ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ସପ୍ତମ ଅଧ୍ୟାୟ
ସମୁଦ୍ରମନ୍ଥନ ଆରମ୍ଭ ଏବଂ ଭଗବାନ ଶଂକରଙ୍କର ବିଷପାନ
ଶ୍ରୀଶୁକ ଉବାଚ
ତେ
ନାଗରାଜମାମନ୍ତ୍ର୍ୟ ଫଲଭାଗେନ ବାସୁକିମ୍ ।
ପରିବୀୟ ଗିରୌ
ତସ୍ମିନ୍ ନେତ୍ରମବ୍ଧିଂ ମୁଦାନ୍ୱିତାଃ ॥ ୧॥
ଆରେଭିରେ
ସୁସଂୟତ୍ତା ଅମୃତାର୍ଥେ କୁରୂଦ୍ୱହ ।
ହରିଃ
ପୁରସ୍ତାଜ୍ଜଗୃହେ ପୂର୍ୱଂ ଦେବାସ୍ତତୋଽଭବନ୍ ॥ ୨॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଦେବତା ଏବଂ ଅସୁରମାନେ ନାଗରାଜ ବାସୁକିଙ୍କୁ ଏହି ବଚନ ଡେଇ
ସମୁଦ୍ରମନ୍ଥନରେ ସମ୍ମିଳିତ କରିଥିଲେ ଯେ ମନ୍ଥନ ଦ୍ବାରା ପ୍ରାପ୍ତ ଅମୃତରେ ତୁମର ମଧ୍ୟ ଭାଗ
ରହିବ | ଏହାପରେ ସେମାନେ ବାସୁକି ନାଗକୁ ଦଉଡି ପରି ମନ୍ଦରାଚଳରେ ଗୁଡାଇ ଅମୃତ ପ୍ରାପ୍ତି
ନିମନ୍ତେ ଅସୀମ ଉତ୍ସାହ ଏବଂ ଆନନ୍ଦରେ ସମୁଦ୍ରମନ୍ଥନ କରିବାକୁ ଉଦ୍ୟତ ହେଲେ |
ତନ୍ନୈଚ୍ଛନ୍
ଦୈତ୍ୟପତୟୋ ମହାପୁରୁଷଚେଷ୍ଟିତମ୍ ।
ନ ଗୃହ୍ଣୀମୋ ବୟଂ
ପୁଚ୍ଛମହେରଙ୍ଗମମଙ୍ଗଲମ୍ ॥ ୩॥
କିନ୍ତୁ ଭଗବାନଙ୍କର
ଆୟୋଜନ ଦୈତ୍ୟସେନାପତିମାନଙ୍କୁ ପସନ୍ଦ ହେଲାନାହିଁ | ସେମାନେ କହିଲେ, ଲାଞ୍ଜ ତ ସାପର ଅଶୁଭ ଅଙ୍ଗ ଅଟେ, ଆମେ ତାହାକୁ ଧରିବୁ ନାହିଁ |
ସ୍ୱାଧ୍ୟାୟଶ୍ରୁତସମ୍ପନ୍ନାଃ
ପ୍ରଖ୍ୟାତା ଜନ୍ମକର୍ମଭିଃ ।
ଇତି ତୂଷ୍ଣୀଂ
ସ୍ଥିତାନ୍ ଦୈତ୍ୟାନ୍ ବିଲୋକ୍ୟ ପୁରୁଷୋତ୍ତମଃ ।
ସ୍ମୟମାନୋ
ବିସୃଜ୍ୟାଗ୍ରଂ ପୁଚ୍ଛଂ ଜଗ୍ରାହ ସାମରଃ ॥ ୪॥
ଆମ୍ଭେମାନେ
ବିଧିପୂର୍ବକ ବେଦ-ଶାସ୍ତ୍ରର ଅଧ୍ୟୟନ କରିଛୁ, ଉଚ୍ଚ ବଂଶରେ
ଆମ୍ଭମାନଙ୍କର ଜନ୍ମ ଏବଂ ବୀରତାପୂର୍ଣ୍ଣ ବହୁତ ବଡ-ବଡ କାମ ଆମ୍ଭେମାନେ କରିଛୁ | କେଉଁ ଗୁଣରେ
ଆମେ ଦେବତାମାନଙ୍କଠାରୁ ନ୍ୟୁନ ଅଟୁ ? – ଏପରି କହି ସେମାନେ ଚୁପଚାପ୍ ଗୋଟିଏ ପାର୍ଶ୍ବରେ ଠିଆ
ହୋଇ ରହିଲେ | ସେମାନଙ୍କର ଏହି ମନୋବୃତ୍ତି ଦେଖି ଭଗବାନ ହସି-ହସି ବାସୁକିର ମୁହଁକୁ ଛାଡିଦେଲେ
ଏବଂ ଦେବତାମାନଙ୍କ ସହିତ ସେ ସାପର ଲାଞ୍ଜକୁ ଧରିନେଲେ |
କୃତସ୍ଥାନବିଭାଗାସ୍ତ
ଏବଂ କଶ୍ୟପନନ୍ଦନାଃ ।
ମମନ୍ଥୁଃ
ପରମାୟତ୍ତା ଅମୃତାର୍ଥଂ ପୟୋନିଧିମ୍ ॥ ୫॥
ଏହିପରି ଭାବରେ
ନିଜ-ନିଜର ସ୍ଥାନ ନିଶ୍ଚିତ କରି ଦେବତା ଓ ଅସୁରମାନେ ପୂର୍ଣ୍ଣ ପ୍ରସ୍ତୁତିର ସହ ଅମୃତପ୍ରାପ୍ତି
ନିମନ୍ତେ ସମୁଦ୍ରମନ୍ଥନ କରିବାରେ ଲାଗିଲେ |
ମଥ୍ୟମାନେଽର୍ଣବେ
ସୋଽଦ୍ରିରନାଧାରୋ ହ୍ୟପୋଽବିଶତ୍ ।
ଧ୍ରିୟମାଣୋଽପି
ବଲିଭିର୍ଗୌରବାତ୍ପାଣ୍ଡୁନନ୍ଦନ ॥ ୬॥
ପରୀକ୍ଷିତ !
ଯେତେବେଳେ ସମୁଦ୍ରମନ୍ଥନ ଆରମ୍ଭ ହେଲା, ସେତେବେଳେ ଅତିଶୟ
ବଳବାନ ଦେବତା ଓ ଅସୁରମାନେ ତାହାକୁ ଧରି ରଖିଥିଲେ ବି, ନିଜ ଭାରର ଆଧିକ୍ୟ
ଏବଂ ତାହାର ନିମ୍ନଦେଶରେ କୌଣସି ଆଧାର ନ ଥିବା କାରଣରୁ ମନ୍ଦରାଚଳ ସମୁଦ୍ରରେ ବୁଡି ଯିବାରେ
ଲାଗିଲା |
ତେ
ସୁନିର୍ୱିଣ୍ଣମନସଃ ପରିମ୍ଲାନମୁଖଶ୍ରିୟଃ ।
ଆସନ୍ ସ୍ୱପୌରୁଷେ
ନଷ୍ଟେ ଦୈବେନାତିବଲୀୟସା ॥ ୭॥
ଏହିପରି ଭାବରେ
ଅତ୍ୟନ୍ତ ବଳବାନ ନିୟତି ଦ୍ବାରା ନିଜର ସବୁ ଯୋଜନା ଧୂଳିସାତ୍ ହେବା ଦେଖି ସମସ୍ତଙ୍କର ମନ
ଭାଙ୍ଗିଗଲା | ସମସ୍ତଙ୍କ ମୁହଁ ଉଦାସ ହୋଇଗଲା |
ବିଲୋକ୍ୟ
ବିଘ୍ନେଶବିଧିଂ ତଦେଶ୍ୱରୋ
ଦୁରନ୍ତବୀର୍ୟୋଽବିତଥାଭିସନ୍ଧିଃ
।
କୃତ୍ୱା ବପୁଃ
କାଚ୍ଛପମଦ୍ଭୁତଂ ମହତ୍
ପ୍ରବିଶ୍ୟ ତୋୟଂ
ଗିରିମୁଜ୍ଜହାର ॥ ୮॥
ଏହାକୁ
ବିଘ୍ନରାଜଙ୍କର କାରସାଦି ଜାଣି ସେହି ସମୟରେ ଭଗବାନ ତାହାର ନିବାରଣର ଉପାୟ ଚିନ୍ତା କରି ଏକ
ବିଶାଳ ଏବଂ ବିଚିତ୍ର କଚ୍ଛପ ରୂପ ଧାରଣ କଲେ ଏବଂ ସମୁଦ୍ର ଜଳରେ ପ୍ରବେଶ କରି ମନ୍ଦରାଚଳକୁ
ଉପରକୁ ଉଠାଇ ଦେଲେ | ଭଗବାନଙ୍କର ଶକ୍ତି ଅନନ୍ତ ଅଟେ | ସେ ସତ୍ୟସଂକଳ୍ପ ଅଟନ୍ତି | ତାଙ୍କ ପାଇଁ
ଏହା କିଛି ବଡ କଥା ନୁହେଁ |
ତମୁତ୍ଥିତଂ
ବୀକ୍ଷ୍ୟ କୁଲାଚଲଂ ପୁନଃ
ସମୁଦ୍ୟତା
ନିର୍ମଥିତୁଂ ସୁରାସୁରାଃ ।
ଦଧାର ପୃଷ୍ଠେନ ସ
ଲକ୍ଷୟୋଜନ-
ପ୍ରସ୍ତାରିଣା
ଦ୍ୱୀପ ଇବାପରୋ ମହାନ୍ ॥ ୯॥
ମନ୍ଦରାଚଳ ଉପରକୁ
ଉଠି ଆସିଥିବା ଦେଖି ଦେବତା ଓ ଅସୁରମାନେ ପୁନର୍ବାର ସମୁଦ୍ରମନ୍ଥନ କରିବାକୁ ଉଦ୍ୟତ ହେଲେ |
ସେହି ସମୟରେ ଜମ୍ବୁଦ୍ବୀପର ବ୍ୟାପ୍ତି ସଦୃଶ ନିଜର ଏକ ଲକ୍ଷ ଯୋଜନ ବ୍ୟାପୀ ବିସ୍ତୃତ
ପୃଷ୍ଠଦେଶରେ ସେ ମନ୍ଦରାଚଳକୁ ଧାରଣ କରିଥିଲେ |
ସୁରାସୁରେନ୍ଦ୍ରୈର୍ଭୁଜବୀର୍ୟବେପିତଂ
ପରିଭ୍ରମନ୍ତଂ
ଗିରିମଙ୍ଗ ପୃଷ୍ଠତଃ ।
ବିଭ୍ରତ୍ତଦାବର୍ତନମାଦିକଚ୍ଛପୋ
ମେନେଽଙ୍ଗକଣ୍ଡୂୟନମପ୍ରମେୟଃ
॥ ୧୦॥
ପରୀକ୍ଷିତ ! ଉଭୟ
ପାର୍ଶ୍ବରୁ ନିଜ ବାହୁବଳରେ ଦେବତା ଓ ଅସୁରମାନେ ଯେତେବେଳେ ମନ୍ଦରାଚଳକୁ ଆକର୍ଷିତ କରିବାରେ
ଲାଗିଲେ, ସେତେବେଳେ ତାହା ଭଗବାନଙ୍କ ପିଠି ଉପରେ ଘୂରିବାରେ
ଲାଗିଲା | ଅନନ୍ତ ଶକ୍ତିଶାଳୀ ଆଦିକଚ୍ଛପ ଭଗବାନଙ୍କୁ ପର୍ବତର ସେହି ଘୂର୍ଣ୍ଣନ ଏପରି ମନେ
ହେଉଥିଲା ସତେ ଯେପରି କିଏ ତାଙ୍କର ପିଠିକୁ କୁଣ୍ଡାଉଛି |
ତଥାସୁରାନାବିଶଦାସୁରେଣ
ରୂପେଣ ତେଷାଂ
ବଲବୀର୍ୟମୀରୟନ୍ ।
ଉଦ୍ଦୀପୟନ୍
ଦେବଗଣାଂଶ୍ଚ ବିଷ୍ଣୁ-
ର୍ଦୈବେନ
ନାଗେନ୍ଦ୍ରମବୋଧରୂପଃ ॥ ୧୧॥
ତା’ ସହିତ ସମୁଦ୍ରମନ୍ଥନ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ
ଭଗବାନ ଅସୁରମାନଙ୍କ ଭିତରେ ସେମାନଙ୍କର ଶକ୍ତି ଏବଂ ବଳକୁ ବର୍ଦ୍ଧିତ କରି ଅସୁରରୂପରେ ପ୍ରବେଶ
କଲେ | ସେହିପରି ଦେବତାମାନଙ୍କୁ ଉତ୍ସାହିତ କରି ସେମାନଙ୍କ ମଧ୍ୟରେ ଦେବରୂପରେ ପ୍ରବେଶ କଲେ ଏବଂ
ବାସୁକିନାଗ ଭିତରେ ନିଦ୍ରା ରୂପରେ ପ୍ରବେଶ କଲେ |
ଉପର୍ୟଗେନ୍ଦ୍ରଂ
ଗିରିରାଡିବାନ୍ୟ
ଆକ୍ରମ୍ୟ ହସ୍ତେନ
ସହସ୍ରବାହୁଃ ।
ତସ୍ଥୌ ଦିବି
ବ୍ରହ୍ମଭବେନ୍ଦ୍ରମୁଖ୍ୟୈ-
ରଭିଷ୍ଟୁବଦ୍ଭିଃ
ସୁମନୋଽଭିବୃଷ୍ଟଃ ॥ ୧୨॥
ଏଣେ ଏକ ପର୍ବତ
ଉପରେ ଅନ୍ୟ ଏକ ପର୍ବତ ସଦୃଶ ରହି ସହସ୍ରବାହୁ ଭଗବାନ ତାହାକୁ ନିଜ ହାତରେ ଦବାଇ ରଖିଲେ | ସେହି
ସମୟରେ ଆକାଶରୁ ବ୍ରହ୍ମା, ଶଂକର, ଇନ୍ଦ୍ର ଆଦି ତାଙ୍କର ସ୍ତୁତି କରି ତାଙ୍କ ଉପରେ
ପୁଷ୍ପ ବୃଷ୍ଟି କରିବାରେ ଲାଗିଲେ |
ଉପର୍ୟଧଶ୍ଚାତ୍ମନି
ଗୋତ୍ରନେତ୍ରୟୋଃ
ପରେଣ ତେ
ପ୍ରାବିଶତା ସମେଧିତାଃ ।
ମମନ୍ଥୁରବ୍ଧିଂ
ତରସା ମଦୋତ୍କଟା
ମହାଦ୍ରିଣା
କ୍ଷୋଭିତନକ୍ରଚକ୍ରମ୍ ॥ ୧୩॥
ଏହିପରି ଭାବରେ
ଭଗବାନ ପର୍ବତ ଉପରେ ତାହାକୁ ଦବାଇ ରଖିଥିବା ରୂପରେ, ତଳେ ତାହାର ଆଧାର
କଚ୍ଛପ ରୂପରେ, ଦେବତା ଓ ଅସୁରଙ୍କ ଶରୀରରେ
ସେମାନଙ୍କର ଶକ୍ତି ରୂପରେ, ପର୍ବତରେ ତା’ର ଦୃଢତା ରୂପରେ ଏବଂ ମନ୍ଥନ-ରସି ସାଜିଥିବା
ବାସୁକିନାଗରେ ନିଦ୍ରା ରୂପରେ – ଯଦ୍ବାରା କି ସେ କଷ୍ଟ ଅନୁଭବ କରିବ ନାହିଁ – ପ୍ରବେଶ କରି ସବୁ
ଦିଗରୁ ସମସ୍ତଙ୍କୁ ଶକ୍ତିସମ୍ପନ୍ନ କରିଦେଲେ | ଏବେ ସେମାନେ ନିଜ ବଳର ମଦରେ ଉନ୍ମତ୍ତ ହୋଇ
ମନ୍ଦରାଚଳ ଦ୍ବାରା ପ୍ରବଳ ବେଗରେ ସମୁଦ୍ରମନ୍ଥନ କରିବାରେ ଲାଗିଲେ | ସେହି ବେଗରେ ସମୁଦ୍ର ଏବଂ
ତହିଁରେ ବାସ କରୁଥିବା ମଗର, ମତ୍ସ୍ୟ ଆଦି
ସାମୁଦ୍ରିକ ଜୀବ ଅତ୍ୟନ୍ତ କ୍ଷୁବ୍ଧ ହୋଇ ଉଠିଲେ |
ଅହୀନ୍ଦ୍ରସାହସ୍ରକଠୋରଦୃଙ୍ମୁଖ-
ଶ୍ୱାସାଗ୍ନିଧୂମାହତବର୍ଚସୋଽସୁରାଃ
।
ପୌଲୋମକାଲେୟବଲୀଲ୍ୱଲାଦୟୋ
ଦବାଗ୍ନିଦଗ୍ଧାଃ
ସରଲା ଇବାଭବନ୍ ॥ ୧୪॥
ନାଗରାଜ ବାସୁକିର
ହଜାର-ହଜାର ଶାଣିତ ନେତ୍ର, ମୁଖ ଏବଂ ଶ୍ବାସରୁ
ବିଷର ଜ୍ବାଳା ନିର୍ଗତ ହେବାରେ ଲାଗିଲା | ତାହାର ଧୂଆଁରେ ପୌଲୋମ, କାଳେୟ, ବଳି, ଇଲ୍ବଳ ଆଦି ଅସୁରମାନେ ନିସ୍ତେଜ
ହୋଇଗଲେ | ସେହି ସମୟରେ ସେମାନଙ୍କୁ ଦେଖିଲେ ମନେ ହେଉଥିଲା ସତେ ଯେପରି ଦାବାନଳରେ ଦଗ୍ଧ ଶାଳ ଗଛ
ଠିଆ ହୋଇଛନ୍ତି |
ଦେବାଂଶ୍ଚ
ତଚ୍ଛ୍ୱାସଶିଖାହତପ୍ରଭାନ୍
ଧୂମ୍ରାମ୍ବରସ୍ରଗ୍ୱରକଞ୍ଚୁକାନନାନ୍
।
ସମଭ୍ୟବର୍ଷନ୍
ଭଗବଦ୍ୱଶା ଘନା
ବବୁଃ
ସମୁଦ୍ରୋର୍ମ୍ୟୁପଗୂଢବାୟବଃ ॥ ୧୫॥
ଦେବତାମାନେ ମଧ୍ୟ
ସେଥିରୁ ନିସ୍ତାର ପାଇଲେ ନାହିଁ | ବାସୁକିର ଶ୍ବାସର ଧାଁସରେ ସେମାନଙ୍କର ତେଜ ମଧ୍ୟ ଫିକା
ପଡିଗଲା | ବସ୍ତ୍ର, ମାଳା, କବଚ ଏବଂ ମୁଖ ଧୂମିଳ ହୋଇଗଲା | ସେମାନଙ୍କର ଏପରି
ଦଶା ଦେଖି ଭଗବାନଙ୍କ ପ୍ରେରଣାରେ ବାଦଲ ଦେବତାମାନଙ୍କ ଉପରେ ବାରି ବର୍ଷଣ କଲା ଏବଂ ବାୟୁ
ସମୁଦ୍ରର ତରଙ୍ଗକୁ ସ୍ପର୍ଶ କରି ଶୀତଳତା ଏବଂ ସୁଗନ୍ଧ ସଞ୍ଚାର କରିବାରେ ଲାଗିଲା |
ମଥ୍ୟମାନାତ୍ତଥା
ସିନ୍ଧୋର୍ଦେବାସୁରବରୂଥପୈଃ ।
ଯଦା ସୁଧା ନ ଜାୟେତ
ନିର୍ମମନ୍ଥାଜିତଃ ସ୍ୱୟମ୍ ॥ ୧୬॥
ଏହିପରି ଭାବରେ
ଦେବତା ଓ ଅସୁରମାନେ ନିଜର ପୂର୍ଣ୍ଣ ଶକ୍ତି ବିନିଯୋଗ କରି ସମୁଦ୍ରମନ୍ଥନ କରିବା ସତ୍ତ୍ବେ ବି
ଯେତେବେଳେ ଅମୃତ ବାହାରିଲା ନାହିଁ, ସେତେବେଳେ ସ୍ବୟଂ
ଅଜିତ ଭଗବାନ ସମୁଦ୍ର-ମନ୍ଥନ କରିବାରେ ଲାଗିଲେ |
ମେଘଶ୍ୟାମଃ
କନକପରିଧିଃ କର୍ଣବିଦ୍ୟୋତବିଦ୍ୟୁ-
ନ୍ମୂର୍ଧ୍ନି
ଭ୍ରାଜଦ୍ୱିଲୁଲିତକଚଃ ସ୍ରଗ୍ଧରୋ ରକ୍ତନେତ୍ରଃ ।
ଜୈତ୍ରୈର୍ଦୋର୍ଭିର୍ଜଗଦଭୟଦୈର୍ଦନ୍ଦଶୂକଂ
ଗୃହୀତ୍ୱା
ମଥ୍ନନ୍ ମଥ୍ନା
ପ୍ରତିଗିରିରିବାଶୋଭତାଥୋ ଧୃତାଦ୍ରିଃ ॥ ୧୭॥
ତାଙ୍କର ମେଘ ସଦୃଶ
ଶ୍ୟାମଳ ଶରୀରରେ ସୁନେଲୀ ରଙ୍ଗର ପୀତାମ୍ବର, କାନରେ ବିଜୁଳି
ସଦୃଶ ଚମକୁଥିବା କୁଣ୍ଡଳ, ମସ୍ତକରେ ଲହରୀ ଖେଳୁଥିବା କୁଞ୍ଚିତ କେଶ, ନେତ୍ରରେ ଲାଲ-ଲାଲ ରେଖା ଏବଂ ଗଳାରେ ବନମାଳା
ସୁଶୋଭିତ ହେଉଥିଲା | ସମ୍ପୂର୍ଣ୍ଣ ଜଗତକୁ ଅଭୟଦାନ କରୁଥିବା ନିଜର ବିଶ୍ବବିଜୟୀ ଭୁଜଦଣ୍ଡରେ
ବାସୁକିନାଗକୁ ଧାରଣ କରି ତଥା କୂର୍ମରୂପରେ ପର୍ବତକୁ ଧାରଣ କରି ଭଗବାନ ଯେତେବେଳେ ମନ୍ଦରାଚଳ
ରୂପୀ ମନ୍ଥନଦଣ୍ଡରେ ସମୁଦ୍ରମନ୍ଥନ କରିବାରେ ଲାଗିଲେ, ସେତେବେଳେ ସେ
ଅନ୍ୟ ଏକ ପର୍ବତରାଜ ପରି ଅତି ସୁନ୍ଦର ଦେଖା ଯାଉଥିଲେ |
ନିର୍ମଥ୍ୟମାନାଦୁଦଧେରଭୂଦ୍ୱିଷଂ
ମହୋଲ୍ବଣଂ
ହାଲହଲାହ୍ୱମଗ୍ରତଃ ।
ସମ୍ଭ୍ରାନ୍ତମୀନୋନ୍ମକରାହିକଚ୍ଛପା-
ତ୍ତିମିଦ୍ୱିପଗ୍ରାହତିମିଙ୍ଗିଲାକୁଲାତ୍
॥ ୧୮॥
ଏହିପରି ଭାବରେ
ଅଜିତ ଭଗବାନ ଯେତେବେଳେ ସମୁଦ୍ରମନ୍ଥନ କରିବାରେ ଲାଗିଲେ, ସେତେବେଳେ ସମୁଦ୍ର
ଅତିଶୟ ଅଶାନ୍ତ ହୋଇ ଉଠିଲା | ମାଛ, ମଗର, ସାପ, କଇଁଚ ଆଦି
ଜଳଚର ଜୀବ ଭୟଭୀତ ହୋଇ ଏଣେତେଣେ ଧାଇଁବାରେ ଲାଗିଲେ | ତିମି-ତିମିଙ୍ଗିଳ ଆଦି ମତ୍ସ୍ୟ, ଜଳହସ୍ତୀ ଏବଂ କୁମ୍ଭୀରମାନେ ବ୍ୟାକୁଳ ହୋଇ ଉଠିଲେ |
ସେହି ସମୟରେ ସର୍ବପ୍ରଥମେ ସମୁଦ୍ର ଗର୍ଭରୁ ହଳାହଳ ନାମକ ଅତ୍ୟନ୍ତ ଉଗ୍ର ବିଷ ବାହାରିଲା |
ତଦୁଗ୍ରବେଗଂ ଦିଶି
ଦିଶ୍ୟୁପର୍ୟଧୋ
ବିସର୍ପଦୁତ୍ସର୍ପଦସହ୍ୟମପ୍ରତି
।
ଭୀତାଃ ପ୍ରଜା
ଦୁଦ୍ରୁବୁରଙ୍ଗ ସେଶ୍ୱରା
ଅରକ୍ଷ୍ୟମାଣାଃ
ଶରଣଂ ସଦାଶିବମ୍ ॥ ୧୯॥
ସେହି ଉଗ୍ର ବିଷ
ଦିଶା-ବିଦିଶାରେ ଉପର-ତଳ ଉଡି ସର୍ବତ୍ର ବ୍ୟାପ୍ତ ହେବାରେ ଲାଗିଲା | ଏହି ଅସହ୍ୟ ବିଷର
ପ୍ରଭାବରୁ ନିସ୍ତାର ପାଇବାର କୌଣସି ଉପାୟ ବି ନ ଥିଲା | କାହା ଦ୍ବାରା ପରିତ୍ରାଣର ଆଶା ନ
ଦେଖି, ସମସ୍ତ ପ୍ରଜା ଏବଂ ପ୍ରଜାପତି ଭୟଭୀତ ହୋଇ ଭଗବାନ ସଦାଶିବଙ୍କର ଶରଣକୁ ଗଲେ |
ବିଲୋକ୍ୟ ତଂ
ଦେବବରଂ ତ୍ରିଲୋକ୍ୟା
ଭବାୟ ଦେବ୍ୟାଭିମତଂ
ମୁନୀନାମ୍ ।
ଆସୀନମଦ୍ରାବପବର୍ଗହେତୋ-
ସ୍ତପୋ ଜୁଷାଣଂ
ସ୍ତୁତିଭିଃ ପ୍ରଣେମୁଃ ॥ ୨୦॥
ଭଗବାନ ଶଂକର ଦେବୀ
ସତୀଙ୍କ ସହିତ କୈଳାସ ପର୍ବତରେ ବିରାଜମାନ ଥିଲେ | ବଡ-ବଡ ଋଷି-ମୁନି ତାଙ୍କର ସେବା କରୁଥିଲେ |
ସେ ସେଠାରେ ତ୍ରିଲୋକର ଅଭ୍ୟୁଦୟ ଏବଂ ମୋକ୍ଷ ଉଦ୍ଦେଶ୍ୟରେ ତପସ୍ୟାରତ ଥିଲେ | ତାଙ୍କର ଦର୍ଶନ
କରି ପ୍ରଜାପତିମାନେ ତାଙ୍କର ସ୍ତୁତି କରିବା ସହ ତାଙ୍କୁ ପ୍ରଣାମ କଲେ |
ପ୍ରଜାପତୟ ଊଚୁଃ
ଦେବଦେବ ମହାଦେବ
ଭୂତାତ୍ମନ୍ ଭୂତଭାବନ ।
ତ୍ରାହି ନଃ
ଶରଣାପନ୍ନାଂସ୍ତ୍ରୈଲୋକ୍ୟଦହନାଦ୍ୱିଷାତ୍ ॥ ୨୧॥
ପ୍ରଜାପତିମାନେ
ସ୍ତୁତି କଲେ – ଦେବତାମାନଙ୍କର ଆରାଧ୍ୟଦେବ ହେ ମହାଦେବ ! ଆପଣ ସମସ୍ତ ପ୍ରାଣୀଙ୍କର ଆତ୍ମା ଏବଂ
ସେମାନଙ୍କର ଜୀବନଦାତା ଅଟନ୍ତି | ଆମ୍ଭେମାନେ ଆପଣଙ୍କ ଶରଣରେ ଆସିଛୁ | ତ୍ରିଲୋକୀକୁ ଭସ୍ମ
କରିବାକୁ ଉଦ୍ୟତ ଏହି ଉଗ୍ର ବିଷର ଜ୍ବାଳାରୁ ଆପଣ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ |
ତ୍ୱମେକଃ ସର୍ୱଜଗତ
ଈଶ୍ୱରୋ ବନ୍ଧମୋକ୍ଷୟୋଃ ।
ତଂ ତ୍ୱାମର୍ଚନ୍ତି
କୁଶଲାଃ ପ୍ରପନ୍ନାର୍ତିହରଂ ଗୁରୁମ୍ ॥ ୨୨॥
ଏକମାତ୍ର ଆପଣ ହିଁ
ସମ୍ପୂର୍ଣ୍ଣ ଜଗତକୁ ବାନ୍ଧିବାକୁ ଏବଂ ମୁକ୍ତ କରିବାକୁ ସମର୍ଥ | ସେଥିପାଇଁ ବିବେକୀ ପୁରୁଷ
ଆପଣଙ୍କର ହିଁ ଆରାଧନା କରନ୍ତି; କାରଣ ଆପଣ ଶରଣାଗତର ପୀଡାନାଶକାରୀ ଜଗଦଗୁରୁ ଅଟନ୍ତି |
ଗୁଣମୟ୍ୟା
ସ୍ୱଶକ୍ତ୍ୟାସ୍ୟ ସର୍ଗସ୍ଥିତ୍ୟପ୍ୟଯାନ୍ ବିଭୋ ।
ଧତ୍ସେ ଯଦା
ସ୍ୱଦୃଗ୍ଭୂମନ୍ ବ୍ରହ୍ମବିଷ୍ଣୁଶିବାଭିଧାମ୍ ॥ ୨୩॥
ପ୍ରଭୁ ! ନିଜ
ଗୁଣମୟୀ ଶକ୍ତିରେ ଜଗତର ସୃଷ୍ଟି, ସ୍ଥିତି ଓ ପ୍ରଳୟ
କରିବା ନିମନ୍ତେ ଆପଣ ଅନନ୍ତ, ଏକରସ ହୋଇଥିଲେ ବି
ବ୍ରହ୍ମା, ବିଷ୍ଣୁ, ଶିବ ଆଦି ନାମ
ଧାରଣ କରିଥାଆନ୍ତି |
ତ୍ୱଂ ବ୍ରହ୍ମ ପରମଂ
ଗୁହ୍ୟଂ ସଦସଦ୍ଭାବଭାବନଃ ।
ନାନାଶକ୍ତିଭିରାଭାତସ୍ତ୍ୱମାତ୍ମା
ଜଗଦୀଶ୍ୱରଃ ॥ ୨୪॥
ଆପଣ ସ୍ବୟଂପ୍ରକାଶ
ଅଟନ୍ତି କାରଣ ଆପଣ ସେହି ପରମ ରହସ୍ୟମୟ ବ୍ରହ୍ମତତ୍ତ୍ବ ହିଁ ଅଟନ୍ତି | ଯେତେସବୁ ଦେବତା, ମନୁଷ୍ୟ, ପଶୁ, ପକ୍ଷୀ ଆଦି ସତ୍ ଅଥବା ଅସତ୍ ଚରାଚର ପ୍ରାଣୀ
ରହିଛନ୍ତି – ଆପଣ ସେମାନଙ୍କର ଜୀବନଦାତା ଅଟନ୍ତି | ଆପଣଙ୍କ ଅତିରିକ୍ତ ସୃଷ୍ଟି ଆଉ କିଛି ନୁହେଁ
| କାରଣ ଆପଣ ଆତ୍ମା ଅଟନ୍ତି | ଅନେକ ଶକ୍ତି ଦ୍ବାରା ଆପଣ ହିଁ ଜଗତରୂପରେ ପ୍ରତୀତ ହେଉଛନ୍ତି; କାରଣ ଆପଣ ଈଶ୍ବର ଏବଂ ସର୍ବସମର୍ଥ ଅଟନ୍ତି |
ତ୍ୱଂ
ଶବ୍ଦୟୋନିର୍ଜଗଦାଦିରାତ୍ମା
ପ୍ରାଣେନ୍ଦ୍ରିୟଦ୍ରବ୍ୟଗୁଣସ୍ୱଭାବଃ
।
କାଲଃ କ୍ରତୁଃ
ସତ୍ୟମୃତଂ ଚ ଧର୍ମ-
ସ୍ତ୍ୱୟ୍ୟକ୍ଷରଂ
ଯତ୍ତ୍ରିବୃଦାମନନ୍ତି ॥ ୨୫॥
ସମସ୍ତ ବେଦ
ଆପଣଙ୍କଠାରୁ ହିଁ ପ୍ରକଟ ଲାଭ କରିଛି | ଅତଏବ ଆପଣ ସମସ୍ତ ଜ୍ଞାନର ମୂଳ ସ୍ରୋତ ସ୍ବତଃସିଦ୍ଧ
ଜ୍ଞାନ ଅଟନ୍ତି | ଆପଣ ହିଁ ଜଗତର ଆଦିକାରଣ ମହତ୍ତତ୍ତ୍ବ ଏବଂ ତ୍ରିବିଧ ଅହଂକାର ଅଟନ୍ତି ଏବଂ
ଆପଣ ହିଁ ପ୍ରାଣ, ଇନ୍ଦ୍ରିୟ, ପଞ୍ଚମହାଭୂତ ତଥା ଶବ୍ଦାଦି ବିଷୟର ଭିନ୍ନ-ଭିନ୍ନ
ସ୍ବଭାବ ଏବଂ ସେମାନଙ୍କର ମୂଳ କାରଣ ଅଟନ୍ତି | ଆପଣ ସ୍ବୟଂ ହିଁ ପ୍ରାଣୀମାନଙ୍କର ବୃଦ୍ଧି ଏବଂ
ହ୍ରାସକାରୀ କାଳ ଅଟନ୍ତି, ସେମାନଙ୍କର
କଲ୍ୟାଣକାରୀ ଯଜ୍ଞ ଓ ସତ୍ୟ ଏବଂ ମଧୁର ବାଣୀ ଅଟନ୍ତି | ଧର୍ମ ଆପଣଙ୍କର ହିଁ ସ୍ବରୂପ ଅଟେ | ଆପଣ
ହିଁ ‘ଅ, ଉ, ମ୍’ ଏହି ତିନି
ଅକ୍ଷର ଯୁକ୍ତ ପ୍ରଣବ ଅଟନ୍ତି ଅଥବା ତ୍ରିଗୁଣାତ୍ମିକା ପ୍ରକୃତି ଅଟନ୍ତି – ଏହା ବେଦବାଦୀ
ମହାତ୍ମାମାନେ କହନ୍ତି |
ଅଗ୍ନିର୍ମୁଖଂ
ତେଽଖିଲଦେବତାଽଽତ୍ମା
କ୍ଷିତିଂ
ବିଦୁର୍ଲୋକଭବାଙ୍ଘ୍ରିପଙ୍କଜମ୍ ।
କାଲଂ ଗତିଂ
ତେଽଖିଲଦେବତାଽଽତ୍ମନୋ
ଦିଶଶ୍ଚ କର୍ଣୌ
ରସନଂ ଜଲେଶମ୍ ॥ ୨୬॥
ସର୍ବଦେବସ୍ବରୂପ
ଅଗ୍ନି ଆପଣଙ୍କର ମୁଖ ଅଟେ | ତ୍ରିଲୋକର ଅଭ୍ୟୁଦୟକାରୀ ହେ ଶଂକର ! ଏହି ପୃଥିବୀ ଆପଣଙ୍କର
ଚରଣକମଳ ଅଟେ | ଆପଣ ଅଖିଳ ଦେବସ୍ବରୂପ ଅଟନ୍ତି | କାଳ ଆପଣଙ୍କର ଗତି, ଦିଶା ଆପଣଙ୍କର କାନ ଏବଂ
ବରୁଣ ଆପଣଙ୍କର ରସନେନ୍ଦ୍ରିୟ ଅଟନ୍ତି |
ନାଭିର୍ନଭସ୍ତେ
ଶ୍ୱସନଂ ନଭସ୍ୱାନ୍
ସୂର୍ୟଶ୍ଚ ଚକ୍ଷୂଂଷି
ଜଲଂ ସ୍ମ ରେତଃ ।
ପରାବରାତ୍ମାଶ୍ରୟଣଂ
ତବାତ୍ମା
ସୋମୋ ମନୋ
ଦ୍ୟୌର୍ଭଗବନ୍ ଶିରସ୍ତେ ॥ ୨୭॥
ଆକାଶ ନାଭି, ବାୟୁ ଶ୍ବାସ, ସୂର୍ଯ୍ୟ ନେତ୍ର
ଏବଂ ଜଳ ଆପଣଙ୍କର ବୀର୍ଯ୍ୟ ଅଟେ | ଆପଣଙ୍କର ଅହଂକାର ଉଚ୍ଚ-ନୀଚ ସବୁ ଜୀବଙ୍କର ଆଶ୍ରୟ ଅଟେ |
ଚନ୍ଦ୍ରମା ମନ ଏବଂ ହେ ପ୍ରଭୁ ! ସ୍ବର୍ଗ ଆପଣଙ୍କର ମସ୍ତକ ଅଟେ |
କୁକ୍ଷିଃ ସମୁଦ୍ରା
ଗିରୟୋଽସ୍ଥିସଙ୍ଘା
ରୋମାଣି
ସର୍ୱୌଷଧିବୀରୁଧସ୍ତେ ।
ଛନ୍ଦାଂସି
ସାକ୍ଷାତ୍ତବ ସପ୍ତଧାତବ-
ସ୍ତ୍ରୟୀମୟାତ୍ମନ୍
ହୃଦୟଂ ସର୍ୱଧର୍ମଃ ॥ ୨୮॥
ବେଦସ୍ବରୂପ ଭଗବନ୍
! ସମୁଦ୍ର ଆପଣଙ୍କର କୋଳ ଅଟେ, ପର୍ବତମାନେ ଅସ୍ଥି ଏବଂ ସବୁ ପ୍ରକାରର ଔଷଧି ଏବଂ ଘାସ ଆପଣଙ୍କର
ରୋମ ଅଟନ୍ତି | ଗାୟତ୍ରୀ ଆଦି ଛନ୍ଦ ସପ୍ତଧାତୁ ଏବଂ ସମସ୍ତ ପ୍ରକାରର ଧର୍ମ ଆପଣଙ୍କର ହୃଦୟ ଅଟେ
|
ମୁଖାନି
ପଞ୍ଚୋପନିଷଦସ୍ତବେଶ
ଯୈସ୍ତ୍ରିଂଶଦଷ୍ଟୋତ୍ତରମନ୍ତ୍ରବର୍ଗଃ
।
ଯତ୍ତଚ୍ଛିବାଖ୍ୟଂ
ପରମାର୍ଥତତ୍ତ୍ୱଂ
ଦେବ
ସ୍ୱୟଞ୍ଜ୍ୟୋତିରବସ୍ଥିତିସ୍ତେ ॥ ୨୯॥
ସ୍ବାମିନ୍ !
ସଦ୍ୟୋଜାତ ଆଦି ପାଞ୍ଚ ଉପନିଷଦ ହିଁ ଆପଣଙ୍କର ତତ୍-ପୁରୁଷ, ଅଘୋର, ସଦ୍ୟୋଜାତ, ବାମଦେବ ଏବଂ ଈଶାନ
ନାମକ ପଞ୍ଚମୁଖ ଅଟନ୍ତି | ସେମାନଙ୍କର ପଦଚ୍ଛେଦରୁ ଅଠତିରିଶ କଳାତ୍ମକ ମନ୍ତ୍ର ବାହାରି ଥାଆନ୍ତି
| ସମସ୍ତ ପ୍ରପଞ୍ଚରୁ ଉପରତ ହୋଇ ଆପଣ ଯେତେବେଳେ ନିଜ ସ୍ବରୂପରେ ସ୍ଥିତ ହୋଇଯାଆନ୍ତି, ଆପଣଙ୍କର ସେହି ସ୍ଥିତିର ନାମ ‘ଶିବ’ ଅଟେ | ବାସ୍ତବରେ ତାହା ହିଁ ସ୍ବୟଂପ୍ରକାଶ
ପରମାର୍ଥତତ୍ତ୍ବ ଅଟେ |
ଛାୟା
ତ୍ୱଧର୍ମୋର୍ମିଷୁ ଯୈର୍ୱିସର୍ଗୋ
ନେତ୍ରତ୍ରୟଂ
ସତ୍ତ୍ୱରଜସ୍ତମାଂସି ।
ସାଙ୍ଖ୍ୟାତ୍ମନଃ
ଶାସ୍ତ୍ରକୃତସ୍ତବେକ୍ଷା
ଛନ୍ଦୋମୟୋ ଦେବ
ଋଷିଃ ପୁରାଣଃ ॥ ୩୦॥
ଅଧର୍ମର ଦମ୍ଭ-ଲୋଭ
ଆଦି ତରଙ୍ଗରେ ଆପଣଙ୍କର ଛାୟା ରହିଛି, ଯହିଁରୁ ବିବିଧ
ପ୍ରକାରର ସୃଷ୍ଟି ହୋଇଥାଏ, ସେହି ସତ୍ତ୍ବ, ରଜ ଏବଂ ତମ – ଆପଣଙ୍କର ତ୍ରିନେତ୍ର ଅଟନ୍ତି | ପ୍ରଭୁ
! ଗାୟତ୍ରୀ ଆଦି ଛନ୍ଦରୂପ ସନାତନ ବେଦ ହିଁ ଆପଣଙ୍କର ବିଚାର ଅଟନ୍ତି; କାରଣ ଆପଣ ହିଁ ସାଂଖ୍ୟ
ଆଦି ସମସ୍ତ ଶାସ୍ତ୍ର ରୂପରେ ସ୍ଥିତ ଏବଂ ସେମାନଙ୍କର କର୍ତ୍ତା ମଧ୍ୟ ଅଟନ୍ତି |
ନ ତେ
ଗିରିତ୍ରାଖିଲଲୋକପାଲ-
ବିରିଞ୍ଚବୈକୁଣ୍ଠସୁରେନ୍ଦ୍ରଗମ୍ୟମ୍
।
ଜ୍ୟୋତିଃ ପରଂ ଯତ୍ର
ରଜସ୍ତମଶ୍ଚ
ସତ୍ତ୍ୱଂ ନ
ଯଦ୍ବ୍ରହ୍ମ ନିରସ୍ତଭେଦମ୍ ॥ ୩୧॥
ଭଗବନ୍ ! ଆପଣଙ୍କର
ପରମ ଜ୍ୟୋତିର୍ମୟ ସ୍ବରୂପ ସ୍ବୟଂ ବ୍ରହ୍ମ ଅଟନ୍ତି | ସେଥିରେ ରଜୋଗୁଣ, ତମୋଗୁଣ ଏବଂ ସତ୍ତ୍ବଗୁଣ
ଅଥବା କୌଣସି ପ୍ରକାରର ଭେଦଭାବ ନ ଥାଏ | ଆପଣଙ୍କର ସେହି ସ୍ଵରୂପକୁ କୌଣସି ଲୋକପାଳ, ଏପରି କି ବ୍ରହ୍ମା, ବିଷ୍ଣୁ ଏବଂ ଦେବରାଜ ଇନ୍ଦ୍ର ମଧ୍ୟ ଜାଣିପାରନ୍ତି
ନାହିଁ |
କାମାଧ୍ୱରତ୍ରିପୁରକାଲଗରାଦ୍ୟନେକ-
ଭୂତଦ୍ରୁହଃ
କ୍ଷପୟତଃ ସ୍ତୁତୟେ ନ ତତ୍ତେ ।
ଯସ୍ତ୍ୱନ୍ତକାଲ
ଇଦମାତ୍ମକୃତଂ ସ୍ୱନେତ୍ର-
ବହ୍ନିସ୍ଫୁଲିଙ୍ଗଶିଖୟା
ଭସିତଂ ନ ବେଦ ॥ ୩୨॥
ଆପଣ କାମଦେବ, ଦକ୍ଷର ଯଜ୍ଞ, ତ୍ରିପୁରାସୁର,
କାଳକୂଟ ବିଷ (ଯାହା ଆପଣ ଏବେ ପାନ କରିବେ) ଏବଂ ଏହିପରି ଅନେକ ଜୀବଦ୍ରୋହୀ ଅସୁରଙ୍କର ବିନାଶ
କରିଛନ୍ତି | କିନ୍ତୁ ଏହା ଆପଣଙ୍କର ସ୍ତୁତି କରିବା ପାଇଁ ଯଥେଷ୍ଟ ନୁହେଁ; କାରଣ ପ୍ରଳୟ କାଳରେ ଆପଣଙ୍କ ଦ୍ବାରା ନିର୍ମିତ ଏହି
ବିଶ୍ବ ଆପଣଙ୍କ ନେତ୍ରରୁ ହିଁ ନିର୍ଗତ ହେଉଥିବା ଅଗ୍ନିସ୍ଫୁଲ୍ଲିଙ୍ଗର ଲେଲିହାନ ଶିଖାରେ ଜଳି
ଭସ୍ମ ହୋଇଯାଏ ଏବଂ ଆପଣ କିଛି ନ ଜାଣିବା ପରି ପୂର୍ଣ୍ଣ ନିର୍ଲିପ୍ତ ଧ୍ୟାନମଗ୍ନ ରହିଥାଆନ୍ତି |
ଯେ
ତ୍ୱାତ୍ମରାମଗୁରୁଭିର୍ହୃଦି ଚିନ୍ତିତାଙ୍ଘ୍ରି-
ଦ୍ୱନ୍ଦ୍ୱଂ
ଚରନ୍ତମୁମୟା ତପସାଭିତପ୍ତମ୍ ।
କତ୍ଥନ୍ତ
ଉଗ୍ରପୁରୁଷଂ ନିରତଂ ଶ୍ମଶାନେ
ତେ
ନୂନମୂତିମବିଦଂସ୍ତବ ହାତଲଜ୍ଜାଃ ॥ ୩୩॥
ଜୀବନ୍ମୁକ୍ତ
ଆତ୍ମାରାମ ପୁରୁଷ ନିଜ ହୃଦୟରେ ଆପଣଙ୍କ ଯୁଗଳ ଚରଣର ଧ୍ୟାନ କରୁଥାଆନ୍ତି ତଥା ଆପଣ ସ୍ବୟଂ ମଧ୍ୟ
ନିରନ୍ତର ଜ୍ଞାନ ଏବଂ ତପସ୍ୟାରେ ଲୀନ ରହିଥାଆନ୍ତି | ତା’ ସତ୍ତ୍ବେ ବି ଯଦି
କେହି ଆପଣଙ୍କୁ ସତୀଙ୍କ ସହିତ ରହୁଥିବା କାରଣରୁ ଆସକ୍ତ ଏବଂ ଶ୍ମଶାନବାସୀ ହୋଇଥିବା କାରଣରୁ
ଉଗ୍ର ଅଥବା ନିଷ୍ଠୁର କହନ୍ତି, ତେବେ ଏହା ସ୍ପଷ୍ଟ ଯେ ସେହି ମୂର୍ଖମାନେ ଆପଣଙ୍କର
ଲୀଳା-ରହସ୍ୟକୁ ଜାଣନ୍ତି ନାହିଁ | ସେମାନଙ୍କର ସେହି କଥନ ନିର୍ଲଜତାପୂର୍ଣ୍ଣ ହିଁ ଅଟେ |
ତତ୍ତସ୍ୟ ତେ
ସଦସତୋଃ ପରତଃ ପରସ୍ୟ
ନାଞ୍ଜଃ
ସ୍ୱରୂପଗମନେ ପ୍ରଭବନ୍ତି ଭୂମ୍ନଃ ।
ବ୍ରହ୍ମାଦୟଃ କିମୁତ
ସଂସ୍ତବନେ ବୟଂ ତୁ
ତତ୍ସର୍ଗସର୍ଗବିଷୟା
ଅପି ଶକ୍ତିମାତ୍ରମ୍ ॥ ୩୪॥
ମାୟା ଏହି
କାର୍ଯ୍ୟ-କାରଣରୂପ ଜଗତର ଅତୀତ ଅଟେ ଏବଂ ଆପଣ ସେହି ମାୟାଠାରୁ ମଧ୍ୟ ଅତ୍ୟନ୍ତ ଅତୀତ ଅଟନ୍ତି |
ସେଥିପାଇଁ ହେ ପ୍ରଭୁ ! ଆପଣଙ୍କ ଅନନ୍ତ ସ୍ବରୂପର ସାକ୍ଷାତ ଜ୍ଞାନ ସମ୍ୟକ ପ୍ରାପ୍ତ କରିବାକୁ
ବ୍ରହ୍ମା ଆଦି ମଧ୍ୟ ସମର୍ଥ ନୁହନ୍ତି | ସେପରି କ୍ଷେତ୍ରରେ ସେମାନେ ଆପଣଙ୍କର ସ୍ତୁତି ଅବା
କିପରି କରିବେ ? ପୁନଶ୍ଚ ତାଙ୍କ ପୁତ୍ରର ପୁତ୍ର ଆମ୍ଭମାନଙ୍କର ଅବା ସ୍ଥିତି କେଉଁଠି ? ତଥାପି
ନିଜ ଶକ୍ତି ଅନୁସାରେ ଆମ୍ଭେମାନେ ଯତ୍ କିଞ୍ଚିତ୍ ଆପଣଙ୍କର ଗୁଣଗାନ କରିଛୁ |
ଏତତ୍ପରଂ
ପ୍ରପଶ୍ୟାମୋ ନ ପରଂ ତେ ମହେଶ୍ୱର ।
ମୃଡନାୟ ହି ଲୋକସ୍ୟ
ବ୍ୟକ୍ତିସ୍ତେଽବ୍ୟକ୍ତକର୍ମଣଃ ॥ ୩୫॥
ଆମ୍ଭେମାନେ ତ କେବଳ
ଆପଣଙ୍କର ଏହି ଲୀଳାବିହାରୀ ରୂପକୁ ଦେଖୁଛୁ; ଆପଣଙ୍କ ପରମ
ସ୍ବରୂପର ଜ୍ଞାନ ଆମ୍ଭମାନଙ୍କର ନାହିଁ | ମହେଶ୍ବର ! ଆପଣଙ୍କର ଲୀଳା ଯଦିଓ ଅବ୍ୟକ୍ତ ଅଟେ, ତଥାପି ଜଗତର କଲ୍ୟାଣ ନିମନ୍ତେ ଆପଣ ବ୍ୟକ୍ତରୂପରେ
ମଧ୍ୟ ରହନ୍ତି |
ଶ୍ରୀଶୁକ ଉବାଚ
ତଦ୍ୱୀକ୍ଷ୍ୟ
ବ୍ୟସନଂ ତାସାଂ କୃପୟା ଭୃଶପୀଡିତଃ ।
ସର୍ୱଭୂତସୁହୃଦ୍ଦେବ
ଇଦମାହ ସତୀଂ ପ୍ରିୟାମ୍ ॥ ୩୬॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ପ୍ରଜାଙ୍କର ଏହି ସଙ୍କଟ ଦେଖି ସମସ୍ତ ପ୍ରାଣୀଙ୍କର ଅକାରଣ ବନ୍ଧୁ
ଦେବାଧିଦେବ ଭଗବାନ ଶଂକରଙ୍କ ହୃଦୟରେ କୃପାବଶ ଅତ୍ୟନ୍ତ ବ୍ୟଥା ଉତ୍ପନ୍ନ ହେଲା | ସେ ନିଜ
ପ୍ରିୟା ସତୀଙ୍କୁ କହିଲେ -
ଶିବ ଉବାଚ
ଅହୋ ବତ
ଭବାନ୍ୟେତତ୍ପ୍ରଜାନାଂ ପଶ୍ୟ ବୈଶସମ୍ ।
କ୍ଷୀରୋଦମଥନୋଦ୍ଭୂତାତ୍କାଲକୂଟାଦୁପସ୍ଥିତମ୍
॥ ୩୭॥
ଭଗବାନ ଶିବ କହିଲେ –
ହେ ଦେବି ! ଏହା ଅତି ଦୁଃଖର ବିଷୟ ଅଟେ | ଦେଖ ତ ! ସମୁଦ୍ର-ମନ୍ଥନରୁ ବାହାରି ଥିବା କାଳକୂଟ
ବିଷ ଯୋଗୁଁ ପ୍ରଜାମାନଙ୍କ ଉପରେ କେତେ ବଡ ସଙ୍କଟ ପଡିଛି |
ଆସାଂ
ପ୍ରାଣପରୀପ୍ସୂନାଂ ବିଧେୟମଭୟଂ ହି ମେ ।
ଏତାବାନ୍ ହି
ପ୍ରଭୋରର୍ଥୋ ଯଦ୍ଦୀନପରିପାଲନମ୍ ॥ ୩୮॥
ଏମାନେ ବିଚରା ନିଜ
ପ୍ରାଣ ରକ୍ଷା କରିବାକୁ ଆତୁର ରହିଛନ୍ତି | ଏପରି ସ୍ଥିତିରେ ସେମାନଙ୍କୁ ନିର୍ଭୟ କରିବା ମୋର
କର୍ତ୍ତବ୍ୟ ଅଟେ | ଯାହା ପାଖରେ ଶକ୍ତି-ସାମର୍ଥ୍ୟ ରହିଛି, ଦୀନ-ଦୁଃଖୀଙ୍କର
ରକ୍ଷା କରିବାରେ ହିଁ ସେମାନଙ୍କ ଜୀବନର ସଫଳତା ନିହିତ |
ପ୍ରାଣୈଃ ସ୍ୱୈଃ
ପ୍ରାଣିନଃ ପାନ୍ତି ସାଧବଃ କ୍ଷଣଭଙ୍ଗୁରୈଃ ।
ବଦ୍ଧବୈରେଷୁ
ଭୂତେଷୁ ମୋହିତେଷ୍ୱାତ୍ମମାୟଯା ॥ ୩୯॥
ସଜ୍ଜନ ପୁରୁଷ ଅନ୍ୟ
ପ୍ରାଣୀର ପ୍ରାଣରକ୍ଷା ନିମନ୍ତେ ନିଜ କ୍ଷଣଭଙ୍ଗୁର ପ୍ରାଣକୁ ମଧ୍ୟ ସମର୍ପିତ କରିଦିଅନ୍ତି | ହେ
କଲ୍ୟାଣୀ ! ସଂସାରରେ ପ୍ରାଣୀ ନିଜର ହିଁ ମୋହ-ମାୟା ଫାଶରେ ବାନ୍ଧି ହୋଇ ମୋହିତ ହେଉଛନ୍ତି ଏବଂ
ପରସ୍ପର ପ୍ରତି ବୈରଭାବ କରି ବସିଛନ୍ତି |
ପୁଂସଃ କୃପୟତୋ
ଭଦ୍ରେ ସର୍ୱାତ୍ମା ପ୍ରୀୟତେ ହରିଃ ।
ପ୍ରୀତେ ହରୌ ଭଗବତି
ପ୍ରୀୟେଽହଂ ସଚରାଚରଃ ।
ତସ୍ମାଦିଦଂ ଗରଂ
ଭୁଞ୍ଜେ ପ୍ରଜାନାଂ ସ୍ୱସ୍ତିରସ୍ତୁ ମେ ॥ ୪୦॥
ସେମାନଙ୍କ ପ୍ରତି
ଯିଏ କୃପା କରନ୍ତି, ସର୍ବାତ୍ମା ଭଗବାନ
ଶ୍ରୀକୃଷ୍ଣ ତାଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି ଏବଂ ଭଗବାନ ପ୍ରସନ୍ନ ହେଲେ ଚରାଚର ଜଗତ ସହିତ
ମୁଁ ମଧ୍ୟ ପ୍ରସନ୍ନ ହୋଇଯାଏ | ତେଣୁ ଏବେ ମୁଁ ଏହି ବିଷକୁ ଭକ୍ଷଣ କରୁଛି, ଯଦ୍ବାରା ମୋ ପ୍ରଜାଙ୍କର କଲ୍ୟାଣ ହେବ |
ଶ୍ରୀଶୁକ ଉବାଚ
ଏବମାମନ୍ତ୍ର୍ୟ
ଭଗବାନ୍ ଭବାନୀଂ ବିଶ୍ୱଭାବନଃ ।
ତଦ୍ୱିଷଂ
ଜଗ୍ଧୁମାରେଭେ ପ୍ରଭାବଜ୍ଞାନ୍ୱମୋଦତ ॥ ୪୧॥
ଶ୍ରୀଶୁକଦେବ
କହୁଛନ୍ତି – ଏହିପରି ଭାବରେ ଦେବୀ ସତୀଙ୍କ ନିକଟରେ ପ୍ରସ୍ତାବନା କରି ବିଶ୍ବର ଜୀବନଦାତା ଭଗବାନ
ଶଂକର ବିଷ ପାନ କରିବାକୁ ଉଦ୍ୟତ ହେଲେ | ଦେବୀ ତ ତାଙ୍କର ପ୍ରଭାବ ବିଷୟରେ ଜାଣିଥିଲେ, ତେଣୁ ସେ ହୃଦୟର ସହିତ ତାହାର ଅନୁମୋଦନ କଲେ |
ତତଃ କରତଲୀକୃତ୍ୟ
ବ୍ୟାପି ହାଲାହଲଂ ବିଷମ୍ ।
ଅଭକ୍ଷୟନ୍ମହାଦେବଃ
କୃପୟା ଭୂତଭାବନଃ ॥ ୪୨॥
ଭଗବାନ ଶଂକର ଅତିଶୟ
କୃପାଳୁ ଅଟନ୍ତି | ତାଙ୍କ ଶକ୍ତିରେ ସମସ୍ତ ପ୍ରାଣୀ ଜୀବିତ ରହନ୍ତି | ସେ ସେହି ଉତ୍କଟ ହଳାହଳ
ବିଷକୁ ହାତରେ ଉଠାଇ ଭକ୍ଷଣ କରିନେଲେ |
(ହର ହର ନମଃ
ପାର୍ୱତୀପତୟେ ହର ହର ମହାଦେବ)
ତସ୍ୟାପି
ଦର୍ଶୟାମାସ ସ୍ୱବୀର୍ୟଂ ଜଲକଲ୍ମଷଃ ।
ଯଚ୍ଚକାର ଗଲେ ନୀଲଂ
ତଚ୍ଚ ସାଧୋର୍ୱିଭୂଷଣମ୍ ॥ ୪୩॥
ସେହି ବିଷ ଜଳର ପାପ
ବା ମଳ ଥିଲା | ତାହା ଭଗବାନ ଶଂକରଙ୍କ ଉପରେ ମଧ୍ୟ ନିଜର ପ୍ରଭାବ ପ୍ରକଟ କରିଦେଲା, ଯାହା ଫଳରେ ତାଙ୍କର କଣ୍ଠ ନୀଳ ବର୍ଣ୍ଣ ଧାରଣ କଲା |
କିନ୍ତୁ ତାହା ତ ପ୍ରଜାର ହିତକାରୀ ଭଗବାନ ଶଂକରଙ୍କ ନିମନ୍ତେ ଭୂଷଣରୂପ ହୋଇଗଲା |
ତପ୍ୟନ୍ତେ
ଲୋକତାପେନ ସାଧବଃ ପ୍ରାୟଶୋ ଜନାଃ ।
ପରମାରାଧନଂ ତଦ୍ଧି
ପୁରୁଷସ୍ୟାଖିଲାତ୍ମନଃ ॥ ୪୪॥
ପରୋପକାରୀ ସଜ୍ଜନ
ପ୍ରାୟତଃ ପ୍ରଜାର ଦୁଃଖ ହରଣ କରିବା ନିମନ୍ତେ ସ୍ବୟଂ ଦୁଃଖ ବରଣ କରିନିଅନ୍ତି | କିନ୍ତୁ
ବାସ୍ତବରେ ସେମାନଙ୍କ ପାଇଁ ତାହା ଦୁଃଖ ନୁହେଁ, ତାହା ସମସ୍ତଙ୍କ
ହୃଦୟରେ ବିରାଜମାନ ଭଗବାନଙ୍କର ପରମ ଆରାଧନା ଅଟେ |
ନିଶମ୍ୟ କର୍ମ
ତଚ୍ଛମ୍ଭୋର୍ଦେବଦେବସ୍ୟ ମୀଢୁଷଃ ।
ପ୍ରଜା ଦାକ୍ଷାୟଣୀ
ବ୍ରହ୍ମା ବୈକୁଣ୍ଠଶ୍ଚ ଶଶଂସିରେ ॥ ୪୫॥
ଦେବାଧିଦେବ ଭଗବାନ
ଶଂକର ସମସ୍ତଙ୍କର କାମନା ପୂର୍ଣ୍ଣ କରିଥାଆନ୍ତି | ତାଙ୍କର ଏହି କଲ୍ୟାଣକାରୀ ଅଦ୍ଭୁତ କର୍ମ
ବିଷୟରେ ଶୁଣି ସମ୍ପୂର୍ଣ୍ଣ ପ୍ରଜାବର୍ଗ, ଦକ୍ଷକନ୍ୟା ସତୀ, ବ୍ରହ୍ମାଜୀ ଏବଂ ସ୍ବୟଂ ବିଷ୍ଣୁ ଭଗବାନ ମଧ୍ୟ ତାଙ୍କର
ପ୍ରଶଂସା କରିବାରେ ଲାଗିଲେ |
ପ୍ରସ୍କନ୍ନଂ ପିବତଃ
ପାଣେର୍ୟତ୍କିଞ୍ଚିଜ୍ଜଗୃହୁଃ ସ୍ମ ତତ୍ ।
ବୃଶ୍ଚିକାହିବିଷୌଷଧ୍ୟୋ
ଦନ୍ଦଶୂକାଶ୍ଚ ଯେଽପରେ ॥ ୪୬॥
ଭଗବାନ ଶଂକର
ଯେତେବେଳେ ବିଷପାନ କରୁଥିଲେ, ସେତେବେଳେ ତାଙ୍କ
ହାତରୁ ଅଳ୍ପ କିଛି ପରିମାଣର ବିଷ ତଳକୁ ଖସି ପଡିଥିଲା| ତାହାକୁ ବିଛା, ସାପ ତଥା ଅନ୍ୟ ବିଷଧର ଜୀବ ଏବଂ ବିଷାକ୍ତ ଚାରା-ଲତା
ଗ୍ରହଣ କରିନେଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସମ୍ହିତାୟାଂ
ଅଷ୍ଟମସ୍କନ୍ଧେ
ଅମୃତମଥନେ ସପ୍ତମୋଽଧ୍ୟାୟଃ ॥ ୭॥

Comments
Post a Comment