ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଅଷ୍ଟମ ସ୍କନ୍ଧ ॥

ଦଶମ ଅଧ୍ୟାୟ

ଦେବାସୁର-ସଂଗ୍ରାମ

 

ଶ୍ରୀଶୁକ ଉବାଚ

ଇତି ଦାନବଦୈତେୟା ନାବିନ୍ଦନ୍ନମୃତଂ ନୃପ ।

ଯୁକ୍ତାଃ କର୍ମଣି ଯତ୍ତାଶ୍ଚ ବାସୁଦେବପରାଙ୍ମୁଖାଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଯଦିଓ ଦାନବ ଏବଂ ଦୈତ୍ୟମାନେ ଅତ୍ୟନ୍ତ ସାବଧାନପୂର୍ବକ ସମୁଦ୍ର-ମନ୍ଥନ କରିବା ଦିଗରେ ଅକଥ ପରିଶ୍ରମ କରିଥିଲେ, ତଥାପି ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ସେମାନେ ଅମୃତ ପ୍ରାପ୍ତ କରି ପାରିଲେ ନାହିଁ |

ସାଧୟିତ୍ୱାମୃତଂ ରାଜନ୍ ପାୟଯିତ୍ୱା ସ୍ୱକାନ୍ ସୁରାନ୍ ।

ପଶ୍ୟତାଂ ସର୍ୱଭୂତାନାଂ ଯୟୌ ଗରୁଡବାହନଃ ॥ ୨॥

ସମୁଦ୍ର-ମନ୍ଥନରୁ ଯେଉଁ ଅମୃତ ବାହାରିଲା, ଭଗବାନ ତାହାକୁ ତାଙ୍କର ନିଜଜନ ଦେବତାମାନଙ୍କୁ ପାନ କରାଇ ସମସ୍ତଙ୍କ ଆଖି ଆଗରେ ହିଁ ଗରୁଡ ପୃଷ୍ଠରେ ଆରୋହଣ କରି ସେଠାରୁ ପ୍ରସ୍ଥାନ କଲେ |

ସପତ୍ନାନାଂ ପରାମୃଦ୍ଧିଂ ଦୃଷ୍ଟ୍ୱା ତେ ଦିତିନନ୍ଦନାଃ ।

ଅମୃଷ୍ୟମାଣା ଉତ୍ପେତୁର୍ଦେବାନ୍ ପ୍ରତ୍ୟୁଦ୍ୟତାୟୁଧାଃ ॥ ୩॥

ନିଜ ଶତ୍ରୁ ଦେବତାମାନଙ୍କୁ ଅମୃତ-ପ୍ରାପ୍ତିରୂପୀ ସଫଳତା ମିଳିଥିବା ଦେଖି ଦୈତ୍ୟମାନେ ଅସହିଷ୍ଣୁ ହୋଇ ଉଠିଲେ ଏବଂ ଅତିଶୀଘ୍ର ଶସ୍ତ୍ର ଉଠାଇ ଦେବତାମାନଙ୍କ ଉପରେ ଆକ୍ରମଣ କରିଦେଲେ |

ତତଃ ସୁରଗଣାଃ ସର୍ୱେ ସୁଧୟା ପୀତୟୈଧିତାଃ ।

ପ୍ରତିସଂୟୁୟୁଧୁଃ ଶସ୍ତ୍ରୈର୍ନାରାୟଣପଦାଶ୍ରୟାଃ ॥ ୪॥

ଏଣେ ଦେବତାମାନେ ତ ଅମୃତ ପାନ କରି ବିଶେଷ ଶକ୍ତିଯୁକ୍ତ ହୋଇ ଯାଇଥିଲେ, ତାଛଡା ସେମାନଙ୍କଠାରେ ଭଗବାନଙ୍କର ଚରଣକମଳର ଆଶ୍ରୟ ମଧ୍ୟ ରହିଥିଲା | ତେଣୁ ସେମାନେ ମଧ୍ୟ ଅସ୍ତ୍ର-ଶସ୍ତ୍ରରେ ସୁସଜ୍ଜିତ ହୋଇ ଦୈତ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ |

ତତ୍ର ଦୈବାସୁରୋ ନାମ ରଣଃ ପରମଦାରୁଣଃ ।

ରୋଧସ୍ୟୁଦନ୍ୱତୋ ରାଜଂସ୍ତୁମୁଲୋ ରୋମହର୍ଷଣଃ ॥ ୫॥

ପରୀକ୍ଷିତ ! କ୍ଷୀରସାଗରର ତଟଦେଶରେ ଅତ୍ୟନ୍ତ ରୋମାଞ୍ଚକାରୀ ଏବଂ ଭୟଙ୍କର ସଂଗ୍ରାମ ଆରମ୍ଭ ହୋଇଗଲା | ଦେବତା ଓ ଦୈତ୍ୟମାନଙ୍କ ମଧ୍ୟରେ ସେହି ତୁମୁଳ ଲଢାଇ ହିଁ ଦେବାସୁର-ସଂଗ୍ରାମ ନାମରେ ପ୍ରସିଦ୍ଧ ଅଟେ |

ତତ୍ରାନ୍ୟୋନ୍ୟଂ ସପତ୍ନାସ୍ତେ ସଂରବ୍ଧମନସୋ ରଣେ ।

ସମାସାଦ୍ୟାସିଭିର୍ବାଣୈର୍ନିଜଘ୍ନୁର୍ୱିବିଧାୟୁଧୈଃ ॥ ୬॥

ଉଭୟ ପକ୍ଷ ପରସ୍ପର ପ୍ରତି ପ୍ରବଳ ଶତ୍ରୁତା ପ୍ରଦର୍ଶନ କରୁଥିଲେ, ଉଭୟେ କ୍ରୋଧ ଜର୍ଜରିତ ଥିଲେ | ପରସ୍ପରକୁ ନିଜ ସମ୍ମୁଖରେ ଦେଖି ଉଭୟେ ତରବାରୀ, ବାଣ ଏବଂ ଆହୁରି ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ଦ୍ବାରା ପରସ୍ପରକୁ ଆହତ କରିବାରେ ଲାଗିଥିଲେ |

ଶଙ୍ଖତୂର୍ୟମୃଦଙ୍ଗାନାଂ ଭେରୀଡମରିଣାଂ ମହାନ୍ ।

ହସ୍ତ୍ୟଶ୍ୱରଥପତ୍ତୀନାଂ ନଦତାଂ ନିଃସ୍ୱନୋଽଭବତ୍ ॥ ୭॥

ସେହି ସମୟରେ ଯୁଦ୍ଧଭୂମିରେ ଶଂଖ, ତୁରୀ, ମୃଦଙ୍ଗ, ନାଗରା ଏବଂ ଡମ୍ବରୁ ଖୁବ୍ ଜୋରରେ ବାଜି ଉଠିଲା | ହାତୀମାନଙ୍କର ଗର୍ଜନ, ଘୋଡାମାନଙ୍କର ହ୍ରେସାରବ, ରଥମାନଙ୍କର ଘଡଘଡ ଶବ୍ଦ ଏବଂ ପଦାତିକ ସୈନ୍ୟମାନଙ୍କର ଚିତ୍କାରରେ ସର୍ବତ୍ର କୋଳାହଳ ବ୍ୟାପି ଗଲା |

ରଥିନୋ ରଥିଭିସ୍ତତ୍ର ପତ୍ତିଭିଃ ସହ ପତ୍ତୟଃ ।

ହୟା ହୟୈରିଭାଶ୍ଚେଭୈଃ ସମସଜ୍ଜନ୍ତ ସଂୟୁଗେ ॥ ୮॥

ରଣଭୂମିରେ ରଥୀମାନଙ୍କ ସହିତ ରଥୀ, ପଦାତିକଙ୍କ ସହିତ ପଦାତିକ, ଅଶ୍ବାରୋହୀଙ୍କ ସହିତ ଅଶ୍ବାରୋହୀ ଏବଂ ଗଜାରୋହୀଙ୍କ ଗଜାରୋହୀ ଲଢିବାରେ ଲାଗିଲେ |

ଉଷ୍ଟ୍ରୈଃ କେଚିଦିଭୈଃ କେଚିଦପରେ ଯୁୟୁଧୁଃ ଖରୈଃ ।

କେଚିଦ୍ଗୌରମୁଖୈରୃକ୍ଷୈର୍ଦ୍ୱୀପିଭିର୍ହରିଭିର୍ଭଟାଃ ॥ ୯॥

ସେମାନଙ୍କ ମଧ୍ୟରୁ କେହି-କେହି ବୀର ଓଟ, ହାତୀ ଏବଂ ଗଧରେ ଚଢି ଯୁଦ୍ଧ କରୁଥିଲେ ତ ଅନ୍ୟ କେହି-କେହି ଗୌରମୃଗ, ଭାଲୁ, ବାଘ ଏବଂ ସିଂହ ଉପରେ ଚଢି ଯୁଦ୍ଧ କରୁଥିଲେ |

ଗୃଧ୍ରୈଃ କଙ୍କୈର୍ବକୈରନ୍ୟେ ଶ୍ୟେନଭାସୈସ୍ତିମିଙ୍ଗିଲୈଃ ।

ଶରଭୈର୍ମହିଷୈଃ ଖଡ୍ଗୈର୍ଗୋବୃଷୈର୍ଗବୟାରୁଣୈଃ ॥ ୧୦॥

କେହି-କେହି ସୈନିକ ଶାଗୁଣା, କଙ୍କ, ବଗ, ବାଜପକ୍ଷୀ ଉପରେ ତ ଅନ୍ୟ ବହୁତ ସୈନିକ ତିମି, ମାଛ, ପଙ୍ଗପାଳ, ମଇଁଷି, ବଳଦ, ନୀଳଗାଈ ଏବଂ ଜଙ୍ଗଲୀ ଷଣ୍ଢଙ୍କ ଉପରେ ଚଢିଥିଲେ |

ଶିବାଭିରାଖୁଭିଃ କେଚିତ୍କୃକଲାସୈଃ ଶଶୈର୍ନରୈଃ ।

ବସ୍ତୈରେକେ କୃଷ୍ଣସାରୈର୍ହଂସୈରନ୍ୟେ ଚ ସୂକରୈଃ ॥ ୧୧॥

କେହି କେହି ସିୟାର, ମୂଷିକ, ଏଣ୍ଡୁଅ ଏବଂ କୁଆ ଉପରେ ବସିଥିଲେ ତ ବହୁତ ଜଣ ମନୁଷ୍ୟ, ଛେଳି, କୃଷ୍ଣସାର ମୃଗ, ହଂସ ଏବଂ ଶୂକର ଉପରେ ଚଢିଥିଲେ |

ଅନ୍ୟେ ଜଲସ୍ଥଲଖଗୈଃ ସତ୍ତ୍ୱୈର୍ୱିକୃତବିଗ୍ରହୈଃ ।

ସେନୟୋରୁଭୟୋ ରାଜନ୍ ବିବିଶୁସ୍ତେଽଗ୍ରତୋଽଗ୍ରତଃ ॥ ୧୨॥

ଏହିପରି ଭାବରେ ଜଳ, ସ୍ଥଳ ଏବଂ ଆକାଶଚାରୀ ତଥା ଦେଖିବାକୁ ଭୟଙ୍କର ଶରୀରଧାରୀ ପ୍ରାଣୀମାନଙ୍କ ଉପରେ ଚଢି ଦୈତ୍ୟମାନେ ଉଭୟ ସେନାର ଆଗେ-ଆଗେ ଚାଲିଥିଲେ |

ଚିତ୍ରଧ୍ୱଜପଟୈ ରାଜନ୍ନାତପତ୍ରୈଃ ସିତାମଲୈଃ ।

ମହାଧନୈର୍ୱଜ୍ରଦଣ୍ଡୈର୍ୱ୍ୟଜନୈର୍ବାର୍ହଚାମରୈଃ ॥ ୧୩॥

ବାତୋଦ୍ଧୂତୋତ୍ତରୋଷ୍ଣୀଷୈରର୍ଚିର୍ଭିର୍ୱର୍ମଭୂଷଣୈଃ ।

ସ୍ଫୁରଦ୍ଭିର୍ୱିଶଦୈଃ ଶସ୍ତ୍ରୈଃ ସୁତରାଂ ସୂର୍ୟରଶ୍ମିଭିଃ ॥ ୧୪॥

ଦେବଦାନବବୀରାଣାଂ ଧ୍ୱଜିନ୍ୟୌ ପାଣ୍ଡୁନନ୍ଦନ ।

ରେଜତୁର୍ୱୀରମାଲାଭିର୍ୟାଦସାମିବ ସାଗରୌ ॥ ୧୫॥

ପରୀକ୍ଷିତ ! ସେହି ସମୟରେ ରଙ୍ଗ-ବେରଙ୍ଗ ପତାକା, ସ୍ଫଟିକ-ମଣି ସଦୃଶ ଶ୍ବେତ ନିର୍ମଳ ଛତ୍ର, ରତ୍ନଜଟିତ ଦଣ୍ଡଯୁକ୍ତ ବହୁମୂଲ୍ୟ ପଂଖା, ମୟୂରପୁଚ୍ଛ, ଚାମର, ବାୟୁରେ ଉଡୁଥିବା ଓଢ଼ଣୀ, ପଗଡି, ଟୋପି, କବଚ, ଆଭୂଷଣ ଏବଂ ସୂର୍ଯ୍ୟକିରଣରେ ଝଲସି ଉଠୁଥିବା ଶସ୍ତ୍ର ଏବଂ ବୀରମାନଙ୍କର ଧାଡିରେ ଶୋଭିତ ହୋଇ ଦେବତା ଓ ଅସୁରମାନଙ୍କର ସେନା ଏପରି ଶୋଭାୟମାନ ହେଉଥିଲେ ସତେ ଯେପରି ଜଳ-ଜନ୍ତୁରେ ଭରା ଦୁଇଟି ମହାସାଗର ଲହରୀ ଖେଳୁଛନ୍ତି |

ବୈରୋଚନୋ ବଲିଃ ସଙ୍ଖ୍ୟେ ସୋଽସୁରାଣାଂ ଚମୂପତିଃ ।

ଯାନଂ ବୈହାୟସଂ ନାମ କାମଗଂ ମୟନିର୍ମିତମ୍ ॥ ୧୬॥

ପରୀକ୍ଷିତ ! ରଣଭୂମିରେ ଦୈତ୍ୟମାନଙ୍କର ସେନାପତି ରୂପେ ବିରୋଚନପୁତ୍ର ବଳି ମୟ ଦାନବ ଦ୍ବାରା ନିର୍ମିତ ବୈହାୟସ ନାମକ ବିମାନ ଆରୋହଣ କରିଥିଲେ | ସେହି ବିମାନ ବିମାନଚାରୀର ଇଚ୍ଛା ଅନୁସାରେ ଯେଉଁଠିକୁ-ସେଠାକୁ ଯାଇ ପାରୁଥିଲା |

ସର୍ୱସାଙ୍ଗ୍ରାମିକୋପେତଂ ସର୍ୱାଶ୍ଚର୍ୟମୟଂ ପ୍ରଭୋ ।

ଅପ୍ରତର୍କ୍ୟମନିର୍ଦେଶ୍ୟଂ ଦୃଶ୍ୟମାନମଦର୍ଶନମ୍ ॥ ୧୭॥

ଯୁଦ୍ଧର ସମସ୍ତ ସାମଗ୍ରୀରେ ତାହା ସୁସଜ୍ଜିତ ଥିଲା | ପରୀକ୍ଷିତ ! ତାହା ଏପରି ଆଶ୍ଚର୍ଯ୍ୟମୟ ଥିଲା ଯେ କେତେବେଳେ ଆଖିକୁ ଦେଖା ଯାଉଥିଲା ତ କେତେବେଳେ ଅଦୃଶ୍ୟ ରହୁଥିଲା | ଏହି ସମୟରେ ତାହା କେଉଁଠାରେ ଅଛି, ତାହାର ଅନୁମାନ ହିଁ କରି ହେଉ ନ ଥିଲା |

ଆସ୍ଥିତସ୍ତଦ୍ୱିମାନାଗ୍ର୍ୟଂ ସର୍ୱାନୀକାଧିପୈର୍ୱୃତଃ ।

ବାଲବ୍ୟଜନଛତ୍ରାଗ୍ର୍ୟୈ ରେଜେ ଚନ୍ଦ୍ର ଇବୋଦୟେ ॥ ୧୮॥

ରାଜା ବଳି ସେହି ଶ୍ରେଷ୍ଠ ବିମାନ ଆରୋହଣ କରିଥିଲେ | ସବୁ ବଡ-ବଡ ସେନାପତି ତାଙ୍କ ଚତୁର୍ପାର୍ଶ୍ବରେ ଘେରି ରହିଥିଲେ | ଶ୍ରେଷ୍ଠ ଚାମର ଦ୍ବାରା ତାଙ୍କର ଆଲଟ କରା ଯାଉଥିଲା ଏବଂ ତାଙ୍କ ମସ୍ତକ ଉପରେ ଛତ୍ର ବିସ୍ତୃତ ରହିଥିଲା | ସେହି ସମୟରେ ବଳି ଉଦୟାଚଳର ଚନ୍ଦ୍ରମା ପରି ପ୍ରତୀତ ହେଉଥିଲେ |

ତସ୍ୟାସନ୍ ସର୍ୱତୋ ଯାନୈର୍ୟୂଥାନାଂ ପତୟୋଽସୁରାଃ ।

ନମୁଚିଃ ଶମ୍ବରୋ ବାଣୋ ବିପ୍ରଚିତ୍ତିରୟୋମୁଖଃ ॥ ୧୯॥

ଦ୍ୱିମୂର୍ଧା କାଲନାଭୋଽଥ ପ୍ରହେତିର୍ହେତିରିଲ୍ୱଲଃ ।

ଶକୁନିର୍ଭୂତସନ୍ତାପୋ ବଜ୍ରଦଂଷ୍ଟ୍ରୋ ବିରୋଚନଃ ॥ ୨୦॥

ହୟଗ୍ରୀବଃ ଶଙ୍କୁଶିରାଃ କପିଲୋ ମେଘଦୁନ୍ଦୁଭିଃ ।

ତାରକଶ୍ଚକ୍ରଦୃକ୍ ଶୁମ୍ଭୋ ନିଶୁମ୍ଭୋ ଜମ୍ଭ ଉତ୍କଲଃ ॥ ୨୧॥

ଅରିଷ୍ଟୋଽରିଷ୍ଟନେମିଶ୍ଚ ମୟଶ୍ଚ ତ୍ରିପୁରାଧିପଃ ।

ଅନ୍ୟେ ପୌଲୋମକାଲେୟା ନିବାତକବଚାଦୟଃ ॥ ୨୨॥

ତାଙ୍କ ବିମାନର ଚାରିପାଖରେ ନିଜ-ନିଜ ବିମାନରେ ବସି ସେନାର ଛୋଟ-ଛୋଟ ଦଳମାନଙ୍କର ସ୍ବାମୀ ନମୁଚି, ଶମ୍ବର, ବାଣ, ବିପ୍ରଚିତି, ଅୟୋମୁଖ, ଦ୍ବିମୂର୍ଧା, କାଳନାଭ, ପ୍ରହେତି, ହେତି, ଇଲ୍ବଳ, ଶକୁନି, ଭୂତସନ୍ତାପ, ବଜ୍ରଦଂଷ୍ଟ୍ର, ବିରୋଚନ, ହୟଗ୍ରୀବ, ଶଙ୍କୁଶିରା, କପିଳ, ମେଘଦୁନ୍ଦୁଭି, ତାରକ, ଚକ୍ରାକ୍ଷ, ଶୁମ୍ଭ, ନିଶୁମ୍ଭ, ଜମ୍ଭ, ଉତ୍କଳ, ଅରିଷ୍ଟ, ଅରିଷ୍ଟନେମି, ତ୍ରିପୁରାଧିପତି ମୟ, ପୌଲୋମ କାଳେୟ ଏବଂ ନିବାତକବଚ ଆଦି ରହିଥିଲେ |

ଅଲବ୍ଧଭାଗାଃ ସୋମସ୍ୟ କେବଲଂ କ୍ଲେଶଭାଗିନଃ ।

ସର୍ୱ ଏତେ ରଣମୁଖେ ବହୁଶୋ ନିର୍ଜିତାମରାଃ ॥ ୨୩॥

ଏମାନେ ସମସ୍ତେ ସମୁଦ୍ର-ମନ୍ଥନରେ ସମ୍ମିଳିତ ଥିଲେ | କିନ୍ତୁ ଏମାନଙ୍କୁ ଅମୃତରେ ଭାଗ ମିଳିବା ପରିବର୍ତ୍ତେ କେବଳ କ୍ଲେଶ ହିଁ ମିଳିଥିଲା | ପୂର୍ବରୁ ଏହି ସବୁ ଅସୁରମାନେ ଥରେ ନୁହେଁ, ଅନେକ ଥର ଦେବତାମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ |

ସିଂହନାଦାନ୍ ବିମୁଞ୍ଚନ୍ତଃ ଶଙ୍ଖାନ୍ ଦଧ୍ମୁର୍ମହାରବାନ୍ ।

ଦୃଷ୍ଟ୍ୱା ସପତ୍ନାନୁତ୍ସିକ୍ତାନ୍ ବଲଭିତ୍କୁପିତୋ ଭୃଶମ୍ ॥ ୨୪॥

ସେଥିପାଇଁ ସେମାନେ ଅତ୍ୟନ୍ତ ଉତ୍ସାହର ସହିତ ସିଂହନାଦ କରି ନିଜର ଘୋର କର୍କଶ ଧ୍ବନିଯୁକ୍ତ ଶଂଖ ବଜାଇଲେ | ନିଜ ଶତ୍ରୁମାନଙ୍କୁ ଅତିଶୟ ଉତ୍ସାହିତ ଏବଂ ମଦୋନ୍ମତ୍ତ ଦେଖି ଇନ୍ଦ୍ରଙ୍କର କ୍ରୋଧ ବୃଦ୍ଧି ଲାଭ କଲା |

ଐରାବତଂ ଦିକ୍କରିଣମାରୂଢଃ ଶୁଶୁଭେ ସ୍ୱରାଟ୍ ।

ଯଥା ସ୍ରବତ୍ପ୍ରସ୍ରବଣମୁଦୟାଦ୍ରିମହର୍ପତିଃ ॥ ୨୫॥

ସେ ନିଜ ବାହନ ଐରାବତ ନାମକ ଶ୍ରେଷ୍ଠ ହସ୍ତୀ ଉପରେ ଆରୋହଣ କଲେ, ଯାହାର କପୋଳରୁ ମଦ ସ୍ରବିତ ହେଉଥିଲା | ତଦ୍ବାରା ଇନ୍ଦ୍ର ଏପରି ଶୋଭାୟମାନ ହେଉଥିଲେ ସତେ ଯେପରି ଭଗବାନ ସୂର୍ଯ୍ୟ ଉଦୟାଚଳରେ ଆରୂଢ ହୋଇଛନ୍ତି ଏବଂ ତାଙ୍କଠାରୁ ଅନେକ ଝରଣା ପ୍ରବାହିତ ହେଉଛନ୍ତି |

ତସ୍ୟାସନ୍ ସର୍ୱତୋ ଦେବା ନାନାବାହଧ୍ୱଜାୟୁଧାଃ ।

ଲୋକପାଲାଃ ସହ ଗଣୈର୍ୱାୟ୍ୱଗ୍ନିବରୁଣାଦୟଃ ॥ ୨୬॥

ଇନ୍ଦ୍ରଙ୍କ ଚତୁର୍ପାର୍ଶ୍ବରେ ନିଜ-ନିଜ ବାହନ, ଧ୍ବଜା ଏବଂ ଆୟୁଧ ସହିତ ଦେବଗଣ ଏବଂ ନିଜ-ନିଜ ଗଣମାନଙ୍କ ସହିତ ବାୟୁ, ଅଗ୍ନି, ବରୁଣ ଆଦି ଲୋକପାଳମାନେ ଘେରି ରହିଲେ |

ତେଽନ୍ୟୋନ୍ୟମଭିସଂସୃତ୍ୟ କ୍ଷିପନ୍ତୋ ମର୍ମଭିର୍ମିଥଃ ।

ଆହ୍ୱୟନ୍ତୋ ବିଶନ୍ତୋଽଗ୍ରେ ଯୁୟୁଧୁର୍ଦ୍ୱନ୍ଦ୍ୱୟୋଧିନଃ ॥ ୨୭॥

ଉଭୟ ସେନା ପରସ୍ପର ସମ୍ମୁଖରେ ଠିଆ ହୋଇଗଲେ ଏବଂ ଦୁଇ-ଦୁଇ ଜଣ ହୋଇ ପରସ୍ପର ସହିତ ଲଢିବାରେ ଲାଗିଲେ | କିଏ ଆଗକୁ ମାଡି ଯାଉଥିଲା ତ ଅନ୍ୟ ଜଣଙ୍କ ତାକୁ ନାଁ ଧରି ଆହ୍ବାନ କରୁଥିଲା | କେହି-କେହି ମର୍ମଭେଦୀ ବଚନରେ ନିଜ ପ୍ରତିଦ୍ବନ୍ଦୀର ଧିକ୍କାର କରୁଥିଲା |

ଯୁୟୋଧ ବଲିରିନ୍ଦ୍ରେଣ ତାରକେଣ ଗୁହୋଽସ୍ୟତ ।

ବରୁଣୋ ହେତିନାୟୁଧ୍ୟନ୍ମିତ୍ରୋ ରାଜନ୍ ପ୍ରହେତିନା ॥ ୨୮॥

ବଳି ଇନ୍ଦ୍ରଙ୍କ ସହିତ, ସ୍ବାମି କାର୍ତ୍ତିକ ତାରକାସୁର ସହିତ, ବରୁଣ ହେତି ସହିତ ଏବଂ ମିତ୍ର ପ୍ରହେତି ସହିତ ଲଢୁଥିଲେ |

ଯମସ୍ତୁ କାଲନାଭେନ ବିଶ୍ୱକର୍ମା ମୟେନ ବୈ ।

ଶମ୍ବରୋ ଯୁୟୁଧେ ତ୍ୱଷ୍ଟ୍ରା ସବିତ୍ରା ତୁ ବିରୋଚନଃ ॥ ୨୯॥

ଯମରାଜ କାଳନାଭ ସହିତ, ବିଶ୍ବକର୍ମା ମୟ ସହିତ, ଶମ୍ବରାସୁର ତ୍ବଷ୍ଟାଙ୍କ ସହିତ ତଥା ସବିତା ବିରୋଚନ ସହିତ ଲଢୁଥିଲେ |

ଅପରାଜିତେନ ନମୁଚିରଶ୍ୱିନୌ ବୃଷପର୍ୱଣା ।

ସୂର୍ୟୋ ବଲିସୁତୈର୍ଦେବୋ ବାଣଜ୍ୟେଷ୍ଠୈଃ ଶତେନ ଚ ॥ ୩୦॥

ନମୁଚି ଅପରାଜିତଙ୍କ ସହିତ, ଅଶ୍ବିନୀ କୁମାର ବୃଷପର୍ବା ସହିତ ତଥା ସୂର୍ଯ୍ୟଦେବ ବଳିଙ୍କର ବାଣ ଆଦି ଶହେ ପୁତ୍ରଙ୍କ ସହିତ ଯୁଦ୍ଧ କରୁଥିଲେ |

ରାହୁଣା ଚ ତଥା ସୋମଃ ପୁଲୋମ୍ନା ଯୁୟୁଧେଽନିଲଃ ।

ନିଶୁମ୍ଭଶୁମ୍ଭୟୋର୍ଦେବୀ ଭଦ୍ରକାଲୀ ତରସ୍ୱିନୀ ॥ ୩୧॥

ରାହୁଙ୍କ ସହିତ ଚନ୍ଦ୍ରମା ଏବଂ ପୁଲୋମାଙ୍କ ସହିତ ବାୟୁଦେବଙ୍କର ଯୁଦ୍ଧ ହେଲା | ଦେବୀ ଭଦ୍ରକାଳୀ ନିଶୁମ୍ଭ ଓ ଶୁମ୍ଭ ଉପରକୁ ଝପଟି ଆସିଲେ |

ବୃଷାକପିସ୍ତୁ ଜମ୍ଭେନ ମହିଷେଣ ବିଭାବସୁଃ ।

ଇଲ୍ୱଲଃ ସହ ବାତାପିର୍ବ୍ରହ୍ମପୁତ୍ରୈରରିନ୍ଦମ ॥ ୩୨॥

ପରୀକ୍ଷିତ ! ଜମ୍ଭାସୁର ସହିତ ମହାଦେବ, ମହିଷାସୁର ସହିତ ଅଗ୍ନିଦେବ ଏବଂ ବାତାପି ତଥା ଇଲ୍ବଳ ସହିତ ବ୍ରହ୍ମାଙ୍କର ପୁତ୍ର ମରୀଚି ଆଦି ଭିଡିଗଲେ |

କାମଦେବେନ ଦୁର୍ମର୍ଷ ଉତ୍କଲୋ ମାତୃଭିଃ ସହ ।

ବୃହସ୍ପତିଶ୍ଚୋଶନସା ନରକେଣ ଶନୈଶ୍ଚରଃ ॥ ୩୩॥

ଦୁର୍ମର୍ଷର କାମଦେବଙ୍କ ସହିତ, ଉତ୍କଳର ମାତୃଗଣଙ୍କ ସହିତ, ଶୁକ୍ରାଚାର୍ଯ୍ୟଙ୍କର ବୃହଷ୍ପତିଙ୍କ ସହିତ ଏବଂ ନରକାସୁରର ଶନିଶ୍ଚରଙ୍କ ସହିତ ଲଢାଇ ହେବାରେ ଲାଗିଲା |

ମରୁତୋ ନିବାତକବଚୈଃ କାଲେୟୈର୍ୱସବୋଽମରାଃ ।

ବିଶ୍ୱେଦେବାସ୍ତୁ ପୌଲୋମୈ ରୁଦ୍ରାଃ କ୍ରୋଧବଶୈଃ ସହ ॥ ୩୪॥

ନିବାତକବଚଙ୍କ ସହିତ ମରୁଦ୍ଗଣ, କାଳେୟଙ୍କ ସହିତ ବସୁଗଣ, ପୌଲମଙ୍କ ସହିତ ବିଶ୍ବଦେବଗଣ ତଥା କ୍ରୋଧବଶଙ୍କ ସହିତ ରୁଦ୍ରଗଣଙ୍କର ସଂଗ୍ରାମ ଚାଲିଲା |

ତ ଏବମାଜାବସୁରାଃ ସୁରେନ୍ଦ୍ରାଃ

ଦ୍ୱନ୍ଦ୍ୱେନ ସଂହତ୍ୟ ଚ ଯୁଧ୍ୟମାନାଃ ।

ଅନ୍ୟୋନ୍ୟମାସାଦ୍ୟ ନିଜଘ୍ନୁରୋଜସା

ଜିଗୀଷବସ୍ତୀକ୍ଷ୍ଣଶରାସିତୋମରୈଃ ॥ ୩୫॥

ଏହିପରି ଭାବରେ ରଣଭୂମିରେ ଅସୁର ଓ ଦେବତାମାନେ ଦ୍ବନ୍ଦ୍ବ ଯୁଦ୍ଧ ଏବଂ ସାମୂହିକ ଆକ୍ରମଣ ଦ୍ବାରା ପରସ୍ପର ସହିତ ଲଢି ବିଜୟ ଇଚ୍ଛାରେ ଉତ୍ସାହପୂର୍ବକ ପରସ୍ପରକୁ ତୀକ୍ଷ୍ଣ ବାଣ, ତରବାରୀ ଓ ଭାଲରେ ପ୍ରହାର କରିବାରେ ଲାଗିଲେ | ସେମାନେ ଭିନ୍ନ-ଭିନ୍ନ ପଦ୍ଧତିରେ ଯୁଦ୍ଧ କରୁଥିଲେ |

ଭୁଶୁଣ୍ଡିଭିଶ୍ଚକ୍ରଗଦର୍ଷ୍ଟିପଟ୍ଟିଶୈଃ

ଶକ୍ତ୍ୟୁଲ୍ମୁକୈଃ ପ୍ରାସପରଶ୍ୱଧୈରପି ।

ନିସ୍ତ୍ରିଂଶଭଲ୍ଲୈଃ ପରିଘୈଃ ସମୁଦ୍ଗରୈଃ

ସଭିନ୍ଦିପାଲୈଶ୍ଚ ଶିରାଂସି ଚିଚ୍ଛିଦୁଃ ॥ ୩୬॥

ଭୁଶୁଣ୍ଡି, ଚକ୍ର, ଗଦା, ଋଷ୍ଟି, ପଟ୍ଟିଶ, ଶକ୍ତି, ଉଲ୍ମୁକ, ପ୍ରାସ, ଫାର୍ସା, ତରବାରୀ, ଭାଲ, ମୁଦ୍ଗର, ପରିଧ ଏବଂ ଭିନ୍ଦିପାଳ ଦ୍ବାରା ସେମାନେ ପରସ୍ପରର ସିରଚ୍ଛେଦନ କରିବାରେ ଲାଗିଲେ |

ଗଜାସ୍ତୁରଙ୍ଗାଃ ସରଥାଃ ପଦାତୟଃ

ସାରୋହବାହା ବିବିଧା ବିଖଣ୍ଡିତାଃ ।

ନିକୃତ୍ତବାହୂରୁଶିରୋଧରାଙ୍ଘ୍ରୟ-

ଶ୍ଛିନ୍ନଧ୍ୱଜେଷ୍ୱାସତନୁତ୍ରଭୂଷଣାଃ ॥ ୩୭॥

ସେଥିରେ ନିଜ ନିଜର ଆରୋହଣକାରୀଙ୍କ ସହିତ ହାତୀ, ଘୋଡା, ରଥ ଆଦି ବାହନମାନେ ଏବଂ ପଦାତିକ ସୈନ୍ୟମାନେ ଏଣେତେଣେ ଛିନ୍ନ-ଭିନ୍ନ ହୋଇଗଲେ | କାହାର ଭୁଜ, କାହାର ଜଂଘ, କାହାର ଗଳା ଏବଂ କାହାର ପେଟ କଟିଗଲା ତ କାହାର ଧ୍ବଜା, ଧନୁ, କବଚ ଏବଂ ଆଭୂଷଣ ଖଣ୍ଡ-ଖଣ୍ଡ ହୋଇଗଲା |

ତେଷାଂ ପଦାଘାତରଥାଙ୍ଗଚୂର୍ଣିତା-

ଦାୟୋଧନାଦୁଲ୍ବଣ ଉତ୍ଥିତସ୍ତଦା ।

ରେଣୁର୍ଦିଶଃ ଖଂ ଦ୍ୟୁମଣିଂ ଚ ଛାଦୟନ୍

ନ୍ୟବର୍ତତାସୃକ୍ସ୍ରୁତିଭିଃ ପରିପ୍ଲୁତାତ୍ ॥ ୩୮॥

ସେମାନଙ୍କର ଦୃଢ ପଦାଘାତ ଏବଂ ରଥମାନଙ୍କର ଘର୍ଷଣରେ ଭୂମି ଖୋଳି ହୋଇଗଲା | ରଣଭୂମିରେ ଏପରି  ପ୍ରଚଣ୍ଡ ଧୂଳି ଉଠିଲା ଯେ ତାହା ଦିଗ-ବିଦିଗ, ଆକାଶ ଏପରି କି ସୂର୍ଯ୍ୟଙ୍କୁ ମଧ୍ୟ ଢାଙ୍କି ଅଦୃଶ୍ୟ କରିଦେଲା | କିନ୍ତୁ ଅଳ୍ପ କିଛି ସମୟ ପରେ ରକ୍ତସ୍ରୋତରେ ଭୂମି ଏପରି ଭାବରେ ପ୍ଲାବିତ ହୋଇଗଲା ଯେ ଧୂଳିର ଚିହ୍ନବର୍ଣ୍ଣ ସୁଦ୍ଧା ରହିଲା ନାହିଁ |

ଶିରୋଭିରୁଦ୍ଧୂତକିରୀଟକୁଣ୍ଡଲୈଃ

ସଂରମ୍ଭଦୃଗ୍ଭିଃ ପରିଦଷ୍ଟଦଚ୍ଛଦୈଃ ।

ମହାଭୁଜୈଃ ସାଭରଣୈଃ ସହାୟୁଧୈଃ

ସା ପ୍ରାସ୍ତୃତା ଭୂଃ କରଭୋରୁଭିର୍ବଭୌ ॥ ୩୯॥

ତଦନନ୍ତର ସେହି ରଣଭୂମି ଛିନ୍ନ ମସ୍ତକରେ ଭରିଗଲା | କାହାର ମୁକୁଟ ଏବଂ କୁଣ୍ଡଳ ଖସି ପଡିଥିଲା ତ କାହାର ଆଖିରେ କ୍ରୋଧ ମୁଦ୍ରା ପ୍ରକଟ ହେଉଥିଲା | କିଏ-କିଏ ନିଜ ଦାନ୍ତରେ ଓଠକୁ ଦବାଇ ରଖିଥିଲେ | ବହୁତ ଜଣଙ୍କର ଆଭୂଷଣ ଏବଂ ଶସ୍ତ୍ର-ସୁସଜ୍ଜିତ ଲମ୍ବା-ଲମ୍ବା ଭୁଜ ଏବଂ ବହୁତ ଜଣଙ୍କର ମୋଟା-ମୋଟା ଜଂଘ କଟି ତଳେ ପଡିଥିଲା | ଏହିରୂପେ ସେହି ରଣଭୂମି ଅତ୍ୟନ୍ତ ଭୀଷଣ ଦେଖା ଯାଉଥିଲା |

କବନ୍ଧାସ୍ତତ୍ର ଚୋତ୍ପେତୁଃ ପତିତସ୍ୱଶିରୋଽକ୍ଷିଭିଃ ।

ଉଦ୍ୟତାୟୁଧଦୋର୍ଦଣ୍ଡୈରାଧାବନ୍ତୋ ଭଟାନ୍ ମୃଧେ ॥ ୪୦॥

ସେହି ସମୟରେ ହଠାତ୍ କେତୋଟି ଗଣ୍ଡି ନିଜର କଟି ଯାଇଥିବା ମସ୍ତକର ଆଖିରେ ଦେଖି ହାତରେ ହତିଆର ଉଠାଇ ଅନ୍ୟ ବୀରମାନଙ୍କ ଅଭିମୁଖରେ ଧାଇଁ ଆସିଲେ |

ବଲିର୍ମହେନ୍ଦ୍ରଂ ଦଶଭିସ୍ତ୍ରିଭିରୈରାବତଂ ଶରୈଃ ।

ଚତୁର୍ଭିଶ୍ଚତୁରୋ ବାହାନେକେନାରୋହମାର୍ଚ୍ଛୟତ୍ ॥ ୪୧॥

ରାଜା ବଳି ଦଶଟି ବାଣ ଇନ୍ଦ୍ରଙ୍କ ପ୍ରତି, ତିନୋଟି ବାଣ ତାଙ୍କର ବାହନ ଐରାବତ ପ୍ରତି, ଚାରୋଟି ବାଣ ଐରାବତର ଚାରି ଚରଣ-ରକ୍ଷକଙ୍କ ପ୍ରତି ଏବଂ ଗୋଟିଏ ବାଣ ମୁଖ୍ୟ ମାହୁନ୍ତ ପ୍ରତି – ଏହିପରି ଭାବରେ ସମୁଦାୟ ଅଠରଟି ବାଣ ପ୍ରୟୋଗ କଲେ |

ସ ତାନାପତତଃ ଶକ୍ରସ୍ତାବଦ୍ଭିଃ ଶୀଘ୍ରବିକ୍ରମଃ ।

ଚିଚ୍ଛେଦ ନିଶିତୈର୍ଭଲ୍ଲୈରସମ୍ପ୍ରାପ୍ତାନ୍ ହସନ୍ନିବ ॥ ୪୨॥

ଇନ୍ଦ୍ର ଯେତେବେଳେ ଦେଖିଲେ ବଳିର ବାଣ ତାଙ୍କୁ ଆଘାତ କରିବାକୁ ଆସୁଛି, ସେତେବେଳେ ସେ ହସି-ହସି ଅତ୍ୟନ୍ତ ଫୁର୍ତ୍ତିର ସହିତ ଭଲ୍ଲ ନାମକଏକ ତୀକ୍ଷ୍ଣ ବାଣ ଦ୍ବାରା ତାହାକୁ ଦୂରରୁ ହିଁ କାଟି ଦେଲେ |

ତସ୍ୟ କର୍ମୋତ୍ତମଂ ବୀକ୍ଷ୍ୟ ଦୁର୍ମର୍ଷଃ ଶକ୍ତିମାଦଦେ ।

ତାଂ ଜ୍ୱଲନ୍ତୀଂ ମହୋଲ୍କାଭାଂ ହସ୍ତସ୍ଥାମଚ୍ଛିନଦ୍ଧରିଃ ॥ ୪୩॥

ଇନ୍ଦ୍ରଙ୍କର ଏହି ପ୍ରଶଂସନୀୟ ଫୁର୍ତ୍ତି ଦେଖି ରାଜା ବଳି ଅଧିକ ଅସହିଷ୍ଣୁ ହୋଇ ଉଠିଲେ | ସେ ଏକ ବହୁତ ବଡ ଶକ୍ତି, ଯାହା ପ୍ରଚଣ୍ଡ ଲୂ ପରି ଜଳୁଥିଲା, ତାହାକୁ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ହସ୍ତରେ ଧାରଣ କଲେ | କିନ୍ତୁ ପ୍ରୟୋଗ କରିବା ପୂର୍ବରୁ ହିଁ ଇନ୍ଦ୍ର ତାହାକୁ କାଟି ନିଃଶେଷ କରିଦେଲେ |

ତତଃ ଶୂଲଂ ତତଃ ପ୍ରାସଂ ତତସ୍ତୋମରମୃଷ୍ଟୟଃ ।

ଯଦ୍ୟଚ୍ଛସ୍ତ୍ରଂ ସମାଦଦ୍ୟାତ୍ସର୍ୱଂ ତଦଚ୍ଛିନଦ୍ୱିଭୁଃ ॥ ୪୪॥

ଏହାପରେ ବଳି ଗୋଟିଏ ପରେ ଗୋଟିଏ କ୍ରମଶଃ ଶୂଳ, ପ୍ରାସ, ତୋମର ଏବଂ ଶକ୍ତି ଉଠାଇଲେ | କିନ୍ତୁ ସେ ସେହିସବୁ ଶସ୍ତ୍ର ହାତରେ ଉଠାଇବା ମାତ୍ରେ ଇନ୍ଦ୍ର ତାହାକୁ କାଟି ଖଣ୍ଡ-ଖଣ୍ଡ କରିଦେଉ ଥାଆନ୍ତି | ଏହି ହସ୍ତଲାଘବ ଦ୍ବାରା ଇନ୍ଦ୍ରଙ୍କର ଐଶ୍ବର୍ଯ୍ୟ ଆହୁରି ଦୀପ୍ତିମାନ ହୋଇ ଉଠିଲା |

ସସର୍ଜାଥାସୁରୀଂ ମାୟାମନ୍ତର୍ଧାନଗତୋଽସୁରଃ ।

ତତଃ ପ୍ରାଦୁରଭୂଚ୍ଛୈଲଃ ସୁରାନୀକୋପରି ପ୍ରଭୋ ॥ ୪୫॥

ପରୀକ୍ଷିତ ! ଇନ୍ଦ୍ରଙ୍କର ଫୁର୍ତ୍ତିରେ ବିଚଳିତ ହୋଇ ବଳି ପ୍ରଥମେ ରଣଭୂମିରୁ ଅନ୍ତର୍ଧ୍ୟାନ ହୋଇଗଲେ, କିନ୍ତୁ ତାପରେ ସେ ଆସୁରୀ ମାୟା ସୃଷ୍ଟି କଲେ, ଯାହାର ପରିଣାମ ସ୍ବରୂପ ଦେବତାମାନଙ୍କ ସେନା ଉପରେ ଏକ ପର୍ବତ ପ୍ରକଟ ହେଲା |

ତତୋ ନିପେତୁସ୍ତରବୋ ଦହ୍ୟମାନା ଦବାଗ୍ନିନା ।

ଶିଲାଃ ସଟଙ୍କଶିଖରାଶ୍ଚୂର୍ଣୟନ୍ତ୍ୟୋ ଦ୍ୱିଷଦ୍ବଲମ୍ ॥ ୪୬॥

ସେହି ପର୍ବତରୁ ଦାବାଗ୍ନିରେ ଦଗ୍ଧ ବୃକ୍ଷ ଏବଂ ଶୂଳ ପରି ତୀକ୍ଷ୍ଣ ଧାରଯୁକ୍ତ ଶିଖର ସହିତ ସୁତୀକ୍ଷ୍ଣ ଶିଳା ତଳକୁ ଖସିବାରେ ଲାଗିଲା | ତଦ୍ବାରା ଦେବତାମାନଙ୍କର ସେନା ଚୂର୍ଣ୍ଣ-ବିଚୂର୍ଣ୍ଣ ହେବାରେ ଲାଗିଲେ |

ମହୋରଗାଃ ସମୁତ୍ପେତୁର୍ଦନ୍ଦଶୂକାଃ ସବୃଶ୍ଚିକାଃ ।

ସିଂହବ୍ୟାଘ୍ରବରାହାଶ୍ଚ ମର୍ଦୟନ୍ତୋ ମହାଗଜାନ୍ ॥ ୪୭॥

ତତ୍ପଶ୍ଚାତ୍ ବଡ-ବଡ ସାପ, ବିଛା ଆଦି ବିଷଧର ଜୀବ ଡେଇଁ-ଡେଇଁ ସମସ୍ତଙ୍କୁ ଦଂଶନ କରିବାରେ ଲାଗିଲେ | ସିଂହ, ବାଘ, ବଣଶୂକର ଆଦି ଦେବତାଙ୍କ ସେନାର ହାତୀମାନଙ୍କୁ ଚିରି ଫାଳ-ଫାଳ କରିଦେଲେ |

ଯାତୁଧାନ୍ୟଶ୍ଚ ଶତଶଃ ଶୂଲହସ୍ତା ବିବାସସଃ ।

ଛିନ୍ଧି ଭିନ୍ଧୀତି ବାଦିନ୍ୟସ୍ତଥା ରକ୍ଷୋଗଣାଃ ପ୍ରଭୋ ॥ ୪୮॥

ପରୀକ୍ଷିତ ! ହାତରେ ଶୂଳ ଧରି, ‘ମାର-କାଟ ଚିତ୍କାର କରି ଶହ-ଶହ ଅର୍ଦ୍ଧନଗ୍ନ ରାକ୍ଷସୀ ଏବଂ ରାକ୍ଷସ ମଧ୍ୟ ସେଠାରେ ପ୍ରକଟ ହୋଇଗଲେ |

ତତୋ ମହାଘନା ବ୍ୟୋମ୍ନି ଗମ୍ଭୀରପରୁଷସ୍ୱନାଃ ।

ଅଙ୍ଗାରାନ୍ ମୁମୁଚୁର୍ୱାତୈରାହତାଃ ସ୍ତନୟିତ୍ନବଃ ॥ ୪୯॥

ଅଳ୍ପ କ୍ଷଣ ପଶ୍ଚାତ୍ ଆକାଶରେ ଘନଘୋର ବାଦଲ ଘୋଟି ଆସିଲା, ସେମାନେ ପରସ୍ପର ଧକ୍କା ହୋଇ ଭୀଷଣ ଗର୍ଜନ ସୃଷ୍ଟି କଲେ, ବିଜୁଳି ଚମକିବାରେ ଲାଗିଲା ଏବଂ ପ୍ରବଳ ଘୂର୍ଣ୍ଣିଝଡ ସୃଷ୍ଟି ହୋଇ ବାଦଲରୁ ଅଗ୍ନି ବର୍ଷା ହେବାରେ ଲାଗିଲା |

ସୃଷ୍ଟୋ ଦୈତ୍ୟେନ ସୁମହାନ୍ ବହ୍ନିଃ ଶ୍ୱସନସାରଥିଃ ।

ସାମ୍ବର୍ତକ ଇବାତ୍ୟୁଗ୍ରୋ ବିବୁଧଧ୍ୱଜିନୀମଧାକ୍ ॥ ୫୦॥

ଦୈତ୍ୟରାଜ ବଳି ପ୍ରଳୟର ଅଗ୍ନି ପରି ଅତ୍ୟନ୍ତ ଭୟାନକ ଅଗ୍ନି ସୃଷ୍ଟି କଲେ | ଚାହୁଁ-ଚାହୁଁ ତାହା ବାୟୁର ପ୍ରବାହରେ ଦେବସେନାମାନଙ୍କୁ ଜଳାଇବାରେ ଲାଗିଲା |

ତତଃ ସମୁଦ୍ର ଉଦ୍ୱେଲଃ ସର୍ୱତଃ ପ୍ରତ୍ୟଦୃଶ୍ୟତ ।

ପ୍ରଚଣ୍ଡବାତୈରୁଦ୍ଧୂତତରଙ୍ଗାବର୍ତଭୀଷଣଃ ॥ ୫୧॥

କିଛି କ୍ଷଣ ପରେ ଏପରି ଦେଖିବାକୁ ମିଳିଲା ଯେ ପ୍ରବଳ ଘୂର୍ଣ୍ଣିରେ ସମୁଦ୍ରରେ ବଡ-ବଡ ଲହରୀ ଏବଂ ଭୟାନକ ଭଅଁର ଉତ୍ପନ୍ନ ହୋଇଛି ଏବଂ ସେମାନେ ନିଜର ମର୍ଯ୍ୟାଦା ଲଂଘନ କରି ଚତୁର୍ଦ୍ଦିଗରୁ ଦେବସେନାଙ୍କୁ ଘେରି ମାଡି ଆସୁଛନ୍ତି |

ଏବଂ ଦୈତ୍ୟୈର୍ମହାମାୟୈରଲକ୍ଷ୍ୟଗତିଭୀଷଣୈଃ ।

ସୃଜ୍ୟମାନାସୁ ମାୟାସୁ ବିଷେଦୁଃ ସୁରସୈନିକାଃ ॥ ୫୨॥

ଏହିପରି ଭାବରେ ଯେତେବେଳେ ଅସୁରମାନେ ବହୁତ ଭୟାନକ ମାୟା ସୃଷ୍ଟି କରି ସେହି ମାୟାର ପ୍ରଭାବରେ ନିଜେ ଅଦୃଶ୍ୟ ରହିଲେ – ଦେଖା ନ ଯିବା କାରଣରୁ ସେମାନଙ୍କୁ ମାରି ମଧ୍ୟ ହେଉ ନ ଥିଲା – ଦେବତାମାନେ ବହୁତ ହତାଶ ହୋଇଗଲେ |

ନ ତତ୍ପ୍ରତିବିଧିଂ ଯତ୍ର ବିଦୁରିନ୍ଦ୍ରାଦୟୋ ନୃପ ।

ଧ୍ୟାତଃ ପ୍ରାଦୁରଭୂତ୍ତତ୍ର ଭଗବାନ୍ ବିଶ୍ୱଭାବନଃ ॥ ୫୩॥

ପରୀକ୍ଷିତ ! ଇନ୍ଦ୍ର ଆଦି ଦେବତାମାନେ ସେହି ମାୟାର ପ୍ରତିକାର କରିବା ପାଇଁ ଅନେକ ଉପାୟ ଚିନ୍ତା କରି ବିଫଳ ହେଲେ | ଏବେ ଅନନ୍ୟୋପାୟ ହୋଇ ସେମାନେ ବିଶ୍ବର ଜୀବନଦାତା ଭଗବାନଙ୍କର ଧ୍ୟାନ କଲେ ଏବଂ ଧ୍ୟାନ କରିବା ମାତ୍ରେ ସେ ସେଠାରେ ପ୍ରକଟ ହୋଇଗଲେ |

ତତଃ ସୁପର୍ଣାଂସକୃତାଙ୍ଘ୍ରିପଲ୍ଲବଃ

ପିଶଙ୍ଗବାସା ନବକଞ୍ଜଲୋଚନଃ ।

ଅଦୃଶ୍ୟତାଷ୍ଟାୟୁଧବାହୁରୁଲ୍ଲସ-

ଚ୍ଛ୍ରୀକୌସ୍ତୁଭାନର୍ଘ୍ୟକିରୀଟକୁଣ୍ଡଲଃ ॥ ୫୪॥

ଅତି ସୁନ୍ଦର ଦୃଶ୍ୟ ଥିଲା | ତାଙ୍କର ଚରଣକମଳ ଗରୁଡଙ୍କ କାନ୍ଧରେ ବିରାଜମାନ କରିଥିଲା | ନେତ୍ର ନବୀନ କମଳ ସଦୃଶ ଅତ୍ୟନ୍ତ କୋମଳ ଥିଲା | ସେ ପୀତାମ୍ବର ଧାରଣ କରିଥିଲେ | ଅଷ୍ଟ ଭୁଜରେ ଅଷ୍ଟ ଆୟୁଧ, ଗଳାରେ କୌସ୍ତୁଭମଣି, ମସ୍ତକରେ ଅମୂଲ୍ୟ ମୁକୁଟ ଏବଂ କାନରେ କୁଣ୍ଡଳ ଝଲମଲ କରୁଥିଲା | ଦେବତାମାନେ ସ୍ବଚକ୍ଷୁରେ ଭଗବାନଙ୍କର ସେହି ଛବିର ଦର୍ଶନ କଲେ |

ତସ୍ମିନ୍ ପ୍ରବିଷ୍ଟେଽସୁରକୂଟକର୍ମଜା

ମାୟା ବିନେଶୁର୍ମହିନା ମହୀୟସଃ ।

ସ୍ୱପ୍ନୋ ଯଥା ହି ପ୍ରତିବୋଧ ଆଗତେ

ହରିସ୍ମୃତିଃ ସର୍ୱବିପଦ୍ୱିମୋକ୍ଷଣମ୍ ॥ ୫୫॥

ପରମ ପୁରୁଷ ପରମାତ୍ମା ପ୍ରକଟ ହେବା ମାତ୍ରେ ତାଙ୍କ ପ୍ରଭାବରେ ଅସୁରମାନଙ୍କର ସେହି କପଟଭରୀ ମାୟା ଲୋପ ପାଇଗଲା – ଠିକ୍ ସେହିପରି, ଯେପରି ଜାଗ୍ରତ ହେବା ପରେ ସ୍ବପ୍ନରେ ଦେଖିଥିବା ସମସ୍ତ ବସ୍ତୁ ବିଲୀନ ହୋଇଯାଏ | ଏହା ସ୍ବାଭାବିକ, କାରଣ ଭଗବାନଙ୍କର ସ୍ମୃତି ସମସ୍ତ ବିପତ୍ତିରୁ ମୁକ୍ତ କରିଦିଏ |

ଦୃଷ୍ଟ୍ୱା ମୃଧେ ଗରୁଡବାହମିଭାରିବାହ

ଆବିଧ୍ୟ ଶୂଲମହିନୋଦଥ କାଲନେମିଃ ।

ତଲ୍ଲୀଲୟା ଗରୁଡମୂର୍ଧ୍ନି ପତଦ୍ଗୃହୀତ୍ୱା

ତେନାହନନ୍ନୃପ ସବାହମରିଂ ତ୍ର୍ୟଧୀଶଃ ॥ ୫୬॥

ଏହାପରେ କାଳନେମି ଦୈତ୍ୟ ଯେତେବେଳେ ଦେଖିଲା ଯେ ଗରୁଡ଼ବାହନ ଭଗବାନ ଯୁଦ୍ଧକ୍ଷେତ୍ରକୁ ଆଗମନ କରିଛନ୍ତି, ସେତେବେଳେ ସେ ନିଜ ସିଂହ ଉପରେ ବସି ପ୍ରବଳ ବେଗରେ ତାଙ୍କ ଉପରକୁ ଏକ ତ୍ରିଶୂଳ ନିକ୍ଷେପ କଲା | ସେହି ତ୍ରିଶୂଳ ଗରୁଡଙ୍କ ମସ୍ତକକୁ ଆଘାତ କରିବାକୁ ଯାଉଛି, ଭଗବାନ ଖେଳ-ଖେଳରେ ତାହାକୁ ନିଜ ହାତରେ ଧରିନେଲେ ଏବଂ ସେହି ତ୍ରିଶୂଳ ପ୍ରୟୋଗ କରି କାଳନେମି ତଥା ତାହାର ବାହନକୁ ମାରିଦେଲେ |

ମାଲୀ ସୁମାଲ୍ୟତିବଲୌ ଯୁଧି ପେତତୁର୍ୟ-

ଚ୍ଚକ୍ରେଣ କୃତ୍ତଶିରସାବଥ ମାଲ୍ୟବାଂସ୍ତମ୍ ।

ଆହତ୍ୟ ତିଗ୍ମଗଦୟାହନଦଣ୍ଡଜେନ୍ଦ୍ରଂ

ତାବଚ୍ଛିରୋଽଚ୍ଛିନଦରେର୍ନଦତୋଽରିଣାଦ୍ୟଃ ॥ ୫୭॥

ମାଳୀ ଏବଂ ସୁମାଳୀ – ଦୁଇଟି ଦୈତ୍ୟ ମହା ବଳବାନ ଥିଲେ; ଭଗବାନ ଯୁଦ୍ଧରେ ସେମାନଙ୍କର ମସ୍ତକକୁ ଚକ୍ରରେ ଛେଦନ କଲେ ଏବଂ ସେମାନେ ନିର୍ଜୀବ ହୋଇ ତଳେ ପଡି ରହିଲେ | ସେହିପରି ମାଲ୍ୟବାନ ନିଜର ପ୍ରଚଣ୍ଡ ଗଦାରେ ଗରୁଡଙ୍କୁ ପ୍ରହାର କରିବାକୁ ଧାଇଁ ଆସିଲା | କିନ୍ତୁ ସେ ଗର୍ଜନ କରି ପ୍ରହାର କରିବାକୁ ଯାଉଥିବା ସମୟରେ ଭଗବାନ ଚକ୍ର ଦ୍ବାରା ତାର ମସ୍ତକକୁ ଶରୀରରୁ ଛିନ୍ନ କରିଦେଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଦେବାସୁରସଂଗ୍ରାମେ ଦଶମୋଽଧ୍ୟାୟଃ ॥ ୧୦॥

Comments

Popular posts from this blog