ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ଷୋଡଶ ଅଧ୍ୟାୟ
କଶ୍ୟପଙ୍କ ଦ୍ବାରା ଅଦିତିଙ୍କୁ ପୟୋବ୍ରତର ଉପଦେଶ
ଶ୍ରୀଶୁକ ଉବାଚ
ଏବଂ ପୁତ୍ରେଷୁ
ନଷ୍ଟେଷୁ ଦେବମାତାଦିତିସ୍ତଦା ।
ହୃତେ ତ୍ରିବିଷ୍ଟପେ
ଦୈତ୍ୟୈଃ ପର୍ୟତପ୍ୟଦନାଥବତ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଦେବତାମାନେ ଯେତେବେଳେ ସ୍ବର୍ଗ ଛାଡି ଅନ୍ୟତ୍ର ଲୁଚି ଗଲେ ଏବଂ
ଦୈତ୍ୟମାନେ ସ୍ବର୍ଗ ଉପରେ ଅଧିକାର ପ୍ରାପ୍ତ କରିନେଲେ, ସେତେବେଳେ
ଦେବମାତା ଅଦିତିଙ୍କୁ ବହୁତ ଦୁଃଖ ଲାଗିଲା | ନିଜକୁ ସେ ଅନାଥ ଅନୁଭବ କଲେ |
ଏକଦା
କଶ୍ୟପସ୍ତସ୍ୟା ଆଶ୍ରମଂ ଭଗବାନଗାତ୍ ।
ନିରୁତ୍ସବଂ
ନିରାନନ୍ଦଂ ସମାଧେର୍ୱିରତଶ୍ଚିରାତ୍ ॥ ୨॥
ଏହାପରେ ଦିନେ
ଯେତେବେଳେ ପରମପ୍ରଭାବଶାଳୀ କଶ୍ୟପ ମୁନିଙ୍କର ସମାଧି ଭଗ୍ନ ହେଲା, ସେ ଅଦିତିଙ୍କର ଆଶ୍ରମକୁ ଆସିଲେ | ସେଠାରେ ସେ କୌଣସି
ସୁଖ-ଶାନ୍ତି ଅଥବା ଉତ୍ସାହ ଏବଂ ସାଜସଜା ଦେଖିବାକୁ ପାଇଲେ ନାହିଁ |
ସ ପତ୍ନୀଂ
ଦୀନବଦନାଂ କୃତାସନପରିଗ୍ରହଃ ।
ସଭାଜିତୋ
ଯଥାନ୍ୟାୟମିଦମାହ କୁରୂଦ୍ୱହ ॥ ୩॥
ପରୀକ୍ଷିତ !
ସେଠାକୁ ଯାଇ ସେ ଯେତେବେଳେ ଆସନରେ ଉପବେଶନ କଲେ ଏବଂ ଅଦିତି ବିଧିପୂର୍ବକ ତାଙ୍କର
ସ୍ବାଗତ-ସତ୍କାର କଲେ, ସେତେବେଳେ ନିଜ ପତ୍ନୀ
ଅଦିତିଙ୍କର ଉଦାସ ମୁହଁକୁ ଦେଖି ସେ ପଚାରିଲେ -
ଅପ୍ୟଭଦ୍ରଂ ନ
ବିପ୍ରାଣାଂ ଭଦ୍ରେ ଲୋକେଽଧୁନାଽଽଗତମ୍ ।
ନ ଧର୍ମସ୍ୟ ନ
ଲୋକସ୍ୟ ମୃତ୍ୟୋଶ୍ଛନ୍ଦାନୁବର୍ତିନଃ ॥ ୪॥
କଲ୍ୟାଣୀ !
ସଂସାରରେ ଏବେ ବ୍ରାହ୍ମଣମାନଙ୍କ ଉପରେ କିଛି ବିପତ୍ତି ଆସିଛି କି ? ଧର୍ମର ସମୁଚିତ ପାଳନ ହେଉଛି
ତ ? କାଳର କରାଳ ଗ୍ରାସର କବଳିତ ପ୍ରାଣୀମାନଙ୍କର କିଛି ଅମଙ୍ଗଳ ହୋଇନାହିଁ ତ ?
ଅପି ବାକୁଶଲଂ
କିଞ୍ଚିଦ୍ଗୃହେଷୁ ଗୃହମେଧିନି ।
ଧର୍ମସ୍ୟାର୍ଥସ୍ୟ
କାମସ୍ୟ ଯତ୍ର ଯୋଗୋ ହ୍ୟଯୋଗିନାମ୍ ॥ ୫॥
ପ୍ରିୟେ !
ଯେଉଁମାନେ ଯୋଗ କରିପାରନ୍ତି ନାହିଁ, ସେମାନଙ୍କୁ
ଗୃହସ୍ଥାଶ୍ରମ ମଧ୍ୟ ଯୋଗର ଫଳ ପ୍ରଦାନ କରିବାକୁ ସମର୍ଥ | ସେହି ଗୃହସ୍ଥାଶ୍ରମରେ ରହି ଧର୍ମ, ଅର୍ଥ ଏବଂ କାମର ସେବନରେ କୌଣସି ବିଘ୍ନ ଉତ୍ପନ୍ନ
ହୋଇନାହିଁ ତ ?
ଅପି
ବାତିଥୟୋଽଭ୍ୟେତ୍ୟ କୁଟୁମ୍ବାସକ୍ତୟା ତ୍ୱୟା ।
ଗୃହାଦପୂଜିତା
ଯାତାଃ ପ୍ରତ୍ୟୁତ୍ଥାନେନ ବା କ୍ୱଚିତ୍ ॥ ୬॥
ଏପରି ମଧ୍ୟ ହୋଇଥାଇ
ପାରେ ଯେ ତୁମେ କୁଟୁମ୍ବର ଭରଣ-ପୋଷଣରେ ବ୍ୟସ୍ତ ରହିଥିବା ବେଳେ କେହି ଜଣେ ଅତିଥି ଆଗମନ
କରିଥିବେ ଏବଂ ତୁମ ଦ୍ବାରା ସମ୍ମାନିତ ନ ହୋଇ ଫେରି ଯାଇଥିବେ; ତୁମେ ଠିଆ ହୋଇ ତାଙ୍କର
ଅଭ୍ୟର୍ଥନା କରିବାକୁ ଅସମର୍ଥ ହୋଇଥିବ – ତୁମ ଉଦାସର କାରଣ ଏହା ନୁହେଁ ତ ?
ଗୃହେଷୁ
ଯେଷ୍ୱତିଥୟୋ ନାର୍ଚିତାଃ ସଲିଲୈରପି ।
ଯଦି ନିର୍ୟାନ୍ତି
ତେ ନୂନଂ ଫେରୁରାଜଗୃହୋପମାଃ ॥ ୭॥
ଯେଉଁ ଘରେ ଆଗନ୍ତୁକ
ଅତିଥିଙ୍କର ଜଳ ଦ୍ବାରା ମଧ୍ୟ ସତ୍କାର କରାଯାଇ ନ ଥାଏ, ସେହି ଘର ବିଲୁଆ
(ଭୀରୁ) ର ଗର୍ତ୍ତ ସଦୃଶ ଅଟେ |
ଅପ୍ୟଗ୍ନୟସ୍ତୁ
ବେଲାୟାଂ ନ ହୁତା ହବିଷା ସତି ।
ତ୍ୱୟୋଦ୍ୱିଗ୍ନଧିୟା
ଭଦ୍ରେ ପ୍ରୋଷିତେ ମୟି କର୍ହିଚିତ୍ ॥ ୮॥
ପ୍ରିୟେ ! ଏପରି
ମଧ୍ୟ ହୋଇଥାଇ ପାରେ ଯେ ମୁଁ ଦୂରରେ ରହୁଥିବା ଯୋଗୁଁ ତୁମର ଚିତ୍ତ ଉଦ୍ବିଗ୍ନ ରହୁଥିବ ଏବଂ ତୁମେ
ଠିକ ସମୟରେ ହବିଷ୍ୟ ଦ୍ବାରା ଅଗ୍ନିରେ ଆହୂତି ଡେଇ ପାରି ନ ଥିବ |
ଯତ୍ପୂଜୟା
କାମଦୁଘାନ୍ ଯାତି ଲୋକାନ୍ ଗୃହାନ୍ୱିତଃ ।
ବ୍ରାହ୍ମଣୋଽଗ୍ନିଶ୍ଚ
ବୈ ବିଷ୍ଣୋଃ ସର୍ୱଦେବାତ୍ମନୋ ମୁଖମ୍ ॥ ୯॥
ବ୍ରାହ୍ମଣ ଏବଂ
ଅଗ୍ନି – ସର୍ବଦେବମୟ ଭଗବାନଙ୍କର ମୁଖ ଅଟନ୍ତି | ଏହି ଦୁହିଁଙ୍କର ପୂଜା କରିବା ଦ୍ବାରା ଗୃହସ୍ଥ
ପୁରୁଷକୁ ସେହି ଲୋକର ପ୍ରାପ୍ତି ହୋଇଥାଏ, ଯାହା ସମସ୍ତ
କାମନା ପୂର୍ତ୍ତିକାରୀ ଅଟେ |
ଅପି ସର୍ୱେ
କୁଶଲିନସ୍ତବ ପୁତ୍ରା ମନସ୍ୱିନି ।
ଲକ୍ଷୟେଽସ୍ୱସ୍ଥମାତ୍ମାନଂ
ଭବତ୍ୟା ଲକ୍ଷଣୈରହମ୍ ॥ ୧୦॥
ପ୍ରିୟେ ! ତୁମେ ତ
ସର୍ବଦା ପ୍ରସନ୍ନ ରହିଥାଅ, କିନ୍ତୁ ଏହି ସମୟରେ ମୁଁ ତୁମଠାରେ ଏପରି ଅନେକ ଲକ୍ଷଣ ଦେଖିପାରୁଛି, ଯାହା ତୁମର ଅସ୍ବସ୍ଥ ଚିତ୍ତର ସୂଚନା ଦେଉଛି | ତୁମ
ପୁତ୍ରମାନଙ୍କର ସବୁ କୁଶଳ-ମଙ୍ଗଳ ତ ?
ଅଦିତିରୁବାଚ
ଭଦ୍ରଂ ଦ୍ୱିଜଗବାଂ
ବ୍ରହ୍ମନ୍ ଧର୍ମସ୍ୟାସ୍ୟ ଜନସ୍ୟ ଚ ।
ତ୍ରିବର୍ଗସ୍ୟ ପରଂ
କ୍ଷେତ୍ରଂ ଗୃହମେଧିନ୍ ଗୃହା ଇମେ ॥ ୧୧॥
ଅଦିତି କହିଲେ – ଭଗବନ୍
! ବ୍ରାହ୍ମଣ, ଗୌ, ଧର୍ମ ଏବଂ ଆପଣଙ୍କର ଏହି ଦାସୀ – ସମସ୍ତେ ସକୁଶଳ
ଅଟନ୍ତି | ସ୍ବାମୀ ! ଏହି ଗୃହସ୍ଥ-ଆଶ୍ରମ ଧର୍ମ, ଅର୍ଥ, କାମ-ସମ୍ବନ୍ଧୀ ସାଧନାରେ ପରମ ସହାୟକ ଅଟେ |
ଅଗ୍ନୟୋଽତିଥୟୋ
ଭୃତ୍ୟା ଭିକ୍ଷବୋ ଯେ ଚ ଲିପ୍ସବଃ ।
ସର୍ୱଂ ଭଗବତୋ
ବ୍ରହ୍ମନ୍ନନୁଧ୍ୟାନାନ୍ନ ରିଷ୍ୟତି ॥ ୧୨॥
ପ୍ରଭୁ ! ଆପଣଙ୍କର
ନିରନ୍ତର ସ୍ମରଣ ଏବଂ କଲ୍ୟାଣ-କାମନା ଯୋଗୁଁ ଅଗ୍ନି, ଅତିଥି, ସେବକ, ଭିକ୍ଷୁକ ଏବଂ
ଅନ୍ୟ ଯାଚକମାନଙ୍କର ମଧ୍ୟ ମୁଁ ତିରସ୍କାର କରିନାହିଁ |
କୋ ନୁ ମେ ଭଗବନ୍
କାମୋ ନ ସମ୍ପଦ୍ୟେତ ମାନସଃ ।
ଯସ୍ୟା ଭବାନ୍
ପ୍ରଜାଧ୍ୟକ୍ଷ ଏବଂ ଧର୍ମାନ୍ ପ୍ରଭାଷତେ ॥ ୧୩॥
ଭଗବନ୍ ! ଆପଣଙ୍କ
ପରି ପ୍ରଜାପତି ମୋତେ ଧର୍ମ ପାଳନର ଉପଦେଶ ଦେଉଥିବା ବେଳେ, ମୋର ଏପରି କେଉଁ କାମନା ଥିବ ଯାହାର
ପୂର୍ତ୍ତି ହେଉ ନ ଥିବ ?
ତବୈବ ମାରୀଚ
ମନଃଶରୀରଜାଃ
ପ୍ରଜା ଇମାଃ
ସତ୍ତ୍ୱରଜସ୍ତମୋଜୁଷଃ ।
ସମୋ
ଭବାଂସ୍ତାସ୍ୱସୁରାଦିଷୁ ପ୍ରଭୋ
ତଥାପି ଭକ୍ତଂ ଭଜତେ
ମହେଶ୍ୱରଃ ॥ ୧୪॥
ଆର୍ଯ୍ୟପୁତ୍ର !
ସମସ୍ତ ପ୍ରଜା – ସେମାନେ ସତ୍ତ୍ବଗୁଣୀ, ରଜୋଗୁଣୀ ବା
ତମୋଗୁଣୀ ହୋଇଥାଆନ୍ତୁ – ଆପଣଙ୍କର ହିଁ ସନ୍ତାନ ଅଟନ୍ତି | କେହି କେହି ଆପଣଙ୍କର ସଂକଳ୍ପରୁ
ଉତ୍ପନ୍ନ ହୋଇଥାଆନ୍ତି ତ କେହି କେହି ଶରୀରରୁ | ଭଗବନ୍ ! ଏଥିରେ ସନ୍ଦେହ ନାହିଁ ଯେ ଆପଣ ସବୁ
ସନ୍ତାନଙ୍କ ପ୍ରତି – ସେ ଅସୁର ହୁଅନ୍ତୁ ବା ଦେବତା ହୁଅନ୍ତୁ – ଏକା ପରି ଭାବ ରଖନ୍ତି, ସମଭାବ ଅଟନ୍ତି | ତଥାପି ସ୍ବୟଂ ପରମେଶ୍ବର ମଧ୍ୟ ନିଜ
ଭକ୍ତମାନଙ୍କର ଅଭିଳାଷ ପୂର୍ଣ୍ଣ କରିଥାଆନ୍ତି |
ତସ୍ମାଦୀଶ
ଭଜନ୍ତ୍ୟା ମେ ଶ୍ରେୟଶ୍ଚିନ୍ତୟ ସୁବ୍ରତ ।
ହୃତଶ୍ରିୟୋ
ହୃତସ୍ଥାନାନ୍ ସପତ୍ନୈଃ ପାହି ନଃ ପ୍ରଭୋ ॥ ୧୫॥
ସ୍ବାମୀ ! ମୁଁ
ଆପଣଙ୍କର ଦାସୀ ଅଟେ | ଆପଣ ମୋର ହିତ ସମ୍ବନ୍ଧରେ ବିଚାର କରନ୍ତୁ | ମର୍ଯ୍ୟାଦାପାଳକ ପ୍ରଭୁ !
ଶତ୍ରୁମାନେ ଆମର ସମସ୍ତ ସମ୍ପତ୍ତି, ଏପରି କି ଆମର ରହିବା ସ୍ଥାନ ସୁଦ୍ଧା ଛଡାଇ ନେଇଛନ୍ତି |
ଆପଣ ଆମ୍ଭମାନଙ୍କର ରକ୍ଷା କରନ୍ତୁ |
ପରୈର୍ୱିବାସିତା
ସାହଂ ମଗ୍ନା ବ୍ୟସନସାଗରେ ।
ଐଶ୍ୱର୍ୟଂ
ଶ୍ରୀର୍ୟଶଃ ସ୍ଥାନଂ ହୃତାନି ପ୍ରବଲୈର୍ମମ ॥ ୧୬॥
ବଳବାନ ଦୈତ୍ୟମାନେ
ଆମର ଐଶ୍ବର୍ଯ୍ୟ, ଧନ, ଯଶ ଏବଂ ପଦ ଛଡାଇ ନେଇ ଆମକୁ
ଘରୁ ବାହାର କରି ଦେଇଛନ୍ତି | ଏହି କାରଣରୁ ମୁଁ ଦୁଃଖର ସମୁଦ୍ରରେ ଉବୁଟୁବୁ ହେବାରେ ଲାଗିଛି |
ଯଥା ତାନି ପୁନଃ
ସାଧୋ ପ୍ରପଦ୍ୟେରନ୍ ମମାତ୍ମଜାଃ ।
ତଥା ବିଧେହି
କଲ୍ୟାଣଂ ଧିୟା କଲ୍ୟାଣକୃତ୍ତମ ॥ ୧୭॥
ଆପଣଙ୍କଠାରୁ ବଳି
ହିତାକାଂକ୍ଷୀ ଆମର ଆଉ କେହି ନାହାଁନ୍ତି | ଅତଏବ ହେ ମୋର ହିତୈଷୀ ସ୍ବାମୀ ! ଆପଣ ବୁଝି-ବିଚାରି
ନିଜ ସଂକଳ୍ପ ଦ୍ବାରା ହିଁ ମୋ କଲ୍ୟାଣର ଏପରି କିଛି ଉପାୟ ନିର୍ଦ୍ଦେଶ କରନ୍ତୁ, ଯଦ୍ବାରା ମୋର ପୁତ୍ରମାନେ ହରାଇ ଥିବା ବସ୍ତୁ
ପୁନର୍ବାର ପ୍ରାପ୍ତ କରିପାରିବେ |
ଶ୍ରୀଶୁକ ଉବାଚ
ଏବମଭ୍ୟର୍ଥିତୋଽଦିତ୍ୟା
କସ୍ତାମାହ ସ୍ମୟନ୍ନିବ ।
ଅହୋ ମାୟାବଲଂ
ବିଷ୍ଣୋଃ ସ୍ନେହବଦ୍ଧମିଦଂ ଜଗତ୍ ॥ ୧୮॥
ଶ୍ରୀଶୁକଦେବ
କହୁଛନ୍ତି – ଅଦିତିଙ୍କର ଏପରି ପ୍ରାର୍ଥନା ଶୁଣି କଶ୍ୟପ ମୁନି କିଂଚିତ୍ ବିସ୍ମୟ ପ୍ରକାଶ କରି
କହିଲେ – ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଅଟେ | ଭଗବାନଙ୍କର ଏହି ମାୟା ମଧ୍ୟ କେତେ ପ୍ରବଳ !
ସାରା ଜଗତ ସ୍ନେହର ରଜ୍ଜୁରେ ବନ୍ଧା ହୋଇଛି |
କ୍ୱ ଦେହୋ
ଭୌତିକୋଽନାତ୍ମା କ୍ୱ ଚାତ୍ମା ପ୍ରକୃତେଃ ପରଃ ।
କସ୍ୟ କେ
ପତିପୁତ୍ରାଦ୍ୟା ମୋହ ଏବ ହି କାରଣମ୍ ॥ ୧୯॥
ପଞ୍ଚଭୂତରେ ଗଢା
ଏହି ଅନାତ୍ମା ଶରୀର କେଉଁଠି ଏବଂ କେଉଁଠି ପ୍ରକୃତିର ଅତୀତ ସେହି ଆତ୍ମା ! ଏଠାରେ କେହି କାହାର
ପତି ନୁହଁନ୍ତି, ପୁତ୍ର ନୁହଁନ୍ତି ଏବଂ
ସମ୍ବନ୍ଧୀ ହିଁ ନୁହଁନ୍ତି | ମୋହ ହିଁ ମନୁଷ୍ୟକୁ ନଚାଉଛି |
ଉପତିଷ୍ଠସ୍ୱ
ପୁରୁଷଂ ଭଗବନ୍ତଂ ଜନାର୍ଦନମ୍ ।
ସର୍ୱଭୂତଗୁହାବାସଂ
ବାସୁଦେବଂ ଜଗଦ୍ଗୁରୁମ୍ ॥ ୨୦॥
ପ୍ରିୟେ ! ତୁମେ
ସମ୍ପୂର୍ଣ୍ଣ ପ୍ରାଣୀର ହୃଦୟରେ ବିରାଜମାନ, ଭକ୍ତର ଦୁଃଖହାରୀ ଜଗଦଗୁରୁ ଭଗବାନ ବାସୁଦେବଙ୍କର
ଆରାଧନା କର |
ସ ବିଧାସ୍ୟତି ତେ
କାମାନ୍ ହରିର୍ଦୀନାନୁକମ୍ପନଃ ।
ଅମୋଘା
ଭଗବଦ୍ଭକ୍ତିର୍ନେତରେତି ମତିର୍ମମ ॥ ୨୧॥
ସେ ଦୀନଦୟାଳୁ
ଅଟନ୍ତି; ନିଶ୍ଚିତଭାବରେ ସେ ତୁମର କାମନା ପୂର୍ଣ୍ଣ କରିବେ |
ଭଗବାନଙ୍କର ଭକ୍ତି କେବେ ବି ବ୍ୟର୍ଥ ଯାଏନାହିଁ – ଏହା ମୋର ଦୃଢ ବିଶ୍ବାସ ଅଟେ | ଏହା ଛଡା
ଅନ୍ୟ କୌଣସି ଉପାୟ ନାହିଁ |
ଅଦିତିରୁବାଚ
କେନାହଂ ବିଧିନା
ବ୍ରହ୍ମନ୍ନୁପସ୍ଥାସ୍ୟେ ଜଗତ୍ପତିମ୍ ।
ଯଥା ମେ
ସତ୍ୟସଙ୍କଲ୍ପୋ ବିଦଧ୍ୟାତ୍ସ ମନୋରଥମ୍ ॥ ୨୨॥
ଅଦିତି ପଚାରିଲେ –
ଭଗବନ୍ ! ଜଗଦୀଶ୍ବର ଭଗବାନଙ୍କର ଆରାଧନା ମୁଁ କିପରି ଭାବରେ କରିବି, ଯଦ୍ବାରା କି ସେହି ସତ୍ୟସଂକଳ୍ପ ପ୍ରଭୁ ମୋର ମନୋରଥ
ପୂର୍ଣ୍ଣ କରିବେ ?
ଆଦିଶ ତ୍ୱଂ
ଦ୍ୱିଜଶ୍ରେଷ୍ଠ ବିଧିଂ ତଦୁପଧାବନମ୍ ।
ଆଶୁ ତୁଷ୍ୟତି ମେ
ଦେବଃ ସୀଦନ୍ତ୍ୟାଃ ସହ ପୁତ୍ରକୈଃ ॥ ୨୩॥
ପତିଦେବ ! ମୁଁ ନିଜ
ପୁତ୍ରମାନଙ୍କ ସହିତ ବହୁତ ଦୁଃଖ ଭୋଗ କରୁଛି | ଆପଣ ମୋତେ ପ୍ରଭୁଙ୍କ ଆରାଧନାର ଏପରି କିଛି ବିଧି
ନିର୍ଦ୍ଦେଶ କରନ୍ତୁ, ଯଦ୍ବାରା କି ସେ ଅତି ଶୀଘ୍ର
ମୋ ପ୍ରତି ପ୍ରସନ୍ନ ହେବେ |
କଶ୍ୟପ ଉବାଚ
ଏତନ୍ମେ ଭଗବାନ୍
ପୃଷ୍ଟଃ ପ୍ରଜାକାମସ୍ୟ ପଦ୍ମଜଃ ।
ଯଦାହ ତେ
ପ୍ରବକ୍ଷ୍ୟାମି ବ୍ରତଂ କେଶବତୋଷଣମ୍ ॥ ୨୪॥
କଶ୍ୟପ ମୁନି କହିଲେ
– ଦେବି ! ମୋଠାରେ ଯେତେବେଳେ ସନ୍ତାନର କାମନା ଉତ୍ପନ୍ନ ହୋଇଥିଲା, ସେତେବେଳେ ଏହି ପ୍ରଶ୍ନ ମୁଁ ବ୍ରହ୍ମାଜୀଙ୍କୁ ପଚାରି
ଥିଲି | ସେ ଭଗବାନଙ୍କୁ ପ୍ରସନ୍ନ କରିବା ନିମନ୍ତେ ମୋତେ ଯେଉଁ ବ୍ରତର ଉପଦେଶ ଦେଇଥିଲେ, ମୁଁ ଆଜି ତାହା ତୁମକୁ କହୁଛି |
ଫାଲ୍ଗୁନସ୍ୟାମଲେ
ପକ୍ଷେ ଦ୍ୱାଦଶାହଂ ପୟୋବ୍ରତଃ ।
ଅର୍ଚୟେଦରବିନ୍ଦାକ୍ଷଂ
ଭକ୍ତ୍ୟା ପରମୟାନ୍ୱିତଃ ॥ ୨୫॥
ଫାଲ୍ଗୁନ ମାସ
ଶୁକ୍ଲପକ୍ଷରେ ବାର ଦିନ କେବଳ ଦୁଗ୍ଧ ପାନ କରି ରହିବ ଏବଂ ପରମ ଭକ୍ତିରେ ଭଗବାନ କମଳନୟନଙ୍କର
ପୂଜା କରିବ |
ସିନୀବାଲ୍ୟାଂ
ମୃଦାଽଽଲିପ୍ୟ ସ୍ନାୟାତ୍କ୍ରୋଡବିଦୀର୍ଣୟା ।
ଯଦି ଲଭ୍ୟେତ ବୈ
ସ୍ରୋତସ୍ୟେତଂ ମନ୍ତ୍ରମୁଦୀରୟେତ୍ ॥ ୨୬॥
ଅମାବାସ୍ୟା ଦିନ
ଯଦି କେଉଁଠାରେ ମିଳିବ ଶୂକର ଦ୍ବାରା ଖୋଳା ଯାଇଥିବା ମୃତ୍ତିକାରେ ନିଜ ଶରୀର ମାର୍ଜନ କରି
ନଦୀରେ ସ୍ନାନ କରିବ | ସେହି ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ |
ତ୍ୱଂ
ଦେବ୍ୟାଦିବରାହେଣ ରସାୟାଃ ସ୍ଥାନମିଚ୍ଛତା ।
ଉଦ୍ଧୃତାସି
ନମସ୍ତୁଭ୍ୟଂ ପାପ୍ମାନଂ ମେ ପ୍ରଣାଶୟ ॥ ୨୭॥
‘ହେ ଦେବି !
ପ୍ରାଣୀମାନଙ୍କୁ ସ୍ଥାନ ଦେବା ଇଚ୍ଛାରେ ବରାହଭଗବାନ ରସାତଳରୁ ତୁମକୁ ଉଦ୍ଧାର କରିଥିଲେ | ତୁମକୁ
ମୋର ନମସ୍କାର | ମୋର ସମସ୍ତ ପାପକୁ ତୁମେ ନଷ୍ଟ କର |
ନିର୍ୱର୍ତିତାତ୍ମନିୟମୋ
ଦେବମର୍ଚେତ୍ସମାହିତଃ ।
ଅର୍ଚାୟାଂ
ସ୍ଥଣ୍ଡିଲେ ସୂର୍ୟେ ଜଲେ ବହ୍ନୌ ଗୁରାବପି ॥ ୨୮॥
ଏହାପରେ ନିଜର
ନିତ୍ୟ-ନୈମିତ୍ତିକ ନିୟମର ଅନୁଷ୍ଠାନ କରି ଏକାଗ୍ର ଚିତ୍ତରେ ମୂର୍ତ୍ତି, ବେଦୀ, ସୂର୍ଯ୍ୟ, ଜଳ, ଅଗ୍ନି ଏବଂ
ଗୁରୁଦେବଙ୍କ ରୂପରେ ଭଗବାନଙ୍କର ପୂଜା କରିବ |
ନମସ୍ତୁଭ୍ୟଂ ଭଗବତେ
ପୁରୁଷାୟ ମହୀୟସେ ।
ସର୍ୱଭୂତନିବାସାୟ
ବାସୁଦେବାୟ ସାକ୍ଷିଣେ ॥ ୨୯॥
(ଏପରି ସ୍ତୁତି
କରିବ) ପ୍ରଭୁ ! ଆପଣ ସର୍ବଶକ୍ତିମାନ ଅଟନ୍ତି | ଅନ୍ତର୍ଯ୍ୟାମୀ ଏବଂ ଆରାଧନୀୟ ଅଟନ୍ତି | ସମସ୍ତ
ପ୍ରାଣୀ ଆପଣଙ୍କଠାରେ ଏବଂ ଆପଣ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ନିବାସ କରନ୍ତି | ସେଥିପାଇଁ
ଆପଣଙ୍କୁ ‘ବାସୁଦେବ’ କହନ୍ତି | ସମ୍ପୂର୍ଣ୍ଣ
ଚରାଚର ଜଗତ ଏବଂ ତାହାର କାରଣମାନଙ୍କର ମଧ୍ୟ ଆପଣ ସାକ୍ଷୀ ଅଟନ୍ତି | ଭଗବନ୍ ! ଆପଣଙ୍କୁ ମୋର
ନମସ୍କାର |
ନମୋଽବ୍ୟକ୍ତାୟ
ସୂକ୍ଷ୍ମାୟ ପ୍ରଧାନପୁରୁଷାୟ ଚ ।
ଚତୁର୍ୱିଂଶଦ୍ଗୁଣଜ୍ଞାୟ
ଗୁଣସଙ୍ଖ୍ୟାନହେତବେ ॥ ୩୦॥
ଆପଣ ଅବ୍ୟକ୍ତ ଓ
ସୂକ୍ଷ୍ମ ଅଟନ୍ତି | ପ୍ରକୃତି ଏବଂ ପୁରୁଷ ରୂପରେ ମଧ୍ୟ ଆପଣ ହିଁ ସ୍ଥିତ ଅଟନ୍ତି | ଆପଣ ଚବିଶ
ଗୁଣର ଜ୍ଞାତା ଏବଂ ଗୁଣମାନଙ୍କର ସଂଖ୍ୟା ନିରୂପଣ କରୁଥିବା ସାଂଖ୍ୟଶାସ୍ତ୍ରର ପ୍ରବର୍ତ୍ତକ
ଅଟନ୍ତି | ଆପଣଙ୍କୁ ମୋର ନମସ୍କାର |
ନମୋ ଦ୍ୱିଶୀର୍ଷ୍ଣେ
ତ୍ରିପଦେ ଚତୁଃଶୃଙ୍ଗାୟ ତନ୍ତବେ ।
ସପ୍ତହସ୍ତାୟ
ଯଜ୍ଞାୟ ତ୍ରୟୀବିଦ୍ୟାତ୍ମନେ ନମଃ ॥ ୩୧॥
ଆପଣ ସେହି ଯଜ୍ଞ
ଅଟନ୍ତି, ଯାହାର ଦୁଇ ସିର ପ୍ରାୟଣୀୟ ଏବଂ ଉଦୟନୀୟ – ଏହି ଦୁଇ
କର୍ମ ଅଟନ୍ତି | ପ୍ରାତଃ, ମଧ୍ୟାହ୍ନ ଏବଂ
ସାୟଂ – ଏହି ତିନି ସବନ ତିନି ପାଦ ଅଟନ୍ତି | ବେଦ ଚତୁଷ୍ଟୟ ଚାରି ଶିଂଘ ଅଟନ୍ତି | ଗାୟତ୍ରୀ
ଆଦି ସପ୍ତ ଛନ୍ଦ ସାତୋଟି ହାତ ଅଟନ୍ତି | ଏହି ଧର୍ମମୟ ବୃଷଭରୂପ ଯଜ୍ଞ ବେଦ ଦ୍ବାରା ପ୍ରତିପାଦିତ
ଅଟେ ଏବଂ ଏହାର ଆତ୍ମା ସ୍ବୟଂ ଆପଣ ଅଟନ୍ତି | ଆପଣଙ୍କୁ ମୋର ନମସ୍କାର |
ନମଃ ଶିବାୟ
ରୁଦ୍ରାୟ ନମଃ ଶକ୍ତିଧରାୟ ଚ ।
ସର୍ୱବିଦ୍ୟାଧିପତୟେ
ଭୂତାନାଂ ପତୟେ ନମଃ ॥ ୩୨॥
ଆପଣ ହିଁ
ଲୋକକଲ୍ୟାଣକାରୀ ଶିବ ଏବଂ ପ୍ରଳୟକାରୀ ରୁଦ୍ର ଅଟନ୍ତି | ସମସ୍ତ ଶକ୍ତିମାନଙ୍କର ଧାରୟକ ମଧ୍ୟ
ଆପଣ ହିଁ ଅଟନ୍ତି | ମୁଁ ବାରମ୍ବାର ଆପଣଙ୍କୁ ନମସ୍କାର କରୁଛି | ଆପଣ ସମସ୍ତ ବିଦ୍ୟାମାନଙ୍କର
ଅଧିପତି ଏବଂ ଭୂତମାନଙ୍କର ସ୍ବାମୀ ଅଟନ୍ତି | ଆପଣଙ୍କୁ ମୋର ନମସ୍କାର |
ନମୋ ହିରଣ୍ୟଗର୍ଭାୟ
ପ୍ରାଣାୟ ଜଗଦାତ୍ମନେ ।
ଯୋଗୈଶ୍ୱର୍ୟଶରୀରାୟ
ନମସ୍ତେ ଯୋଗହେତବେ ॥ ୩୩॥
ଆପଣ ହିଁ
ସମସ୍ତଙ୍କର ପ୍ରାଣ ଏବଂ ଏହି ଜଗତର ସ୍ବରୂପରେ ମଧ୍ୟ ଆପଣ ହିଁ ରହିଛନ୍ତି | ଯୋଗର କାରଣ ତ ଆପଣ
ଅଟନ୍ତି, ତାଛଡା ସ୍ବୟଂ ଯୋଗ ଏବଂ ତଦ୍ବାରା ପ୍ରାପ୍ତ ହେଉଥିବା
ଐଶ୍ବର୍ଯ୍ୟ ମଧ୍ୟ ଆପଣ ହିଁ ଅଟନ୍ତି | ହେ ହିରଣ୍ୟଗର୍ଭ ! ଆପଣଙ୍କୁ ମୋର ନମସ୍କାର |
ନମସ୍ତ ଆଦିଦେବାୟ
ସାକ୍ଷୀଭୂତାୟ ତେ ନମଃ ।
ନାରାୟଣାୟ ଋଷୟେ
ନରାୟ ହରୟେ ନମଃ ॥ ୩୪॥
ଆପଣ ହିଁ ଆଦିଦେବ
ଅଟନ୍ତି; ସମସ୍ତଙ୍କର ସାକ୍ଷୀ ଅଟନ୍ତି | ଆପଣ ହିଁ ନର-ନାରାୟଣ
ଋଷି ରୂପରେ ପ୍ରକଟିତ ସ୍ବୟଂ ଭଗବାନ ଅଟନ୍ତି | ଆପଣଙ୍କୁ ମୋର ନମସ୍କାର |
ନମୋ
ମରକତଶ୍ୟାମବପୁଷେଽଧିଗତଶ୍ରିୟେ ।
କେଶବାୟ
ନମସ୍ତୁଭ୍ୟଂ ନମସ୍ତେ ପୀତବାସସେ ॥ ୩୫॥
ଆପଣଙ୍କର ଶରୀର
ମରକତମଣି ସଦୃଶ ଶ୍ୟାମଳ ଅଟେ | ସମସ୍ତ ସମ୍ପତ୍ତି ଏବଂ ସୌନ୍ଦର୍ଯ୍ୟର ଦେବୀ ସ୍ବୟଂ ଲକ୍ଷ୍ମୀ
ଦେବୀ ଆପଣଙ୍କର ସେବିକା ଅଟନ୍ତି | ହେ ପୀତାମ୍ବରଧାରୀ କେଶବ ! ଆପଣଙ୍କୁ ମୋର ବାରମ୍ବାର
ନମସ୍କାର |
ତ୍ୱଂ ସର୍ୱବରଦଃ
ପୁଂସାଂ ବରେଣ୍ୟ ବରଦର୍ଷଭ ।
ଅତସ୍ତେ ଶ୍ରେୟସେ
ଧୀରାଃ ପାଦରେଣୁମୁପାସତେ ॥ ୩୬॥
ଆପଣ ସବୁ ପ୍ରକାର
ବର ଦେବାରେ ସମର୍ଥ ଶ୍ରେଷ୍ଠ ବରଦାୟକ ଅଟନ୍ତି ତଥା ଜୀବର ଏକମାତ୍ର ବରଣୀୟ ଅଟନ୍ତି | ସେହି
କାରଣରୁ ଧୀର ବିବେକୀ ପୁରୁଷ ନିଜ କଲ୍ୟାଣ କାମନାରେ ଆପଣଙ୍କ ଚରଣ-ରଜର ଉପାସନା କରନ୍ତି |
ଅନ୍ୱବର୍ତନ୍ତ ଯଂ
ଦେବାଃ ଶ୍ରୀଶ୍ଚ ତତ୍ପାଦପଦ୍ମୟୋଃ ।
ସ୍ପୃହୟନ୍ତ
ଇବାମୋଦଂ ଭଗବାନ୍ ମେ ପ୍ରସୀଦତାମ୍ ॥ ୩୭॥
ଯାହାର ଚରଣ-କମଳର
ସୁଗନ୍ଧ ପ୍ରାପ୍ତ କରିବା ଲାଳସାରେ ସମସ୍ତ ଦେବତା ଏବଂ ସ୍ବୟଂ ଲକ୍ଷ୍ମୀ ଦେବୀ ସେବାରେ ନିୟୋଜିତ
ରହିଥାଆନ୍ତି, ସେହି ଭଗବାନ ମୋ ଉପରେ
ପ୍ରସନ୍ନ ହୁଅନ୍ତୁ’ |
ଏତୈର୍ମନ୍ତ୍ରୈର୍ହୃଷୀକେଶମାବାହନପୁରସ୍କୃତମ୍
।
ଅର୍ଚୟେଚ୍ଛ୍ରଦ୍ଧୟା
ଯୁକ୍ତଃ ପାଦ୍ୟୋପସ୍ପର୍ଶନାଦିଭିଃ ॥ ୩୮॥
ପ୍ରିୟେ ! ଭଗବାନ
ହୃଷିକେଶଙ୍କର ଆବାହନ ତ ପ୍ରଥମରୁ ହିଁ କରି ନେଇଥିବ | ଏବେ ଏହି ମନ୍ତ୍ର ଦ୍ବାରା ପାଦ୍ୟ, ଆଚମନ ଆଦି କରିବା ସହିତ ଶ୍ରଦ୍ଧାପୂର୍ବକ ମନ ଲଗାଇ
ପୂଜା କରିବ |
ଅର୍ଚିତ୍ୱା
ଗନ୍ଧମାଲ୍ୟାଦ୍ୟୈଃ ପୟସା ସ୍ନପୟେଦ୍ୱିଭୁମ୍ ।
ବସ୍ତ୍ରୋପବୀତାଭରଣପାଦ୍ୟୋପସ୍ପର୍ଶନୈସ୍ତତଃ
।
ଗନ୍ଧଧୂପାଦିଭିଶ୍ଚାର୍ଚେଦ୍ଦ୍ୱାଦଶାକ୍ଷରବିଦ୍ୟଯା
॥ ୩୯॥
ଗନ୍ଧ, ମାଳ ଆଦିରେ ପୂଜା କରି ଭଗବାନଙ୍କୁ ଦୁଗ୍ଧରେ ସ୍ନାନ
କରାଇବ | ତାପରେ ବସ୍ତ୍ର, ଯଜ୍ଞୋପବୀତ, ଆଭୂଷଣ, ପାଦ୍ୟ, ଆଚମନ, ଗନ୍ଧ, ଧୂପ ଆଦି ଦ୍ବାରା ଦ୍ବାଦଶାକ୍ଷର ମନ୍ତ୍ରରେ
ଭଗବାନଙ୍କର ପୂଜା କରିବ |
ଶୃତଂ ପୟସି
ନୈବେଦ୍ୟଂ ଶାଲ୍ୟନ୍ନଂ ବିଭବେ ସତି ।
ସସର୍ପିଃ ସଗୁଡଂ
ଦତ୍ତ୍ୱା ଜୁହୁୟାନ୍ମୂଲବିଦ୍ୟଯା ॥ ୪୦॥
ସାମର୍ଥ୍ୟ ଥିଲେ
ବାସୁମତୀ ଚାଉଳକୁ ଦୁଗ୍ଧରେ ସିଦ୍ଧ କରି ତଥା ଘୃତ ଏବଂ ଗୁଡ ମିଶ୍ରିତ କରି ତାହାକୁ ନୈବେଦ୍ୟ
ରୂପରେ ସମର୍ପିତ କରିବ ଏବଂ ଦ୍ବାଦଶାକ୍ଷର ମନ୍ତ୍ରରେ ତାହାର ହିଁ ହବନ କରିବ |
ନିବେଦିତଂ
ତଦ୍ଭକ୍ତାୟ ଦଦ୍ୟାଦ୍ଭୁଞ୍ଜୀତ ବା ସ୍ୱୟମ୍ ।
ଦତ୍ତ୍ୱାଽଽଚମନମର୍ଚିତ୍ୱା
ତାମ୍ବୂଲଂ ଚ ନିବେଦୟେତ୍ ॥ ୪୧॥
ସେହି ନୈବେଦ୍ୟକୁ
ଭଗବାନଙ୍କ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରିବେ ଅଥବା ସ୍ବୟଂ ଗ୍ରହଣ କରିବ | ଆଚମନ ଓ ପୂଜା କରି
ତାମ୍ବୁଳ ନିବେଦନ କରିବ |
ଜପେଦଷ୍ଟୋତ୍ତରଶତଂ
ସ୍ତୁବୀତ ସ୍ତୁତିଭିଃ ପ୍ରଭୁମ୍ ।
କୃତ୍ୱା
ପ୍ରଦକ୍ଷିଣଂ ଭୂମୌ ପ୍ରଣମେଦ୍ଦଣ୍ଡବନ୍ମୁଦା ॥ ୪୨॥
ଶହେ ଆଠ ଥର
ଦ୍ବାଦଶାକ୍ଷର ମନ୍ତ୍ର ଜପ କରିବ ଏବଂ ସ୍ତୁତି ଦ୍ବାରା ଭଗବାନଙ୍କର ସ୍ତବ ପାଠ କରିବ |
ପ୍ରଦକ୍ଷିଣା କରି ଅତ୍ୟନ୍ତ ପ୍ରେମ ଏବଂ ଆନନ୍ଦରେ ଭୂମିରେ ଲୋଟି ଭଗବାନଙ୍କୁ ଦଣ୍ଡବତ୍ ପ୍ରଣାମ
କରିବ |
କୃତ୍ୱା ଶିରସି
ତଚ୍ଛେଷାଂ ଦେବମୁଦ୍ୱାସୟେତ୍ତତଃ ।
ଦ୍ୱ୍ୟବରାନ୍
ଭୋଜୟେଦ୍ୱିପ୍ରାନ୍ ପାୟସେନ ଯଥୋଚିତମ୍ ॥ ୪୩॥
ନିର୍ମାଲ୍ୟକୁ
ମସ୍ତକରେ ଲଗାଇ ଦେବତାଙ୍କର ବିସର୍ଜନ କରିବ | ଅତି କମରେ ଦୁଇ ଜଣ ବ୍ରାହ୍ମଣଙ୍କୁ ଯଥାରୀତି
ଖିରିର ଭୋଜନ କରାଇବ |
ଭୁଞ୍ଜୀତ
ତୈରନୁଜ୍ଞାତଃ ଶେଷଂ ସେଷ୍ଟଃ ସଭାଜିତୈଃ ।
ବ୍ରହ୍ମଚାର୍ୟଥ
ତଦ୍ରାତ୍ର୍ୟାଂ ଶ୍ୱୋଭୂତେ ପ୍ରଥମେଽହନି ॥ ୪୪॥
ସ୍ନାତଃ
ଶୁଚିର୍ୟଥୋକ୍ତେନ ବିଧିନା ସୁସମାହିତଃ ।
ପୟସା
ସ୍ନାପୟିତ୍ୱାର୍ଚେଦ୍ୟାବଦ୍ୱ୍ରତସମାପନମ୍ ॥ ୪୫॥
ଦକ୍ଷିଣା ଆଦି
ଦ୍ବାରା ସେମାନଙ୍କର ସତ୍କାର କରିବ | ଏହାପରେ ସେମାନଙ୍କର ଆଜ୍ଞା ନେଇ ନିଜର ଇଷ୍ଟ-ମିତ୍ରଙ୍କ
ସହିତ ସ୍ବୟଂ ଅବଶିଷ୍ଟ ଅନ୍ନକୁ ଗ୍ରହଣ କରିବ | ସେହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବ | ପର ଦିନ
ପ୍ରାତଃକାଳରେ ସ୍ନାନ ଆଦି ସମାପନ କରି ପବିତ୍ରତାପୂର୍ବକ ପୂର୍ବୋକ୍ତ ବିଧିରେ ଏକାଗ୍ର ହୋଇ
ଭଗବାନଙ୍କର ପୂଜା କରିବ | ଏହିପରି ଭାବରେ ବ୍ରତ ସମାପ୍ତ ହେବା ଯାଏଁ ପ୍ରତିଦିନ ଦୁଗ୍ଧରେ ସ୍ନାନ
କରାଇ ଭଗବାନଙ୍କର ପୂଜା କରିବ |
ପୟୋଭକ୍ଷୋ
ବ୍ରତମିଦଂ ଚରେଦ୍ୱିଷ୍ଣ୍ୱର୍ଚନାଦୃତଃ ।
ପୂର୍ୱବଜ୍ଜୁହୁୟାଦଗ୍ନିଂ
ବ୍ରାହ୍ମଣାଂଶ୍ଚାପି ଭୋଜୟେତ୍ ॥ ୪୬॥
ଭଗବାନଙ୍କ ପୂଜାରେ
ଆଦର-ବୁଦ୍ଧି ରଖି କେବଳ ପୟୋବ୍ରତୀ ରହି ଏହି ବ୍ରତ କରିବା ଉଚିତ୍ | ପୂର୍ବବତ୍ ପ୍ରତିଦିନ ହୋମ
ଏବଂ ବ୍ରାହ୍ମଣ-ଭୋଜନ ମଧ୍ୟ କରାଇବା ଉଚିତ୍ |
ଏବଂ ତ୍ୱହରହଃ
କୁର୍ୟାଦ୍ଦ୍ୱାଦଶାହଂ ପୟୋବ୍ରତଃ ।
ହରେରାରାଧନଂ
ହୋମମର୍ହଣଂ ଦ୍ୱିଜତର୍ପଣମ୍ ॥ ୪୭॥
ଏହିପରି ପୟୋବ୍ରତୀ
ରହି ବାର ଦିନଯାଏଁ ପ୍ରତିଦିନ ଭଗବାନଙ୍କର ଆରାଧନା, ହୋମ ଏବଂ ପୂଜା
କରିବ ତଥା ବ୍ରାହ୍ମଣ-ଭୋଜନ ମଧ୍ୟ କରାଇବ |
ପ୍ରତିପଦ୍ଦିନମାରଭ୍ୟ
ଯାବଚ୍ଛୁକ୍ଲତ୍ରୟୋଦଶୀ ।
ବ୍ରହ୍ମଚର୍ୟମଧଃସ୍ୱପ୍ନଂ
ସ୍ନାନଂ ତ୍ରିଷବଣଂ ଚରେତ୍ ॥ ୪୮॥
ଫାଲ୍ଗୁନ ଶୁକ୍ଲ
ପ୍ରତିପଦାଠାରୁ ଆରମ୍ଭ କରି ତ୍ରୟୋଦଶୀ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟରେ ରହିବ, ଭୂମିରେ ଶୟନ କରିବ ଏବଂ ତ୍ରିକାଳ ସ୍ନାନ କରିବ |
ବର୍ଜୟେଦସଦାଲାପଂ
ଭୋଗାନୁଚ୍ଚାବଚାଂସ୍ତଥା ।
ଅହିଂସ୍ରଃ
ସର୍ୱଭୂତାନାଂ ବାସୁଦେବପରାୟଣଃ ॥ ୪୯॥
ମିଛ କହିବ ନାହିଁ, ପାପୀମାନଙ୍କ ସହିତ କଥାବାର୍ତ୍ତା କରିବ ନାହିଁ କି
ସ୍ବୟଂ ପାପକଥା କହିବ ନାହିଁ | ଛୋଟ-ବଡ ସବୁ ପ୍ରକାରର ଭୋଗ ତ୍ୟାଗ କରିବ | କୌଣସି ପ୍ରାଣୀକୁ
କୌଣସି ପ୍ରକାରେ କଷ୍ଟ ଦେବନାହିଁ | ସର୍ବଦା ଭଗବାନଙ୍କ ଆରାଧନାରେ ହିଁ ମନକୁ ଲଗାଇ ରଖିବ |
ତ୍ରୟୋଦଶ୍ୟାମଥୋ
ବିଷ୍ଣୋଃ ସ୍ନପନଂ ପଞ୍ଚକୈର୍ୱିଭୋଃ ।
କାରୟେଚ୍ଛାସ୍ତ୍ରଦୃଷ୍ଟେନ
ବିଧିନା ବିଧିକୋବିଦୈଃ ॥ ୫୦॥
ତ୍ରୟୋଦଶୀ ଦିନ
ବିଧି ଜାଣିଥିବା ବ୍ରାହ୍ମଣଙ୍କ ଦ୍ବାରା ଶାସ୍ତ୍ରୋକ୍ତ ବିଧିରେ ଭଗବାନ ବିଷ୍ଣୁଙ୍କର
ପଞ୍ଚାମୃତସ୍ନାନ କରାଇବ |
ପୂଜାଂ ଚ ମହତୀଂ
କୁର୍ୟାଦ୍ୱିତ୍ତଶାଠ୍ୟବିବର୍ଜିତଃ ।
ଚରୁଂ ନିରୂପ୍ୟ
ପୟସି ଶିପିବିଷ୍ଟାୟ ବିଷ୍ଣବେ ॥ ୫୧॥
ସେହି ଦିନ
ଧନ-ବ୍ୟୟର କୁଣ୍ଠା ତ୍ୟାଗ କରି ବହୁ ଆଡମ୍ବରରେ ଭଗବାନଙ୍କର ପୂଜା କରିବା ଉଚିତ୍ | ଦୁଗ୍ଧରେ
ଖିରି ପ୍ରସ୍ତୁତ କରି ବିଷ୍ଣୁଭଗବାନଙ୍କୁ ଅର୍ପିତ କରିବା ଉଚିତ୍ |
ଶୃତେନ ତେନ ପୁରୁଷଂ
ଯଜେତ ସୁସମାହିତଃ ।
ନୈବେଦ୍ୟଂ
ଚାତିଗୁଣବଦ୍ଦଦ୍ୟାତ୍ପୁରୁଷତୁଷ୍ଟିଦମ୍ ॥ ୫୨॥
ଅତ୍ୟନ୍ତ ଏକାଗ୍ର
ଚିତ୍ତରେ ପ୍ରସ୍ତୁତ ହୋଇଥିବା ସେହି ଚରୁ ଦ୍ବାରା ଭଗବାନଙ୍କର ଯଜନ କରିବା ଉଚିତ୍ ଏବଂ ତାଙ୍କର
ପ୍ରସନ୍ନତା ନିମନ୍ତେ ଗୁଣଯୁକ୍ତ ତଥା ସ୍ବାଦିଷ୍ଟ ନୈବେଦ୍ୟ ଅର୍ପଣ କରିବା ଉଚିତ୍ |
ଆଚାର୍ୟଂ
ଜ୍ଞାନସମ୍ପନ୍ନଂ ବସ୍ତ୍ରାଭରଣଧେନୁଭିଃ ।
ତୋଷୟେଦୃତ୍ୱିଜଶ୍ଚୈବ
ତଦ୍ୱିଦ୍ଧ୍ୟାରାଧନଂ ହରେଃ ॥ ୫୩॥
ଏହାପରେ
ଜ୍ଞାନସମ୍ପନ୍ନ ଆଚାର୍ଯ୍ୟ ଏବଂ ଋତ୍ବିଜମାନଙ୍କୁ ବସ୍ତ୍ର, ଆଭୂଷଣ ଏବଂ ଗୌ
ଆଦି ଦାନ କରି ସନ୍ତୁଷ୍ଟ କରିବା ଆବଶ୍ୟକ | ପ୍ରିୟେ ! ଏହାକୁ ମଧ୍ୟ ଭଗବାନଙ୍କର ହିଁ ଆରାଧନା
ମନେ କରିବା ଉଚିତ୍ |
ଭୋଜୟେତ୍ତାନ୍
ଗୁଣବତା ସଦନ୍ନେନ ଶୁଚିସ୍ମିତେ ।
ଅନ୍ୟାଂଶ୍ଚ
ବ୍ରାହ୍ମଣାନ୍ ଶକ୍ତ୍ୟା ଯେ ଚ ତତ୍ର ସମାଗତାଃ ॥ ୫୪॥
ଆଚାର୍ଯ୍ୟ ଏବଂ
ଋତ୍ବିଜମାନଙ୍କୁ ଶୁଦ୍ଧ, ସାତ୍ବିକ ଏବଂ ଗୁଣଯୁକ୍ତ
ଭୋଜନ କରାଇବା ଉଚିତ୍, ଅନ୍ୟ ବ୍ରାହ୍ମଣ ଏବଂ
ଆଗନ୍ତୁକ ଅତିଥିମାନଙ୍କୁ ନିଜ ଶକ୍ତି ଅନୁସାରେ ଭୋଜନ କରାଇବା ଉଚିତ୍ |
ଦକ୍ଷିଣାଂ ଗୁରବେ
ଦଦ୍ୟାଦୃତ୍ୱିଗ୍ଭ୍ୟଶ୍ଚ ଯଥାର୍ହତଃ ।
ଅନ୍ନାଦ୍ୟେନାଶ୍ୱପାକାଂଶ୍ଚ
ପ୍ରୀଣୟେତ୍ସମୁପାଗତାନ୍ ॥ ୫୫॥
ଭୁକ୍ତବତ୍ସୁ ଚ
ସର୍ୱେଷୁ ଦୀନାନ୍ଧକୃପଣେଷୁ ଚ ।
ବିଷ୍ଣୋସ୍ତତ୍ପ୍ରୀଣନଂ
ବିଦ୍ୱାନ୍ ଭୁଞ୍ଜୀତ ସହ ବନ୍ଧୁଭିଃ ॥ ୫୬॥
ଗୁରୁ ଏବଂ ଋତ୍ବିଜଙ୍କୁ
ଯଥାଯୋଗ୍ୟ ଦକ୍ଷିଣା ଦେବା ଉଚିତ୍ | ଚଣ୍ଡାଳ ଆଦି କେହି ଯଦି ଅକସ୍ମାତ୍ ଆସିଥାଆନ୍ତି, ତେବେ ସେମାନଙ୍କୁ ତଥା ଦୀନ, ଅନ୍ଧ ଓ ଅସମର୍ଥ ପୁରୁଷଙ୍କୁ ମଧ୍ୟ ଅନ୍ନ ଦାନ ଦ୍ବାରା
ସନ୍ତୁଷ୍ଟ କରିବା ଉଚିତ୍ | ସମସ୍ତେ ଖାଇ ସାରିବା ପରେ ସେମାନଙ୍କର ସତ୍କାରକୁ ଭଗବାନଙ୍କ
ପ୍ରସନ୍ନତାର ସାଧନ ମନେ କରି ନିଜ ଭାଈ-ବନ୍ଧୁଙ୍କ ସହିତ ସ୍ବୟଂ ଭୋଜନ କରିବ |
ନୃତ୍ୟବାଦିତ୍ରଗୀତୈଶ୍ଚ
ସ୍ତୁତିଭିଃ ସ୍ୱସ୍ତିବାଚକୈଃ ।
କାରୟେତ୍ତତ୍କଥାଭିଶ୍ଚ
ପୂଜାଂ ଭଗବତୋଽନ୍ୱହମ୍ ॥ ୫୭॥
ପ୍ରତିପଦାଠାରୁ
ଆରମ୍ଭ କରି ତ୍ରୟୋଦଶୀ ପର୍ଯ୍ୟନ୍ତ ପ୍ରତିଦିନ ନୃତ୍ୟ-ଗୀତ, ବାଜା-ବାଜଣା,
ସ୍ତୁତି, ସ୍ବସ୍ତିବାଚନ ଏବଂ ଭଗବତ୍-କଥା ଆଦି ଦ୍ବାରା
ଭଗବାନଙ୍କର ପୂଜା କରିବ ଏବଂ କରାଇବ |
ଏତତ୍ପୟୋବ୍ରତଂ ନାମ
ପୁରୁଷାରାଧନଂ ପରମ୍ ।
ପିତାମହେନାଭିହିତଂ
ମୟା ତେ ସମୁଦାହୃତମ୍ ॥ ୫୮॥
ପ୍ରିୟେ ! ଏହା
ଭଗବାନଙ୍କର ଶ୍ରେଷ୍ଠ ଆରାଧନା | ଏହାର ନାମ ‘ପୟୋବ୍ରତ’ ଅଟେ | ବ୍ରହ୍ମାଜୀ
ମୋତେ ଯେପରି ଭାବରେ ବୁଝାଇ ଥିଲେ, ମୁଁ ସେହିପରି
ଭାବରେ ଏହାର ବିଧି ତୁମ ଆଗରେ ବର୍ଣ୍ଣନା କଲି |
ତ୍ୱଂ ଚାନେନ
ମହାଭାଗେ ସମ୍ୟକ୍ ଚୀର୍ଣେନ କେଶବମ୍ ।
ଆତ୍ମନା
ଶୁଦ୍ଧଭାବେନ ନିୟତାତ୍ମା ଭଜାବ୍ୟଯମ୍ ॥ ୫୯॥
ଦେବି ! ତୁମେ
ଭାଗ୍ୟବତୀ ଅଟ | ନିଜ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ଶୁଦ୍ଧ ଭାବରେ, ଶ୍ରଦ୍ଧାପୂର୍ଣ୍ଣ ଚିତ୍ତରେ ଉତ୍ତମ ରୂପେ ଏହି ବ୍ରତର
ଅନୁଷ୍ଠାନ କର ଏବଂ ଏହା ଦ୍ବାରା ଅବିନାଶୀ ଭଗବାନଙ୍କର ଆରାଧନା କର |
ଅୟଂ ବୈ
ସର୍ୱୟଜ୍ଞାଖ୍ୟଃ ସର୍ୱବ୍ରତମିତି ସ୍ମୃତମ୍ ।
ତପଃସାରମିଦଂ ଭଦ୍ରେ
ଦାନଂ ଚେଶ୍ୱରତର୍ପଣମ୍ ॥ ୬୦॥
କଲ୍ୟାଣୀ ! ଏହି
ବ୍ରତ ଭଗବାନଙ୍କର ସନ୍ତୋଷବିଧାନକାରୀ ଅଟେ; ସେଥିପାଇଁ ଏହାର
ନାମ ‘ସର୍ବଯଜ୍ଞ’ ଏବଂ ‘ସର୍ବବ୍ରତ’ | ଏହା ସମସ୍ତ ତପସ୍ୟାର ସାର ଏବଂ ମୁଖ୍ୟ ଦାନ ଅଟେ |
ତ ଏବ ନିୟମାଃ
ସାକ୍ଷାତ୍ତ ଏବ ଚ ଯମୋତ୍ତମାଃ ।
ତପୋ ଦାନଂ ବ୍ରତଂ
ଯଜ୍ଞୋ ଯେନ ତୁଷ୍ୟତ୍ୟଧୋକ୍ଷଜଃ ॥ ୬୧॥
ଭଗବାନ ଯାହା
ଦ୍ବାରା ପ୍ରସନ୍ନ ହୁଅନ୍ତି – ତାହା ହିଁ ପ୍ରକୃତ ନିୟମ ଅଟେ, ତାହା ହିଁ ଉତ୍ତମ
ଯମ ଅଟେ, ତାହା ହିଁ ବାସ୍ତବରେ ତପସ୍ୟା, ଦାନ, ବ୍ରତ ଏବଂ ଯଜ୍ଞ
ଅଟେ |
ତସ୍ମାଦେତଦ୍ୱ୍ରତଂ
ଭଦ୍ରେ ପ୍ରୟତା ଶ୍ରଦ୍ଧୟା ଚର ।
ଭଗବାନ୍
ପରିତୁଷ୍ଟସ୍ତେ ବରାନାଶୁ ବିଧାସ୍ୟତି ॥ ୬୨॥
ସୁତରାଂ ହେ ଦେବି !
ସଂଯମ ଏବଂ ଶ୍ରଦ୍ଧାର ସହିତ ତୁମେ ଏହି ବ୍ରତର ଅନୁଷ୍ଠାନ କର | ଭଗବାନ ଅତି ଶୀଘ୍ର ତୁମ ଉପରେ
ପ୍ରସନ୍ନ ହୋଇ ତୁମର ଅଭିଳାଷ ପୂର୍ଣ୍ଣ କରିବେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସମ୍ହିତାୟାଂ
ଅଷ୍ଟମସ୍କନ୍ଧେ ଅଦିତିପୟୋବ୍ରତକଥନଂ ନାମ ଷୋଡଶୋଽଧ୍ୟାୟଃ ॥ ୧୬॥

Comments
Post a Comment