ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ସପ୍ତମ ସ୍କନ୍ଧ ॥
ଏକାଦଶ ଅଧ୍ୟାୟ
ମାନବଧର୍ମ, ବର୍ଣ୍ଣଧର୍ମ ଓ ସ୍ତ୍ରୀଧର୍ମର ନିରୂପଣ
ଶ୍ରୀଶୁକ ଉବାଚ
ଶ୍ରୁତ୍ୱେହିତଂ
ସାଧୁସଭାସଭାଜିତଂ
ମହତ୍ତମାଗ୍ରଣ୍ୟ
ଉରୁକ୍ରମାତ୍ମନଃ ।
ଯୁଧିଷ୍ଠିରୋ
ଦୈତ୍ୟପତେର୍ମୁଦା ଯୁତଃ
ପପ୍ରଚ୍ଛ
ଭୂୟସ୍ତନୟଂ ସ୍ୱୟମ୍ଭୁବଃ ॥ ୧॥
ଶ୍ରୀ ଶୁକଦେବ ମୁନି
କହୁଛନ୍ତି – ଭଗବନ୍ମୟ ପ୍ରହ୍ଲାଦ ମହାରାଜଙ୍କର ସାଧୁସମାଜରେ ସମ୍ମାନିତ ପବିତ୍ର ଚରିତ ଶୁଣି
ସଂତଶିରୋମଣି ଯୁଧିଷ୍ଠିର ଅତ୍ୟନ୍ତ ଆନନ୍ଦିତ ହେଲେ | ତାପରେ ସେ ଦେବର୍ଷି ନାରଦଙ୍କୁ ପୁନଃ
ପ୍ରଶ୍ନ କଲେ -
ଯୁଧିଷ୍ଠିର ଉବାଚ
ଭଗବନ୍
ଶ୍ରୋତୁମିଚ୍ଛାମି ନୃଣାଂ ଧର୍ମଂ ସନାତନମ୍ ।
ବର୍ଣାଶ୍ରମାଚାରୟୁତଂ
ଯତ୍ପୁମାନ୍ ବିନ୍ଦତେ ପରମ୍ ॥ ୨॥
ଯୁଧିଷ୍ଠିର କହିଲେ –
ଭଗବନ୍ ! ଏବେ ମୁଁ ବର୍ଣ୍ଣ ଏବଂ ଆଶ୍ରମର ସଦାଚାର ସହିତ ମନୁଷ୍ୟର ସନାତନ ଧର୍ମ ବିଷୟରେ
ଶୁଣିବାକୁ ଇଚ୍ଛା କରୁଛି; କାରଣ ଧର୍ମ
ଦ୍ବାରା ହିଁ ମନୁଷ୍ୟକୁ ଜ୍ଞାନ, ଭଗବତ୍-ପ୍ରେମ ଏବଂ
ସାକ୍ଷାତ୍ ପରମ ପୁରୁଷ ଭଗବାନଙ୍କର ପ୍ରାପ୍ତି ହୋଇଥାଏ |
ଭବାନ୍ ପ୍ରଜାପତେଃ
ସାକ୍ଷାଦାତ୍ମଜଃ ପରମେଷ୍ଠିନଃ ।
ସୁତାନାଂ ସମ୍ମତୋ
ବ୍ରହ୍ମଂସ୍ତପୋୟୋଗସମାଧିଭିଃ ॥ ୩॥
ଆପଣ ସ୍ବୟଂ
ପ୍ରଜାପତି ବ୍ରହ୍ମାଙ୍କର ପୁତ୍ର ଅଟନ୍ତି ଏବଂ ଆପଣଙ୍କର ତପସ୍ୟା, ଯୋଗ ଓ ସମାଧିର ଉଚ୍ଚ ସ୍ଥିତି ଯୋଗୁଁ ତାଙ୍କର ଅନ୍ୟ
ପୁତ୍ରମାନଙ୍କ ତୁଳନାରେ ସେ ଆପଣଙ୍କର ଅଧିକ ସମ୍ମାନ କରନ୍ତି |
ନାରାୟଣପରା ବିପ୍ରା
ଧର୍ମ ଗୁହ୍ୟଂ ପରଂ ବିଦୁଃ ।
କରୁଣାଃ ସାଧବଃ
ଶାନ୍ତାସ୍ତ୍ୱଦ୍ୱିଧା ନ ତଥାପରେ ॥ ୪॥
ଆପଣଙ୍କ ପରି
ନାରାୟଣ-ପରାୟଣ, ଦୟାଳୁ, ସଦାଚାରୀ ଏବଂ ଶାନ୍ତ ବ୍ରାହ୍ମଣ ଧର୍ମର ଗୂଢ଼ଠାରୁ
ମଧ୍ୟ ଅତି ଗୂଢ଼ ରହସ୍ୟକୁ ଯେପରି ଯଥାର୍ଥରୂପରେ ଜାଣନ୍ତି, ଅନ୍ୟ କେହି ସେପରି
ଜାଣନ୍ତି ନାହିଁ |
ନାରଦ ଉବାଚ
ନତ୍ୱା ଭଗବତେଽଜାୟ
ଲୋକାନାଂ ଧର୍ମହେତବେ ।
ବକ୍ଷ୍ୟେ ସନାତନଂ
ଧର୍ମଂ ନାରାୟଣମୁଖାଚ୍ଛ୍ରୁତମ୍ ॥ ୫॥
ଯୋଽବତୀର୍ୟାତ୍ମନୋଂଽଶେନ
ଦାକ୍ଷାୟଣ୍ୟାଂ ତୁ ଧର୍ମତଃ ।
ଲୋକାନାଂ
ସ୍ୱସ୍ତୟେଽଧ୍ୟାସ୍ତେ ତପୋ ବଦରିକାଶ୍ରମେ ॥ ୬॥
ଦେବର୍ଷି ନାରଦ
କହିଲେ – ଯୁଧିଷ୍ଠିର ! ଅଜନ୍ମା ଭଗବାନ ହିଁ ସମସ୍ତ ଧର୍ମର ମୂଳ କାରଣ ଅଟନ୍ତି | ସେହି ପ୍ରଭୁ
ଚରାଚର ଜଗତର କଲ୍ୟାଣ ନିମନ୍ତେ ଧର୍ମ ଏବଂ ଦକ୍ଷପୁତ୍ରୀ ମୂର୍ତ୍ତିଙ୍କ ଔରସରେ ନିଜ ଅଂଶରେ
ଅବତୀର୍ଣ୍ଣ ହୋଇ ବଦରିକାଶ୍ରମରେ ତପସ୍ୟା କରୁଛନ୍ତି | ସେହି ନାରାୟଣ ଭଗବାନଙ୍କୁ ନମସ୍କାର କରି
ମୁଁ ତାଙ୍କ ମୁଖରୁ ଶ୍ରବଣ କରିଥିବା ଏହି ସନାତନଧର୍ମର ବର୍ଣ୍ଣନ କରୁଛି |
ଧର୍ମମୂଲଂ ହି
ଭଗବାନ୍ ସର୍ୱବେଦମୟୋ ହରିଃ ।
ସ୍ମୃତଂ ଚ
ତଦ୍ୱିଦାଂ ରାଜନ୍ ଯେନ ଚାତ୍ମା ପ୍ରସୀଦତି ॥ ୭॥
ଯୁଧିଷ୍ଠିର !
ସର୍ବବେଦସ୍ବରୂପ ଭଗବାନ ଶ୍ରୀହରି, ତାଙ୍କର ତତ୍ତ୍ବ
ଜାଣିଥିବା ମହର୍ଷିମାନଙ୍କର ସ୍ମୃତି ଏବଂ ଯାହା ଦ୍ବାରା ଆତ୍ମଗ୍ଲାନି ନ ହୋଇ ଆତ୍ମପ୍ରସାଦର
ଉପଲବଧି ହୋଇଥାଏ, ସେହି କର୍ମ ହିଁ ଧର୍ମର ମୂଳ
ଅଟେ |
ସତ୍ୟଂ ଦୟା ତପଃ
ଶୌଚଂ ତିତିକ୍ଷେକ୍ଷା ଶମୋ ଦମଃ ।
ଅହିଂସା
ବ୍ରହ୍ମଚର୍ୟଂ ଚ ତ୍ୟାଗଃ ସ୍ୱାଧ୍ୟାୟ ଆର୍ଜବମ୍ ॥ ୮॥
ସନ୍ତୋଷଃ
ସମଦୃକ୍ସେବା ଗ୍ରାମ୍ୟେହୋପରମଃ ଶନୈଃ ।
ନୃଣାଂ
ବିପର୍ୟଯେହେକ୍ଷା ମୌନମାତ୍ମବିମର୍ଶନମ୍ ॥ ୯॥
ଅନ୍ନାଦ୍ୟାଦେଃ
ସମ୍ବିଭାଗୋ ଭୂତେଭ୍ୟଶ୍ଚ ଯଥାର୍ହତଃ ।
ତେଷ୍ୱାତ୍ମଦେବତାବୁଦ୍ଧିଃ
ସୁତରାଂ ନୃଷୁ ପାଣ୍ଡବ ॥ ୧୦॥
ଶ୍ରବଣଂ କୀର୍ତନଂ
ଚାସ୍ୟ ସ୍ମରଣଂ ମହତାଂ ଗତେଃ ।
ସେବେଜ୍ୟାବନତିର୍ଦାସ୍ୟଂ
ସଖ୍ୟମାତ୍ମସମର୍ପଣମ୍ ॥ ୧୧॥
ନୃଣାମୟଂ ପରୋ
ଧର୍ମଃ ସର୍ୱେଷାଂ ସମୁଦାହୃତଃ ।
ତ୍ରିଂଶଲ୍ଲକ୍ଷଣବାନ୍
ରାଜନ୍ ସର୍ୱାତ୍ମା ଯେନ ତୁଷ୍ୟତି ॥ ୧୨॥
ଯୁଧିଷ୍ଠିର !
ଶାସ୍ତ୍ରମାନଙ୍କରେ ଧର୍ମର ଏହି ତିରିଶଟି ଲକ୍ଷଣ ବିଷୟରେ କୁହାଯାଇ ଥାଏ – ସତ୍ୟ, ଦୟା, ତପସ୍ୟା, ଶୌଚ, ତିତିକ୍ଷା, ଉଚିତ-ଅନୁଚିତ ବିଚାର, ମନର ସଂଯମ, ଇନ୍ଦ୍ରିୟ ସଂଯମ, ଅହିଂସା, ବ୍ରହ୍ମଚର୍ଯ୍ୟ, ତ୍ୟାଗ, ସ୍ବାଧ୍ୟାୟ,
ସରଳତା, ସନ୍ତୋଷ, ସମଦର୍ଶୀ
ମହାତ୍ମାମାନଙ୍କର ସେବା, ଧୀରେ-ଧୀରେ ସାଂସାରିକ ଭୋଗ
ଉଦ୍ଦେଶ୍ୟରେ କରାଯାଉ ଥିବା ପ୍ରୟାସର ନିବୃତ୍ତି, ମନୁଷ୍ୟର
ଅଭିମାନଯୁକ୍ତ ପ୍ରୟାସର ଫଳ ବିପରୀତ ହୋଇଥାଏ – ଏପରି ବିଚାର, ମୌନ, ଆତ୍ମଚିନ୍ତନ, ପ୍ରାଣୀମାନଙ୍କ
ମଧ୍ୟରେ ଅନ୍ନ ଆଦିର ଯଥାଯୋଗ୍ୟ ବିଭାଜନ, ସେମାନଙ୍କଠାରେ
ଏବଂ ବିଶେଷ କରି ଅନ୍ୟ ମନୁଷ୍ୟଙ୍କଠାରେ ଆତ୍ମଭାବ ତଥା ଇଷ୍ଟଦେବଙ୍କର ଭାବ, ସନ୍ଥମାନଙ୍କର ପରମ ଆଶ୍ରୟ ଭଗବାନ ଶ୍ରୀକୃଷ୍ଣଙ୍କର
ନାମ-ଗୁଣ-ଲୀଳା ଆଦିର ଶ୍ରବଣ, କୀର୍ତ୍ତନ, ସ୍ମରଣ, ତାଙ୍କର ସେବା, ପୂଜା ଏବଂ ସମ୍ମାନ, ତାଙ୍କ ପ୍ରତି ଦାସ୍ୟଭାବ, ସଖ୍ୟଭାବ ଏବଂ ଆତ୍ମ-ସମର୍ପଣ – ଏହି ତିରିଶ ପ୍ରକାରର
ଆଚରଣ ସବୁ ମନୁଷ୍ୟଙ୍କର ପରମ ଧର୍ମ ଅଟେ | ଏହାର ଆଚରଣ ଦ୍ବାରା ସର୍ବାତ୍ମା ଭଗବାନ ପ୍ରସନ୍ନ
ହୋଇଥାଆନ୍ତି |
ସଂସ୍କାରା
ଯଦବିଚ୍ଛିନ୍ନାଃ ସ ଦ୍ୱିଜୋଽଜୋ ଜଗାଦ ଯମ୍ ।
ଇଜ୍ୟାଧ୍ୟଯନଦାନାନି
ବିହିତାନି ଦ୍ୱିଜନ୍ମନାମ୍ ।
ଜନ୍ମକର୍ମାବଦାତାନାଂ
କ୍ରିୟାଶ୍ଚାଶ୍ରମଚୋଦିତାଃ ॥ ୧୩॥
ଧର୍ମରାଜ !
ଯେଉଁମାନଙ୍କର ବଂଶରେ ଅଖଣ୍ଡରୂପରେ ସଂସ୍କାର ହେଉଥାଏ ଏବଂ ବ୍ରହ୍ମାଜୀ ଯେଉଁମାନଙ୍କୁ
ସଂସ୍କାର-ଯୋଗ୍ୟ ସ୍ବୀକାର କରନ୍ତି, ସେମାନଙ୍କୁ ଦ୍ବିଜ
କହନ୍ତି | ଜନ୍ମ ଏବଂ କର୍ମବଶତଃ ଶୁଦ୍ଧ ଦ୍ବିଜମାନଙ୍କ ପାଇଁ ଯଜ୍ଞ, ଅଧ୍ୟୟନ, ଦାନ ଏବଂ
ବ୍ରହ୍ମଚର୍ଯ୍ୟ ଆଦି ଆଶ୍ରମୋଚିତ ବିଶେଷ କର୍ମର ବିଧାନ ରହିଛି |
ବିପ୍ରସ୍ୟାଧ୍ୟଯନାଦୀନି
ଷଡନ୍ୟସ୍ୟାପ୍ରତିଗ୍ରହଃ ।
ରାଜ୍ଞୋ ବୃତ୍ତିଃ
ପ୍ରଜାଗୋପ୍ତୁରବିପ୍ରାଦ୍ୱା କରାଦିଭିଃ ॥ ୧୪॥
ଅଧ୍ୟୟନ, ଅଧ୍ୟାପନ, ଦାନ ଗ୍ରହଣ କରିବା, ଦାନ ଦେବା, ଯଜ୍ଞ କରିବା ଏବଂ
ଯଜ୍ଞ କରାଇବା – ଏହି ଛଅ କର୍ମ ବ୍ରାହ୍ମଣମାନଙ୍କର ଅଟେ | କ୍ଷତ୍ରିୟମାନେ ଦାନ ନେବା ଅନୁଚିତ୍ |
ପ୍ରଜାରକ୍ଷାକାରୀ କ୍ଷତ୍ରିୟର ଜୀବନ-ନିର୍ବାହ ବ୍ରାହ୍ମଣମାନଙ୍କର ସେବା ଏବଂ ସମସ୍ତଙ୍କଠାରୁ
ଯଥାଯୋଗ୍ୟ କର ଏବଂ ଜୋରିମାନା ଆଦି ଦ୍ବାରା ହୋଇଥାଏ |
ବୈଶ୍ୟସ୍ତୁ
ବାର୍ତାବୃତ୍ତିଶ୍ଚ ନିତ୍ୟଂ ବ୍ରହ୍ମକୁଲାନୁଗଃ ।
ଶୂଦ୍ରସ୍ୟ
ଦ୍ୱିଜଶୁଶ୍ରୂଷା ବୃତ୍ତିଶ୍ଚ ସ୍ୱାମିନୋ ଭବେତ୍ ॥ ୧୫॥
ବୈଶ୍ୟମାନେ ସର୍ବଦା
ବ୍ରାହ୍ମଣବଂଶର ଅନୁଗତ ରହି ଗୋରକ୍ଷା, କୃଷି ଏବଂ
ବ୍ୟାପାର ଦ୍ବାରା ନିଜର ଜୀବିକା ଉପାର୍ଜନ କରିବା ଉଚିତ୍ | ଶୂଦ୍ରର ଧର୍ମ ଦ୍ବିଜାତିମାନଙ୍କର
ସେବା ଅଟେ | ସେମାନଙ୍କ ଜୀବିକାର ନିର୍ବାହ ସେମାନଙ୍କର ସ୍ବାମୀ କରନ୍ତି |
ବାର୍ତା ବିଚିତ୍ରା
ଶାଲୀନୟାୟାବରଶିଲୋଞ୍ଛନମ୍ ।
ବିପ୍ରବୃତ୍ତିଶ୍ଚତୁର୍ଧେୟଂ
ଶ୍ରେୟସୀ ଚୋତ୍ତରୋତ୍ତରା ॥ ୧୬॥
ବ୍ରାହ୍ମଣମାନଙ୍କର
ଜୀବିକା-ନିର୍ବାହର ସାଧନ ଚାରି ପ୍ରକାରର ଅଟେ – ବାର୍ତ୍ତା (ଯଜ୍ଞ, ଅଧ୍ୟାପନା କରାଇ ଧନ ପ୍ରାପ୍ତ କରିବା), ଶାଳୀନ (ଦାନ
ଗ୍ରହଣ), ଯାଯାବର (ଭିକ୍ଷାବୃତ୍ତି), ଶିଳୋଞ୍ଛନ (ଶିଳ ଏବଂ ଉଞ୍ଛ ସଂଗ୍ରହ | କ୍ଷେତରୁ ଅନ୍ନ
ଘରକୁ ବୋହି ନେଉଥିବା ବେଳେ ଯେଉଁ ଅନ୍ନ ତଳେ ଖସି ପଡିଥାଏ, ତାହାକୁ ଶିଳ
କହନ୍ତି ଏବଂ ବଜାରକୁ ବିକ୍ରୀ ଉଦ୍ଦେଶ୍ୟରେ ନେଇ ଯାଉଥିବା ବେଳେ ଯାହା ତଳେ ପଡିଯାଏ, ସେହି ଅନ୍ନକୁ ଉଞ୍ଛ କହନ୍ତି) | ଏଥି ମଧ୍ୟରୁ ଶେଷ
ଦୁଇ ବୃତ୍ତି ଅପେକ୍ଷାକୃତ ଶ୍ରେଷ୍ଠ ଅଟେ |
ଜଘନ୍ୟୋ ନୋତ୍ତମାଂ
ବୃତ୍ତିମନାପଦି ଭଜେନ୍ନରଃ ।
ଋତେ
ରାଜନ୍ୟମାପତ୍ସୁ ସର୍ୱେଷାମପି ସର୍ୱଶଃ ॥ ୧୭॥
ଆପତ୍ତିକାଳ ହୋଇ ନ
ଥିଲେ ନିମ୍ନ ବର୍ଣ୍ଣର ପୁରୁଷ ଉତ୍ତମ ବର୍ଣ୍ଣର ବୃତ୍ତିର ଅବଲମ୍ବନ ଗ୍ରହଣ କରିବା ଉଚିତ୍ ନୁହେଁ
| କ୍ଷତ୍ରିୟମାନେ ଦାନ ଗ୍ରହଣ କରିବା ବ୍ୟତିତ ବ୍ରାହ୍ମଣମାନଙ୍କର ଅନ୍ୟ ବୃତ୍ତିର ଅବଲମ୍ବନ ନେଇ
ପାରିବେ | ଆପତ୍ତିକାଳରେ ସମସ୍ତେ ସବୁ ବୃତ୍ତି ସ୍ବୀକାର କରି ପାରିବେ |
ଋତାମୃତାଭ୍ୟାଂ
ଜୀବେତ ମୃତେନ ପ୍ରମୃତେନ ବା ।
ସତ୍ୟାନୃତାଭ୍ୟାଂ
ଜୀବେତ ନ ଶ୍ୱବୃତ୍ତ୍ୟା କଥଞ୍ଚନ ॥ ୧୮॥
ଋତ, ଅମୃତ, ମୃତ, ପ୍ରମୃତ ଏବଂ
ସତ୍ୟାନୃତ – ଏମାନଙ୍କ ମଧ୍ୟରୁ ଯେ କୌଣସି ବୃତ୍ତିର ଆଶ୍ରୟ ଗ୍ରହଣ କରିପାରିବେ, କିନ୍ତୁ ଶ୍ବାନବୃତ୍ତିର ଅବଲମ୍ବନ କେବେ ବି ଗ୍ରହଣୀୟ
ନୁହେଁ |
ଋତମୁଞ୍ଛଶିଲଂ
ପ୍ରୋକ୍ତମମୃତଂ ଯଦୟାଚିତମ୍ ।
ମୃତଂ ତୁ
ନିତ୍ୟଯାଚ୍ଞା ସ୍ୟାତ୍ପ୍ରମୃତଂ କର୍ଷଣଂ ସ୍ମୃତମ୍ ॥ ୧୯॥
ବଜାରରେ ପଡିଥିବା
ଅନ୍ନ (ଉଞ୍ଛ) ତଥା କ୍ଷେତରେ ପଡିଥିବା ଅନ୍ନ (ଶିଳ) ସଂଗ୍ରହ କରି ଶିଳୋଞ୍ଛ ବୃତ୍ତିରେ
ଜୀବିକା-ନିର୍ବାହ କରିବା ‘ଋତ’ ଅଟେ | ଅଯାଚିତ
(ଶାଳୀନ) ବୃତ୍ତି ଦ୍ବାରା ଜୀବନ-ନିର୍ବାହ କରିବା ‘ଅମୃତ’ ଅଟେ | ପ୍ରତିଦିନ
ଭିକ୍ଷା କରି ଅର୍ଥାତ୍ ଯାଯାବର ବୃତ୍ତି ଦ୍ବାରା ଜୀବନ-ଯାପନ କରିବା ‘ମୃତ’ ଅଟେ | କୃଷି ଆଦି ଦ୍ବାରା ବାର୍ତ୍ତା ବୃତ୍ତିରେ
ଜୀବନ-ନିର୍ବାହ କରିବା ‘ପ୍ରମୃତ’ ଅଟେ |
ସତ୍ୟାନୃତଂ ଚ
ବାଣିଜ୍ୟଂ ଶ୍ୱବୃତ୍ତିର୍ନୀଚସେବନମ୍ ।
ବର୍ଜୟେତ୍ତାଂ ସଦା
ବିପ୍ରୋ ରାଜନ୍ୟଶ୍ଚ ଜୁଗୁପ୍ସିତାମ୍ ।
ସର୍ୱବେଦମୟୋ
ବିପ୍ରଃ ସର୍ୱଦେବମୟୋ ନୃପଃ ॥ ୨୦॥
ବାଣିଜ୍ୟ
‘ସତ୍ୟାନୃତ’ ଅଟେ ଏବଂ ନିମ୍ନବର୍ଣ୍ଣର
ସେବା କରିବା ‘ଶ୍ବାନବୃତ୍ତି’ ଅଟେ | ବ୍ରାହ୍ମଣ ଏବଂ କ୍ଷତ୍ରିୟମାନେ ଏହି ନିନ୍ଦିତ ଅନ୍ତିମ
ବୃତ୍ତିର ଆଶ୍ରୟ କେବେ ବି ଗ୍ରହଣ କରିବା ଅନୁଚିତ୍; କାରଣ ବ୍ରାହ୍ମଣ ସର୍ବବେଦମୟ ଏବଂ କ୍ଷତ୍ରିୟ
(ରାଜା) ସର୍ବଦେବମୟ ଅଟନ୍ତି |
ଶମୋ ଦମସ୍ତପଃ ଶୌଚଂ
ସନ୍ତୋଷଃ କ୍ଷାନ୍ତିରାର୍ଜବମ୍ ।
ଜ୍ଞାନଂ
ଦୟାଚ୍ୟୁତାତ୍ମତ୍ୱଂ ସତ୍ୟଂ ଚ ବ୍ରହ୍ମଲକ୍ଷଣମ୍ ॥ ୨୧॥
ଶମ, ଦମ, ତପ, ଶୌଚ, ସନ୍ତୋଷ, କ୍ଷମା, ସରଳତା, ଜ୍ଞାନ, ଦୟା, ଭଗବତ୍-ପରାୟଣତା ଏବଂ ସତ୍ୟ – ଏହା ବ୍ରାହ୍ମଣମାନଙ୍କର
ଲକ୍ଷଣ ଅଟେ |
ଶୌର୍ୟଂ ବୀର୍ୟଂ
ଧୃତିସ୍ତେଜସ୍ତ୍ୟାଗ ଆତ୍ମଜୟଃ କ୍ଷମା ।
ବ୍ରହ୍ମଣ୍ୟତା ପ୍ରସାଦଶ୍ଚ
ରକ୍ଷା ଚ କ୍ଷତ୍ରଲକ୍ଷଣମ୍ ॥ ୨୨॥
ଯୁଦ୍ଧରେ ଉତ୍ସାହ, ବୀରତା, ଧୀରତା, ତେଜସ୍ବିତା, ତ୍ୟାଗ, ମନୋଜୟ, କ୍ଷମା, ବ୍ରାହ୍ମଣ-ଭକ୍ତି, ଅନୁଗ୍ରହ ଏବଂ
ପ୍ରଜାମାନଙ୍କର ରକ୍ଷା କରିବା – ଏହା କ୍ଷତ୍ରିୟମାନଙ୍କର ଲକ୍ଷଣ ଅଟେ |
ଦେବଗୁର୍ୱଚ୍ୟୁତେ
ଭକ୍ତିସ୍ତ୍ରିବର୍ଗପରିପୋଷଣମ୍ ।
ଆସ୍ତିକ୍ୟମୁଦ୍ୟମୋ
ନିତ୍ୟଂ ନୈପୁଣ୍ୟଂ ବୈଶ୍ୟଲକ୍ଷଣମ୍ ॥ ୨୩॥
ଦେବତା, ଗୁରୁ ଏବଂ ଭଗବାନଙ୍କ ପ୍ରତି ଭକ୍ତି, ଅର୍ଥ, ଧର୍ମ ଓ କାମ –
ଏହି ତିନି ପୁରୁଷାର୍ଥର ରକ୍ଷା, ଆସ୍ତିକତା, ଉଦ୍ୟୋଗଶୀଳତା ଏବଂ ବ୍ୟବହାରିକ ନିପୁଣତା – ଏହା
ବୈଶ୍ୟମାନଙ୍କର ଲକ୍ଷଣ ଅଟେ |
ଶୂଦ୍ରସ୍ୟ ସନ୍ନତିଃ
ଶୌଚଂ ସେବା ସ୍ୱାମିନ୍ୟମାୟଯା ।
ଅମନ୍ତ୍ରୟଜ୍ଞୋ ହ୍ୟସ୍ତେୟଂ
ସତ୍ୟଂ ଗୋବିପ୍ରରକ୍ଷଣମ୍ ॥ ୨୪॥
ଉଚ୍ଚ ବର୍ଣ୍ଣ
ସମ୍ମୁଖରେ ବିନମ୍ର ରହିବା, ପବିତ୍ରତା, ସ୍ବାମୀଙ୍କର ନିଷ୍କପଟ ସେବା, ବୈଦିକ ମନ୍ତ୍ରରହିତ ଯଜ୍ଞର ଅନୁଷ୍ଠାନ, ଅଚୌର୍ଯ୍ୟ, ସତ୍ୟ ତଥା
ଗୋ-ବ୍ରାହ୍ମଣ ରକ୍ଷା – ଏହା ଶୂଦ୍ରର ଲକ୍ଷଣ ଅଟେ |
ସ୍ତ୍ରୀଣାଂ ଚ
ପତିଦେବାନାଂ ତଚ୍ଛୁଶ୍ରୂଷାନୁକୂଲତା ।
ତଦ୍ବନ୍ଧୁଷ୍ୱନୁବୃତ୍ତିଶ୍ଚ
ନିତ୍ୟଂ ତଦ୍ୱ୍ରତଧାରଣମ୍ ॥ ୨୫॥
ପତି-ସେବା କରିବା, ତାଙ୍କର ଅନୁକୂଳ ରହିବା, ପତିଙ୍କର ସମ୍ବନ୍ଧୀମାନଙ୍କୁ ପ୍ରସନ୍ନ ରଖିବା ଏବଂ
ସର୍ବଦା ପତିଙ୍କର ନିୟମ ରକ୍ଷା କରିବା – ଏହା ପତିଙ୍କୁ ଈଶ୍ବର ଜ୍ଞାନ କରୁଥିବା ପତିବ୍ରତା
ସ୍ତ୍ରୀର ଧର୍ମ ଅଟେ |
ସମ୍ମାର୍ଜନୋପଲେପାଭ୍ୟାଂ
ଗୃହମଣ୍ଡଲବର୍ତନୈଃ ।
ସ୍ୱୟଂ ଚ ମଣ୍ଡିତା
ନିତ୍ୟଂ ପରିମୃଷ୍ଟପରିଚ୍ଛଦା ॥ ୨୬॥
ସାଧ୍ବୀ ସ୍ତ୍ରୀ
ଝାଡୁ-ପୋଛା, ଲେପନ ତଥା ଝୋଟି ଆଦି ଦ୍ବାରା ଘରକୁ ଏବଂ ମନୋହର ବସ୍ତ୍ର-ଆଭୂଷଣ ଆଦି ଦ୍ବାରା ନିଜ
ଶରୀରକୁ ଅଳଂକୃତ ରଖିବେ | ଗୃହର ସମସ୍ତ ସାମଗ୍ରୀକୁ ସଫା-ସୁତୁରା ରଖିବେ |
କାମୈରୁଚ୍ଚାବଚୈଃ
ସାଧ୍ୱୀ ପ୍ରଶ୍ରୟେଣ ଦମେନ ଚ ।
ବାକ୍ୟୈଃ ସତ୍ୟୈଃ
ପ୍ରିୟୈଃ ପ୍ରେମ୍ଣା କାଲେ କାଲେ ଭଜେତ୍ପତିମ୍ ॥ ୨୭॥
ସମୟାନୁଯାୟୀ ନିଜ
ପତିଦେବଙ୍କର ଛୋଟ-ବଡ ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ | ବିନୟ, ଇନ୍ଦ୍ରିୟ-ସଂଯମ, ସତ୍ୟ ଏବଂ ପ୍ରିୟ
ବଚନରେ ପ୍ରେମପୂର୍ବକ ନିଜ ପତିଦେବଙ୍କର ସେବା କରିବେ |
ସନ୍ତୁଷ୍ଟାଲୋଲୁପା
ଦକ୍ଷା ଧର୍ମଜ୍ଞା ପ୍ରିୟସତ୍ୟବାକ୍ ।
ଅପ୍ରମତ୍ତା ଶୁଚିଃ
ସ୍ନିଗ୍ଧା ପତିଂ ତ୍ୱପତିତଂ ଭଜେତ୍ ॥ ୨୮॥
ଯାହାକିଛି ମିଳୁଛି, ସେଥିରେ ସନ୍ତୁଷ୍ଟ ରହିବେ; କୌଣସି ବସ୍ତୁ ପ୍ରତି ଲାଳାୟିତ ହେବେ ନାହିଁ | ସବୁ
କାର୍ଯ୍ୟରେ ଚତୁର ଏବଂ ଧର୍ମଜ୍ଞ ରହିବେ | ସତ୍ୟ ଏବଂ ପ୍ରିୟ ବଚନ କହିବେ | ନିଜ କର୍ତ୍ତବ୍ୟ
ପ୍ରତି ସାବଧାନ ରହିବେ | ପବିତ୍ରତା ଏବଂ ପ୍ରେମରେ ପରିପୂର୍ଣ୍ଣ ହୋଇ, ପତି ଯଦି ପତିତ ହୋଇ ନ ଥିବେ, ତାଙ୍କ ସହିତ ସହବାସ କରିବେ |
ଯା ପତିଂ ହରିଭାବେନ
ଭଜେଚ୍ଛ୍ରୀରିବ ତତ୍ପରା ।
ହର୍ୟାତ୍ମନା
ହରେର୍ଲୋକେ ପତ୍ୟା ଶ୍ରୀରିବ ମୋଦତେ ॥ ୨୯॥
ଯେଉଁ ସ୍ତ୍ରୀ ଲକ୍ଷ୍ମୀଙ୍କ
ପରି ପତିପରାୟଣା ରହି ନିଜ ପତିଙ୍କୁ ସାକ୍ଷାତ୍ ଭଗବାନଙ୍କର ସ୍ବରୂପ ମନେକରି ତାଙ୍କର ସେବା
କରନ୍ତି, ତାଙ୍କର ପତି ବୈକୁଣ୍ଠଲୋକରେ ଭଗବତ୍-ସାରୂପ୍ୟ
ପ୍ରାପ୍ତ ହୁଅନ୍ତି ଏବଂ ସେ ତାଙ୍କ ସହିତ ଲକ୍ଷ୍ମୀଦେବୀଙ୍କ ପରି ଆନନ୍ଦିତ ରହନ୍ତି |
ବୃତ୍ତିଃ
ସଙ୍କରଜାତୀନାଂ ତତ୍ତତ୍କୁଲକୃତା ଭବେତ୍ ।
ଅଚୌରାଣାମପାପାନାମନ୍ତ୍ୟଜାନ୍ତେବସାୟିନାମ୍
॥ ୩୦॥
ଯୁଧିଷ୍ଠିର !
ଯେଉଁମାନେ ଚୋରୀ ତଥା ଅନ୍ୟାନ୍ୟ ପାପ-କର୍ମ କରନ୍ତି ନାହିଁ – ସେହି ଅନ୍ତ୍ୟଜ ତଥା ଚଣ୍ଡାଳ ଆଦି
ଅନ୍ତେବସାୟୀ ବର୍ଣ୍ଣଶଂକର ଜାତିମାନଙ୍କର ବୃତ୍ତି ସେମାନଙ୍କର କୁଳପରମ୍ପରା ଅନୁଯାୟୀ ପ୍ରଚଳିତ
ରହିଥାଏ |
ପ୍ରାୟଃ
ସ୍ୱଭାବବିହିତୋ ନୃଣାଂ ଧର୍ମୋ ଯୁଗେ ଯୁଗେ ।
ବେଦଦୃଗ୍ଭିଃ
ସ୍ମୃତୋ ରାଜନ୍ ପ୍ରେତ୍ୟ ଚେହ ଚ ଶର୍ମକୃତ୍ ॥ ୩୧॥
ବେଦଦର୍ଶୀ
ଋଷି-ମୁନିମାନେ ଯୁଗେ ଯୁଗେ ପ୍ରାୟତଃ ମନୁଷ୍ୟର ସ୍ବଭାବ ଅନୁଯାୟୀ ସେମାନଙ୍କ ପାଇଁ ଧର୍ମର
ବ୍ୟବସ୍ଥା କରିଛନ୍ତି | ସେହି ଧର୍ମ ସେମାନଙ୍କ ନିମନ୍ତେ ଇହଲୋକ ଏବଂ ପରଲୋକରେ କଲ୍ୟାଣକାରୀ
ହୋଇଥାଏ |
ବୃତ୍ତ୍ୟା
ସ୍ୱଭାବକୃତୟା ବର୍ତମାନଃ ସ୍ୱକର୍ମକୃତ୍ ।
ହିତ୍ୱା ସ୍ୱଭାବଜଂ
କର୍ମ ଶନୈର୍ନିର୍ଗୁଣତାମିୟାତ୍ ॥ ୩୨॥
ଯେଉଁମାନେ ନିଜ
ସ୍ବାଭାବିକ ବୃତ୍ତିର ଆଶ୍ରୟ ଗ୍ରହଣ କରି ସ୍ବଧର୍ମ ପାଳନ କରନ୍ତି, ସେମାନେ ଧୀରେ ଧୀରେ ସେହି ସ୍ବାଭାବିକ କର୍ମରୁ ଉପରକୁ
ଉଠି ଗୁଣାତୀତ ହୋଇଯାଆନ୍ତି |
ଉପ୍ୟମାନଂ ମୁହୁଃ
କ୍ଷେତ୍ରଂ ସ୍ୱୟଂ ନିର୍ୱୀର୍ୟତାମିୟାତ୍ ।
ନ କଲ୍ପତେ ପୁନଃ
ସୂତ୍ୟୈ ଉପ୍ତଂ ବୀଜଂ ଚ ନଶ୍ୟତି ॥ ୩୩॥
ଏବଂ କାମାଶୟଂ
ଚିତ୍ତଂ କାମାନାମତିସେବୟା ।
ବିରଜ୍ୟେତ ଯଥା ରାଜନ୍ନାଗ୍ନିବତ୍କାମବିନ୍ଦୁଭିଃ
॥ ୩୪॥
ମହାରାଜ ! ଯେପରି
ବାରମ୍ବାର ଚାଷ କରିବା ଫଳରେ କ୍ଷେତ ସ୍ବୟଂ ହିଁ ଶକ୍ତିହୀନ ହୋଇଯାଏ ଏବଂ ସେଥିରେ ଅଙ୍କୁର
ଉତ୍ପନ୍ନ ହେବା ବନ୍ଦ ହୋଇଯାଏ, ଏପରି କି ସେଥିରେ
ବୁଣା ଯାଇଥିବା ବୀଜ ମଧ୍ୟ ନଷ୍ଟ ହୋଇଯାଏ – ସେହିପରି ବାସନାର ଭଣ୍ଡାର ଏହି ଚିତ୍ତ, ବିଷୟର ଅତ୍ୟଧିକ ସେବନ କରିବା ଦ୍ବାରା ସ୍ବୟଂ ହିଁ ଅତିଷ୍ଠ ହୋଇଯାଏ | କିନ୍ତୁ ସ୍ବଳ୍ପ ଭୋଗ କରିବାର ଫଳ
ସ୍ବରୂପ ସେପରି ହୋଇ ନ ଥାଏ | ଅଗ୍ନିରେ ଗୋଟିଏ ଗୋଟିଏ ବିନ୍ଦୁ ଘିଅ ଢାଳିଲେ, ଅଗ୍ନି ନିର୍ବାପିତ ହୁଏନାହିଁ | କିନ୍ତୁ ଏକସଙ୍ଗେ
ଅଧିକ ଘିଅ ଢାଳିଦେଲେ ଅଗ୍ନି ତତ୍-କ୍ଷଣାତ୍ ନିର୍ବାପିତ ହୋଇଯାଏ |
ଯସ୍ୟ ଯଲ୍ଲକ୍ଷଣଂ
ପ୍ରୋକ୍ତଂ ପୁଂସୋ ବର୍ଣାଭିବ୍ୟଞ୍ଜକମ୍ ।
ଯଦନ୍ୟତ୍ରାପି
ଦୃଶ୍ୟେତ ତତ୍ତେନୈବ ବିନିର୍ଦିଶେତ୍ ॥ ୩୫॥
ଜଣେ ପୁରୁଷର
ବର୍ଣ୍ଣକୁ ସୂଚାଉଥିବା ଯେଉଁ ଲକ୍ଷଣ ବିଷୟରେ କୁହାଗଲା, ଅନ୍ୟ ବର୍ଣ୍ଣର
ପୁରୁଷଙ୍କଠାରେ ଯଦି ସେହିସବୁ ଲକ୍ଷଣ ପରିଲକ୍ଷିତ ହୁଏ, ତେବେ ଜାଣିବାକୁ
ହେବ ଯେ ସେ ସେହି ପୂର୍ବ ବର୍ଣ୍ଣର ଅଟନ୍ତି |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ
ଯୁଧିଷ୍ଠିରନାରଦସମ୍ବାଦେ
ସଦାଚାରନିର୍ଣୟୋ ନାମୈକାଦଶୋଽଧ୍ୟାୟଃ ॥ ୧୧॥

Comments
Post a Comment