ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଷଷ୍ଠ ସ୍କନ୍ଧ ॥

ଅଷ୍ଟମ ଅଧ୍ୟାୟ

ନାରାୟଣକବଚର ଉପଦେଶ

 

ରାଜୋବାଚ

ଯୟା ଗୁପ୍ତଃ ସହସ୍ରାକ୍ଷଃ ସବାହାନ୍ ରିପୁସୈନିକାନ୍ ।

କ୍ରୀଡନ୍ନିବ ବିନିର୍ଜିତ୍ୟ ତ୍ରିଲୋକ୍ୟା ବୁଭୁଜେ ଶ୍ରିୟମ୍ ॥ ୧॥

ଭଗବଂସ୍ତନ୍ମମାଖ୍ୟାହି ବର୍ମ ନାରାୟଣାତ୍ମକମ୍ ।

ଯଥାଽଽତତାୟିନଃ ଶତ୍ରୂନ୍ ଯେନ ଗୁପ୍ତୋଽଜୟନ୍ମୃଧେ ॥ ୨॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଦେବରାଜ ଇନ୍ଦ୍ର ଯାହା ଦ୍ବାରା ସୁରକ୍ଷିତ ହୋଇ ଶତ୍ରୁମାନଙ୍କର ଚତୁରଙ୍ଗିଣୀ ସେନାକୁ ଖେଳ-ଖେଳରେ ଅନାୟାସ ପରାସ୍ତ କରି ତ୍ରିଲୋକୀର ରାଜଲକ୍ଷ୍ମୀ ଉପଭୋଗ କଲେ, ଆପଣ ମୋତେ ସେହି ନାରାୟଣକବଚ ଶୁଣାନ୍ତୁ ଏବଂ ଏହା ମଧ୍ୟ ଶୁଣାନ୍ତୁ ତାହା ଦ୍ବାରା ସୁରକ୍ଷିତ ହୋଇ ସେ କିପରି ଭାବରେ ରଣଭୂମିରେ ଆକ୍ରମଣକାରୀ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ |

ଶ୍ରୀଶୁକ ଉବାଚ

ବୃତଃ ପୁରୋହିତସ୍ତ୍ୱାଷ୍ଟ୍ରୋ ମହେନ୍ଦ୍ରାୟାନୁପୃଚ୍ଛତେ ।

ନାରାୟଣାଖ୍ୟଂ ବର୍ମାହ ତଦିହୈକମନାଃ ଶୃଣୁ ॥ ୩॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବତାମାନେ ଯେତେବେଳେ ବିଶ୍ବରୂପଙ୍କୁ ପୁରୋହିତ ରୂପେ ବରଣ କଲେ, ସେତେବେଳେ ଦେବରାଜ ଇନ୍ଦ୍ରଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଶ୍ବରୂପ ତାଙ୍କୁ ନାରାୟଣକବଚର ଉପଦେଶ ଦେଇଥିଲେ | ତୁମେ ତାହା ଏକାଗ୍ରଚିତ୍ତରେ ଶ୍ରବଣ କର |

ବିଶ୍ୱରୂପ ଉବାଚ

ଧୌତାଙ୍ଘ୍ରିପାଣିରାଚମ୍ୟ ସପବିତ୍ର ଉଦଙ୍ମୁଖଃ ।

କୃତସ୍ୱାଙ୍ଗକରନ୍ୟାସୋ ମନ୍ତ୍ରାଭ୍ୟାଂ ବାଗ୍ୟତଃ ଶୁଚିଃ ॥ ୪॥

ନାରାୟଣମୟଂ ବର୍ମ ସନ୍ନହ୍ୟେଦ୍ଭୟ ଆଗତେ ।

ପାଦୟୋର୍ଜାନୁନୋରୂର୍ୱୋରୁଦରେ ହୃଦ୍ୟଥୋରସି ॥ ୫॥

ମୁଖେ ଶିରସ୍ୟାନୁପୂର୍ୱ୍ୟାଦୋଙ୍କାରାଦୀନି ବିନ୍ୟସେତ୍ ।

ଓଂ ନମୋ ନାରାୟଣାୟେତି ବିପର୍ୟଯମଥାପି ବା ॥ ୬॥

ବିଶ୍ବରୂପ କହିଲେ – ହେ ଦେବରାଜ ! ଭୟର ଅବସର ଉପସ୍ଥିତ ହେବା ମାତ୍ରେ ନାରାୟଣକବଚ ଧାରଣ କରି ନିଜ ଶରୀରକୁ ରକ୍ଷା କରିବା ଉଚିତ୍ | ଏହାର ବିଧି ଏପରି ଅଟେ – ସର୍ବପ୍ରଥମେ ହାତ-ପାଦ ଧୋଇ ଆଚମନ କର, ତାପରେ ହାତରେ କୁଶର ପବିତ୍ରୀ ଧାରଣ କରି ଉତ୍ତର ମୁହଁ ହୋଇ ବସି ଯାଅ | ଏହା ପରେ କବଚଧାରଣ ପର୍ଯ୍ୟନ୍ତ ଅନ୍ୟ କିଛି ନ କହି ପବିତ୍ରତା ପୂର୍ବକ ‘ଓଁ ନମୋ ନାରାୟଣାୟ ଏବଂ ‘ଓଁ ନମୋ ଭଗବତେ ବାସୁଦେବାୟ – ଏହି ମନ୍ତ୍ର ଦ୍ବାରା ହୃଦୟାଦି ଅଙ୍ଗନ୍ୟାସ ତଥା ଅଙ୍ଗୁଷ୍ଠାଦି କରନ୍ୟାସ କର | ପ୍ରଥମେ ‘ଓଁ ନମୋ ନାରାୟଣାୟ ଏହି ଅଷ୍ଟାକ୍ଷର ମନ୍ତ୍ରର ଓଁ ଆଦି ଆଠ ଅକ୍ଷରରେ କ୍ରମଶଃ ପାଦ, ଆଣ୍ଠୁ, ଜଂଘ, ପେଟ, ହୃଦୟ, ବକ୍ଷସ୍ଥଳ, ମୁଖ ଏବଂ ସିର ନ୍ୟାସ କର | ଅଥବା ସେହି ମନ୍ତ୍ରର ନକାର ଠାରୁ ଆରମ୍ଭ କରି ଓଁକାର ପର୍ଯ୍ୟନ୍ତ ଆଠ ଅକ୍ଷର ଦ୍ବାରା ସିରରୁ ଆରମ୍ଭ କରି ବିପରୀତ ଦିଶାରେ କ୍ରମଶଃ ସେହି ଆଠ ଅଙ୍ଗର ନ୍ୟାସ କର  |

କରନ୍ୟାସଂ ତତଃ କୁର୍ୟାଦ୍ଦ୍ୱାଦଶାକ୍ଷରବିଦ୍ୟଯା ।

ପ୍ରଣବାଦିୟକାରାନ୍ତମଙ୍ଗୁଲ୍ୟଙ୍ଗୁଷ୍ଠପର୍ୱସୁ ॥ ୭॥

ତଦନନ୍ତର ‘ଓଁ ନମୋ ଭଗବତେ ବାସୁଦେବାୟ – ଏହି ଦ୍ବାଦଶାକ୍ଷର ମନ୍ତ୍ରର ଓଁ ଆଦି ବାର ଅକ୍ଷରରେ ଦୁଇ ହସ୍ତର ଦକ୍ଷିଣ ତର୍ଜନୀରୁ ଆରମ୍ଭ କରି ବାମ ତର୍ଜନୀ ଏହି ଆଠ ଅଙ୍ଗୁଳି ଏବଂ ଦୁଇ ଅଙ୍ଗୁଷ୍ଠକୁ ଦୁଇ-ଦୁଇ ପବରେ ନ୍ୟାସ କର |

ନ୍ୟସେଦ୍ଧୃଦୟ ଓଙ୍କାରଂ ବିକାରମନୁ ମୂର୍ଧନି ।

ଷକାରଂ ତୁ ଭ୍ରୁବୋର୍ମଧ୍ୟେ ଣକାରଂ ଶିଖୟା ଦିଶେତ୍ ॥ ୮॥

ବେକାରଂ ନେତ୍ରୟୋର୍ୟୁଞ୍ଜ୍ୟାନ୍ନକାରଂ ସର୍ୱସନ୍ଧିଷୁ ।

ମକାରମସ୍ତ୍ରମୁଦ୍ଦିଶ୍ୟ ମନ୍ତ୍ରମୂର୍ତିର୍ଭବେଦ୍ବୁଧଃ ॥ ୯॥

ସବିସର୍ଗଂ ଫଡନ୍ତଂ ତତ୍ସର୍ୱଦିକ୍ଷୁ ବିନିର୍ଦିଶେତ୍ ।

ଓଂ ବିଷ୍ଣବେ ନମ ଇତି ॥ ୧୦॥

ପୁନଶ୍ଚ, ‘ଓଁ ବିଷ୍ଣବେ ନମଃ’ – ଏହି ମନ୍ତ୍ରର ପ୍ରଥମ ଅକ୍ଷର ଓଁ ରେ ହୃଦୟ, ‘ବି ରେ ବ୍ରହ୍ମରନ୍ଧ୍ର, ‘ଷ୍’ ରେ ଭ୍ରୁଲତାର ମଧ୍ୟଭାଗ, ‘ଣ ରେ କେଶ, ‘ବେ ରେ ଉଭୟ ନେତ୍ର ଏବଂ ‘ନ ରେ ଶରୀରର ସମସ୍ତ ଗଣ୍ଠିର ନ୍ୟାସ କର | ତଦନନ୍ତର ‘ଓଁ ମଃ ଅସ୍ତ୍ରାୟ ଫଟ୍’ କହି ଦିଗବନ୍ଧ କର| ଏହିପରି ବିଧିପୂର୍ବକ ନ୍ୟାସ କରିବା ଦ୍ବାରା ପୁରୁଷ ମନ୍ତ୍ରସ୍ବରୂପ ହୋଇଯାଏ |

ଆତ୍ମାନଂ ପରମଂ ଧ୍ୟାୟେଦ୍ଧ୍ୟେୟଂ ଷଟ୍ ଶକ୍ତିଭିର୍ୟୁତମ୍ ।

ବିଦ୍ୟାତେଜସ୍ତପୋମୂର୍ତିମିମଂ ମନ୍ତ୍ରମୁଦାହରେତ୍ ॥ ୧୧॥

ଏହା ପରେ ସମଗ୍ର ଐଶ୍ବର୍ଯ୍ୟ, ଧର୍ମ, ଯଶ, ଲକ୍ଷ୍ମୀ, ଜ୍ଞାନ ଏବଂ ବୈରାଗ୍ୟରେ ପରିପୂର୍ଣ୍ଣ ଇଷ୍ଟଦେବ ଭଗବାନଙ୍କର ଧ୍ୟାନ କର ଏବଂ ନିଜର ମଧ୍ୟ ତଦ୍ରୂପ ଚିନ୍ତନ କର | ତତ୍ପଶ୍ଚାତ୍ ବିଦ୍ୟା, ତେଜ ଏବଂ ତପ ସ୍ବରୂପ ଏହି କବଚ ପାଠ କର |

ଓଂ ହରିର୍ୱିଦଧ୍ୟାନ୍ମମ ସର୍ୱରକ୍ଷାଂ

ନ୍ୟସ୍ତାଙ୍ଘ୍ରିପଦ୍ମଃ ପତଗେନ୍ଦ୍ରପୃଷ୍ଠେ ।

ଦରାରିଚର୍ମାସିଗଦେଷୁଚାପ-

ପାଶାନ୍ ଦଧାନୋଽଷ୍ଟଗୁଣୋଽଷ୍ଟବାହୁଃ ॥ ୧୨॥

ଭଗବାନ ଶ୍ରୀହରି ଗରୁଡଙ୍କ ପୃଷ୍ଠଦେଶରେ ନିଜ ଚରଣକମଳ ସ୍ଥାପିତ କରିଛନ୍ତି | ଅଣିମାଦି ଅଷ୍ଟ ସିଦ୍ଧି ତାଙ୍କର ସେବା କରୁଛନ୍ତି | ସେ ନିଜର ଅଷ୍ଟ ଭୁଜରେ ଶଂଖ, ଚକ୍ର, ଢାଲ, ତରବାରୀ, ଗଦା, ବାଣ, ଧନୁ ଏବଂ ପାଶ ଧାରଣ କରିଛନ୍ତି | ସେହି ଓଁକାରସ୍ବରୂପ ପ୍ରଭୁ ସବୁ ଦିଗରୁ ସବୁ ପ୍ରକାରେ ମୋର ରକ୍ଷା କରନ୍ତୁ |

ଜଲେଷୁ ମାଂ ରକ୍ଷତୁ ମତ୍ସ୍ୟମୂର୍ତି-

ର୍ୟାଦୋଗଣେଭ୍ୟୋ ବରୁଣସ୍ୟ ପାଶାତ୍ ।

ସ୍ଥଲେଷୁ ମାୟାବଟୁବାମନୋଽବ୍ୟା-

ତ୍ତ୍ରିବିକ୍ରମଃ ଖେଽବତୁ ବିଶ୍ୱରୂପଃ ॥ ୧୩॥

ମତ୍ସ୍ୟମୂର୍ତ୍ତି ଭଗବାନ ଜଳରେ ଜଳଜନ୍ତୁଙ୍କ କବଳରୁ ଏବଂ ବରୁଣଙ୍କ ପାଶରୁ ମୋର ରକ୍ଷା କରନ୍ତୁ | ମାୟାରେ ବ୍ରହ୍ମଚାରୀ ରୂପ ଧାରଣ କରିଥିବା ବାମନଭଗବାନ ସ୍ଥଳଭାଗରେ ଏବଂ ବିଶ୍ବରୂପ ଶ୍ରୀତ୍ରିବିକ୍ରମ ଭଗବାନ ଆକାଶରେ ମୋର ରକ୍ଷା କରନ୍ତୁ |

ଦୁର୍ଗେଷ୍ୱଟବ୍ୟାଜିମୁଖାଦିଷୁ ପ୍ରଭୁଃ

ପାୟାନ୍ନୃସିଂହୋଽସୁରୟୂଥପାରିଃ ।

ବିମୁଞ୍ଚତୋ ଯସ୍ୟ ମହାଟ୍ଟହାସଂ

ଦିଶୋ ବିନେଦୁର୍ନ୍ୟପତଂଶ୍ଚ ଗର୍ଭାଃ ॥ ୧୪॥

ଯାହାର ଘୋର ଅଟ୍ଟହାସରେ ଚତୁର୍ଦିଗ ଥରି ଉଠିଥିଲା ଏବଂ ଗର୍ଭବତୀ ଦୈତ୍ୟପତ୍ନୀମାନଙ୍କର ଗର୍ଭପାତ ହୋଇ ଯାଇଥିଲା, ସେହି ଦୈତ୍ୟପତିଙ୍କର ଶତ୍ରୁ ଭଗବାନ ନୃସିଂହ କିଲା, ଜଙ୍ଗଲ, ରଣଭୂମି ଆଦି ବିକଟ ସ୍ଥାନମାନଙ୍କରେ ମୋର ରକ୍ଷା କରନ୍ତୁ |

ରକ୍ଷତ୍ୱସୌ ମାଧ୍ୱନି ଯଜ୍ଞକଲ୍ପଃ

ସ୍ୱଦଂଷ୍ଟ୍ରୟୋନ୍ନୀତଧରୋ ବରାହଃ ।

ରାମୋଽଦ୍ରିକୂଟେଷ୍ୱଥ ବିପ୍ରବାସେ

ସଲକ୍ଷ୍ମଣୋଽବ୍ୟାଦ୍ଭରତାଗ୍ରଜୋଽସ୍ମାନ୍ ॥ ୧୫॥

ନିଜ ଦନ୍ତାଗ୍ରରେ ପୃଥିବୀକୁ ଧାରଣ କରିଥିବା ଯଜ୍ଞମୂର୍ତ୍ତି ବରାହ ଭଗବାନ ମୋତେ ମାର୍ଗରେ, ଭଗବାନ ପରଶୁରାମ ପର୍ବତ ଶିଖରରେ ଏବଂ ଲକ୍ଷ୍ମଣଙ୍କ ସହିତ ଭରତ-ଅଗ୍ରଜ ଭଗବାନ ରାମଚନ୍ଦ୍ର ପ୍ରବାସରେ ମୋର ରକ୍ଷା କରନ୍ତୁ |

ମାମୁଗ୍ରଧର୍ମାଦଖିଲାତ୍ପ୍ରମାଦା-

ନ୍ନାରାୟଣଃ ପାତୁ ନରଶ୍ଚ ହାସାତ୍ ।

ଦତ୍ତସ୍ତ୍ୱୟୋଗାଦଥ ଯୋଗନାଥଃ

ପାୟାଦ୍ଗୁଣେଶଃ କପିଲଃ କର୍ମବନ୍ଧାତ୍ ॥ ୧୬॥

ଭଗବାନ ନାରାୟଣ ମାରଣ-ମୋହନ ଆଦି ଭୟଙ୍କର ଅଭିଚାର ଏବଂ ସମସ୍ତ ପ୍ରକାରର ପ୍ରମାଦରୁ ମୋତେ ରକ୍ଷା କରନ୍ତୁ | ଋଷିଶ୍ରେଷ୍ଠ ନର ଗର୍ବରୁ, ଯୋଗେଶ୍ବର ଭଗବାନ ଦତ୍ତାତ୍ରେୟ ଯୋଗର ବିଘ୍ନରୁ ଏବଂ ତ୍ରିଗୁଣାଧିପତି ଭଗବାନ କପିଳ କର୍ମବନ୍ଧନରୁ ମୋତେ ରକ୍ଷା କରନ୍ତୁ |

ସନତ୍କୁମାରୋଽବତୁ କାମଦେବା-

ଦ୍ଧୟଶୀର୍ଷା ମାଂ ପଥି ଦେବହେଲନାତ୍ ।

ଦେବର୍ଷିବର୍ୟଃ ପୁରୁଷାର୍ଚନାନ୍ତରା-

ତ୍କୂର୍ମୋ ହରିର୍ମାଂ ନିରୟାଦଶେଷାତ୍ ॥ ୧୭॥

ପରମର୍ଷି ସନତ୍-କୁମାର କାମଦେବଙ୍କଠାରୁ, ହୟଗ୍ରୀବ ଭଗବାନ ମାର୍ଗରେ ଚାଲିଥିବା ସମୟରେ ଦେବମୂର୍ତ୍ତିମାନଙ୍କୁ ନମସ୍କାର ଆଦି ନ କରିବା ଅପରାଧରୁ, ଦେବର୍ଷି ନାରଦ ସେବାପରାଧରୁ ଏବଂ ଭଗବାନ କଚ୍ଛପ ସବୁ ପ୍ରକାର ନର୍କରୁ ମୋର ରକ୍ଷା କରନ୍ତୁ |

ଧନ୍ୱନ୍ତରିର୍ଭଗବାନ୍ ପାତ୍ୱପଥ୍ୟା-

ଦ୍ଦ୍ୱନ୍ଦ୍ୱାଦ୍ଭୟାଦୃଷଭୋ ନିର୍ଜିତାତ୍ମା ।

ଯଜ୍ଞଶ୍ଚ ଲୋକାଦବତାଜ୍ଜନାନ୍ତା-

ଦ୍ବଲୋ ଗଣାତ୍କ୍ରୋଧବଶାଦହୀନ୍ଦ୍ରଃ ॥ ୧୮॥

ଭଗବାନ ଧନ୍ବନ୍ତରୀ କୁପଥ୍ୟରୁ, ଜିତେନ୍ଦ୍ରିୟ ଭଗବାନ ଋଷଭଦେବ ସୁଖ-ଦୁଃଖ ଆଦି ଭୟଦାୟକ ଦ୍ବନ୍ଦ୍ବରୁ, ଯଜ୍ଞଭଗବାନ ଲୋକାପବାଦରୁ, ଶ୍ରୀବଳରାମ ମନୁଷ୍ୟକୃତ କଷ୍ଟରୁ ଏବଂ ଶ୍ରୀଶେଷଭଗବାନ କ୍ରୋଧବଶ ନାମକ ସର୍ପଗଣଙ୍କଠାରୁ ମୋର ରକ୍ଷା କରନ୍ତୁ |

ଦ୍ୱୈପାୟନୋ ଭଗବାନପ୍ରବୋଧା-

ଦ୍ବୁଦ୍ଧସ୍ତୁ ପାଖଣ୍ଡଗଣପ୍ରମାଦାତ୍ ।

କଲ୍କିଃ କଲେଃ କାଲମଲାତ୍ପ୍ରପାତୁ

ଧର୍ମାବନାୟୋରୁକୃତାବତାରଃ ॥ ୧୯॥

ଭଗବାନ ଶ୍ରୀକୃଷ୍ଣଦ୍ବୈପାୟନ ବ୍ୟାସ ଅଜ୍ଞାନରୁ ତଥା ବୁଦ୍ଧଦେବ ପାଖଣ୍ଡିମାନଙ୍କଠାରୁ ଏବଂ ପ୍ରମାଦରୁ ମୋର ରକ୍ଷା କରନ୍ତୁ | ଧର୍ମରକ୍ଷା ନିମନ୍ତେ ମହାନ୍ ଅବତାର ଧାରଣ କରିବାକୁ ଥିବା କଲ୍କି ଭଗବାନ ପାପବହୁଳ କଳିକାଳର ଦୋଷରୁ ମୋର ରକ୍ଷା କରନ୍ତୁ |

ମାଂ କେଶବୋ ଗଦୟା ପ୍ରାତରବ୍ୟା-

ଦ୍ଗୋବିନ୍ଦ ଆସଙ୍ଗବମାତ୍ତବେଣୁଃ ।

ନାରାୟଣଃ ପ୍ରାହ୍ଣ ଉଦାତ୍ତଶକ୍ତି-

ର୍ମଧ୍ୟନ୍ଦିନେ ବିଷ୍ଣୁରରୀନ୍ଦ୍ରପାଣିଃ ॥ ୨୦॥

ପ୍ରାତଃକାଳରେ ଭଗବାନ କେଶବ ଗଦା ହସ୍ତରେ, ଦିନ ବଢିଲେ ଭଗବାନ ଗୋବିନ୍ଦ ବଂଶୀ ହସ୍ତରେ, ଦ୍ବିପ୍ରହର ପୂର୍ବରୁ ଭଗବାନ ନାରାୟଣ ନିଜ ତୀକ୍ଷ୍ଣ ଶକ୍ତି ଯୁକ୍ତ ହୋଇ ଏବଂ ଦ୍ବିପ୍ରହରରେ ଭଗବାନ ବିଷ୍ଣୁ ଚକ୍ରରାଜ ସୁଦର୍ଶନ ଧାରଣ କରି ମୋର ରକ୍ଷା କରନ୍ତୁ |

ଦେବୋଽପରାହ୍ଣେ ମଧୁହୋଗ୍ରଧନ୍ୱା

ସାୟଂ ତ୍ରିଧାମାବତୁ ମାଧବୋ ମାମ୍ ।

ଦୋଷେ ହୃଷୀକେଶ ଉତାର୍ଧରାତ୍ରେ

ନିଶୀଥ ଏକୋଽବତୁ ପଦ୍ମନାଭଃ ॥ ୨୧॥

ତୃତୀୟ ପ୍ରହରରେ ଭଗବାନ ମଧୁସୂଦନ ନିଜର ପ୍ରଚଣ୍ଡ ଧନୁ ଧାରଣ କରି ମୋର ରକ୍ଷା କରନ୍ତୁ | ସାୟଂକାଳରେ ବ୍ରହ୍ମା ଆଦି ତ୍ରିମୂର୍ତ୍ତିଧାରୀ ମାଧବ, ସୂର୍ଯ୍ୟାସ୍ତ ପରେ ହୃଷୀକେଶ, ଅର୍ଦ୍ଧରାତ୍ରୀ ପୂର୍ବରୁ ତଥା ଅର୍ଦ୍ଧରାତ୍ରିରେ ଏକାକୀ ଭଗବାନ ପଦ୍ମନାଭ ମୋର ରକ୍ଷା କରନ୍ତୁ |

ଶ୍ରୀବତ୍ସଧାମାପରରାତ୍ର ଈଶଃ

ପ୍ରତ୍ୟୂଷ ଈଶୋଽସିଧରୋ ଜନାର୍ଦନଃ ।

ଦାମୋଦରୋଽବ୍ୟାଦନୁସନ୍ଧ୍ୟଂ ପ୍ରଭାତେ

ବିଶ୍ୱେଶ୍ୱରୋ ଭଗବାନ୍ କାଲମୂର୍ତିଃ ॥ ୨୨॥

ରାତ୍ରିର ଶେଷ ପ୍ରହରରେ ଶ୍ରୀବତ୍ସଲାଞ୍ଛନ ଶ୍ରୀହରି, ଉଷାକାଳରେ ଖଡଗଧାରୀ ଭଗବାନ ଜନାର୍ଦନ, ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀଦାମୋଦର ଏବଂ ସମ୍ପୂର୍ଣ୍ଣ ସନ୍ଧ୍ୟାରେ କାଳମୂର୍ତ୍ତି ଭଗବାନ ବିଶ୍ବେଶ୍ବର ମୋର ରକ୍ଷା କରନ୍ତୁ |

ଚକ୍ରଂ ଯୁଗାନ୍ତାନଲତିଗ୍ମନେମି

ଭ୍ରମତ୍ସମନ୍ତାଦ୍ଭଗବତ୍ପ୍ରୟୁକ୍ତମ୍ ।

ଦନ୍ଦଗ୍ଧି ଦନ୍ଦଗ୍ଧ୍ୟରିସୈନ୍ୟମାଶୁ

କକ୍ଷଂ ଯଥା ବାତସଖୋ ହୁତାଶଃ ॥ ୨୩॥

ହେ ସୁଦର୍ଶନ ! ଆପଣଙ୍କର ଆକାର ଚକ୍ର (ରଥର ଚକ) ପରି ଅଟେ | ଆପଣଙ୍କର ଧାର ପ୍ରଳୟକାଳୀନ ଅଗ୍ନି ସଦୃଶ ଅତ୍ୟନ୍ତ ତୀବ୍ର ଅଟେ | ଭଗବାନଙ୍କ ପ୍ରେରଣାରେ ଆପଣ ସବୁ ଦିଗରେ ଘୂରି ବୁଲୁଥାଆନ୍ତି | ଅଗ୍ନି ବାୟୁ ସହାୟତାରେ ଶୁଖିଲା ଘାସ-ତୃଣ ଆଦିଙ୍କୁ ଜାଳି ଭସ୍ମ କରିଦେବା ପରି ଆପଣ ଅତିଶୀଘ୍ର ଆମର ଶତ୍ରୁ-ସେନାଙ୍କୁ ଜାଳି ଦିଅନ୍ତୁ, ଭସ୍ମ କରି ଦିଅନ୍ତୁ |

ଗଦେଽଶନିସ୍ପର୍ଶନବିସ୍ଫୁଲିଙ୍ଗେ

ନିଷ୍ପିଣ୍ଢି ନିଷ୍ପିଣ୍ଢ୍ୟଜିତପ୍ରିୟାସି ।

କୂଷ୍ମାଣ୍ଡବୈନାୟକୟକ୍ଷରକ୍ଷୋ-

ଭୂତଗ୍ରହାଂଶ୍ଚୂର୍ଣୟ ଚୂର୍ଣୟାରୀନ୍ ॥ ୨୪॥

ହେ କୌମୋଦକୀ ଗଦା ! ଆପଣଙ୍କଠାରୁ ନିର୍ଗତ ହେଉଥିବା ଅଗ୍ନିସ୍ଫୁଲିଂଗର ସ୍ପର୍ଶ ବଜ୍ରର ସ୍ପର୍ଶ ପରି ଅସହ୍ୟ ଅଟେ | ଆପଣ ଭଗବାନ ଅଜିତଙ୍କର ପ୍ରିୟ ଅଟନ୍ତି ଏବଂ ମୁଁ ତାଙ୍କର ସେବକ ଅଟେ | ଅତଏବ ଆପଣ କୁଷ୍ମାଣ୍ଡ, ବିନାୟକ, ଯକ୍ଷ, ରାକ୍ଷସ ଏବଂ ଭୂତ-ପ୍ରେତ ଆଦି ଗ୍ରାହଙ୍କୁ ଅତିଶୀଘ୍ର ନିଷ୍ପେଷିତ କରନ୍ତୁ ତଥା ମୋର ଶତ୍ରୁଙ୍କୁ ଚୂର୍ଣ୍ଣ-ବିଚୂର୍ଣ୍ଣ କରିଦିଅନ୍ତୁ |

ତ୍ୱଂ ଯାତୁଧାନପ୍ରମଥପ୍ରେତମାତୃ-

ପିଶାଚବିପ୍ରଗ୍ରହଘୋରଦୃଷ୍ଟୀନ୍ ।

ଦରେନ୍ଦ୍ର ବିଦ୍ରାବୟ କୃଷ୍ଣପୂରିତୋ

ଭୀମସ୍ୱନୋଽରେର୍ହୃଦୟାନି କମ୍ପୟନ୍ ॥ ୨୫॥

ଶଂଖଶ୍ରେଷ୍ଠ ! ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ନିନାଦିତ ହୋଇ ଭୟଙ୍କର ଶବ୍ଦରେ ମୋ ଶତ୍ରୁମାନଙ୍କ ହୃଦୟକୁ ପ୍ରକମ୍ପିତ କରନ୍ତୁ ଏବଂ ଯାତୁଧାନ, ପ୍ରମଥ, ପ୍ରେତ, ମାତୃକା, ପିଶାଚ ତଥା ବ୍ରହ୍ମରାକ୍ଷସ ଆଦି ଭୟାନକ ପ୍ରାଣୀଙ୍କୁ ଏଠାରୁ ତୁରନ୍ତ ବିତାଡିତ କରନ୍ତୁ |

ତ୍ୱଂ ତିଗ୍ମଧାରାସିବରାରିସୈନ୍ୟ-

ମୀଶପ୍ରୟୁକ୍ତୋ ମମ ଛିନ୍ଧି ଛିନ୍ଧି ।

ଚକ୍ଷୂଂଷି ଚର୍ମଞ୍ଛତଚନ୍ଦ୍ର ଛାଦୟ

ଦ୍ୱିଷାମଘୋନାଂ ହର ପାପଚକ୍ଷୁଷାମ୍ ॥ ୨୬॥

ଭଗବାନଙ୍କର ପ୍ରିୟ ତରବାରୀ ! ଆପଣଙ୍କର ଧାର ଅତ୍ୟନ୍ତ ତୀକ୍ଷ୍ଣ ଅଟେ | ଭଗବାନଙ୍କ ପ୍ରେରଣାରେ ଆପଣ ମୋର ଶତ୍ରୁଙ୍କୁ ଛିନ୍ନ-ଭିନ୍ନ କରିଦିଅନ୍ତୁ | ଭଗବାନଙ୍କର ପ୍ରିୟ ଢାଲ ! ଆପଣଙ୍କଠାରେ ଶହ ଶହ ଚନ୍ଦ୍ରାକାର ମଣ୍ଡଳ ରହିଛି | ଆପଣ ପାପ-ଦୃଷ୍ଟି ପାପାତ୍ମା ଶତ୍ରୁମାନଙ୍କର ଆଖି ବନ୍ଦ କରିଦିଅନ୍ତୁ ଏବଂ ସବୁଦିନ ପାଇଁ ସେମାନଙ୍କୁ ଅନ୍ଧ କରିଦିଅନ୍ତୁ |

ଯନ୍ନୋ ଭୟଂ ଗ୍ରହେଭ୍ୟୋଽଭୂତ୍କେତୁଭ୍ୟୋ ନୃଭ୍ୟ ଏବ ଚ ।

ସରୀସୃପେଭ୍ୟୋ ଦଂଷ୍ଟ୍ରିଭ୍ୟୋ ଭୂତେଭ୍ୟୋଂଽହୋଭ୍ୟ ଏବ ବା ॥ ୨୭॥

ସର୍ୱାଣ୍ୟେତାନି ଭଗବନ୍ ନାମରୂପାସ୍ତ୍ରକୀର୍ତନାତ୍ ।

ପ୍ରୟାନ୍ତୁ ସଙ୍କ୍ଷୟଂ ସଦ୍ୟୋ ଯେ ନଃ ଶ୍ରେୟଃପ୍ରତୀପକାଃ ॥ ୨୮॥

ସୂର୍ଯ୍ୟ ଆଦି ଗ୍ରହ, ଧୂମକେତୁ ଆଦି କେତୁ, ଦୁଷ୍ଟ ମନୁଷ୍ୟ, ସର୍ପାଦି ସରୀସୃପ, ଦନ୍ତଯୁକ୍ତ ହିଂସକ ପଶୁ, ଭୂତ-ପ୍ରେତ ତଥା ପାପୀ ପ୍ରାଣୀମାନଙ୍କଠାରୁ ଆମକୁ ଯେଉଁ ଯେଉଁ ଭୟ ରହିଛି ଏବଂ ଯେଉଁମାନେ ଆମର ମଙ୍ଗଳ-ବିରୋଧୀ ଅଟନ୍ତି – ସେସବୁ ଭଗବାନଙ୍କର ନାମ, ରୂପ ତଥା ଆୟୁଧର କୀର୍ତ୍ତନ କରିବା ଦ୍ବାରା ତତ୍କାଳ ନଷ୍ଟ ହୋଇଯାଉ |

ଗରୁଡୋ ଭଗବାନ୍ ସ୍ତୋତ୍ରସ୍ତୋଭଶ୍ଛନ୍ଦୋମୟଃ ପ୍ରଭୁଃ ।

ରକ୍ଷତ୍ୱଶେଷକୃଚ୍ଛ୍ରେଭ୍ୟୋ ବିଷ୍ୱକ୍ସେନଃ ସ୍ୱନାମଭିଃ ॥ ୨୯॥

ବୃହଦ୍, ରଥନ୍ତର ଆଦି ସାମବେଦୀୟ ସ୍ତୋତ୍ର ଦ୍ବାରା ଯାହାର ସ୍ତୁତି କରାଯାଏ, ସେହି ବେଦମୂର୍ତ୍ତି ଭଗବାନ ଗରୁଡ ଏବଂ ବିଷ୍ବକ୍ସେନ ନିଜ ନାମୋଚ୍ଚାରଣ ପ୍ରଭାବରେ ଆମ୍ଭମାନଙ୍କୁ ସବୁ ପ୍ରକାରର ବିପତ୍ତିରୁ ରକ୍ଷା କରନ୍ତୁ |

ସର୍ୱାପଦ୍ଭ୍ୟୋ ହରେର୍ନାମରୂପୟାନାୟୁଧାନି ନଃ ।

ବୁଦ୍ଧୀନ୍ଦ୍ରିୟମନଃପ୍ରାଣାନ୍ ପାନ୍ତୁ ପାର୍ଷଦଭୂଷଣାଃ ॥ ୩୦॥

ଶ୍ରୀହରିଙ୍କର ନାମ, ରୂପ, ବାହନ, ଆୟୁଧ ଏବଂ ଶ୍ରେଷ୍ଠ ପାର୍ଷଦ ଆମ୍ଭମାନଙ୍କର ବୁଦ୍ଧି, ଇନ୍ଦ୍ରିୟ, ମନ ଏବଂ ପ୍ରାଣକୁ ସବୁ ପ୍ରକାରର ଆପତ୍ତିରୁ ରକ୍ଷା କରନ୍ତୁ |

ଯଥା ହି ଭଗବାନେବ ବସ୍ତୁତଃ ସଦସଚ୍ଚ ଯତ୍ ।

ସତ୍ୟେନାନେନ ନଃ ସର୍ୱେ ଯାନ୍ତୁ ନାଶମୁପଦ୍ରବାଃ ॥ ୩୧॥

ଯେତେ ଯାହା କାର୍ଯ୍ୟ-କାରଣ ରୂପ ଜଗତ ରହିଛି, ତାହା ବାସ୍ତବରେ ଭଗବାନ ହିଁ ଅଟନ୍ତି – ଏହି ସତ୍ୟର ପ୍ରଭାବରେ ଆମର ସମସ୍ତ ଉପଦ୍ରବ ନଷ୍ଟ ହୋଇଯାଉ |

ଯଥୈକାତ୍ମ୍ୟାନୁଭାବାନାଂ ବିକଲ୍ପରହିତଃ ସ୍ୱୟମ୍ ।

ଭୂଷଣାୟୁଧଲିଙ୍ଗାଖ୍ୟା ଧତ୍ତେ ଶକ୍ତୀଃ ସ୍ୱମାୟଯା ॥ ୩୨॥

ତେନୈବ ସତ୍ୟମାନେନ ସର୍ୱଜ୍ଞୋ ଭଗବାନ୍ ହରିଃ ।

ପାତୁ ସର୍ୱୈଃ ସ୍ୱରୂପୈର୍ନଃ ସଦା ସର୍ୱତ୍ର ସର୍ୱଗଃ ॥ ୩୩॥

ଯେଉଁମାନେ ବ୍ରହ୍ମ ଏବଂ ଆତ୍ମାର ଏକତ୍ବକୁ ଅନୁଭବ କରିନେଇ ଥାଆନ୍ତି, ସେମାନଙ୍କ ଦୃଷ୍ଟିରେ ଭଗବାନଙ୍କର ସ୍ବରୂପ ବିକଳ୍ପ-ଭେଦରହିତ ଅଟେ | ତଥାପି ସେ ନିଜ ମାୟା ଶକ୍ତି ବଳରେ ଭୂଷଣ, ଆୟୁଧ ଏବଂ ରୂପ ନାମକ ଶକ୍ତି ଧାରଣ କରନ୍ତି, ଏହା ନିଶ୍ଚିତରୂପେ ସତ୍ୟ ଅଟେ | ସେହି ସର୍ବଜ୍ଞ, ସର୍ବବ୍ୟାପକ ଭଗବାନ ଶ୍ରୀହରି ସଦା-ସର୍ବତ୍ର ସବୁ ସ୍ବରୂପରେ ଆମର ରକ୍ଷା କରନ୍ତୁ |

ବିଦିକ୍ଷୁ ଦିକ୍ଷୂର୍ଧ୍ୱମଧଃ ସମନ୍ତା-

ଦନ୍ତବର୍ହିର୍ଭଗବାନ୍ ନାରସିଂହଃ ।

ପ୍ରହାପୟଁଲ୍ଲୋକଭୟଂ ସ୍ୱନେନ

ସ୍ୱତେଜସା ଗ୍ରସ୍ତସମସ୍ତତେଜାଃ ॥ ୩୪॥

ଯିଏ ନିଜର ଭୟଙ୍କର ଅଟ୍ଟହାସରେ ସମସ୍ତଙ୍କର ଭୟକୁ ଦୂରୀଭୂତ କରିଦେଇ ଥାଆନ୍ତି ଏବଂ ନିଜ ତେଜରେ ସମସ୍ତଙ୍କର ତେଜକୁ ଗ୍ରାସ କରିନିଅନ୍ତି, ସେହି ଭଗବାନ ନୃସିଂହ ଦିଶା-ବିଦିଶାରେ, ତଳେ-ଉପରେ, ବାହାରେ-ଭିତରେ – ସବୁ ଦିଗରୁ ଆମର ରକ୍ଷା କରନ୍ତୁ |

ମଘବନ୍ନିଦମାଖ୍ୟାତଂ ବର୍ମ ନାରାୟଣାତ୍ମକମ୍ ।

ବିଜେଷ୍ୟସ୍ୟଞ୍ଜସା ଯେନ ଦଂଶିତୋଽସୁରୟୂଥପାନ୍ ॥ ୩୫॥

ଦେବରାଜ ଇନ୍ଦ୍ର ! ମୁଁ ତୁମକୁ ଏହି ନାରାୟଣକବଚ ଶୁଣାଇଲି | ଏହି କବଚ ଦ୍ବାରା ତୁମେ ନିଜକୁ ସୁରକ୍ଷିତ କର | ବାସ୍, ତାପରେ ତୁମେ ଅନାୟାସ ସମସ୍ତ ଦୈତ୍ୟ-ଯୂଥପତିଙ୍କୁ ପରାଜିତ କରିପାରିବ |

ଏତଦ୍ଧାରୟମାଣସ୍ତୁ ଯଂ ଯଂ ପଶ୍ୟତି ଚକ୍ଷୁଷା ।

ପଦା ବା ସଂସ୍ପୃଶେତ୍ସଦ୍ୟଃ ସାଧ୍ୱସାତ୍ସ ବିମୁଚ୍ୟତେ ॥ ୩୬॥

ନାରାୟଣକବଚ ଧାରଣ କରିଥିବା ପୁରୁଷ ଯଦି କେତେବେଳେ କାହାକୁ ଟିକିଏ ଚାହିଁ ଦିଅନ୍ତି ବା ପଦରେ ସ୍ପର୍ଶ କରିଦିଅନ୍ତି, ସେ ତତ୍କାଳ ଭୟମୁକ୍ତ ହୋଇଯାଏ |

ନ କୁତଶ୍ଚିଦ୍ଭୟଂ ତସ୍ୟ ବିଦ୍ୟାଂ ଧାରୟତୋ ଭବେତ୍ ।

ରାଜଦସ୍ୟୁଗ୍ରହାଦିଭ୍ୟୋ ବ୍ୟାଧ୍ୟାଦିଭ୍ୟଶ୍ଚ କର୍ହିଚିତ୍ ॥ ୩୭॥

ଯିଏ ଏହି ବୈଷ୍ଣବୀ ବିଦ୍ୟାକୁ ଧାରଣ କରିନିଅନ୍ତି, ସେ ରାଜା, ଡକାୟତ, ପ୍ରେତ-ପିଶାଚ ଏବଂ ବ୍ୟାଘ୍ର ଆଦି ହିଂସକ ଜନ୍ତୁଙ୍କ ଭୟରୁ ମୁକ୍ତ ହୋଇଯାଆନ୍ତି |

ଇମାଂ ବିଦ୍ୟାଂ ପୁରା କଶ୍ଚିତ୍କୌଶିକୋ ଧାରୟନ୍ ଦ୍ୱିଜଃ ।

ଯୋଗଧାରଣୟା ସ୍ୱାଙ୍ଗଂ ଜହୌ ସ ମରୁଧନ୍ୱନି ॥ ୩୮॥

ଦେବରାଜ ! ପ୍ରାଚୀନ କାଳର କଥା ଅଟେ, ଜଣେ କୌଶିକଗୋତ୍ରୀ ବ୍ରାହ୍ମଣ ଏହି ବିଦ୍ୟାକୁ ଧାରଣ କରି ଯୋଗଧାରଣାରେ ମରୁଭୂମିରେ ଶରୀର ତ୍ୟାଗ କଲେ |

ତସ୍ୟୋପରି ବିମାନେନ ଗନ୍ଧର୍ୱପତିରେକଦା ।

ଯୟୌ ଚିତ୍ରରଥଃ ସ୍ତ୍ରୀଭିର୍ୱୃତୋ ଯତ୍ର ଦ୍ୱିଜକ୍ଷୟଃ ॥ ୩୯॥

ଯେଉଁଠାରେ ସେହି ବ୍ରାହ୍ମଣଙ୍କର ଶରୀର ପଡିଥିଲା, ତା ଉପର ଦେଇ ଦିନେ ଗନ୍ଧର୍ବରାଜ ଚିତ୍ରରଥ ନିଜ ସ୍ତ୍ରୀମାନଙ୍କ ସହିତ ବିମାନରେ ଯାତ୍ରା କରୁଥିଲେ |

ଗଗନାନ୍ନ୍ୟପତତ୍ସଦ୍ୟଃ ସବିମାନୋ ହ୍ୟବାକ୍ଶିରାଃ ।

ସ ବାଲଖିଲ୍ୟବଚନାଦସ୍ଥୀନ୍ୟାଦାୟ ବିସ୍ମିତଃ ।

ପ୍ରାସ୍ୟ ପ୍ରାଚୀସରସ୍ୱତ୍ୟାଂ ସ୍ନାତ୍ୱା ଧାମ ସ୍ୱମନ୍ୱଗାତ୍ ॥ ୪୦॥

ସେଠାରେ ପହଞ୍ଚିବା ମାତ୍ରେ ସେମାନେ ନିମ୍ନାଭିମୁଖୀ ହୋଇ ବିମାନ ସହିତ ଆକାଶରୁ ପୃଥିବୀକୁ ଖସି ପଡିଲେ | ସେହି ଘଟଣାରେ ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ | ତାପରେ ଯେତେବେଳେ ବାଳଖିଲ୍ୟ ମୁନିମାନେ ତାଙ୍କୁ କହିଲେ ଯେ ଏହା ନାରାୟଣକବଚର ପ୍ରଭାବ ଅଟେ, ସେତେବେଳେ ସେମାନେ ସେହି ବ୍ରାହ୍ମଣ ଦେବତାଙ୍କର ଅସ୍ଥିକୁ ନେଇ ପୂର୍ବବାହିନୀ ସରସ୍ବତୀ ନଦୀରେ ବିସର୍ଜନ କଲେ ଏବଂ ସେଠାରେ ସ୍ନାନ କରି ନିଜ ଲୋକକୁ ଚାଲିଗଲେ |

ଶ୍ରୀଶୁକ ଉବାଚ

ଯ ଇଦଂ ଶୃଣୁୟାତ୍କାଲେ ଯୋ ଧାରୟତି ଚାଦୃତଃ ।

ତଂ ନମସ୍ୟନ୍ତି ଭୂତାନି ମୁଚ୍ୟତେ ସର୍ୱତୋ ଭୟାତ୍ ॥ ୪୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଯେଉଁ ପୁରୁଷ ଏହି ନାରାୟଣକବଚକୁ ଉଚିତ୍ ସମୟରେ ଶ୍ରବଣ କରନ୍ତି ଏବଂ ଆଦରପୂର୍ବକ ଏହାକୁ ଧାରଣ କରନ୍ତି, ତାଙ୍କ ସମ୍ମୁଖରେ ସବୁ ପ୍ରାଣୀଙ୍କର ମସ୍ତକ ଅବନତ ହୋଇଯାଏ ଏବଂ ସେ ସବୁ ପ୍ରକାରର ଭୟରୁ ମୁକ୍ତ ହୋଇଯାଆନ୍ତି |

ଏତାଂ ବିଦ୍ୟାମଧିଗତୋ ବିଶ୍ୱରୂପାଚ୍ଛତକ୍ରତୁଃ ।

ତ୍ରୈଲୋକ୍ୟଲକ୍ଷ୍ମୀଂ ବୁଭୁଜେ ବିନିର୍ଜିତ୍ୟ ମୃଧେଽସୁରାନ୍ ॥ ୪୨॥

ପରୀକ୍ଷିତ ! ଶତକ୍ରତୁ ଇନ୍ଦ୍ର ଆଚାର୍ଯ୍ୟ ବିଶ୍ବରୂପଙ୍କଠାରୁ ଏହି ବୈଷ୍ଣବୀ ବିଦ୍ୟା ପ୍ରାପ୍ତ କରି ରଣଭୂମିରେ ଅସୁରମାନଙ୍କୁ ପରାଜିତ କଲେ ଏବଂ ଦେବଗଣଙ୍କ ସହିତ ତ୍ରୈଲୋକ୍ୟଲକ୍ଷ୍ମୀ ଉପଭୋଗ କରିବାରେ ଲାଗିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ନାରାୟଣବର୍ମକଥନଂ ନାମାଷ୍ଟମୋଽଧ୍ୟାୟଃ ॥ ୮॥

Comments

Popular posts from this blog