ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ॥
ଷଡବିଂଶ ଅଧ୍ୟାୟ
ରାଜା ପୁରଞ୍ଜନ ଶିକାର କରିବାକୁ ବଣକୁ ଯିବା ଏବଂ ରାଣୀ କୁପିତ ହେବା
ନାରଦ ଉବାଚ
ସ ଏକଦା ମହେଷ୍ୱାସୋ ରଥଂ ପଞ୍ଚାଶ୍ୱମାଶୁଗମ୍ ।
ଦ୍ୱୀଷଂ ଦ୍ୱିଚକ୍ରମେକାକ୍ଷଂ ତ୍ରିବେଣୁଂ ପଞ୍ଚବନ୍ଧୁରମ୍ ॥ ୧॥
ଏକରଶ୍ମ୍ୟେକଦମନମେକନୀଡଂ ଦ୍ୱିକୂବରମ୍ ।
ପଞ୍ଚପ୍ରହରଣଂ ସପ୍ତବରୂଥଂ ପଞ୍ଚବିକ୍ରମମ୍ ॥ ୨॥
ହୈମୋପସ୍କରମାରୁହ୍ୟ ସ୍ୱର୍ଣବର୍ମାକ୍ଷୟେଷୁଧିଃ ।
ଏକାଦଶଚମୂନାଥଃ ପଞ୍ଚପ୍ରସ୍ଥମଗାଦ୍ୱନମ୍ ॥ ୩॥
ଦେବର୍ଷି ନାରଦ କହୁଛନ୍ତି – ରାଜନ୍ ! ଦିନେ ରାଜା ପୁରଞ୍ଜନ ନିଜର
ବିଶାଳ ଧନୁଷ, ସୁବର୍ଣ୍ଣ କବଚ ଏବଂ
ଅକ୍ଷୟ ତୁଣୀର ଧାରଣ କରି ନିଜ ଏକାଦଶତମ ସେନାପତିଙ୍କ ସହିତ ପଞ୍ଚଅଶ୍ବଯୁକ୍ତ ଦ୍ରୁତଗାମୀ ରଥରେ
ବସି ପଞ୍ଚପ୍ରସ୍ଥ ନାମକ ବଣକୁ ଗଲେ | ସେହି ରଥରେ ଦୁଇଟି
ଈଷାଦଣ୍ଡ, ଦୁଇଟି ଚକ, ଗୋଟିଏ ଧୁରୀ, ତିନୋଟି ଧ୍ବଜଦଣ୍ଡ, ପାଞ୍ଚଟି ଡୋରି, ଗୋଟିଏ ଲଗାମ,
ଜଣେ ସାରଥୀ, ଗୋଟିଏ ବସିବା ସ୍ଥାନ, ଦୁଇଟି ଜୁଆଳି,
ପାଞ୍ଚଟି ଆୟୁଧ ଏବଂ ସାତ ଆବରଣ ଥିଲା | ତାହା ପାଞ୍ଚ ପ୍ରକାରର ଗତିରେ ଚାଲୁଥିଲା ଏବଂ ତାହାର
ସମସ୍ତ ସାଜ-ବାଜ ସୁନେଲୀ ଥିଲା |
ଚଚାର ମୃଗୟାଂ ତତ୍ର ଦୃପ୍ତ ଆତ୍ତେଷୁକାର୍ମୁକଃ ।
ବିହାୟ ଜାୟାମତଦର୍ହାଂ ମୃଗବ୍ୟସନଲାଲସଃ ॥ ୪॥
ରାଜାଙ୍କ ପାଇଁ ଯଦିଓ କ୍ଷଣକାଳ ନିଜ ପ୍ରିୟାଠାରୁ ଦୂରରେ ରହିବା କଠିନ
ଥିଲା, ତଥାପି ସେଦିନ
ତାଙ୍କୁ ଶିକାରର ଏପରି ସଉକ ହୋଇଥିଲା ଯେ କାହାର ପରବାହ ନ କରି ଗର୍ବର ସହିତ ଧନୁ-ଶର ଉଠାଇ ବଣକୁ
ଚାଲିଗଲେ |
ଆସୁରୀଂ ବୃତ୍ତିମାଶ୍ରିତ୍ୟ ଘୋରାତ୍ମା ନିରନୁଗ୍ରହଃ ।
ନ୍ୟହନନ୍ନିଶିତୈର୍ବାଣୈର୍ୱନେଷୁ ବନଗୋଚରାନ୍ ॥ ୫॥
ସେହି ସମୟରେ ଆସୁରୀବୃତ୍ତି ବୃଦ୍ଧି ଲାଭ କରିଥିବା କାରଣରୁ ତାଙ୍କର
ଚିତ୍ତ ଅତ୍ୟନ୍ତ କଠୋର ଏବଂ ଦୟାଶୂନ୍ୟ ହୋଇ ଯାଇଥିଲା | ସେଥିପାଇଁ ସେ ନିଜ ତୀକ୍ଷ୍ଣ ବାଣରେ ବହୁ
ନିର୍ଦ୍ଦୋଷ ଜଙ୍ଗଲୀ ପଶୁଙ୍କୁ ବଧ କଲେ |
ତୀର୍ଥେଷୁ ପ୍ରତିଦୃଷ୍ଟେଷୁ ରାଜା ମେଧ୍ୟାନ୍ ପଶୂନ୍ ବନେ ।
ଯାବଦର୍ଥମଲଂ ଲୁବ୍ଧୋ ହନ୍ୟାଦିତି ନିୟମ୍ୟତେ ॥ ୬॥
ଯାହାର ମାଂସରେ ବହୁତ ଆସକ୍ତି ଥାଏ, ସେହି ରାଜା କେବଳ ଶାସ୍ତ୍ରନିର୍ଦ୍ଦେଶିତ କର୍ମ ନିମନ୍ତେ ବଣକୁ ଯାଇ
ଆବଶ୍ୟକତା ଅନୁସାରେ ଅନିଷିଦ୍ଧ ପଶୁମାନଙ୍କୁ ବଧ କରିବ;
ବୃଥା ପଶୁ-ହିଂସା କରିବ ନାହିଁ | ଶାସ୍ତ୍ର ଏହିପରି ଭାବରେ ଏହି ଉଚ୍ଛ୍ରୁଂଖଳ ପ୍ରବୃତ୍ତିକୁ
ନିୟନ୍ତ୍ରିତ କରିଥାଏ |
ଯ ଏବଂ କର୍ମ ନିୟତଂ ବିଦ୍ୱାନ୍ କୁର୍ୱୀତ ମାନବଃ ।
କର୍ମଣା ତେନ ରାଜେନ୍ଦ୍ର ଜ୍ଞାନେନ ନ ସ ଲିପ୍ୟତେ ॥ ୭॥
ରାଜନ୍ ! ଯେଉଁ ବିଦ୍ବାନ ଏହିରୂପେ ଶାସ୍ତ୍ରନିୟତ କର୍ମର ଆଚରଣ
କରନ୍ତି, ସେ ସେହି
କର୍ମାନୁଷ୍ଠାନରୁ ପ୍ରାପ୍ତ ଜ୍ଞାନର କାରଣଭୂତ କର୍ମରେ ଲିପ୍ତ ହୁଅନ୍ତି ନାହିଁ |
ଅନ୍ୟଥା କର୍ମ କୁର୍ୱାଣୋ ମାନାରୂଢୋ ନିବଧ୍ୟତେ ।
ଗୁଣପ୍ରବାହପତିତୋ ନଷ୍ଟପ୍ରଜ୍ଞୋ ବ୍ରଜତ୍ୟଧଃ ॥ ୮॥
ନଚେତ୍, ମନଇଚ୍ଛା କର୍ମ
କରିବା ଦ୍ବାରା ମନୁଷ୍ୟ ଅଭିମାନରେ ବଶୀଭୂତ ହୋଇ କର୍ମରେ ବାନ୍ଧି ହୋଇଯାଏ ତଥା ଗୁଣପ୍ରବାହରୂପ
ସଂସାରଚକ୍ରରେ ପଡି ବିବେକ-ବୁଦ୍ଧି ନଷ୍ଟ ହୋଇଯିବା କାରଣରୁ ଅଧମ ଯୋନିରେ ଜନ୍ମ ଗ୍ରହଣ କରେ |
ତତ୍ର ନିର୍ଭିନ୍ନଗାତ୍ରାଣାଂ ଚିତ୍ରବାଜୈଃ ଶିଲୀମୁଖୈଃ ।
ବିପ୍ଲବୋଽଭୂଦ୍ଦୁଃଖିତାନାଂ ଦୁଃସହଃ କରୁଣାତ୍ମନାମ୍ ॥ ୯॥
ପୁରଞ୍ଜନର ଭିନ୍ନ ଭିନ୍ନ ପକ୍ଷଯୁକ୍ତ ବାଣରେ କ୍ଷତ-ବିକ୍ଷତ ହୋଇ ଅନେକ
ଜୀବ ବହୁ କଷ୍ଟରେ ପ୍ରାଣତ୍ୟାଗ କଲେ | ତା’ର ସେହି ନିର୍ଦୟତାପୂର୍ଣ୍ଣ
ଜୀବ-ସଂହାର ଦେଖି ସବୁ ଦୟାଳୁ ପୁରୁଷ ବହୁତ ଦୁଃଖିତ ହେଲେ | ସେମାନେ ତାହା ସହ୍ୟ କରିପାରିଲେ
ନାହିଁ |
ଶଶାନ୍ ବରାହାନ୍ ମହିଷାନ୍ ଗବୟାନ୍ ରୁରୁଶଲ୍ୟକାନ୍ ।
ମେଧ୍ୟାନନ୍ୟାଂଶ୍ଚ ବିବିଧାନ୍ ବିନିଘ୍ନନ୍ ଶ୍ରମମଧ୍ୟଗାତ୍ ॥ ୧୦॥
ଏହିପରି ଭାବରେ ସେଠାରେ ଠେକୁଆ,
ଶୂକର, ମଇଁଷି, ନୀଳଗାଈ,
କୃଷ୍ଣମୃଗ, ହରିଣ ତଥା ଆହୁରି
ଅନେକ ମେଧ୍ୟ ପଶୁମାନଙ୍କର ବଧ କରି ରାଜା ପୁରଞ୍ଜନ ବହୁତ ଥକିଗଲା |
ତତଃ କ୍ଷୁତ୍ତୃଟ୍ପରିଶ୍ରାନ୍ତୋ ନିବୃତ୍ତୋ ଗୃହମେୟିବାନ୍ ।
କୃତସ୍ନାନୋଚିତାହାରଃ ସମ୍ବିବେଶ ଗତକ୍ଲମଃ ॥ ୧୧॥
ଭୋକ-ଶୋଷରେ ଅତ୍ୟନ୍ତ ଶିଥିଳ ହୋଇ ସେ ବଣରୁ ରାଜମହଲକୁ ଫେରି ଆସିଲା |
ସେଠାରେ ସେ ଯଥାଯୋଗ୍ୟ ରୀତିରେ ସ୍ନାନ-ଭୋଜନ ଆଦି ସମାପନ କରିବା ପରେ କିଛି ସମୟ ବିଶ୍ରାମ ଗ୍ରହଣ
କରି ନିଜର କ୍ଲାନ୍ତି ଦୂର କଲା |
ଆତ୍ମାନମର୍ହୟାଞ୍ଚକ୍ରେ ଧୂପାଲେପସ୍ରଗାଦିଭିଃ ।
ସାଧ୍ୱଲଙ୍କୃତସର୍ୱାଙ୍ଗୋ ମହିଷ୍ୟାମାଦଧେ ମନଃ ॥ ୧୨॥
ତାପରେ ଗନ୍ଧ, ଚନ୍ଦନ ଏବଂ ମାଳା
ଆଦିରେ ସୁସଜ୍ଜିତ ହୋଇ ସେ ସବୁ ଅଙ୍ଗରେ ସୁନ୍ଦର-ସୁନ୍ଦର ଆଭୂଷଣ ଧାରଣ କଲା | ସେତେବେଳେ ହିଁ
ତାକୁ ନିଜ ପ୍ରିୟାର ସ୍ମରଣ ହେଲା |
ତୃପ୍ତୋ ହୃଷ୍ଟଃ ସୁଦୃପ୍ତଶ୍ଚ କନ୍ଦର୍ପାକୃଷ୍ଟମାନସଃ ।
ନ ବ୍ୟଚଷ୍ଟ ବରାରୋହାଂ ଗୃହିଣୀଂ ଗୃହମେଧିନୀମ୍ ॥ ୧୩॥
ସେ ଭୋଜନାଦିରେ ତୃପ୍ତ,
ହୃଦୟରେ ଆନନ୍ଦିତ, ମଦରେ ଉନ୍ମତ୍ତ ଏବଂ
କାମରେ ବ୍ୟଥିତ ହୋଇ ନିଜର ସୁନ୍ଦରୀ ପତ୍ନୀକୁ ଖୋଜିଲା;
କିନ୍ତୁ ସେ ତାକୁ କେଉଁଠାରେ ବି ଦୃଶ୍ୟ ହେଲାନାହିଁ |
ଅନ୍ତଃପୁରସ୍ତ୍ରିୟୋଽପୃଚ୍ଛଦ୍ୱିମନା ଇବ ବେଦିଷତ୍ ।
ଅପି ବଃ କୁଶଲଂ ରାମାଃ ସେଶ୍ୱରୀଣାଂ ଯଥା ପୁରା ॥ ୧୪॥
ହେ ପ୍ରାଚୀନବର୍ହି ! ସେତେବେଳେ ସେ ଉଦାସ ଚିତ୍ତରେ ଅନ୍ତଃପୁରର
ସ୍ତ୍ରୀମାନଙ୍କୁ ପଚାରିଲା, ହେ ସୁନ୍ଦରୀଗଣ !
ନିଜ ସ୍ବାମିନୀଙ୍କ ସହିତ ତୁମେ ସମସ୍ତେ ପୂର୍ବବତ୍ କୁଶଳରେ ଅଛ ତ ?
ନ ତଥୈତର୍ହି ରୋଚନ୍ତେ ଗୃହେଷୁ ଗୃହସମ୍ପଦଃ ।
ଯଦି ନ ସ୍ୟାଦ୍ଗୃହେ ମାତା ପତ୍ନୀ ବା ପତିଦେବତା ।
ବ୍ୟଙ୍ଗେ ରଥ ଇବ ପ୍ରାଜ୍ଞଃ କୋ ନାମାସୀତ ଦୀନବତ୍ ॥ ୧୫॥
କେଉଁ କାରଣରୁ ଆଜି ଗୃହର ସବୁ ସମ୍ପତ୍ତି ପୂର୍ବ ପରି ରୋଚକ ମନେ
ହେଉନାହିଁ ? ଯେଉଁ ଗୃହରେ ମାତା ଅଥବା ପତିପରାୟଣା ପତ୍ନୀ ନ ଥାନ୍ତି, ସେହି ଘର ଚକବିହୀନ ରଥ ପରି ଅଟେ | କେଉଁ ବୁଦ୍ଧିମାନ ବ୍ୟକ୍ତି ଭଲା
ସେପରି ଗୃହରେ ଦୀନ ପୁରୁଷ ପରି ରହିବାକୁ ଇଚ୍ଛା କରିବ ?
କ୍ୱ ବର୍ତତେ ସା ଲଲନା ମଜ୍ଜନ୍ତଂ ବ୍ୟସନାର୍ଣବେ ।
ଯା ମାମୁଦ୍ଧରତେ ପ୍ରଜ୍ଞାଂ ଦୀପୟନ୍ତୀ ପଦେ ପଦେ ॥ ୧୬॥
ତେଣୁ କୁହ, ସେହି ସୁନ୍ଦରୀ
କେଉଁଠି ଅଛି, ଯିଏ ଦୁଃଖ-ସମୁଦ୍ରରେ
ବୁଡି ଯାଉଥିବା ମୋର ବିବେକ-ବୁଦ୍ଧିକୁ କ୍ଷଣ-କ୍ଷଣ ଜାଗ୍ରତ କରି ମୋତେ ସେହି ସଂକଟରୁ ଉଦ୍ଧାର
କରିଥାଏ ?
ରାମା ଊଚୁଃ
ନରନାଥ ନ ଜାନୀମସ୍ତ୍ୱତ୍ପ୍ରିୟା ଯଦ୍ୱ୍ୟବସ୍ୟତି ।
ଭୂତଲେ ନିରବସ୍ତାରେ ଶୟାନାଂ ପଶ୍ୟ ଶତ୍ରୁହନ୍ ॥ ୧୭॥
ସ୍ତ୍ରୀମାନେ କହିଲେ – ନରନାଥ ! କେଜାଣି ଆଜି ଆପଣଙ୍କର ପ୍ରିୟା ମନରେ
କ’ଣ ସ୍ଥିର କରିଛନ୍ତି ?
ହେ ଶତ୍ରୁଦମନ ! ଦେଖନ୍ତୁ, ସେ କିପରି ବିନା ବିଛଣାରେ ଭୂମିରେ ପଡି ରହିଛନ୍ତି |
ନାରଦ ଉବାଚ
ପୁରଞ୍ଜନଃ ସ୍ୱମହିଷୀଂ ନିରୀକ୍ଷ୍ୟାବଧୁତାଂ ଭୁବି ।
ତତ୍ସଙ୍ଗୋନ୍ମଥିତଜ୍ଞାନୋ ବୈକ୍ଲବ୍ୟଂ ପରମଂ ଯୟୌ ॥ ୧୮॥
ନାରଦ କହୁଛନ୍ତି – ରାଜନ୍ ! ସେହି ସ୍ତ୍ରୀର ସଙ୍ଗ ଲାଭ କରି ରାଜା
ପୁରଞ୍ଜନର ବିବେକ ନଷ୍ଟ ହୋଇ ଯାଇଥିଲା; ସେଥିପାଇଁ ନିଜ ରାଣୀକୁ ଅସ୍ତ-ବ୍ୟସ୍ତ ଅବସ୍ଥାରେ ଏପରି
ଭୂମିରେ ପଡି ରହିଥିବା ଦେଖି ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲା |
ସାନ୍ତ୍ୱୟନ୍ ଶ୍ଲକ୍ଷ୍ଣୟା ବାଚା ହୃଦୟେନ ବିଦୂୟତା ।
ପ୍ରେୟସ୍ୟାଃ ସ୍ନେହସଂରମ୍ଭଲିଙ୍ଗମାତ୍ମନି ନାଭ୍ୟଗାତ୍ ॥ ୧୯॥
ଦୁଃଖିତ ହୃଦୟରେ ସେ ତାକୁ ମଧୁର ବଚନରେ ବୁଝାଇବାକୁ ବହୁତ ଚେଷ୍ଟା
କଲା; କିନ୍ତୁ ନିଜ
ପ୍ରେୟସୀଠାରେ ସେ ତା’ ପ୍ରତି ପ୍ରଣୟ-କୋପର
କୌଣସି ଚିହ୍ନ ଦେଖିବାକୁ ପାଇଲା ନାହିଁ |
ଅନୁନିନ୍ୟେଽଥ ଶନକୈର୍ୱୀରୋଽନୁନୟକୋବିଦଃ ।
ପସ୍ପର୍ଶ ପାଦୟୁଗଲମାହ ଚୋତ୍ସଙ୍ଗଲାଲିତାମ୍ ॥ ୨୦॥
କାହାକୁ ମନାଇବାରେ ସେ ବହୁତ କୁଶଳ ଥିଲା, ସେଥିପାଇଁ ପୁରଞ୍ଜନ ଧୀରେ ଧୀରେ ନିଜ ସ୍ତ୍ରୀକୁ ମନାଇବାର ପ୍ରୟାସ
ଆରମ୍ଭ କଲା | ସେ ପ୍ରଥମେ ତା’ର ଚରଣ ସ୍ପର୍ଶ କଲା
ଏବଂ ତାପରେ ତାକୁ କୋଳକୁ ଉଠାଇ ବହୁତ ସ୍ନେହରେ କହିବାରେ ଲାଗିଲା |
ପୁରଞ୍ଜନ ଉବାଚ
ନୂନଂ ତ୍ୱକୃତପୁଣ୍ୟାସ୍ତେ ଭୃତ୍ୟା ଯେଷ୍ୱୀଶ୍ୱରାଃ ଶୁଭେ ।
କୃତାଗଃସ୍ୱାତ୍ମସାତ୍କୃତ୍ୱା ଶିକ୍ଷା ଦଣ୍ଡଂ ନ ଯୁଞ୍ଜତେ ॥ ୨୧॥
ପୁରଞ୍ଜନ କହିଲା – ହେ ସୁନ୍ଦରୀ ! ସେହି ସେବକ ନିଶ୍ଚିତଭାବରେ
ଅତ୍ୟନ୍ତ ଅଭାଗା ଅଟେ, ଯାହାକୁ ଅପରାଧ
କରିଥିବା କାରଣରୁ ନିଜର ମନେକରି ଶିକ୍ଷା ଦେବା ପାଇଁ ସ୍ବାମୀ କୌଣସି ଦଣ୍ଡ ଦିଅନ୍ତି ନାହିଁ |
ପରମୋଽନୁଗ୍ରହୋ ଦଣ୍ଡୋ ଭୃତ୍ୟେଷୁ ପ୍ରଭୁଣାର୍ପିତଃ ।
ବାଲୋ ନ ବେଦ ତତ୍ତନ୍ୱି ବନ୍ଧୁକୃତ୍ୟମମର୍ଷଣଃ ॥ ୨୨॥
ସେବକ ପାଇଁ ବିଧାନ କରାଯାଉ ଥିବା ସ୍ବାମୀଙ୍କର ଦଣ୍ଡ ବାସ୍ତବରେ ତାହା
ପ୍ରତି ଅନୁଗ୍ରହ ହିଁ ଅଟେ | ମୂର୍ଖ ବ୍ୟକ୍ତି କ୍ରୋଧରେ ଅଭିଭୂତ ହୋଇ ନିଜ ହିତକାରୀ ସ୍ବାମୀଙ୍କର
ଉପକାରକୁ ବୁଝିପାରନ୍ତି ନାହିଁ |
ସା ତ୍ୱଂ ମୁଖଂ ସୁଦତି ସୁଭ୍ର୍ୱନୁରାଗଭାର-
ବ୍ରୀଡାବିଲମ୍ବବିଲସଦ୍ଧସିତାବଲୋକମ୍ ।
ନୀଲାଲକାଲିଭିରୁପସ୍କୃତମୁନ୍ନସଂ ନଃ
ସ୍ୱାନାଂ ପ୍ରଦର୍ଶୟ ମନସ୍ୱିନି ବଲ୍ଗୁ ବାକ୍ୟମ୍ ॥ ୨୩॥
ହେ ସୁନ୍ଦର ଦନ୍ତପଂକ୍ତି ଏବଂ ମନୋହର ଭ୍ରୁକୁଟିରେ ଶୋଭାଯୁକ୍ତ
ମନସ୍ବିନି ! ଏବେ କ୍ରୋଧ ଦୂର କର ଏବଂ ଥରକ ପାଇଁ ମୋତେ ନିଜର ମନେକରି ପ୍ରଣୟ-ଭାର ତଥା ଲଜ୍ଜାରେ
ଅବନତ ଏବଂ ମଧୁର ସ୍ମିତହାସ୍ୟଯୁକ୍ତ ଚାହାଣୀରେ ସୁଶୋଭିତ ନିଜ ମନୋହର ମୁଖର ଦର୍ଶନ କରାଅ | ଆହା
! ଭ୍ରମରପଂକ୍ତି ସଦୃଶ ନୀଳ ଅଳକାବଳୀ, ଉନ୍ନତ ନାସିକା ଏବଂ ସୁମଧୁର ବାଣୀରେ ଶୋଭିତ ତୁମର ସେହି
ମୁଖାରବିନ୍ଦ ସତରେ କେତେ ମନମୋହକ ଅଟେ !
ତସ୍ମିନ୍ ଦଧେ ଦମମହଂ ତବ ବୀରପତ୍ନି
ଯୋଽନ୍ୟତ୍ର ଭୂସୁରକୁଲାତ୍କୃତକିଲ୍ବିଷସ୍ତମ୍ ।
ପଶ୍ୟେ ନ ବୀତଭୟମୁନ୍ମୁଦିତଂ ତ୍ରିଲୋକ୍ୟା-
ମନ୍ୟତ୍ର ବୈ ମୁରରିପୋରିତରତ୍ର ଦାସାତ୍ ॥ ୨୪॥
ହେ ବୀରପତ୍ନୀ ! ଯଦି ଅନ୍ୟ କେହି ତୁମ ପ୍ରତି କିଛି ଅପରାଧ କରିଥାଏ, ତେବେ ମୋତେ କୁହ, ଯଦି ସେହି ଅପରାଧୀ
ବ୍ରାହ୍ମଣକୁଳର ହୋଇ ନ ଥିବେ, ତେବେ ମୁଁ ତାକୁ
ବର୍ତ୍ତମାନ ଦଣ୍ଡ ଦେବି | ମୋତେ ତ ଭଗବାନଙ୍କର ଭକ୍ତମାନଙ୍କ ବ୍ୟତିତ ତ୍ରିଲୋକୀରେ ଏପରି କେହି
ନଜରକୁ ଆସୁନାହାଁନ୍ତି, ଯିଏ କି ତୁମ ପ୍ରତି
ଅପରାଧ କରି ନିର୍ଭୟରେ ଆନନ୍ଦପୂର୍ବକ ରହିପାରିବ |
ବକ୍ତ୍ରଂ ନ ତେ ବିତିଲକଂ ମଲିନଂ ବିହର୍ଷଂ
ସଂରମ୍ଭଭୀମମବିମୃଷ୍ଟମପେତରାଗମ୍ ।
ପଶ୍ୟେ ସ୍ତନାବପି ଶୁଚୋପହତୌ ସୁଜାତୌ
ବିମ୍ବାଧରଂ ବିଗତକୁଙ୍କୁମପଙ୍କରାଗମ୍ ॥ ୨୫॥
ପ୍ରିୟେ ! ମୁଁ ଆଜିଯାଏଁ କେବେ ବି ତୁମର ମୁଖ ତିଳକହୀନ, ଉଦାସ, ମଳୀନ, କ୍ରୋଧାବେଶରେ
ଗମ୍ଭୀର, କାନ୍ତିହୀନ ଏବଂ ସ୍ନେହଶୂନ୍ୟ ଦେଖିନାହିଁ;
କେବେ ତୁମର ସ୍ତନକୁ ଶୋକାଶ୍ରୁରେ ସିକ୍ତ ତଥା ତୁମର ବିମ୍ବଫଳ ସଦୃଶ ଅଧରକୁ ସ୍ନିଗ୍ଧ କେସରର
ଲାଲିମାରୁ ରହିତ ହୋଇଥିବା ଦେଖିନାହିଁ |
ତନ୍ମେ ପ୍ରସୀଦ ସୁହୃଦଃ କୃତକିଲ୍ବିଷସ୍ୟ
ସ୍ୱୈରଂ ଗତସ୍ୟ ମୃଗୟାଂ ବ୍ୟସନାତୁରସ୍ୟ ।
କା ଦେବରଂ ବଶଗତଂ କୁସୁମାସ୍ତ୍ରବେଗ-
ବିସ୍ରସ୍ତପୌଂସ୍ନମୁଶତୀ ନ ଭଜେତ କୃତ୍ୟେ ॥ ୨୬॥
ମୁଁ ବ୍ୟସନବଶ ତୁମକୁ ନ ପଚାରି ଶୀକାର କରିବାକୁ ଚାଲିଗଲି, ସେଥିପାଇଁ
ମୁଁ ନିଶ୍ଚିତଭାବରେ ଅପରାଧୀ ଅଟେ | ତେଣୁ ନିଜର ମନେକରି ତୁମେ ମୋ ଉପରେ ପ୍ରସନ୍ନ ହୋଇଯାଅ |
କାମଦେବଙ୍କର ବିଷମ ବାଣରେ ଅଧୀର ହୋଇ ଯିଏ ସର୍ବଦା ପ୍ରିୟାର ଅଧୀନସ୍ତ ରହିଥାଏ, କେଉଁ କାମିନୀ ଭଲା ଉଚିତ୍ କାର୍ଯ୍ୟ ନିମନ୍ତେ ସେପରି ପତିକୁ
ସ୍ବୀକାର ନ କରିବ ?
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଷଡ୍ୱିଂଶୋଽଧ୍ୟାୟଃ ॥ ୨୬॥

Comments
Post a Comment