ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ସପ୍ତମ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ନାରଦ-ଯୁଧିଷ୍ଠିର ସମ୍ବାଦ ଏବଂ ଜୟ-ବିଜୟଙ୍କ କଥା

ରାଜୋବାଚ

ସମଃ ପ୍ରିୟଃ ସୁହୃଦ୍ବ୍ରହ୍ମନ୍ ଭୂତାନାଂ ଭଗବାନ୍ ସ୍ୱୟମ୍ ।

ଇନ୍ଦ୍ରସ୍ୟାର୍ଥେ କଥଂ ଦୈତ୍ୟାନବଧୀଦ୍ୱିଷମୋ ଯଥା ॥ ୧॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଭଗବାନ ତ ସ୍ବଭାବତଃ ଭେଦଭାବ-ରହିତ ଅଟନ୍ତି – ସମ ଅଟନ୍ତି, ସମସ୍ତ ପ୍ରାଣୀଙ୍କର ପ୍ରିୟ ସୁହୃଦ ଅଟନ୍ତି; ତେବେ ସାଧାରଣ ମନୁଷ୍ୟ ଭେଦଭାବ କରି ନିଜ ମିତ୍ରର ପକ୍ଷ ନେବା ଏବଂ ଶତ୍ରୁର ଅନିଷ୍ଟ କରିବା ପରି ସେ ଇନ୍ଦ୍ରଙ୍କର ପକ୍ଷ ନେଇ ଦୈତ୍ୟମାନଙ୍କର ବଧ କାହିଁକି କଲେ ?

ନ ହ୍ୟସ୍ୟାର୍ଥଃ ସୁରଗଣୈଃ ସାକ୍ଷାନ୍ନିଃଶ୍ରେୟସାତ୍ମନଃ ।

ନୈବାସୁରେଭ୍ୟୋ ବିଦ୍ୱେଷୋ ନୋଦ୍ୱେଗଶ୍ଚାଗୁଣସ୍ୟ ହି ॥ ୨॥

ସେ ସ୍ବୟଂ ପରିପୂର୍ଣ୍ଣ କଲ୍ୟାଣସ୍ବରୂପ ଅଟନ୍ତି; ଅତଏବ ଦେବତାମାନଙ୍କଠାରୁ ତାଙ୍କର କିଛି ନେବା-ଦେବାର ଆବଶ୍ୟକତା ନାହିଁ ତଥା ନିର୍ଗୁଣ ହୋଇଥିବା କାରଣରୁ ଦୈତ୍ୟମାନଙ୍କ ପ୍ରତି ତାଙ୍କର କିଛି ବୈର-ବିରୋଧ ବା ଉଦ୍ବେଗର ମଧ୍ୟ ସମ୍ଭାବନା ନାହିଁ |

ଇତି ନଃ ସୁମହାଭାଗ ନାରାୟଣଗୁଣାନ୍ ପ୍ରତି ।

ସଂଶୟଃ ସୁମହାନ୍ ଜାତସ୍ତଦ୍ଭବାଂଶ୍ଛେତ୍ତୁମର୍ହତି ॥ ୩॥

ଭଗବତ୍-ପ୍ରେମସମ୍ପନ୍ନ ହେ ମହାତ୍ମା ! ଭଗବାନଙ୍କର ସମତ୍ବ ଆଦି ଗୁଣ ସମ୍ବନ୍ଧରେ ମୋ ମନରେ ଅତ୍ୟଧିକ ସଂଶୟ ଜାତ ହେଉଛି | ଆପଣ କୃପା କରି ତାହା ମୋଚନ କରନ୍ତୁ |

ଶ୍ରୀଶୁକ ଉବାଚ

ସାଧୁ ପୃଷ୍ଟଂ ମହାରାଜ ହରେଶ୍ଚରିତମଦ୍ଭୁତମ୍ ।

ଯଦ୍ଭାଗବତମାହାତ୍ମ୍ୟଂ ଭଗବଦ୍ଭକ୍ତିବର୍ଧନମ୍ ॥ ୪॥

ଶ୍ରୀଶୁକଦେବ ମୁନି କହୁଛନ୍ତି – ହେ ରାଜନ୍ ! ଭଗବାନଙ୍କର ଅଦ୍ଭୁତ ଚରିତ୍ର ସମ୍ବନ୍ଧରେ ତୁମର ଏହି ପ୍ରଶ୍ନ ଅତ୍ୟନ୍ତ ସୁନ୍ଦର ଅଟେ; କାରଣ ଏହି ପ୍ରସଙ୍ଗ ପ୍ରହ୍ଲାଦ ଆଦି ଭକ୍ତମାନଙ୍କର ମହିମାରେ ପରିପୂର୍ଣ୍ଣ ଅଟେ, ଯାହାର ଶ୍ରବଣରେ ଭଗବାନଙ୍କର ଭକ୍ତି ବୃଦ୍ଧି ଲାଭ କରିଥାଏ |

ଗୀୟତେ ପରମଂ ପୁଣ୍ୟମୃଷିଭିର୍ନାରଦାଦିଭିଃ ।

ନତ୍ୱା କୃଷ୍ଣାୟ ମୁନୟେ କଥୟିଷ୍ୟେ ହରେଃ କଥାମ୍ ॥ ୫॥

ନାରଦାଦି ମହାତ୍ମାଗଣ ଅତ୍ୟନ୍ତ ପ୍ରେମର ସହିତ ଏହି ପରମ ପୁଣ୍ୟମୟ ପ୍ରସଙ୍ଗର ଗାୟନ କରନ୍ତି | ଏବେ ମୁଁ ନିଜ ପିତା ଶ୍ରୀକୃଷ୍ଣ ଦ୍ବୈପାୟନ ମୁନିଙ୍କୁ ନମସ୍କାର କରି ଭଗବାନଙ୍କର ସେହି ଲୀଳା-କଥାର ବର୍ଣ୍ଣନା କରୁଛି |

ନିର୍ଗୁଣୋଽପି ହ୍ୟଜୋଽବ୍ୟକ୍ତୋ ଭଗବାନ୍ ପ୍ରକୃତେଃ ପରଃ ।

ସ୍ୱମାୟାଗୁଣମାବିଶ୍ୟ ବାଧ୍ୟବାଧକତାଂ ଗତଃ ॥ ୬॥

ବାସ୍ତବରେ ଭଗବାନ ନିର୍ଗୁଣ, ଅଜନ୍ମା, ଅବ୍ୟକ୍ତ ଏବଂ ପ୍ରକୃତିରୁ ଅତୀତ ଅଟନ୍ତି | ତା ସତ୍ତ୍ବେ ବି ସେ ନିଜ ମାୟା ଗୁଣକୁ ସ୍ବୀକାର କରି ବଧ୍ୟବାଧକ ଭାବ ଅର୍ଥାତ୍ ମରିବା-ମାରିବା ଉଭୟ ପରସ୍ପର ବିରୋଧି ରୂପକୁ ଗ୍ରହଣ କରନ୍ତି |

ସତ୍ତ୍ୱଂ ରଜସ୍ତମ ଇତି ପ୍ରକୃତେର୍ନାତ୍ମନୋ ଗୁଣାଃ ।

ନ ତେଷାଂ ଯୁଗପଦ୍ରାଜନ୍ ହ୍ରାସ ଉଲ୍ଲାସ ଏବ ବା ॥ ୭॥

ସତ୍ତ୍ବଗୁଣ, ରଜୋଗୁଣ ଏବଂ ତମୋଗୁଣ – ପ୍ରକୃତିର ଏହି ସବୁ ଗୁଣ ପରମାତ୍ମାଙ୍କର ନୁହେଁ | ପରୀକ୍ଷିତ ! ଏହି ତ୍ରିଗୁଣର ମଧ୍ୟ ଏକସଙ୍ଗେ ବୃଦ୍ଧି-ହ୍ରାସ ହୋଇ ନ ଥାଏ |

ଜୟକାଲେ ତୁ ସତ୍ତ୍ୱସ୍ୟ ଦେବର୍ଷୀନ୍ ରଜସୋଽସୁରାନ୍ ।

ତମସୋ ଯକ୍ଷରକ୍ଷାଂସି ତତ୍କାଲାନୁଗୁଣୋଽଭଜତ୍ ॥ ୮॥

ଭଗବାନ ସମୟ ଅନୁସାରେ ଏହି ସବୁ ଗୁଣକୁ ସ୍ବୀକାର କରିଥାଆନ୍ତି | ସତ୍ତ୍ବଗୁଣ ବୃଦ୍ଧି ସମୟରେ ଦେବତା ଏବଂ ଋଷି, ରଜୋଗୁଣର ବୃଦ୍ଧି ସମୟରେ ଦୈତ୍ୟ ଏବଂ ତମୋଗୁଣର ବୃଦ୍ଧି ସମୟରେ ସେ ଯକ୍ଷ ଏବଂ ରାକ୍ଷସର ରୂପ ଗ୍ରହଣ କରି ସେମାନଙ୍କର ଅଭ୍ୟୁଦୟ କରନ୍ତି |

ଜ୍ୟୋତିରାଦିରିବାଭାତି ସଙ୍ଘାତାନ୍ନ ବିବିଚ୍ୟତେ ।

ବିଦନ୍ତ୍ୟାତ୍ମାନମାତ୍ମସ୍ଥଂ ମଥିତ୍ୱା କବୟୋଽନ୍ତତଃ ॥ ୯॥

ବ୍ୟାପକ ଅଗ୍ନି କାଷ୍ଠ ଆଦି ଭିନ୍ନ-ଭିନ୍ନ ବସ୍ତୁରେ ରହିଥିଲେ ବି ମନ୍ଥନ କରିବା ଦ୍ବାରା ହିଁ ପ୍ରକଟ ହୋଇଥାଏ | ସେହିପରି ପରମାତ୍ମା ସବୁ ଶରୀରରେ ରହିଥିଲେ ବି ବିଚାରଶୀଳ ପୁରୁଷ ହିଁ ହୃଦୟମନ୍ଥନ ଦ୍ବାରା ତାଙ୍କ ଅତିରିକ୍ତ ଅନ୍ୟ ସମସ୍ତ ବସ୍ତୁକୁ ପ୍ରତିବନ୍ଧିତ କରି ନିଜ ହୃଦୟରେ ଅନ୍ତର୍ଯ୍ୟାମୀରୂପରେ ତାଙ୍କୁ ପ୍ରାପ୍ତ କରିନିଅନ୍ତି |

ଯଦା ସିସୃକ୍ଷୁଃ ପୁର ଆତ୍ମନଃ ପରୋ

ରଜଃ ସୃଜତ୍ୟେଷ ପୃଥକ୍ ସ୍ୱମାୟଯା ।

ସତ୍ତ୍ୱଂ ବିଚିତ୍ରାସୁ ରିରଂସୁରୀଶ୍ୱରଃ

ଶୟିଷ୍ୟମାଣସ୍ତମ ଈରୟତ୍ୟସୌ ॥ ୧୦॥

ପରମେଶ୍ବର ଯେତେବେଳେ ନିଜ ପାଇଁ ଗୋଟିଏ ଶରୀର ନିର୍ମାଣ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ନିଜ ମାୟାରେ ସେ ରଜୋଗୁଣର ସୃଷ୍ଟି ପୃଥକ୍ ଭାବରେ କରନ୍ତି | ଯେତେବେଳେ ସେ ବିଚିତ୍ର ଯୋନିମାନଙ୍କରେ ରମଣ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ସତ୍ତ୍ବଗୁଣର ସୃଷ୍ଟି କରନ୍ତି ଏବଂ ଯେତେବେଳେ ଶୟନ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ତମୋଗୁଣର ବୃଦ୍ଧି କରିଦିଅନ୍ତି |

କାଲଂ ଚରନ୍ତଂ ସୃଜତୀଶ ଆଶ୍ରୟଂ

ପ୍ରଧାନପୁମ୍ଭ୍ୟାଂ ନରଦେବ ସତ୍ୟକୃତ୍ ।

ଯ ଏଷ ରାଜନ୍ନପି କାଲ ଈଶିତା

ସତ୍ତ୍ୱଂ ସୁରାନୀକମିବୈଧୟତ୍ୟତଃ ।

ତତ୍ପ୍ରତ୍ୟନୀକାନସୁରାନ୍ ସୁରପ୍ରିୟୋ

ରଜସ୍ତମସ୍କାନ୍ ପ୍ରମିଣୋତ୍ୟୁରୁଶ୍ରବାଃ ॥ ୧୧॥

ପରୀକ୍ଷିତ ! ଭଗବାନ ସତ୍ୟସଂକଳ୍ପ ଅଟନ୍ତି | ସେ ହିଁ ଜଗତ ଉତ୍ପତ୍ତିର ନିମିତ୍ତଭୂତ ପ୍ରକୃତି ଏବଂ ପୁରୁଷର ସହକାରୀ ତଥା ଆଶ୍ରୟ କାଳର ସୃଷ୍ଟି କରନ୍ତି | ସେଥିପାଇଁ ସେ କାଳର ଅଧୀନସ୍ତ ନୁହଁନ୍ତି; ବରଂ କାଳ ତାଙ୍କର ଅଧୀନସ୍ତ ଅଟେ | ରାଜନ୍ ! ସେହି କାଳସ୍ବରୂପ ଈଶ୍ବର ଯେତେବେଳେ ସତ୍ତ୍ବଗୁଣର ବୃଦ୍ଧି କରି ସତ୍ତ୍ବମୟ ଦେବତାମାନଙ୍କ ବଳର ଅଭିବୃଦ୍ଧି କରାନ୍ତି ଏବଂ ସେତେବେଳେ ସେହି ପରମଯଶସ୍ବୀ ଦେବପ୍ରିୟ ପରମାତ୍ମା ଦେବବିରୋଧୀ ରଜୋଗୁଣୀ ଏବଂ ତମୋଗୁଣୀ ଦୈତ୍ୟମାନଙ୍କର ସଂହାର କରନ୍ତି | ବସ୍ତୁତଃ, ସେ ସମଦର୍ଶୀ ହିଁ ଅଟନ୍ତି |

ଅତ୍ରୈବୋଦାହୃତଃ ପୂର୍ୱମିତିହାସଃ ସୁରର୍ଷିଣା ।

ପ୍ରୀତ୍ୟା ମହାକ୍ରତୌ ରାଜନ୍ ପୃଚ୍ଛତେଽଜାତଶତ୍ରବେ ॥ ୧୨॥

ରାଜନ୍ ! ଏହି ପ୍ରସଙ୍ଗରେ ଦେବର୍ଷି ନାରଦ ଅତି ପ୍ରେମର ସହିତ ଏକ ଇତିହାସ ଉଦ୍ଧାର କରିଥିଲେ | ଏହା ସେହି ସମୟର କଥା ଯେତେବେଳେ ରାଜସୂୟ ଯଜ୍ଞରେ ତୁମର ପିତାମହ ଯୁଧିଷ୍ଠିର ତାଙ୍କୁ ସେହି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ |

ଦୃଷ୍ଟ୍ୱା ମହାଦ୍ଭୁତଂ ରାଜା ରାଜସୂୟେ ମହାକ୍ରତୌ ।

ବାସୁଦେବେ ଭଗବତି ସାୟୁଜ୍ୟଂ ଚେଦିଭୂଭୁଜଃ ॥ ୧୩॥

ସେହି ମହାନ୍ ରାଜସୂୟ ଯଜ୍ଞରେ ରାଜା ଯୁଧିଷ୍ଠିର ନିଜ ଚକ୍ଷୁ ସମ୍ମୁଖରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଇଥିଲେ ଯେ ଚେଦିରାଜ ଶିଶୁପାଳ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ସମାହିତ ହୋଇଗଲେ |

ତତ୍ରାସୀନଂ ସୁରଋଷିଂ ରାଜା ପାଣ୍ଡୁସୁତଃ କ୍ରତୌ ।

ପପ୍ରଚ୍ଛ ବିସ୍ମିତମନା ମୁନୀନାଂ ଶୃଣ୍ୱତାମିଦମ୍ ॥ ୧୪॥

ସେଠାରେ ଦେବର୍ଷି ନାରଦ ମଧ୍ୟ ଉପବେଶନ କରିଥିଲେ | ସେହି ଘଟଣାରେ ଆଶ୍ଚର୍ଯ୍ୟଚକିତ ହୋଇ ରାଜା ଯୁଧିଷ୍ଠିର ବଡ-ବଡ ମୁନିମାନଙ୍କ ଦ୍ବାରା ମଣ୍ଡିତ ସଭାରେ, ସେହି ଯଜ୍ଞମଣ୍ଡପରେ ହିଁ ନାରଦ ମୁନିଙ୍କୁ ଏହି ପ୍ରଶ୍ନ କରିଥିଲେ |

ଯୁଧିଷ୍ଠିର ଉବାଚ

ଅହୋ ଅତ୍ୟଦ୍ଭୁତଂ ହ୍ୟେତଦ୍ଦୁର୍ଲଭୈକାନ୍ତିନାମପି ।

ବାସୁଦେବେ ପରେ ତତ୍ତ୍ୱେ ପ୍ରାପ୍ତିଶ୍ଚୈଦ୍ୟସ୍ୟ ବିଦ୍ୱିଷଃ ॥ ୧୫॥

ଯୁଧିଷ୍ଠିର ପଚାରିଲେ – ହାୟ ! ଏହା ଏକ ଅତ୍ୟନ୍ତ ବିଚିତ୍ର କଥା ଅଟେ | ପରମତତ୍ତ୍ବ ଭଗବାନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ସମାହିତ ହୋଇଯିବା ବଡ-ବଡ ଅନନ୍ୟ ଭକ୍ତମାନଙ୍କ ନିମନ୍ତେ ମଧ୍ୟ ଦୁର୍ଲଭ ଅଟେ | ସେପରି କ୍ଷେତ୍ରରେ ଭଗବାନଙ୍କ ପ୍ରତି ଦ୍ବେଷ ଭାବ ରଖିଥିବା ଶିଶୁପାଳଙ୍କୁ ସେହି ଗତି ପ୍ରାପ୍ତ ହେଲା କିପରି ?

ଏତଦ୍ୱେଦିତୁମିଚ୍ଛାମଃ ସର୍ୱ ଏବ ବୟଂ ମୁନେ ।

ଭଗବନ୍ନିନ୍ଦୟା ବେନୋ ଦ୍ୱିଜୈସ୍ତମସି ପାତିତଃ ॥ ୧୬॥

ହେ ଦେବର୍ଷି ! ଏହାର ରହସ୍ୟ ଆମେ ସମସ୍ତେ ଜାଣିବାକୁ ଇଚ୍ଛା କରୁଛୁ | ପୂର୍ବକାଳରେ ତ ଭଗବାନଙ୍କର ନିନ୍ଦା କରିଥିବା କାରଣରୁ ଋଷି-ମୁନିମାନେ ରାଜା ବେନଙ୍କୁ ନର୍କରେ ନିକ୍ଷେପ କରିଥିଲେ |

ଦମଘୋଷସୁତଃ ପାପ ଆରଭ୍ୟ କଲଭାଷଣାତ୍ ।

ସମ୍ପ୍ରତ୍ୟମର୍ଷୀ ଗୋବିନ୍ଦେ ଦନ୍ତବକ୍ତ୍ରଶ୍ଚ ଦୁର୍ମତିଃ ॥ ୧୭॥

ଏହି ଦମଘୋଷଙ୍କର ପୁତ୍ର ପାପାତ୍ମା ଶିଶୁପାଳ ଏବଂ ଦୁର୍ବୁଦ୍ଧି ଦନ୍ତବକ୍ତ୍ର – ଉଭୟେ ଖନେଇ-ଖନେଇ କଥା କହିବାକୁ ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଭଗବାନଙ୍କ ପ୍ରତି ଦ୍ବେଷ କରିବାରେ ଲାଗିଥିଲେ |

ଶପତୋରସକୃଦ୍ୱିଷ୍ଣୁଂ ଯଦ୍ବ୍ରହ୍ମ ପରମବ୍ୟଯମ୍ ।

ଶ୍ୱିତ୍ରୋ ନ ଜାତୋ ଜିହ୍ୱାୟାଂ ନାନ୍ଧଂ ବିବିଶତୁସ୍ତମଃ ॥ ୧୮॥

ଅବିନାଶୀ ପରବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କୁ ଏମାନେ ପାଣି ପିଇ-ପିଇ ଗାଳି ଦେଉଥିଲେ | କିନ୍ତୁ ତାହାର ଫଳସ୍ବରୂପ ଏମାନଙ୍କର ଜିହ୍ବା କୀଟାଣୁଗ୍ରସ୍ତ ହେଲାନାହିଁ କି ଏମାନଙ୍କର ଘୋର ଅନ୍ଧକାରମୟ ନର୍କ ପ୍ରାପ୍ତି ହେଲାନାହିଁ |

କଥଂ ତସ୍ମିନ୍ ଭଗବତି ଦୁରବଗ୍ରାହଧାମନି ।

ପଶ୍ୟତାଂ ସର୍ୱଲୋକାନାଂ ଲୟମୀୟତୁରଞ୍ଜସା ॥ ୧୯॥

ଅପିତୁ ଯେଉଁ ଭଗବାନଙ୍କର ପ୍ରାପ୍ତି ଅତ୍ୟନ୍ତ କଠିନ ଅଟେ, ଏ ଦୁହେଁ ସମସ୍ତଙ୍କ ଆଖି ଆଗରେ ଅନାୟାସ ତାଙ୍କଠାରେ ଲୀନ ହୋଇଗଲେ – ଏହାର କାରଣ କଣ ?

ଏତଦ୍ଭ୍ରାମ୍ୟତି ମେ ବୁଦ୍ଧିର୍ଦୀପାର୍ଚିରିବ ବାୟୁନା ।

ବ୍ରୂହ୍ୟେତଦଦ୍ଭୁତତମଂ ଭଗବାଂସ୍ତତ୍ର କାରଣମ୍ ॥ ୨୦॥

ପବନରେ ଦୋହଲିବାରେ ଲାଗିଥିବା ଦୀପଶିଖା ପରି ମୋର ବୁଦ୍ଧି ଏହି ବିଷୟକୁ ନେଇ ଦ୍ବନ୍ଦ୍ବଯୁକ୍ତ ହୋଇଯାଇଛି | ଆପଣ ସର୍ବଜ୍ଞ ଅଟନ୍ତି; ଅତଏବ ଏହାର ରହସ୍ୟ ଆପଣ ମୋତେ ବୁଝାଇ କହନ୍ତୁ |

ଶ୍ରୀଶୁକ ଉବାଚ

ରାଜ୍ଞସ୍ତଦ୍ୱଚ ଆକର୍ଣ୍ୟ ନାରଦୋ ଭଗବାନୃଷିଃ ।

ତୁଷ୍ଟଃ ପ୍ରାହ ତମାଭାଷ୍ୟ ଶୃଣ୍ୱତ୍ୟାସ୍ତତ୍ସଦଃ କଥାଃ ॥ ୨୧॥

ଶ୍ରୀଶୁକଦେବ ମୁନି କହୁଛନ୍ତି – ରାଜାଙ୍କର ଏହି ପ୍ରଶ୍ନ ଶୁଣି ସର୍ବସମର୍ଥ ଦେବର୍ଷି ନାରଦ ବହୁତ ପ୍ରସନ୍ନ ହେଲେ | ସେ ଯୁଧିଷ୍ଠିରଙ୍କୁ ସମ୍ବୋଧିତ କରି ରାଜସଭାରେ ଉପସ୍ଥିତ ସମସ୍ତେ ଶୁଣିବା ପରି ଏହି କଥା କହିଲେ |

ନାରଦ ଉବାଚ

ନିନ୍ଦନସ୍ତବସତ୍କାରନ୍ୟକ୍କାରାର୍ଥଂ କଲେବରମ୍ ।

ପ୍ରଧାନପରୟୋ ରାଜନ୍ନବିବେକେନ କଲ୍ପିତମ୍ ॥ ୨୨॥

ଦେବର୍ଷି ନାରଦ କହିଲେ – ହେ ଯୁଧିଷ୍ଠିର ! ନିନ୍ଦା, ସ୍ତୁତି, ସତ୍କାର ଏବଂ ତିରସ୍କାର ଏହି ଶରୀରର ହିଁ କରାଯାଇ ଥାଏ | ପ୍ରକୃତି ଏବଂ ପୁରୁଷର ସମୁଚିତ ବିବେକ ନ ଥିବା କାରଣରୁ ଶରୀରର କଳ୍ପନା କରାଯାଇ ଥାଏ |

ହିଂସା ତଦଭିମାନେନ ଦଣ୍ଡପାରୁଷ୍ୟଯୋର୍ୟଥା ।

ବୈଷମ୍ୟମିହ ଭୂତାନାଂ ମମାହମିତି ପାର୍ଥିବ ॥ ୨୩॥

ଯେତେବେଳେ ଶରୀରକୁ ହିଁ ନିଜର ଆତ୍ମା ମାନି ନିଆଯାଏ, ସେତେବେଳେ ‘ଇଏ ମୁଁ ଅଟେ ଏବଂ ଏହା ମୋର ଅଟେ ଏପରି ଭାବ ଆସିଥାଏ | ସମସ୍ତ ଭେଦଭାବର ମୂଳ ଏହା ହିଁ ଅଟେ | ଏହି କାରଣରୁ ଭର୍ତ୍ସନା ଏବଂ ଦୁର୍ବଚନରୁ ପୀଡା ଅନୁଭବ ହୋଇଥାଏ |

ଯନ୍ନିବଦ୍ଧୋଽଭିମାନୋଽୟଂ ତଦ୍ୱଧାତ୍ପ୍ରାଣିନାଂ ବଧଃ ।

ତଥା ନ ଯସ୍ୟ କୈବଲ୍ୟାଦଭିମାନୋଽଖିଲାତ୍ମନଃ ।

ପରସ୍ୟ ଦମକର୍ତୁର୍ହି ହିଂସା କେନାସ୍ୟ କଲ୍ପ୍ୟତେ ॥ ୨୪॥

‘ଇଏ ମୁଁ ଅଟେ – ଏହି ଶରୀର-ଅଭିମାନ ଯୋଗୁଁ ପ୍ରାଣୀ ଶରୀରର ବଧକୁ ନିଜର ବଧ ମନେ କରିଥାଏ | କିନ୍ତୁ ଜୀବ ସଦୃଶ ଭଗବାନଙ୍କର ତ ସେପରି କୌଣସି ଅଭିମାନ ନ ଥାଏ; ସେ ସର୍ବାତ୍ମା ଏବଂ ଅଦ୍ବିତୀୟ ଅଟନ୍ତି | ସେ ଅନ୍ୟକୁ ଯେଉଁ ଦଣ୍ଡ ଦିଅନ୍ତି, ତାହା ସେମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ହିଁ ଅଟେ, କ୍ରୋଧବଶ ବା ଦ୍ବେଷବଶ ନୁହେଁ | ତେଣୁ ଭଗବାନଙ୍କ ସମ୍ବନ୍ଧରେ ହିଂସାର କଳ୍ପନା ଅବା କିପରି କରାଯିବ ?

ତସ୍ମାଦ୍ୱୈରାନୁବନ୍ଧେନ ନିର୍ୱୈରେଣ ଭୟେନ ବା ।

ସ୍ନେହାତ୍କାମେନ ବା ଯୁଞ୍ଜ୍ୟାତ୍କଥଞ୍ଚିନ୍ନେକ୍ଷତେ ପୃଥକ୍ ॥ ୨୫॥

ସେଥିପାଇଁ ସୁଦୃଢ ଶତ୍ରୁତାଭାବରେ ହେଉ ଅଥବା ଶତ୍ରୁତାହୀନ ଭକ୍ତିଭାବରେ, ଭୟରେ, ସ୍ନେହରେ ଅଥବା କାମରେ ହେଉ – କିପରି ଭାବରେ ହେଉ ଭଗବାନଙ୍କଠାରେ ନିଜର ମନକୁ ପୂର୍ଣ୍ଣ ସଂଲଗ୍ନ ରଖିବା ଆବଶ୍ୟକ | ଭଗବାନଙ୍କ ଦୃଷ୍ଟିରେ ଏହି ସବୁ ଭାବ ମଧ୍ୟରେ କୌଣସି ଭେଦ ନାହିଁ |

ଯଥା ବୈରାନୁବନ୍ଧେନ ମର୍ତ୍ୟସ୍ତନ୍ମୟତାମିୟାତ୍ ।

ନ ତଥା ଭକ୍ତିୟୋଗେନ ଇତି ମେ ନିଶ୍ଚିତା ମତିଃ ॥ ୨୬॥

ହେ ଯୁଧିଷ୍ଠିର ! ମୋର ଏହା ଦୃଢ ବିଶ୍ବାସ ଯେ ମନୁଷ୍ୟ ବୈରଭାବରେ ଭଗବାନଙ୍କଠାରେ ଯେତେ ବେଶୀ ତନ୍ମୟ ହୋଇଥାଏ, ସେତେ ବେଶୀ ଭକ୍ତିଯୋଗରେ ହୋଇ ନ ଥାଏ |

କୀଟଃ ପେଶସ୍କୃତା ରୁଦ୍ଧଃ କୁଡ୍ୟାୟାଂ ତମନୁସ୍ମରନ୍ ।

ସଂରମ୍ଭଭୟଯୋଗେନ ବିନ୍ଦତେ ତତ୍ସରୂପତାମ୍ ॥ ୨୭॥

ଭୃଙ୍ଗୀ ଛୋଟ ଛୋଟ କୀଟମାନଙ୍କୁ ଆଣି କାନ୍ଥରେ ଥିବା ନିଜ ଛିଦ୍ରରେ ବନ୍ଦ କରିଦିଏ | ତା ଭିତରେ ରହି ଭୟ ଏବଂ ଉଦ୍ବେଗରେ ଭୃଙ୍ଗୀର ଚିନ୍ତନ କରି କରି ସେହି କୀଟମାନେ ତଦ୍ରୂପ ହୋଇଯାଆନ୍ତି |

ଏବଂ କୃଷ୍ଣେ ଭଗବତି ମାୟାମନୁଜ ଈଶ୍ୱରେ ।

ବୈରେଣ ପୂତପାପ୍ମାନସ୍ତମାପୁରନୁଚିନ୍ତୟା ॥ ୨୮॥

ଏହି କଥା ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ମଧ୍ୟ ପ୍ରଯୁଜ୍ୟ ଅଟେ | ଲୀଳାରେ ମନୁଷ୍ୟ ପ୍ରତୀତ ହେଉଥିଲେ ବି ସେ ସର୍ବଶକ୍ତିମାନ ଭଗବାନ ହିଁ ତ ଅଟନ୍ତି | ତାଙ୍କ ପ୍ରତି ବୈରଭାବ ରଖିଥିବା ଜୀବ ତାଙ୍କର ଚିନ୍ତନ କରି କରି ପାପରହିତ ହୋଇ ତାଙ୍କୁ ହିଁ ପ୍ରାପ୍ତ ହୋଇଯାଆନ୍ତି |

କାମାଦ୍ଦ୍ୱେଷାଦ୍ଭୟାତ୍ସ୍ନେହାଦ୍ୟଥା ଭକ୍ତ୍ୟେଶ୍ୱରେ ମନଃ ।

ଆବେଶ୍ୟ ତଦଘଂ ହିତ୍ୱା ବହବସ୍ତଦ୍ଗତିଂ ଗତାଃ ॥ ୨୯॥

ଜଣେ ନୁହେଁ, ଏହିପରି ଅନେକ ମନୁଷ୍ୟ କାମ, ଦ୍ବେଷ, ଭୟ ଏବଂ ସ୍ନେହରେ ନିଜ ମନକୁ ଭଗବାନଙ୍କଠାରେ ସଂଲଗ୍ନ କରି, ସମସ୍ତ ପାପରୁ ମୁକ୍ତ ହୋଇ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି, ଯେପରି ଭକ୍ତମାନେ ଭକ୍ତି ଦ୍ବାରା ପ୍ରାପ୍ତ ହୋଇଥାଆନ୍ତି |

ଗୋପ୍ୟଃ କାମାଦ୍ଭୟାତ୍କଂସୋ ଦ୍ୱେଷାଚ୍ଚୈଦ୍ୟାଦୟୋ ନୃପାଃ ।

ସମ୍ବନ୍ଧାଦ୍ୱୃଷ୍ଣୟଃ ସ୍ନେହାଦ୍ୟୂୟଂ ଭକ୍ତ୍ୟା ବୟଂ ବିଭୋ ॥ ୩୦॥

ମହାରାଜ ! ଗୋପୀମାନେ ଭଗବାନଙ୍କ ସହିତ ମିଳିତ ହେବା ପାଇଁ ତୀବ୍ର କାମଭାବଯୁକ୍ତ ପ୍ରେମରେ, କଂସ ଭୟରେ, ଶିଶୁପାଳ-ଦନ୍ତବକ୍ତ୍ର ଆଦି ରାଜାମାନେ ଦ୍ବେଷରେ, ଯଦୁବଂଶୀମାନେ ପାରିବାରିକ ସମ୍ବନ୍ଧର ଆଧାରରେ, ତୁମ୍ଭେମାନେ ସ୍ନେହରେ ଏବଂ ଆମ୍ଭେମାନେ ଭକ୍ତିରେ ମନକୁ ଭଗବାନଙ୍କ ସହିତ ଲଗାଇ ରଖିଥାଏ |

କତମୋଽପି ନ ବେନଃ ସ୍ୟାତ୍ପଞ୍ଚାନାଂ ପୁରୁଷଂ ପ୍ରତି ।

ତସ୍ମାତ୍କେନାପ୍ୟୁପାୟେନ ମନଃ କୃଷ୍ଣେ ନିବେଶୟେତ୍ ॥ ୩୧॥

ଭକ୍ତମାନଙ୍କ ଅତିରିକ୍ତ ଅନ୍ୟ ଯେଉଁ ପାଞ୍ଚ ଭାବରେ ଲୋକେ ଭଗବାନଙ୍କର ଚିନ୍ତନ କରନ୍ତି, ସେମାନଙ୍କ ମଧ୍ୟରେ ରାଜା ବେନଙ୍କର ଗଣନା କୌଣସି ଭାବରେ କରାଯିବ ନାହିଁ | ସାରାଂଶ ଏହା ଯେ କୌଣସି ଭାବରେ ହେଉ ମନକୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ତନ୍ମୟ କରିବା ଆବଶ୍ୟକ |

ମାତୃଷ୍ୱସେୟୋ ବଶ୍ଚୈଦ୍ୟୋ ଦନ୍ତବକ୍ତ୍ରଶ୍ଚ ପାଣ୍ଡବ ।

ପାର୍ଷଦପ୍ରବରୌ ବିଷ୍ଣୋର୍ୱିପ୍ରଶାପାତ୍ପଦାଚ୍ଚ୍ୟୁତୌ ॥ ୩୨॥

ମହାରାଜ ! ଏତଦ୍ ବ୍ୟତିତ ତୁମର ମାଉସୀ-ପୁଅ ଭାଈ ଶିଶୁପାଳ ଏବଂ ଦନ୍ତବକ୍ତ୍ର ଉଭୟେ ବିଷ୍ଣୁଭଗବାନଙ୍କର ମୁଖ୍ୟ ପାର୍ଷଦ ଥିଲେ | ବ୍ରାହ୍ମଣମାନଙ୍କ ଅଭିଶାପରୁ ସେମାନଙ୍କୁ ନିଜ ପଦରୁ ଚ୍ୟୁତ ହେବାକୁ ପଡିଥିଲା |

ଯୁଧିଷ୍ଠିର ଉବାଚ

କୀଦୃଶଃ କସ୍ୟ ବା ଶାପୋ ହରିଦାସାଭିମର୍ଶନଃ ।

ଅଶ୍ରଦ୍ଧେୟ ଇବାଭାତି ହରେରେକାନ୍ତିନାଂ ଭବଃ ॥ ୩୩॥

ରାଜା ଯୁଧିଷ୍ଠିର ପଚାରିଲେ – ହେ ଦେବର୍ଷି ! ଭଗବାନଙ୍କର ପାର୍ଷଦମାନଙ୍କୁ ମଧ୍ୟ ପ୍ରଭାବିତ କରି ପାରୁଥିବା ଏହି ଶାପ କିଏ ଏବଂ କେଉଁ ପରିସ୍ଥିତିରେ ଦେଇଥିଲେ ? ଭଗବାନଙ୍କର ଅନନ୍ୟ ପ୍ରେମୀମାନେ ପୁଣି ଏହି ଜନ୍ମ-ମୃତ୍ୟୁରୂପ ସଂସାରକୁ ଆସୁଥିବେ, ଏହି ବିଷୟ କିଂଚିତ୍ ଅବିଶ୍ବସନୀୟ ମନେ ହେଉଛି |

ଦେହେନ୍ଦ୍ରିୟାସୁହୀନାନାଂ ବୈକୁଣ୍ଠପୁରବାସିନାମ୍ ।

ଦେହସମ୍ବନ୍ଧସମ୍ବଦ୍ଧମେତଦାଖ୍ୟାତୁମର୍ହସି ॥ ୩୪॥

ବୈକୁଣ୍ଠବାସୀ ଭଗବାନଙ୍କର ପରିକରମାନେ ପ୍ରାକୃତ ଶରୀର, ଇନ୍ଦ୍ରିୟ ଏବଂ ପ୍ରାଣ ରହିତ ଅଟନ୍ତି | ସେମାନେ ପ୍ରାକୃତ ଶରୀର ସହିତ କିପରି ସମ୍ବନ୍ଧିତ ହେଲେ, ଏହା ଆପଣ ସ୍ପଷ୍ଟ କରି ଶୁଣାନ୍ତୁ |

ନାରଦ ଉବାଚ

ଏକଦା ବ୍ରହ୍ମଣଃ ପୁତ୍ରା ବିଷ୍ଣୋର୍ଲୋକଂ ଯଦୃଚ୍ଛୟା ।

ସନନ୍ଦନାଦୟୋ ଜଗ୍ମୁଶ୍ଚରନ୍ତୋ ଭୁବନତ୍ରୟମ୍ ॥ ୩୫॥

ଦେବର୍ଷି ନାରଦ କହିଲେ – ଦିନେ ବ୍ରହ୍ମାଙ୍କର ମାନସ-ପୁତ୍ର ସନକାଦି ଋଷିମାନେ ତ୍ରିଲୋକରେ ସ୍ବଚ୍ଛନ୍ଦ ବିଚରଣ କରିବାକୁ ଯାଇ ବୈକୁଣ୍ଠଲୋକରେ ପହଞ୍ଚିଲେ |

ପଞ୍ଚଷଡ୍ଢାୟନାର୍ଭାଭାଃ ପୂର୍ୱେଷାମପି ପୂର୍ୱଜାଃ ।

ଦିଗ୍ୱାସସଃ ଶିଶୂନ୍ ମତ୍ୱା ଦ୍ୱାଃସ୍ଥୌ ତାନ୍ ପ୍ରତ୍ୟଷେଧତାମ୍ ॥ ୩୬॥

ବାସ୍ତବରେ ତ ସେମାନେ ସର୍ବ ପୁରାତନ ଅଟନ୍ତି, କିନ୍ତୁ ଦେଖିବାକୁ ସେମାନେ ପାଞ୍ଚ-ଛଅ ବର୍ଷର ବାଳକ ପରି ପ୍ରତୀତ ହୁଅନ୍ତି | ସେମାନେ ବସ୍ତ୍ର ବି ଧାରଣ କରନ୍ତି ନାହିଁ | ସେମାନଙ୍କୁ ସାଧାରଣ ବାଳକ ମନେକରି ଦ୍ବାରପାଳମାନେ ଭିତରକୁ ପ୍ରବେଶ କରିବା ପାଇଁ ସେମାନଙ୍କର ପଥରୋଧ କଲେ |

ଅଶପନ୍ କୁପିତା ଏବଂ ଯୁବାଂ ବାସଂ ନ ଚାର୍ହଥଃ ।

ରଜସ୍ତମୋଭ୍ୟାଂ ରହିତେ ପାଦମୂଲେ ମଧୁଦ୍ୱିଷଃ ।

ପାପିଷ୍ଠାମାସୁରୀଂ ଯୋନିଂ ବାଲିଶୌ ଯାତମାଶ୍ୱତଃ ॥ ୩୭॥

ଏଥିରେ ସେମାନେ କ୍ରୋଧିତ ହୋଇ ଦ୍ବାରପାଳଙ୍କୁ ଏହି ଶାପ ଦେଲେ – “ମୂର୍ଖ ! ଭଗବାନ ବିଷ୍ଣୁଙ୍କର ଚରଣ ତ ରଜୋଗୁଣ ଏବଂ ତମୋଗୁଣ ରହିତ ଅଟେ; ତୁମେ ଦୁହେଁ ତାହା ସମୀପରେ ନିବାସ କରିବାକୁ ଯୋଗ୍ୟ ନୁହେଁ | ସେଥିପାଇଁ ଅତି ଶୀଘ୍ର ତୁମ୍ଭେମାନେ ଏଠାରୁ ପାପମୟୀ ଅସୁରଯୋନିକୁ ଚାଲିଯାଅ |

ଏବଂ ଶପ୍ତୌ ସ୍ୱଭବନାତ୍ପତନ୍ତୌ ତୈଃ କୃପାଲୁଭିଃ ।

ପ୍ରୋକ୍ତୌ ପୁନର୍ଜନ୍ମଭିର୍ୱାଂ ତ୍ରିଭିର୍ଲୋକାୟ କଲ୍ପତାମ୍ ॥ ୩୮॥

ସେମାନଙ୍କର ସେହି ଅଭିଶାପ ଯୋଗୁଁ ଯେତେବେଳେ ଦ୍ବାରପାଳ ଦୁହିଁଙ୍କର ନିମ୍ନଗତି ହେବାକୁ ଯାଉଥିଲା, ସେତେବେଳେ ସେହି କୃପାଳୁ ମହାତ୍ମାମାନେ କହିଲେ – “ଠିକ୍ ଅଛି, ତିନି ଜନ୍ମ ଏହି ଶାପ ଭୋଗ କରି ପୁନର୍ବାର ତୁମ୍ଭେମାନେ ବୈକୁଣ୍ଠଲୋକକୁ ଫେରି ଆସିବ |”

ଜଜ୍ଞାତେ ତୌ ଦିତେଃ ପୁତ୍ରୌ ଦୈତ୍ୟଦାନବବନ୍ଦିତୌ ।

ହିରଣ୍ୟକଶିପୁର୍ଜ୍ୟେଷ୍ଠୋ ହିରଣ୍ୟାକ୍ଷୋଽନୁଜସ୍ତତଃ ॥ ୩୯॥

ଯୁଧିଷ୍ଠିର ! ସେହି ଦୁହେଁ ଦିତିଙ୍କର ଦୁଇ ପୁତ୍ର ଭାବରେ ଜନ୍ମ ଗ୍ରହଣ କଲେ | ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠର ନାମ ହିରଣ୍ୟକଶିପୁ ଏବଂ କନିଷ୍ଠର ନାମ ହିରଣାକ୍ଷ ଥିଲା | ଦୈତ୍ୟ ଏବଂ ଦାନବ ସମାଜରେ ସେ ଦୁହେଁ ସର୍ବଶ୍ରେଷ୍ଠ ଥିଲେ |

ହତୋ ହିରଣ୍ୟକଶିପୁର୍ହରିଣା ସିଂହରୂପିଣା ।

ହିରଣ୍ୟାକ୍ଷୋ ଧରୋଦ୍ଧାରେ ବିଭ୍ରତା ସୌକରଂ ବପୁଃ ॥ ୪୦॥

ବିଷ୍ଣୁଭଗବାନ ନୃସିଂହ ରୂପ ଧାରଣ କରି ହିରଣ୍ୟକଶିପୁକୁ ଏବଂ ପୃଥିବୀ ଉଦ୍ଧାର କରିବା ସମୟରେ ବରାହାବତାର ଗ୍ରହଣ କରି ହିରଣାକ୍ଷକୁ ମାରିଲେ |

ହିରଣ୍ୟକଶିପୁଃ ପୁତ୍ରଂ ପ୍ରହ୍ଲାଦଂ କେଶବପ୍ରିୟମ୍ ।

ଜିଘାଂସୁରକରୋନ୍ନାନା ଯାତନା ମୃତ୍ୟୁହେତବେ ॥ ୪୧॥

ନିଜ ପୁତ୍ର ପ୍ରହ୍ଲାଦ ଭଗବତ୍-ପ୍ରେମୀ ହୋଇଥିବା କାରଣରୁ ହିରଣ୍ୟକଶିପୁ ତାଙ୍କୁ ବଧ କରିବାକୁ ଇଚ୍ଛା କରିଥିଲା ଏବଂ ସେହି ଉଦ୍ଦେଶ୍ୟରେ ତାଙ୍କୁ ଅନେକ ଯାତନା ଦେଇଥିଲା |

ସର୍ୱଭୂତାତ୍ମଭୂତଂ ତଂ ପ୍ରଶାନ୍ତଂ ସମଦର୍ଶନମ୍ ।

ଭଗବତ୍ତେଜସା ସ୍ପୃଷ୍ଟଂ ନାଶକ୍ନୋଦ୍ଧନ୍ତୁମୁଦ୍ୟମୈଃ ॥ ୪୨॥

କିନ୍ତୁ ପ୍ରହ୍ଲାଦ ସର୍ବାତ୍ମା ଭଗବାନଙ୍କର ପରମ ପ୍ରିୟ ହୋଇ ସାରିଥିଲେ, ସମଦର୍ଶୀ ହୋଇ ଯାଇଥିଲେ | ତାଙ୍କ ହୃଦୟରେ ଅଟଳ ଶାନ୍ତି ଥିଲା | ଭଗବାନଙ୍କ ପ୍ରଭାବରେ ସେ ସୁରକ୍ଷିତ ଥିଲେ | ସେଥିପାଇଁ ଅନେକ ପ୍ରକାରରେ ଚେଷ୍ଟା କରି ମଧ୍ୟ ହିରଣ୍ୟକଶିପୁ ତାଙ୍କୁ ମାରିବାକୁ ସମର୍ଥ ହୋଇ ନ ଥିଲା |

ତତସ୍ତୌ ରାକ୍ଷସୌ ଜାତୌ କେଶିନ୍ୟାଂ ବିଶ୍ରବଃସୁତୌ ।

ରାବଣଃ କୁମ୍ଭକର୍ଣଶ୍ଚ ସର୍ୱଲୋକୋପତାପନୌ ॥ ୪୩॥

ଯୁଧିଷ୍ଠିର ! ଏହି ଦୁଇ ଜଣ ହିଁ ବିଶ୍ରବା ମୁନିଙ୍କ ଦ୍ବାରା କେଶିନୀ ଗର୍ଭରୁ ରାକ୍ଷସ ଭାବରେ ଜନ୍ମ ଗ୍ରହଣ କଲେ | ସେମାନଙ୍କର ନାମ ଥିଲା ରାବଣ ଏବଂ କୁମ୍ଭକର୍ଣ୍ଣ | ସେମାନଙ୍କ ଉତ୍ପାତ୍ତରେ ସମସ୍ତ ଲୋକରେ ଅଗ୍ନିର ତାଣ୍ଡବ ସୃଷ୍ଟି ହୋଇଥିଲା |

ତତ୍ରାପି ରାଘବୋ ଭୂତ୍ୱା ନ୍ୟହନଚ୍ଛାପମୁକ୍ତୟେ ।

ରାମବୀର୍ୟଂ ଶ୍ରୋଷ୍ୟସି ତ୍ୱଂ ମାର୍କଣ୍ଡେୟମୁଖାତ୍ପ୍ରଭୋ ॥ ୪୪॥

ସେହି ସମୟରେ ମଧ୍ୟ ସେମାନଙ୍କୁ ଶାପ ମୁକ୍ତ କରିବା ପାଇଁ ଭଗବାନ ରାମରୂପରେ ସେମାନଙ୍କର ବଧ କରିଥିଲେ | ଯୁଧିଷ୍ଠିର ! ମାର୍କଣ୍ଡେୟ ମୁନିଙ୍କ ମୁଖରୁ ତୁମେ ଭଗବାନ ଶ୍ରୀରାମଙ୍କର ଚରିତ୍ର ଶ୍ରବଣ କରିବ |

ତାବେବ କ୍ଷତ୍ରିୟୌ ଜାତୌ ମାତୃଷ୍ୱସ୍ରାତ୍ମଜୌ ତବ ।

ଅଧୁନା ଶାପନିର୍ମୁକ୍ତୌ କୃଷ୍ଣଚକ୍ରହତାଂହସୌ ॥ ୪୫॥

ସେହି ଜୟ-ବିଜୟ ଏହି ଜନ୍ମରେ ତୁମର ମାଉସୀ-ପୁଅ ଶିଶୁପାଳ ଏବଂ ଦନ୍ତବକ୍ତ୍ର ରୂପରେ କ୍ଷତ୍ରିୟକୁଳରେ ଉତ୍ପନ୍ନ ହୋଇଥିଲେ | ଭଗବାନ ଶ୍ରୀକୃଷ୍ଣଙ୍କ ଚକ୍ରର ସ୍ପର୍ଶ ପ୍ରାପ୍ତ କରି ସେମାନଙ୍କର ସବୁ ପାପ ନଷ୍ଟ ହୋଇଗଲା ଏବଂ ସେମାନେ ସନକାଦିଙ୍କ ଶାପରୁ ମୁକ୍ତ ହୋଇଗଲେ |

ବୈରାନୁବନ୍ଧତୀବ୍ରେଣ ଧ୍ୟାନେନାଚ୍ୟୁତସାତ୍ମତାମ୍ ।

ନୀତୌ ପୁନର୍ହରେଃ ପାର୍ଶ୍ୱଂ ଜଗ୍ମତୁର୍ୱିଷ୍ଣୁପାର୍ଷଦୌ ॥ ୪୬॥

ବୈରଭାବରେ ହେଉ ସେମାନେ ନିରନ୍ତର ଭଗବାନ ଶ୍ରୀକୃଷ୍ଣଙ୍କର ଚିନ୍ତନ କରୁଥିଲେ | ସେହି ତୀବ୍ର ତନ୍ମୟତାର ଫଳସ୍ବରୂପ ସେମାନେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ ଏବଂ ପୁନର୍ବାର ତାଙ୍କର ପାର୍ଷଦ ଭାବରେ ତାଙ୍କ ସମୀପକୁ ଚାଲିଗଲେ |

ଯୁଧିଷ୍ଠିର ଉବାଚ

ବିଦ୍ୱେଷୋ ଦୟିତେ ପୁତ୍ରେ କଥମାସୀନ୍ମହାତ୍ମନି ।

ବ୍ରୂହି ମେ ଭଗବନ୍ ଯେନ ପ୍ରହ୍ଲାଦସ୍ୟାଚ୍ୟୁତାତ୍ମତା ॥ ୪୭॥

ଯୁଧିଷ୍ଠିର ପଚାରିଲେ – ଭଗବନ୍ ! ହିରଣ୍ୟକଶିପୁ ନିଜର ସ୍ନେହଭାଜନ ପୁତ୍ର ପ୍ରହ୍ଲାଦଙ୍କ ପ୍ରତି ଏତେ ଦ୍ବେଷ କାହିଁକି କରୁଥିଲେ ? ପ୍ରହ୍ଲାଦ ତ ଜଣେ ମହାତ୍ମା ଥିଲେ | କେଉଁ ସାଧନ ବଳରେ ସେ ଭଗବନ୍ମୟ ହୋଇ ପାରିଥିଲେ, କୃପା କରି ଆପଣ ତାହା ମୋତେ କୁହନ୍ତୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତୋପକ୍ରମେ ପ୍ରଥମୋଽଧ୍ୟାୟଃ (୧)

Comments

Popular posts from this blog