ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଅଷ୍ଟାଦଶ ଅଧ୍ୟାୟ
ପୃଥିବୀ-ଦୋହନ
ମୈତ୍ରେୟ ଉବାଚ
ଇତ୍ଥଂ ପୃଥୁମଭିଷ୍ଟୂୟ ରୁଷା ପ୍ରସ୍ଫୁରିତାଧରମ୍ ।
ପୁନରାହାବନିର୍ଭୀତା ସଂସ୍ତଭ୍ୟାତ୍ମାନମାତ୍ମନା ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ସେହି ସମୟରେ ମହାରାଜ ପୃଥୁଙ୍କର
ଓଷ୍ଠ ଅତିଶୟ କ୍ରୋଧରେ ଥରିବାରେ ଲାଗିଥିଲା | ତାଙ୍କର ସ୍ତୁତି କରି ପୃଥିବୀ ନିଜ ହୃଦୟକୁ
ବିଚାରପୂର୍ବକ ସମାହିତ କଲା ଏବଂ ଡରି ଡରି ତାଙ୍କୁ କହିଲା -
ସନ୍ନିୟଚ୍ଛାଭିଭୋ ମନ୍ୟୁଂ ନିବୋଧ ଶ୍ରାବିତଂ ଚ ମେ ।
ସର୍ୱତଃ ସାରମାଦତ୍ତେ ଯଥା ମଧୁକରୋ ବୁଧଃ ॥ ୨॥
ପ୍ରଭୁ ! ଆପଣ ନିଜର କ୍ରୋଧ ସମ୍ବରଣ କରି ଦୟାକରି ମୋର ପ୍ରାର୍ଥନାକୁ
ଟିକିଏ ଧ୍ୟାନ ଦେଇ ଶୁଣନ୍ତୁ | ବୁଦ୍ଧିମାନ ପୁରୁଷ ଭ୍ରମର ପରି ସବୁ ଜାଗାରୁ ସାର ଗ୍ରହଣ
କରିଥାଆନ୍ତି |
ଅସ୍ମିନ୍ ଲୋକେଽଥବାମୁଷ୍ମିନ୍ ମୁନିଭିସ୍ତତ୍ତ୍ୱଦର୍ଶିଭିଃ ।
ଦୃଷ୍ଟା ଯୋଗାଃ ପ୍ରୟୁକ୍ତାଶ୍ଚ ପୁଂସାଂ ଶ୍ରେୟଃପ୍ରସିଦ୍ଧୟେ ॥ ୩॥
ତତ୍ତ୍ବଦର୍ଶୀ ମୁନିଜନ ଇହଲୋକ ଏବଂ ପରଲୋକରେ ମନୁଷ୍ୟର କଲ୍ୟାଣ
ନିମନ୍ତେ କୃଷି, ଅଗ୍ନିହୋତ୍ର ଆଦି
ଅନେକ ଉପାୟ ନିର୍ଦ୍ଦେଶ କରିଛନ୍ତି ଏବଂ କାର୍ଯ୍ୟତଃ ତାହାର ଉପଯୋଗ ମଧ୍ୟ କରିଛନ୍ତି |
ତାନାତିଷ୍ଠତି ଯଃ ସମ୍ୟଗୁପାୟାନ୍ ପୂର୍ୱଦର୍ଶିତାନ୍ ।
ଅବରଃ ଶ୍ରଦ୍ଧୟୋପେତ ଉପେୟାନ୍ ବିନ୍ଦତେଽଞ୍ଜସା ॥ ୪॥
ସେହି ପ୍ରାଚୀନ ଋଷି-ମୁନିମାନଙ୍କ ଦ୍ବାରା ନିର୍ଦ୍ଦେଶିତ ଉପାୟର ଯେଉଁ
ପୁରୁଷ ଶ୍ରଦ୍ଧାପୂର୍ବକ ଆଚରଣ କରନ୍ତି, ସେମାନେ ନିଜ ନିଜର
ଅଭୀଷ୍ଟ ଫଳ ସୁଗମତାରେ ପ୍ରାପ୍ତ କରିନିଅନ୍ତି |
ତାନନାଦୃତ୍ୟ ଯୋଽବିଦ୍ୱାନର୍ଥାନାରଭତେ ସ୍ୱୟମ୍ ।
ତସ୍ୟ ବ୍ୟଭିଚରନ୍ତ୍ୟର୍ଥା ଆରବ୍ଧାଶ୍ଚ ପୁନଃ ପୁନଃ ॥ ୫॥
କିନ୍ତୁ ଯେଉଁ ଅଜ୍ଞାନୀ ପୁରୁଷ ତାହାର ଅନାଦର କରି ନିଜ ମନଃକଳ୍ପିତ ଉପାୟର
ଆଶ୍ରୟ ଗ୍ରହଣ କରନ୍ତି, ସେମାନଙ୍କର ସବୁ
ଉପାୟ ଏବଂ ପ୍ରଯତ୍ନ ବାରମ୍ବାର ନିଷ୍ଫଳ ହୋଇଥାଏ |
ପୁରା ସୃଷ୍ଟା ହ୍ୟୋଷଧୟୋ ବ୍ରହ୍ମଣା ଯା ବିଶାମ୍ପତେ ।
ଭୁଜ୍ୟମାନା ମୟା ଦୃଷ୍ଟା ଅସଦ୍ଭିରଧୃତବ୍ରତୈଃ ॥ ୬॥
ହେ ରାଜନ୍ ! ପୂର୍ବକାଳରେ ବ୍ରହ୍ମାଜୀ ଯେଉଁ ଧାନ୍ୟ ଆଦି ଉତ୍ପନ୍ନ
କରିଥିଲେ, ମୁଁ ଲକ୍ଷ୍ୟ କଲି
ଯମ-ନିୟମାଦି ବ୍ରତ ପାଳନ କରୁ ନ ଥିବା ଦୁରାଚାରୀ ଲୋକ ତାହାକୁ ଭକ୍ଷଣ କରି ଚାଲିଛନ୍ତି |
ଅପାଲିତାନାଦୃତା ଚ ଭବଦ୍ଭିର୍ଲୋକପାଲକୈଃ ।
ଚୋରୀଭୂତେଽଥ ଲୋକେଽହଂ ଯଜ୍ଞାର୍ଥେଽଗ୍ରସମୋଷଧୀଃ ॥ ୭॥
ହେ ଲୋକରକ୍ଷକ ! ଆପଣଙ୍କ ପରି ରାଜାମାନେ ମୋର ପାଳନ ଏବଂ ଆଦର କରିବା
ଛାଡିଦେଲେ; ସେଥିପାଇଁ ଲୋକମାନେ
ଚୋର ହୋଇଗଲେ | ସେହି କାରଣରୁ ମୁଁ ଯଜ୍ଞ ନିମନ୍ତେ ଆବଶ୍ୟକୀୟ ଶସ୍ୟକୁ ନିଜ ଭିତରେ ଲୁଚାଇ ରଖିଲି
|
ନୂନଂ ତା ବୀରୁଧଃ କ୍ଷୀଣା ମୟି କାଲେନ ଭୂୟସା ।
ତତ୍ର ଯୋଗେନ ଦୃଷ୍ଟେନ ଭବାନାଦାତୁମର୍ହତି ॥ ୮॥
ଏବେ ଅଧିକ ସମୟ ଅତିବାହିତ ହୋଇଯାଇ ଥିବାରୁ ଅବଶ୍ୟ ସେହି ସବୁ ଧାନ୍ୟ
ମୋ ଉଦରରେ ଜୀର୍ଣ୍ଣ ହୋଇଯାଇଛି; ଆପଣ ତାହାକୁ ପୂର୍ବାଚାର୍ଯ୍ୟମାନଙ୍କ ଦ୍ବାରା ନିର୍ଦ୍ଦେଶିତ
ଉପାୟରେ କାଢି ନିଅନ୍ତୁ |
ବତ୍ସଂ କଲ୍ପୟ ମେ ବୀର ଯେନାହଂ ବତ୍ସଲା ତବ ।
ଧୋକ୍ଷ୍ୟେ କ୍ଷୀରମୟାନ୍ କାମାନନୁରୂପଂ ଚ ଦୋହନମ୍ ॥ ୯॥
ଦୋଗ୍ଧାରଂ ଚ ମହାବାହୋ ଭୂତାନାଂ ଭୂତଭାବନ ।
ଅନ୍ନମୀପ୍ସିତମୂର୍ଜସ୍ୱଦ୍ଭଗବାନ୍ ବାଞ୍ଛତେ ଯଦି ॥ ୧୦॥
ହେ ଲୋକପାଳକ ବୀର ! ଆପଣ ଯଦି ସମସ୍ତ ପ୍ରାଣୀଙ୍କର ଅଭୀଷ୍ଟ ଏବଂ ବଳ
ବୃଦ୍ଧିକାରୀ ଅନ୍ନ ଆବଶ୍ୟକ କରୁଛନ୍ତି, ତେବେ ଆପଣ ମୋ ପାଇଁ
ଯୋଗ୍ୟ ବାଛୁରୀ, ଦୋହନ ପାତ୍ର ଏବଂ
ଦୋହନକାରୀର ବ୍ୟବସ୍ଥା କରିଦିଅନ୍ତୁ; ମୁଁ ସେହି ବାଛୁରୀକୁ
ସ୍ନେହରେ ସ୍ତନ୍ୟପାନ କରାଇ ଦୁଗ୍ଧ ରୂପରେ ଆପଣଙ୍କୁ ସମସ୍ତ ଅଭୀଷ୍ଟ ବସ୍ତୁ ପ୍ରଦାନ କରିବି |
ସମାଂ ଚ କୁରୁ ମାଂ ରାଜନ୍ ଦେବବୃଷ୍ଟଂ ଯଥା ପୟଃ ।
ଅପର୍ତାବପି ଭଦ୍ରଂ ତେ ଉପାବର୍ତେତ ମେ ବିଭୋ ॥ ୧୧॥
ରାଜନ୍ ! ଆଉ ଗୋଟିଏ କଥା ଅଛି | ଆପଣଙ୍କୁ ମୋତେ ସମତଳ କରିବାକୁ ପଡିବ, ଯାହା ଫଳରେ ବର୍ଷାଋତୁ ଅତିବାହିତ ହୋଇଯିବା ପରେ ମୋ ଉପରେ
ଇନ୍ଦ୍ରଙ୍କ ଦ୍ବାରା ବର୍ଷଣ କରାଯାଇ ଥିବା ଜଳ ସର୍ବତ୍ର ରହିବ – ମୋ ଭିତରର ଆର୍ଦ୍ରତା ଶୁଷ୍କ
ହେବନାହିଁ | ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳକାରକ ହେବ |
ଇତି ପ୍ରିୟଂ ହିତଂ ବାକ୍ୟଂ ଭୁବ ଆଦାୟ ଭୂପତିଃ ।
ବତ୍ସଂ କୃତ୍ୱା ମନୁଂ ପାଣାବଦୁହତ୍ସକଲୌଷଧୀଃ ॥ ୧୨॥
ପୃଥିବୀ କହିଥିବା ପ୍ରିୟ ଏବଂ ହିତକାରୀ ବଚନ ସ୍ବୀକାର କରି, ମହାରାଜ
ପୃଥୁ ସ୍ବାୟମ୍ଭୂବ ମନୁଙ୍କୁ ବାଛୁରୀ କରି ନିଜ ହାତରେ ହିଁ ସମସ୍ତ ଧାନ୍ୟ ଦୋହନ କରିନେଲେ |
ତଥାପରେ ଚ ସର୍ୱତ୍ର ସାରମାଦଦତେ ବୁଧାଃ ।
ତତୋଽନ୍ୟେ ଚ ଯଥାକାମଂ ଦୁଦୁହୁଃ ପୃଥୁଭାବିତାମ୍ ॥ ୧୩॥
ପୃଥୁଙ୍କ ପରି ଅନ୍ୟ ବିଜ୍ଞଜନ ମଧ୍ୟ ସବୁ ଜାଗାରୁ ସାର ଗ୍ରହଣ
କରିନିଅନ୍ତି, ଅତଏବ ସେମାନେ ମଧ୍ୟ ପୃଥୁଙ୍କ ଦ୍ବାରା ବଶୀଭୂତ ହୋଇଥିବା ବସୁନ୍ଧରାଠାରୁ ନିଜ
ନିଜର ଅଭୀଷ୍ଟ ବସ୍ତୁ ଦୋହନ କରିନେଲେ |
ଋଷୟୋ ଦୁଦୁହୁର୍ଦେବୀମିନ୍ଦ୍ରିୟେଷ୍ୱଥ ସତ୍ତମ ।
ବତ୍ସଂ ବୃହସ୍ପତିଂ କୃତ୍ୱା ପୟଶ୍ଛନ୍ଦୋମୟଂ ଶୁଚି ॥ ୧୪॥
ଋଷିମାନେ ବୃହଷ୍ପତିଙ୍କୁ ବାଛୁରୀ କରି ଇନ୍ଦ୍ରିୟ (ବାଣୀ, ମନ ଏବଂ ଶ୍ରୋତ୍ର) ରୂପ ପାତ୍ରରେ ପୃଥିବୀ ଦେବୀଠାରୁ ବେଦରୂପ
ପବିତ୍ର ଦୁଗ୍ଧ ଦୋହନ କଲେ |
କୃତ୍ୱା ବତ୍ସଂ ସୁରଗଣା ଇନ୍ଦ୍ରଂ ସୋମମଦୂଦୁହନ୍ ।
ହିରଣ୍ମୟେନ ପାତ୍ରେଣ ବୀର୍ୟମୋଜୋ ବଲଂ ପୟଃ ॥ ୧୫॥
ଦେବତାମାନେ ଇନ୍ଦ୍ରଙ୍କୁ ବାଛୁରୀ ରୂପରେ କଳ୍ପନା କରି ସୁବର୍ଣ୍ଣମୟ
ପାତ୍ରରେ ଅମୃତ, ବୀର୍ଯ୍ୟ (ମନୋବଳ),
ଓଜ (ଇନ୍ଦ୍ରିୟବଳ) ଏବଂ ଶାରୀରିକ ବଳ ରୂପ ଦୁଗ୍ଧ ଦୋହନ କଲେ |
ଦୈତେୟା ଦାନବା ବତ୍ସଂ ପ୍ରହ୍ଲାଦମସୁରର୍ଷଭମ୍ ।
ବିଧାୟାଦୂଦୁହନ୍ କ୍ଷୀରମୟଃପାତ୍ରେ ସୁରାସବମ୍ ॥ ୧୬॥
ଦୈତ୍ୟ ଏବଂ ଦାନବମାନେ ଅସୁରଶ୍ରେଷ୍ଠ ପ୍ରହ୍ଲାଦଙ୍କୁ ବତ୍ସ କରି
ଲୌହପାତ୍ରରେ ମଦିରା ଏବଂ ଆସବ (ତାଡି ଆଦି) ରୂପ ଦୁଗ୍ଧ ଦୋହନ କଲେ |
ଗନ୍ଧର୍ୱାପ୍ସରସୋଽଧୁକ୍ଷନ୍ ପାତ୍ରେ ପଦ୍ମମୟେ ପୟଃ ।
ବତ୍ସଂ ବିଶ୍ୱାବସୁଂ କୃତ୍ୱା ଗାନ୍ଧର୍ୱଂ ମଧୁ ସୌଭଗମ୍ ॥ ୧୭॥
ଗନ୍ଧର୍ବ ଏବଂ ଅପସରାମାନେ ବିଶ୍ବାବସୁଙ୍କୁ ବାଛୁରୀ କରି କମଳରୂପ
ପାତ୍ରରେ ସଂଗୀତମାଧୁର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ରୂପ ଦୁଗ୍ଧ ଦୋହନ କଲେ |
ବତ୍ସେନ ପିତରୋଽର୍ୟମ୍ଣା କବ୍ୟଂ କ୍ଷୀରମଧୁକ୍ଷତ ।
ଆମପାତ୍ରେ ମହାଭାଗାଃ ଶ୍ରଦ୍ଧୟା ଶ୍ରାଦ୍ଧଦେବତାଃ ॥ ୧୮॥
ଶ୍ରାଦ୍ଧର ଅଧିଷ୍ଠାତା ମହାଭାଗ ପିତୃଗଣ ଅର୍ଯମା ନାମକ ପିତୃଶ୍ବରଙ୍କୁ
ବତ୍ସ କରି କଞ୍ଚା ମାଟିପାତ୍ରରେ ଶ୍ରଦ୍ଧାପୂର୍ବକ କବ୍ୟ (ପିଣ୍ଡ ଅନ୍ନ) ରୂପ ଦୁଗ୍ଧ ଦୋହନ କଲେ |
ପ୍ରକଲ୍ପ୍ୟ ବତ୍ସଂ କପିଲଂ ସିଦ୍ଧାଃ ସଙ୍କଲ୍ପନାମୟୀମ୍ ।
ସିଦ୍ଧିଂ ନଭସି ବିଦ୍ୟାଂ ଚ ଯେ ଚ ବିଦ୍ୟାଧରାଦୟଃ ॥ ୧୯॥
କପିଳଦେବଙ୍କୁ ବାଛୁରୀ କରି ଆକାଶରୂପ ପାତ୍ରରେ ସିଦ୍ଧମାନେ ଅଣିମାଦି
ଅଷ୍ଟସିଦ୍ଧି ତଥା ବିଦ୍ୟାଧରମାନେ ଆକାଶଗମନ ଆଦି ବିଦ୍ୟା ଦୋହନ କଲେ |
ଅନ୍ୟେ ଚ ମାୟିନୋ ମାୟାମନ୍ତର୍ଧାନାଦ୍ଭୁତାତ୍ମନାମ୍ ।
ମୟଂ ପ୍ରକଲ୍ପ୍ୟ ବତ୍ସଂ ତେ ଦୁଦୁହୁର୍ଧାରଣାମୟୀମ୍ ॥ ୨୦॥
କିମ୍ପୁରୁଷ ଆଦି ଅନ୍ୟ ମାୟାବୀମାନେ ମୟଦାନବକୁ ବାଛୁରୀ କଲେ ତଥା
ଅନ୍ତର୍ଧାନ ହୋଇଯିବା, ବିଚିତ୍ର ରୂପ ଧାରଣ
କରିବା ଆଦି ସଂକଳ୍ପମୟୀ ମାୟାକୁ ଦୁଗ୍ଧ ରୂପରେ ଦୋହନ କଲେ |
ଯକ୍ଷରକ୍ଷାଂସି ଭୂତାନି ପିଶାଚାଃ ପିଶିତାଶନାଃ ।
ଭୂତେଶବତ୍ସା ଦୁଦୁହୁଃ କପାଲେ କ୍ଷତଜାସବମ୍ ॥ ୨୧॥
ସେହିପରି ଯକ୍ଷ-ରାକ୍ଷସ ଏବଂ ଭୂତ-ପ୍ରେତାଦି ମାଂସାହାରୀମାନେ ଭୂତନାଥ
ରୁଦ୍ରଙ୍କୁ ବାଛୁରୀ କରି କପାଳରୂପ ପାତ୍ରରେ ରୁଧିରାସବରୂପ ଦୁଗ୍ଧ ଦୋହନ କଲେ |
ତଥାହୟୋ ଦନ୍ଦଶୂକାଃ ସର୍ପା ନାଗାଶ୍ଚ ତକ୍ଷକମ୍ ।
ବିଧାୟ ବତ୍ସଂ ଦୁଦୁହୁର୍ବିଲପାତ୍ରେ ବିଷଂ ପୟଃ ॥ ୨୨॥
ଫଣାହୀନ ସର୍ପ, ଫଣାଧାରୀ ସର୍ପ, ନାଗ ଏବଂ ବିଛା ଆଦି ବିଷାକ୍ତ ଜନ୍ତୁ ତକ୍ଷକଙ୍କୁ ବାଛୁରୀ କରି
ମୁଖରୂପ ପାତ୍ରରେ ବିଷରୂପ ଦୁଗ୍ଧ ଦୋହନ କଲେ |
ପଶବୋ ଯବସଂ କ୍ଷୀରଂ ବତ୍ସଂ କୃତ୍ୱା ଚ ଗୋବୃଷମ୍ ।
ଅରଣ୍ୟପାତ୍ରେ ଚାଧୁକ୍ଷନ୍ ମୃଗେନ୍ଦ୍ରେଣ ଚ ଦଂଷ୍ଟ୍ରିଣଃ ॥ ୨୩॥
କ୍ରବ୍ୟାଦାଃ ପ୍ରାଣିନଃ କ୍ରବ୍ୟଂ ଦୁଦୁହୁଃ ସ୍ୱେ କଲେବରେ ।
ସୁପର୍ଣବତ୍ସା ବିହଗାଶ୍ଚରଂ ଚାଚରମେବ ଚ ॥ ୨୪॥
ପଶୁମାନେ ଭଗବାନ ରୁଦ୍ରଙ୍କର ବାହନ ବୃଷଭକୁ ବତ୍ସ କରି ବନରୂପ
ପାତ୍ରରେ ତୃଣରୂପ ଦୁଗ୍ଧ ଦୋହନ କଲେ | ବଡ ବଡ ଦନ୍ତଯୁକ୍ତ ମାଂସଭକ୍ଷୀ ଜୀବ ସିଂହରୂପୀ ବାଛୁରୀ
ଦ୍ବାରା ନିଜ ଶରୀରରୂପ ପାତ୍ରରେ କଞ୍ଚା ମାଂସରୂପ ଦୁଗ୍ଧ ଦୋହନ କଲେ ତଥା ଗରୁଡ଼ଙ୍କୁ ବାଛୁରୀ
କରି ପକ୍ଷୀମାନେ କୀଟପତଙ୍ଗ ଆଦି ଚର ଏବଂ ଫଳ ଆଦି ଅଚର ପଦାର୍ଥକୁ ଦୁଗ୍ଧରୂପରେ ଦୋହନ କଲେ |
ବଟବତ୍ସା ବନସ୍ପତୟଃ ପୃଥଗ୍ରସମୟଂ ପୟଃ ।
ଗିରୟୋ ହିମବଦ୍ୱତ୍ସା ନାନାଧାତୂନ୍ ସ୍ୱସାନୁଷୁ ॥ ୨୫॥
ବୃକ୍ଷମାନେ ବଟବୃକ୍ଷକୁ ବତ୍ସ କରି ଅନେକ ପ୍ରକାରର ରସରୂପ ଦୁଗ୍ଧ
ଦୋହନ କଲେ ଏବଂ ପର୍ବତମାନେ ହିମାଳୟରୂପ ବାଛୁରୀ ଦ୍ବାରା ନିଜ ଶିଖରରୂପ ପାତ୍ରରେ ଅନେକ ପ୍ରକାର
ଧାତୁ ଦୋହନ କଲେ |
ସର୍ୱେ ସ୍ୱମୁଖ୍ୟବତ୍ସେନ ସ୍ୱେ ସ୍ୱେ ପାତ୍ରେ ପୃଥକ୍ପୟଃ ।
ସର୍ୱକାମଦୁଘାଂ ପୃଥ୍ୱୀଂ ଦୁଦୁହୁଃ ପୃଥୁଭାବିତାମ୍ ॥ ୨୬॥
ପୃଥିବୀ ତ ସବୁ ଅଭୀଷ୍ଟ ପଦାର୍ଥ ପ୍ରଦାନ କରିବାକୁ ସମର୍ଥ ଏବଂ
ବର୍ତ୍ତମାନ ସେ ପୃଥୁଙ୍କର ଅଧୀନସ୍ତ ଅଟେ | ସେଥିପାଇଁ ସମସ୍ତେ ନିଜ ନିଜ ଜାତିର ମୁଖ୍ୟଙ୍କୁ
ବାଛୁରୀ କରି ଭିନ୍ନ ଭିନ୍ନ ପାତ୍ରରେ ତା’ଠାରୁ ଭିନ୍ନ ଭିନ୍ନ
ପ୍ରକାରର ବସ୍ତୁ ଦୁଗ୍ଧରୂପରେ ଦୋହନ କରିନେଲେ |
ଏବଂ ପୃଥ୍ୱାଦୟଃ ପୃଥ୍ୱୀମନ୍ନାଦାଃ ସ୍ୱନ୍ନମାତ୍ମନଃ ।
ଦୋହବତ୍ସାଦି ଭେଦେନ କ୍ଷୀରଭେଦଂ କୁରୂଦ୍ୱହ ॥ ୨୭॥
ହେ କୁରୁଶ୍ରେଷ୍ଠ ବିଦୁର ! ଏହିରୂପେ ପୃଥୁ ଆଦି ସବୁ ଅନ୍ନ-ଭୋଜୀ
ଭିନ୍ନ ଭିନ୍ନ ଦୋହନ-ପାତ୍ର ଏବଂ ବାଛୁରୀଙ୍କ ଦ୍ବାରା ନିଜ ପାଇଁ ବିଭିନ୍ନ ଅନ୍ନ-ରୂପ ଦୁଗ୍ଧ
ପୃଥିବୀରୁ ଦୋହନ କଲେ |
ତତୋ ମହୀପତିଃ ପ୍ରୀତଃ ସର୍ୱକାମଦୁଘାଂ ପୃଥୁଃ ।
ଦୁହିତୃତ୍ୱେ ଚକାରେମାଂ ପ୍ରେମ୍ଣା ଦୁହିତୃବତ୍ସଲଃ ॥ ୨୮॥
ଏହା ଦ୍ବାରା ମହାରାଜ ପୃଥୁ ଏତେ ପ୍ରସନ୍ନ ହେଲେ ଯେ
ସର୍ବକାମପୂର୍ଣ୍ଣକାରୀ ପୃଥିବୀ ପ୍ରତି ତାଙ୍କ ମନରେ ବାତ୍ସଲ୍ୟ ସ୍ନେହ ଜାତ ହେଲା ଏବଂ ପୃଥିବୀକୁ
ସେ ନିଜ କନ୍ୟା ରୂପେ ସ୍ବୀକାର କଲେ |
ଚୂର୍ଣୟନ୍ ସ୍ୱଧନୁଷ୍କୋଟ୍ୟା ଗିରିକୂଟାନି ରାଜରାଟ୍ ।
ଭୂମଣ୍ଡଲମିଦଂ ବୈନ୍ୟଃ ପ୍ରାୟଶ୍ଚକ୍ରେ ସମଂ ବିଭୁଃ ॥ ୨୯॥
ତତପଶ୍ଚାତ୍ ରାଜାଧିରାଜ ପୃଥୁ ନିଜ ଧନୁର କୋଣରେ ସବୁ ପର୍ବତକୁ
ଭାଙ୍ଗି ସମଗ୍ର ଭୂମଣ୍ଡଳକୁ ପ୍ରାୟତଃ ସମତଳ କରିଦେଲେ |
ଅଥାସ୍ମିନ୍ ଭଗବାନ୍ ବୈନ୍ୟଃ ପ୍ରଜାନାଂ ବୃତ୍ତିଦଃ ପିତା ।
ନିବାସାନ୍ କଲ୍ପୟାଞ୍ଚକ୍ରେ ତତ୍ର ତତ୍ର ଯଥାର୍ହତଃ ॥ ୩୦॥
ପିତୃତୁଲ୍ୟ ସେ ନିଜ ପ୍ରଜାବର୍ଗର ପାଳନ-ପୋଷଣର ବ୍ୟବସ୍ଥା କରିବାକୁ
ଯାଇ ସେହି ସମତଳ ଭୂମିରେ ସେମାନଙ୍କ ପାଇଁ ଯଥାଯୋଗ୍ୟ ନିବାସସ୍ଥାନର ବିଭାଜନ କରିଦେଲେ |
ଗ୍ରାମାନ୍ ପୁରଃ ପତ୍ତନାନି ଦୁର୍ଗାଣି ବିବିଧାନି ଚ ।
ଘୋଷାନ୍ ବ୍ରଜାନ୍ ସଶିବିରାନାକରାନ୍ ଖେଟଖର୍ୱଟାନ୍ ॥ ୩୧॥
ସେହି ଉଦ୍ଦେଶ୍ୟରେ ସେ ଅନେକ ଗ୍ରାମ, ବସ୍ତି, ନଗର, ଦୁର୍ଗ, ଅହୀର ବସ୍ତି, ପଶୁମାନଙ୍କର ନିବାସ ସ୍ଥାନ,
ଛାଉଣୀ, କୃଷକମାନଙ୍କର ଗ୍ରାମ, ପାହାଡ ତଳଦେଶରେ ଗ୍ରାମ ବସାଇଲେ |
ପ୍ରାକ୍ପୃଥୋରିହ ନୈବୈଷା ପୁରଗ୍ରାମାଦି କଲ୍ପନା ।
ଯଥାସୁଖଂ ବସନ୍ତି ସ୍ମ ତତ୍ର ତତ୍ରାକୁତୋଭୟାଃ ॥ ୩୨॥
ମହାରାଜ ପୃଥୁଙ୍କ ପୂର୍ବରୁ ଏହି ଧରାଧାମରେ ପୁର-ଗ୍ରାମ ଆଦି ବିଭାଗ ନ
ଥିଲା; ସବୁ ଲୋକ ନିଜ ନିଜ
ସୁବିଧା ଅନୁସାରେ ଯେଉଁଠି-ସେଇଠି ବାସ କରୁଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୃଥୁବିଜୟେ ଅଷ୍ଟାଦଶୋଽଧ୍ୟାୟଃ ॥ ୧୮॥

Comments
Post a Comment