ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ॥
ପଞ୍ଚବିଂଶ ଅଧ୍ୟାୟ
ପୁରଞ୍ଜନ ଉପାଖ୍ୟାନର ପ୍ରାରମ୍ଭ
ମୈତ୍ରେୟ ଉବାଚ
ଇତି ସନ୍ଦିଶ୍ୟ ଭଗବାନ୍ ବାର୍ହିଷଦୈରଭିପୂଜିତଃ ।
ପଶ୍ୟତାଂ ରାଜପୁତ୍ରାଣାଂ ତତ୍ରୈବାନ୍ତର୍ଦଧେ ହରଃ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ପ୍ରଚେତାମାନଙ୍କୁ ଭଗବାନ ଶଂକର
ଏହିପରି ଉପଦେଶ ଦେଇଥିଲେ | ପ୍ରଚେତାମାନେ ମଧ୍ୟ ଅତ୍ୟନ୍ତ ଭକ୍ତିଭାବରେ ଭଗବାନ ଶଂକରଙ୍କର ପୂଜା
କଲେ ଏବଂ ତାପରେ ସେ ସେମାନଙ୍କ ସମ୍ମୁଖରେ ହିଁ ସେଠାରୁ ଅନ୍ତର୍ଧାନ ହୋଇଗଲେ |
ରୁଦ୍ରଗୀତଂ ଭଗବତଃ ସ୍ତୋତ୍ରଂ ସର୍ୱେ ପ୍ରଚେତସଃ ।
ଜପନ୍ତସ୍ତେ ତପସ୍ତେପୁର୍ୱର୍ଷାଣାମୟୁତଂ ଜଲେ ॥ ୨॥
ସବୁ ପ୍ରଚେତା ଜଳ ମଧ୍ୟରେ ଠିଆ ହୋଇ ଭଗବାନ ରୁଦ୍ରଙ୍କ ଦ୍ବାରା
ଉପଦେଶିତ ସ୍ତୋତ୍ର ଜପ କରି ଦଶ ହଜାର ବର୍ଷ ତପସ୍ୟା କଲେ |
ପ୍ରାଚୀନବର୍ହିଷଂ କ୍ଷତ୍ତଃ କର୍ମସ୍ୱାସକ୍ତମାନସମ୍ ।
ନାରଦୋଽଧ୍ୟାତ୍ମତତ୍ତ୍ୱଜ୍ଞଃ କୃପାଲୁଃ ପ୍ରତ୍ୟବୋଧୟତ୍ ॥ ୩॥
ସେହି ଦିନମାନଙ୍କରେ ରାଜା ପ୍ରାଚୀନବର୍ହିଙ୍କର ଚିତ୍ତ କର୍ମକାଣ୍ଡରେ
ବହୁତ ଆସକ୍ତ ହୋଇ ଯାଇଥିଲା | ତାଙ୍କୁ ଅଧ୍ୟାତ୍ମବିଦ୍ୟା-ବିଶାରଦ ପରମ କୃପାଳୁ ଦେବର୍ଷି ନାରଦ
ଉପଦେଶ ଦେଲେ |
ଶ୍ରେୟସ୍ତ୍ୱଂ କତମଦ୍ରାଜନ୍ କର୍ମଣାଽଽତ୍ମନ ଈହସେ ।
ଦୁଃଖହାନିଃ ସୁଖାବାପ୍ତିଃ ଶ୍ରେୟସ୍ତନ୍ନେହ ଚେଷ୍ୟତେ ॥ ୪॥
ସେ କହିଲେ, ‘ରାଜନ୍ ! ଏହି ସବୁ
କର୍ମ ଦ୍ବାରା ତୁମେ କେଉଁ କଲ୍ୟାଣ ଇଚ୍ଛା କରୁଛ ? ଦୁଃଖର ଆତ୍ୟନ୍ତିକ ନାଶ ଏବଂ
ପରମାନନ୍ଦ-ପ୍ରାପ୍ତିର ନାମ ହିଁ କଲ୍ୟାଣ ଅଟେ;
ତାହା ତ କର୍ମ ଦ୍ବାରା ମିଳି ନ ଥାଏ |’
ରାଜୋବାଚ
ନ ଜାନାମି ମହାଭାଗ ପରଂ କର୍ମାପବିଦ୍ଧଧୀଃ ।
ବ୍ରୂହି ମେ ବିମଲଂ ଜ୍ଞାନଂ ଯେନ ମୁଚ୍ୟେୟ କର୍ମଭିଃ ॥ ୫॥
ରାଜା କହିଲେ – ମହାଭାଗ ଦେବର୍ଷି ! ମୋର ବୁଦ୍ଧି କର୍ମରେ ଜଡିତ
ହୋଇଯାଇଛି; ସେଥିପାଇଁ ପରମ
କଲ୍ୟାଣ ବିଷୟରେ ମୁଁ କିଛି ଜାଣେନାହିଁ | ଆପଣ କୃପା କରି ମୋତେ ବିଶୁଦ୍ଧ ଜ୍ଞାନର ଉପଦେଶ
ପ୍ରଦାନ କରନ୍ତୁ, ଯଦ୍ବାରା ମୁଁ ଏହି
କର୍ମବନ୍ଧନରୁ ମୁକ୍ତ ହୋଇଯିବି |
ଗୃହେଷୁ କୂଟଧର୍ମେଷୁ ପୁତ୍ରଦାରଧନାର୍ଥଧୀଃ ।
ନ ପରଂ ବିନ୍ଦତେ ମୂଢୋ ଭ୍ରାମ୍ୟନ୍ ସଂସାରବର୍ତ୍ମସୁ ॥ ୬॥
ଯେଉଁ ପୁରୁଷ କପଟଧର୍ମମୟ ଗୃହସ୍ଥାଶ୍ରମରେ ରହି ପୁତ୍ର, ସ୍ତ୍ରୀ ଏବଂ ଧନକୁ ହିଁ ପରମ ପୁରୁଷାର୍ଥ ମନେକରନ୍ତି, ସେ ଅଜ୍ଞାନବଶ ସଂସାରାରଣ୍ୟରେ ଭ୍ରମିତ ହେଉଥିବା କାରଣରୁ ସେହି ପରମ
କଲ୍ୟାଣକୁ ପ୍ରାପ୍ତ କରିପାରନ୍ତି ନାହିଁ |
ନାରଦ ଉବାଚ
ଭୋ ଭୋଃ ପ୍ରଜାପତେ ରାଜନ୍ ପଶୂନ୍ ପଶ୍ୟ ତ୍ୱୟାଧ୍ୱରେ ।
ସଞ୍ଜ୍ଞାପିତାଞ୍ଜୀବସଙ୍ଘାନ୍ ନିର୍ଘୃଣେନ ସହସ୍ରଶଃ ॥ ୭॥
ଦେବର୍ଷି ନାରଦ କହିଲେ – ଦେଖ ରାଜନ୍ ! ହଜାର ହଜାର ସଂଖ୍ୟାରେ ଯେଉଁ
ପଶୁମାନଙ୍କୁ ତୁମେ ଯଜ୍ଞରେ ନିର୍ଦ୍ଦୟତାପୂର୍ବକ ବଳି ଦେଇଛ, ସେମାନଙ୍କୁ ଆକାଶରେ ଦେଖ |
ଏତେ ତ୍ୱାଂ ସମ୍ପ୍ରତୀକ୍ଷନ୍ତେ ସ୍ମରନ୍ତୋ ବୈଶସଂ ତବ ।
ସମ୍ପରେତମୟଃକୂଟୈଶ୍ଛିନ୍ଦନ୍ତ୍ୟୁତ୍ଥିତମନ୍ୟବଃ ॥ ୮॥
ଏମାନେ ସମସ୍ତେ ତୁମ ଦ୍ବାରା ପ୍ରାପ୍ତ ପୀଡାର ସ୍ମରଣ କରି ପ୍ରତିଶୋଧ
ନେବା ପାଇଁ ତୁମର ଅପେକ୍ଷା କରିଛନ୍ତି | ମୃତ୍ୟୁ ପରେ ତୁମେ ଯେତେବେଳେ ପରଲୋକକୁ ଯିବ, ଏମାନେ
ଅତ୍ୟନ୍ତ କ୍ରୋଧରେ ନିଜର ଲୁହା ପରି ଶିଂଘରେ ତୁମ ଶରୀରକୁ ଛେଦନ କରିବେ |
ଅତ୍ର ତେ କଥୟିଷ୍ୟେଽମୁମିତିହାସଂ ପୁରାତନମ୍ ।
ପୁରଞ୍ଜନସ୍ୟ ଚରିତଂ ନିବୋଧ ଗଦତୋ ମମ ॥ ୯॥
ଏହି ବିଷୟରେ ମୁଁ ତୁମକୁ ଏକ ପ୍ରାଚୀନ ଆଖ୍ୟାନ ଶୁଣାଉଛି | ଏହା ରାଜା
ପୁରଞ୍ଜନଙ୍କର ଚରିତ୍ର ଅଟେ; ଏହାକୁ ତୁମେ ସାବଧାନ
ହୋଇ ଶୁଣ |
ଆସୀତ୍ପୁରଞ୍ଜନୋ ନାମ ରାଜା ରାଜନ୍ ବୃହଚ୍ଛ୍ରବାଃ ।
ତସ୍ୟାବିଜ୍ଞାତନାମାଽଽସୀତ୍ସଖାବିଜ୍ଞାତଚେଷ୍ଟିତଃ ॥ ୧୦॥
ରାଜନ୍ ! ପୂର୍ବକାଳରେ ପୁରଞ୍ଜନ ନାମରେ ଜଣେ ଅତିଶୟ ଯଶସ୍ବୀ ରାଜା
ଥିଲେ | ତାଙ୍କର ଅବିଜ୍ଞାତ ନାମକ ଜଣେ ମିତ୍ର ଥିଲେ | କେହି ମଧ୍ୟ ତାଙ୍କର କାର୍ଯ୍ୟ-କଳାପକୁ
ବୁଝିପାରୁ ନ ଥିଲେ |
ସୋଽନ୍ୱେଷମାଣଃ ଶରଣଂ ବଭ୍ରାମ ପୃଥିବୀଂ ପ୍ରଭୁଃ ।
ନାନୁରୂପଂ ଯଦାବିନ୍ଦଦଭୂତ୍ସ ବିମନା ଇବ ॥ ୧୧॥
ରାଜା ପୁରଞ୍ଜନ ନିଜ ପାଇଁ ରହିବା ଯୋଗ୍ୟ ଏକ ସ୍ଥାନର ଅନ୍ବେଷଣରେ ସାରା
ପୃଥିବୀ ଭ୍ରମଣ କଲେ, ତଥାପି ତାଙ୍କୁ ନିଜ
ଇଚ୍ଛା ମୁତାବକ କୌଣସି ସ୍ଥାନ ମିଳିଲା ନାହିଁ;
ସେ ଉଦାସ ରହିଲେ |
ନ ସାଧୁ ମେନେ ତାଃ ସର୍ୱା ଭୂତଲେ ଯାବତୀଃ ପୁରଃ ।
କାମାନ୍ କାମୟମାନୋଽସୌ ତସ୍ୟ ତସ୍ୟୋପପତ୍ତୟେ ॥ ୧୨॥
ତାଙ୍କର ଅନେକ ପ୍ରକାରର ଭୋଗ-ଲାଳସା ରହିଥିଲା; ସେହି ଭୋଗ କରିବା ପାଇଁ ସେ ସଂସାରରେ ଯେତେ ନଗର ଦେଖିଲେ, କୌଣସି ଗୋଟିଏ ବି ତାଙ୍କର ପସନ୍ଦ ହେଲା ନାହିଁ |
ସ ଏକଦା ହିମବତୋ ଦକ୍ଷିଣେଷ୍ୱଥ ସାନୁଷୁ ।
ଦଦର୍ଶ ନବଭିର୍ଦ୍ୱାର୍ଭିଃ ପୁରଂ ଲକ୍ଷିତଲକ୍ଷଣାମ୍ ॥ ୧୩॥
ଦିନେ ସେ ହିମାଳୟର ଦକ୍ଷିଣ ତଟବର୍ତ୍ତୀ ଶିଖରରେ କର୍ମଭୂମି
ଭାରତବର୍ଷରେ ଏକ ନବଦ୍ବାରବିଶିଷ୍ଟ ନଗର ଦେଖିଲେ | ତାହା ସବୁ ପ୍ରକାରର ସୁଲକ୍ଷଣ-ସମ୍ପନ୍ନ ଥିଲା
|
ପ୍ରାକାରୋପବନାଟ୍ଟାଲପରିଖୈରକ୍ଷତୋରଣୈଃ ।
ସ୍ୱର୍ଣରୌପ୍ୟାୟସୈଃ ଶୃଙ୍ଗୈଃ ସଙ୍କୁଲାଂ ସର୍ୱତୋ ଗୃହୈଃ ॥ ୧୪॥
ତାହାର ଚତୁର୍ଦ୍ଦିଗ ବଡ ବଡ ପ୍ରାଚୀର, ବଗିଚା, ଅଟ୍ଟାଳିକା, ଖାଈ
ଏବଂ ରାଜଦ୍ବାର ଆଦିରେ ସୁଶୋଭିତ ଥିଲା ଏବଂ ତାହା ସୁନା, ରୂପା, ଲୌହ ଶିଖରଯୁକ୍ତ ବିଶାଳ ଭବନରେ ଭରା ହୋଇଥିଲା |
ନୀଲସ୍ଫଟିକବୈଦୂର୍ୟମୁକ୍ତାମରକତାରୁଣୈଃ ।
କୢପ୍ତହର୍ମ୍ୟସ୍ଥଲୀଂ ଦୀପ୍ତାଂ ଶ୍ରିୟା ଭୋଗବତୀମିବ ॥ ୧୫॥
ସେଥିରେ ଥିବା ମହଲର ଚଟାଣ ନୀଳମଣି, ସ୍ଫଟିକ, ବୈଦୁର୍ଯ୍ୟ, ମୋତି, ପନ୍ନା ଆଦି ବହୁମୂଲ୍ୟ ରତ୍ନ-ନିର୍ମିତ ଥିଲା | ନିଜ କାନ୍ତିରେ ତାହା
ନାଗମାନଙ୍କର ରାଜଧାନୀ ଭୋଗବତୀପୁରୀ ସଦୃଶ ମନେ ହେଉଥିଲା |
ସଭାଚତ୍ୱରରଥ୍ୟାଭିରାକ୍ରୀଡାୟତନାପଣୈଃ ।
ଚୈତ୍ୟଧ୍ୱଜପତାକାଭିର୍ୟୁକ୍ତାଂ ବିଦ୍ରୁମବେଦିଭିଃ ॥ ୧୬॥
ସେଥିରେ ଯେଉଁଠି-ସେଇଠି ଅନେକ ସଭା-ଭବନ, ଚାରିଛକ, ସଡକ, କ୍ରୀଡାଭବନ, ବଜାର,
ବିଶ୍ରାମଗୃହ, ଧ୍ବଜା-ପତାକାରେ ଶୋଭିତ ଚୌତରା ଆଦି ରହିଥିଲା |
ପୁର୍ୟାସ୍ତୁ ବାହ୍ୟୋପବନେ ଦିବ୍ୟଦ୍ରୁମଲତାକୁଲେ ।
ନଦଦ୍ୱିହଙ୍ଗାଲିକୁଲକୋଲାହଲଜଲାଶୟେ ॥ ୧୭॥
ସେହି ନଗର ବାହାରେ ଦିବ୍ୟ ବୃକ୍ଷ-ଲତାରେ ପରିପୂର୍ଣ୍ଣ ଏକ ସୁନ୍ଦର
ବଗିଚା ଥିଲା, ଯାହାର ମଧ୍ୟଭାଗ ଏକ
ସରୋବରରେ ସୁଶୋଭିତ ଥିଲା | ଅନେକ ପ୍ରକାରର ପକ୍ଷୀମାନଙ୍କର କଳରବ ଏବଂ ଭ୍ରମର ଗୁଞ୍ଜରଣରେ ତାହା
ମୁଖରିତ ଥିଲା |
ହିମନିର୍ଝରବିପ୍ରୁଷ୍ମତ୍କୁସୁମାକରବାୟୁନା ।
ଚଲତ୍ପ୍ରବାଲବିଟପନଲିନୀତଟସମ୍ପଦି ॥ ୧୮॥
ସରୋବର ତଟଦେଶରେ ଥିବା ବୃକ୍ଷମାନଙ୍କର ଡାଳ-ପତ୍ର ଝରଣାର ଶୀତଳ
ଜଳକଣକୁ ନେଇ ପ୍ରବାହିତ ବାସନ୍ତୀ ବାୟୁରେ ଦୋଳାୟମାନ ହୋଇ ତଟବର୍ତ୍ତୀ ଭୂମିର ଶୋଭା ବୃଦ୍ଧି
କରୁଥିଲେ |
ନାନାରଣ୍ୟମୃଗବ୍ରାତୈରନାବାଧେ ମୁନିବ୍ରତୈଃ ।
ଆହୂତଂ ମନ୍ୟତେ ପାନ୍ଥୋ ଯତ୍ର କୋକିଲକୂଜିତୈଃ ॥ ୧୯॥
ସେଠାରେ ବାସ କରୁଥିବା ବଣ୍ୟପଶୁମାନେ ମଧ୍ୟ ମୁନିଜନୋଚିତ ଅହିଂସାଦି
ବ୍ରତ ପାଳନ କରୁଥିଲେ; ସେଥିପାଇଁ ସେମାନଙ୍କ
ଦ୍ବାରା କାହାକୁ କଷ୍ଟ ମିଳୁ ନ ଥିଲା | କୋକିଳର ଧ୍ବନି ବାଟୋଇମାନଙ୍କ ମନରେ ଏହି ଭ୍ରମ ଉତ୍ପନ୍ନ
କରୁଥିଲା ସତେ ଯେମିତି ସେହି ବଗିଚା ସେମାନଙ୍କୁ ବିଶ୍ରାମ ଗ୍ରହଣ କରିବାକୁ ଆମନ୍ତ୍ରିତ କରୁଛି |
ଯଦୃଚ୍ଛୟାଽଽଗତାଂ ତତ୍ର ଦଦର୍ଶ ପ୍ରମଦୋତ୍ତମାମ୍ ।
ଭୃତ୍ୟୈର୍ଦଶଭିରାୟାନ୍ତୀମେକୈକଶତନାୟକୈଃ ॥ ୨୦॥
ସେହି ଅଦ୍ଭୁତ ବଣରେ ଘୂରି ବୁଲୁଥିବା ସମୟରେ ରାଜା ପୁରଞ୍ଜନ ଏକ
ସୁନ୍ଦରୀକୁ ଦେଖିବାକୁ ପାଇଥିଲେ | ତା’ ସହିତ ଦଶଜଣ ସେବକ
ଥିଲେ; ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଶହ-ଶହ ନାୟିକାଙ୍କର ପତି ଥିଲେ |
ପଞ୍ଚଶୀର୍ଷାହିନା ଗୁପ୍ତାଂ ପ୍ରତୀହାରେଣ ସର୍ୱତଃ ।
ଅନ୍ୱେଷମାଣାମୃଷଭମପ୍ରୌଢାଂ କାମରୂପିଣୀମ୍ ॥ ୨୧॥
ପଞ୍ଚଫଣବିଶିଷ୍ଟ ଗୋଟିଏ ସର୍ପ ତାହାର
ଦ୍ବାରପାଳ ଥିଲା, ଯିଏ ତାକୁ ସବୁ ଦିଗରୁ ରକ୍ଷା କରୁଥିଲା | ସେହି ସୁନ୍ଦରୀ ସରଳା-ନିରୀହା
କିଶୋରୀ ଥିଲା ଏବଂ ବିବାହ କରିବା ପାଇଁ ଶ୍ରେଷ୍ଠ ପୁରୁଷର ଅନ୍ବେଷଣ କରୁଥିଲା |
ସୁନାସାଂ ସୁଦତୀଂ ବାଲାଂ ସୁକପୋଲାଂ ବରାନନାମ୍ ।
ସମବିନ୍ୟସ୍ତକର୍ଣାଭ୍ୟାଂ ବିଭ୍ରତୀଂ କୁଣ୍ଡଲଶ୍ରିୟମ୍ ॥ ୨୨॥
ତା’ର ନାସିକା, ଦନ୍ତପଂକ୍ତି, କପୋଳ ଏବଂ ମୁଖ ବହୁତ
ସୁନ୍ଦର ଥିଲା | କାନରେ କୁଣ୍ଡଳ ଝଲମଲ ହେଉଥିଲା |
ପିଶଙ୍ଗନୀବୀଂ ସୁଶ୍ରୋଣୀଂ ଶ୍ୟାମାଂ କନକମେଖଲାମ୍ ।
ପଦ୍ଭ୍ୟାଂ କ୍ୱଣଦ୍ଭ୍ୟାଂ ଚଲତୀଂ ନୂପୁରୈର୍ଦେବତାମିବ ॥ ୨୩॥
ତା’ର ରଙ୍ଗ ଶ୍ୟାମଳ ଥିଲା, କଟିଦେଶ ଅତି ସୁନ୍ଦର ଥିଲା | ସେ ପୀତ ବର୍ଣ୍ଣର ଶାଢୀ ଏବଂ
ସୁବର୍ଣ୍ଣ କମରବନ୍ଦ ପରିଧାନ କରିଥିଲା | ଚାଲୁଥିବା ସମୟରେ ତା’ର ଚରଣର ନୂପୁର ଝଙ୍କାର ସୃଷ୍ଟି କରୁଥିଲା | ଅଧିକ କ’ଣ କହିବା, ଦେଖିବାକୁ ସେ
ସାକ୍ଷାତ ଜଣେ ଦେବୀ ପ୍ରତୀତ ହେଉଥିଲା |
ସ୍ତନୌ ବ୍ୟଞ୍ଜିତକୈଶୋରୌ ସମବୃତ୍ତୌ ନିରନ୍ତରୌ ।
ବସ୍ତ୍ରାନ୍ତେନ ନିଗୂହନ୍ତୀଂ ବ୍ରୀଡୟା ଗଜଗାମିନୀମ୍ ॥ ୨୪॥
ସେହି ଗଜଗାମିନୀ କନ୍ୟା କିଶୋରାବସ୍ଥାର ସୂଚକ ତା’ର ଉନ୍ନତ ସୁଗୋଲ ସ୍ତନଯୁଗଳକୁ ଲଜ୍ଜାବଶତଃ ବାରମ୍ବାର ନିଜ ଅଞ୍ଚଳରେ
ଆବୃତ କରିବାରେ ଲାଗିଥିଲା |
ତାମାହ ଲଲିତଂ ବୀରଃ ସବ୍ରୀଡସ୍ମିତଶୋଭନାମ୍ ।
ସ୍ନିଗ୍ଧେନାପାଙ୍ଗପୁଙ୍ଖେନ ସ୍ପୃଷ୍ଟଃ ପ୍ରେମୋଦ୍ଭ୍ରମଦ୍ଭ୍ରୁବା ॥
୨୫॥
ତା’ର ପ୍ରେମଭରା
ଭ୍ରୁକୁଟିର ଘୂର୍ଣ୍ଣନ ଏବଂ ବାଙ୍କ ଚାହାଣୀର ବାଣରେ ଆହତ ହୋଇ ବୀର ପୁରଞ୍ଜନ ସେହି ଲଜ୍ଜାଯୁକ୍ତ
ସ୍ମିତହାସ୍ୟରେ ଆହୁରି ସୁନ୍ଦର ଦେଖା ଯାଉଥିବା ଦେବୀଙ୍କୁ ମଧୁରବାଣୀରେ କହିଲେ -
କା ତ୍ୱଂ କଞ୍ଜପଲାଶାକ୍ଷି କସ୍ୟାସୀହ କୁତଃ ସତି ।
ଇମାମୁପ ପୁରୀଂ ଭୀରୁ କିଂ ଚିକୀର୍ଷସି ଶଂସ ମେ ॥ ୨୬॥
ହେ କମଳଦଳଲୋଚନା ! ମୋତେ କୁହ ତୁମେ କିଏ, କାହାର କନ୍ୟା ଅଟ ? ହେ ସାଧ୍ବୀ ! ତୁମେ କେଉଁଠାରୁ ଆସିଲ ଏବଂ ଏହି
ପୁରୀ ସମୀପରେ ତୁମେ କ’ଣ କରିବାକୁ ଇଚ୍ଛା
କରୁଅଛ ?
କ ଏତେଽନୁପଥା ଯେ ତ ଏକାଦଶ ମହାଭଟାଃ ।
ଏତା ବା ଲଲନାଃ ସୁଭ୍ରୁ କୋଽୟଂ ତେଽହିଃ ପୁରଃସରଃ ॥ ୨୭॥
ତୁମ ସହିତ ଏହି ଏକାଦଶତମ ମହାନ୍ ଶୂରବୀରଙ୍କ ଦ୍ବାରା ସଞ୍ଚାଳିତ ଏହି
ଦଶଜଣ ସେବକ କିଏ ଏବଂ ଏହି ସବୁ ସହଚରୀ ତଥା ତୁମ ଆଗେ ଆଗେ ଚାଲୁଥିବା ଏହି ସର୍ପ କିଏ ?
ତ୍ୱଂ ହ୍ରୀର୍ଭବାନ୍ୟସ୍ୟଥବାଗ୍ରମା ପତିଂ
ବିଚିନ୍ୱତୀ କିଂ ମୁନିବଦ୍ରହୋ ବନେ ।
ତ୍ୱଦଙ୍ଘ୍ରିକାମାପ୍ତସମସ୍ତକାମଂ
କ୍ୱ ପଦ୍ମକୋଶଃ ପତିତଃ କରାଗ୍ରାତ୍ ॥ ୨୮॥
ସୁନ୍ଦରୀ ! ତୁମେ ସାକ୍ଷାତ ଲଜ୍ଜାଦେବୀ ଅଟ ଅଥବା ଉମା, ରମା ଏବଂ ବ୍ରହ୍ମାଣୀଙ୍କ ମଧ୍ୟରୁ କିଏ ଅଟ ? ଏହି ବଣରେ ମୁନିମାନଙ୍କ
ପରି ଏକାନ୍ତବାସ କରି ତୁମେ ନିଜ ପତିଦେବଙ୍କର ଅନ୍ବେଷଣ କରୁଛ କି ? ତୁମର ପ୍ରାଣନାଥ ତ ‘ତୁମେ
ତାଙ୍କ ଚରଣର କାମନା କରୁଛ’, ଏତିକି ଜାଣି ପୂର୍ଣ୍ଣକାମ ହୋଇଯିବେ | ଆଚ୍ଛା, ଯଦି ତୁମେ ସାକ୍ଷାତ
କମଳାଦେବୀ ଅଟ, ତେବେ ତୁମ ହାତର
କ୍ରୀଡାକମଳ କେଉଁଠି ଖସି ପଡିଲା ?
ନାସାଂ ବରୋର୍ୱନ୍ୟତମା ଭୁବିସ୍ପୃକ୍
ପୁରୀମିମାଂ ବୀରବରେଣ ସାକମ୍ ।
ଅର୍ହସ୍ୟଲଙ୍କର୍ତୁମଦଭ୍ରକର୍ମଣା
ଲୋକଂ ପରଂ ଶ୍ରୀରିବ ଯଜ୍ଞପୁଂସା ॥ ୨୯॥
କିନ୍ତୁ ତୁମେ ଏମାନଙ୍କ ମଧ୍ୟରୁ ନିଶ୍ଚିତଭାବରେ କେହି ନୁହେଁ, କାରଣ ତୁମର ଚରଣ ଭୂମିକୁ ସ୍ପର୍ଶ କରୁଛି | ତୁମେ ଯଦି କେହି ମାନବୀ
ଅଟ, ତେବେ ଲକ୍ଷ୍ମୀଦେବୀ
ଯେପରି ଭାବରେ ଭଗବାନ ବିଷ୍ଣୁଙ୍କ ସହ ବୈକୁଣ୍ଠର ଶୋଭା ବୃଦ୍ଧି କରୁଥାଆନ୍ତି, ତୁମେ ସେହିପରି ମୋ ସହିତ ଏହି ଶ୍ରେଷ୍ଠ ପୁରୀକୁ ଅଳଙ୍କୃତ କର | ଦେଖ
! ମୁଁ ବହୁତ ବଡ ବୀର ଏବଂ ଅତ୍ୟନ୍ତ ପରାକ୍ରମୀ ଅଟେ |
ଯଦେଷ ମାପାଙ୍ଗବିଖଣ୍ଡିତେନ୍ଦ୍ରିୟଂ
ସବ୍ରୀଡଭାବସ୍ମିତବିଭ୍ରମଦ୍ଭ୍ରୁବା ।
ତ୍ୱୟୋପସୃଷ୍ଟୋ ଭଗବାନ୍ ମନୋଭବଃ
ପ୍ରବାଧତେଽଥାନୁଗୃହାଣ ଶୋଭନେ ॥ ୩୦॥
କିନ୍ତୁ ଆଜି ତୁମର କଟାକ୍ଷ ମୋର ମନକୁ ଆୟତ୍ତହୀନ କରିଦେଇଛି | ତୁମର
ଲଜ୍ଜାଶୀଳ ଏବଂ ରତିଭାବଯୁକ୍ତ ସ୍ମିତହାସ୍ୟ ସହିତ ଭ୍ରୁକୁଟିର ସଂକେତକୁ ଦେଖି ପରମ ଶକ୍ତିଶାଳୀ
କାମଦେବ ମୋତେ ପୀଡିତ କରିବାରେ ଲାଗିଛନ୍ତି
| ତେଣୁ ହେ ସୁନ୍ଦରୀ ! ଏବେ ତୁମେ ମୋ ପ୍ରତି କୃପା କରିବା ଆବଶ୍ୟକ |
ତ୍ୱଦାନନଂ ସୁଭ୍ରୁ ସୁତାରଲୋଚନଂ
ବ୍ୟାଲମ୍ବି ନୀଲାଲକବୃନ୍ଦସମ୍ବୃତମ୍ ।
ଉନ୍ନୀୟ ମେ ଦର୍ଶୟ ବଲ୍ଗୁ ବାଚକଂ
ଯଦ୍ୱ୍ରୀଡୟା ନାଭିମୁଖଂ ଶୁଚିସ୍ମିତେ ॥ ୩୧॥
ହେ ଶୁଚିସ୍ମିତା ! ସୁନ୍ଦର ଭ୍ରୁଲତା ଏବଂ ଲମ୍ବା-ଲମ୍ବା ନେତ୍ରରେ
ସୁଶୋଭିତ ତୁମର ମୁଖାରବିନ୍ଦ କୃଷ୍ଣ ଦୀର୍ଘ ଅଳକାବଳୀରେ ଆବୃତ ରହିଛି; ତୁମ ମୁଖରୁ ନିଃସୃତ
ହେଉଥିବା ବାକ୍ୟ ଅତ୍ୟନ୍ତ ମଧୁର ଏବଂ ମନମୋହକ ଅଟେ | କିନ୍ତୁ ଲଜ୍ଜାବଶତଃ ତୁମର ମୁଖ ଅବନତ
ରହିଛି | ଟିକିଏ ମୁହଁ ଉପରକୁ କରି ମୋତେ ସେହି ସୁନ୍ଦର ମୁଖର ଦର୍ଶନ କରାଅ |
ନାରଦ ଉବାଚ
ଇତ୍ଥଂ ପୁରଞ୍ଜନଂ ନାରୀ ଯାଚମାନମଧୀରବତ୍ ।
ଅଭ୍ୟନନ୍ଦତ ତଂ ବୀରଂ ହସନ୍ତୀ ବୀରମୋହିତା ॥ ୩୨॥
ଦେବର୍ଷି ନାରଦ କହିଲେ – ହେ ବୀରବର ! ରାଜା ପୁରଞ୍ଜନ ଯେତେବେଳେ
ଅଧୀର ହୋଇ ଏପରି ଯାଚନା କଲେ, ସେତେବେଳେ ସେହି
କନ୍ୟା ହସି ହସି ତାହାର ଅନୁମୋଦନ କଲା | ସେ ମଧ୍ୟ ରାଜାଙ୍କୁ ଦେଖି ମୋହିତ ହୋଇ ଯାଇଥିଲା |
ନ ବିଦାମ ବୟଂ ସମ୍ୟକ୍କର୍ତାରଂ ପୁରୁଷର୍ଷଭ ।
ଆତ୍ମନଶ୍ଚ ପରସ୍ୟାପି ଗୋତ୍ରଂ ନାମ ଚ ଯତ୍କୃତମ୍ ॥ ୩୩॥
ସେ କହିଲା – ହେ ନରଶ୍ରେଷ୍ଠ ! ମୋ ଜନ୍ମଦାତାଙ୍କ ବିଷୟରେ ମୋର ସଠିକ୍
ଜ୍ଞାନ ନାହିଁ କି ମୁଁ ନିଜର ଅଥବା ଅନ୍ୟମାନଙ୍କର ନାମ-ଗୋତ୍ର ବିଷୟରେ କିଛି ଜାଣେ ନାହିଁ |
ଇହାଦ୍ୟ ସନ୍ତମାତ୍ମାନଂ ବିଦାମ ନ ତତଃ ପରମ୍ ।
ଯେନେୟଂ ନିର୍ମିତା ବୀର ପୁରୀ ଶରଣମାତ୍ମନଃ ॥ ୩୪॥
ବୀରବର ! ଆଜି ଆମେସବୁ ଏହି ପୁରୀରେ ଅଛୁ – ଏହା ବ୍ୟତିତ ମୁଁ ଆଉ
କିଛି ଜାଣି ନାହିଁ; ଆମ୍ଭମାନଙ୍କର ରହିବା
ପାଇଁ ଏହି ପୁରୀର ନିର୍ମାଣ କିଏ କରିଛି, ତାହା ମଧ୍ୟ ମୋତେ
ଜଣାନାହିଁ |
ଏତେ ସଖାୟଃ ସଖ୍ୟୋ ମେ ନରା ନାର୍ୟଶ୍ଚ ମାନଦ ।
ସୁପ୍ତାୟାଂ ମୟି ଜାଗର୍ତି ନାଗୋଽୟଂ ପାଲୟନ୍ ପୁରୀମ୍ ॥ ୩୫॥
ପ୍ରିୟବର ! ଏହି ପୁରୁଷ ମୋର ସଖା ଏବଂ ଏହି ସ୍ତ୍ରୀମାନେ ମୋର ସହଚରୀ
ଅଟନ୍ତି ତଥା ଯେତେବେଳେ ମୁଁ ଶୋଇଯାଏ, ଏହି ସର୍ପ ଜାଗ୍ରତ ରହି ପୁରୀର ରକ୍ଷା କରିଥାଏ |
ଦିଷ୍ଟ୍ୟାଽଽଗତୋଽସି ଭଦ୍ରଂ ତେ ଗ୍ରାମ୍ୟାନ୍ କାମାନଭୀପ୍ସସେ ।
ଉଦ୍ୱହିଷ୍ୟାମି ତାଂସ୍ତେଽହଂ ସ୍ୱବନ୍ଧୁଭିରରିନ୍ଦମ ॥ ୩୬॥
ହେ ଶତ୍ରୁଦମନ ! ଆପଣ ଏଠାକୁ ଆସିଛନ୍ତି, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଅଟେ | ଆପଣଙ୍କର ମଙ୍ଗଳ ହେଉ |
ଆପଣଙ୍କର ବିଷୟ-ଭୋଗର ଇଚ୍ଛା ରହିଛି; ତାହାର ପୂର୍ତ୍ତି
ନିମନ୍ତେ ମୁଁ ନିଜ ସହଚରୀମାନଙ୍କ ସହିତ ସବୁ ପ୍ରକାରର ଭୋଗ ପ୍ରସ୍ତୁତ କରିବି |
ଇମାଂ ତ୍ୱମଧିତିଷ୍ଠସ୍ୱ ପୁରୀଂ ନବମୁଖୀଂ ବିଭୋ ।
ମୟୋପନୀତାନ୍ ଗୃହ୍ଣାନଃ କାମଭୋଗାନ୍ ଶତଂ ସମାଃ ॥ ୩୭॥
ପ୍ରଭୁ ! ନବଦ୍ବାରଯୁକ୍ତ ଏହି ପୁରୀରେ ମୋ ଦ୍ବାରା ପ୍ରସ୍ତୁତ ଇପ୍ସିତ
ଭୋଗଦ୍ରବ୍ୟ ସେବନ କରି ଆପଣ ଶହ-ଶହ ବର୍ଷ ଏଠାରେ ନିବାସ କରନ୍ତୁ |
କଂ ନୁ ତ୍ୱଦନ୍ୟଂ ରମୟେ ହ୍ୟରତିଜ୍ଞମକୋବିଦମ୍ ।
ଅସମ୍ପରାୟାଭିମୁଖମଶ୍ୱସ୍ତନବିଦଂ ପଶୁମ୍ ॥ ୩୮॥
ଆପଣଙ୍କ ବ୍ୟତିତ ମୁଁ ଭଲା ଆଉ କାହା ସହିତ ରମଣ କରିବି ? ଅନ୍ୟମାନେ ତ
ରତି ସୁଖକୁ ଜାଣନ୍ତି ନାହିଁ କି ବିହିତ ଭୋଗକୁ ମଧ୍ୟ ଭୋଗ କରନ୍ତି ନାହିଁ; ସେମାନେ ପରଲୋକର ବିଚାର କରନ୍ତି ନାହିଁ କି କାଲି କ’ଣ ହେବ ତାହା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ; ଅତଏବ ପଶୁତୁଲ୍ୟ
ଅଟନ୍ତି |
ଧର୍ମୋ ହ୍ୟତ୍ରାର୍ଥକାମୌ ଚ ପ୍ରଜାନନ୍ଦୋଽମୃତଂ ଯଶଃ ।
ଲୋକା ବିଶୋକା ବିରଜା ଯାନ୍ନ କେବଲିନୋ ବିଦୁଃ ॥ ୩୯॥
ଆହା ! ଏହି ଲୋକରେ ଗୃହସ୍ଥାଶ୍ରମରେ ହିଁ ଧର୍ମ, ଅର୍ଥ, କାମ, ସନ୍ତାନ-ସୁଖ, ମୋକ୍ଷ, ସୁଯଶ ଏବଂ ସ୍ବର୍ଗାଦି ଦିବ୍ୟ ଲୋକର ପ୍ରାପ୍ତି ହୋଇପାରେ |
ସଂସାରତ୍ୟାଗୀ ଯତିମାନେ ତ ସେହି ସବୁର କଳ୍ପନା ସୁଦ୍ଧା କରିପାରନ୍ତି ନାହିଁ |
ପିତୃଦେବର୍ଷିମର୍ତ୍ୟାନାଂ ଭୂତାନାମାତ୍ମନଶ୍ଚ ହ ।
କ୍ଷେମ୍ୟଂ ବଦନ୍ତି ଶରଣଂ ଭବେଽସ୍ମିନ୍ ଯଦ୍ଗୃହାଶ୍ରମଃ ॥ ୪୦॥
ମହାପୁରୁଷମାନଙ୍କର କଥନାନୁସାରେ ଏହି ଲୋକରେ ପିତର, ଦେବତା, ଋଷି, ମନୁଷ୍ୟ ତଥା ସମ୍ପୂର୍ଣ୍ଣ ପ୍ରାଣୀସମୁଦାୟ ଏବଂ ନିଜର ମଧ୍ୟ
କଲ୍ୟାଣର ଆଶ୍ରୟ ଏକମାତ୍ର ଗୃହସ୍ଥାଶ୍ରମ ହିଁ ଅଟେ |
କା ନାମ ବୀର ବିଖ୍ୟାତଂ ବଦାନ୍ୟଂ ପ୍ରିୟଦର୍ଶନମ୍ ।
ନ ବୃଣୀତ ପ୍ରିୟଂ ପ୍ରାପ୍ତଂ ମାଦୃଶୀ ତ୍ୱାଦୃଶଂ ପତିମ୍ ॥ ୪୧॥
ହେ ବୀରଶିରୋମଣି ! ସଂସାରରେ ଏପରି କେଉଁ ସ୍ତ୍ରୀ ଥିବ ଯିଏ ସ୍ବତଃ
ପ୍ରାପ୍ତ ଆପଣଙ୍କ ପରି ସୁପ୍ରସିଦ୍ଧ, ଉଦାରଚିତ୍ତ ଏବଂ
ସୁନ୍ଦର ପତିଙ୍କୁ ବରଣ ନ କରିବ |
କସ୍ୟା ମନସ୍ତେ ଭୁବି ଭୋଗିଭୋଗୟୋଃ
ସ୍ତ୍ରିୟା ନ ସଜ୍ଜେଦ୍ଭୁଜୟୋର୍ମହାଭୁଜ ।
ଯୋଽନାଥବର୍ଗାଧିମଲଂ ଘୃଣୋଦ୍ଧତ-
ସ୍ମିତାବଲୋକେନ ଚରତ୍ୟପୋହିତୁମ୍ ॥ ୪୨॥
ହେ ମହାବାହୁ ! ଏହି ପୃଥିବୀରେ ଆପଣଙ୍କର ସର୍ପ-ସଦୃଶ ଗୋଲାକାର
ସୁକୋମଳ ଭୁଜରେ ସ୍ଥାନ ପାଇବାକୁ କେଉଁ କାମିନୀର ଚିତ୍ତ ଲାଳାୟିତ ନ ହେବ ? ଆପଣ ତ ମଧୁର
ସ୍ମିତହାସ୍ୟଯୁକ୍ତ କରୁଣାପୂର୍ଣ୍ଣ ଦୃଷ୍ଟିରେ ଆମ୍ଭମାନଙ୍କ ପରି ଅନାଥମାନଙ୍କର ମାନସିକ
ସନ୍ତାପକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ହିଁ ପୃଥିବୀରେ ବିଚରଣ କରୁଛନ୍ତି |’
ନାରଦ ଉବାଚ
ଇତି ତୌ ଦମ୍ପତୀ ତତ୍ର ସମୁଦ୍ୟ ସମୟଂ ମିଥଃ ।
ତାଂ ପ୍ରବିଶ୍ୟ ପୁରୀଂ ରାଜନ୍ ମୁମୁଦାତେ ଶତଂ ସମାଃ ॥ ୪୩॥
ଦେବର୍ଷି ନାରଦ ପୁନର୍ବାର କହିଲେ - ହେ ରାଜନ୍ ! ଏହି ସ୍ତ୍ରୀ-ପୁରୁଷ
ଦୁହେଁ ଏହିପରି ଭାବରେ ପରସ୍ପରର କଥାକୁ ସମର୍ଥନ କରି ଶହେ ବର୍ଷଯାଏଁ ସେହି ପୁରୀରେ ରହି ଆନନ୍ଦ
ଭୋଗ କଲେ |
ଉପଗୀୟମାନୋ ଲଲିତଂ ତତ୍ର ତତ୍ର ଚ ଗାୟକୈଃ ।
କ୍ରୀଡନ୍ ପରିବୃତଃ ସ୍ତ୍ରୀଭିର୍ହ୍ରଦିନୀମାବିଶଚ୍ଛୁଚୌ ॥ ୪୪॥
ଗାୟକମାନେ ସୁମଧୁର ସ୍ବରରେ ଯେଉଁଠି-ସେଇଠି ରାଜା ପୁରଞ୍ଜନଙ୍କର
କୀର୍ତ୍ତି ଗାନ କରୁଥିଲେ | ଗ୍ରୀଷ୍ମଋତୁର ଆଗମନ ହେଲେ,
ସେ ଅନେକାନେକ ସ୍ତ୍ରୀମାନଙ୍କ ସହିତ ସରୋବରରେ ପ୍ରବେଶ କରି ଜଳକ୍ରୀଡା କରୁଥିଲେ |
ସପ୍ତୋପରି କୃତା ଦ୍ୱାରଃ ପୁରସ୍ତସ୍ୟାସ୍ତୁ ଦ୍ୱେ ଅଧଃ ।
ପୃଥଗ୍ୱିଷୟଗତ୍ୟର୍ଥଂ ତସ୍ୟାଂ ଯଃ କଶ୍ଚନେଶ୍ୱରଃ ॥ ୪୫॥
ସେହି ନଗରରେ ଯେଉଁ ନବ ଦ୍ବାର ଥିଲା, ତନ୍ମଧ୍ୟରୁ ସାତଟି ଦ୍ବାର ନଗରୀର ଉପର ଭାଗରେ ଏବଂ ଦୁଇଟି ଦ୍ବାର
ନିମ୍ନ ଭାଗରେ ଥିଲା | ସେହି ନଗରର ଯିଏ ବି ରାଜା ହେଉଥିଲା,
ସେ ପୃଥକ୍ ପୃଥକ୍ ଦିଶାରେ ଯାତ୍ରା କରିବା ପାଇଁ ଏହି ସବୁ ଦ୍ବାର ନିର୍ମାଣ କରାଯାଇ ଥିଲା |
ପଞ୍ଚଦ୍ୱାରସ୍ତୁ ପୌରସ୍ତ୍ୟା ଦକ୍ଷିଣୈକା ତଥୋତ୍ତରା ।
ପଶ୍ଚିମେ ଦ୍ୱେ ଅମୂଷାଂ ତେ ନାମାନି ନୃପ ବର୍ଣୟେ ॥ ୪୬॥
ରାଜନ୍ ! ତନ୍ମଧ୍ୟରୁ ପାଞ୍ଚଟି ପୂର୍ବ, ଗୋଟିଏ ଦକ୍ଷିଣ, ଗୋଟିଏ ଉତ୍ତର ଏବଂ
ଦୁଇଟି ପଶ୍ଚିମ ଦିଗ ଅଭିମୁଖୀ ଥିଲା | ସେମାନଙ୍କର ନାମ ବର୍ଣ୍ଣନା କରୁଛି, ଶୁଣ |
ଖଦ୍ୟୋତାବିର୍ମୁଖୀ ଚ ପ୍ରାଗ୍ଦ୍ୱାରାବେକତ୍ର ନିର୍ମିତେ ।
ବିଭ୍ରାଜିତଂ ଜନପଦଂ ଯାତି ତାଭ୍ୟାଂ ଦ୍ୟୁମତ୍ସଖଃ ॥ ୪୭॥
ପୂର୍ବ ଦିଗକୁ ଖଦ୍ୟୋତା ଏବଂ ଆବିର୍ମୁଖୀ ନାମରେ ଦୁଇଟି ଦ୍ବାର ଗୋଟିଏ
ସ୍ଥାନରେ ଥିଲା | ସେହି ଦ୍ବାର ମଧ୍ୟ ଦେଇ ରାଜା ପୁରଞ୍ଜନ ନିଜ ମିତ୍ର ଦ୍ୟୁମାନଙ୍କ ସହ
ବିଭ୍ରାଜିତ ନାମକ ଦେଶକୁ ଯାତ୍ରା କରୁଥିଲେ |
ନଲିନୀ ନାଲିନୀ ଚ ପ୍ରାଗ୍ଦ୍ୱାରାବେକତ୍ର ନିର୍ମିତେ ।
ଅବଧୂତସଖସ୍ତାଭ୍ୟାଂ ବିଷୟଂ ଯାତି ସୌରଭମ୍ ॥ ୪୮॥
ସେହି ଦିଗରେ ନଳିନୀ
ଏବଂ ନାଳିନୀ ନାମରେ ଅନ୍ୟ ଦୁଇଟି ଦ୍ବାର ମଧ୍ୟ ଏକ ସ୍ଥାନରେ ରହିଥିଲେ, ଯାହା ମଧ୍ୟ ଦେଇ ସେ ଅବଧୂତଙ୍କ ସହିତ ସୌରଭ ନାମକ ଦେଶକୁ ଯାତ୍ରା
କରୁଥିଲେ |
ମୁଖ୍ୟା ନାମ ପୁରସ୍ତାଦ୍ଦ୍ୱାସ୍ତୟାପଣବହୂଦନୌ ।
ବିଷୟୌ ଯାତି ପୁରରାଡ୍ରସଜ୍ଞବିପଣାନ୍ୱିତଃ ॥ ୪୯॥
ପୂର୍ବ ଦିଗରେ ମୁଖ୍ୟ ନାମକ ଯେଉଁ ପଞ୍ଚମ ଦ୍ବାର ଥିଲା, ତାହା ମଧ୍ୟ ଦେଇ ସେ ରସଜ୍ଞ ଏବଂ ବିପଣଙ୍କ ସହିତ କ୍ରମଶଃ ବହୂଦନ ଏବଂ
ଆପଣ ନାମକ ଦେଶକୁ ଯାଉଥିଲେ |
ପିତୃହୂର୍ନୃପ ପୁର୍ୟା ଦ୍ୱାର୍ଦକ୍ଷିଣେନ ପୁରଞ୍ଜନଃ ।
ରାଷ୍ଟ୍ରଂ ଦକ୍ଷିଣପଞ୍ଚାଲଂ ଯାତି ଶ୍ରୁତଧରାନ୍ୱିତଃ ॥ ୫୦॥
ନଗରୀର ଦକ୍ଷିଣ ଦିଶାରେ ପିତୃହୂ ନାମକ ଯେଉଁ ଦ୍ବାର ଥିଲା, ତାହା ମଧ୍ୟ ଦେଇ ରାଜା ପୁରଞ୍ଜନ ଶ୍ରୁତଧରଙ୍କ ସହିତ ଦକ୍ଷିଣପାଞ୍ଚାଳ
ଦେଶକୁ ଯାତ୍ରା କରୁଥିଲେ |
ଦେବହୂର୍ନାମ ପୁର୍ୟା ଦ୍ୱା ଉତ୍ତରେଣ ପୁରଞ୍ଜନଃ ।
ରାଷ୍ଟ୍ରମୁତ୍ତରପଞ୍ଚାଲଂ ଯାତି ଶ୍ରୁତଧରାନ୍ୱିତଃ ॥ ୫୧॥
ଉତ୍ତର ଦିଶା ଅଭିମୁଖରେ ଯେଉଁ ଦେବହୂ ନାମକ ଦ୍ବାର ଥିଲା, ତନ୍ମଧ୍ୟ ଦେଇ ସେ ଶ୍ରୁତଧରଙ୍କ ସହିତ ହିଁ ଉତ୍ତରପାଞ୍ଚାଳ ଦେଶକୁ
ଯାଉଥିଲେ |
ଆସୁରୀ ନାମ ପଶ୍ଚାଦ୍ଦ୍ୱାସ୍ତୟା ଯାତି ପୁରଞ୍ଜନଃ ।
ଗ୍ରାମକଂ ନାମ ବିଷୟଂ ଦୁର୍ମଦେନ ସମନ୍ୱିତଃ ॥ ୫୨॥
ପଶ୍ଚିମ ଦିଗରେ ଆସୁରୀ ନାମକ ଦ୍ବାର ଦେଇ ସେ ଦୁର୍ମଦଙ୍କ ସହିତ
ଗ୍ରାମକ ଦେଶକୁ ଯାଉଥିଲେ |
ନିରୃତିର୍ନାମ ପଶ୍ଚାଦ୍ଦ୍ୱାସ୍ତୟା ଯାତି ପୁରଞ୍ଜନଃ ।
ବୈଶସଂ ନାମ ବିଷୟଂ ଲୁବ୍ଧକେନ ସମନ୍ୱିତଃ ॥ ୫୩॥
ତଥା ନିଋତି ନାମକ ପଶ୍ଚିମ ଦିଗର ଅନ୍ୟ ଦ୍ବାର ଦେଇ ସେ ଲୁବ୍ଧକଙ୍କ
ସହିତ ବୈଶସ ନାମକ ଦେଶକୁ ଯାତ୍ରା କରୁଥିଲେ |
ଅନ୍ଧାବମୀଷାଂ ପୌରାଣାଂ ନିର୍ୱାକ୍ପେଶସ୍କୃତାବୁଭୌ ।
ଅକ୍ଷଣ୍ୱତାମଧିପତିସ୍ତାଭ୍ୟାଂ ଯାତି କରୋତି ଚ ॥ ୫୪॥
ସେହି ନଗରର ନିବାସୀମାନଙ୍କ ମଧ୍ୟରେ ନିର୍ବାକ୍ ଏବଂ ପେଶସ୍କୃତ୍ –
ଏହି ଦୁଇ ନାଗରିକ ଅନ୍ଧ ଥିଲେ | ରାଜା ପୁରଞ୍ଜନ ଚକ୍ଷୁଷ୍ମାନ୍ ନାଗରିକମାନଙ୍କର ଅଧିପତି
ହୋଇଥିଲେ ବି ସେହି ଦୁହିଁଙ୍କ ସହାୟତାରେ ଏଣେତେଣେ ଯାଉଥିଲେ ଏବଂ ସବୁ ପ୍ରକାରର କାର୍ଯ୍ୟ
କରୁଥିଲେ |
ସ ଯର୍ହ୍ୟନ୍ତଃପୁରଗତୋ ବିଷୂଚୀନସମନ୍ୱିତଃ ।
ମୋହଂ ପ୍ରସାଦଂ ହର୍ଷଂ ବା ଯାତି ଜାୟାଽଽତ୍ମଜୋଦ୍ଭବମ୍ ॥ ୫୫॥
ନିଜର ପ୍ରଧାନ ସେବକ ବିଷୁଚୀନଙ୍କ ସହିତ ସେ ଯେତେବେଳେ ଅନ୍ତଃପୁରକୁ
ଯାଉଥିଲେ, ସେତେବେଳେ
ସ୍ତ୍ରୀ-ପୁତ୍ର ମୋହରେ ସେ ପ୍ରସନ୍ନତା ଏବଂ ହର୍ଷ ଆଦି ବିକାର ଅନୁଭବ କରୁଥିଲେ |
ଏବଂ କର୍ମସୁ ସଂସକ୍ତଃ କାମାତ୍ମା ବଞ୍ଚିତୋଽବୁଧଃ ।
ମହିଷୀ ଯଦ୍ୟଦୀହେତ ତତ୍ତଦେବାନ୍ୱବର୍ତତ ॥ ୫୬॥
ତା’ର ଚିତ୍ତ ଅନେକ ପ୍ରକାରର କର୍ମରେ ଛନ୍ଦି ହୋଇ ଯାଇଥିଲା ଏବଂ
କାମ-ପରବଶ ହୋଇଥିବା କାରଣରୁ ସେହି ମୂଢ଼ ରମଣୀମାନଙ୍କ ଦ୍ବାରା ଠକି ଯାଉଥିଲା | ରାଣୀ ଯାହା
କରୁଥିଲା, ସେ ମଧ୍ୟ ତାହା
କରିବାରେ ଲାଗୁଥିଲା |
କ୍ୱଚିତ୍ପିବନ୍ତ୍ୟାଂ ପିବତି ମଦିରାଂ ମଦବିହ୍ୱଲଃ ।
ଅଶ୍ନନ୍ତ୍ୟାଂ କ୍ୱଚିଦଶ୍ନାତି ଜକ୍ଷତ୍ୟାଂ ସହ ଜକ୍ଷିତି ॥ ୫୭॥
ଯେତେବେଳେ ସ୍ତ୍ରୀ ମଦ୍ୟପାନ କରେ,
ସେତେବେଳେ ସେ ମଦ୍ୟପାନ କରି ଉନ୍ମତ୍ତ ହୋଇଯାଏ;
ଯେତେବେଳେ ସ୍ତ୍ରୀ ଭୋଜନ କରେ, ସେ ମଧ୍ୟ ଭୋଜନ
କରିବାରେ ଲାଗିଯାଏ ଏବଂ ଯେତେବେଳେ ସେହି ସ୍ତ୍ରୀ କିଛି ଚର୍ବଣ କରୁଥିଲା, ସେ ବି ସେହି ବସ୍ତୁ ଚର୍ବଣ କରୁଥିଲା |
କ୍ୱଚିଦ୍ଗାୟତି ଗାୟନ୍ତ୍ୟାଂ ରୁଦତ୍ୟାଂ ରୁଦତି କ୍ୱଚିତ୍ ।
କ୍ୱଚିଦ୍ଧସନ୍ତ୍ୟାଂ ହସତି ଜଲ୍ପନ୍ତ୍ୟାମନୁ ଜଲ୍ପତି ॥ ୫୮॥
ଏହିପରି ଭାବରେ କେତେବେଳେ ସେ ଗାଇଲେ ଇଏ ଗାଇବାରେ ଲାଗୁଥିଲା ତ ସେ
କାନ୍ଦିଲେ ଇଏ କାନ୍ଦିଵାରେ ଲାଗୁଥିଲା; ସେ ହସିଲେ ଇଏ
ହସିବାରେ ଲାଗୁଥିଲା ତ ସେ କହିଲେ ଇଏ ମଧ୍ୟ କହିବାରେ ଲାଗୁଥିଲା |
କ୍ୱଚିଦ୍ଧାବତି ଧାବନ୍ତ୍ୟାଂ ତିଷ୍ଠନ୍ତ୍ୟାମନୁ ତିଷ୍ଠତି ।
ଅନୁ ଶେତେ ଶୟାନାୟାମନ୍ୱାସ୍ତେ କ୍ୱଚିଦାସତୀମ୍ ॥ ୫୯॥
ସେ ଧାଇଁଲେ ଇଏ ବି ଧାଉଁଥିଲା,
ସେ ଠିଆ ହେଲେ ଇଏ ଠିଆ ହେଉଥିଲା, ସେ ଶୋଇଲେ ଇଏ ବି ତା’ ସହିତ ଶୋଇ ଯାଉଥିଲା ଏବଂ ସେ ବସିଲେ ଇଏ ବସି ଯାଉଥିଲା |
କ୍ୱଚିଚ୍ଛୃଣୋତି ଶୃଣ୍ୱନ୍ତ୍ୟାଂ ପଶ୍ୟନ୍ତ୍ୟାମନୁ ପଶ୍ୟତି ।
କ୍ୱଚିଜ୍ଜିଘ୍ରତି ଜିଘ୍ରନ୍ତ୍ୟାଂ ସ୍ପୃଶନ୍ତ୍ୟାଂ ସ୍ପୃଶତି କ୍ୱଚିତ୍
॥ ୬୦॥
ସେ ଶୁଣିଲେ ଇଏ ଶୁଣୁଥିଲା,
ସେ ଦେଖିଲେ ଇଏ ଦେଖୁଥିଲା, ସେ ଶୁଂଘିଲେ ଇଏ
ଶୁଂଘୁଥିଲା ଏବଂ ସେ କୌଣସି ବସ୍ତୁକୁ ସ୍ପର୍ଶ କଲେ ଇଏ ମଧ୍ୟ ତାହାକୁ ସ୍ପର୍ଶ କରୁଥିଲା |
କ୍ୱଚିଚ୍ଚ ଶୋଚତୀଂ ଜାୟାମନୁ ଶୋଚତି ଦୀନବତ୍ ।
ଅନୁ ହୃଷ୍ୟତି ହୃଷ୍ୟନ୍ତ୍ୟାଂ ମୁଦିତାମନୁ ମୋଦତେ ॥ ୬୧॥
କେତେବେଳେ ପ୍ରିୟା ଶୋକାକୁଳ ହେଲେ ଇଏ ମଧ୍ୟ ଅତ୍ୟନ୍ତ ଦୀନ ଭାବରେ
ବ୍ୟାକୁଳ ହୋଇ ଉଠୁଥିଲା, ସେ ପ୍ରସନ୍ନ ହେଲେ
ଇଏ ପ୍ରସନ୍ନ ହୋଇ ଯାଉଥିଲା ଏବଂ ସେ ଆନନ୍ଦିତ ହେଲେ ଇଏ ମଧ୍ୟ ଆନନ୍ଦିତ ହେଉଥିଲା |
ବିପ୍ରଲବ୍ଧୋ ମହିଷ୍ୟୈବଂ ସର୍ୱପ୍ରକୃତିବଞ୍ଚିତଃ ।
ନେଚ୍ଛନ୍ନନୁକରୋତ୍ୟଜ୍ଞଃ କ୍ଲୈବ୍ୟାତ୍କ୍ରୀଡାମୃଗୋ ଯଥା ॥ ୬୨॥
ଏହିପରି ଭାବରେ ରାଜା ପୁରଞ୍ଜନ ନିଜ ସୁନ୍ଦରୀ ରାଣୀର ବଶୀଭୂତ
ରହିଥିଲା | ସାରା ପ୍ରକୃତିବର୍ଗ – ପରିକର ହିଁ ତାକୁ ଧୋଖା ଦେବାରେ ଲାଗିଥିଲେ ଏବଂ ସେହି ମୂର୍ଖ
ଇଚ୍ଛା ନ ଥିଲେ ବି ବିବଶ ହୋଇ ଗୃହପାଳିତ ବାନର ପରି ତା’ର
ଅନୁକରଣ କରିବାରେ ଲାଗିଥିଲା |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ପଞ୍ଚବିଂଶୋଽଧ୍ୟାୟଃ ॥ ୨୫॥

Comments
Post a Comment