ୍ୟ ବୁଝିପାରନ୍ତି ନାହିଁ; ତେଣୁ ଆପଣଙ୍କର କୌଣସି କ୍ରିୟାର ଉଦ୍ଦେଶ୍ୟକୁ ଯଦି ସେମାନେ ବୁଝି ନ ପାରନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାରେ କଣ ଅଛି ? ତେଣୁ ଇନ୍ଦ୍ରିୟ-ସଂଯମାଦି ଦ୍ବାରା ଯେଉଁମାନେ ବୀରୋଚିତ ଯଜ୍ଞର ବିସ୍ତାର କରନ୍ତି, ଆପଣଙ୍କର ସେହି ଭକ୍ତମାନଙ୍କୁ ମୋର ନମସ୍କାର |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଧରିତ୍ରୀନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments

Popular posts from this blog