ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ଷଷ୍ଠ ଅଧ୍ୟାୟ

ଦକ୍ଷପ୍ରଜାପତିଙ୍କର ଷାଠିଏ କନ୍ୟାଙ୍କର ବଂଶ ବିବରଣ

 

ଶ୍ରୀଶୁକ ଉବାଚ

ତତଃ ପ୍ରାଚେତସୋଽସିକ୍ନ୍ୟାମନୁନୀତଃ ସ୍ୱୟମ୍ଭୁବା ।

ଷଷ୍ଟିଂ ସଞ୍ଜନୟାମାସ ଦୁହିତୄଃ ପିତୃବତ୍ସଲାଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ତଦନନ୍ତର ବ୍ରହ୍ମାଜୀଙ୍କର ବହୁତ ଅନୁନୟ-ବିନୟ ପରେ ଦକ୍ଷପ୍ରଜାପତି ନିଜ ପତ୍ନୀ ଅସିକ୍ରୀଙ୍କ ଗର୍ଭରୁ ଷାଠିଏ କନ୍ୟା ଉତ୍ପନ୍ନ କଲେ | ସେମାନେ ସମସ୍ତେ ନିଜ ପିତା ଦକ୍ଷଙ୍କୁ ବହୁତ ପ୍ରେମ କରୁଥିଲେ |

ଦଶ ଧର୍ମାୟ କାୟେନ୍ଦୋର୍ଦ୍ୱିଷଟ୍ତ୍ରିଣବ ଦତ୍ତବାନ୍ ।

ଭୂତାଙ୍ଗିରଃକୃଶାଶ୍ୱେଭ୍ୟୋ ଦ୍ୱେ ଦ୍ୱେ ତାର୍କ୍ଷ୍ୟାୟ ଚାପରାଃ ॥ ୨॥

ଦକ୍ଷପ୍ରଜାପତି ସେମାନଙ୍କ ମଧ୍ୟରୁ ଦଶଜଣ କନ୍ୟା ଧର୍ମଙ୍କୁ, ତେରଜଣ କଶ୍ୟପଙ୍କୁ, ସତାଇଶ କନ୍ୟା ଚନ୍ଦ୍ରମାଙ୍କୁ, ଦୁଇ କନ୍ୟା ଭୂତଙ୍କୁ, ଦୁଇ କନ୍ୟା ଅଙ୍ଗିରାଙ୍କୁ, ଦୁଇ କନ୍ୟା କୃଶାଶ୍ବଙ୍କୁ ଏବଂ ଅବଶିଷ୍ଟ ଚାରି କନ୍ୟା ତାର୍କ୍ଷ୍ୟନାମଧାରୀ କଶ୍ୟପଙ୍କୁ ବିବାହାର୍ଥେ ଅର୍ପଣ କଲେ |

ନାମଧେୟାନ୍ୟମୂଷାଂ ତ୍ୱଂ ସାପତ୍ୟାନାଂ ଚ ମେ ଶୃଣୁ ।

ଯାସାଂ ପ୍ରସୂତିପ୍ରସବୈର୍ଲୋକା ଆପୂରିତାସ୍ତ୍ରୟଃ ॥ ୩॥

ପରୀକ୍ଷିତ ! ତୁମେ ସେହି ଦକ୍ଷକନ୍ୟା ଏବଂ ସେମାନଙ୍କର ସନ୍ତାନମାନଙ୍କର ନାମ ମୋ ଠାରୁ ଶୁଣ | ସେମାନଙ୍କର ବଂଶ ପରମ୍ପରାରେ ତ୍ରିଲୋକ ପରିବ୍ୟାପ୍ତ |

ଭାନୁର୍ଲମ୍ବା କକୁଦ୍ୟାମିର୍ୱିଶ୍ୱା ସାଧ୍ୟା ମରୁତ୍ୱତୀ ।

ବସୁର୍ମୁହୂର୍ତା ସଙ୍କଲ୍ପା ଧର୍ମପତ୍ନ୍ୟଃ ସୁତାଞ୍ଛୃଣୁ ॥ ୪॥

ଧର୍ମଙ୍କର ଦଶ ପତ୍ନୀ ଥିଲେ – ଭାନୁ, ଲମ୍ବା, କକୁଭ୍, ଜାମି, ବିଶ୍ବା, ସାଧ୍ୟା, ମରୁତ୍ବତୀ, ବସୁ, ମୁହୂର୍ତା ଏବଂ ସଂକଳ୍ପା | ଏବେ ଏମାନଙ୍କର ପୁତ୍ରମାନଙ୍କର ନାମ ଶୁଣ |

ଭାନୋସ୍ତୁ ଦେବଋଷଭ ଇନ୍ଦ୍ରସେନସ୍ତତୋ ନୃପ ।

ବିଦ୍ୟୋତ ଆସୀଲ୍ଲମ୍ବାୟାସ୍ତତଶ୍ଚ ସ୍ତନୟିତ୍ନବଃ ॥ ୫॥

ରାଜନ୍ ! ଭାନୁଙ୍କର ପୁତ୍ର ଦେବଋଷଭ ଏବଂ ତାଙ୍କର ପୁତ୍ର ଇନ୍ଦ୍ରସେନ ଥିଲେ | ଲମ୍ବାଙ୍କର ପୁତ୍ର ଥିଲେ ବିଦ୍ୟୋତ ଏବଂ ତାଙ୍କର ପୁତ୍ର ଥିଲେ ମେଘଗଣ |

କକୁଦଃ ସଙ୍କଟସ୍ତସ୍ୟ କୀକଟସ୍ତନୟୋ ଯତଃ ।

ଭୁବୋ ଦୁର୍ଗାଣି ଜାମେୟଃ ସ୍ୱର୍ଗୋ ନନ୍ଦିସ୍ତତୋଽଭବତ୍ ॥ ୬॥

କକୁଭଙ୍କର ପୁତ୍ର ସଂକଟ, ତାଙ୍କର ପୁତ୍ର କୀକଟ ଏବଂ କୀକଟଙ୍କର ପୁତ୍ର ପୃଥିବୀର ସମ୍ପୂର୍ଣ୍ଣ ଦୁର୍ଗର ଅଭିମାନୀ ଦେବତା ଥିଲେ | ଜାମିଙ୍କର ପୁତ୍ରଙ୍କର ନାମ ଥିଲା ସ୍ବର୍ଗ ଏବଂ ତାଙ୍କର ପୁତ୍ର ହେଲେ ନନ୍ଦୀ |

ବିଶ୍ୱେଦେବାସ୍ତୁ ବିଶ୍ୱାୟା ଅପ୍ରଜାଂସ୍ତାନ୍ ପ୍ରଚକ୍ଷତେ ।

ସାଧ୍ୟୋଗଣସ୍ତୁ ସାଧ୍ୟାୟା ଅର୍ଥସିଦ୍ଧିସ୍ତୁ ତତ୍ସୁତଃ ॥ ୭॥

ବିଶ୍ବାଙ୍କଠାରୁ ବିଶ୍ବେଦେବ ହେଲେ ଏବଂ ତାଙ୍କର କେହି ସନ୍ତାନ ନ ଥିଲେ | ସାଧ୍ୟାଙ୍କଠାରୁ ସାଧ୍ୟଗଣ ହେଲେ ଏବଂ ତାଙ୍କର ପୁତ୍ର ଥିଲେ ଅର୍ଥସିଦ୍ଧି |

ମରୁତ୍ୱାଂଶ୍ଚ ଜୟନ୍ତଶ୍ଚ ମରୁତ୍ୱତ୍ୟାଂ ବଭୂବତୁଃ ।

ଜୟନ୍ତୋ ବାସୁଦେବାଂଶ ଉପେନ୍ଦ୍ର ଇତି ଯଂ ବିଦୁଃ ॥ ୮॥

ମରୁତ୍ବତୀଙ୍କର ଦୁଇ ପୁତ୍ର ଥିଲେ – ମରୁତ୍ବାନ୍ ଏବଂ ଜୟନ୍ତ | ଜୟନ୍ତ ଭଗବାନ ବାସୁଦେବଙ୍କର ଅଂଶ ଥିଲେ, ଯାହାଙ୍କୁ ଲୋକେ ଉପେନ୍ଦ୍ର ମଧ୍ୟ କହନ୍ତି |

ମୌହୂର୍ତିକା ଦେବଗଣା ମୁହୂର୍ତାୟାଶ୍ଚ ଜଜ୍ଞିରେ ।

ଯେ ବୈ ଫଲଂ ପ୍ରୟଚ୍ଛନ୍ତି ଭୂତାନାଂ ସ୍ୱସ୍ୱକାଲଜମ୍ ॥ ୯॥

ମୁହୂର୍ତାଙ୍କଠାରୁ ମୁହୂର୍ତ-ଅଭିମାନୀ ଦେବତା ଉତ୍ପନ୍ନ ହେଲେ | ଏମାନେ ନିଜ-ନିଜ ମୁହୂର୍ତ୍ତରେ ଜୀବକୁ ସେମାନଙ୍କର କର୍ମାନୁସାରେ ଫଳ ପ୍ରଦାନ କରନ୍ତି |

ସଙ୍କଲ୍ପାୟାଶ୍ଚ ସଙ୍କଲ୍ପଃ କାମଃ ସଙ୍କଲ୍ପଜଃ ସ୍ମୃତଃ ।

ବସବୋଽଷ୍ଟୌ ବସୋଃ ପୁତ୍ରାସ୍ତେଷାଂ ନାମାନି ମେ ଶୃଣୁ ॥ ୧୦॥

ସଂକଳ୍ପାଙ୍କର ପୁତ୍ର ଥିଲେ ସଂକଳ୍ପ ଏବଂ ତାଙ୍କର ପୁତ୍ର ଥିଲେ କାମ | ବସୁଙ୍କର ପୁତ୍ର ଅଷ୍ଟବସୁ ଥିଲେ | ସେମାନଙ୍କର ନାମ ମୋଠାରୁ ଶୁଣ |

ଦ୍ରୋଣଃ ପ୍ରାଣୋ ଧ୍ରୁବୋଽର୍କୋଽଗ୍ନିର୍ଦୋଷୋ ବସୁର୍ୱିଭାବସୁଃ ।

ଦ୍ରୋଣସ୍ୟାଭିମତେଃ ପତ୍ନ୍ୟା ହର୍ଷଶୋକଭୟାଦୟଃ ॥ ୧୧॥

ସେମାନେ ଥିଲେ ଦ୍ରୋଣ, ପ୍ରାଣ, ଧ୍ରୁବ, ଅର୍କ, ଅଗ୍ନି, ଦୋଷ, ବସୁ ଏବଂ ବିଭାବସୁ | ଦ୍ରୋଣଙ୍କର ପତ୍ନୀଙ୍କ ନାମ ଅଭିମତି | ତାଙ୍କଠାରୁ ହର୍ଷ, ଶୋକ, ଭୟ ଆଦିର ଅଭିମାନୀ ଦେବତା ଉତ୍ପନ୍ନ ହେଲେ |

ପ୍ରାଣସ୍ୟୋର୍ଜସ୍ୱତୀ ଭାର୍ୟା ସହ ଆୟୁଃ ପୁରୋଜବଃ ।

ଧ୍ରୁବସ୍ୟ ଭାର୍ୟା ଧରଣିରସୂତ ବିବିଧାଃ ପୁରଃ ॥ ୧୨॥

ପ୍ରାଣଙ୍କର ପତ୍ନୀ ଉର୍ଜସ୍ବତୀଙ୍କ ଗର୍ଭରୁ ସହ, ଆୟୁ ଏବଂ ପୁରୋଜବ ନାମରେ ତିନି ପୁତ୍ର ଉତ୍ପନ୍ନ ହେଲେ | ଧ୍ରୁବଙ୍କର ପତ୍ନୀ ଧରଣୀ ଅନେକ ନଗର-ଅଭିମାନୀ ଦେବତା ଉତ୍ପନ୍ନ କଲେ |

ଅର୍କସ୍ୟ ବାସନା ଭାର୍ୟା ପୁତ୍ରାସ୍ତର୍ଷାଦୟଃ ସ୍ମୃତାଃ ।

ଅଗ୍ନେର୍ଭାର୍ୟା ବସୋର୍ଧାରା ପୁତ୍ରା ଦ୍ରବିଣକାଦୟଃ ॥ ୧୩॥

ଅର୍କଙ୍କର ପତ୍ନୀ ବାସନାଙ୍କ ଗର୍ଭରୁ ତର୍ଷ (ତୃଷ୍ଣା) ଆଦି ପୁତ୍ର ଜାତ ହେଲେ | ଅଗ୍ନି ନାମକ ବସୁଙ୍କର ପତ୍ନୀ ଧାରାଙ୍କ ଗର୍ଭରୁ ଦ୍ରବିଣକ ଆଦି ବହୁ ପୁତ୍ର ଉତ୍ପନ୍ନ ହେଲେ | 

ସ୍କନ୍ଦଶ୍ଚ କୃତ୍ତିକାପୁତ୍ରୋ ଯେ ବିଶାଖାଦୟସ୍ତତଃ ।

ଦୋଷସ୍ୟ ଶର୍ୱରୀପୁତ୍ରଃ ଶିଶୁମାରୋ ହରେଃ କଲା ॥ ୧୪॥

କୃତିକାପୁତ୍ର ସ୍କନ୍ଦ ମଧ୍ୟ ଅଗ୍ନିଙ୍କଠାରୁ ହିଁ ଜାତ ହୋଇଥିଲେ | ତାଙ୍କଠାରୁ ବିଶାଖ ଆଦିଙ୍କର ଜନ୍ମ ହେଲା | ଦୋଷଙ୍କର ପତ୍ନୀ ଶର୍ବରୀଙ୍କ ଗର୍ଭରୁ ଶିଶୁମାର ଜାତ ହେଲେ | ସେ ଭଗବାନଙ୍କର କଳାବତାର ଅଟନ୍ତି |

ବସୋରାଙ୍ଗିରସୀପୁତ୍ରୋ ବିଶ୍ୱକର୍ମା କୃତୀପତିଃ ।

ତତୋ ମନୁଶ୍ଚାକ୍ଷୁଷୋଽଭୂଦ୍ୱିଶ୍ୱେ ସାଧ୍ୟା ମନୋଃ ସୁତାଃ ॥ ୧୫॥

ବସୁଙ୍କର ପତ୍ନୀ ଆଙ୍ଗିରସୀଙ୍କଠାରୁ ଶିଳ୍ପକଳାର ଅଧିପତି ବିଶ୍ବକର୍ମା ଜାତ ହେଲେ | ବିଶ୍ବକର୍ମାଙ୍କର ତାଙ୍କ ଭାର୍ଯ୍ୟା କୃତିଙ୍କ ଗର୍ଭରୁ ଚାକ୍ଷୁଷ ମନୁ ହେଲେ ଏବଂ ତାଙ୍କର ପୁତ୍ର ବିଶ୍ବେଦେବ ଏବଂ ସାଧ୍ୟଗଣ ହେଲେ |

ବିଭାବସୋରସୂତୋଷା ବ୍ୟୁଷ୍ଟଂ ରୋଚିଷମାତପମ୍ ।

ପଞ୍ଚୟାମୋଽଥ ଭୂତାନି ଯେନ ଜାଗ୍ରତି କର୍ମସୁ ॥ ୧୬॥

ବିଭାବସୁଙ୍କ ପତ୍ନୀ ଉଷାଙ୍କଠାରୁ ତିନି ପୁତ୍ର ହେଲେ – ବ୍ୟୁଷ୍ଟି, ରୋଚିଷ୍ ଏବଂ ଆତପ | ସେମାନଙ୍କ ମଧ୍ୟରୁ ଆତପଙ୍କର ପଞ୍ଚୟାମ (ଦିବସ) ନାମକ ପୁତ୍ର ହେଲେ, ତାଙ୍କ ଯୋଗୁଁ ସମସ୍ତ ଜୀବ ନିଜ-ନିଜ କାର୍ଯ୍ୟରେ ନିୟୋଜିତ ରହନ୍ତି |

ସରୂପାସୂତ ଭୂତସ୍ୟ ଭାର୍ୟା ରୁଦ୍ରାଂଶ୍ଚ କୋଟିଶଃ ।

ରୈବତୋଽଜୋ ଭବୋ ଭୀମୋ ବାମ ଉଗ୍ରୋ ବୃଷାକପିଃ ॥ ୧୭॥

ଅଜୈକପାଦହିର୍ବୁଧ୍ନ୍ୟୋ ବହୁରୂପୋ ମହାନିତି ।

ରୁଦ୍ରସ୍ୟ ପାର୍ଷଦାଶ୍ଚାନ୍ୟେ ଘୋରାଃ ଭୂତବିନାୟକାଃ ॥ ୧୮॥

ଭୂତଙ୍କର ପତ୍ନୀ ଦକ୍ଷନନ୍ଦିନୀ ସରୂପା କୋଟି-କୋଟି ରୁଦ୍ରଗଣ ଉତ୍ପନ୍ନ କଲେ | ସେମାନଙ୍କ ମଧ୍ୟରେ ରୈବତ, ଅଜ, ଭବ, ଭୀମ, ବାମ, ଉଗ୍ର, ବୃଷାକପି, ଅଜୈକପାଦ, ଅହିର୍ବୁଧ୍ନ୍ୟ, ବହୁରୂପ ଏବଂ ମହାନ୍ – ଏହି ଏକାଦଶ ରୁଦ୍ର ମୁଖ୍ୟ ଅଟନ୍ତି | ଭୂତଙ୍କର ଦ୍ବିତୀୟ ପତ୍ନୀ ଭୂତାଙ୍କଠାରୁ ଭୟଙ୍କର ଭୂତ ଏବଂ ବିନାୟକାଦିଙ୍କର ଜନ୍ମ ହେଲା | ଏମାନେ ସମସ୍ତେ ଏକାଦଶତମ ପ୍ରଧାନ ରୁଦ୍ର ମହାନଙ୍କର ପାର୍ଷଦ ହେଲେ |

ପ୍ରଜାପତେରଙ୍ଗିରସଃ ସ୍ୱଧା ପତ୍ନୀ ପିତୄନଥ ।

ଅଥର୍ୱାଙ୍ଗିରସଂ ବେଦଂ ପୁତ୍ରତ୍ୱେ ଚାକରୋତ୍ସତୀ ॥ ୧୯॥

ଅଙ୍ଗିରା ପ୍ରଜାପତିଙ୍କର ପ୍ରଥମ ପତ୍ନୀ ସ୍ବଧା ପିତୃଗଣଙ୍କୁ ଉତ୍ପନ୍ନ କଲେ ଏବଂ ଦ୍ବିତୀୟ ପତ୍ନୀ ସତୀ ଅଥର୍ବାଙ୍ଗିରସ ନାମକ ବେଦକୁ ହିଁ ପୁତ୍ର ରୂପେ ସ୍ବୀକାର କରିନେଲେ |

କୃଶାଶ୍ୱୋଽର୍ଚିଷି ଭାର୍ୟାୟାଂ ଧୂମ୍ରକେଶମଜୀଜନତ୍ ।

ଧିଷଣାୟାଂ ବେଦଶିରୋ ଦେବଲଂ ବୟୁନଂ ମନୁମ୍ ॥ ୨୦॥

କୃଶାଶ୍ବଙ୍କର ପତ୍ନୀ ଅର୍ଚିଙ୍କଠାରୁ ଧୂମ୍ରକେଶଙ୍କର ଜନ୍ମ ହେଲା ଏବଂ ଧିଷଣାଙ୍କଠାରୁ ଚାରି ପୁତ୍ର ହେଲେ – ବେଦଶିରା, ଦେବଳ, ବୟୁନ ଏବଂ ମନୁ |

ତାର୍କ୍ଷ୍ୟସ୍ୟ ବିନତା କଦ୍ରୂଃ ପତଙ୍ଗୀ ଯାମିନୀତି ଚ ।

ପତଙ୍ଗ୍ୟସୂତ ପତଗାନ୍ ଯାମିନୀ ଶଲଭାନଥ ॥ ୨୧॥

ତାର୍କ୍ଷ୍ୟନାମଧାରୀ କଶ୍ୟପଙ୍କର ଚାରି ପତ୍ନୀ ଥିଲେ – ବିନତା, କଦ୍ରୂ, ପତଙ୍ଗୀ ଏବଂ ଯାମିନୀ | ପତଙ୍ଗୀଙ୍କଠାରୁ ପକ୍ଷୀମାନଙ୍କର ଏବଂ ଯାମିନୀଙ୍କଠାରୁ ପତଙ୍ଗମାନଙ୍କର ଜନ୍ମ ହେଲା |

ସୁପର୍ଣାସୂତ ଗରୁଡଂ ସାକ୍ଷାଦ୍ୟଜ୍ଞେଶବାହନମ୍ ।

ସୂର୍ୟସୂତମନୂରୁଂ ଚ କଦ୍ରୂର୍ନାଗାନନେକଶଃ ॥ ୨୨॥

ବିନତାଙ୍କର ପୁତ୍ର ଗରୁଡ଼ ଅଟନ୍ତି, ଯିଏ ଭଗବାନ ବିଷ୍ଣୁଙ୍କର ବାହନ ଅଟନ୍ତି | ବିନତାଙ୍କର ହିଁ ଦ୍ବିତୀୟ ପୁତ୍ର ଅରୁଣ ଅଟନ୍ତି, ଯିଏ ଭଗବାନ ସୂର୍ଯ୍ୟଙ୍କର ସାରଥି ଅଟନ୍ତି |

କୃତ୍ତିକାଦୀନି ନକ୍ଷତ୍ରାଣୀନ୍ଦୋଃ ପତ୍ନ୍ୟସ୍ତୁ ଭାରତ ।

ଦକ୍ଷଶାପାତ୍ସୋଽନପତ୍ୟସ୍ତାସୁ ଯକ୍ଷ୍ମଗ୍ରହାର୍ଦିତଃ ॥ ୨୩॥

ପରୀକ୍ଷିତ ! କୃତ୍ତିକା ଆଦି ସତାଇଶ ନକ୍ଷତ୍ରାଭିମାନୀ ଦେବୀ ଚନ୍ଦ୍ରମାଙ୍କର ପତ୍ନୀ ଅଟନ୍ତି | ସେମାନଙ୍କ ମଧ୍ୟରୁ ରୋହିଣୀଙ୍କ ପ୍ରତି ବିଶେଷ ପ୍ରେମଭାବ ରଖିଥିବା ଯୋଗୁଁ ଚନ୍ଦ୍ରମାଙ୍କୁ ଦକ୍ଷ ଶାପ ଦେଇଥିଲେ, ଯାହା ଫଳରେ ସେ କ୍ଷୟରୋଗ ଗ୍ରସ୍ତ ହୋଇଗଲେ ଏବଂ ତାଙ୍କର କୌଣସି ସନ୍ତାନ ହେଲେନାହିଁ |

ପୁନଃ ପ୍ରସାଦ୍ୟ ତଂ ସୋମଃ କଲା ଲେଭେ କ୍ଷୟେ ଦିତାଃ ।

ଶୃଣୁ ନାମାନି ଲୋକାନାଂ ମାତୄଣାଂ ଶଙ୍କରାଣି ଚ ॥ ୨୪॥

ଅଥ କଶ୍ୟପପତ୍ନୀନାଂ ଯତ୍ପ୍ରସୂତମିଦଂ ଜଗତ୍ ।

ଅଦିତିର୍ଦିତିର୍ଦନୁଃ କାଷ୍ଠା ଅରିଷ୍ଟା ସୁରସା ଇଲା ॥ ୨୫॥

ମୁନିଃ କ୍ରୋଧବଶା ତାମ୍ରା ସୁରଭିଃ ସରମା ତିମିଃ ।

ତିମେର୍ୟାଦୋଗଣା ଆସନ୍ ଶ୍ୱାପଦାଃ ସରମାସୁତାଃ ॥ ୨୬॥

ପଶ୍ଚାତ ସେ ଦକ୍ଷଙ୍କୁ ପ୍ରସନ୍ନ କରି କୃଷ୍ଣପକ୍ଷର କ୍ଷୀଣ କଳାକୁ ଶୁକ୍ଲପକ୍ଷରେ ପୂର୍ଣ୍ଣ ହେବାର ବାର ତ ପ୍ରାପ୍ତ କରିନେଲେ, କିନ୍ତୁ ନକ୍ଷତ୍ରାଭିମାନୀ ଦେବୀମାନଙ୍କଠାରୁ ତାଙ୍କର କୌଣସି ସନ୍ତାନ ହେଲେ ନାହିଁ | ଏବେ ତୁମେ କଶ୍ୟପପତ୍ନୀମାନଙ୍କର ମଙ୍ଗଳମୟ ନାମ ଶୁଣ | ସେମାନେ ସମସ୍ତେ ଲୋକମାତା ଅଟନ୍ତି; ସେମାନଙ୍କଠାରୁ ଏହି ସମ୍ପୂର୍ଣ୍ଣ ସୃଷ୍ଟି ଉତ୍ପନ୍ନ ହୋଇଛି | ସେମାନଙ୍କର ନାମ – ଅଦିତି, ଦିତି, ଦନୁ, କାଷ୍ଠା, ଅରିଷ୍ଟା, ସୁରସା, ଇଲା, ମୁନି, କ୍ରୋଧବଶା, ତାମ୍ରା, ସୁରଭି, ସରମା ଏବଂ ତିମି | ଏମାନଙ୍କ ମଧ୍ୟରୁ ତିମିଙ୍କର ସନ୍ତାନ ଜଳଚର ଜନ୍ତୁ ଏବଂ ସରମାଙ୍କର ବ୍ୟାଘ୍ର ଆଦି ହିଂସ୍ରକ ଜୀବ ଅଟନ୍ତି |

ସୁରଭେର୍ମହିଷା ଗାବୋ ଯେ ଚାନ୍ୟେ ଦ୍ୱିଶଫା ନୃପ ।

ତାମ୍ରାୟାଃ ଶ୍ୟେନଗୃଧ୍ରାଦ୍ୟା ମୁନେରପ୍ସରସାଂ ଗଣାଃ ॥ ୨୭॥

ସୁରଭିଙ୍କର ପୁତ୍ର ମଇଁଷି, ଗାଈ ଏବଂ ଅନ୍ୟ ଦୁଇ ଖୁରବିଶିଷ୍ଟ ପ୍ରାଣୀ ଅଟନ୍ତି | ତାମ୍ରାଙ୍କର ସନ୍ତାନ ଚିଲ, ଶାଗୁଣା ଆଦି ଶିକାରୀ ପକ୍ଷୀ ଅଟନ୍ତି | ମୁନିଙ୍କଠାରୁ ଅପ୍ସରାମାନେ ଉତ୍ପନ୍ନ ହେଲେ |

ଦନ୍ଦଶୂକାଦୟଃ ସର୍ପା ରାଜନ୍ କ୍ରୋଧବଶାତ୍ମଜାଃ ।

ଇଲାୟା ଭୂରୁହାଃ ସର୍ୱେ ଯାତୁଧାନାଶ୍ଚ ସୌରସାଃ ॥ ୨୮॥

କ୍ରୋଧବଶାଙ୍କର ପୁତ୍ରମାନେ ହେଲେ ସାପ, ବିଛା ଆଦି ବିଷଧର ଜନ୍ତୁ | ଇଲାଙ୍କଠାରୁ ବୃକ୍ଷ, ଲତା ଆଦି ପୃଥିବୀରେ ଉତ୍ପନ୍ନ ହେଉଥିବା ବନସ୍ପତି ଏବଂ ସୁରସାଙ୍କଠାରୁ ଯାତୁଧାନ (ରାକ୍ଷସ) ଉତ୍ପନ୍ନ ହେଲେ |

ଅରିଷ୍ଟାୟାଶ୍ଚ ଗନ୍ଧର୍ୱାଃ କାଷ୍ଠାୟା ଦ୍ୱିଶଫେତରାଃ ।

ସୁତା ଦନୋରେକଷଷ୍ଟିସ୍ତେଷାଂ ପ୍ରାଧାନିକାଞ୍ଛ୍ରୃଣୁ ॥ ୨୯॥

ଅରିଷ୍ଟାଙ୍କଠାରୁ ଗନ୍ଧର୍ବ ଏବଂ କାଷ୍ଠାଙ୍କଠାରୁ ଘୋଡା ଆଦି ଏକ ଖୁରବିଶିଷ୍ଟ ପ୍ରାଣୀ ଉତ୍ପନ୍ନ ହେଲେ | ଦନୁଙ୍କର ଏକଷଠି ପୁତ୍ର ଥିଲେ | ସେମାନଙ୍କ ମଧ୍ୟରୁ ପ୍ରଧାନ-ପ୍ରଧାନଙ୍କର ନାମ ଶୁଣ |

ଦ୍ୱିମୂର୍ଧା ଶମ୍ବରୋଽରିଷ୍ଟୋ ହୟଗ୍ରୀବୋ ବିଭାବସୁଃ ।

ଅୟୋମୁଖଃ ଶଙ୍କୁଶିରାଃ ସ୍ୱର୍ଭାନୁଃ କପିଲୋଽରୁଣଃ ॥ ୩୦॥

ପୁଲୋମା ବୃଷପର୍ୱା ଚ ଏକଚକ୍ରୋଽନୁତାପନଃ ।

ଧୂମ୍ରକେଶୋ ବିରୂପାକ୍ଷୋ ବିପ୍ରଚିତ୍ତିଶ୍ଚ ଦୁର୍ଜୟଃ ॥ ୩୧॥

ଦ୍ବିମୂର୍ଧା, ଶମ୍ବର, ଅରିଷ୍ଟ, ହୟଗ୍ରୀବ, ବିଭାବସୁ, ଅୟୋମୁଖ, ଶଙ୍କୁଶିରା, ସ୍ବର୍ଭାନୁ, କପିଳ, ଅରୁଣ, ପୁଲୋମା, ବୃଷପର୍ବା, ଏକଚକ୍ର, ଅନୁତାପନ, ଧୂମ୍ରକେଶ, ବିରୁପାକ୍ଷ, ବିପ୍ରଚିତି ଏବଂ ଦୁର୍ଜୟ |

ସ୍ୱର୍ଭାନୋଃ ସୁପ୍ରଭାଂ କନ୍ୟାମୁବାହ ନମୁଚିଃ କିଲ ।

ବୃଷପର୍ୱଣସ୍ତୁ ଶର୍ମିଷ୍ଠାଂ ଯୟାତିର୍ନାହୁଷୋ ବଲୀ ॥ ୩୨॥

ସ୍ବର୍ଭାନୁଙ୍କର କନ୍ୟା ସୁପ୍ରଭାଙ୍କ ସହିତ ନମୁଚି ଏବଂ ବୃଷପର୍ବାଙ୍କର ପୁତ୍ରୀ ଶର୍ମିଷ୍ଠାଙ୍କ ସହିତ ମହାବଳୀ ନହୁଷନନ୍ଦନ ଯଯାତି ବିବାହ କଲେ |

ବୈଶ୍ୱାନରସୁତା ଯାଶ୍ଚ ଚତସ୍ରଶ୍ଚାରୁଦର୍ଶନାଃ ।

ଉପଦାନବୀ ହୟଶିରା ପୁଲୋମା କାଲକା ତଥା ॥ ୩୩॥

ଦନୁପୁତ୍ର ବୈଶ୍ବାନରଙ୍କର ଚାରୋଟି ସୁନ୍ଦରୀ କନ୍ୟା ଥିଲେ | ସେମାନଙ୍କର ନାମ ଥିଲା – ଉପଦାନବୀ, ହୟଶିରା, ପୁଲୋମା ଏବଂ କାଲକା |

ଉପଦାନବୀଂ ହିରଣ୍ୟାକ୍ଷଃ କ୍ରତୁର୍ହୟଶିରାଂ ନୃପ ।

ପୁଲୋମାଂ କାଲକାଂ ଚ ଦ୍ୱେ ବୈଶ୍ୱାନରସୁତେ ତୁ କଃ ॥ ୩୪॥

ଉପୟେମେଽଥ ଭଗବାନ୍ କଶ୍ୟପୋ ବ୍ରହ୍ମଚୋଦିତଃ ।

ପୌଲୋମାଃ କାଲକେୟାଶ୍ଚ ଦାନବା ଯୁଦ୍ଧଶାଲିନଃ ॥ ୩୫॥

ତୟୋଃ ଷଷ୍ଟିସହସ୍ରାଣି ଯଜ୍ଞଘ୍ନାଂସ୍ତେ ପିତୁଃ ପିତା ।

ଜଘାନ ସ୍ୱର୍ଗତୋ ରାଜନ୍ନେକ ଇନ୍ଦ୍ରପ୍ରିୟଙ୍କରଃ ॥ ୩୬॥

ଏମାନଙ୍କ ମଧ୍ୟରୁ ଉପଦାନବୀଙ୍କ ସହିତ ହିରଣାକ୍ଷ ଏବଂ ହୟଶିରାଙ୍କ ସହିତ କ୍ରତୁଙ୍କର ବିବାହ ହେଲା | ବ୍ରହ୍ମାଜୀଙ୍କର ଆଜ୍ଞାରେ ହିଁ ପ୍ରଜାପତି ଭଗବାନ କଶ୍ୟପ ବୈଶ୍ବାନରଙ୍କର ଶେଷ ଦୁଇ ପୁତ୍ରୀ ପୁଲୋମା ଏବଂ କାଲକାଙ୍କୁ ବିବାହ କଲେ | ସେମାନଙ୍କଠାରୁ ପୌଲୋମ ଏବଂ କାଳକେୟ ନାମରେ ଷାଠିଏ ହଜାର ରଣବୀର ଦାନବ ଉତ୍ପନ୍ନ ହେଲେ | ଏମାନଙ୍କର ଅନ୍ୟ ନାମ ନିବାତକବଚ ଅଟେ; ଏମାନେ ଯଜ୍ଞ କାର୍ଯ୍ୟରେ ବିଘ୍ନ ଉତ୍ପନ୍ନ କରୁଥିଲେ | ସେଥିପାଇଁ, ହେ ପରୀକ୍ଷିତ ! ତୁମର ପିତାମହ ଅର୍ଜୁନ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ଏକାକୀ ହିଁ ଏମାନଙ୍କୁ ବଧ କରିଥିଲେ | ଏହା ସେହି ଦିନର କଥା ଅଟେ ଯେତେବେଳେ ଅର୍ଜୁନ ସ୍ବର୍ଗକୁ ଯାଇଥିଲେ |

ବିପ୍ରଚିତ୍ତିଃ ସିଂହିକାୟାଂ ଶତଂ ଚୈକମଜୀଜନତ୍ ।

ରାହୁଜ୍ୟେଷ୍ଠଂ କେତୁଶତଂ ଗ୍ରହତ୍ୱଂ ଯ ଉପାଗତଃ ॥ ୩୭॥

ବିପ୍ରଚିତ୍ତିଙ୍କ ପତ୍ନୀ ସିଂହିକାଙ୍କ ଗର୍ଭରୁ ଏକଶହ ଏକ ପୁତ୍ର ଉତ୍ପନ୍ନ ହେଲେ | ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ରାହୁ, ଯାହାର ଗଣନା ଗ୍ରହମାନଙ୍କ ମଧ୍ୟରେ କରି ଯାଇଥାଏ | ବାକି ଶହେ ପୁତ୍ରଙ୍କର ନାମ କେତୁ ଥିଲା |

ଅଥାତଃ ଶ୍ରୂୟତାଂ ବଂଶୋ ଯୋଽଦିତେରନୁପୂର୍ୱଶଃ ।

ଯତ୍ର ନାରାୟଣୋ ଦେବଃ ସ୍ୱାଂଶେନାବାତରଦ୍ୱିଭୁଃ ॥ ୩୮॥

ପରୀକ୍ଷିତ ! ଏବେ କ୍ରମଶଃ ଅଦିତିଙ୍କ ବଂଶପରମ୍ପରା ଶୁଣ | ଏହି ବଂଶରେ ସର୍ବବ୍ୟାପକ ଦେବାଧିଦେବ ନାରାୟଣ ନିଜ ଅଂଶରୁ ବାମନରୂପରେ ଅବତାର ନେଇଥିଲେ

ବିବସ୍ୱାନର୍ୟମା ପୂଷା ତ୍ୱଷ୍ଟାଥ ସବିତା ଭଗଃ ।

ଧାତା ବିଧାତା ବରୁଣୋ ମିତ୍ରଃ ଶକ୍ର ଉରୁକ୍ରମଃ ॥ ୩୯॥

ଅଦିତିଙ୍କର ପୁତ୍ର – ବିବସ୍ବାନ୍, ଅର୍ଯମା, ପୂଷା, ତ୍ବଷ୍ଟା, ସବିତା, ଭଗ, ଧାତା, ବିଧାତା, ବରୁଣ, ମିତ୍ର, ଇନ୍ଦ୍ର ଏବଂ ତ୍ରିବିକ୍ରମ – ଏମାନେ ଦ୍ବାଦଶ ଆଦିତ୍ୟ ବୋଲାଇ ଥାଆନ୍ତି |

ବିବସ୍ୱତଃ ଶ୍ରାଦ୍ଧଦେବଂ ସଞ୍ଜ୍ଞାସୂୟତ ବୈ ମନୁମ୍ ।

ମିଥୁନଂ ଚ ମହାଭାଗା ଯମଂ ଦେବଂ ଯମୀଂ ତଥା ।

ସୈବ ଭୂତ୍ୱାଥ ବଡବା ନାସତ୍ୟୌ ସୁଷୁବେ ଭୁବି ॥ ୪୦॥

ବିବସ୍ବାନଙ୍କର ପତ୍ନୀ ମହାଭାଗ୍ୟବତୀ ସଂଜ୍ଞାଙ୍କ ଗର୍ଭରୁ ଶ୍ରାଦ୍ଧଦେବ (ବୈବସ୍ବତ) ମନୁ ଏବଂ ଯମ-ଯମୀଙ୍କର ଯୋଡା ଉତ୍ପନ୍ନ ହେଲେ | ସେହି ସଂଜ୍ଞା ଘୋଡୀ ରୂପ ଧାରଣ କରି ଭଗବାନ ସୂର୍ଯ୍ୟଙ୍କ ଦ୍ବାରା ଭୂଲୋକରେ ଅଶ୍ବିନୀକୁମାର ଦ୍ବୟଙ୍କୁ ଜନ୍ମ ଦେଲେ |

ଛାୟା ଶନୈଶ୍ଚରଂ ଲେଭେ ସାବର୍ଣିଂ ଚ ମନୁଂ ତତଃ ।

କନ୍ୟାଂ ଚ ତପତୀଂ ଯା ବୈ ବବ୍ରେ ସମ୍ବରଣଂ ପତିମ୍ ॥ ୪୧॥

ବିବସ୍ବାନଙ୍କର ଦ୍ବିତୀୟ ପତ୍ନୀ ଛାୟା ଥିଲେ | ତାଙ୍କଠାରୁ ଶନୈଶ୍ଚର ଏବଂ ସାବର୍ଣି ମନୁ ନାମରେ ଦୁଇ ପୁତ୍ର ତଥା ତପତୀ ନାମରେ ଏକ କନ୍ୟା ଜାତ ହେଲେ | ତପତୀ ସଂବରଣଙ୍କୁ ପତିରୂପରେ ବରଣ କଲେ |

ଅର୍ୟମ୍ଣୋ ମାତୃକା ପତ୍ନୀ ତୟୋଶ୍ଚର୍ଷଣୟଃ ସୁତାଃ ।

ଯତ୍ର ବୈ ମାନୁଷୀ ଜାତିର୍ବ୍ରହ୍ମଣା ଚୋପକଲ୍ପିତା ॥ ୪୨॥

ଅର୍ଯମାଙ୍କର ପତ୍ନୀ ମାତୃକା ଥିଲେ | ତାଙ୍କ ଗର୍ଭରୁ ଚର୍ଷଣୀ ନାମକ ପୁତ୍ର ଜାତ ହେଲେ, ଯିଏ କର୍ତ୍ତବ୍ୟ-ଅକର୍ତ୍ତବ୍ୟ ଜ୍ଞାନ ଯୁକ୍ତ ଥିଲେ | ସେଥିପାଇଁ ବ୍ରହ୍ମାଜୀ ତାଙ୍କ ଆଧାରରେ ମନୁଷ୍ୟଜାତିର (ବର୍ଣ୍ଣାଶ୍ରମ ଆଦିର) କଳ୍ପନା କରିଥିଲେ |

ପୂଷାନପତ୍ୟଃ ପିଷ୍ଟାଦୋ ଭଗ୍ନଦନ୍ତୋଽଭବତ୍ପୁରା ।

ଯୋଽସୌ ଦକ୍ଷାୟ କୁପିତଂ ଜହାସ ବିବୃତଦ୍ୱିଜଃ ॥ ୪୩॥

ପୂଷାଙ୍କର କୌଣସି ସନ୍ତାନ ନ ଥିଲେ | ପ୍ରାଚୀନକାଳରେ ଯେତେବେଳେ ଦକ୍ଷ ଶିବ ଭଗବାନଙ୍କର ଅପମାନ କରିଥିଲେ, ସେତେବେଳେ ପୂଷା ଦାନ୍ତ ଦେଖାଇ ହସିଥିଲେ, ସେଥିପାଇଁ ବୀରଭଦ୍ର ତାଙ୍କର ଦାନ୍ତ ଭାଙ୍ଗି ଦେଇଥିଲେ | ସେହି ଦିନଠାରୁ ପୂଷା କେବଳ ପେଷା ହୋଇଥିବା ଅନ୍ନ ଭକ୍ଷଣ କରନ୍ତି |

ତ୍ୱଷ୍ଟୁର୍ଦୈତ୍ୟାନୁଜା ଭାର୍ୟା ରଚନା ନାମ କନ୍ୟକା ।

ସନ୍ନିବେଶସ୍ତୟୋର୍ଜଜ୍ଞେ ବିଶ୍ୱରୂପଶ୍ଚ ବୀର୍ୟବାନ୍ ॥ ୪୪॥

ଦୈତ୍ୟମାନଙ୍କର କନିଷ୍ଠା ଭଗିନୀ କୁମାରୀ ରଚନା ତ୍ବଷ୍ଟାଙ୍କର ପତ୍ନୀ ଥିଲେ | ରଚନାଙ୍କ ଗର୍ଭରୁ ଦୁଇ ପୁତ୍ର ଜନ୍ମ ନେଲେ – ସଂନିବେଶ ଏବଂ ପରାକ୍ରମୀ ବିଶ୍ବରୂପ |

ତଂ ବବ୍ରିରେ ସୁରଗଣା ସ୍ୱସ୍ରୀୟଂ ଦ୍ୱିଷତାମପି ।

ବିମତେନ ପରିତ୍ୟକ୍ତା ଗୁରୁଣାଙ୍ଗିରସେନ ଯତ୍ ॥ ୪୫॥

ବିଶ୍ବରୂପ ଯଦିଓ ଶତ୍ରୁମାନଙ୍କର ଭଣଜା ଥିଲେ, ତଥାପି ଇନ୍ଦ୍ରଙ୍କ ଦ୍ବାରା ଅପମାନିତ ହୋଇ ବୃହଷ୍ପତି ଯେତେବେଳେ ଦେବତାମାନଙ୍କୁ ପରିତ୍ୟାଗ କରି ଦେଇଥିଲେ, ସେତେବେଳେ ଦେବତାମାନେ ବିଶ୍ବରୂପଙ୍କୁ ନିଜର ପୁରୋହିତ କରିଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥ ୬॥

Comments

Popular posts from this blog