ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ଚତୁର୍ଦ୍ଦଶ ଅଧ୍ୟାୟ
ବୃତ୍ରାସୁରର ପୂର୍ବଚରିତ୍ର
ପରୀକ୍ଷିଦୁବାଚ
ରଜସ୍ତମଃସ୍ୱଭାବସ୍ୟ ବ୍ରହ୍ମନ୍ ବୃତ୍ରସ୍ୟ ପାପ୍ମନଃ ।
ନାରାୟଣେ ଭଗବତି କଥମାସୀଦ୍ଦୃଢା ମତିଃ ॥ ୧॥
ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ବୃତ୍ରାସୁରର ସ୍ବଭାବ ତ
ଅତ୍ୟନ୍ତ ରଜୋଗୁଣୀ-ତମୋଗୁଣୀ ଥିଲା | ସେ ଦେବତାମାନଙ୍କୁ କଷ୍ଟ ଦେଇ ପାପ ମଧ୍ୟ କରୁଥିଲା | ଏପରି
ସ୍ଥିତିରେ ତା’ର ଭଗବାନ ନାରାୟଣଙ୍କ ଚରଣରେ ସୁଦୃଢ ଭକ୍ତି କିପରି
ହେଲା ?
ଦେବାନାଂ ଶୁଦ୍ଧସତ୍ତ୍ୱାନାମୃଷୀଣାଂ ଚାମଲାତ୍ମନାମ୍ ।
ଭକ୍ତିର୍ମୁକୁନ୍ଦଚରଣେ ନ ପ୍ରାୟେଣୋପଜାୟତେ ॥ ୨॥
ଆମ୍ଭେମାନେ ଦେଖିବାକୁ ପାଇଥାଏ ଯେ ପ୍ରାୟ ଶୁଦ୍ଧ ସତ୍ତ୍ବମୟ ଦେବତା
ଏବଂ ପବିତ୍ରହୃଦୟ ଋଷିମାନେ ମଧ୍ୟ ଭଗବାନଙ୍କର ପରମ ପ୍ରେମମୟୀ ଅନନ୍ୟ ଭକ୍ତିରୁ ବଞ୍ଚିତ ରହିଯାଆନ୍ତି
| ଭଗବାନଙ୍କର ଭକ୍ତି ବାସ୍ତବରେ ଅତ୍ୟନ୍ତ ଦୁର୍ଲଭ ଅଟେ |
ରଜୋଭିଃ ସମସଙ୍ଖ୍ୟାତାଃ ପାର୍ଥିବୈରିହ ଜନ୍ତବଃ ।
ତେଷାଂ ଯେ କେଚନେହନ୍ତେ ଶ୍ରେୟୋ ବୈ ମନୁଜାଦୟଃ ॥ ୩॥
ଭଗବନ୍ ! ପୃଥିବୀର ଧୂଳିକଣା ସଦୃଶ ଏହି ଜଗତର ପ୍ରାଣୀମାନଙ୍କର
ସଂଖ୍ୟା ଅସଂଖ୍ୟ ଅଟେ | ସେମାନଙ୍କ ମଧ୍ୟରୁ ମନୁଷ୍ୟ ଆଦି କେତେଜଣ ଶ୍ରେଷ୍ଠ ଜୀବ ନିଜ କଲ୍ୟାଣ
ନିମନ୍ତେ ଚେଷ୍ଟା କରନ୍ତି |
ପ୍ରାୟୋ ମୁମୁକ୍ଷବସ୍ତେଷାଂ କେଚନୈବ ଦ୍ୱିଜୋତ୍ତମ ।
ମୁମୁକ୍ଷୂଣାଂ ସହସ୍ରେଷୁ କଶ୍ଚିନ୍ମୁଚ୍ୟେତ ସିଧ୍ୟତି ॥ ୪॥
ବ୍ରହ୍ମନ୍ ! ସେମାନଙ୍କ ମଧ୍ୟରୁ ବି ସଂସାରରୁ ମୁକ୍ତି ଇଚ୍ଛା
କରୁଥିବା ମନୁଷ୍ୟ ବିରଳ ଅଟନ୍ତି ଏବଂ ସେହି ମୋକ୍ଷକାମୀ ମନୁଷ୍ୟଙ୍କ ମଧ୍ୟରୁ କ୍ବଚିତ୍ ମୁକ୍ତି
ବା ସିଦ୍ଧି ଲାଭ କରିପାରନ୍ତି |
ମୁକ୍ତାନାମପି ସିଦ୍ଧାନାଂ ନାରାୟଣପରାୟଣଃ ।
ସୁଦୁର୍ଲଭଃ ପ୍ରଶାନ୍ତାତ୍ମା କୋଟିଷ୍ୱପି ମହାମୁନେ ॥ ୫॥
ହେ ମହାମୁନି ! କୋଟି କୋଟି ମୁକ୍ତ ଏବଂ ସିଦ୍ଧ ପୁରୁଷଙ୍କ ମଧ୍ୟରୁ ବି
ସେପରି ଜଣେ ଶାନ୍ତଚିତ୍ତ ମହାପୁରୁଷ ମିଳିବା ବହୁତ କଠିନ, ଯିଏ ଏକମାତ୍ର
ଭଗବାନଙ୍କର ପରାୟଣ ହୋଇଥିବେ |
ବୃତ୍ରସ୍ତୁ ସ କଥଂ ପାପଃ ସର୍ୱଲୋକୋପତାପନଃ ।
ଇତ୍ଥଂ ଦୃଢମତିଃ କୃଷ୍ଣ ଆସୀତ୍ସଙ୍ଗ୍ରାମ ଉଲ୍ବଣେ ॥ ୬॥
ଏପରି ଅବସ୍ଥାରେ ସେହି ବୃତ୍ରାସୁର, ଯିଏ ସମସ୍ତଙ୍କୁ ସଂତପ୍ତ କରୁଥିଲା ଏବଂ ବହୁତ ବଡ ପାପୀ ଥିଲା, ଭୟଙ୍କର ଯୁଦ୍ଧକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କଠାରେ ନିଜର
ଚିତ୍ତବୃତ୍ତିକୁ ଏପରି ଦୃଢ଼ତାର ସହ ସଂଲଗ୍ନ ରଖିପାରିଲା – ଏହା କିପରି ସମ୍ଭବ ?
ଅତ୍ର ନଃ ସଂଶୟୋ ଭୂୟାଞ୍ଛ୍ରୋତୁଂ କୌତୂହଲଂ ପ୍ରଭୋ ।
ଯଃ ପୌରୁଷେଣ ସମରେ ସହସ୍ରାକ୍ଷମତୋଷୟତ୍ ॥ ୭॥
ପ୍ରଭୁ ! ଏହି ବିଷୟରେ ମୋ ମନରେ ବହୁତ ବେଶୀ ସନ୍ଦେହ ରହୁଛି ଏବଂ
ତାହା ଶୁଣିବାକୁ ମଧ୍ୟ କୌତୁହଳ ଜାତ ହେଉଛି | ବୃତ୍ରାସୁରର ବଳ-ପୌରୁଷ ଏତେ ମହାନ୍ ଥିଲା ଯେ ସେ
ରଣଭୂମିରେ ଦେବରାଜ ଇନ୍ଦ୍ରଙ୍କୁ ମଧ୍ୟ ସନ୍ତୁଷ୍ଟ କରିଦେଲା !
ସୂତ ଉବାଚ
ପରୀକ୍ଷିତୋଽଥ ସମ୍ପ୍ରଶ୍ନଂ ଭଗବାନ୍ ବାଦରାୟଣିଃ ।
ନିଶମ୍ୟ ଶ୍ରଦ୍ଦଧାନସ୍ୟ ପ୍ରତିନନ୍ଦ୍ୟ ବଚୋଽବ୍ରବୀତ୍ ॥ ୮॥
ସୂତ ମହାଶୟ କହୁଛନ୍ତି – ଶୌନକାଦି ଋଷିଗଣ ! ପରମ ଶ୍ରଦ୍ଧାଳୁ
ରାଜର୍ଷି ପରୀକ୍ଷିତଙ୍କର ଏହି ଶ୍ରେଷ୍ଠ ପ୍ରଶ୍ନ ଶୁଣି ଭଗବାନ ଶୁକଦେବ ତାଙ୍କର ଅଭିନନ୍ଦନ କରି
ଏହା କହିଲେ -
ଶ୍ରୀଶୁକ ଉବାଚ
ଶୃଣୁଷ୍ୱାବହିତୋ ରାଜନ୍ନିତିହାସମିମଂ ଯଥା ।
ଶ୍ରୁତଂ ଦ୍ୱୈପାୟନମୁଖାନ୍ନାରଦାଦ୍ଦେବଲାଦପି ॥ ୯॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ତୁମେ ସାବଧାନ ହୋଇ ଏହି
ଇତିହାସ ଶୁଣ | ମୁଁ ଏହା ମୋର ପିତା ବେଦବ୍ୟାସ, ଦେବର୍ଷି ନାରଦ
ଏବଂ ମହର୍ଷି ଦେବଳଙ୍କ ମୁଖରୁ ମଧ୍ୟ ବିଧିପୂର୍ବକ ଶ୍ରବଣ କରିଥିଲି |
ଆସୀଦ୍ରାଜା ସାର୍ୱଭୌମଃ ଶୂରସେନେଷୁ ବୈ ନୃପ ।
ଚିତ୍ରକେତୁରିତି ଖ୍ୟାତୋ ଯସ୍ୟାସୀତ୍କାମଧୁଙ୍ମହୀ ॥ ୧୦॥
ପ୍ରାଚୀନ କାଳର କଥା | ଶୂରସେନ ଦେଶରେ ଚକ୍ରବର୍ତ୍ତୀ ସମ୍ରାଟ ମହାରାଜ
ଚିତ୍ରକେତୁ ରାଜତ୍ବ କରୁଥିଲେ | ତାଙ୍କ ରାଜ୍ୟରେ ପ୍ରଜାମାନଙ୍କର ଇଚ୍ଛାନୁସାରେ ସ୍ବୟଂ ପୃଥିବୀ
ହିଁ ଅନ୍ନ-ରସ ପ୍ରଦାନ କରୁଥିଲା |
ତସ୍ୟ ଭାର୍ୟାସହସ୍ରାଣାଂ ସହସ୍ରାଣି ଦଶାଭବନ୍ ।
ସାନ୍ତାନିକଶ୍ଚାପି ନୃପୋ ନ ଲେଭେ ତାସୁ ସନ୍ତତିମ୍ ॥ ୧୧॥
ତାଙ୍କର ଏକ କୋଟି ରାଣୀ ଥିଲେ ଏବଂ ସେ ସ୍ବୟଂ ମଧ୍ୟ ସନ୍ତାନ ଉତ୍ପନ୍ନ
କରିବାକୁ ସମର୍ଥ ଥିଲେ | କିନ୍ତୁ କୌଣସି ରାଣୀଙ୍କ ଗର୍ଭରୁ ବି ତାଙ୍କର କେହି ସନ୍ତାନ ଉତ୍ପନ୍ନ
ହେଲେନାହିଁ |
ରୂପୌଦାର୍ୟବୟୋଜନ୍ମବିଦ୍ୟୈଶ୍ୱର୍ୟଶ୍ରିୟାଦିଭିଃ ।
ସମ୍ପନ୍ନସ୍ୟ ଗୁଣୈଃ ସର୍ୱୈଶ୍ଚିନ୍ତା ବନ୍ଧ୍ୟାପତେରଭୂତ୍ ॥ ୧୨॥
ଏମିତି ତ ମହାରାଜ ଚିତ୍ରକେତୁ କୌଣସି ଦୃଷ୍ଟିରୁ କମ୍ ନ ଥିଲେ |
ସୁନ୍ଦରତା, ଉଦାରତା, ଯୁବାବସ୍ଥା, କୁଳୀନତା, ବିଦ୍ୟା, ଐଶ୍ବର୍ଯ୍ୟ ଏବଂ
ସମ୍ପତ୍ତି ଆଦି ସବୁ ଶ୍ରେଷ୍ଠ ଗୁଣରେ ସେ ସମ୍ପନ୍ନ ଥିଲେ | ତଥାପି ତାଙ୍କର ରାଣୀମାନେ ବନ୍ଧ୍ୟା
ଥିଲେ, ସେହି କାରଣରୁ ସେ ବହୁତ ବେଶୀ ଚିନ୍ତିତ ଥିଲେ |
ନ ତସ୍ୟ ସମ୍ପଦଃ ସର୍ୱା ମହିଷ୍ୟୋ ବାମଲୋଚନାଃ ।
ସାର୍ୱଭୌମସ୍ୟ ଭୂଶ୍ଚେୟମଭବନ୍ ପ୍ରୀତିହେତବଃ ॥ ୧୩॥
ସମ୍ପୂର୍ଣ୍ଣ ପୃଥିବୀର ସେ ଏକଛତ୍ର ସମ୍ରାଟ ଥିଲେ, ତାଙ୍କର ଅନେକ
ସୁନ୍ଦରୀ ରାଣୀ ଥିଲେ ଏବଂ ସମଗ୍ର ପୃଥିବୀ ତାଙ୍କ ନିୟନ୍ତ୍ରଣରେ ଥିଲା | ସବୁ ପ୍ରକାରର
ସମ୍ପତ୍ତି ତାଙ୍କ ସେବାରେ ଉପସ୍ଥିତ ଥିଲା, କିନ୍ତୁ ସେହି ସବୁ ବସ୍ତୁ ତାଙ୍କୁ ସୁଖୀ କରି ପାରୁ
ନ ଥିଲା |
ତସ୍ୟୈକଦା ତୁ ଭବନମଙ୍ଗିରା ଭଗବାନ୍ ଋଷିଃ ।
ଲୋକାନନୁଚରନ୍ନେତାନୁପାଗଚ୍ଛଦ୍ୟଦୃଚ୍ଛୟା ॥ ୧୪॥
ଦିନେ ଶାପ ଏବଂ ବରଦାନ ଦେବାରେ ସମର୍ଥ ଅଙ୍ଗିରା ଋଷି ବିଭିନ୍ନ ଲୋକରେ
ସ୍ବଚ୍ଛନ୍ଦ ବିଚରଣ କରି କରି ରାଜା ଚିତ୍ରକେତୁଙ୍କ ମହଲରେ ପହଞ୍ଚିଲେ |
ତଂ ପୂଜୟିତ୍ୱା ବିଧିବତ୍ପ୍ରତ୍ୟୁତ୍ଥାନାର୍ହଣାଦିଭିଃ ।
କୃତାତିଥ୍ୟମୁପାସୀଦତ୍ସୁଖାସୀନଂ ସମାହିତଃ ॥ ୧୫॥
ରାଜା ପ୍ରତ୍ୟୁଥାନ ଏବଂ ଅର୍ଘ୍ୟ ଆଦି ଦ୍ବାରା ତାଙ୍କର ବିଧିପୂର୍ବକ
ପୂଜା କଲେ | ଅତିଥି ସତ୍କାର ପରେ ଅଙ୍ଗିରା ଋଷି ଯେତେବେଳେ ସୁଖପୂର୍ବକ ଆସନରେ ବିରାଜମାନ କଲେ, ସେତେବେଳେ ରାଜା ଚିତ୍ରକେତୁ ମଧ୍ୟ ଶାନ୍ତଭାବରେ ତାଙ୍କ ସମୀପରେ
ବସିଲେ |
ମହର୍ଷିସ୍ତମୁପାସୀନଂ ପ୍ରଶ୍ରୟାବନତଂ କ୍ଷିତୌ ।
ପ୍ରତିପୂଜ୍ୟ ମହାରାଜ ସମାଭାଷ୍ୟେଦମବ୍ରବୀତ୍ ॥ ୧୬॥
ମହାରାଜ ! ମହର୍ଷି ଅଙ୍ଗିରା ଦେଖିଲେ ଏହି ରାଜା ଅତ୍ୟନ୍ତ ବିନୟୀ
ଅଟନ୍ତି ଏବଂ ମୋ ସମୀପରେ ଭୂମିରେ ଉପବେଶନ କରି ମୋର ଭକ୍ତି କରୁଛନ୍ତି | ସେତେବେଳେ ସେ
ଚିତ୍ରକେତୁଙ୍କୁ ସମ୍ବୋଧିତ କରି ସ୍ନେହରେ ଏହିପରି କହିଲେ -
ଅଙ୍ଗିରା ଉବାଚ
ଅପି ତେଽନାମୟଂ ସ୍ୱସ୍ତି ପ୍ରକୃତୀନାଂ ତଥାଽଽତ୍ମନଃ ।
ଯଥା ପ୍ରକୃତିଭିର୍ଗୁପ୍ତଃ ପୁମାନ୍ ରାଜାପି ସପ୍ତଭିଃ ॥ ୧୭॥
ଅଙ୍ଗିରା ଋଷି କହିଲେ – ରାଜନ୍ ! ତୁମେ ନିଜର ପ୍ରକୃତି – ଗୁରୁ, ମନ୍ତ୍ରୀ, ରାଷ୍ଟ୍ର, ଦୁର୍ଗ, କୋଷ, ସେନା ଏବଂ
ମିତ୍ରଙ୍କ ସହିତ ସକୁଶଳ ରହିଛ ତ ? ଜୀବ ଯେପରି ମହତ୍ତତ୍ତ୍ବ ଆଦି ସପ୍ତ ଆବରଣରେ ଆବୃତ ରହିଥାଏ, ସେହିପରି ରାଜା ଏହି ସପ୍ତ ପ୍ରକୃତିରେ ଆବୃତ ରହିଥାଆନ୍ତି |
ସେମାନଙ୍କର କୁଶଳତାରେ ହିଁ ରାଜାଙ୍କର କୁଶଳତା ନିହିତ |
ଆତ୍ମାନଂ ପ୍ରକୃତିଷ୍ୱଦ୍ଧା ନିଧାୟ ଶ୍ରେୟ ଆପ୍ନୁୟାତ୍ ।
ରାଜ୍ଞା ତଥା ପ୍ରକୃତୟୋ ନରଦେବାହିତାଧୟଃ ॥ ୧୮॥
ନରେନ୍ଦ୍ର ! ରାଜା ଯେପରି ନିଜର ଉପରୋକ୍ତ ପ୍ରକୃତିମାନଙ୍କର ଅନୁକୂଳ
ରହିବା ଦ୍ବାରା ହିଁ ରାଜ୍ୟସୁଖ ଭୋଗ କରିଥାଏ, ସେହିପରି
ପ୍ରକୃତିମାନେ ମଧ୍ୟ ନିଜ ରକ୍ଷା ଭାର ରାଜା ଉପରେ ନ୍ୟସ୍ତ କରି ସୁଖ ଓ ସମୃଦ୍ଧି ଲାଭ
କରିଥାଆନ୍ତି |
ଅପି ଦାରାଃ ପ୍ରଜାମାତ୍ୟା ଭୃତ୍ୟାଃ ଶ୍ରେଣ୍ୟୋଽଥ ମନ୍ତ୍ରିଣଃ ।
ପୌରା ଜାନପଦା ଭୂପା ଆତ୍ମଜା ବଶବର୍ତିନଃ ॥ ୧୯॥
ରାଜନ୍ ! ତୁମର ରାଣୀମାନେ, ପ୍ରଜା, ମନ୍ତ୍ରୀ, ସେବକ, ବ୍ୟାପାରୀ, ଅମାତ୍ୟ, ନାଗରିକ, ଦେଶବାସୀ, ମଣ୍ଡଳେଶ୍ବର ରାଜା ଏବଂ ପୁତ୍ର ତୁମର ଅଧୀନସ୍ତ ରହିଛନ୍ତି ତ ?
ଯସ୍ୟାତ୍ମାନୁବଶଶ୍ଚେତ୍ସ୍ୟାତ୍ସର୍ୱେ ତଦ୍ୱଶଗା ଇମେ ।
ଲୋକାଃ ସପାଲା ଯଚ୍ଛନ୍ତି ସର୍ୱେ ବଲିମତନ୍ଦ୍ରିତାଃ ॥ ୨୦॥
ବାସ୍ତବ ସତ୍ୟ ତ ଏହା ଅଟେ ଯେ ଯାହାର ମନ ନିଜ ନିୟନ୍ତ୍ରଣରେ ରହିଥାଏ, ଏମାନେ ସମସ୍ତେ ମଧ୍ୟ ତା’ର ନିୟନ୍ତ୍ରଣରେ
ରହିଥାଆନ୍ତି | କେବଳ ସେତିକି ନୁହେଁ, ସବୁ ଲୋକ ଏବଂ
ଲୋକପାଳ ମଧ୍ୟ ଅତ୍ୟନ୍ତ ସାବଧାନପୂର୍ବକ ତାଙ୍କୁ ଭେଟି ଅର୍ପଣ କରି ତାଙ୍କର ପ୍ରସନ୍ନତା ଇଚ୍ଛା
କରିଥାଆନ୍ତି |
ଆତ୍ମନଃ ପ୍ରୀୟତେ ନାତ୍ମା ପରତଃ ସ୍ୱତ ଏବ ବା ।
ଲକ୍ଷୟେଽଲବ୍ଧକାମଂ ତ୍ୱାଂ ଚିନ୍ତୟା ଶବଲଂ ମୁଖମ୍ ॥ ୨୧॥
କିନ୍ତୁ ମୁଁ ଯାହା ଦେଖୁଛି ତୁମେ ସ୍ବୟଂ ସନ୍ତୁଷ୍ଟ ନୁହେଁ | ତୁମର
କୌଣସି କାମନା ଅପୂର୍ଣ୍ଣ ରହିଛି | ତୁମ ମୁହଁରେ କିଛି ଆନ୍ତରିକ ଚିନ୍ତାର ଝଲକ ଦେଖାଯାଉଛି |
ତୁମର ଏହି ଅସନ୍ତୋଷର କାରଣ ସ୍ବୟଂ ତୁମେ ଅଟ କି ଅନ୍ୟ କେହି ଅଟନ୍ତି ?
ଏବଂ ବିକଲ୍ପିତୋ ରାଜନ୍ ବିଦୁଷା ମୁନିନାପି ସଃ ।
ପ୍ରଶ୍ରୟାବନତୋଽଭ୍ୟାହ ପ୍ରଜାକାମସ୍ତତୋ ମୁନିମ୍ ॥ ୨୨॥
ପରୀକ୍ଷିତ ! ରାଜାଙ୍କ ମନ କେଉଁ କାରଣରୁ ଚିନ୍ତିତ ରହୁଛି, ତାହା
ମହର୍ଷି ଅଙ୍ଗିରା ଜାଣି ପାରୁଥିଲେ | ତଥାପି ସେ ରାଜାଙ୍କୁ ସେହି ଚିନ୍ତା ସମ୍ବନ୍ଧରେ ପ୍ରଶ୍ନ
କଲେ | ଚିତ୍ରକେତୁଙ୍କର ସନ୍ତାନ କାମନା ଥିଲା | ମହର୍ଷି ପଚାରିବାରୁ ସେ ବିନୟର ସହ ଅବନତ ହୋଇ
ନିବେଦନ କଲେ |
ଚିତ୍ରକେତୁରୁବାଚ
ଭଗବନ୍ କିଂ ନ ବିଦିତଂ ତପୋଜ୍ଞାନସମାଧିଭିଃ ।
ଯୋଗିନାଂ ଧ୍ୱସ୍ତପାପାନାଂ ବହିରନ୍ତଃ ଶରୀରିଷୁ ॥ ୨୩॥
ସମ୍ରାଟ ଚିତ୍ରକେତୁ କହିଲେ – ଭଗବନ୍ ! ଯେଉଁ ଯୋଗୀମାନଙ୍କର ତପସ୍ୟା, ଜ୍ଞାନ, ଧାରଣା, ଧ୍ୟାନ ଏବଂ ସମାଧି ଦ୍ବାରା ସବୁ ପାପ ନଷ୍ଟ ହୋଇ ଯାଇଥାଏ, ସେମାନଙ୍କ ପକ୍ଷରେ ପ୍ରାଣୀର ବାହାର ଏବଂ ଭିତର ସ୍ଥିତିକୁ ଜାଣିବା
କଠିନ କିପରି ହେବ ?
ତଥାପି ପୃଚ୍ଛତୋ ବ୍ରୂୟାଂ ବ୍ରହ୍ମନ୍ନାତ୍ମନି ଚିନ୍ତିତମ୍ ।
ଭବତୋ ବିଦୁଷଶ୍ଚାପି ଚୋଦିତସ୍ତ୍ୱଦନୁଜ୍ଞୟା ॥ ୨୪॥
ଏପରି ଅବସ୍ଥାରେ ବି ଆପଣ ଯଦି ମୋଠାରୁ ମୋର ଚିନ୍ତା ବିଷୟରେ
ଶୁଣିବାକୁ ଇଚ୍ଛା କରୁଛନ୍ତି, ଆପଣଙ୍କ ଆଜ୍ଞା
ଏବଂ ପ୍ରେରଣାରେ ମୁଁ ନିଜର ଚିନ୍ତା ଆପଣଙ୍କ ଚରଣରେ ନିବେଦନ କରୁଛି |
ଲୋକପାଲୈରପି ପ୍ରାର୍ଥ୍ୟାଃ ସାମ୍ରାଜ୍ୟୈଶ୍ୱର୍ୟସମ୍ପଦଃ ।
ନ ନନ୍ଦୟନ୍ତ୍ୟପ୍ରଜଂ ମାଂ କ୍ଷୁତ୍ତୃଟ୍କାମମିବାପରେ ॥ ୨୫॥
ପୃଥିବୀର ସାମ୍ରାଜ୍ୟ, ଐଶ୍ବର୍ଯ୍ୟ ଏବଂ
ସମ୍ପତ୍ତି, ଯାହା ପାଇଁ ଲୋକପାଳମାନେ ମଧ୍ୟ ଲାଳାୟିତ ରହନ୍ତି, ସେସବୁ ମୋତେ ପ୍ରାପ୍ତ ଅଟେ | କିନ୍ତୁ ସନ୍ତାନ ଉତ୍ପନ୍ନ ନ ହେବା
କାରଣରୁ ମୋତେ ସେହି ସବୁ ସୁଖଭୋଗରୁ କାଣିଚାଏ ବି ଶାନ୍ତି ମିଳୁନାହିଁ, ଯେପରି ଭୋକିଲା-ତୃଷାର୍ତ୍ତ ପ୍ରାଣୀକୁ ଅନ୍ନ-ଜଳ ଅତିରିକ୍ତ ଅନ୍ୟ
କୌଣସି ଭୋଗରୁ ତୃପ୍ତି ମିଳି ନ ଥାଏ |
ତତଃ ପାହି ମହାଭାଗ ପୂର୍ୱୈଃ ସହ ଗତଂ ତମଃ ।
ଯଥା ତରେମ ଦୁସ୍ତାରଂ ପ୍ରଜୟା ତଦ୍ୱିଧେହି ନଃ ॥ ୨୬॥
ମହାଭାଗ୍ୟବାନ ମହର୍ଷି ! ମୁଁ ସ୍ବୟଂ ତ ଦୁଃଖୀ ଅଟେ; ପିଣ୍ଡଦାନ
ମିଳିବ ନାହିଁ, ଏହି ଆଶଙ୍କାରେ ମୋର ପିତୃପୁରୁଷମାନେ ମଧ୍ୟ ଦୁଃଖୀ
ହେଉଛନ୍ତି | ଏବେ ଆପଣ ମୋତେ ସନ୍ତାନ ଦାନ କରି ପରଲୋକରେ ପ୍ରାପ୍ତ ହେବାକୁ ଥିବା ଘୋର ନର୍କରୁ
ଉଦ୍ଧାର କରନ୍ତୁ ଏବଂ ଏପରି ବ୍ୟବସ୍ଥା କରନ୍ତୁ ଯେ ମୁଁ ଲୋକ-ପରଲୋକର ସମସ୍ତ ଦୁଃଖରୁ ମୁକ୍ତ
ହୋଇଯିବି |
ଶ୍ରୀଶୁକ ଉବାଚ
ଇତ୍ୟର୍ଥିତଃ ସ ଭଗବାନ୍ କୃପାଲୁର୍ବ୍ରହ୍ମଣଃ ସୁତଃ ।
ଶ୍ରପୟିତ୍ୱା ଚରୁଂ ତ୍ୱାଷ୍ଟ୍ରଂ ତ୍ୱଷ୍ଟାରମୟଜଦ୍ୱିଭୁଃ ॥ ୨୭॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ରାଜା ଚିତ୍ରକେତୁଙ୍କର ଏପରି
ପ୍ରାର୍ଥନା ଶୁଣି ସବସମର୍ଥ, ପରମ କୃପାଳୁ
ବ୍ରହ୍ମାପୁତ୍ର ଅଙ୍ଗିରା ତ୍ବଷ୍ଟା ଦେବତାଙ୍କ ଯୋଗ୍ୟ ଚରୁ ପ୍ରସ୍ତୁତ କରି ସେଥିରେ ତାଙ୍କର ଯଜନ
କଲେ |
ଜ୍ୟେଷ୍ଠା ଶ୍ରେଷ୍ଠା ଚ ଯା ରାଜ୍ଞୋ ମହିଷୀଣାଂ ଚ ଭାରତ ।
ନାମ୍ନା କୃତଦ୍ୟୁତିସ୍ତସ୍ୟୈ ଯଜ୍ଞୋଚ୍ଛିଷ୍ଟମଦାଦ୍ଦ୍ୱିଜଃ ॥ ୨୮॥
ପରୀକ୍ଷିତ ! ରାଜା ଚିତ୍ରକେତୁଙ୍କର ରାଣୀମାନଙ୍କ ମଧ୍ୟରେ ସବୁଠାରୁ
ବଡ ସଦଗୁଣବତୀ ମହାରାଣୀ କୃତଦ୍ୟୁତି ଥିଲେ | ମହର୍ଷି ଅଙ୍ଗିରା ତାଙ୍କୁ ହିଁ ଯଜ୍ଞର ଅବଶେଷ
ପ୍ରଦାନ କଲେ |
ଅଥାହ ନୃପତିଂ ରାଜନ୍ ଭବିତୈକସ୍ତବାତ୍ମଜଃ ।
ହର୍ଷଶୋକପ୍ରଦସ୍ତୁଭ୍ୟମିତି ବ୍ରହ୍ମସୁତୋ ଯୟୌ ॥ ୨୯॥
ରାଜା ଚିତ୍ରକେତୁଙ୍କୁ ସେ କହିଲ – ରାଜନ୍ ! ତୁମ ପତ୍ନୀଙ୍କ ଗର୍ଭରୁ
ଏକ ପୁତ୍ର ଜାତ ହେବ ଯିଏ ତୁମକୁ ହର୍ଷ-ଶୋକ ଉଭୟ ପ୍ରଦାନ କରିବ | ଏତିକି କହି ଅଙ୍ଗିରା ଋଷି
ସେଠାରୁ ପ୍ରସ୍ଥାନ କଲେ |
ସାପି ତତ୍ପ୍ରାଶନାଦେବ ଚିତ୍ରକେତୋରଧାରୟତ୍ ।
ଗର୍ଭଂ କୃତଦ୍ୟୁତିର୍ଦେବୀ କୃତ୍ତିକାଗ୍ନେରିବାତ୍ମଜମ୍ ॥ ୩୦॥
ସେହି ଯଜ୍ଞାବଶେଷକୁ ପ୍ରସାଦ ରୂପେ ଗ୍ରହଣ କରିବା ପରେ, କୃତିକା ନିଜ
ଗର୍ଭରେ ଅଗ୍ନିକୁମାରଙ୍କୁ ଧାରଣ କରିବା ପରି, ମହାରାଜ
ଚିତ୍ରକେତୁଙ୍କ ଦ୍ବାରା ମହାରାଣୀ କୃତଦ୍ୟୁତି ଗର୍ଭ ଧାରଣ କଲେ |
ତସ୍ୟା ଅନୁଦିନଂ ଗର୍ଭଃ ଶୁକ୍ଲପକ୍ଷ ଇବୋଡୁପଃ ।
ବବୃଧେ ଶୂରସେନେଶତେଜସା ଶନକୈର୍ନୃପ ॥ ୩୧॥
ରାଜନ୍ ! ଶୂରସେନ ଦେଶର ରାଜା ଚିତ୍ରକେତୁଙ୍କର ତେଜରେ
କୃତଦ୍ୟୁତିଙ୍କର ଗର୍ଭ ଶୁକ୍ଲପକ୍ଷର ଚନ୍ଦ୍ରମା ପରି ଦିନକୁ ଦିନ କ୍ରମଶଃ ବୃଦ୍ଧି ପାଇବାରେ
ଲାଗିଲା |
ଅଥ କାଲ ଉପାବୃତ୍ତେ କୁମାରଃ ସମଜାୟତ ।
ଜନୟନ୍ ଶୂରସେନାନାଂ ଶୃଣ୍ୱତାଂ ପରମାଂ ମୁଦମ୍ ॥ ୩୨॥
ତଦନନ୍ତର ନିର୍ଦ୍ଧାରିତ ସମୟରେ ମହାରାଣୀ କୃତଦ୍ୟୁତିଙ୍କ ଗର୍ଭରୁ ଏକ
ସୁନ୍ଦର ପୁତ୍ର ଜନ୍ମ ଲାଭ କଲା | ସେହି ଜନ୍ମ ସମାଚାର ଶୁଣି ଶୂରସେନ ଦେଶର ପ୍ରଜାମାନେ ବହୁତ
ଆନନ୍ଦିତ ହେଲେ |
ହୃଷ୍ଟୋ ରାଜା କୁମାରସ୍ୟ ସ୍ନାତଃ ଶୁଚିରଲଙ୍କୃତଃ ।
ବାଚୟିତ୍ୱାଽଽଶିଷୋ ବିପ୍ରୈଃ କାରୟାମାସ ଜାତକମ୍ ॥ ୩୩॥
ସମ୍ରାଟ ଚିତ୍ରକେତୁଙ୍କର ଆନନ୍ଦକୁ ତ ଭାଷାରେ ପ୍ରକାଶ କରିହେବ ନାହିଁ
| ସେ ସ୍ନାନ କରି ପବିତ୍ର ହେଲେ | ତତପଶ୍ଚାତ୍ ବସ୍ତ୍ରଭୂଷଣରେ ସୁସଜ୍ଜିତ ହୋଇ, ବ୍ରାହ୍ମଣମାନଙ୍କ ଦ୍ବାରା ସ୍ବସ୍ତିବାଚନ କରାଇ ଏବଂ ସେମାନଙ୍କର
ଆଶୀର୍ବାଦ ନେଇ ପୁତ୍ରର ଜାତକର୍ମ-ସଂସ୍କାର କରାଇଲେ |
ତେଭ୍ୟୋ ହିରଣ୍ୟଂ ରଜତଂ ବାସାଂସ୍ୟାଭରଣାନି ଚ ।
ଗ୍ରାମାନ୍ ହୟାନ୍ ଗଜାନ୍ ପ୍ରାଦାଦ୍ଧେନୂନାମର୍ବୁଦାନି ଷଟ୍ ॥ ୩୪॥
ସେହି ବ୍ରାହ୍ମଣମାନଙ୍କୁ ଦାନସ୍ବରୂପ ସେ ସୁନା, ରୂପା, ବସ୍ତ୍ର, ଆଭୂଷଣ, ଗ୍ରାମ, ଘୋଡା, ହାତୀ ଏବଂ ଛ’ ଅର୍ବୁଦ ଗାଈ ପ୍ରଦାନ କଲେ |
ବବର୍ଷ କାମମନ୍ୟେଷାଂ ପର୍ଜନ୍ୟ ଇବ ଦେହିନାମ୍ ।
ଧନ୍ୟଂ ଯଶସ୍ୟମାୟୁଷ୍ୟଂ କୁମାରସ୍ୟ ମହାମନାଃ ॥ ୩୫॥
ଉଦାରଶିରୋମଣି ରାଜା ଚିତ୍ରକେତୁ ପୁତ୍ରର ଧନ, ଯଶ ଏବଂ ଆୟୁ ବୃଦ୍ଧି ନିମନ୍ତେ ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କର
ଇପ୍ସିତ ବସ୍ତୁ ପ୍ରଦାନ କଲେ – ଠିକ୍ ସେହିପରି, ଯେପରି ମେଘ
ସମସ୍ତଙ୍କର ମନୋରଥ ପୂର୍ଣ୍ଣ କରିଥାଏ |
କୃଚ୍ଛ୍ରଲବ୍ଧେଽଥ ରାଜର୍ଷେସ୍ତନୟେଽନୁଦିନଂ ପିତୁଃ ।
ଯଥା ନିଃସ୍ୱସ୍ୟ କୃଚ୍ଛ୍ରାପ୍ତେ ଧନେ ସ୍ନେହୋଽନ୍ୱବର୍ଧତ ॥ ୩୬॥
ପରୀକ୍ଷିତ ! କୌଣସି କାଙ୍ଗାଳକୁ ବହୁ କଷ୍ଟରେ କିଛି ଧନ ମିଳିଗଲେ, ତା’ର ଯେପରି
ସେଥିରେ ଆସକ୍ତି ହୋଇଯାଏ, ଠିକ୍ ସେହିପରି କଠିନତାରେ ପ୍ରାପ୍ତ ହୋଇଥିବା
ପୁତ୍ରଠାରେ ରାଜର୍ଷି ଚିତ୍ରକେତୁଙ୍କର ସ୍ନେହବନ୍ଧନ ଦିନକୁ ଦିନ ଦୃଢ ହେବାରେ ଲାଗିଲା |
ମାତୁସ୍ତ୍ୱତିତରାଂ ପୁତ୍ରେ ସ୍ନେହୋ ମୋହସମୁଦ୍ଭବଃ ।
କୃତଦ୍ୟୁତେଃ ସପତ୍ନୀନାଂ ପ୍ରଜାକାମଜ୍ୱରୋଽଭବତ୍ ॥ ୩୭॥
ମାତା କୃତଦ୍ୟୁତିଙ୍କର ମଧ୍ୟ ନିଜ ପୁତ୍ର ପ୍ରତି ମୋହ କାରଣରୁ
ଅତ୍ୟଧିକ ସ୍ନେହ ଥିଲା | କିନ୍ତୁ ଅନ୍ୟ
ରାଣୀମାନେ ପୁତ୍ର କାମନାରେ ତାଙ୍କ ପ୍ରତି ଈର୍ଷ୍ୟାରେ ଜଳିବାରେ ଲାଗିଲେ |
ଚିତ୍ରକେତୋରତିପ୍ରୀତିର୍ୟଥା ଦାରେ ପ୍ରଜାବତି ।
ନ ତଥାନ୍ୟେଷୁ ସଞ୍ଜଜ୍ଞେ ବାଲଂ ଲାଲୟତୋଽନ୍ୱହମ୍ ॥ ୩୮॥
ପ୍ରତିଦିନ ପୁତ୍ରର ଲାଳନ-ପାଳନ କରୁଥିବା କାରଣରୁ ସମ୍ରାଟ
ଚିତ୍ରକେତୁଙ୍କର ଯେତିକି ପ୍ରେମ ପୁତ୍ରର ମାତା କୃତଦ୍ୟୁତିଙ୍କ ପ୍ରତି ଥିଲା, ସେତିକି ଅନ୍ୟ ରାଣୀମାନଙ୍କ ପ୍ରତି ରହିଲା ନାହିଁ |
ତାଃ ପର୍ୟତପ୍ୟନ୍ନାତ୍ମାନଂ ଗର୍ହୟନ୍ତ୍ୟୋଽଭ୍ୟସୂୟଯା ।
ଆନପତ୍ୟେନ ଦୁଃଖେନ ରାଜ୍ଞୋଽନାଦରେଣ ଚ ॥ ୩୯॥
ଏହିପରି ଭାବରେ ଅନ୍ୟ ରାଣୀମାନେ ତ ସନ୍ତାନ ନ ହେବା କାରଣରୁ ଦୁଃଖୀ
ଥିଲେ, ପୁନଶ୍ଚ ସେମାନଙ୍କୁ ରାଜା ଚିତ୍ରକେତୁଙ୍କର ଉପେକ୍ଷା
ସହ୍ୟ କରିବାକୁ ପଡିଲା | ତେଣୁ ଦ୍ବେଷରେ ସେମାନେ ନିଜକୁ ଧିକ୍କାର କରିବା ସହିତ ଜଳିବାରେ
ଲାଗିଲେ |
ଧିଗପ୍ରଜାଂ ସ୍ତ୍ରିୟଂ ପାପାଂ ପତ୍ୟୁଶ୍ଚାଗୃହସମ୍ମତାମ୍ ।
ସୁପ୍ରଜାଭିଃ ସପତ୍ନୀଭିର୍ଦାସୀମିବ ତିରସ୍କୃତାମ୍ ॥ ୪୦॥
ପରସ୍ପରରେ ସେମାନେ ଚର୍ଚ୍ଚା କରିବାରେ ଲାଗିଲେ – ଭଉଣୀ ! ପୁତ୍ରହୀନ
ସ୍ତ୍ରୀ ସତରେ ଅତ୍ୟନ୍ତ ଅଭାଗିନୀ ଅଟେ | ଏକରେ ତ ପୁତ୍ରବତୀ ସପତ୍ନୀ ଦାସୀ ପରି ତାହାର
ତିରସ୍କାର କରିଥାଏ, ଦୁଇରେ ସ୍ବୟଂ
ପତିଦେବ ମଧ୍ୟ ତାହାକୁ ପତ୍ନୀ ମନେକରନ୍ତି ନାହିଁ | ବାସ୍ତବରେ ପୁତ୍ରହୀନ ସ୍ତ୍ରୀ
ଧିକ୍କାର-ଯୋଗ୍ୟ ଅଟେ |
ଦାସୀନାଂ କୋ ନୁ ସନ୍ତାପଃ ସ୍ୱାମିନଃ ପରିଚର୍ୟଯା ।
ଅଭୀକ୍ଷ୍ଣଂ ଲବ୍ଧମାନାନାଂ ଦାସ୍ୟା ଦାସୀବ ଦୁର୍ଭଗାଃ ॥ ୪୧॥
ଭଲା, ଦାସୀମାନଙ୍କର
ଦୁଃଖ କ’ଣ ? ସେମାନେ ତ ନିଜ ସ୍ବାମୀଙ୍କର ସେବା କରି ଯଥୋଚିତ
ସମ୍ମାନ ପ୍ରାପ୍ତ କରିଥାଆନ୍ତି | କିନ୍ତୁ ଆମ ପରି ଅଭାଗିନୀମାନଙ୍କର ଦଶା ସେମାନଙ୍କଠାରୁ ମଧ୍ୟ
ହୀନ ଅଟେ | ଦାସୀମାନଙ୍କର ଦାସୀ ପରି ଆମେ ନିରନ୍ତର ତିରସ୍କୃତ ହୋଇଥାଏ |
ଏବଂ ସନ୍ଦହ୍ୟମାନାନାଂ ସପତ୍ନ୍ୟାଃ ପୁତ୍ରସମ୍ପଦା ।
ରାଜ୍ଞୋଽସମ୍ମତବୃତ୍ତୀନାଂ ବିଦ୍ୱେଷୋ ବଲବାନଭୂତ୍ ॥ ୪୨॥
ପରୀକ୍ଷିତ ! ଏହିପରି ଭାବରେ ସେହି ରାଣୀମାନେ ନିଜ ସପତ୍ନୀଙ୍କୁ
ସନ୍ତାନବତୀ ଦେଖି ଜଳିବାରେ ଲାଗିଥାଆନ୍ତି ଏବଂ ରାଜା ମଧ୍ୟ ସେମାନଙ୍କ ପ୍ରତି ଉଦାସୀନ
ରହିଥାଆନ୍ତି | ଫଳତଃ, ସେମାନଙ୍କ ମନରେ
କୃତଦ୍ୟୁତିଙ୍କ ପ୍ରତି ବହୁତ ଅଧିକ ଦ୍ବେଷ ଜାତ ହେଲା |
ବିଦ୍ୱେଷନଷ୍ଟମତୟଃ ସ୍ତ୍ରିୟୋ ଦାରୁଣଚେତସଃ ।
ଗରଂ ଦଦୁଃ କୁମାରାୟ ଦୁର୍ମର୍ଷା ନୃପତିଂ ପ୍ରତି ॥ ୪୩॥
ଅତିଶୟ ଦ୍ବେଷରେ ରାଣୀମାନଙ୍କର ବୁଦ୍ଧି ଲୋପ ପାଇଗଲା | ସେମାନଙ୍କର
ଚିତ୍ତ କ୍ରୂରତାରେ ଭରିଗଲା | ନିଜ ପତି ଚିତ୍ରକେତୁଙ୍କର ପୁତ୍ର-ସ୍ନେହକୁ ସେମାନେ ସହ୍ୟ
କରିପାରିଲେ ନାହିଁ | ସେଥିପାଇଁ ରୁଷ୍ଟ ହୋଇ ସେମାନେ ସେହି ଶିଶୁ ରାଜକୁମାରକୁ ବିଷ ଦେଇଦେଲେ |
କୃତଦ୍ୟୁତିରଜାନନ୍ତୀ ସପତ୍ନୀନାମଘଂ ମହତ୍ ।
ସୁପ୍ତ ଏବେତି ସଞ୍ଚିନ୍ତ୍ୟ ନିରୀକ୍ଷ୍ୟ ବ୍ୟଚରଦ୍ଗୃହେ ॥ ୪୪॥
ମହାରାଣୀ କୃତଦ୍ୟୁତି ନିଜ ସପତ୍ନୀମାନଙ୍କର ଏହି ଘୋର ପାପମୟୀ
କାର୍ଯ୍ୟକଳାପ ବିଷୟରେ କିଛି ଜାଣି ନ ଥିଲେ | ଦୂରରୁ ଦେଖି ସେ ଭାବିଲେ ପୁଅ ଶୋଇଛି | ସେଥିପାଇଁ
ସେ ମହଲ ଭିତରେ ଏଣେତେଣେ ଆନନ୍ଦରେ ଘୂରି ବୁଲୁଥାଆନ୍ତି |
ଶୟାନଂ ସୁଚିରଂ ବାଲମୁପଧାର୍ୟ ମନୀଷିଣୀ ।
ପୁତ୍ରମାନୟ ମେ ଭଦ୍ରେ ଇତି ଧାତ୍ରୀମଚୋଦୟତ୍ ॥ ୪୫॥
ବହୁତ ସମୟ ଯାଏଁ ପୁଅକୁ ଶୋଇଥିବା ଦେଖି ବୁଦ୍ଧିମତୀ ରାଣୀ
ଦାସୀମାନଙ୍କୁ କହିଲେ – ପୁଅକୁ ମୋ ପାଖକୁ ନେଇ ଆସ |
ସା ଶୟାନମୁପବ୍ରଜ୍ୟ ଦୃଷ୍ଟ୍ୱା ଚୋତ୍ତାରଲୋଚନମ୍ ।
ପ୍ରାଣେନ୍ଦ୍ରିୟାତ୍ମଭିସ୍ତ୍ୟକ୍ତଂ ହତାସ୍ମୀତ୍ୟପତଦ୍ଭୁବି ॥ ୪୬॥
ଦାସୀ ଶୋଇଥିବା ବାଳକ ପାଖକୁ ଯାଇ ଦେଖିଲା ତା’ର ଆଖିଡୋଳା ଓଲଟି ଯାଇଛି | ପ୍ରାଣ, ଇନ୍ଦ୍ରିୟ ଏବଂ ଜୀବାତ୍ମା ତା’ର ଶରୀର ଛାଡି ଚାଲି
ଯାଇଛନ୍ତି | ଏହା ଦେଖି ସେ ‘ହାୟ ! ମୁଁ ମରିଗଲି’ କହି ଭୂଇଁରେ ଟଳି ପଡିଲା |
ତସ୍ୟାସ୍ତଦାକର୍ଣ୍ୟ ଭୃଶାତୁରଂ ସ୍ୱରଂ
ଘ୍ନନ୍ତ୍ୟାଃ କରାଭ୍ୟାମୁର ଉଚ୍ଚକୈରପି ।
ପ୍ରବିଶ୍ୟ ରାଜ୍ଞୀ ତ୍ୱରୟାଽଽତ୍ମଜାନ୍ତିକଂ
ଦଦର୍ଶ ବାଲଂ ସହସା ମୃତଂ ସୁତମ୍ ॥ ୪୭॥
ଦାସୀ ନିଜର ଦୁଇ ହାତରେ ଛାତି ପିଟି-ପିଟି ଅତ୍ୟନ୍ତ ଆର୍ତ୍ତ ସ୍ବରରେ
ଉଚ୍ଚ କ୍ରନ୍ଦନ କରିବାରେ ଲାଗିଲା | ତା’ର କ୍ରନ୍ଦନ ଶୁଣି ମହାରାଣୀ
କୃତଦ୍ୟୁତି ଅତି ଶୀଘ୍ର ନିଜ ପୁତ୍ରର ଶୟନକକ୍ଷରେ ପହଞ୍ଚିଲେ ଏବଂ ସେ ଦେଖିଲେ ଯେ ତାଙ୍କର ଶିଶୁ
ପୁତ୍ରଟି ଅକସ୍ମାତ୍ ମୃତ୍ୟୁବରଣ କରିଛି |
ପପାତ ଭୂମୌ ପରିବୃଦ୍ଧୟା ଶୁଚା
ମୁମୋହ ବିଭ୍ରଷ୍ଟଶିରୋରୁହାମ୍ବରା ॥ ୪୮॥
ଅତ୍ୟନ୍ତ ଶୋକରେ ସେ ମୂର୍ଚ୍ଛିତ ହୋଇ ଭୂମିରେ ଟଳି ପଡିଲେ | ତାଙ୍କର
କେଶରାଶି ବିକ୍ଷିପ୍ତ ହୋଇ ଯାଇଥିଲା ଏବଂ ଶରୀରର ବସ୍ତ୍ର ଅସ୍ତ-ବ୍ୟସ୍ତ ହୋଇ ଯାଇଥିଲା |
ତତୋ ନୃପାନ୍ତଃପୁରବର୍ତିନୋ ଜନା
ନରାଶ୍ଚ ନାର୍ୟଶ୍ଚ ନିଶମ୍ୟ ରୋଦନମ୍ ।
ଆଗତ୍ୟ ତୁଲ୍ୟବ୍ୟସନାଃ ସୁଦୁଃଖିତା-
ସ୍ତାଶ୍ଚ ବ୍ୟଲୀକଂ ରୁରୁଦୁଃ କୃତାଗସଃ ॥ ୪୯॥
ମହାରାଣୀଙ୍କର ରୋଦନ ଶୁଣି ରାଣୀନିବାସର ସବୁ ସ୍ତ୍ରୀ-ପୁରୁଷ ସେଠାକୁ
ଧାଇଁ ଆସିଲେ ଏବଂ ସହାନୁଭୂତିବଶ ଅତ୍ୟନ୍ତ ଦୁଃଖୀ ହୋଇ କ୍ରନ୍ଦନ କରିବାରେ ଲାଗିଲେ | ସେହି
ହତ୍ୟାରିଣୀ ରାଣୀମାନେ ମଧ୍ୟ ସେଠାକୁ ଆସି କ୍ରନ୍ଦନର ମିଥ୍ୟା ପ୍ରହସନ କରିବାରେ ଲାଗିଲେ |
ଶ୍ରୁତ୍ୱା ମୃତଂ ପୁତ୍ରମଲକ୍ଷିତାନ୍ତକଂ
ବିନଷ୍ଟଦୃଷ୍ଟିଃ ପ୍ରପତନ୍ ସ୍ଖଲନ୍ ପଥି ।
ସ୍ନେହାନୁବନ୍ଧୈଧିତୟା ଶୁଚା ଭୃଶଂ
ବିମୂର୍ଚ୍ଛିତୋଽନୁପ୍ରକୃତିର୍ଦ୍ୱିଜୈର୍ୱୃତଃ ॥ ୫୦॥
ପପାତ ବାଲସ୍ୟ ସ ପାଦମୂଲେ
ମୃତସ୍ୟ ବିସ୍ରସ୍ତଶିରୋରୁହାମ୍ବରଃ ।
ଦୀର୍ଘଂ ଶ୍ୱସନ୍ ବାଷ୍ପକଲୋପରୋଧତୋ
ନିରୁଦ୍ଧକଣ୍ଠୋ ନ ଶଶାକ ଭାଷିତୁମ୍ ॥ ୫୧॥
ରାଜା ଚିତ୍ରକେତୁ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପୁତ୍ରର
ଅକାରଣ ମୃତ୍ୟୁ ଘଟିଛି, ସେତେବେଳେ ଅତିଶୟ
ସ୍ନେହ କାରଣରୁ ଶୋକର ଆବେଗରେ ତାଙ୍କ ଆଖି ଆଗରେ ଅନ୍ଧାର ଘୋଟିଗଲା | ନିଜ ମନ୍ତ୍ରୀ ଏବଂ
ବ୍ରାହ୍ମଣମାନଙ୍କ ସହାୟତାରେ ଧୀରେ ଧୀରେ ସେ ମାର୍ଗରେ ପଡି-ଉଠି ମୃତ ବାଳକ ପାଖରେ ପହଞ୍ଚିଲେ ଏବଂ
ମୂର୍ଚ୍ଛିତ ହୋଇ ତା’ ପାଦ ପାଖରେ
ପଡିଗଲେ | ତାଙ୍କର କେଶରାଶି ଏବଂ ବସ୍ତ୍ର ବିକ୍ଷିପ୍ତ ଥିଲା | ସେ ଦୀର୍ଘଶ୍ବାସ ନେବାରେ ଲାଗିଲେ
| ଅଶ୍ରୁର ଆଧିକ୍ୟରେ ତାଙ୍କର ଗଳା ରୁଦ୍ଧ ହୋଇ ଯାଇଥିଲା ଏବଂ ସେ କିଛି କହିପାରିଲେ ନାହିଁ |
ପତିଂ ନିରୀକ୍ଷ୍ୟୋରୁଶୁଚାର୍ପିତଂ ତଦା
ମୃତଂ ଚ ବାଲଂ ସୁତମେକସନ୍ତତିମ୍ ।
ଜନସ୍ୟ ରାଜ୍ଞୀ ପ୍ରକୃତେଶ୍ଚ ହୃଦ୍ରୁଜଂ
ସତୀ ଦଧାନା ବିଲଲାପ ଚିତ୍ରଧା ॥ ୫୨॥
ପତିପ୍ରାଣା ରାଣୀ କୃତଦ୍ୟୁତି ନିଜ ପତି ଚିତ୍ରକେତୁଙ୍କୁ ଅତ୍ୟନ୍ତ
ଶୋକାକୁଳ ଏବଂ ନିଜର ଏକମାତ୍ର ଶିଶୁ-ପୁତ୍ରକୁ ମୃତ ଦେଖି ଅନେକ ପ୍ରକାରରେ ବିଳାପ କରିବାରେ
ଲାଗିଲେ | ତାଙ୍କର ସେହି ଦୁଃଖ ଦେଖି ମନ୍ତ୍ରୀ ଆଦି ଉପସ୍ଥିତ ସବୁ ମନୁଷ୍ୟ ଶୋକଗ୍ରସ୍ତ ହୋଇଗଲେ
|
ସ୍ତନଦ୍ୱୟଂ କୁଙ୍କୁମଗନ୍ଧମଣ୍ଡିତଂ
ନିଷିଞ୍ଚତୀ ସାଞ୍ଜନବାଷ୍ପବିନ୍ଦୁଭିଃ ।
ବିକୀର୍ୟ କେଶାନ୍ ବିଗଲତ୍ସ୍ରଜଃ ସୁତଂ
ଶୁଶୋଚ ଚିତ୍ରଂ କୁରରୀବ ସୁସ୍ୱରମ୍ ॥ ୫୩॥
ମହାରାଣୀଙ୍କ ନେତ୍ରରୁ ଏତେ ମାତ୍ରାରେ ଅଶ୍ରୁ ପ୍ରବାହିତ ହେଉଥିଲା ଯେ
ତାହା ତାଙ୍କ ଆଖିର ଅଞ୍ଜନକୁ ନେଇ କେଶର ଏବଂ ଚନ୍ଦନ ଲେପିତ ତାଙ୍କର ବକ୍ଷସ୍ଥଳକୁ ସିକ୍ତ
କରୁଥିଲା | ତାଙ୍କର ବିକ୍ଷିପ୍ତ କେଶରୁ ସେଥିରେ ଗୁନ୍ଥା ହୋଇଥିବା ଫୁଲ ତଳକୁ ଖସିବାରେ
ଲାଗିଥିଲା | ଏହିପରି ଭାବରେ କୁରରୀ ପକ୍ଷୀ ସଦୃଶ ସେ ନିଜ ପୁତ୍ର ଉଦ୍ଦେଶ୍ୟରେ ଉଚ୍ଚ ସ୍ବରରେ
ବିଳାପ କରୁଥିଲେ |
ଅହୋ ବିଧାତସ୍ତ୍ୱମତୀବ ବାଲିଶୋ
ଯସ୍ତ୍ୱାତ୍ମସୃଷ୍ଟ୍ୟପ୍ରତିରୂପମୀହସେ ।
ପରେ ନୁ ଜୀବତ୍ୟପରସ୍ୟ ଯା ମୃତି-
ର୍ୱିପର୍ୟଯଶ୍ଚେତ୍ତ୍ୱମସି ଧ୍ରୁବଃ ପରଃ ॥ ୫୪॥
ସେ କହିବାରେ ଲାଗିଲେ – ରେ ବିଧାତା ! ତୁ ଏତେ ବଡ ମୂର୍ଖ ଅଟୁ ଯେ
ନିଜ ସୃଷ୍ଟି ପ୍ରତିକୂଳରେ ଚିନ୍ତା କରୁଛୁ | ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ ବୃଦ୍ଧମାନେ
ଜୀବିତ ରହିଥିବା ବେଳେ ବାଳକମାନେ ମରି ଯାଉଛନ୍ତି | ତୋର ସ୍ବଭାବରେ ଯଦି ସତରେ ଏପରି ବିପରୀତତା
ରହିଥାଏ, ତେବେ ତ ତୁ ଜୀବର ଅମର ଶତ୍ରୁ ଅଟୁ |
ନ ହି କ୍ରମଶ୍ଚେଦିହ ମୃତ୍ୟୁଜନ୍ମନୋଃ
ଶରୀରିଣାମସ୍ତୁ ତଦାତ୍ମକର୍ମଭିଃ ।
ଯଃ ସ୍ନେହପାଶୋ ନିଜସର୍ଗବୃଦ୍ଧୟେ
ସ୍ୱୟଂ କୃତସ୍ତେ ତମିମଂ ବିବୃଶ୍ଚସି ॥ ୫୫॥
ସଂସାରରେ ପ୍ରାଣୀମାନଙ୍କର ଯଦି ଜୀବନ-ମରଣର କୌଣସି କ୍ରମ ନ ରହିବ, ତେବେ ତ ସେମାନେ ପ୍ରାରବ୍ଧ ଅନୁସାରେ ଜନ୍ମ ହେବେ ଏବଂ ମରିବେ | ତୋର
ଆଉ ଆବଶ୍ୟକତା କ’ଣ ? ତୁ ସମ୍ବନ୍ଧୀମାନଙ୍କ ମଧ୍ୟରେ ସ୍ନେହ-ବନ୍ଧନ
ଏଥିପାଇଁ ରଖିଛୁ ଯେ ସେମାନେ ତୋର ସୃଷ୍ଟି ବୃଦ୍ଧି କରିବେ | ଅଥଚ ତୁ ଏପରି ଭାବରେ ଶିଶୁମାନଙ୍କୁ
ମାରି ନିଜ ହାତରେ ହିଁ ନିଜର କାମ ବିଗାଡିବାରେ ଲାଗିଛୁ |
ତ୍ୱଂ ତାତ ନାର୍ହସି ଚ ମାଂ କୃପଣାମନାଥାଂ
ତ୍ୟକ୍ତୁଂ ବିଚକ୍ଷ୍ୱ ପିତରଂ ତବ ଶୋକତପ୍ତମ୍ ।
ଅଞ୍ଜସ୍ତରେମ ଭବତାପ୍ରଜଦୁସ୍ତରଂ ଯଦ୍-
ଧ୍ୱାନ୍ତଂ ନ ଯାହ୍ୟକରୁଣେନ ଯମେନ ଦୂରମ୍ ॥ ୫୬॥
ପୁନଶ୍ଚ ସେ ନିଜ ମୃତ ପୁତ୍ରକୁ ଚାହିଁ କହିବାରେ ଲାଗିଲେ – ପୁତ୍ର !
ତୋ ବିନା ମୁଁ ଦୀନ ଏବଂ ଅନାଥ ହୋଇଯାଇଛି | ମୋତେ ଏହିପରି ଭାବରେ ଛାଡି ଚାଲିଯିବା ତୋ ପାଇଁ
ଉଚିତ୍ କର୍ମ ହେଲାନାହିଁ | ଟିକିଏ ଆଖି ଖୋଲି ଦେଖ, ତୋ ବିୟୋଗରେ ତୋର
ପିତା କିପରି ଶୋକ-ସଂତପ୍ତ ରହିଛନ୍ତି | ପୁତ୍ର ! ନିଃସନ୍ତାନ ପୁରୁଷ ଯେଉଁ ଘୋର ନର୍କକୁ ଅତି
କଷ୍ଟରେ ପାର କରିଥାଆନ୍ତି, ତୋର ସହାରା ନେଇ
ଆମେ ତାହାକୁ ଅକ୍ଲେଶରେ ପାର କରିଯାଇ ଥାଆନ୍ତୁ | ପୁତ୍ର ! ଏହି ଯମରାଜଙ୍କ ସହିତ ତୁ ବେଶୀ
ଦୂରକୁ ଯାଅ ନାହିଁ | ଇଏ ଅତ୍ୟନ୍ତ ନିର୍ଦ୍ଦୟୀ ଅଟେ |
ଉତ୍ତିଷ୍ଠ ତାତ ତ ଇମେ ଶିଶବୋ ବୟସ୍ୟା-
ସ୍ତ୍ୱାମାହ୍ୱୟନ୍ତି ନୃପନନ୍ଦନ ସମ୍ବିହର୍ତୁମ୍ ।
ସୁପ୍ତଶ୍ଚିରଂ ହ୍ୟଶନୟା ଚ ଭବାନ୍ ପରୀତୋ
ଭୁଙ୍କ୍ଷ୍ୱ ସ୍ତନଂ ପିବ ଶୁଚୋ ହର ନଃ ସ୍ୱକାନାମ୍ ॥ ୫୭॥
ମୋର ପ୍ରିୟ ପୁତ୍ର ! ହେ ରାଜକୁମାର ! ଉଠ ! ଦେଖ, ତୁମର ସାଥୀ ବାଳକମାନେ ତୁମକୁ ଖେଳିବାକୁ ଡାକୁଛନ୍ତି | ବହୁତ ସମୟ
ଧରି ତୁମେ ଶୋଇ ରହିଛ, ତୁମକୁ ଭୋକ ଲାଗୁଥିବ | ଉଠ ! କିଛି ଖାଇ ନିଅ | ଆଉ କିଛି ନ ଖାଇଲେ
ନାହିଁ, ମୋର ସ୍ତନ୍ୟପାନ କରିନିଅ ଏବଂ ନିଜର ସ୍ବଜନ-ସମ୍ବନ୍ଧୀ
ଆମ୍ଭମାନଙ୍କର ଶୋକ ଦୂର କର |
ନାହଂ ତନୂଜ ଦଦୃଶେ ହତମଙ୍ଗଲା ତେ
ମୁଗ୍ଧସ୍ମିତଂ ମୁଦିତବୀକ୍ଷଣମାନନାବ୍ଜମ୍ ।
କିଂ ବା ଗତୋଽସ୍ୟପୁନରନ୍ୱୟମନ୍ୟଲୋକଂ
ନୀତୋଽଘୃଣେନ ନ ଶୃଣୋମି କଲା ଗିରସ୍ତେ ॥ ୫୮॥
ପ୍ରିୟ ପୁତ୍ର ! ତୁମର ମୁଖାରବିନ୍ଦରେ ଆଜି ମୁଁ ସେହି ସରଳ
ସ୍ମିତହାସ୍ୟ ଏବଂ ଆନନ୍ଦଭରା ଚାହାଣୀ ଦେଖିବାକୁ ପାଉନାହିଁ | ମୁଁ ବଡ ଅଭାଗିନୀ ଅଟେ | ହାୟ-ହାୟ
! ଏବେ ମୋତେ ତୁମର ସେହି ସୁମଧୁର ଖନେଇ-ଖନେଇ କଥା ଶୁଣାଯାଉ ନାହିଁ | ସତରେ କ’ଣ ନିଷ୍ଠୁର ଯମରାଜ ତୁମକୁ ସେହି ପରଲୋକକୁ ନେଇଯାଇଛି, ଯେଉଁଠିକୁ ଯାଇ କେହି କେବେ ଫେରନ୍ତି ନାହିଁ ?
ଶ୍ରୀଶୁକ ଉବାଚ
ବିଲପନ୍ତ୍ୟା ମୃତଂ ପୁତ୍ରମିତି ଚିତ୍ରବିଲାପନୈଃ ।
ଚିତ୍ରକେତୁର୍ଭୃଶଂ ତପ୍ତୋ ମୁକ୍ତକଣ୍ଠୋ ରୁରୋଦ ହ ॥ ୫୯॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ନିଜ ରାଣୀଙ୍କୁ ପୁତ୍ର
ବିୟୋଗରେ ଏପରି ବିଳାପ କରୁଥିବା ଦେଖି ସମ୍ରାଟ ଚିତ୍ରକେତୁ ଅତ୍ୟନ୍ତ ଶୋକସଂତପ୍ତ ହୋଇ ଉଚ୍ଚ
ସ୍ବରରେ କ୍ରନ୍ଦନ କରିବାରେ ଲାଗିଲେ |
ତୟୋର୍ୱିଲପତୋଃ ସର୍ୱେ ଦମ୍ପତ୍ୟୋସ୍ତଦନୁବ୍ରତାଃ ।
ରୁରୁଦୁଃ ସ୍ମ ନରା ନାର୍ୟଃ ସର୍ୱମାସୀଦଚେତନମ୍ ॥ ୬୦॥
ରାଜା-ରାଣୀଙ୍କୁ ଏହିପରି ବିଳାପ କରୁଥିବା ଦେଖି ତାଙ୍କର ଅନୁଗାମୀ
ସ୍ତ୍ରୀ-ପୁରୁଷ ମଧ୍ୟ ଦୁଃଖିତ ହୋଇ କ୍ରନ୍ଦନ କରିବାରେ ଲାଗିଲେ | ଏହିପରି ଭାବରେ ସମ୍ପୂର୍ଣ୍ଣ
ନଗର ହିଁ ଶୋକରେ ଅଚେତ-ପ୍ରାୟ ହୋଇଗଲା |
ଏବଂ କଶ୍ମଲମାପନ୍ନଂ ନଷ୍ଟସଞ୍ଜ୍ଞମନାୟକମ୍ ।
ଜ୍ଞାତ୍ୱାଙ୍ଗିରା ନାମ ମୁନିରାଜଗାମ ସନାରଦଃ ॥ ୬୧॥
ରାଜନ୍ ! ମହର୍ଷି ଅଙ୍ଗିରା ଏବଂ ଦେବର୍ଷି ନାରଦ ଦେଖିଲେ ପୁତ୍ରଶୋକରେ
ରାଜା ଚିତ୍ରକେତୁ ଚେତନାହୀନ ହୋଇ ଯାଇଛନ୍ତି; ତାଙ୍କୁ ବୋଧ କରାଇବାକୁ ମଧ୍ୟ କେହି ନାହାଁନ୍ତି |
ସେତେବେଳେ ସେ ଦୁହେଁ ସେଠାକୁ ଆସିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ଚିତ୍ରକେତୁବିଲାପୋ ନାମ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments
Post a Comment