ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଚତୁର୍ଥ ଅଧ୍ୟାୟ

ଗଜ ଏବଂ ଗ୍ରାହର ପୂର୍ବଚରିତ ତଥା ସେମାନଙ୍କର ଉଦ୍ଧାର

 

ଶ୍ରୀଶୁକ ଉବାଚ

ତଦା ଦେବର୍ଷିଗନ୍ଧର୍ୱା ବ୍ରହ୍ମେଶାନପୁରୋଗମାଃ ।

ମୁମୁଚୁଃ କୁସୁମାସାରଂ ଶଂସନ୍ତଃ କର୍ମ ତଦ୍ଧରେଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ସେହି ସମୟରେ ବ୍ରହ୍ମ, ଶଂକର ଆଦି ଦେବତା, ଋଷି ଏବଂ ଗନ୍ଧର୍ବମାନେ ଭଗବାନ ଶ୍ରୀହରିଙ୍କ କର୍ମର ଭୁରି ଭୁରି ପ୍ରଶଂସା କରି ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରିବାରେ ଲାଗିଲେ |

ନେଦୁର୍ଦୁନ୍ଦୁଭୟୋ ଦିବ୍ୟା ଗନ୍ଧର୍ୱା ନନୃତୁର୍ଜଗୁଃ ।

ଋଷୟଶ୍ଚାରଣାଃ ସିଦ୍ଧାସ୍ତୁଷ୍ଟୁବୁଃ ପୁରୁଷୋତ୍ତମମ୍ ॥ ୨॥

ସ୍ବର୍ଗରେ ଦୁନ୍ଦୁଭି ବାଜି ଉଠିଲା, ଗନ୍ଧର୍ବମାନେ ନୃତ୍ୟ-ଗାନ କରିବାରେ ଲାଗିଲେ, ଋଷି, ଚାରଣ ଓ ସିଦ୍ଧଗଣ ଭଗବାନ ପୁରୁଷୋତ୍ତମଙ୍କର ସ୍ତୁତି କରିବାରେ ଲାଗିଲେ |

ଯୋଽସୌ ଗ୍ରାହଃ ସ ବୈ ସଦ୍ୟଃ ପରମାଶ୍ଚର୍ୟରୂପଧୃକ୍ ।

ମୁକ୍ତୋ ଦେବଲଶାପେନ ହୂହୂର୍ଗନ୍ଧର୍ୱସତ୍ତମଃ ॥ ୩॥

ଏଣେ ସେହି ଗ୍ରାହ ଅତିଶୀଘ୍ର ପରମ ଆଶ୍ଚର୍ଯ୍ୟମୟ ଦିବ୍ୟ ଶରୀରରେ ସମ୍ପନ୍ନ ହୋଇଗଲା | ସେହି ଗ୍ରାହ ପୂର୍ବଜନ୍ମରେ ‘ହୂହୂ’ ନାମକ ଶ୍ରେଷ୍ଠ ଗନ୍ଧର୍ବ ଥିଲା | ଦେବଳଙ୍କ ଶାପରୁ ତାକୁ ଏହି ଗତି ପ୍ରାପ୍ତ ହୋଇଥିଲା | ଏବେ ଭଗବାନଙ୍କ କୃପାରୁ ସେ ଶାପମୁକ୍ତ ହୋଇଗଲା |

ପ୍ରଣମ୍ୟ ଶିରସାଧୀଶମୁତ୍ତମଶ୍ଲୋକମବ୍ୟଯମ୍ ।

ଅଗାୟତ ଯଶୋଧାମ କୀର୍ତନ୍ୟଗୁଣସତ୍କଥମ୍ ॥ ୪॥

ସେ ସର୍ବେଶ୍ବର ଭଗବାନଙ୍କ ଚରଣରେ ସିର ସ୍ଥାପନ କରି ପ୍ରଣାମ କଲା ଏବଂ ତାପରେ ଭଗବାନଙ୍କର ସୁଯଶ ଗାନ କରିବାରେ ଲାଗିଲା | ବାସ୍ତବରେ ଅବିନାଶୀ ଭଗବାନ ହିଁ ସର୍ବଶ୍ରେଷ୍ଠ କୀର୍ତ୍ତିସମ୍ପନ୍ନ ଅଟନ୍ତି | ତାଙ୍କର ଗୁଣ ଏବଂ ମନୋହର ଲୀଳା ଗାନ କରିବା ଯୋଗ୍ୟ ଅଟେ |

ସୋଽନୁକମ୍ପିତ ଈଶେନ ପରିକ୍ରମ୍ୟ ପ୍ରଣମ୍ୟ ତମ୍ ।

ଲୋକସ୍ୟ ପଶ୍ୟତୋ ଲୋକଂ ସ୍ୱମଗାନ୍ମୁକ୍ତକିଲ୍ବିଷଃ ॥ ୫॥

ଭଗବାନଙ୍କର କୃପାପୂର୍ଣ୍ଣ ସ୍ପର୍ଶରେ ତାର ସବୁ ପାପ-ତାପ ନଷ୍ଟ ହୋଇଗଲା | ସେ ଭଗବାନଙ୍କର ପରିକ୍ରମା କରି ତାଙ୍କ ଚରଣରେ ପ୍ରଣାମ କଲା ଏବଂ ସମସ୍ତଙ୍କ ଆଖି ଆଗରେ ନିଜ ଲୋକକୁ ଯାତ୍ରା କଲା |

ଗଜେନ୍ଦ୍ରୋ ଭଗବତ୍ସ୍ପର୍ଶାଦ୍ୱିମୁକ୍ତୋଽଜ୍ଞାନବନ୍ଧନାତ୍ ।

ପ୍ରାପ୍ତୋ ଭଗବତୋ ରୂପଂ ପୀତବାସାଶ୍ଚତୁର୍ଭୁଜଃ ॥ ୬॥

ଗଜେନ୍ଦ୍ର ମଧ୍ୟ ଭଗବାନଙ୍କର ସ୍ପର୍ଶ ପ୍ରାପ୍ତ ହେବା ମାତ୍ରେ ଅଜ୍ଞାନ ବନ୍ଧନରୁ ମୁକ୍ତ ହୋଇଗଲା | ତାକୁ ଭଗବାନଙ୍କର ହିଁ ରୂପ ପ୍ରାପ୍ତ ହେଲା ଏବଂ ସେ ପୀତାମ୍ବରଧାରୀ ଚତୁର୍ଭୁଜ ହୋଇଗଲା |

ସ ବୈ ପୂର୍ୱମଭୂଦ୍ରାଜା ପାଣ୍ଡ୍ୟୋ ଦ୍ରବିଡସତ୍ତମଃ ।

ଇନ୍ଦ୍ରଦ୍ୟୁମ୍ନ ଇତି ଖ୍ୟାତୋ ବିଷ୍ଣୁବ୍ରତପରାୟଣଃ ॥ ୭॥

ପୂର୍ବଜନ୍ମରେ ଗଜେନ୍ଦ୍ର ଦ୍ରବିଡ ଦେଶର ପାଣ୍ଡ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ଣ ଥିଲା | ସେ ଭଗବାନଙ୍କର ଜଣେ ଶ୍ରେଷ୍ଠ ଉପାସକ ଏବଂ ଅତ୍ୟନ୍ତ ଯଶସ୍ବୀ ଥିଲା |

ସ ଏକଦାଽଽରାଧନକାଲ ଆତ୍ମବାନ୍

ଗୃହୀତମୌନବ୍ରତ ଈଶ୍ୱରଂ ହରିମ୍ ।

ଜଟାଧରସ୍ତାପସ ଆପ୍ଲୁତୋଽଚ୍ୟୁତଂ

ସମର୍ଚୟାମାସ କୁଲାଚଲାଶ୍ରମଃ ॥ ୮॥

ଏକ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ଣ ନିଜର ରାଜପାଟ ତ୍ୟାଗ କରି ମଳୟପର୍ବତରେ ରହିବାରେ ଲାଗିଥିଲେ | ସେ ନିଜର ଜଟାଜୁଟ ବଢାଇ ତପସ୍ବୀ ବେଶ ଧାରଣ କରିଥିଲେ | ଦିନେ ସେ ସ୍ନାନ କରିବା ପରେ ପୂଜା କରିବାକୁ ଯାଇ ମନକୁ ଏକାଗ୍ର କରି ଏବଂ ମୌନବ୍ରତୀ ହୋଇ ସର୍ବଶକ୍ତିମାନ ଭଗବାନଙ୍କର ଆରାଧନା କରୁଥିଲେ |

ଯଦୃଚ୍ଛୟା ତତ୍ର ମହାୟଶା ମୁନିଃ

ସମାଗମଚ୍ଛିଷ୍ୟଗଣୈଃ ପରିଶ୍ରିତଃ ।

ତଂ ବୀକ୍ଷ୍ୟ ତୂଷ୍ଣୀମକୃତାର୍ହଣାଦିକଂ

ରହସ୍ୟୁପାସୀନମୃଷିଶ୍ଚୁକୋପ ହ ॥ ୯॥

ସେହି ସମୟରେ ଦୈବବଶତଃ ପରମ ଯଶସ୍ବୀ ଅଗସ୍ତ୍ୟ ମୁନି ନିଜ ଶିଷ୍ୟମଣ୍ଡଳୀଙ୍କ ସହିତ ସେଠାକୁ ଆଗମନ କଲେ | ସେ ଯେତେବେଳେ ଦେଖିଲେ ଯେ ରାଜା ଇନ୍ଦ୍ରଦ୍ୟୁମ୍ଣ ନିଜର ପ୍ରଜାପାଳନ ଏବଂ ଗୃହସ୍ଥୋଚିତ ଅତିଥିସେବା ଆଦି ଧର୍ମକୁ ତ୍ୟାଗ କରି ତପସ୍ବୀମାନଙ୍କ ପରି ଏକାନ୍ତରେ ଚୁପଚାପ୍ ବସି ଉପାସନା କରୁଛନ୍ତି, ସେ ରାଜାଙ୍କ ଉପରେ ଅତ୍ୟନ୍ତ କ୍ରୁଦ୍ଧ ହୋଇଗଲେ |

ତସ୍ମା ଇମଂ ଶାପମଦାଦସାଧୁ-

ରୟଂ ଦୁରାତ୍ମାକୃତବୁଦ୍ଧିରଦ୍ୟ ।

ବିପ୍ରାବମନ୍ତା ବିଶତାଂ ତମୋଽନ୍ଧଂ

ଯଥା ଗଜଃ ସ୍ତବ୍ଧମତିଃ ସ ଏବ ॥ ୧୦॥

ସେ ରାଜାଙ୍କୁ ଅଭିଶାପ ଦେଲେ – ‘ଏହି ରାଜା ଗୁରୁଜନମାନଙ୍କଠାରୁ ଶିକ୍ଷା ଲାଭ କରିନାହିଁ, ଅଭିମାନବଶ ପରୋପକାରରୁ ନିବୃତ୍ତ ହୋଇ ସ୍ବେଚ୍ଛାଚାର କରୁଛି | ବ୍ରାହ୍ମଣମାନଙ୍କର ଅପମାନକାରୀ ଇଏ ହାତୀ ପରି ଜଡ ବୁଦ୍ଧି ଅଟେ, ତେଣୁ ଏହାକୁ ସେହି ଘୋର ଅଜ୍ଞାନମୟୀ ହାତୀଯୋନି ପ୍ରାପ୍ତ ହେଉ |’

ଶ୍ରୀଶୁକ ଉବାଚ

ଏବଂ ଶପ୍ତ୍ୱା ଗତୋଽଗସ୍ତ୍ୟୋ ଭଗବାନ୍ ନୃପ ସାନୁଗଃ ।

ଇନ୍ଦ୍ରଦ୍ୟୁମ୍ନୋଽପି ରାଜର୍ଷିର୍ଦିଷ୍ଟଂ ତଦୁପଧାରୟନ୍ ॥ ୧୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଶାପ ଏବଂ ବରଦାନ ଦେବାକୁ ସମର୍ଥ ଅଗସ୍ତ୍ୟ ମୁନି ଏହିପରି ଅଭିଶାପ ଡେଇ ନିଜ ଶିଷ୍ୟମଣ୍ଡଳୀ ସହିତ ସେଠାରୁ ପ୍ରସ୍ଥାନ କଲେ | ରାଜର୍ଷି ଇନ୍ଦ୍ରଦ୍ୟୁମ୍ଣ ତାହାକୁ ନିଜର ପ୍ରାରବ୍ଧ ମନେକରି ସନ୍ତୁଷ୍ଟ ରହିଲେ |

ଆପନ୍ନଃ କୌଞ୍ଜରୀଂ ଯୋନିମାତ୍ମସ୍ମୃତିବିନାଶିନୀମ୍ ।

ହର୍ୟର୍ଚନାନୁଭାବେନ ଯଦ୍ଗଜତ୍ୱେଽପ୍ୟନୁସ୍ମୃତିଃ ॥ ୧୨॥

ଏହା ପରେ ତାଙ୍କୁ ଆତ୍ମାର ବିସ୍ମୃତି କରାଇ ଦେଉଥିବା ହାତୀଯୋନି ପ୍ରାପ୍ତ ହେଲା | କିନ୍ତୁ ଭଗବାନଙ୍କ ଆରାଧନାର ଏପରି ପ୍ରଭାବ ଯେ ହାତୀ ହେବା ପରେ ମଧ୍ୟ ତାଙ୍କର ଭଗବତ୍-ସ୍ମୃତି ଅବ୍ୟାହତ ରହିଲା |

ଏବଂ ବିମୋକ୍ଷ୍ୟ ଗଜୟୂଥପମବ୍ଜନାଭ-

ସ୍ତେନାପିପାର୍ଷଦଗତିଂ ଗମିତେନ ଯୁକ୍ତଃ ।

ଗନ୍ଧର୍ୱସିଦ୍ଧବିବୁଧୈରୁପଗୀୟମାନ-

କର୍ମାଦ୍ଭୁତଂ ସ୍ୱଭବନଂ ଗରୁଡାସନୋଽଗାତ୍ ॥ ୧୩॥

ଭଗବାନ ଶ୍ରୀହରି ଏହିପରି ଭାବରେ ଗଜେନ୍ଦ୍ରର ଉଦ୍ଧାର କରି ତାହାକୁ ନିଜର ପାର୍ଷଦ କରିନେଲେ | ଗନ୍ଧର୍ବ, ସିଦ୍ଧ, ଦେବତାମାନେ ଭଗବାନଙ୍କର ଏହି ଲୀଳା ଗାନ କରିବାରେ ଲାଗିଲେ ଏବଂ ପାର୍ଷଦରୂପରେ ଗଜେନ୍ଦ୍ର ସହିତ ଗରୁଡ଼ ପୃଷ୍ଠରେ ବିରାଜମାନ ହୋଇ ଭଗବାନ ନିଜର ଅଲୌକିକ ଧାମକୁ ଚାଲିଗଲେ | 

ଶ୍ରୀଶୁକ ଉବାଚ

ଏତନ୍ମହାରାଜ ତବେରିତୋ ମୟା

କୃଷ୍ଣାନୁଭାବୋ ଗଜରାଜମୋକ୍ଷଣମ୍ ।

ସ୍ୱର୍ଗ୍ୟଂ ଯଶସ୍ୟଂ କଲିକଲ୍ମଷାପହଂ

ଦୁଃସ୍ୱପ୍ନନାଶଂ କୁରୁବର୍ୟ ଶୃଣ୍ୱତାମ୍ ॥ ୧୪॥

ଶ୍ରୀଶୁକଦେବ କହୁଛନ୍ତି - କୁରୁବଂଶ ଶିରୋମଣି ପରୀକ୍ଷିତ ! ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ତଥା ଗଜେନ୍ଦ୍ର ଉଦ୍ଧାର କଥା ମୁଁ ତୁମକୁ ଶୁଣାଇଲି | ଏହି ପ୍ରସଙ୍ଗ ଶ୍ରବଣ କରିବା ବ୍ୟକ୍ତିର କଳିମଳ ଏବଂ ଦୁଃସ୍ବପ୍ନ ନାଶ କରିବା ସହିତ ତାଙ୍କୁ ଯଶ, ଉନ୍ନତି ଏବଂ ସ୍ବର୍ଗ ପ୍ରଦାନ କରିଥାଏ |

ଯଥାନୁକୀର୍ତୟନ୍ତ୍ୟେତଚ୍ଛ୍ରେୟସ୍କାମା ଦ୍ୱିଜାତୟଃ ।

ଶୁଚୟଃ ପ୍ରାତରୁତ୍ଥାୟ ଦୁଃସ୍ୱପ୍ନାଦ୍ୟୁପଶାନ୍ତୟେ ॥ ୧୫॥

ସେଥିପାଇଁ କଲ୍ୟାଣକାମୀ ଦ୍ବିଜଗଣ ଦୁଃସ୍ବପ୍ନ ଆଦିର ଶାନ୍ତି ନିମନ୍ତେ ପ୍ରାତଃକାଳରେ ଉଠିବା ପରେ ହିଁ ପବିତ୍ର ହୋଇ ଏହାର ପାଠ କରନ୍ତି |

ଇଦମାହ ହରିଃ ପ୍ରୀତୋ ଗଜେନ୍ଦ୍ରଂ କୁରୁସତ୍ତମ ।

ଶୃଣ୍ୱତାଂ ସର୍ୱଭୂତାନାଂ ସର୍ୱଭୂତମୟୋ ବିଭୁଃ ॥ ୧୬॥

ପରୀକ୍ଷିତ ! ଗଜେନ୍ଦ୍ରର ସ୍ତୁତିରେ ପ୍ରସନ୍ନ ହୋଇ ସର୍ବବ୍ୟାପକ ଏବଂ ସର୍ବଭୂତସ୍ବରୂପ ଭଗବାନ ଶ୍ରୀହରି ସମସ୍ତଙ୍କ ସମକ୍ଷରେ ହିଁ ତାକୁ ଏହା କହିଥିଲେ |

ଶ୍ରୀଭଗବାନୁବାଚ

ଯେ ମାଂ ତ୍ୱାଂ ଚ ସରଶ୍ଚେଦଂ ଗିରିକନ୍ଦରକାନନମ୍ ।

ବେତ୍ରକୀଚକବେଣୂନାଂ ଗୁଲ୍ମାନି ସୁରପାଦପାନ୍ ॥ ୧୭॥

ଶୃଙ୍ଗାଣୀମାନି ଧିଷ୍ଣ୍ୟାନି ବ୍ରହ୍ମଣୋ ମେ ଶିବସ୍ୟ ଚ ।

କ୍ଷୀରୋଦଂ ମେ ପ୍ରିୟଂ ଧାମ ଶ୍ୱେତଦ୍ୱୀପଂ ଚ ଭାସ୍ୱରମ୍ ॥ ୧୮॥

ଶ୍ରୀବତ୍ସଂ କୌସ୍ତୁଭଂ ମାଲାଂ ଗଦାଂ କୌମୋଦକୀଂ ମମ ।

ସୁଦର୍ଶନଂ ପାଞ୍ଚଜନ୍ୟଂ ସୁପର୍ଣଂ ପତଗେଶ୍ୱରମ୍ ॥ ୧୯॥

ଶେଷଂ ଚ ମତ୍କଲାଂ ସୂକ୍ଷ୍ମାଂ ଶ୍ରିୟଂ ଦେବୀଂ ମଦାଶ୍ରୟାମ୍ ।

ବ୍ରହ୍ମାଣଂ ନାରଦମୃଷିଂ ଭବଂ ପ୍ରହ୍ଲାଦମେବ ଚ ॥ ୨୦॥

ମତ୍ସ୍ୟକୂର୍ମବରାହାଦ୍ୟୈରବତାରୈଃ କୃତାନି ମେ ।

କର୍ମାଣ୍ୟନନ୍ତପୁଣ୍ୟାନି ସୂର୍ୟଂ ସୋମଂ ହୁତାଶନମ୍ ॥ ୨୧॥

ପ୍ରଣବଂ ସତ୍ୟମବ୍ୟକ୍ତଂ ଗୋବିପ୍ରାନ୍ ଧର୍ମମବ୍ୟଯମ୍ ।

ଦାକ୍ଷାୟଣୀର୍ଧର୍ମପତ୍ନୀଃ ସୋମକଶ୍ୟପୟୋରପି ॥ ୨୨॥

ଗଙ୍ଗାଂ ସରସ୍ୱତୀଂ ନନ୍ଦାଂ କାଲିନ୍ଦୀଂ ସିତବାରଣମ୍ ।

ଧ୍ରୁବଂ ବ୍ରହ୍ମଋଷୀନ୍ ସପ୍ତ ପୁଣ୍ୟଶ୍ଲୋକାଂଶ୍ଚ ମାନବାନ୍ ॥ ୨୩॥

ଉତ୍ଥାୟାପରରାତ୍ରାନ୍ତେ ପ୍ରୟତାଃ ସୁସମାହିତାଃ ।

ସ୍ମରନ୍ତି ମମ ରୂପାଣି ମୁଚ୍ୟନ୍ତେ ହ୍ୟେନସୋଽଖିଲାତ୍ ॥ ୨୪॥

ଶ୍ରୀଭଗବାନ କହିଲେ – ଯିଏ ରାତିର ଶେଷ ପ୍ରହରରେ ଉଠି ଇନ୍ଦ୍ରିୟନିଗ୍ରହପୂର୍ବକ ଏକାଗ୍ର ଚିତ୍ତରେ ମୋର, ତୁମର ତଥା ଏହି ସରୋବର, ପର୍ବତ ଏବଂ କନ୍ଦର, ବନ, ବେତ, କୋଚିଲା, ବାଉଁଶର ଝାଡ, ଏଠାର ଦିବ୍ୟ ବୃକ୍ଷ ତଥା ପର୍ବତ ଶିଖର, ମୋର, ବ୍ରହ୍ମାଙ୍କର ଏବଂ ଶିବଙ୍କର ନିବାସସ୍ଥାନ, ମୋର ପ୍ରିୟ ଧାମ କ୍ଷୀରସାଗର, ପ୍ରକାଶମୟ ଶ୍ବେତଦ୍ବୀପ, ଶ୍ରୀବତ୍ସ, କୌସ୍ତୁଭମଣି, ବନମାଳ, ମୋର କୌମୋଦକୀ ଗଦା, ସୁଦର୍ଶନ ଚକ୍ର, ପାଞ୍ଚଜନ୍ୟ ଶଂଖ, ପକ୍ଷୀରାଜ ଗରୁଡ଼, ମୋର ସୂକ୍ଷ୍ମକଳାସ୍ବରୂପ ଶେଷଦେବ, ମୋର ଆଶ୍ରୟରେ ରହୁଥିବା ଲକ୍ଷ୍ମୀଦେବୀ, ବ୍ରହ୍ମା, ଦେବର୍ଷି ନାରଦ, ଭଗବାନ ଶଂକର ତଥା ଭକ୍ତରାଜ ପ୍ରହ୍ଲାଦ, ମତ୍ସ୍ୟ, କଚ୍ଛପ, ବରାହ ଆଦି ଅବତାରରେ କରାଯାଇ ଥିବା ମୋର ଅନନ୍ତ ପୁଣ୍ୟମୟ ଚରିତ, ସୂର୍ଯ୍ୟ, ଚନ୍ଦ୍ରମା, ଅଗ୍ନି, ଓଁକାର, ସତ୍ୟ, ମୂଳପ୍ରକୃତି, ଗୌ, ବ୍ରାହ୍ମଣ, ଅବିନାଶୀ ସନାତନ ଧର୍ମ, ସୋମ, କଶ୍ୟପ ଏବଂ ଧର୍ମ-ପତ୍ନୀ ଦକ୍ଷକନ୍ୟାଗଣ, ଗଙ୍ଗା, ସରସ୍ବତୀ, ଅଳକନନ୍ଦା, ଯମୁନା, ଐରାବତ ହାତୀ, ଭକ୍ତ ଶିରୋମଣି ଧ୍ରୁବ, ସପ୍ତ ବ୍ରହ୍ମର୍ଷି ଏବଂ ପବିତ୍ରକୀର୍ତ୍ତି (ନଳ, ଯୁଧିଷ୍ଠିର, ଜନକ ଆଦି) ମହାପୁରୁଷମାନଙ୍କର ସ୍ମରଣ କରନ୍ତି – ସେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି; କାରଣ ଏମାନେ ସମସ୍ତେ ମୋର ହିଁ ରୂପ ଅଟନ୍ତି |

ଯେ ମାଂ ସ୍ତୁବନ୍ତ୍ୟନେନାଙ୍ଗ ପ୍ରତିବୁଧ୍ୟ ନିଶାତ୍ୟଯେ ।

ତେଷାଂ ପ୍ରାଣାତ୍ୟଯେ ଚାହଂ ଦଦାମି ବିମଲାଂ ମତିମ୍ ॥ ୨୫॥

ପ୍ରିୟ ଗଜେନ୍ଦ୍ର ! ଯିଏ ବ୍ରାହ୍ମମୁହୂର୍ତ୍ତରେ ଉଠି ତୁମ ଦ୍ବାରା କରାଯାଇ ଥିବା ସ୍ତୁତି ଦ୍ବାରା ମୋର ସ୍ତବନ କରିବେ, ମୃତ୍ୟୁ ସମୟରେ ମୁଁ ତାଙ୍କୁ ନିର୍ମଳ ବୁଦ୍ଧି ପ୍ରଦାନ କରିବି |

ଶ୍ରୀଶୁକ ଉବାଚ

ଇତ୍ୟାଦିଶ୍ୟ ହୃଷୀକେଶଃ ପ୍ରଧ୍ମାୟ ଜଲଜୋତ୍ତମମ୍ ।

ହର୍ଷୟନ୍ ବିବୁଧାନୀକମାରୁରୋହ ଖଗାଧିପମ୍ ॥ ୨୬॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏପରି କହି ଭଗବାନ ଶ୍ରୀକୃଷ୍ଣ ଦେବତାମାନଙ୍କୁ ଆନନ୍ଦିତ କରିବା ଉଦ୍ଦେଶ୍ୟରେ ନିଜର ଶ୍ରେଷ୍ଠ ଶଂଖ ନାଦ କଲେ ଏବଂ ଗରୁଡ଼ ପୃଷ୍ଠରେ ଆରୋହଣ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଗଜେନ୍ଦ୍ରମୋକ୍ଷଣଂ ନାମ ଚତୁର୍ଥୋଽଧ୍ୟାୟଃ ॥ ୪॥


Comments

Popular posts from this blog